Revised Common Lectionary (Complementary)
ଦାଉଦଙ୍କର ଗୀତ।
25 ହେ ସଦାପ୍ରଭୁ, ମୁଁ ତୁମ୍ଭ ନିକଟରେ ନିଜକୁ ସମର୍ପଣ କରୁଛି।
2 ହେ ମୋର ପରମେଶ୍ୱର, ମୁଁ ତୁମ୍ଭର ଶରଣାଗତ
ଓ ମୁଁ କେବେ ନିରାଶ ହେବି ନାହିଁ।
ମୋତେ ମୋର ଶତ୍ରୁମାନେ ଦେଖି କେବେ ହସିବେ ନାହିଁ।
3 ହଁ, ଯେଉଁମାନେ ତୁମ୍ଭ ନିକଟରେ ଶରଣ ନିଅନ୍ତି, ସେମାନେ ନିରାଶ ହେବେ ନାହିଁ।
କିନ୍ତୁ ବିଶ୍ୱାସଘାତକମାନେ ନିରାଶ ହେବେ।
ସେମାନେ କିଛି ପାଇବେ ନାହିଁ।
4 ହେ ସଦାପ୍ରଭୁ, ମୋତେ ତୁମ୍ଭର ପଥରେ ଗ୍ଭଲିବାକୁ ସାହାଯ୍ୟ କର।
ତୁମ୍ଭର ମାର୍ଗରେ ଗ୍ଭଲିବାକୁ ଶିକ୍ଷା ପ୍ରଦାନ କର।
5 ତୁମ୍ଭର ସତ୍ୟ ମାର୍ଗରେ ଗ୍ଭଲିବାକୁ ମୋତେ କଢ଼ାଇ ନିଅ ଓ ଶିକ୍ଷା ଦିଅ।
ତୁମ୍ଭେ ମୋର ପରିତ୍ରାଣର ପରମେଶ୍ୱର ଅଟ।
ମୁଁ ପ୍ରତିଦିନ ତୁମ୍ଭ ଉପରେ ଭରସା ରଖେ।
6 ହେ ସଦାପ୍ରଭୁ, ମୋ’ ପ୍ରତି ଦୟା ଦେଖାଇବାକୁ ସ୍ମରଣ କର।
ମୋତେ ଠିକ୍ ସେହିପରି ସ୍ନେହପୂର୍ଣ୍ଣ କରୁଣା ଦେଖାଅ, ଯାହାକି ତୁମ୍ଭେ ସର୍ବଦା ଦେଖାଇଅଛ।
7 ମୁଁ ଯୁବା ବେଳେ କରିଥିବା ପାପ ଓ ଅପରାଧକୁ ଭୁଲି ଯାଅ।
ତୁମ୍ଭର ପବିତ୍ର ନାମର ସାର୍ଥକତା ପାଇଁ, ହେ ସଦାପ୍ରଭୁ ମୋତେ ତୁମ୍ଭର ସ୍ନେହପୂର୍ଣ୍ଣ କରୁଣାରେ ବାନ୍ଧି ରଖ।
8 ସଦାପ୍ରଭୁ ହିଁ ପ୍ରକୃତରେ ମହାନ।
ସେ ପାପୀକୁ ଉଚିତ୍ ମାର୍ଗରେ ଗ୍ଭଲିବାକୁ ନିର୍ଦ୍ଦେଶ ଦିଅନ୍ତି।
9 ସେ ଶୋଚନୀୟ ଲୋକକୁ ବିଗ୍ଭର ମାର୍ଗ ଦେଖାନ୍ତି
ଓ ନମ୍ର ଲୋକମାନଙ୍କୁ ତାଙ୍କ ପଥରେ ଗ୍ଭଲିବାକୁ ପ୍ରେରିତ କରନ୍ତି।
10 ସଦାପ୍ରଭୁ ସେହିମାନଙ୍କ ପ୍ରତି ସ୍ନେହପୂର୍ଣ୍ଣ କରୁଣା ଦୃଷ୍ଟି କରନ୍ତି,
ଯେଉଁମାନେ ତାଙ୍କର ନିୟମ ଓ ପ୍ରତିଜ୍ଞା ମାନି ଚଳନ୍ତି।
ଇସ୍ରାଏଲ ପରମେଶ୍ୱରଙ୍କ ଅଧିକାରରେ
19 ସଦାପ୍ରଭୁ ମୋଶାଙ୍କୁ କହିଲେ, 2 “ଇସ୍ରାଏଲର ସମସ୍ତ ସନ୍ତାନଗଣଙ୍କୁ କୁହ, ତୁମ୍ଭେମାନେ ପବିତ୍ର ହେବ। କାରଣ ଆମ୍ଭେ ସଦାପ୍ରଭୁ କୁମ୍ଭମାନଙ୍କର ପରମେଶ୍ୱର ପବିତ୍ର ଅଟୁ।
3 “ତୁମ୍ଭେମାନେ ପ୍ରତ୍ୟେକ ନିଜ ନିଜ ପିତାମାତାଙ୍କୁ ଭୟ ଓ ସମ୍ମାନ କରିବ। ଏବଂ ମୋର ବିଶ୍ରାମ ଦିନ ପାଳନ କରିବ, କାରଣ ମୁଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟେ।
4 “ଆଉ ତୁମ୍ଭେମାନେ ପ୍ରତିମାଗଣକୁ ଉପାସନା କରିବା ଉଚିତ୍ ନୁହେଁ। କୌଣସି ଦେବତା ନିର୍ମାଣ କର ନାହିଁ। ମୁଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟେ।
32 “ବୃଦ୍ଧ ଲୋକଙ୍କୁ ସମ୍ମାନ ଦିଅ। ସେମାନେ ତୁମ୍ଭ ପାଖକୁ ଆସିଲେ ଛିଡ଼ା ହୋଇଯାଅ, ଛିଡ଼ା ହୋଇ ଥିଲେ ତାଙ୍କୁ ସମାଦର କରିବ। ତୁମ୍ଭେମାନେ ତୁମ୍ଭମାନଙ୍କର ପରମେଶ୍ୱରଙ୍କୁ ଭୟ କରିବା ଉଚିତ୍। ମୁଁ ନିତ୍ୟ ସଦାପ୍ରଭୁ ଅଟେ।
33 “ତୁମ୍ଭମାନଙ୍କ ସହିତ ବାସ କରୁଥିବା ବିଦେଶୀମାନଙ୍କ ପ୍ରତି ମନ୍ଦ ଆଚରଣ କରିବ ନାହିଁ। 34 ତୁମ୍ଭେମାନେ ସ୍ୱଦେଶୀମାନଙ୍କ ପ୍ରତି ଯେପରି ଆଚରଣ କରିବ, ତୁମ୍ଭ ସହବାସୀ ବିଦେଶୀମାନଙ୍କ ପ୍ରତି ମଧ୍ୟ ସେହିପରି ଆଚରଣ କରିବ। ତୁମ୍ଭେ ସେମାନଙ୍କୁ ଆତ୍ମତୁଲ୍ୟ ପ୍ରେମ କରିବ। କାରଣ ମିଶର ଦେଶରେ ତୁମ୍ଭେମାନେ ବିଦେଶୀ ଥିଲ। ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।
35 “ତୁମ୍ଭେମାନେ ବିଗ୍ଭର କଲାବେଳେ କିମ୍ବା ମାପ କି ତୌଲ କଲାବେଳେ ଅଧର୍ମ କରିବ ନାହିଁ। 36 ଯଥାର୍ଥ ଦଣ୍ଡି, ଯଥାର୍ଥ ବଟଖରା, ଯଥାର୍ଥ ଐଫ ଓ ଯଥାର୍ଥ ପଳା ତୁମ୍ଭମାନଙ୍କର ହେବ। ଯେ ମିଶର ଦେଶରୁ ତୁମ୍ଭମାନଙ୍କୁ ବାହାର କରି ଆଣିଲେ ଆମ୍ଭେ ସେହି ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।
37 “ଏଣୁ ତୁମ୍ଭେମାନେ ମୋର ସମସ୍ତ ବ୍ୟବସ୍ଥା ଓ ସମସ୍ତ ବିଧି ମାନ୍ୟକରି ପାଳନ କରିବ। ଚିରଦିନ ମୁଁ ସଦାପ୍ରଭୁ ଅଟେ।”
16 ହଁ, ପରମେଶ୍ୱର ଏ ପୃଥିବୀକୁ ଏତେ ପ୍ରେମ କଲେ ଯେ ସେ ତାହାଙ୍କ ଏକମାତ୍ର ପୁତ୍ରଙ୍କୁ ଦାନ କଲେ। ଯେପରି ତାହାଙ୍କ ପୁତ୍ରଙ୍କୁ ବିଶ୍ୱାସ କରୁଥିବା ପ୍ରତ୍ୟେକ ବ୍ୟକ୍ତି, ବିନାଶ ହେବେ ନାହିଁ, କିନ୍ତୁ ଅନନ୍ତ ଜୀବନ ପାଇବେ। 17 ପରମେଶ୍ୱର ତାହାଙ୍କ ପୁତ୍ରଙ୍କୁ ଏ ଜଗତକୁ ପଠାଇଲେ। ସେ ତାହାଙ୍କୁ ଜଗତର ବିଗ୍ଭର କରିବା ପାଇଁ ପଠାଇ ନ ଥିଲେ। ମାତ୍ର ଏହି ଜଗତ ଯେପରି ତାହାଙ୍କ ପୁତ୍ରଙ୍କ ଦ୍ୱାରା ଉଦ୍ଧାର ପାଇବ, ସେଥିପାଇଁ ସେ ତାହାଙ୍କୁ ପଠାଇଥିଲେ। 18 ପରମେଶ୍ୱରଙ୍କ ପୁତ୍ରଙ୍କଠାରେ ବିଶ୍ୱାସ ରଖୁଥିବା ଲୋକ କେବେ ବିଗ୍ଭରିତ ହୁଏ ନାହିଁ। କିନ୍ତୁ ତାହାଙ୍କଠାରେ ବିଶ୍ୱାସ ନ କରୁଥିବା ଲୋକ ବିଗ୍ଭରିତ ହୋଇସାରିଛି। କାରଣ ସେ ପରମେଶ୍ୱରଙ୍କର ଏକମାତ୍ର ପୁତ୍ରଙ୍କୁ ବିଶ୍ୱାସ କଲା ନାହିଁ। 19 ଲୋକମାନଙ୍କର ବିଗ୍ଭର ଏହି ବିଷୟ ଦ୍ୱାରା ହୁଏ: ସେହି ଆଲୋକ ଜଗତକୁ ଆସିଲେ, କିନ୍ତୁ ଲୋକେ ସେହି ଆଲୋକ ଗ୍ଭହିଁଲେ ନାହିଁ, ସେମାନେ ଅନ୍ଧକାର ଗ୍ଭହିଁଲେ, କାରଣ ସେମାନେ ମନ୍ଦକାର୍ଯ୍ୟରେ ରତଥିଲେ। 20 ମନ୍ଦକାର୍ଯ୍ୟ କରୁଥିବା ପ୍ରତ୍ୟେକ ଲୋକ ଆଲୋକକୁ ଘୃଣା କରେ। ସେ କେବେ ଆଲୋକକୁ ଆସିବ ନାହିଁ କାରଣ ଆଲୋକ ତା'ର କୃତ ସମସ୍ତ ମନ୍ଦକାର୍ଯ୍ୟ ଗୁଡ଼ିକୁ ଦେଖାଇ ଦେବ। 21 କିନ୍ତୁ ଯେଉଁ ଲୋକ ସତ୍ୟପଥ ଅନୁସରଣ କରେ, ସେ ଆଲୋକ ନିକଟକୁ ଆସେ। ତା'ପରେ ଆଲୋକ ସ୍ପଷ୍ଟ ଦେଖାଇ ଦେବ ଯେ ସେ ଲୋକ ଯେଉଁ କାର୍ଯ୍ୟ କରିଛି ତାହା ସେ ପରମେଶ୍ୱରଙ୍କ ମାଧ୍ୟମରେ କରିଛି।[a]
2010 by World Bible Translation Center