Revised Common Lectionary (Complementary)
ମେମ୍
97 ହେ ସଦାପ୍ରଭୁ, ମୁଁ ତୁମ୍ଭର ଶିକ୍ଷାଗୁଡ଼ିକୁ ଭଲ ପାଏ।
ତାହା ମୁଁ ଦିନସାରା ଭାବେ।
98 ତୁମ୍ଭର ନିର୍ଦ୍ଦେଶ ମୋତେ ମୋର ଶତ୍ରୁମାନଙ୍କଠାରୁ ବୁଦ୍ଧିମାନ୍ କରିଛି।
ତୁମ୍ଭର ନିୟମ ସର୍ବଦା ମୋ’ ସହିତ ଅଛି।
99 ମୋର ସମସ୍ତ ଗୁରୁଙ୍କଠାରୁ ମୁଁ ଅଧିକ ବୁଦ୍ଧିମାନ୍।
କାରଣ ମୁଁ ତୁମ୍ଭର ବାକ୍ୟସବୁ ଶିକ୍ଷା କରେ।
100 ମୁଁ ପ୍ରାଚୀନବର୍ଗମାନଙ୍କଠାରୁ ଅଧିକ ବୁଝେ।
କାରଣ ମୁଁ ତୁମ୍ଭର ନିର୍ଦ୍ଦେଶ ରକ୍ଷା କରେ।
101 ସଦାପ୍ରଭୁ, ପ୍ରତ୍ୟେକ କୁପଥଠାରୁ ମୁଁ ଦୂରେଇ ରହିବି,
ଯେପରିକି ମୁଁ ତୁମ୍ଭର ବାକ୍ୟ ରକ୍ଷା କରି ପାରିବି।
102 ସଦାପ୍ରଭୁ ମୁଁ ତୁମ୍ଭର ଶାସନରୁ ଫେରି ନାହିଁ,
କାରଣ ତୁମ୍ଭେ ନିଜେ ମୋତେ ଶିକ୍ଷା ଦେଇଅଛ।
103 ତୁମ୍ଭର ପ୍ରତିଜ୍ଞା ସର୍ବଦା ମୋ’ ପାଟିକୁ
ମହୁଠାରୁ ଅଧିକ ମଧୁର ଲାଗେ।
104 ତୁମ୍ଭର ଶିକ୍ଷା ମୋତେ ବୁଦ୍ଧିମାନ କରେ।
ତେଣୁ ମୁଁ ସବୁ ମିଥ୍ୟା ଶିକ୍ଷାକୁ ଘୃଣା କରେ।
ମୋଶାଙ୍କ ଶ୍ୱଶୁରଙ୍କଠାରୁ ଉପଦେଶ
18 ମିଦିୟନୀୟମାନଙ୍କର ଯାଜକ ଯିଥ୍ରୋ, ମୋଶାଙ୍କର ଶ୍ୱଶୁର ଥିଲେ। ଯିଥ୍ରୋ ଶୁଣିବାକୁ ପାଇଲେ, ସଦାପ୍ରଭୁ ବିଭିନ୍ନ ପ୍ରକାରେ ମୋଶା ଏବଂ ତାଙ୍କର ଇସ୍ରାଏଲୀୟ ଲୋକମାନଙ୍କୁ ସାହାଯ୍ୟ କରିଛନ୍ତି। ଏବଂ ଯିଥ୍ରୋ ଶୁଣିବାକୁ ପାଇଲେ, ସଦାପ୍ରଭୁ ମିଶରରୁ ଇସ୍ରାଏଲୀୟମାନଙ୍କୁ ବାହାର କରି ଆଣିଛନ୍ତି। 2 ତେଣୁ ଯିଥ୍ରୋ ମୋଶାଙ୍କ ନିକଟକୁ ଗଲେ। ଯେତେବେଳେ ମୋଶା ପରମେଶ୍ୱରଙ୍କ ପର୍ବତ ସୀନୟରେ ଥିଲେ। ଯିଥ୍ରୋ ମୋଶାଙ୍କର ସ୍ତ୍ରୀ ସିପ୍ପୋରାକୁ ସାଙ୍ଗରେ ନେଇଗଲେ। ସିପ୍ପୋରା ମୋଶାଙ୍କ ପାଖରେ ନ ଥିଲେ କାରଣ ମୋଶା ତାଙ୍କୁ ତାଙ୍କ ପିତାଙ୍କ ଗୃହକୁ ପଠାଇ ଦେଇଥିଲେ। 3 ଯିଥ୍ରୋ ମଧ୍ୟ ମୋଶାଙ୍କର ଦୁଇପୁତ୍ରଙ୍କୁ ସାଙ୍ଗରେ ନେଇଥିଲେ। ତାଙ୍କର ପ୍ରଥମ ପୁତ୍ରର ନାମ ଥିଲା ଗେର୍ଶୋମ। ତାଙ୍କର ଏପରି ନାମକରଣ କରାଯାଇଥିଲା କାରଣ ମୋଶା କହିଲେ, “ମୁଁ ବିଦେଶରେ ପ୍ରବାସୀ ହେଲି।” 4 ଅନ୍ୟ ପୁତ୍ରଟିର ନାମ ଦେଇଥିଲେ ଇଲୀୟେଷର, କାରଣ ତା'ର ଜନ୍ମ ସମୟରେ ମୋଶା କହିଲେ, “ମୋର ପିତାଙ୍କର ପରମେଶ୍ୱର ମୋତେ ସାହାଯ୍ୟ କଲେ ଏବଂ ଫାରୋଙ୍କର ଖଡ଼୍ଗରୁ ରକ୍ଷା କଲେ।” 5 ତେଣୁ ଯିଥ୍ରୋ ମୋଶାଙ୍କ ନିକଟକୁ, ମୋଶାଙ୍କର ଦୁଇପୁତ୍ର ଓ ସ୍ତ୍ରୀ ସହିତ ଗଲେ। ସେହି ସମୟରେ ମୋଶା ପରମେଶ୍ୱରଙ୍କର ପର୍ବତ ନିକଟରେ ଛାଉଣି ପକାଇଥିଲେ।
6 ଯିଥ୍ରୋ ମୋଶାଙ୍କ ନିକଟକୁ ଏକ ବାର୍ତ୍ତା ପଠାଇଲେ ଯିଥ୍ରୋ କହିଲେ, “ମୁଁ ତୁମ୍ଭର ଶ୍ୱଶୁର ଯିଥ୍ରୋ ଏବଂ ତୁମ୍ଭର ସ୍ତ୍ରୀ ଓ ତୁମ୍ଭର ଦୁଇପୁତ୍ର ସହିତ ତୁମ୍ଭ ନିକଟକୁ ଆସିଅଛୁ।”
7 ତେଣୁ ମୋଶା ତାଙ୍କ ଶ୍ୱଶୁରଙ୍କୁ ସାକ୍ଷାତ କରିବାକୁ ବାହାରକୁ ଗଲେ। ମୋଶା ତାଙ୍କ ଶ୍ୱଶୁରଙ୍କୁ ଭୂମିଷ୍ଠ ପ୍ରଣାମ କଲେ ଓ ତାଙ୍କୁ ଚୁମ୍ବନ ଦେଲେ। ଏବଂ ସେମାନେ ପରମେଶ୍ୱରଙ୍କର ଉତ୍ତମ ଖବର ବୁଝିଲେ। ଏହା ପରେ ସେମାନେ ମୋଶାଙ୍କ ତମ୍ବୁକୁ ଗଲେ ଓ ସେଠାରେ କଥା ହେଲେ। 8 ସଦାପ୍ରଭୁ ତାଙ୍କର ଇସ୍ରାଏଲୀୟ ଲୋକଙ୍କ ପାଇଁ ଯାହାସବୁ କରିଥିଲେ, ସେହି ସମସ୍ତ ବିଷୟ ମୋଶା ତାଙ୍କ ଶ୍ୱଶୁରଙ୍କୁ କହିଲେ। ମୋଶା ମଧ୍ୟ କହିଲେ, ସଦାପ୍ରଭୁ ମିଶର ଓ ରାଜା ଫାରୋଙ୍କ ବିରୁଦ୍ଧରେ ଇସ୍ରାଏଲ ନିମନ୍ତେ ଯାହା କରିଥିଲେ, ସେମାନେ ରାସ୍ତାରେ ସମ୍ମୁଖୀନ ହୋଇଥିବା କଠିନତା ବିଷୟ କହିଲେ। ଏବଂ କିପରି ସଦାପ୍ରଭୁ ସେମାନଙ୍କୁ ରକ୍ଷା କରିଛନ୍ତି ତାହା ମୋଶା ତାଙ୍କ ଶ୍ୱଶୁରଙ୍କୁ କହିଲେ।
9 ଯିଥ୍ରୋ ବହୁତ ଖୁସୀହେଲେ, ଯେତେବେଳେ ଜାଣିଲେ ସଦାପ୍ରଭୁ ଇସ୍ରାଏଲବାସୀମାନଙ୍କ ପାଇଁ ଉତ୍ତମ କର୍ମମାନ କରିଛନ୍ତି ଏବଂ ସେ ବହୁତ ଖୁସୀହେଲେ ଯେ ସଦାପ୍ରଭୁ ମିଶରଠାରୁ ଇସ୍ରାଏଲକୁ ମୁକ୍ତ କରିଛନ୍ତି। 10 ଯିଥ୍ରୋ କହିଲେ,
“ସଦାପ୍ରଭୁଙ୍କର ପ୍ରଶଂସା କର!
ସେ ତୁମ୍ଭମାନଙ୍କୁ ମିଶରର ଶକ୍ତି ନିକଟରୁ ଉଦ୍ଧାର କରିଛନ୍ତି।
ସଦାପ୍ରଭୁ ତୁମ୍ଭମାନଙ୍କୁ ଫାରୋଙ୍କ ନିକଟରୁ ରକ୍ଷା କରିଛନ୍ତି।
11 ବର୍ତ୍ତମାନ ମୁଁ ଜାଣିଲି ଯେ ସଦାପ୍ରଭୁ ହେଉଛନ୍ତି ସମସ୍ତ ଦେବତାଗଣଠାରୁ ମହାନ୍।
ସେମାନେ ଯେଉଁ ବିଷୟରେ ସେମାନଙ୍କ ବିରୁଦ୍ଧରେ ଗର୍ବ କରିଥିଲେ କିନ୍ତୁ ଦେଖ ପରମେଶ୍ୱର କ’ଣ କଲେ!”
12 ଯିଥ୍ରୋ ପରମେଶ୍ୱରଙ୍କୁ ନୈବେଦ୍ୟ ଅର୍ପଣ କଲେ। ହାରୋଣ, ମୋଶା ଓ ଇସ୍ରାଏଲର ସମସ୍ତ ପ୍ରାଚୀନବର୍ଗ ଆସି ପରମେଶ୍ୱରଙ୍କ ସମ୍ମୁଖରେ ମୋଶାଙ୍କ ଶ୍ୱଶୁର ସଙ୍ଗେ ଭୋଜନ କଲେ।
27 ଏହି ମହାନ୍ ସତ୍ୟଟି ସମସ୍ତଙ୍କ ପାଇଁ ଅଟେ। ପରମେଶ୍ୱର ଏହି ମହାନ୍ ଓ ବୈଭବପୂର୍ଣ୍ଣ ସତ୍ୟକୁ ନିଜ ଲୋକଙ୍କୁ ଜଣାଇ ଦେବା ପାଇଁ ସ୍ଥିର କଲେ। ଏହି ସତ୍ୟ ସ୍ୱୟଂ ତୁମ୍ଭମାନଙ୍କ ଭିତରେ ଥିବା ଖ୍ରୀଷ୍ଟ ନିଜେ ଅଟନ୍ତି। ପରମେଶ୍ୱରଙ୍କ ମହିମା ପ୍ରାପ୍ତ କରିବା ପାଇଁ, ସେ ହେଉଛନ୍ତି ଆମ୍ଭର ଏକମାତ୍ର ଭରସା। 28 ଅତଏବ ଆମ୍ଭେ ଖ୍ରୀଷ୍ଟଙ୍କ ବିଷୟରେ ଲୋକଙ୍କୁ କହି ଗ୍ଭଲିଛୁ। ଆମ୍ଭେ ପ୍ରତ୍ୟେକ ଲୋକଙ୍କୁ ଶିକ୍ଷା ଦେବା ଓ ଶକ୍ତିଶାଳୀ କରିବା ପାଇଁ ଆମ୍ଭର ସମସ୍ତ ଜ୍ଞାନ ଖଟାଉଛୁ। ଏପରି କରି ଆମ୍ଭେ ଖ୍ରୀଷ୍ଟଙ୍କଠାରେ ଆଧ୍ୟାତ୍ମିକ ଭାବରେ ପରିପୂର୍ଣ୍ଣ ହୋଇ ପରମେଶ୍ୱରଙ୍କ ଆଗରେ ସମସ୍ତଙ୍କୁ ଉପସ୍ଥିତ କରି ପାଇବାକୁ ଚେଷ୍ଟା କରୁଛୁ। 29 ଖ୍ରୀଷ୍ଟ ମୋତେ ଦେଇଥିବା ମହାନ୍ ଶକ୍ତି ବଳରେ ସଂଘର୍ଷ କରି ମୁଁ ଏହି କାମଟି କରୁଛି। ଏହି ଶକ୍ତି ମୋ’ ଜୀବନରେ କାମ କରୁଛି।
2 ମୁଁ ଗ୍ଭହେଁ ତୁମ୍ଭେମାନେ ଜାଣିରଖ ଯେ ତୁମ୍ଭମାନଙ୍କୁ ସାହାଯ୍ୟ କରିବା ପାଇଁ ମୁଁ କଠିନ ପରିଶ୍ରମ କରୁଛି। ଏବଂ ଲାଅଦିକୀଆରେ ଥିବା ଲୋକମାନଙ୍କୁ ଓ ମୋତେ ଦେଖି ନ ଥିବା ଅନ୍ୟ ଲୋକମାନଙ୍କୁ ମଧ୍ୟ ମୁଁ ସାହାଯ୍ୟ କରିବାକୁ ଚେଷ୍ଟା କରୁଛି। 2 ମୁଁ ଇଚ୍ଛା କରେ ଯେ ସେମାନେ ପ୍ରେମରେ ବାନ୍ଧି ହୋଇ ଶକ୍ତିଶାଳୀ ହୁଅନ୍ତୁ। ମୁଁ ଏହା ମଧ୍ୟ ଇଚ୍ଛା କରେ ଯେ ସେମାନେ ବୋଧଶକ୍ତି ଦ୍ୱାରା ପ୍ରାପ୍ତ ଦୃଢ଼ ବିଶ୍ୱାସରେ ଧନୀ ହୁଅନ୍ତୁ। ମୋର ଇଚ୍ଛା ଯେ ତୁମ୍ଭେମାନେ ପରମେଶ୍ୱରଙ୍କ ଦ୍ୱାରା ଜ୍ଞାତ କରାଯାଇଥିବା ଗୁପ୍ତ ସତ୍ୟ ଅର୍ଥାତ୍ ଖ୍ରୀଷ୍ଟଙ୍କୁ ପୂର୍ଣ୍ଣ ଭାବରେ ଜାଣ। 3 ଖ୍ରୀଷ୍ଟଙ୍କଠାରେ ଜ୍ଞାନ ଓ ବିଜ୍ଞତାର ଭଣ୍ଡାର ସୁରକ୍ଷିତ ରଖା ହୋଇଛି।
4 ମୋର ଏପରି କହିବା ଉଦ୍ଦେଶ୍ୟ ଯେ ତୁମ୍ଭମାନଙ୍କୁ ଯେପରି କେହି ଭଲ ବୋଲି ଜଣା ପଡ଼ୁଥିବା ଅସତ୍ୟ ଶିକ୍ଷା ଦ୍ୱାରା ବିଭ୍ରାନ୍ତ କରି ନ ଦେଉ। 5 ମୁଁ ମୋ’ ଶରୀରରେ ତୁମ୍ଭ ସହିତ ସେଠାରେ ନାହିଁ, କିନ୍ତୁ ମୋର ଆତ୍ମା ସେଠାରେ ଅଛି। ମୁଁ ତୁମ୍ଭମାନଙ୍କ ଉତ୍ତମ ଜୀବନ ଓ ତୁମ୍ଭମାନଙ୍କର ଖ୍ରୀଷ୍ଟଙ୍କଠାରେ ବଳିଷ୍ଠ ବିଶ୍ୱାସ ଦେଖି ପ୍ରସନ୍ନ ଅଟେ।
ଯୀଶୁ ଖ୍ରୀଷ୍ଟଙ୍କଠାରେ ରହିଥାଅ:
6 ତୁମ୍ଭେ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କୁ ଗ୍ରହଣ କରିଛ। ଅତଏବ କୌଣସି ଅସ୍ଥିରଚିତ୍ତ ନ ହୋଇ ତାହାଙ୍କୁ ଅନୁସରଣ କରିଗ୍ଭଲ। 7 ତୁମ୍ଭେ କେବଳ ତାଙ୍କ ଉପରେ ନିର୍ଭର କର। ଜୀବନ ଓ ଶକ୍ତି ତାଙ୍କଠାରୁ ଆସେ। ତୁମ୍ଭକୁ ସତ୍ୟର ଶିକ୍ଷା ଦିଆଯାଇଛି। ସେହି ସତ୍ୟ ଶିକ୍ଷା ଉପରେ ତୁମ୍ଭର ଦୃଢ଼ ଆସ୍ଥା ରହିଥିବା ଉଚିତ୍। ପରମେଶ୍ୱରଙ୍କୁ ସବୁବେଳେ ଧନ୍ୟବାଦ ଦେଉଥାଅ।
2010 by World Bible Translation Center