Revised Common Lectionary (Complementary)
ପ୍ରଧାନ ବାଦ୍ୟକର ନିମନ୍ତେ କୋରହ ପରିବାରର ଗୋଟିଏ ଗୀତ।
49 ହେ ଜାତିଗଣ ସମୂହ ଶୁଣ,
ହେ ପୃଥିବୀବାସୀ ଲୋକମାନେ ଶୁଣ,
2 ପ୍ରତ୍ୟେକ ମଣିଷ, ଧନୀ ଓ ଦରିଦ୍ର, ନିର୍ବିଶେଷରେ ସମସ୍ତେ ଶୁଣ,
3 ମୁଁ ତୁମ୍ଭକୁ ଅତି ଜ୍ଞାନଗର୍ଭକ
ଓ ବୁଦ୍ଧିମାନର କଥା କହିବି।
4 ମୁଁ ସେ ସବୁ ଯେ ଶୁଣି ଅଛି
ଓ ବର୍ତ୍ତମାନ ମୁଁ ସେ ସବୁକୁ ମୋର ବୀଣାବାଦନ ସହିତ ଗାୟନ କରିବି ଏବଂ ତୁମ୍ଭ ନିକଟରେ ସେହି ଗୁଢ଼ ବିଷୟସବୁ ପ୍ରକାଶ କରିବି।
5 ଯଦି ବିପଦ ପଡ଼େ ମୁଁ କାହିଁକି ଭୟଭୀତ ହେବି?
ଯଦି ଦୁଷ୍ଟ ଲୋକମାନେ ମୋର ଗ୍ଭରିକଡ଼ରେ ଘେରିଯାଇ ମୋତେ ଯନ୍ତାରେ ପକାଇବାକୁ ଚେଷ୍ଟା କରନ୍ତି, ସେଠାରେ ମଧ୍ୟ ମୋର ଭୟ କରିବାର କୌଣସି କାରଣ ନାହିଁ।
6 ଅନେକ ଲୋକ ଭାବନ୍ତି ସେମାନଙ୍କର ଧନ ଓ ବଳ ସେମାନଙ୍କୁ ରକ୍ଷା କରିବ
କିନ୍ତୁ ସେହି ଲୋକମାନେ ମୂର୍ଖ ଅଟନ୍ତି।
7 ନିଜର ବନ୍ଧୁ ତୁମ୍ଭକୁ ବଞ୍ଚାଇ ପାରିବେ ନାହିଁ
କି ତୁମ୍ଭେ ପରମେଶ୍ୱରଙ୍କୁ ଲାଞ୍ଚ ଦେଇ ପାରିବ ନାହିଁ।
8 ଏମିତି କୌଣସି ବ୍ୟକ୍ତି ନାହିଁ ଯିଏ ଅଧିକ ଧନ ଦେଇ
ତା'ର ଜୀବନକୁ ପ୍ରାୟଶ୍ଚିତ କରି ପାରିବ।
9 କୌଣସି ବ୍ୟକ୍ତିର ନିକଟରେ ଏବେ ଧନ ନାହିଁ ଯେ,
ସେ ଚିରଦିନ ବଞ୍ଚିବା ପାଇଁ ସବୁ ଜିନିଷ ଧନରେ କିଣି ପାରିବ ଓ ତା'ର ଶରୀରକୁ ରକ୍ଷା କରି ପାରିବ,
ଯାହାକି କବର ମଧ୍ୟରେ ନଷ୍ଟ ହୋଇଥିବ।
10 ଦେଖ! ବୁଦ୍ଧିମାନ୍ ଲୋକମାନେ ମୃତ୍ୟୁବରଣ କରନ୍ତି, ଯେମିତିକି ମୂର୍ଖ ଓ ନିର୍ବୋଧଲୋକମାନେ ମୃତ୍ୟୁବରଣ କରନ୍ତି
ଓ ନିଜର ସମ୍ପତ୍ତି ଅନ୍ୟ ପାଇଁ ଛାଡ଼ି ଯାଆନ୍ତି।
11 ସେମାନଙ୍କ କବର ସେମାନଙ୍କ ପାଇଁ ଚିରଦିନ ନୂତନ ବାସସ୍ଥଳୀ ଅଟେ,
ଏବଂ ଯେତେ ଭୂମି ସେମାନେ ଅଧିକାର କରିଥିଲେ ହେଁ, ଏହା ସେମାନଙ୍କ ପାଇଁ ମୂଲ୍ୟହୀନ ଅଟେ।
12 ଲୋକମାନେ ବିତ୍ତଶାଳୀ ହୋଇ ପାରନ୍ତି।
କିନ୍ତୁ ସେମାନେ ଏଠାରେ ଚିରଦିନ ରହିପାରିବେ ନାହିଁ।
ସେମାନେ ପଶୁ ତୁଲ୍ୟ ମୃତ୍ୟୁବରଣ କରିବେ।
—6—
23 ଯେତେବେଳେ ତୁମ୍ଭେ ଶାସନକର୍ତ୍ତା ସହିତ ଭୋଜନରେ ବସ ସେତେବେଳେ ତୁମ୍ଭ ସମ୍ମୁଖରେ କିଏ ଅଛି, ତାହା ଯତ୍ନପୂର୍ବକ ବିବେଚନା କର। 2 ଯେବେ ତୁମ୍ଭେ ଭୋକିଲା ହୁଅ। ତୁମ୍ଭେ ଆପଣା ଗଳାରେ ଛୁରି ଆପେ ରଖ। 3 ତାହାର ସୁସ୍ୱାଦୁ ଖାଦ୍ୟକୁ ଲୋଭ କର ନାହିଁ। ଯେହେତୁ ତାହା ପ୍ରବଞ୍ଚନା ଜନକ ଖାଦ୍ୟ ଅଟେ।
—7—
4 ଧନୀ ହେବାକୁ ନିଜକୁ କ୍ଳାନ୍ତ କର ନାହିଁ। କେତେବେଳେ ବନ୍ଦ କରିବାକୁ ହୁଏ ଜାଣିବାକୁ ତହିଁର ଜ୍ଞାନ ରଖ। 5 ତୁମ୍ଭେ ଧନକୁ ଦେଖିବା ପୂର୍ବରୁ ସେ ପଳାଏ। କାରଣ ଧନ ଉଡ଼ୁଥିବା ଉତ୍କ୍ରୋଶପକ୍ଷୀ ପରି ଡେଣା ପାଏ ଏବଂ ଉଡ଼ିଯାଏ।
—8—
6 ଜଣେ ଲୋକ ସହିତ ଖାଦ୍ୟ ଖାଅ ନାହିଁ। ଯିଏ କୃପଣ ଏବଂ ତାହାର ସୁସ୍ୱାଦୁ ଖାଦ୍ୟ ଖାଇବାକୁ କାମନା କର ନାହିଁ। 7 ସେ ହେଉଛି ଏହିପରି ଲୋକ ଯେ କି ସର୍ବଦା ମୂଲ୍ୟ କଥା ଚିନ୍ତା କରେ। ସେ ଏପରି ତୁମ୍ଭକୁ କହିପାରେ, “ଖାଅ ପିଅ” କିନ୍ତୁ ତାହା ତା'ର ଅନ୍ତରର କଥା ନୁହେଁ। 8 ତୁମ୍ଭେ ଯେଉଁ ଗୁଣ୍ଡାଏ ଖାଦ୍ୟ ଖାଇଅଛ ତାହା ଉଦ୍ଗାର କରିବ ଏବଂ ତୁମ୍ଭର ତା’ ପ୍ରତି ପ୍ରଶଂସା ବେକାର ହୋଇଯିବ।
—9—
9 ମୂର୍ଖର କର୍ଣ୍ଣଗୋଚରରେ କଥା କୁହ ନାହିଁ। ଯେହେତୁ ସେ ତୁମ୍ଭ ବାକ୍ୟର ବିଜ୍ଞତା ତୁଚ୍ଛ କରିବ।
—10—
10 ପୁରାତନ ଭୂମିର ଚିହ୍ନ ସୀମା ଘୁଞ୍ଚାଅ ନାହିଁ। ପିତୃମାତୃହୀନମାନଙ୍କର ଭୂମି ନିଅ ନାହିଁ। 11 କାରଣ ସେମାନଙ୍କ ମୁକ୍ତିକର୍ତ୍ତା ବଳବାନ୍। ସେ ତୁମ୍ଭ ସହିତ ସେମାନଙ୍କ ବିବାଦର ପ୍ରତିବାଦ କରିବେ।
ପରମେଶ୍ୱର ଧନ୍ୟ
33 ପରମେଶ୍ୱରଙ୍କ ଧନ ବହୁତ ମହାନ୍! ତାଙ୍କ ବୁଦ୍ଧି ଓ ଜ୍ଞାନର ସୀମା ନାହିଁ! ସେ ନିଷ୍ପତ୍ତି କିପରି ନିଅନ୍ତି କେହି ବୁଝାଇ ପାରିବ ନାହିଁ। 34 କେହିହେଲେ ପରମେଶ୍ୱରଙ୍କ ପଥ ସବୁ ବୁଝି ପାରିବେ ନାହିଁ। ଶାସ୍ତ୍ର କୁହେ:
“ପ୍ରଭୁଙ୍କର ମନକୁ କିଏ ଜାଣିଛି?
କିଏ ପରମେଶ୍ୱରଙ୍କୁ ପରାମର୍ଶ ଦେଇ ପାରିବ କି?”(A)
35 “କିଏ କେବେ ହେଲେ ପରମେଶ୍ୱରଙ୍କୁ କ’ଣ ବା ଦେଇଛି?
ଯେ ପରମେଶ୍ୱର ପ୍ରତ୍ୟୁପକାରରେ କିଛି ଦେବେ।”(B)
36 ପରମେଶ୍ୱର ସମସ୍ତ ସୃଷ୍ଟି କରିଛନ୍ତି। ପ୍ରତ୍ୟେକ ବିଷୟ ତାହାଙ୍କ ମାଧ୍ୟମରେ ଓ ତାହାଙ୍କ ପାଇଁ ରହିଛି। ତାହାଙ୍କର ଗୌରବ ସର୍ବଦା ହେଉ। ଆମେନ୍।
2010 by World Bible Translation Center