Print Page Options
Previous Prev Day Next DayNext

Revised Common Lectionary (Complementary)

Daily Bible readings that follow the church liturgical year, with thematically matched Old and New Testament readings.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 119:97-104

ମେମ୍

97 ହେ ସଦାପ୍ରଭୁ, ମୁଁ ତୁମ୍ଭର ଶିକ୍ଷାଗୁଡ଼ିକୁ ଭଲ ପାଏ।
    ତାହା ମୁଁ ଦିନସାରା ଭାବେ।
98 ତୁମ୍ଭର ନିର୍ଦ୍ଦେଶ ମୋତେ ମୋର ଶତ୍ରୁମାନଙ୍କଠାରୁ ବୁଦ୍ଧିମାନ୍ କରିଛି।
    ତୁମ୍ଭର ନିୟମ ସର୍ବଦା ମୋ’ ସହିତ ଅଛି।
99 ମୋର ସମସ୍ତ ଗୁରୁଙ୍କଠାରୁ ମୁଁ ଅଧିକ ବୁଦ୍ଧିମାନ୍।
    କାରଣ ମୁଁ ତୁମ୍ଭର ବାକ୍ୟସବୁ ଶିକ୍ଷା କରେ।
100 ମୁଁ ପ୍ରାଚୀନବର୍ଗମାନଙ୍କଠାରୁ ଅଧିକ ବୁଝେ।
    କାରଣ ମୁଁ ତୁମ୍ଭର ନିର୍ଦ୍ଦେଶ ରକ୍ଷା କରେ।
101 ସଦାପ୍ରଭୁ, ପ୍ରତ୍ୟେକ କୁପଥଠାରୁ ମୁଁ ଦୂରେଇ ରହିବି,
    ଯେପରିକି ମୁଁ ତୁମ୍ଭର ବାକ୍ୟ ରକ୍ଷା କରି ପାରିବି।
102 ସଦାପ୍ରଭୁ ମୁଁ ତୁମ୍ଭର ଶାସନରୁ ଫେରି ନାହିଁ,
    କାରଣ ତୁମ୍ଭେ ନିଜେ ମୋତେ ଶିକ୍ଷା ଦେଇଅଛ।
103 ତୁମ୍ଭର ପ୍ରତିଜ୍ଞା ସର୍ବଦା ମୋ’ ପାଟିକୁ
    ମହୁଠାରୁ ଅଧିକ ମଧୁର ଲାଗେ।
104 ତୁମ୍ଭର ଶିକ୍ଷା ମୋତେ ବୁଦ୍ଧିମାନ କରେ।
    ତେଣୁ ମୁଁ ସବୁ ମିଥ୍ୟା ଶିକ୍ଷାକୁ ଘୃଣା କରେ।

ହିତୋପଦେଶ 9

ଜ୍ଞାନୀ ଏବଂ ଦୁଷ୍ଟ

ଜ୍ଞାନ ତା'ର ଗୃହ ନିର୍ମାଣ କରିଅଛି। ସେ ତା'ର ସପ୍ତସ୍ତମ୍ଭ ନିର୍ମାଣ କରିଅଛି। ଜ୍ଞାନ ମାଂସ ରାନ୍ଧିଅଛି ଏବଂ ଦ୍ରାକ୍ଷାରସ ପ୍ରସ୍ତୁତ କରିଅଛି। ସେ ଆପଣା ମେଜରେ ଖାଦ୍ୟ ସଜାଇ ଅଛି। ସେ ଆପଣା ଦାସୀମାନଙ୍କୁ ପଠାଇ ଅଛି, ସେ ନଗରର ସର୍ବୋଚ୍ଚ ସ୍ଥାନରୁ ଡାକି କହେ, “ଯେଉଁ ଲୋକର ଅଭିଜ୍ଞତା ନାହିଁ ମୋ’ ପାଖକୁ ଆସୁ।” ଯେଉଁମାନେ ନିର୍ବୋଧ, ସେ ତାହାଙ୍କୁ କହେ। “ଆସ ମୋର ଖାଦ୍ୟକୁ ଭକ୍ଷ୍ୟଣ କର ଏବଂ ମୋରଦ୍ରାକ୍ଷାରସ ପାନ କର। ଅବୋଧ ଲୋକମାନଙ୍କର ସାଙ୍ଗ ପରିତ୍ୟାଗ କରି ତୁମ୍ଭେ ଜୀବନ ରକ୍ଷା କର। ସୁବିବେଚନାର ପଥରେ ଗ୍ଭଲ।”

ଜଣେ ଯିଏ ଗୋଟିଏ ମନୁଷ୍ୟକୁ ଭର୍ତ୍ସନା କରେ, ଯିଏ ଅନ୍ୟମାନଙ୍କୁ ଅପମାନିତ କରେ, ସେ ନିଜେ ଅପମାନ ପାଇବ। ଯେ ଦୁଷ୍ଟକୁ ଗାଳି ଦିଏ, ସେ ନିଜେ କଳଙ୍କ ପାଏ। ନିନ୍ଦକକୁ ଅନୁଯୋଗ କର ନାହିଁ, କଲେ ସେ ତୁମ୍ଭକୁ ଘୃଣା କରିବ। ଜ୍ଞାନୀକୁ ଅନୁଯୋଗ କର, ତହିଁରେ ସେ ତୁମ୍ଭକୁ ପ୍ରେମ କରିବ। ଯଦି ଜ୍ଞାନୀକୁ ଉପଦେଶ ଦେବ ସେ ଆହୁରି ଜ୍ଞାନବାନ ହେବ। ଯଦି ତୁମ୍ଭେ ଜଣେ ଧାର୍ମିକ ବ୍ୟକ୍ତିକୁ ଶିକ୍ଷା ଦେବ, ତା'ର ପାଣ୍ଡିତ୍ୟ ବୃଦ୍ଧି ପାଇବ।

10 ସଦାପ୍ରଭୁ ବିଷୟକ ଭୟ ଜ୍ଞାନର ଆରମ୍ଭ ଏବଂ ପବିତ୍ର ସ୍ୱରୂପଙ୍କ ବିଷୟକ ଜ୍ଞାନର ସୁବିବେଚନା ଅଟେ। 11 କାରଣ ମୋ’ ଦ୍ୱାରା ତୁମ୍ଭର ଜୀବନ ବୃଦ୍ଧି ପାଇବ। ତୁମ୍ଭେ ଦୀର୍ଘଜୀବୀ ହେବ। 12 ଯଦି ତୁମ୍ଭେ ଜ୍ଞାନୀ ଅଟ, ତେବେ ନିଜକୁ ନିଜେ ତୁମ୍ଭେ ଲାଭବାନ ହେବ। ଯଦି ତୁମ୍ଭେ ଜଣେ ନିନ୍ଦାକାରୀ, ତୁମ୍ଭେ ନିଜେ ଦୁଃଖ ଭୋଗିବ।

13 ଅଜ୍ଞାନ କଳିହୁଡ଼ି ସ୍ତ୍ରୀ ଉଚ୍ଚସ୍ୱରରେ ନିର୍ବୋଧ ବିଷୟରେ କହେ। ସେ କିଛି ବୁଝିପାରେ ନାହିଁ। 14 ସେ ଆପଣା ଗୃହଦ୍ୱାର ନିକଟରେ ଓ ନଗରରେ ଉଚ୍ଚ ସ୍ଥାନରେ ଆସନ ପାରି ବସିବ। 15 ଯେତେବେଳେ ଲୋକମାନେ ନିଜ ନିଜ ପଥରେ ସଳଖ କରିଯା’ନ୍ତି, ସେହି ପଥିକମାନଙ୍କୁ ଡାକି କହେ, 16 “ଯେ ଅବୋଧ ସେ ଏଠାକୁ ଆସୁ,” ସେ ମୂର୍ଖ ଲୋକକୁ ଏହି କଥା କହେ। 17 କିନ୍ତୁ ସେ କହେ, “ଯଦି ତୁମ୍ଭେ ଜଳ ଗ୍ଭେରି କର ତାହା ତୁମ୍ଭ ନିଜ ଜଳଠାରୁ ମଧୁର। ଯଦି ତୁମ୍ଭେ ରୋଟୀ ଗ୍ଭେରି କର, ତାହା ତୁମ୍ଭ ନିଜ ଦ୍ୱାରା ପ୍ରସ୍ତୁତ ରୋଟୀଠାରୁ ସ୍ୱାଦିଷ୍ଟ।” 18 ସେହି ମୂର୍ଖ ଲୋକମାନେ ଜାଣନ୍ତି ନାହିଁ ଯେ ମୃତ ପ୍ରେତାତ୍ମା ତା'ର ଗୃହରେ ଅଛି ବୋଲି, ଏବଂ ତା'ର ନିମନ୍ତ୍ରିତଗଣ ପାତାଳର ଗଭୀର ସ୍ଥାନରେ ଅଛନ୍ତି ବୋଲି।

ଯୋହନଙ୍କ ପ୍ରଥମ ପତ୍ର 2:1-6

ଯୀଶୁ ଆମ୍ଭମାନଙ୍କର ସହାୟକ

ମୋର ପ୍ରିୟ ପିଲାମାନେ, ମୁଁ ଏହିସବୁ ତୁମ୍ଭମାନଙ୍କୁ ଲେଖୁଅଛି ଯେପରି, ତୁମ୍ଭେମାନେ ପାପ ନ କର। କିନ୍ତୁ ଯଦି କେହି ପାପ କରେ, ଆମ୍ଭର ଯୀଶୁ ଖ୍ରୀଷ୍ଟ ଯିଏ କି ଧାର୍ମିକ ଓ ଯିଏ ପିତାଙ୍କ ଛାମୁରେ ଆମ୍ଭମାନଙ୍କର ସପକ୍ଷବାଦୀ; ସେ ଆମ୍ଭମାନଙ୍କୁ ସାହାଯ୍ୟ କରିବେ। ଯୀଶୁ ହେଉଛନ୍ତି ପଥ ଓ ଆମ୍ଭର ସବୁ ପାପ ବହିନିଅନ୍ତି। କେବଳ ଆମ୍ଭମାନଙ୍କ ନୁହେଁ, ମାତ୍ର ସମସ୍ତ ଜଗତର ପାପ ମଧ୍ୟ ସେ ବହିନିଅନ୍ତି।

ଆମ୍ଭେ ଯଦି ପରମେଶ୍ୱରଙ୍କର ଆଜ୍ଞା ପାଳନ କରୁ, ତେବେ ଆମ୍ଭେମାନେ ସୁନିଶ୍ଚିତ ଯେ, ଆମ୍ଭେ ପ୍ରକୃତରେ ତାହାଙ୍କୁ ଜାଣିଛୁ। ଯଦି କିଏ କୁହେ, “ମୁଁ ପରମେଶ୍ୱରଙ୍କୁ ଜାଣେ,” କିନ୍ତୁ ତାହାଙ୍କ ଆଜ୍ଞା ପାଳନ କରେ ନାହିଁ, ତେବେ ସେ ଜଣେ ମିଥ୍ୟାବାଦୀ। ତାହାଙ୍କଠାରେ ସତ୍ୟ ନାହିଁ। ଯେଉଁ ବ୍ୟକ୍ତି ପରମେଶ୍ୱରଙ୍କ ଶିକ୍ଷା ପାଳନ କରେ, ତା'ଠାରେ ପରମେଶ୍ୱରଙ୍କ ପ୍ରେମର ଉଦ୍ଦେଶ୍ୟ ସାଧିତ ହୋଇଛି। ଏହିଭଳି ଭାବେ ଆମ୍ଭେମାନେ ପରମେଶ୍ୱରଙ୍କର ଅନୁଗମନ କରୁଛୁ ବୋଲି ଜାଣି ପାରିବା। ପରମେଶ୍ୱରଙ୍କ ସହ ଜୀବନଯାପନ କରୁଛୁ ବୋଲି ଦାବି କରୁଥିବା ବ୍ୟକ୍ତି ଯୀଶୁଙ୍କ ଭଳି ଜୀବନଯାପନ କରିବା ଉଚିତ୍।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center