Print Page Options
Previous Prev Day Next DayNext

Revised Common Lectionary (Complementary)

Daily Bible readings that follow the church liturgical year, with thematically matched Old and New Testament readings.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 33:12-22

12 ଯେଉଁ ଲୋକମାନେ ସଦାପ୍ରଭୁଙ୍କୁ ମାନନ୍ତି ସେମାନେ ସମସ୍ତେ ଭାଗ୍ୟଶାଳୀ ଅଟନ୍ତି।
    କାରଣ ପରମେଶ୍ୱର ସେମାନଙ୍କୁ ସ୍ୱତନ୍ତ୍ର ଭାବରେ ବିବେଚନା କରନ୍ତି।
13 ସଦାପ୍ରଭୁ ସ୍ୱର୍ଗରୁ ଥାଇ ସବୁ ଲୋକଙ୍କ ଉପରେ
    ଦୃଷ୍ଟିପାତ କରନ୍ତି।
14 ସେ ତାଙ୍କର ଉଚ୍ଚ ସିଂହାସନରୁ ଏ ପୃଥିବୀରେ ବାସ କରୁଥିବା ସବୁ ଜୀବନ୍ତ ପ୍ରାଣୀଙ୍କୁ
    ନିରୀକ୍ଷଣ କରନ୍ତି।
15 ପରମେଶ୍ୱର ସମସ୍ତ ମନୁଷ୍ୟମାନଙ୍କ ହୃଦୟକୁ ତିଆରି କରିଛନ୍ତି।
    ତେଣୁ ପରମେଶ୍ୱର ଜାଣନ୍ତି ପ୍ରତ୍ୟେକ ମନୁଷ୍ୟ କ’ଣ ଚିନ୍ତା କରୁଥାଏ।
16 ଜଣେ ରାଜା ନିଜର ଶକ୍ତିଦ୍ୱାରା ସୁରକ୍ଷିତ ହୁଏ ନାହିଁ।
    ଜଣେ ଶକ୍ତିଶାଳୀ ସୈନିକ କେବଳ ତା'ର ନିଜର ବଳ ଉପରେ ନିର୍ଭର କରି ଉଦ୍ଧାର ପାଏ ନାହିଁ।
17 ଅଶ୍ୱମାନେ କେବଳ ଯୁଦ୍ଧରେ ବିଜୟୀ କରାନ୍ତି ନାହିଁ।
    ସେମାନଙ୍କର ଶକ୍ତି କେବଳ ତୁମ୍ଭକୁ ପ୍ରକୃତରେ ଉଦ୍ଧାର କରିବାକୁ ସମର୍ଥ ହେବ ନାହିଁ।
18 ଯେଉଁମାନେ ସଦାପ୍ରଭୁଙ୍କୁ ଉପାସନା କରନ୍ତି, ପରମେଶ୍ୱର ସେମାନଙ୍କର ଯତ୍ନ ନିଅନ୍ତି ଓ ସେମାନଙ୍କ ଉପରେ ଦୃଷ୍ଟି ରଖନ୍ତି।
    ଯେଉଁମାନେ ତାଙ୍କର ଉପାସନା କରନ୍ତି, ସେହିମାନେ ତାଙ୍କର ସ୍ୱର୍ଗୀୟ କରୁଣାରେ ରକ୍ଷା ପାଆନ୍ତି।
19 ପ୍ରଭୁ ସେହି ଲୋକମାନଙ୍କୁ ମୃତ୍ୟୁ ମୁଖରୁ ରକ୍ଷା କରନ୍ତି।
ସେ ସେମାନଙ୍କୁ ଶକ୍ତି ପ୍ରଦାନ କରନ୍ତି।
    ଯେତେବେଳେ ସେମାନେ ଅତ୍ୟନ୍ତ ଭୋକିଲା ଥା’ନ୍ତି।
20 ତେଣୁ ଆମ୍ଭେ ସଦାପ୍ରଭୁଙ୍କ ପାଇଁ ଅପେକ୍ଷା କରିବା।
    ସେ ଆମ୍ଭକୁ ସାହାଯ୍ୟ କରନ୍ତି ଓ ରକ୍ଷା କରନ୍ତି।
21 ପରମେଶ୍ୱର ଆମ୍ଭକୁ ଆନନ୍ଦ ପ୍ରଦାନ କରନ୍ତି।
    ଆମ୍ଭେ ପ୍ରକୃତରେ ତାଙ୍କର ସେହି ପବିତ୍ର ନାମରେ ଭରସା କରିବା।
22 ହେ ସଦାପ୍ରଭୁ, ଆମ୍ଭେ ପ୍ରକୃତରେ ତୁମ୍ଭକୁ ଉପାସନା କରୁଛୁ।
    ତେଣୁ ତୁମ୍ଭର କୃପା ଦୃଷ୍ଟି ଓ ଦୟା ଆମ୍ଭମାନଙ୍କ ପ୍ରତି ରହିଥାଉ।

ଆୟୁବ ପୁସ୍ତକ 21:1-16

ଆୟୁବ ଉତ୍ତର ଦେଲା

21 ତା'ପରେ ଆୟୁବ ଉତ୍ତର ଦେଲା,

“ମୁଁ ଯାହା କହୁଛି ମନଦେଇ ଶୁଣ।
    ତାହା ତୁମ୍ଭମାନଙ୍କର ମୋ’ ପ୍ରତି ସାନ୍ତ୍ୱନା ହେଉ।
ମୁଁ କହିଲା ବେଳେ ଧୈର୍ଯ୍ୟ ଧରି ଶୁଣ।
    ମୁଁ କହିସାରିଲା ପରେ ତୁମ୍ଭେ ମୋ’ କଥାକୁ ବ୍ୟଙ୍ଗ କରିପାର।

“ମୁଁ ଲୋକମାନଙ୍କ ବିରୁଦ୍ଧରେ ଅଭିଯୋଗ କରୁ ନାହିଁ।
    ଏହାର ମଧ୍ୟ ଏକ ନିର୍ଦ୍ଦିଷ୍ଟ କାରଣ ଅଛି କାହିଁକି ମୁଁ ଧୈର୍ଯ୍ୟ ଧରିପାରୁ ନାହିଁ।
ତୁମ୍ଭେ ମୋତେ ଦେଖ ଓ ସ୍ତମ୍ଭିତ ହୁଅ।
    ତୁମ୍ଭ ମୁହଁରେ ତୁମ୍ଭେ ହାତ ଦେଇ ମୋତେ ଚକିତ ହୋଇ ଗ୍ଭହଁ।
ମୁଁ ଯେତେବେଳେ ଚିନ୍ତା କରେ ମୋ’ ପ୍ରତି କ’ଣ ସବୁ ଘଟିଗଲା।
    ଭୟରେ ମୋର ସର୍ବାଙ୍ଗ ଥରଥର କମ୍ପି ଉଠେ।
କାହିଁକି ଦୁଷ୍ଟ ଲୋକ ବେଶୀଦିନ ବଞ୍ଚନ୍ତି?
    କାହିଁକି ସେମାନେ ବଢ଼ନ୍ତି ଏବଂ ସଫଳତା ଅର୍ଜ୍ଜନ୍ତି?
ଦୁଷ୍ଟ ଦେଖନ୍ତି ତାଙ୍କର ପିଲାମାନେ ତାଙ୍କ ସହିତ ବଢ଼ନ୍ତି,
    ସେମାନେ ବଞ୍ଚନ୍ତି ତାଙ୍କ ନାତି-ନାତୁଣୀ ଦେଖିବା ପାଇଁ।
ସେମାନଙ୍କ ଘର ସବୁ ନିରାପଦ ଥାଏ।
    ସେମାନେ କାହାରିକି ଭୟ କରନ୍ତି ନାହିଁ।
    ପରମେଶ୍ୱର ମଧ୍ୟ ସେମାନଙ୍କୁ ଶାସ୍ତି ଦେବାକୁ ବାଡ଼ିଟିଏ ବ୍ୟବହାର କରନ୍ତି ନାହିଁ।
10 ସେମାନଙ୍କ ଷଣ୍ଢ ସଙ୍ଗମ କରି ନିଷ୍ଫଳ ହୁଏ ନାହିଁ।
    ସେମାନଙ୍କ ଗାଈସବୁ ବାଛୁରି ପ୍ରସବ କରେ।
    ବାଛୁରି ସବୁ ଜନ୍ମ ହେଲା ବେଳେ ମରନ୍ତି ନାହିଁ।
11 ଦୁଷ୍ଟ ଲୋକମାନେ ସେମାନଙ୍କ ପିଲାମାନଙ୍କୁ ମେଣ୍ଢା ପରି ବାହାରକୁ ଖୋଜିବକୁ ପଠାନ୍ତି।
    ସେହି ପିଲାମାନେ ଗ୍ଭରିଆଡ଼େ ନୃତ୍ୟ କରନ୍ତି।
12 ସେମାନେ ତବଲା ଓ ବୀଣା ବଜାଇ ନୃତ୍ୟ ଗୀତରେ ମାତନ୍ତି।
13 ଦୁଷ୍ଟ ବ୍ୟକ୍ତି ସାରାଜୀବନ ସୌଭାଗ୍ୟରେ ଦିନ କାଟନ୍ତି।
    ତା'ପରେ ସେମାନେ ମୃତ୍ୟୁ ମୁଖରେ ପଡ଼ନ୍ତି।
    କୌଣସି ଯନ୍ତ୍ରଣା ଭୋଗ ନ କରି ସେମାନେ କବରକୁ ଯାଆନ୍ତି।
14 କିନ୍ତୁ ଦୁଷ୍ଟ ଲୋକମାନେ ପରମେଶ୍ୱରଙ୍କୁ କହିଲେ, ‘ଆମ୍ଭକୁ ଏକା ଛାଡ଼ିଦିଅ।
    ତୁମ୍ଭେ ଯାହା କରିବାକୁ ଗ୍ଭହୁଁଛ ଆମ୍ଭେ ତାହା ଖାତିରି କରୁ ନାହୁଁ।’
15 ଦୁଷ୍ଟ ଲୋକମାନେ କହନ୍ତି, ‘ସର୍ବଶକ୍ତିମାନ ପରମେଶ୍ୱର କିଏ ଯେ,
    ଆମ୍ଭେ ତାଙ୍କର ସେବା କରିବୁ‌!
    ତାଙ୍କ ନିକଟରେ ପ୍ରାର୍ଥନା କଲେ ଆମ୍ଭେ କି ଲାଭ ପାଇବା?’

16 “ଏହା ସତ୍ୟ ଦୁଷ୍ଟ ଲୋକମାନଙ୍କର ସୌଭାଗ୍ୟ ସେମାନଙ୍କ ହାତରେ ନାହିଁ।
    ମୁଁ ସେମାନଙ୍କ ଉପଦେଶ ଗ୍ରହଣ କରି ପାରିବି ନାହିଁ।

ରୋମୀୟଙ୍କ ପ୍ରତି ପତ୍ର 9:1-9

ପରମେଶ୍ୱର ଓ ଯିହୂଦୀ ଲୋକେ

ମୁଁ ଖ୍ରୀଷ୍ଟଙ୍କଠାରେ ଅଛି, ଓ ମୁଁ ସତ୍ୟ କହୁଛି। ମୁଁ ମିଛ କହୁ ନାହିଁ। ପବିତ୍ରଆତ୍ମା ଦ୍ୱାରା ମୋର ଭାବନା ନିୟନ୍ତ୍ରିତ। ଏହି ଭାବନା ମୋତେ କୁହେ ଯେ ମୁଁ ମିଛ କୁହେ ନାହିଁ। ମୋର ଅଶେଷ ଦୁଃଖ ଅଛି, ଓ ମୁଁ ଯିହୂଦୀମାନଙ୍କ ଲାଗି ଅଧିକ ବେଦନାଗ୍ରସ୍ତ ଅଛି। ସେମାନେ ମୋର ଭାଇ ଓ ଭଉଣୀ। ସେମାନେ ଏହି ସଂସାରରେ ମୋର ପରିବାର। ମୁଁ ସେମାନଙ୍କୁ ସାହାଯ୍ୟ କରିପାରେ। ମୁଁ ନିଜେ ଅଭିଶପ୍ତ ହେବା ପାଇଁ ଇଛୁକ, ଓ ଖ୍ରୀଷ୍ଟଙ୍କଠାରୁ ପୃଥକ ରହି ଶାପଗ୍ରସ୍ତ ହୋଇପାରେ। ସେମାନେ ଇସ୍ରାଏଲୀୟ ଲୋକ। ସେମାନେ ପରମେଶ୍ୱରଙ୍କର ବଛାଯାଇଥିବା ସନ୍ତାନ। ସେମାନଙ୍କ ପାଖରେ ପରମେଶ୍ୱରଙ୍କ ମହିମା ଅଛି ଓ ସେମାନେ ପରମେଶ୍ୱର ଲୋକମାନଙ୍କ ସହିତ କରିଥୀବା ଚୁକ୍ତିର ସହଭାଗୀ। ପରମେଶ୍ୱର ସେମାନଙ୍କୁ ମୋଶାଙ୍କ ବ୍ୟବସ୍ଥା ଓ ଉପାସନାର ସଠିକ ପଦ୍ଧତି ଦେଇଛନ୍ତି। ପରମେଶ୍ୱର ସେମାନଙ୍କୁ ତାହାଙ୍କର ପ୍ରତିଶ୍ରୁତିମାନ ଦେଇଛନ୍ତି। ସେମାନେ ଆମ ପୂର୍ବପୁରୁଷମାନଙ୍କର ବଂଶଧର ଅଟନ୍ତି। ସେମାନେ ସଂସାରରେ ଖ୍ରୀଷ୍ଟଙ୍କର ପରିବାର। ସମସ୍ତ ବିଷୟରେ ଖ୍ରୀଷ୍ଟ ପରମେଶ୍ୱର ଅଟନ୍ତି। ତାହାଙ୍କୁ ସର୍ବଦା ପ୍ରଶଂସା କର ଆମେନ୍।

ମୁଁ ଯିହୂଦୀମାନଙ୍କ ଲାଗି ଦୁଃଖ ପ୍ରକାଶ କରୁଛି। ପରମେଶ୍ୱର ତାହାଙ୍କର ପ୍ରତିଶ୍ରୁତି ରକ୍ଷା କଲେ ନାହିଁ ବୋଲି ନୁହେଁ, କାରଣ ଇସ୍ରାଏଲର କେବଳ ଅଳ୍ପ କିଛି ଲୋକ ହିଁ ପ୍ରକୃତରେ ପରମେଶ୍ୱରଙ୍କର ଲୋକ। ଅବ୍ରାହମଙ୍କ କେବଳ ଅଳ୍ପ କିଛି ସନ୍ତାନ ହିଁ ପ୍ରକୃତରେ ପରମେଶ୍ୱରଙ୍କର ସନ୍ତାନ। ଅବ୍ରାହମଙ୍କୁ ପରମେଶ୍ୱର କହିଥିଲେ: “ଇସ୍‌‌ହାକ ଦ୍ୱାରା ତୁମ୍ଭର ବିଧି ସଙ୍ଗତ ବଂଶବୃଦ୍ଧି ହେବ।”(A) ଏହାର ଅର୍ଥ ଯେ ଅବ୍ରାହମଙ୍କ ବଂଶର ସମସ୍ତେ ପରମେଶ୍ୱରଙ୍କର ପ୍ରକୃତ ସନ୍ତାନ ନୁହନ୍ତି। କେବଳ ଯେଉଁମାନେ ପରମେଶ୍ୱରଙ୍କ ପ୍ରତିଜ୍ଞା ଦ୍ୱାରା ପରମେଶ୍ୱରଙ୍କ ସନ୍ତାନ ହୋଇଥିଲେ ସେହିମାନେ ଅବ୍ରାହମଙ୍କ ପ୍ରକୃତ ସନ୍ତାନ ହେଲେ। ପରମେଶ୍ୱରଙ୍କ ପ୍ରତିଜ୍ଞା ଏହିପରି ଥିଲା: “ଉଚିତ୍ ସମୟ ଉପସ୍ଥିତ ହେଲେ ମୁଁ ଫେରିବି ଓ ସାରା ପୁତ୍ର ଜନ୍ମ କରିବ।”(B)

Odia Holy Bible: Easy-to-Read Version (ERV-OR)

2010 by World Bible Translation Center