Print Page Options
Previous Prev Day Next DayNext

Revised Common Lectionary (Complementary)

Daily Bible readings that follow the church liturgical year, with thematically matched Old and New Testament readings.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 49:1-12

ପ୍ରଧାନ ବାଦ୍ୟକର ନିମନ୍ତେ କୋରହ ପରିବାରର ଗୋଟିଏ ଗୀତ।

49 ହେ ଜାତିଗଣ ସମୂହ ଶୁଣ,
    ହେ ପୃଥିବୀବାସୀ ଲୋକମାନେ ଶୁଣ,
    ପ୍ରତ୍ୟେକ ମଣିଷ, ଧନୀ ଓ ଦରିଦ୍ର, ନିର୍ବିଶେଷରେ ସମସ୍ତେ ଶୁଣ,
ମୁଁ ତୁମ୍ଭକୁ ଅତି ଜ୍ଞାନଗର୍ଭକ
    ଓ ବୁଦ୍ଧିମାନର କଥା କହିବି।
ମୁଁ ସେ ସବୁ ଯେ ଶୁଣି ଅଛି
    ଓ ବର୍ତ୍ତମାନ ମୁଁ ସେ ସବୁକୁ ମୋର ବୀଣାବାଦନ ସହିତ ଗାୟନ କରିବି ଏବଂ ତୁମ୍ଭ ନିକଟରେ ସେହି ଗୁଢ଼ ବିଷୟସବୁ ପ୍ରକାଶ କରିବି।

ଯଦି ବିପଦ ପଡ଼େ ମୁଁ କାହିଁକି ଭୟଭୀତ ହେବି?
    ଯଦି ଦୁଷ୍ଟ ଲୋକମାନେ ମୋର ଗ୍ଭରିକଡ଼ରେ ଘେରିଯାଇ ମୋତେ ଯନ୍ତାରେ ପକାଇବାକୁ ଚେଷ୍ଟା କରନ୍ତି, ସେଠାରେ ମଧ୍ୟ ମୋର ଭୟ କରିବାର କୌଣସି କାରଣ ନାହିଁ।
ଅନେକ ଲୋକ ଭାବନ୍ତି ସେମାନଙ୍କର ଧନ ଓ ବଳ ସେମାନଙ୍କୁ ରକ୍ଷା କରିବ
    କିନ୍ତୁ ସେହି ଲୋକମାନେ ମୂର୍ଖ ଅଟନ୍ତି।
ନିଜର ବନ୍ଧୁ ତୁମ୍ଭକୁ ବଞ୍ଚାଇ ପାରିବେ ନାହିଁ
    କି ତୁମ୍ଭେ ପରମେଶ୍ୱରଙ୍କୁ ଲାଞ୍ଚ ଦେଇ ପାରିବ ନାହିଁ।
ଏମିତି କୌଣସି ବ୍ୟକ୍ତି ନାହିଁ ଯିଏ ଅଧିକ ଧନ ଦେଇ
    ତା'ର ଜୀବନକୁ ପ୍ରାୟଶ୍ଚିତ କରି ପାରିବ।
କୌଣସି ବ୍ୟକ୍ତିର ନିକଟରେ ଏବେ ଧନ ନାହିଁ ଯେ,
    ସେ ଚିରଦିନ ବଞ୍ଚିବା ପାଇଁ ସବୁ ଜିନିଷ ଧନରେ କିଣି ପାରିବ ଓ ତା'ର ଶରୀରକୁ ରକ୍ଷା କରି ପାରିବ,
    ଯାହାକି କବର ମଧ୍ୟରେ ନଷ୍ଟ ହୋଇଥିବ।
10 ଦେଖ! ବୁଦ୍ଧିମାନ୍ ଲୋକମାନେ ମୃତ୍ୟୁବରଣ କରନ୍ତି, ଯେମିତିକି ମୂର୍ଖ ଓ ନିର୍ବୋଧଲୋକମାନେ ମୃତ୍ୟୁବରଣ କରନ୍ତି
    ଓ ନିଜର ସମ୍ପତ୍ତି ଅନ୍ୟ ପାଇଁ ଛାଡ଼ି ଯାଆନ୍ତି।
11 ସେମାନଙ୍କ କବର ସେମାନଙ୍କ ପାଇଁ ଚିରଦିନ ନୂତନ ବାସସ୍ଥଳୀ ଅଟେ,
    ଏବଂ ଯେତେ ଭୂମି ସେମାନେ ଅଧିକାର କରିଥିଲେ ହେଁ, ଏହା ସେମାନଙ୍କ ପାଇଁ ମୂଲ୍ୟହୀନ ଅଟେ।
12 ଲୋକମାନେ ବିତ୍ତଶାଳୀ ହୋଇ ପାରନ୍ତି।
    କିନ୍ତୁ ସେମାନେ ଏଠାରେ ଚିରଦିନ ରହିପାରିବେ ନାହିଁ।
    ସେମାନେ ପଶୁ ତୁଲ୍ୟ ମୃତ୍ୟୁବରଣ କରିବେ।

ହିତୋପଦେଶ 24:1-12

—19—

24 ମନ୍ଦ ଲୋକମାନଙ୍କ ପ୍ରତି ଈର୍ଷା କର ନାହିଁ। ସେମାନଙ୍କର ମଧ୍ୟ ସାଙ୍ଗ ହୁଅ ନାହିଁ। ସେମାନେ ମନରେ ଦୌରାତ୍ମ୍ୟ କଳ୍ପନା କରନ୍ତି। ସେମାନେ ଅନିଷ୍ଟ କରିବା ପାଇଁ କହନ୍ତି।

—20—

ବୁଦ୍ଧି ଓ ଜ୍ଞାନଦ୍ୱାରା ଉତ୍ତମ ଗୃହ ନିର୍ମିତ ହୁଏ। ଜ୍ଞାନରେ ତାହାର କୋଠରୀ ସବୁ ବହୁମୂଲ୍ୟ ଓ ମନୋରମ ବସ୍ତ୍ରରେ ପରିପୂର୍ଣ୍ଣ ହୁଏ।

—21—

ଜ୍ଞାନବାନ ଲୋକମାନେ ବଳବାନ୍ ଅଟନ୍ତି। ଏବଂ ବିଦ୍ୱାନ୍ ଲୋକମାନେ ବଳ ବଢ଼ାନ୍ତି। ଯୁଦ୍ଧ କରିବା ପୂର୍ବରୁ ଯତ୍ନରେ ଯୋଜନା କରିବା ଉଚିତ୍। ଯଦି ତୁମ୍ଭେ ଯୁଦ୍ଧରେ ଜୟ କରିବାକୁ ଗ୍ଭହଁ, ତୁମ୍ଭମାନଙ୍କର ନିଶ୍ଚିତ ଉତ୍ତମ ଉପଦେଷ୍ଟା ରହିବା ଉଚିତ୍।

—22—

ଅଜ୍ଞାନ ଲୋକମାନେ ଜ୍ଞାନକୁ ବୁଝିପାରନ୍ତି ନାହିଁ। ଯେତେବେଳେ ଲୋକମାନେ ଗୁରୁତ୍ୱପୂର୍ଣ୍ଣ କଥାବାର୍ତ୍ତା କରନ୍ତି ବୋକାମାନେ ନୀରବ ରୁହନ୍ତି।

—23—

ଯେଉଁ ଲୋକମାନେ ମନ୍ଦକାର୍ଯ୍ୟ କରିବାକୁ ଯୋଜନା କରନ୍ତି, ଲୋକମାନେ ସେମାନଙ୍କୁ କୁସନ୍ଧାନୀ ବୋଲି କହିବେ। ଏବଂ ସେମାନେ ତୁମ୍ଭମାନଙ୍କର କଥା ଶୁଣିବେ ନାହିଁ। ନିର୍ବୋଧଲୋକମାନେ ଯାହାସବୁ ଯୋଜନା କରନ୍ତି, ତାହା ପାପ। ଲୋକମାନେ ସେହି ଲୋକକୁ ଘୃଣା କରନ୍ତି ଯିଏ ଅନ୍ୟମାନଙ୍କଠାରୁ ନିଜକୁ ଉତ୍ତମ ବୋଲି ବିବେଚନା କରେ।

—24—

10 ବିପଦ ଦିନରେ ତୁମ୍ଭେ ଯଦି ଭୀରୁ ଦେଖାଇବ, ତେବେ ତୁମ୍ଭର ଶକ୍ତି କ୍ଷୀଣ ହେବ।

—25—

11 ଯଦି ଲୋକମାନେ ଯୋଜନା କରନ୍ତି ଏକ ଲୋକକୁ ହତ୍ୟା କରିବାକୁ, ତେବେ ତୁମ୍ଭେ ତାଙ୍କୁ ରକ୍ଷା କର। 12 ତୁମ୍ଭେ ଏପରି କୁହ ନାହିଁ, “ଏହା ମୋର କର୍ତ୍ତବ୍ୟ ନୁହେଁ।” ଯେହେତୁ ସଦାପ୍ରଭୁ ସମସ୍ତ ବିଷୟ ଜାଣନ୍ତି। ସଦାପ୍ରଭୁ ତୁମ୍ଭର ପ୍ରତ୍ୟେକ କର୍ମକୁ ଦେଖୁଛନ୍ତି। ତୁମ୍ଭେ କ’ଣ ସବୁ କରୁଅଛ। ତେଣୁ ସଦାପ୍ରଭୁ ତୁମ୍ଭର ଉତ୍ତମ କାର୍ଯ୍ୟ ପାଇଁ ତୁମ୍ଭକୁ ପୁରସ୍କୃତ କରିବେ।

ଏଫିସୀୟଙ୍କ ପ୍ରତି ପତ୍ର 4:17-24

କିଭଳି ଜୀବନ-ଯାପନ କରିବା ଉଚିତ୍

17 ପ୍ରଭୁଙ୍କ ନାମରେ ମୁଁ ସତର୍କ କରି ଦେଉଛି ଯେ ଅବିଶ୍ୱାସୀ ଲୋକଙ୍କ ଭଳି ଜୀବନଯାପନ କର ନାହିଁ। ସେମାନଙ୍କ ବିଗ୍ଭରର କିଛି ମୂଲ୍ୟ ନାହିଁ। 18 ସେମାନେ କିଛି ବୁଝନ୍ତି ନାହିଁ କି କିଛି ଜାଣନ୍ତି ନାହିଁ, କାରଣ ସେମାନେ ବୁଝିବା ପାଇଁ ମନା କରନ୍ତି। ସେଥିପାଇଁ ପରମେଶ୍ୱର ପ୍ରଦତ୍ତ ଜୀବନ ସେମାନେ ପାଇ ପାରିବେ ନାହିଁ। 19 ସେମାନଙ୍କର ଲଜ୍ଜା ନାହିଁ। ସେମାନେ ମନ୍ଦ କାର୍ଯ୍ୟ କରି ଜୀବନଯାପନ କରନ୍ତି। ସବୁ ପ୍ରକାରର ମନ୍ଦ କାମ ଅଧିକରୁ ଅଧିକ ରୂପେ କରିବାକୁ ସେମାନଙ୍କର ଇଚ୍ଛା। 20 କିନ୍ତୁ ତୁମ୍ଭେମାନେ ଖ୍ରୀଷ୍ଟଙ୍କ ବିଷୟରେ ଯାହା ଶିଖିଲ, ସେଗୁଡ଼ିକ ଏହି ମନ୍ଦ କାମଠାରୁ ଭିନ୍ନ। 21 ମୁଁ ଜାଣେ ତୁମ୍ଭେମାନେ ତାହାଙ୍କ ବିଷୟରେ ଶୁଣିଛ। ତୁମ୍ଭେ ତାଙ୍କଠାରେ ଅଛ, ସେଥିପାଇଁ ତୁମ୍ଭକୁ ସତ୍ୟ ଶିକ୍ଷା ଦିଆଯାଇଛି। ସେହି ସତ୍ୟ ଯୀଶୁ ଖ୍ରୀଷ୍ଟଙ୍କଠାରେ ଅଛି। 22 ତୁମ୍ଭମାନଙ୍କୁ ଶିକ୍ଷା ଦିଆଯାଇଛି ଯେ ତୁମ୍ଭର ପୁରୁଣା ଆଚରଣ ଓ ତୁମ୍ଭର ପୂର୍ବର ଜୀବନଯାପନ ଛାଡ଼ିଦିଅ। କାରଣ ଲୋକମାନେ ମନ୍ଦକାର୍ଯ୍ୟ କରିବାକୁ ଭଲ ପାଇବାରୁ ତଦ୍ଦ୍ୱାରା ପ୍ରବଞ୍ଚିତ ହୁଅନ୍ତି ଓ ତାହା ଫଳରେ ପୁରୁଣା ରୂପ ଦ୍ୱାରା ମନ୍ଦ ଆହୁରି ହୋଇଯାଏ। 23 ମାତ୍ର, ତୁମ୍ଭମାନଙ୍କୁ ହୃଦୟରେ ଓ ଭାବନାରେ ନୂତନ ହେବାକୁ ପଡ଼ିବ। 24 ତୁମ୍ଭକୁ ସମ୍ପୂର୍ଣ୍ଣ ନୂତନ ବ୍ୟକ୍ତି ସ୍ୱରୂପ ହୋଇ ପରମେଶ୍ୱରଙ୍କ ଭଳି ପ୍ରକୃତରେ ଭଲ ଓ ପବିତ୍ର ହେବାକୁ ପଡ଼ିବ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center