Revised Common Lectionary (Complementary)
ଇୟୂଦ୍
73 ହେ ସଦାପ୍ରଭୁ, ତୁମ୍ଭର ହସ୍ତ ମୋତେ ନିର୍ମାଣ କଲା ଏବଂ ମୁଁ କ’ଣ ତିଆରି କଲି?
ମୋତେ ବୁଝିବା ଶକ୍ତି ପ୍ରଦାନ କର, ଯେପରିକି ମୁଁ ତୁମ୍ଭର ନିର୍ଦ୍ଦେଶସବୁ ଶିକ୍ଷା କରିପାରେ।
74 ସଦାପ୍ରଭୁ ଯେଉଁମାନେ ତୁମ୍ଭକୁ ସମ୍ମାନ ଦିଅନ୍ତି, ସେମାନେ ମୋତେ ଦେଖିବେ ଏବଂ ଖୁସୀ ହେବେ।
କାରଣ ମୁଁ ତୁମ୍ଭଠାରେ ଭରସା କରେ।
75 ହେ ସଦାପ୍ରଭୁ, ମୁଁ ଜାଣେ ତୁମ୍ଭ ନିଷ୍ପତ୍ତି ସବୁ ଧର୍ମମୟ।
ମୋତେ ତୁମ୍ଭେ ଦଣ୍ଡ ଦେଇ ଠିକ୍ କରିଥିଲ।
76 ତୁମ୍ଭର ପ୍ରକୃତ ପ୍ରେମରେ ମୋତେ ସାନ୍ତ୍ୱନା ଦିଅ।
ତୁମ୍ଭ ପ୍ରତିଜ୍ଞାନୁସାରେ, ତୁମ୍ଭର ଦାସକୁ ସାନ୍ତ୍ୱନା ଦିଅ।
77 ସଦାପ୍ରଭୁ ମୋ’ ଉପରେ ଦୟା ରଖ, ଯେପରିକି ମୁଁ ବଞ୍ଚିପାରେ।
ମୁଁ ବାସ୍ତବରେ ତୁମ୍ଭର ଶିକ୍ଷାକୁ ଉପଭୋଗ କରେ।
78 ଯେଉଁ ଲୋକମାନେ ନିଜକୁ ମୋ'ଠାରୁ ଧାର୍ମିକ ଭାବନ୍ତି, ମୋ’ ବିଷୟରେ ମିଥ୍ୟା କହନ୍ତି।
ମୁଁ ଆଶାକରେ ସେମାନେ ଲଜ୍ଜିତ ହୁଅନ୍ତୁ।
ହେ ସଦାପ୍ରଭୁ, ମୁଁ ତୁମ୍ଭର ଶିକ୍ଷାସବୁ ଉପରେ ଧ୍ୟାନ କରେ।
79 ଯେଉଁମାନେ ତୁମ୍ଭକୁ ସମ୍ମାନ କରି ପାରନ୍ତି, ତୁମ୍ଭେ ସେମାନଙ୍କୁ ମୋ’ ପାଖକୁ ଫେରାଅ।
ଯେପରିକି ସେମାନେ ତୁମ୍ଭର ବାକ୍ୟ ବିଷୟରେ ଶିକ୍ଷା କରି ପାରିବେ।
80 ସଦାପ୍ରଭୁ, ମୁଁ ସମ୍ପୂର୍ଣ୍ଣ ହୃଦୟ ସହିତ ତୁମ୍ଭର ନିୟମକୁ ମାନିପାରେ,
ତେବେ ମୁଁ ଲଜ୍ଜିତ ହେବି ନାହିଁ।
ଯିହୋଶୂୟ ଇସ୍ରାଏଲଗଣଙ୍କୁ ଉତ୍ସାହିତ କଲେ
23 ସଦାପ୍ରଭୁ ଇସ୍ରାଏଲବାସୀଙ୍କୁ ତାଙ୍କ ଚତୁର୍ପାର୍ଶ୍ୱରେ ଥିବା ସମସ୍ତ ଶତ୍ରୁଙ୍କଠାରୁ ଶାନ୍ତି ପ୍ରଦାନ କଲେ। ଇସ୍ରାଏଲଙ୍କୁ ନିରାପତ୍ତା ଦେଲେ। ଏହିପରି ବହୁତ ଦିନପରେ ଯିହୋଶୂୟ ବୃଦ୍ଧ ହୋଇଗଲେ। 2 ଏହି ସମୟରେ ସମସ୍ତ ଇସ୍ରାଏଲର ପ୍ରାଚୀନବର୍ଗ, ସେମାନଙ୍କର ପ୍ରଧାନ, ସେମାନଙ୍କର ବିଗ୍ଭରକର୍ତ୍ତା ଓ ଅଧ୍ୟକ୍ଷମାନଙ୍କୁ ଡକାଇ ସେମାନଙ୍କୁ କହିଲେ, “ମୁଁ ବୃଦ୍ଧ ହୋଇଗଲି। 3 ତୁମ୍ଭେମାନେ ଦେଖିଅଛ ସଦାପ୍ରଭୁ ଆମ୍ଭମାନଙ୍କ ଶତ୍ରୁମାନଙ୍କ ପାଇଁ ଯାହା ଯାହା କରିଛନ୍ତି। ସେ ଏପରି କରି ଆମ୍ଭକୁ ସାହାଯ୍ୟ କରିଥିଲେ। ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭମାନଙ୍କ ପାଇଁ ଯୁଦ୍ଧ କରିଥିଲେ। 4 ମୋର ମନେ ଅଛି, ମୁଁ ତୁମ୍ଭମାନଙ୍କୁ ଯର୍ଦ୍ଦନ ନଦୀର ମଧ୍ୟବର୍ତ୍ତୀ ଓ ପଶ୍ଚିମ ଦିଗରେ ମହାସମୁଦ୍ର ପର୍ଯ୍ୟନ୍ତ ଭୂମି ତୁମ୍ଭମାନଙ୍କର ଅଧିକାର ପାଇଁ ଦେଇଅଛି। ଅଧିକୃତ ହୋଇ ନ ଥିବା ଦେଶ ତୁମ୍ଭ ଦ୍ୱାରା ଅଧିକୃତ ହେବ। କିନ୍ତୁ ତୁମ୍ଭେମାନେ ସେଗୁଡ଼ିକ ଏ ପର୍ଯ୍ୟନ୍ତ ନିଜ ଅଧୀନକୁ ଆଣି ପାରି ନାହିଁ। 5 କିନ୍ତୁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କ ସମ୍ମୁଖରୁ ସେଠାରେ ବାସ କରିଥିବା ଲୋକମାନଙ୍କୁ ଘଉଡ଼ାଇ ଦେବେ! ଯାହାଫଳରେ ତୁମ୍ଭେମାନେ ସେମାନଙ୍କର ଦେଶକୁ ନେଇ ପାରିବ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଏପରି କରିବାକୁ ପ୍ରତିଜ୍ଞା କରିଛନ୍ତି।
6 “ତୁମ୍ଭେମାନେ ନିଶ୍ଚିତ ଯତ୍ନଶୀଳ ହେବ ସଦାପ୍ରଭୁଙ୍କର ସେହି ବାକ୍ୟକୁ ମାନିବା ପାଇଁ ଯାହାକି ସଦାପ୍ରଭୁ ଆମ୍ଭମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତୁମ୍ଭେମାନେ ମୋଶାଙ୍କ ଦ୍ୱାରା ଲିଖିତ ନିୟମ ପୁସ୍ତକର ସମସ୍ତ କଥାକୁ ଠିକ୍ ଠିକ୍ ଭାବେ ପାଳନ କରିବ। କେବେ ବି ସେ ନିୟମରୁ ବିଚ୍ୟୁତ ହେବ ନାହିଁ। 7 ଏପରି ମଧ୍ୟ ବହୁତ ଲୋକ ଆମ୍ଭ ସହିତ ବାସ କରୁଛନ୍ତି। ସେମାନେ ଇସ୍ରାଏଲୀୟ ନୁହନ୍ତି। ସେମାନେ, ସେମାନଙ୍କର ନିଜର ପ୍ରଭୁଙ୍କୁ ମାନୁଛନ୍ତି। ସେମାନଙ୍କ ସହିତ ବନ୍ଧୁତା ରଖ ନାହିଁ। ସେମାନଙ୍କ ପ୍ରଭୁଙ୍କର ପୂଜା କର ନାହିଁ। କି ସେମାନଙ୍କର ସେବା କର ନାହିଁ। 8 ତୁମ୍ଭେମାନେ ନିଶ୍ଚିତ ଭାବରେ ସଦାପ୍ରଭୁ ତୁମ୍ଭର ପରମେଶ୍ୱରଙ୍କୁ ଅନୁସରଣ କରିବ। ତୁମ୍ଭେମାନେ ଆଜି ପର୍ଯ୍ୟନ୍ତ ଯେପରି କରି ଆସୁଅଛ।
9 “ସଦାପ୍ରଭୁ ତୁମ୍ଭମାନଙ୍କୁ ବହୁତ ଶକ୍ତିଶାଳୀ ଦେଶମାନଙ୍କୁ ପରାସ୍ତ କରିବା ପାଇଁ ସାହାଯ୍ୟ କଲେ। ସଦାପ୍ରଭୁ ସେମାନଙ୍କୁ ବିତାଡ଼ିତ କରି ଦେଲେ। କୌଣସି ଦେଶ ବର୍ତ୍ତମାନ ସୁଦ୍ଧା ତୁମ୍ଭମାନଙ୍କୁ ପରାସ୍ତ କରିବାକୁ ସମର୍ଥ ହୋଇ ନାହିଁ। 10 ସଦାପ୍ରଭୁଙ୍କ ସହାୟତାରେ ଇସ୍ରାଏଲର ଯେକୌଣସି ଜଣେ ସୈନିକ ଏକ ହଜାର ସୈନିକମାନଙ୍କୁ ପରାସ୍ତ କରି ପାରିବ। କାହିଁକି ଜାଣ? ଯେହେତୁ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ତୁମ୍ଭମାନଙ୍କ ପକ୍ଷରେ ଯୁଦ୍ଧ କରିବେ, ଯେହେତୁ ସେ ପ୍ରତିଜ୍ଞା କରିଥିଲେ। 11 ତୁମ୍ଭେମାନେ ନିଶ୍ଚିତ ଭାବରେ ସଦାପ୍ରଭୁ ତୁମ୍ଭର ପରମେଶ୍ୱରଙ୍କୁ ସର୍ବଦା ପ୍ରେମ କରୁଥିବ।
12 “କଦାପି ସଦାପ୍ରଭୁଙ୍କ ଉପଦେଶରୁ ବିଚ୍ୟୁତ ହୁଅ ନାହିଁ। କଦାପି ଅନ୍ୟମାନଙ୍କ ସହିତ ବନ୍ଧୁ ହୁଅ ନାହିଁ। ଯେଉଁମାନେ କି ଇସ୍ରାଏଲଙ୍କର ଅଂଶ ନୁହନ୍ତି। କୌଣସି ଅନ୍ୟ ବଂଶମାନଙ୍କ ସହିତ ବିବାହ କର ନାହିଁ। ଇସ୍ରାଏଲ ନୁହନ୍ତି କିନ୍ତୁ ଯଦି ତୁମ୍ଭେ ସେମାନଙ୍କର ବନ୍ଧୁ ହୁଅ। 13 ସେହି ସମୟରେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭର ଶତ୍ରୁମାନଙ୍କୁ ପରାସ୍ତ କରିବାରେ ଓ ଘଉଡ଼ାଇ ଦେବାରେ ତୁମ୍ଭର ପକ୍ଷ ହେବେ ନାହିଁ। ଏହି ଲୋକମାନେ ତୁମ୍ଭ ପାଇଁ ଏକ ଫାଶ ପରି ହେବେ। ସେମାନେ ତୁମ୍ଭ ପିଠି ପାଇଁ ଗ୍ଭବୁକ୍ ପରି ଓ ତୁମ୍ଭ ଆଖି ପାଇଁ କଣ୍ଟା ପରି ହେବେ। ଯେପର୍ଯ୍ୟନ୍ତ ତୁମ୍ଭେ ସେହି ଉତ୍ତମ ଦେଶ ଛାଡ଼ିବା ପାଇଁ ବାଧ୍ୟ ନ ହୋଇଛ, ଯାହା ସଦାପ୍ରଭୁ ତୁମ୍ଭଙ୍କୁ ଦେଇଥିଲେ।
14 “ମୋର ମୃତ୍ୟୁ ସମୟ ନିକଟ ହେଲାଣି। ତୁମ୍ଭେମାନେ ଜାଣ ଏବଂ ଭଲ ଭାବରେ ଜାଣ ଯେ, ସଦାପ୍ରଭୁ ତୁମ୍ଭମାନଙ୍କୁ କିପରି ସହାୟତା ଦେଇଛନ୍ତି। ଏବଂ ତୁମ୍ଭ ପାଇଁ କ’ଣ କରିଛନ୍ତି। ସେ ଯାହା କହିଛନ୍ତି ସେ ତାହା ଦେଇଛନ୍ତି। ସଦାପ୍ରଭୁ ତାଙ୍କର ସବୁ ଉତ୍ତମ ପ୍ରତିଜ୍ଞା ପୂରଣ କରିଛନ୍ତି, ଯାହା ସେ ତୁମ୍ଭ ସହିତ ପ୍ରତିଜ୍ଞା କରିଥିଲେ। ଆମ୍ଭକୁ ସବୁ ଦେଇଛନ୍ତି ସେ ଯାହାସବୁ ଆମ୍ଭ ସହିତ ପ୍ରତିଜ୍ଞା କରିଛନ୍ତି। 15 ସଦାପ୍ରଭୁ ପରମେଶ୍ୱର ଯେଉଁସବୁ ପ୍ରତିଜ୍ଞା ଆମ୍ଭ ସହିତ କରିଥିଲେ, ତାହା ସବୁ ଏବେ ସଫଳ ହେଉଛି। କିନ୍ତୁ ଠିକ୍ ସେହିପରି ସଦାପ୍ରଭୁ ଅନ୍ୟ ଯେଉଁ ପ୍ରତିଜ୍ଞା କରିଥିଲେ, ତାହା ସତ୍ୟ ହେବାକୁ ଯାଉଛି। ସେ ପ୍ରତିଜ୍ଞା କରିଛନ୍ତି ଯଦି ତୁମ୍ଭେ ଭୁଲ୍ କର, ତେବେ ତୁମ୍ଭ ପ୍ରତି ସବୁ ମନ୍ଦଫଳ ଘଟିବ। ସେ ଦେଇଥିବା ଉତ୍ତମ ଦେଶରୁ ତୁମ୍ଭକୁ ଦୂରକୁ ନେଇଯିବେ। 16 ଏହିପରି ଭାବରେ ଘଟିବ ଯଦି ତୁମ୍ଭେ ତୁମ୍ଭର ସଦାପ୍ରଭୁ ପରମେଶ୍ୱରଙ୍କର ସଙ୍ଗରେ କରିଥିବା ଚୁକ୍ତିର ଖିଲାପ କର। ତୁମ୍ଭେ ପାଇଥିବା ସମସ୍ତ ଭୂମି ହରାଇବ ଯଦି ତୁମ୍ଭେ ଅନ୍ୟ ଲୋକମାନଙ୍କର ପ୍ରଭୁଙ୍କୁ ଉପାସନା କର ବା ଅନ୍ୟ ଦେବତାମାନଙ୍କୁ ସେବା କର, ତେବେ ସଦାପ୍ରଭୁ ତୁମ୍ଭମାନଙ୍କ ଉପରେ କୋପଦୃଷ୍ଟି ପକାଇବେ। ଏହା ପରେ ତୁମ୍ଭକୁ ସଦାପ୍ରଭୁ ଦେଇଥିବା ଭଲ ଭୂମିକୁ ହରାଇବାକୁ ପଡ଼ିବ।”
ଅବିଶ୍ୱାସୀମାନଙ୍କୁ ଯୀଶୁଙ୍କ ଚେତାବନୀ
(ମାଥିଉ 11:20-24)
13 “ହାୟ କୋରାଜୀନ୍! ହାୟ ବେଥ୍ସାଇଦା![a] ତୁମ୍ଭମାନଙ୍କ ମଧ୍ୟରେ ମୁଁ ଅନେକ ଆଶ୍ଚର୍ଯ୍ୟକର୍ମ ଦେଖାଇଛି। ଯଦି ଏଗୁଡ଼ିକ ସୋର ଓ ସୀଦୋନରେ ଲୋକମାନଙ୍କୁ କରା ଯାଇଥା’ନ୍ତା, ତେବେ କେବେଠାରୁ ସେମାନେ ନିଜର ହୃଦୟ ପରିବର୍ତ୍ତନ କରି ସାରିଥାଆନ୍ତେ ଓ ପାପ କରିବା ଛାଡ଼ି ଦେଇଥାଆନ୍ତେ। ସେମାନେ ନିଜ ନିଜ ପାପ ପାଇଁ ଅନୁତାପ କରିଥିବା କଥା ଦେଖାଇବା ପାଇଁ ତା'ର ପ୍ରତୀକ ସ୍ୱରୁପ ଅଖାରେ ତିଆରି ଶୋକବସ୍ତ୍ର ଧାରଣ କରିଥାଆନ୍ତେ ଓ ମୁଣ୍ଡରେ ପାଉଁଶ ବୋଳି ହୋଇଥାଆନ୍ତେ। 14 ବିଗ୍ଭର ଦିନ ତୁମ୍ଭମାନଙ୍କ ଦଶା ସୋର ଓ ସୀଦୋନର ଲୋକମାନଙ୍କ ଦଶା ଅପେକ୍ଷା ଅଧିକ ଖରାପ ହେବ। 15 ଏବଂ ହେ କଫର୍ନାହୂମ! ତୁମ୍ଭକୁ କ’ଣ ସ୍ୱର୍ଗ ଯେତେ ଉଚ୍ଚ, ସେତେ ଉଚ୍ଚକୁ ଉଠାଯିବ? ନା, ତୁମ୍ଭକୁ ନର୍କ ଯେତେ ନୀଚ୍ଚ ସେହିପରି ନୀଚ୍ଚ ସ୍ଥାନକୁ ଅଣାଯିବ।
16 “ଯେତେବେଳେ କୌଣସି ଲୋକ ତୁମ୍ଭମାନଙ୍କ କଥା ଶୁଣେ, ସେ ପ୍ରକୃତରେ ମୋ’ କଥା ଶୁଣେ। ଯେତେବେଳେ ଜଣେ ତୁମ୍ଭମାନଙ୍କୁ ଗ୍ରହଣ କରିବାକୁ ମନା କରେ, ସେ ପ୍ରକୃତରେ ମୋତେ ଗ୍ରହଣ କରିବାକୁ ମନା କରିଦିଏ ଏବଂ ଯେତେବେଳେ ଜଣେ ମୋତେ ଗ୍ରହଣ କରିବାକୁ ମନା କରେ, ସେ ପ୍ରକୃତରେ ମୋତେ ପଠାଇଥିବା ପରମେଶ୍ୱରଙ୍କୁ ଗ୍ରହଣ କରିବାକୁ ମନା କରିଦିଏ।”
2010 by World Bible Translation Center