Print Page Options
Previous Prev Day Next DayNext

Revised Common Lectionary (Complementary)

Daily Bible readings that follow the church liturgical year, with thematically matched Old and New Testament readings.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 15

ଦାଉଦଙ୍କର ଗୀତ

15 ହେ ସଦାପ୍ରଭୁ, କିଏ ତୁମ୍ଭର ପବିତ୍ର ତମ୍ବୁରେ ବାସ କରି ପାରିବ?
    କିଏ ତୁମ୍ଭର ପବିତ୍ର ପର୍ବତରେ ବାସ କରିବ?
କେବଳ ଯେଉଁ ବ୍ୟକ୍ତି ଶୁଦ୍ଧ ଚିତ୍ତରେ ଜୀବନ-ଯାପନ କରେ, ଭଲ କାର୍ଯ୍ୟ କରେ,
    ଓ ଅନ୍ତରରୁ ସତ୍ୟକଥା ପ୍ରକାଶ କରେ ସେ କେବଳ ତୁମ୍ଭର ପବିତ୍ର ପର୍ବତରେ ବାସ କରି ପାରିବ।
ସେହିଭଳି ମନୁଷ୍ୟ ଯିଏ କେବେ ଅନ୍ୟମାନଙ୍କ ବିଷୟରେ ମିଥ୍ୟା କଥା କହେ ନାହିଁ।
    ସେହି ବ୍ୟକ୍ତି ଯିଏ କେବେ ପଡ଼ୋଶୀ ପ୍ରତି ଅନିଷ୍ଟ ଚିନ୍ତା କରେ ନାହିଁ।
    ସେହି ବ୍ୟକ୍ତି ଲଜ୍ଜାଜନକ କଥା ନିଜ ପରିବାର ବିଷୟରେ ମଧ୍ୟ କହେ ନାହିଁ।
ଯେଉଁ ବ୍ୟକ୍ତି ପରମେଶ୍ୱରଙ୍କୁ ଘୃଣା କରେ ଓ ସମ୍ମାନ କରେ ନାହିଁ,
    କିନ୍ତୁ ସେହି ବ୍ୟକ୍ତି ଯେଉଁମାନେ ସଦାପ୍ରଭୁଙ୍କ ସେବା କରୁଥିବା ଲୋକମାନଙ୍କୁ ସମ୍ମାନ ଦେଖାଏ।
ଯଦି ସେ କୌଣସି ପ୍ରତିଶ୍ରୁତି ନିଜ ପଡ଼ୋଶୀକୁ ଦେଇଥାଏ
    ତେବେ ସେହି ପ୍ରତିଶ୍ରୁତିକୁ ପାଳନ କରେ।
ଯଦି ଜଣେ ବ୍ୟକ୍ତି କିଛି ଧନ କରଜ ଦିଏ
    ଓ ସେ ସେହି ଜନଠାରୁ କୌଣସି ସୁଧ ଆଦାୟ କରେ ନାହିଁ
କିଅବା ସେହି ବ୍ୟକ୍ତି ନିରୀହ ଲୋକମାନଙ୍କୁ
    ଆଘାତ କରି ମୁଦ୍ରା ନିଏ ନାହିଁ।

ଏହିପରି ଯେଉଁ ବ୍ୟକ୍ତି କରେ, ତେବେ ସେହି ଧାର୍ମିକ ସର୍ବଦା ପରମେଶ୍ୱରଙ୍କ ନିକଟରେ ଅବସ୍ଥାନ କରିବ।

ଆଦିପୁସ୍ତକ 12:10-20

ମିଶରରେ ଅବ୍ରାମ

10 ସେହି ସମୟରେ ସେହି ଦେଶରେ ଭୟଙ୍କର ଦୁର୍ଭିକ୍ଷ ପଡ଼ିଲା। ତେଣୁ ଅବ୍ରାମ ବାସ କରିବା ପାଇଁ ମିଶର ଦେଶକୁ ଯାତ୍ରା କଲେ। 11 ସେ ଯେତେବେଳେ ମିଶର ଦେଶର ନିକଟବର୍ତ୍ତୀ ହେଲେ ଅବ୍ରାମ ନିଜର ସ୍ତ୍ରୀ ସାରୀଙ୍କୁ କହିଲେ, “ମୁଁ ଜାଣେ ତୁମ୍ଭେ ଦେଖିବାକୁ ବହୁତ ସୁନ୍ଦରୀ। 12 ମିଶରୀୟମାନେ ତୁମ୍ଭକୁ ଦେଖିବେ ଏବଂ ଜାଣିବେ ଯେ, ‘ତୁମ୍ଭେ ମୋର ସ୍ତ୍ରୀ।’ ତା'ପରେ ସେମାନେ ମୋତେ ମାରି ଦେବେ ଏବଂ ତୁମ୍ଭକୁ ଦୂରକୁ ନେଇଯିବେ। 13 ତେଣୁ ତୁମ୍ଭେ ଲୋକମାନଙ୍କୁ କହିବ, ତୁମ୍ଭେ ମୋର ଭଉଣୀ ବୋଲି। ଯଦ୍ଦ୍ୱାରା ସେମାନେ ମୋତେ ଦୟା ଦେଖାଇବେ। ଏହି ପ୍ରକାରେ ତୁମ୍ଭେ ମୋର ପ୍ରାଣକୁ ରକ୍ଷା କରି ପାରିବ।”

14 ଯେତେବେଳେ ଅବ୍ରାମ ମିଶରକୁ ପ୍ରବେଶ କଲେ, ମିଶରୀୟମାନେ ସେହି ସୁନ୍ଦରୀ ସ୍ତ୍ରୀଲୋକ ସାରୀଙ୍କୁ ଦେଖିଲେ। 15 ଏହା ପରେ ଫାରୋଙ୍କର ଅଧିପତିମାନେ ତାଙ୍କୁ ଦେଖି ଫାରୋଙ୍କ ଛାମୁରେ ତାଙ୍କର ପ୍ରଶଂସା କଲେ। ଏହା ପରେ ସେହି ସ୍ତ୍ରୀଲୋକଟିକୁ ଫାରୋଙ୍କ ଗୃହକୁ ଅଣାଗଲା। 16 ଫାରୋ ତାଙ୍କ ଲାଗି ଅବ୍ରାମଙ୍କୁ ଦୟା ଦେଖାଇଲେ, ଏବଂ ତାଙ୍କୁ ଗୋରୁ, ଗର୍ଦ୍ଦଭ, ଦାସଦାସୀ ଓ ଗର୍ଦ୍ଦଭୀ ଓ ଓଟ ଦେଲେ।

17 ମାତ୍ର ସଦାପ୍ରଭୁ ଫାରୋ ଏବଂ ତାଙ୍କ ପରିବାର ପ୍ରତି ଭୟଙ୍କର ମହାମାରୀ ଦ୍ୱାରା ଶାସ୍ତି ବିଧାନ କଲେ, ଅବ୍ରାମଙ୍କ ସ୍ତ୍ରୀ ସାରୀଙ୍କ କାରଣରୁ। 18 ତେଣୁ ଫାରୋ ଅବ୍ରାମଙ୍କୁ ଡାକି କହିଲେ, “ତୁମ୍ଭେ କାହିଁକି ମୋ’ ପ୍ରତି ଏପରି ମନ୍ଦ ଆଚରଣ କଲ? ସାରୀ ତୁମ୍ଭର ସ୍ତ୍ରୀ ବୋଲି ତୁମ୍ଭେ କହି ନ ଥିଲ କାହିଁକି? 19 ତୁମ୍ଭେ କହିଲ ଯେ, ‘ସେ ତୁମ୍ଭର ଭଉଣୀ ଥିଲା।’ ତୁମ୍ଭେ ଏପରି କାହିଁକି କଲ? ମୁଁ ତାଙ୍କୁ ମୋର ସ୍ତ୍ରୀ କରି ବିବାହ କରିବାକୁ ଆଣିଲି। କିନ୍ତୁ ମୁଁ ବର୍ତ୍ତମାନ ତାକୁ ଫେରାଇ ଦେଉଛି। ତାଙ୍କୁ ଗ୍ରହଣ କର ଓ ଏଠାରୁ ଫେରିଯାଅ।” 20 ଅବ୍ରାମଙ୍କୁ ମିଶରରୁ ତଡ଼ି ଦେବା ପାଇଁ ଫାରୋ ତାଙ୍କର ଲୋକମାନଙ୍କୁ ନିର୍ଦ୍ଦେଶ ଦେଲେ। ତେଣୁ ଅବ୍ରାମ ଓ ତାଙ୍କର ସ୍ତ୍ରୀ ସମସ୍ତ ଦ୍ରବ୍ୟ ଧରି ସେହି ସ୍ଥାନ ପରିତ୍ୟାଗ କଲେ।

ଏବ୍ରୀ 5:1-6

ପ୍ରତ୍ୟେକ ଯିହୂଦୀ ମହାଯାଜକ ପୁରୁଷମାନଙ୍କ ଭିତରୁ ମନୋନୀତ ହୁଅନ୍ତି। ପରମେଶ୍ୱରଙ୍କୁ ଆପଣା ପାପ ନିମନ୍ତେ ନୈବେଦ୍ୟ ଓ ବଳି ଉତ୍ସର୍ଗ କରିବା ନିମନ୍ତେ ସେହି ମହାଯାଜକ ଲୋକମାନଙ୍କୁ ସାହାଯ୍ୟ କରନ୍ତି। ଅନ୍ୟ ଲୋକମାନଙ୍କ ଭଳି ମହାଯାଜକର ମଧ୍ୟ ଦୁର୍ବଳତା ରହିଛି, ତେଣୁ ସେ ଅଜ୍ଞାନ ଓ ଭ୍ରାନ୍ତ ଲୋକମାନଙ୍କ ପ୍ରତି ସହାନୁଭୂତି ଦେଖାଇବାକୁ ସମର୍ଥ। ମହାଯାଜକ ଅନ୍ୟଲୋକମାନଙ୍କ ପାପ ନିମନ୍ତେ ବଳି ଉତ୍ସର୍ଗ କରନ୍ତି କିନ୍ତୁ ତାହାଙ୍କର ନିଜର ମଧ୍ୟ ଦୁର୍ବଳତା ଥିବା ହେତୁରୁ ସେ ମଧ୍ୟ ନିଜ ପାପ ପାଇଁ ବଳି ଉତ୍ସର୍ଗ କରିବା ଉଚିତ୍।

ମହାଯାଜକ ହେବା ଏକ ସମ୍ମାନର ବିଷୟ। କିନ୍ତୁ କେହି ହେଲେ ନିଜେ ଏହି କାମ ପାଇଁ ବାଛେ ନାହିଁ। ଜଣଙ୍କୁ ପରମେଶ୍ୱରଙ୍କ ଦ୍ୱାରା ଆହୂତ ହେବାକୁ ପଡ଼ିବ, ଯେପରି ହାରୋଣ ଆହୂତ ହୋଇଥିଲେ। ଖ୍ରୀଷ୍ଟ ମଧ୍ୟ ସେହି ଡକା ହୋଇଥିଲେ। ସେ ପରମେଶ୍ୱରଙ୍କ ଦ୍ୱାରା ସେ ମନୋନୀତ ହୋଇଥିଲେ। ପରମେଶ୍ୱର ତାହାଙ୍କୁ କହିଲେ:

“ତୁମ୍ଭେ ମୋର ପୁତ୍ର;
    ଆଜି ଆମ୍ଭେ ତୁମ୍ଭର ପିତା ହେଲୁ।”(A)

ଅନ୍ୟ ଗୋଟିଏ ସ୍ଥାନରେ ପରମେଶ୍ୱର କୁହନ୍ତି:

“ମ‌‌‌‌‌‌‌‌ଲ୍‌‌‌‌‌‌‌କୀଷେଦକଙ୍କ ପରି
    ତୁମ୍ଭେ ଅନନ୍ତକାଳୀନ ଯାଜକ ଅଟ।”(B)

Odia Holy Bible: Easy-to-Read Version (ERV-OR)

2010 by World Bible Translation Center