Print Page Options
Previous Prev Day Next DayNext

Revised Common Lectionary (Complementary)

Daily Bible readings that follow the church liturgical year, with thematically matched Old and New Testament readings.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 89:1-18

ଇଷ୍ରାହୀୟ ଏଥନର ମସ୍କୀଲ୍।

89 ସଦାପ୍ରଭୁ, ମୁଁ ଚିରଦିନ ତୁମ୍ଭର ଦୟା ବିଷୟରେ ଗାନ କରିବି।
    ମୋ’ ମୁଖରେ, ମୁଁ ତୁମ୍ଭର ବିଶ୍ୱସ୍ତତା ବିଷୟରେ ବଂଶାନୁକ୍ରମ ପର୍ଯ୍ୟନ୍ତ ଗାଉଥିବି।
ମୁଁ କହିଲି, “ତୁମ୍ଭର ଦୟା ଚିରଦିନ ନିର୍ମାଣ ହୋଇଅଛି।
    ତୁମ୍ଭର ବିଶ୍ୱସ୍ତତା ସ୍ୱର୍ଗରେ ସ୍ଥାପନ କରାଯିବ।”

ତୁମ୍ଭେ କହିଲ, “ମୁଁ ଆପଣା ମନୋନୀତ ରାଜା ସଙ୍ଗେ ଏକ ଚୁକ୍ତି କରିଲି।
    ମୁଁ ମୋର ଦାସ ଦାଉଦ ସହିତ ଏକ ପ୍ରତିଜ୍ଞା କଲି।
‘ହେ ଦାଉଦ, ମୁଁ ତୁମ୍ଭ ବଂଶକୁ ସଦାକାଳ ଅମର କରିବି
    ଓ ପରମ୍ପରା କ୍ରମେ ତୁମ୍ଭର ସିଂହାସନକୁ ଶକ୍ତ କରିବି।’” ସେଲା

ହେ ସଦାପ୍ରଭୁ, ସ୍ୱର୍ଗ ତୁମ୍ଭର ଆଶ୍ଚର୍ଯ୍ୟ କର୍ମମାନର ପ୍ରଶଂସା କରୁଛି।
    ପବିତ୍ରଗଣର ସମାନ ତୁମ୍ଭ ବିଶ୍ୱସ୍ତତାରେ ପ୍ରଶଂସା କରେ।
ସ୍ୱର୍ଗରେ ସଦାପ୍ରଭୁଙ୍କ ତୁଲ୍ୟ କେହି ନାହିଁ।
    “ଦେବଗଣ”କୁ ସଦାପ୍ରଭୁଙ୍କ ସଙ୍ଗେ ତୁଳନା କରାଯାଇ ପାରିବ ନାହିଁ।
ପବିତ୍ର ଦୂତଗଣର ସମାନ ପରମେଶ୍ୱରଙ୍କୁ ବହୁତ ଭୟ କରନ୍ତି।
    ସିଂହାସନ ଚତୁର୍ପାର୍ଶ୍ୱରେ ଛିଡ଼ା ହେଉଥିବା ସମସ୍ତେ ତାଙ୍କୁ ଭୟ କରନ୍ତି।
ସଦାପ୍ରଭୁ ସୈନ୍ୟାଧିପତି ପରମେଶ୍ୱର, ତୁମ୍ଭ ପରି କେହି ନାହିଁ।
    ସଦାପ୍ରଭୁ ତୁମ୍ଭେ ସର୍ବଶକ୍ତିମାନ ଅଟ ଓ ଆମ୍ଭେ ତୁମ୍ଭ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ କରି ପାରିବୁ।
ତୁମ୍ଭେ ଅହଙ୍କାରୀ ସମୁଦ୍ରର ଉପରେ କର୍ତ୍ତୃତ୍ୱ କରୁଅଛ।
    ତୁମ୍ଭେ ତା'ର ଅଶାନ୍ତ ତରଙ୍ଗକୁ ଶାନ୍ତ କରୁଅଛ।
10 ତୁମ୍ଭେ ରାହାବକୁ ପରାସ୍ତ କରିଅଛ।
    ସେ ଏକ ଶବପରି ଥିଲା।
    ତୁମ୍ଭେ ତୁମ୍ଭର ମହାଶକ୍ତି ଦ୍ୱାରା ତୁମ୍ଭର ଶତ୍ରୁମାନଙ୍କୁ ଛିନ୍ନଛତ୍ର କରିଅଛ।

11 ସ୍ୱର୍ଗ ଓ ପୃଥିବୀ ତୁମ୍ଭର ଅଟେ।
    ତୁମ୍ଭେ ଜଗତକୁ ସୃଷ୍ଟି କରିଛ ଓ ସମସ୍ତ ବସ୍ତୁଗୁଡ଼ିକ ଏହା ଉପରେ ଅଛି।
12 ଉତ୍ତର ଓ ଦକ୍ଷିଣ ଦିଗ ତୁମ୍ଭେ ସୃଷ୍ଟି କରିଅଛ।
    ତାବୋର ଓ ହର୍ମୋଣ ତୁମ୍ଭ ନାମରେ ଆହ୍ଲାଦିତ କରନ୍ତି।
13 ତୁମ୍ଭେ ପରାକ୍ରାନ୍ତ।
    ତୁମ୍ଭର ଶକ୍ତି ମହାନ।
    ସର୍ବଦା ତୁମ୍ଭର ଦକ୍ଷିଣ ହସ୍ତ ଉଚ୍ଚରେ ସ୍ଥାପିତ।
14 ଧର୍ମ ଓ ନ୍ୟାୟ ବିଗ୍ଭର ତୁମ୍ଭ ସିଂହାସନର ଭିତ୍ତିମୂଳ।
    ପ୍ରେମ ଓ ଭକ୍ତି ତୁମ୍ଭ ସିଂହାସନର ସେବକ।

15 ସଦାପ୍ରଭୁ! ଯେଉଁମାନେ ତୁମ୍ଭକୁ ପ୍ରଶଂସା କରନ୍ତି, ଆଶୀର୍ବାଦ ପ୍ରାପ୍ତ ହୁଅନ୍ତି।
    ସେମାନେ ତୁମ୍ଭର ଦୟାର ଆଲୋକରେ ବଞ୍ଚନ୍ତି।
16 ତୁମ୍ଭର ନାମ ସେମାନଙ୍କୁ ଦିନସାରା ଆନନ୍ଦ ପ୍ରଦାନ କରେ।
    ସେମାନେ ତୁମ୍ଭର ଧାର୍ମିକତାକୁ ପ୍ରଶଂସା କରନ୍ତି।
17 ତୁମ୍ଭେ ସେମାନଙ୍କର ଅ‌ଦ୍‌ଭୂତ ଶକ୍ତି।
    ତୁମ୍ଭ ଦୟାର ସହ ଆମ୍ଭେମାନେ ବିଜୟୀ ଅଟୁ।
18 ଆମ୍ଭର ସୁରକ୍ଷାକାରୀ ଆମ୍ଭମାନଙ୍କର ରାଜା,
    ଇସ୍ରାଏଲର ଏକ ପବିତ୍ର ଆମ୍ଭମାନଙ୍କର ରାଜା ପରମେଶ୍ୱରଙ୍କ ଦ୍ୱାରା ମନୋନୀତ।

ବଂଶାବଳୀର ଦ୍ୱିତୀୟ ପୁସ୍ତକ 34:22-33

22 ହି‌ଲ୍‌‌‌କିୟ ଓ ରାଜାଙ୍କର ସେବକାମାନେ ଭବିଷ୍ୟ‌ଦ୍‌ବକ୍ତ୍ରୀ ହୁ‌ଲ୍‌ଦାଙ୍କ ନିକଟକୁ ଗଲେ। ହୁ‌ଲ୍‌ଦା ଶଲ୍ଲୁମଙ୍କ ପତ୍ନୀ ଥିଲେ। ଶଲ୍ଲୁମ୍ ତୋଖତ୍‌ଙ୍କ ପୁତ୍ର ଥିଲେ। ତୋଖତ୍ ହସ୍ରଙ୍କ ପୁତ୍ର ଥିଲେ। ଶଲ୍ଲୁମ ରାଜାଙ୍କ ବସ୍ତ୍ରର ତତ୍ତ୍ୱାବଧାରକ ଥିଲେ। ହୁ‌ଲ୍‌ଦା ଯିରୁଶାଲମର ଦ୍ୱିତୀୟ ମହଲାରେ ବାସ କରୁଥିଲେ। ହି‌ଲ୍‌‌‌କିୟ ଓ ରାଜାଙ୍କ ସେବକଗଣ ହୁ‌ଲ୍‌ଦାଙ୍କୁ ସମସ୍ତ ଘଟଣା ଜଣାଇଲେ। 23 ହୁ‌ଲ୍‌ଦା ସେମାନଙ୍କୁ କହିଲେ, “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କହନ୍ତି: ସେହି ଲୋକଙ୍କୁ କୁହ, ଯିଏ ତୁମ୍ଭକୁ ମୋ’ ପାଖକୁ ପଠାଇ ଥିଲେ। 24 ସଦାପ୍ରଭୁ ଏହିକଥା କହନ୍ତି, ‘ଆମ୍ଭେ ଏହି ସ୍ଥାନକୁ ଓ ଏହିଠାରେ ବାସ କରୁଥିବା ଲୋକଙ୍କ ନିମନ୍ତେ ବିପଦ ଆଣିବା। ଯିହୁଦାର ରାଜାଙ୍କ ସମ୍ମୁଖରେ ଏହି ପୁସ୍ତକରୁ ଯେଉଁସବୁ ବିଷୟ ପାଠ କରାଗଲା, ଆମ୍ଭେ ସେହି ସମସ୍ତ ଭୟଙ୍କର ବିଷୟ ଘଟାଇବା। 25 ଆମ୍ଭେ ଏହା କରିବା, କାରଣ ଲୋକମାନେ ଆମ୍ଭଙ୍କୁ ପରିତ୍ୟାଗ କରିଅଛନ୍ତି ଓ ଅନ୍ୟ ଦେବତାଗଣଙ୍କ ନିକଟରେ ସୁଗନ୍ଧିଧୂପ ଜାଳିଛନ୍ତି। ସେହି ଲୋକମାନେ ଯେଉଁସବୁ ମନ୍ଦ କର୍ମମାନ କରିଛନ୍ତି, ତଦ୍ଦ୍ୱାରା ଆମ୍ଭଙ୍କୁ କ୍ରୋଧାନ୍ୱିତ କରିଛନ୍ତି। ତେଣୁ ଆମ୍ଭେ ଏହି ସ୍ଥାନ ଉପରେ ଆମ୍ଭକୁ ମୋର ନିର୍ବାପିତ ହୋଇ ପାରୁ ନ ଥିବା ଅଗ୍ନିପରି କ୍ରୋଧ ଢାଳିବା।’

26 “କିନ୍ତୁ ଯିହୁଦାର ରାଜାଙ୍କୁ ଏହିକଥା ତୁମ୍ଭର କହିବା ଉଚିତ୍। ସେ ତୁମ୍ଭମାନଙ୍କୁ ସଦାପ୍ରଭୁଙ୍କ ନିକଟକୁ ପଗ୍ଭରିବା ନିମନ୍ତେ ପଠାଇଲେ: ‘ତୁମ୍ଭେ କିଛିକ୍ଷଣ ପୂର୍ବେ ଯେଉଁ ବାକ୍ୟ ଶୁଣିଲ, ସେ ବିଷୟରେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି: 27 ଯେତେବେଳେ ତୁମ୍ଭେମାନେ ଏହି ସ୍ଥାନ ବିଷୟରେ ଓ ଏଠାରେ ବାସ କରୁଥିବା ଲୋକମାନଙ୍କ ବିଷୟରେ ପରମେଶ୍ୱରଙ୍କର ବାର୍ତ୍ତା ଶୁଣିଲ, ତୁମ୍ଭେମାନେ ଦୁଃଖ କଲ, ପରମେଶ୍ୱରଙ୍କ ଆଗରେ ନିଜକୁ ନମ୍ର କଲ ଏବଂ ଦୁଃଖରେ ନିଜର ବସ୍ତ୍ରକୁ ଚିରି ପକାଇଲ। ଆମ୍ଭେ ତାହା ଦେଖିଲୁ, ସଦାପ୍ରଭୁ କହନ୍ତି। 28 ଆମ୍ଭେ ତୁମ୍ଭକୁ ତୁମ୍ଭର ପୂର୍ବପୁରୁଷମାନଙ୍କ ନିକଟକୁ ନେଇଯିବା। ତୁମ୍ଭେ ତୁମ୍ଭର କବରକୁ ଶାନ୍ତିରେ ଯିବ। ଆମ୍ଭେ ଏହି ସ୍ଥାନ କି ଏଠାରେ ବାସ କରୁଥିବା ଲୋକମାନଙ୍କ ଉପରେ ଯେଉଁ ବିପଦ ଆଣିବା, ତାହା ତୁମ୍ଭକୁ ଦେଖିବାକୁ ପଡ଼ିବ ନାହିଁ।’” ହି‌ଲ୍‌‌‌କିୟ ଓ ରାଜାଙ୍କ ସେବକମାନେ ଏହି ବାର୍ତ୍ତାସବୁ ରାଜା ଯୋଶିୟଙ୍କ ନିକଟକୁ ଆଣିଲେ।

29 ଏହା ପରେ ରାଜା ଯୋଶିୟ ଯିହୁଦା ଓ ଯିରୁଶାଲମର ସମସ୍ତ ବୟୋଜ୍ୟେଷ୍ଠ ବ୍ୟକ୍ତିମାନଙ୍କୁ ତାଙ୍କୁ ସାକ୍ଷାତ କରିବାକୁ ଡାକିଲେ। 30 ରାଜା ସଦାପ୍ରଭୁଙ୍କ ମନ୍ଦିରକୁ ଗଲେ। ଯିହୁଦାର ସମସ୍ତ ଲୋକ, ଯିରୁଶାଲମରେ ବାସ କରୁଥିବା ଲୋକମାନେ, ଯାଜକମାନେ, ଲେବୀୟମାନେ, ଏବଂ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଓ ଗୁରୁତ୍ୱହୀନ ଲୋକମାନେ, ଯୋଶିୟଙ୍କ ସହିତ ଥିଲେ। ଯୋଶିୟ ସେମାନଙ୍କ ନିକଟରେ ବ୍ୟବସ୍ଥା ନିୟମ ପୁସ୍ତକରୁ ସବୁ ବାକ୍ୟ ପଢ଼ି ଶୁଣାଇଲେ। ସଦାପ୍ରଭୁଙ୍କ ମନ୍ଦିର ମଧ୍ୟରୁ ସେହି ପୁସ୍ତକ ମିଳିଥିଲା। 31 ଏହା ପରେ ରାଜା ତାଙ୍କ ସ୍ଥାନରେ ଉଠି ଛିଡ଼ା ହେଲେ ଓ ସେ ସଦାପ୍ରଭୁଙ୍କ ସହିତ ଗୋଟିଏ ନିୟମ କଲେ। ସେ ସଦାପ୍ରଭୁଙ୍କ ଅନୁଗମନ କରିବା ଓ ସଦାପ୍ରଭୁଙ୍କ ଆଦେଶ, ନିୟମ ଓ ନୀତିକୁ ମାନିବା ପାଇଁ ସମସ୍ତ ହୃଦୟ ଓ ଆତ୍ମାର ସହିତ ପୁସ୍ତକରେ ଥିବା ନିୟମର ବାକ୍ୟକୁ ମାନିବା ନିମନ୍ତେ ସମ୍ମତ ହେଲେ। 32 ଏହା ପରେ ଯୋଶିୟ ଯିରୁଶାଲମ ଓ ବିନ୍ୟାମୀନର ସମସ୍ତ ଲୋକଙ୍କୁ ସେହି ନିୟମକୁ ଗ୍ରହଣ କରିବା ନିମନ୍ତେ ଶପଥ କରାଇଲେ। ଯିରୁଶାଲମର ଲୋକମାନେ ସେମାନଙ୍କର ପୂର୍ବପୁରୁଷମାନେ ଯେଉଁ ପରମେଶ୍ୱରଙ୍କର ବାଧ୍ୟ ହୋଇଥିଲେ, ସେହି ପରମେଶ୍ୱରଙ୍କ ନିୟମର ବାଧ୍ୟ ହେଲେ। 33 ଇସ୍ରାଏଲର ଲୋକମାନଙ୍କ ନିକଟରେ ଅନେକ ଦେଶର ଦେବାଦେବୀ ମୂର୍ତ୍ତିମାନ ଥିଲା। କିନ୍ତୁ ଯୋଶିୟ ସେହିସବୁ ଭୟଙ୍କର ମୂର୍ତ୍ତିଗୁଡ଼ିକୁ ଧ୍ୱଂସ କରିଦେଲେ। ଯୋଶିୟ ଇସ୍ରାଏଲର ସମସ୍ତ ଲୋକଙ୍କୁ ସଦାପ୍ରଭୁ ସେମାନଙ୍କର ପରମେଶ୍ୱରଙ୍କର ସେବା କରାଇଲେ। ଯୋଶିୟ ଜୀବିତ ଥିବା ପର୍ଯ୍ୟନ୍ତ ଲୋକମାନେ ସଦାପ୍ରଭୁ, ସେମାନଙ୍କ ପୂର୍ବପୁରୁଷମାନଙ୍କ ପରମେଶ୍ୱରଙ୍କର ସେବା କଲେ।

ଏବ୍ରୀ 11:17-28

17-18 ପରମେଶ୍ୱର ଅବ୍ରହାମଙ୍କୁ ପରୀକ୍ଷା କରିଥିଲେ। ଅବ୍ରହାମଙ୍କୁ ପରମେଶ୍ୱର କହିଥିଲେ ଯେ, ଇସ୍‌ହାକଙ୍କୁ ବଳିରୂପେ ସମର୍ପିତ କରିବ। ଅବ୍ରହାମଙ୍କ ବିଶ୍ୱାସ ଥିବାରୁ ସେ ତାହା ମାନିଲେ। ପରମେଶ୍ୱରଙ୍କଠାରୁ ଅବ୍ରହାମ ପୂର୍ବରୁ ପ୍ରତିଜ୍ଞା ପାଇଥିଲେ। ପରମେଶ୍ୱର ଅବ୍ରହାମଙ୍କୁ କହି ସାରିଥିଲେ ଯେ, “ଇସ୍‌ହାକଙ୍କ ଦ୍ୱାରା ତୁମ୍ଭର ବଂଶଧରମାନେ ଆସିବେ।” କିନ୍ତୁ ନିଜର ଏକମାତ୍ର ପୁତ୍ର ଇସ୍‌ହାକଙ୍କୁ ସେ ସମର୍ପିତ କରିବା ପାଇଁ ପ୍ରସ୍ତୁତ ଥିଲେ। ବିଶ୍ୱାସ ଥିବାରୁ ଅବ୍ରହାମ ଏପରି କଲେ। 19 ଅବ୍ରହାମ ବିଶ୍ୱାସ କରିଥିଲେ ଯେ, ପରମେଶ୍ୱର ଲୋକମାନଙ୍କୁ ମୃତ୍ୟୁରୁ ଉଠାଇ ଆଣି ପାରିବେ। ପ୍ରକୃତରେ ଯେତେବେଳେ ସେ ଇସ୍‌ହାକଙ୍କୁ ମାରିବା ପାଇଁ ଗଲାବେଳେ ପରମେଶ୍ୱର ଅବ୍ରହାମଙ୍କୁ ଅଟକାଇ ଦେଲେ। ସେତେବେଳେ ଅବ୍ରହାମ ଯେପରି ଇସ୍‌ହାକଙ୍କୁ ମୃତ୍ୟୁରୁ ଫେରି ପାଇଲେ।

20 ବିଶ୍ୱାସ କାରଣରୁ ଇସ୍‌ହାକ, ଯାକୁବ ଓ ଏସୌଙ୍କୁ ସେମାନଙ୍କ ଭବିଷ୍ୟତ ବିଷୟରେ ଆଶୀର୍ବାଦ ଦେଲେ। 21 ବିଶ୍ୱାସ କାରଣରୁ ହିଁ, ମଲାବେଳେ ଯାକୁବ, ଯୋଷେଫଙ୍କ ପ୍ରତ୍ୟେକ ପୁତ୍ରକୁ ଆଶୀର୍ବାଦ କଲେ। ସେ ନିଜର ବାଡ଼ି ଉପରେ ନଇଁ ପଡ଼ି ପରମେଶ୍ୱରଙ୍କୁ ଉପାସନା କଲେ।

22 ବିଶ୍ୱାସ ଦ୍ୱାରା ହଁ, ନିଜର ଶେଷ ସମୟ ନିକଟ ହେବା ପୂର୍ବରୁ ଯୋଷେଫ ଇସ୍ରାଏଲ ନିବାସୀମାନଙ୍କର ମିଶର ଦେଶରୁ ନିର୍ଗମନ ବିଷୟରେ, ତାହାଙ୍କ ମୃତ୍ୟୁ ପରେ ତାହାଙ୍କୁ କିପରି କବର ଦେବେ, ସେ ବିଷୟରେ କହିଥିଲେ।

23 ବିଶ୍ୱାସ ଦ୍ୱାରା ମୁଁ, ମୋଶାଙ୍କର ମା ଓ ବାପା ମୋଶାଙ୍କୁ ଜନ୍ମ ଦେଲା ପରେ ତିନି ମାସ ଧରି ଲୁଗ୍ଭଇ ରଖିଲେ। କାରଣ ସେମାନେ ଦେଖିଲେ ଯେ ମୋଶା ସୁନ୍ଦର ଶିଶୁଟିଏ। ସେମାନେ ରାଜାଜ୍ଞାକୁ ଅବଜ୍ଞା କରିବାକୁ ଭୟ କରି ନ ଥିଲେ।

24 ମୋଶା ବଡ଼ ହୋଇ ମଣିଷ ହେଲେ। ସେ ଫାରୋଙ୍କ ଝିଅର ପୁତ୍ର ହେବା ପାଇଁ ମନା କଲେ। 25 ସେ ପାପର କ୍ଷଣିକ ସୁଖଭୋଗ କରିବା ପାଇଁ ଗ୍ଭହିଁଲେ ନାହିଁ। ତା’ ପରିବର୍ତ୍ତେ ସେ ଈଶ୍ୱରଙ୍କ ଲୋକମାନଙ୍କ ଅସହ୍ୟ ହେଉଥିବା ଦୁର୍ବ୍ୟବହାର ସହିବା ପସନ୍ଦ କଲେ। ନିଜର ବିଶ୍ୱାସ ହେତୁ ସେ ଏପରି କଲେ। 26 ମିଶର ଦେଶର ସମସ୍ତ ଧନଭଣ୍ଡାର ପ୍ରାପ୍ତ କରିବା ବଦଳରେ ଖ୍ରୀଷ୍ଟଙ୍କ ପାଇଁ କଷ୍ଟ ସହନ କରିବା, ମୋଶା ଅପେକ୍ଷାକୃତ ଭଲ ମନେ କଲେ। ପରମେଶ୍ୱରଙ୍କ ଦ୍ୱାରା ଭବିଷ୍ୟତରେ ମିଳିବାକୁ ଥିବା ପ୍ରତିଦାନ ପାଇଁ ସେ ପ୍ରତୀକ୍ଷା କଲେ।

27 ନିଜ ବିଶ୍ୱାସ କାରଣରୁ ମୋଶା ମିଶର ଦେଶ ଛାଡ଼ିଲେ। ସେ ରାଜାଙ୍କର କ୍ରୋଧ ପ୍ରତି ଭୟଭୀତ ନ ଥିଲେ। ସେ ଅନ୍ୟମାନଙ୍କୁ ଅଦୃଶ୍ୟ ପରମେଶ୍ୱରଙ୍କୁ ଦେଖି ପାରିଲା ଭଳି ନିଜ ବିଶ୍ୱାସରେ ଦୃଢ଼ ଥିଲେ। 28 ମୋଶା ନିସ୍ତାର ଭୋଜି[a] (ପର୍ବ) କରି ଦ୍ୱାର ମାନଙ୍କରେ ରକ୍ତ ସିଞ୍ଚନ କଲେ। ଯିହୂଦୀମାନଙ୍କର ପ୍ରଥମଜାତ ସନ୍ତାନମାନଙ୍କୁ ମୃତ୍ୟୁର ଦୂତ ଯେପରି ମାରି ପାରିବେ ନାହିଁ, ସେଥିପାଇଁ ମୋଶା ଏପରି କଲେ। ମୋଶାଙ୍କର ବିଶ୍ୱାସ ଥିବାରୁ ସେ ଏପରି କଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center