Print Page Options
Previous Prev Day Next DayNext

Revised Common Lectionary (Complementary)

Daily Bible readings that follow the church liturgical year, with thematically matched Old and New Testament readings.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 25:11-20

11 ହେ ସଦାପ୍ରଭୁ, ମୁଁ ଜୀବନରେ ଅନେକ ଅପରାଧ କରିଛି।
    କିନ୍ତୁ ତୁମ୍ଭର ମହାନୁଭବତା ଯୋଗୁଁ ମୁଁ କରିଥିବା ସମସ୍ତ ଅପରାଧ କ୍ଷମା କର।
    କାରଣ ତୁମ୍ଭେ ମହାନ।

12 ଯଦି ଜଣେ ବ୍ୟକ୍ତି ସଦାପ୍ରଭୁଙ୍କ ପଥକୁ ଅନୁସରଣ କରେ,
    ତା'ପରେ ପରମେଶ୍ୱର ତାକୁ ବଞ୍ଚିବା ପାଇଁ ଜୀବନପଥ ଦେଖାନ୍ତି।
13 ସେହି ବ୍ୟକ୍ତି ଅତି ଆନନ୍ଦରେ ଜୀବନଯାପନ କରିବ
    ଓ ତା'ର ସନ୍ତାନ-ସନ୍ତତିଗଣ ପରମେଶ୍ୱରଙ୍କ ପ୍ରଦତ୍ତ ଭୂମିରେ ବାସ କରିବେ।
14 ସଦାପ୍ରଭୁ ସର୍ବଦା ଗୁପ୍ତ ବିଷୟ ସବୁ ତାଙ୍କର ଅନୁଯୋଗୀମାନଙ୍କୁ କୁହନ୍ତି।
    ସେ ତାଙ୍କର ବ୍ୟବସ୍ଥା ସବୁ ସେମାନଙ୍କୁ ନିୟମ ପ୍ରଦାନ କରନ୍ତି।
15 ମୁଁ ସଦାସର୍ବଦା ସଦାପ୍ରଭୁଙ୍କର କୃପାପ୍ରାର୍ଥୀ।
    ସେ ସଦାସର୍ବଦା ମୋତେ ମୋର ବିପଦରୁ ମୁକ୍ତ କରନ୍ତି।

16 ହେ ସଦାପ୍ରଭୁ, ମୁଁ ଆଘାତ ପ୍ରାପ୍ତ ଓ ଏକୁଟିଆ।
    ତୁମ୍ଭର କୃପାଦୃଷ୍ଟି ମୋ’ ଉପରେ ପକାଅ।
17 ମୋତେ ବିପଦରୁ ମୁକ୍ତ କର।
    ମୋର ସମସ୍ୟାର ସମାଧାନରେ ସହାୟକ ହୁଅ।
18 ହେ ସଦାପ୍ରଭୁ, ମୋର ଦୁଃଖ ଓ କ୍ଳେଶ ପ୍ରତି ଦୃଷ୍ଟିପାତ କର।
    ମୁଁ ଯେଉଁ ପାପ କରିଛି, ସେଥିଲାଗି ମୋତେ କ୍ଷମା କର।
19 ମୋର ଶତ୍ରୁମାନଙ୍କୁ ଥରେ ଗ୍ଭହଁ।
    ସେମାନେ ମୋତେ ଘୃଣା କରନ୍ତି ଓ ଆଘାତ କରିବାକୁ ଗ୍ଭହାନ୍ତି।
20 ହେ ସଦାପ୍ରଭୁ, ମୋର ପ୍ରାଣ ରକ୍ଷା କର।
    ମୁଁ ତୁମ୍ଭ ଉପରେ ନିର୍ଭର ରଖିଛି।
    ତେଣୁ ମୋତେ ନିରାଶ କର ନାହିଁ।

ହିତୋପଦେଶ 19:1-17

19 ଗରିବ ହେଲେ ମଧ୍ୟ ସେ ସାଧୁତା; ସେ ମୂର୍ଖ, ମିଛୁଆ, ଠକଠାରୁ ନିଶ୍ଚିତ ଭଲ।

ଜ୍ଞାନହୀନ ଜୀଜ୍ଞାଷୁ ହେବାର ଭଲ ନୁହେଁ। ଯେଉଁମାନେ ହଠାତ୍ ପ୍ରବେଶ କରନ୍ତି ଭୁଲ କରିବସନ୍ତି।

ମନୁଷ୍ୟର ଅଜ୍ଞାନତା ନିଜର ଜୀବନକୁ ଧ୍ୱଂସ କରେ। କିନ୍ତୁ ତା'ପରେ ସେ ସଦାପ୍ରଭୁଙ୍କୁ ବଦନାମ କରେ।

ଧନ ବହୁମିତ୍ର ଲାଭ କରେ, ମାତ୍ର ଦରିଦ୍ରତା ବନ୍ଧୁ ନାଶ କରେ।

ଯେଉଁ ଲୋକ ଅନ୍ୟ ବିରୁଦ୍ଧରେ ମିଥ୍ୟା ରଚନା କରେ, ସେ ଦଣ୍ଡ ପାଇବ। ଯେ ମିଛ କହେ ସେ ଶାସ୍ତିରୁ ରକ୍ଷା ପାଇବ ନାହିଁ।

ଅନେକ ଲୋକ ବଦାନ୍ୟ ଲୋକର ଅନୁଗ୍ରହ ପ୍ରାର୍ଥନା କରନ୍ତି। ପୁଣି ପ୍ରତ୍ୟେକ ଲୋକ ସେହି ଲୋକର ବନ୍ଧୁ ହୁଅନ୍ତି ଯିଏ ଉପହାର ଦିଏ।

ଦରିଦ୍ର ଲୋକଙ୍କୁ ତା'ର ପରିବାର ମଧ୍ୟ ଭଲ ପାଏ ନାହିଁ। ତା'ର ମିତ୍ରମାନେ ତା'ଠାରୁ ଅଧିକ ଦୂରତା ରକ୍ଷା କରନ୍ତି। ସେ ସେମାନଙ୍କର ସାହାଯ୍ୟ ପାଇଁ ଭିକ୍ଷା କରେ, କିନ୍ତୁ ସେମାନେ ତା'ର ନିକଟକୁ ଯାଆନ୍ତି ନାହିଁ।

ଯଦି ଜଣେ ଲୋକ ତା’ ନିଜକୁ ଅଧିକ ଭଲ ପାଏ, ସେ କଠିନ ପରିଶ୍ରମ କରି ଜ୍ଞାନୀ ହେବ। ଯେ ବିବେଚନା ପାଇଁ କଠିନ ପରିଶ୍ରମ କରେ, ସେ ପୁରସ୍କାର ପାଇବ।

ମିଥ୍ୟା ସାକ୍ଷୀ ଦଣ୍ଡିତ ହେବ। ମିଥ୍ୟାବାଦୀ ଧ୍ୱଂସ ପାଇବ।

10 ମୂର୍ଖ ଲୋକ କେବେହେଲେ ଧନୀ ହୋଇ ପାରିବ ନାହିଁ। ଯେପରି ଅଧିପତି ଉପରେ ଦାସର କର୍ତ୍ତୃତ୍ୱ।

11 ମନୁଷ୍ୟର ସୁବୁଦ୍ଧି ତାହାକୁ କ୍ରୋଧକୁ କ୍ଷାନ୍ତ କରେ। ଏବଂ ଏହା ହେଉଛି ଆଶ୍ଚର୍ଯ୍ୟ ସେ ଦୋଷୀମାନଙ୍କୁ କ୍ଷମା କରି ଦିଏ।

12 ରାଜାର କ୍ରୋଧ ସିଂହର ଗର୍ଜନ ସଦୃଶ। କିନ୍ତୁ ତା'ର ଅନୁଗ୍ରହ ତୃଣ ଉପରେ ଥିବା କାକର ତୁଲ୍ୟ।

13 ମୂର୍ଖ ପୁତ୍ର ତା'ର ପିତାର ଦୁଃଖର କାରଣ ହେବ। ଏବଂ କଳିହୁଡ଼ି ସ୍ତ୍ରୀ ଅବିରତ ବିନ୍ଦୁପାତ ପରି।

14 ଗୃହ ଓ ଧନ ପିତୃ ଲୋକଙ୍କଠାରୁ ପ୍ରାପ୍ତ ଅଧିକାର। ମାତ୍ର ବୁଦ୍ଧିମତା ସ୍ତ୍ରୀ ସଦାପ୍ରଭୁଙ୍କଠାରୁ ପ୍ରାପ୍ତ ହୁଏ।

15 ଆଳସ୍ୟ ନିଦ୍ରା ଆଣେ। ଅଳସ ପ୍ରାଣୀ କ୍ଷୁଧାଭୋଗ କରେ।

16 ଆଜ୍ଞା ପାଳନକାରୀ ଆପଣା ପ୍ରାଣ ରକ୍ଷା କରେ। ମାତ୍ର ଆପଣା ପଥ ବିଷୟରେ ଯେ ଅସାବଧାନ ହୁଏ, ସେ ମରିବ।

17 ଯେ ଦରିଦ୍ରକୁ ଦୟା କରେ, ସେ ସଦାପ୍ରଭୁଙ୍କୁ ଋଣ ଦିଏ। ସେ ତାହାର ଉତ୍ତମ କର୍ମର ପରିଶୋଧ କରିବେ।

ଯୋହନଙ୍କ ପ୍ରଥମ ପତ୍ର 3:11-17

ଆମ୍ଭେ ନିଶ୍ଚୟ ପରସ୍ପରକୁ ଭଲ ପାଇବା ଉଚିତ୍

11 ତୁମ୍ଭେମାନେ ଆରମ୍ଭରୁ ଏହି ଶିକ୍ଷା ଶୁଣିଛ, ଆମ୍ଭର ପରସ୍ପରକୁ ନିଶ୍ଚୟ ପ୍ରେମ କରିବା ଉଚିତ୍। 12 ଆମ୍ଭେ କୟିନ[a] ଭଳି ହେବା ଉଚିତ୍ ନୁହେଁ। କାରଣ ତାହାଙ୍କଠାରେ ପାପାତ୍ମା ଥିଲା। ସେ ନିଜ ଭାଇ ହେବଲକୁ ହତ୍ୟା କଲା। ସେ ତା'ର ଭାଇକୁ କାହିଁକି ହତ୍ୟା କଲା? ସେ ଏପରି କଲା, କାରଣ ତା'ର କାର୍ଯ୍ୟଗୁଡ଼ିକ ମନ୍ଦ ଥିଲା ଓ ତା’ ଭାଇର କର୍ମଗୁଡ଼ିକ ଭଲ ଥିଲା।

13 ଭାଇ ଓ ଭଉଣୀମାନେ, ଯଦି ଜଗତ ତୁମ୍ଭକୁ ଘୃଣା କରେ, ତେବେ ଆଶ୍ଚର୍ଯ୍ୟ ହୁଅ ନାହିଁ। 14 ଆମ୍ଭେ ଜାଣୁ ଯେ, ଆମ୍ଭେ ମୃତ୍ୟୁର ସୀମା ପାରି ହୋଇ ଜୀବନରେ ପ୍ରବେଶ କରିଛୁ, କାରଣ ଆମ୍ଭେ ନିଜ ଭାଇ ଓ ଭଉଣୀମାନଙ୍କୁ ପ୍ରେମ କରୁ। ଯେଉଁ ଲୋକ ପ୍ରେମ କରେ ନାହିଁ, ସେ ମୃତ୍ୟୁ ସୀମା ମଧ୍ୟରେ ଥାଏ। 15 ନିଜ ଭାଇକୁ ଘୃଣା କରୁଥିବା ପ୍ରତ୍ୟେକ ଲୋକ ନିଜେ ହତ୍ୟାକାରୀ ଅଟେ। ତୁମ୍ଭେ ତ ଜାଣିଛ ଯେ, କୌଣସି ହତ୍ୟାକାରୀଠାରେ ଅନନ୍ତ ଜୀବନ ନାହିଁ।

16 ଯୀଶୁ ଆମ୍ଭମାନଙ୍କ ପାଇଁ ନିଜ ଜୀବନ ଦେଇଛନ୍ତି। ଏଥିରୁ ପ୍ରକୃତ ପ୍ରେମ କ’ଣ, ତାହା ଆମ୍ଭେ ଜାଣିଛୁ। ଆମ୍ଭେ ମଧ୍ୟ ନିଜ ଭାଇମାନଙ୍କ ପାଇଁ ଜୀବନ ଦାନ କରିବା ଉଚିତ୍। 17 ଯେଉଁ ବିଶ୍ୱାସୀ ଜଗତର ସମସ୍ତ ଧନରେ ଧନୀ, କିନ୍ତୁ ନିଜ ଭାଇକୁ ଅଭାବ ଅବସ୍ଥାରେ ଦେଖି ମଧ୍ୟ ତାହାକୁ ସାହାଯ୍ୟ କରେ ନାହିଁ, ତା’ ହୃଦୟରେ ପରମେଶ୍ୱରଙ୍କର ପ୍ରେମ ନାହିଁ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center