Print Page Options
Previous Prev Day Next DayNext

Revised Common Lectionary (Complementary)

Daily Bible readings that follow the church liturgical year, with thematically matched Old and New Testament readings.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଯିଶାଇୟ ଭବିଷ୍ୟ‌ଦ୍‌ବକ୍ତାଙ୍କର ପୁସ୍ତକ 66:10-14

10 ଯିରୁଶାଲମକୁ ପ୍ରେମ କରୁଥିବା ତୁମ୍ଭେମାନେ ସମସ୍ତେ ତା’ ସହିତ ଆନନ୍ଦ କର ଓ ତା’ ପାଇଁ ଉଲ୍ଲସିତ ହୁଅ।
    ପୁଣି ତା’ ପାଇଁ ଶୋକ କରୁଥିବା ତୁମ୍ଭେମାନେ ସମସ୍ତେ ତା'ର ଆନନ୍ଦ ପାଇଁ ଉଲ୍ଲାସ କର।
11 ତହିଁରେ ତୁମ୍ଭେମାନେ ତାହାର
    ଦୟାରୂପ ସ୍ତନ୍ୟପାନ କରି ତୃପ୍ତ ହେବ;
ତୁମ୍ଭେମାନେ ତା'ର “ଦୁ‌ଗ୍‌ଧ” ଦୋହନ କରି
    ତାହାର ଐଶ୍ୱର୍ଯ୍ୟର ବାହୁଲ୍ୟରେ ଆନନ୍ଦିତ ହେବ।

12 ସଦାପ୍ରଭୁ ଏହା କହନ୍ତି,
“ଏହା ଶାନ୍ତି ରୂପେ ତା'ର ଜଳପୂର୍ଣ୍ଣ ଝରଣା ଆଡ଼କୁ ବହିବ।
    ଜାତିଗଣର ଧନ ସମ୍ପତ୍ତି ଗୋଟିଏ ପରିପୂର୍ଣ୍ଣ ଝରଣା ସଦୃଶ,
    ତୁମ୍ଭେ ସେବକ ହେବ ଏବଂ ଗୋଟିଏ ଅଣ୍ଟାରେ ବହନ ହେବ।
13 ମା’ ଯେପରି ତା'ର ସନ୍ତାନକୁ ସାନ୍ତ୍ୱନା ଦିଏ, ଆମ୍ଭେ ସେହିପରି ତୁମ୍ଭମାନଙ୍କୁ ସାନ୍ତ୍ୱନା ଦେବା
    ଓ ତୁମ୍ଭେମାନେ ଯିରୁଶାଲମରେ ସାନ୍ତ୍ୱନା ଲାଭ କରିବ।”

14 ପୁଣି ତୁମ୍ଭେମାନେ ଏହା ଦେଖିବ ଓ ତୁମ୍ଭମାନଙ୍କର ହୃଦୟ ଆନନ୍ଦିତ ହେବ।
    ଆଉ ତୁମ୍ଭମାନଙ୍କ ଅସ୍ଥି ନୂତନ ତୃଣ ସଦୃଶ ସତେଜ ହେବ।
ସଦାପ୍ରଭୁଙ୍କର ହସ୍ତ ତାହାଙ୍କ ଦାସମାନଙ୍କ ଉପରେ ପ୍ରକାଶିତ ହେବ।
    ଆଉ ମଧ୍ୟ ସେ ନିଜ ଶତ୍ରୁମାନଙ୍କ ଉପରେ କୁପିତ ହେବେ।

ଗୀତସଂହିତା 66:1-9

ପ୍ରଧାନ ବାଦ୍ୟକର ନିମନ୍ତେ ଗାନାର୍ଥକ ଗୀତ।

66 ହେ ପୃଥିବୀର ସକଳ ବସ୍ତୁ, ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଆନନ୍ଦ ଧ୍ୱନି କର!
ତାହାଙ୍କ ନାମର ମହିମା ଗାନ କର।
    ସ୍ତୁତି ଗାନ କରି ଗୌରବାନ୍ୱିତ କର।
ପରମେଶ୍ୱରଙ୍କୁ କୁହ, “ତୁମ୍ଭର କାର୍ଯ୍ୟ ଆଶ୍ଚର୍ଯ୍ୟଜନକ ଅଟେ।
    ପରମେଶ୍ୱର, ତୁମ୍ଭର ଶକ୍ତି ମହାନ! ତୁମ୍ଭର ଶତ୍ରୁମାନେ ତୁମ୍ଭ ସମ୍ମୁଖରେ ନତମସ୍ତକ ହୁଅନ୍ତି।
    ସେମାନେ ତୁମ୍ଭକୁ ଭୟ କରନ୍ତି।
ସମୁଦାୟ ପୃଥିବୀ ତୁମ୍ଭର ପ୍ରଣାମ କରୁ ଏବଂ ସମୁଦାୟ ଲୋକ ତୁମ୍ଭର ନାମ ପ୍ରଶଂସା ଗାନ କରନ୍ତୁ।
    ପ୍ରତ୍ୟେକ ବ୍ୟକ୍ତି ଗୀତ ଦ୍ୱାରା ତୁମ୍ଭର ନାମକୁ ପ୍ରଶଂସା କରନ୍ତୁ।” ସେଲା

ଦେଖ, ଯେଉଁସବୁ କାର୍ଯ୍ୟ ପରମେଶ୍ୱର କରିଛନ୍ତି।
    ସେ ସମସ୍ତ କାର୍ଯ୍ୟ ଆମ୍ଭମାନଙ୍କୁ ଆଶ୍ଚର୍ଯ୍ୟ କରେ।
ପରମେଶ୍ୱର ପର୍ଯ୍ୟାୟକ୍ରମେ ସମୁଦ୍ରକୁ ଶୁଖାଇ ଥିଲେ।
    ତାଙ୍କର ଲୋକ ନଦୀକୁ ଅତିକ୍ରମ କରି ଗ୍ଭଲିଲେ।
ପରମେଶ୍ୱର ତାଙ୍କର ମହାନ ଶକ୍ତିରେ ପୃଥିବୀରେ ଶାସନ କରନ୍ତି।
    ପରମେଶ୍ୱର ଜାତିଗଣକୁ ନିରୀକ୍ଷଣ କରନ୍ତି।
    ତାଙ୍କ ବିପକ୍ଷରେ ଜି‌ଦ୍‌ଖୋର ହୋଇ ବିଦ୍ରୋହୀ ଭାବେ ଛିଡ଼ା ହେବା ଉଚିତ୍ ନୁହେଁ। ସେଲା

ହେ ମାନବ ସମାଜ, ଆମ୍ଭ ପରମେଶ୍ୱରଙ୍କର ପ୍ରଶଂସା ଗାନ କର।
    ଉଚ୍ଚ ସ୍ୱରରେ ତାଙ୍କର ମହିମା ଗାନ କର।
ପରମେଶ୍ୱର ଆମ୍ଭମାନଙ୍କୁ ଜୀବନ ଦେଲେ
    ଏବଂ ଆମ୍ଭକୁ ଖସିଯିବାକୁ ଅନୁମତି ଦେଇ ନାହାନ୍ତି।

ଗାଲାତୀୟଙ୍କ ପ୍ରତି ପତ୍ର 6:1-6

ଏକଆରେକର ସାହାଯ୍ୟ କର

ଭାଇ ଓ ଭଉଣୀମାନେ! ତୁମ୍ଭମାନଙ୍କ ଭିତରୁ କୌଣସି ଲୋକ ହୁଏତ କିଛି ଭୁଲ୍ କରିପାରେ। ସେତେବେଳେ ତୁମ୍ଭେମାନେ ଆତ୍ମିକ ଲୋକ ହୋଇଥିବାରୁ, ଭଦ୍ରତା ସହକାରେ ଭୁଲକାର୍ଯ୍ୟ କରୁଥିବା ଲୋକଟିକୁ ସଂଶୋଧନ ହେବା ପାଇଁ ସାହାଯ୍ୟ କରିବା ଉଚିତ୍। କିନ୍ତୁ ସାବଧାନ, ତୁମ୍ଭେମାନେ ଯେପରି ନିଜେ କୌଣସି ପାପ କରିବା ପାଇଁ ପରୀକ୍ଷାରେ ପଡ଼ି ନ ଯାଅ। ନିଜର କର୍ତ୍ତବ୍ୟ କରିବା ସହ ପରସ୍ପରକୁ ସାହାଯ୍ୟ କର। ଏଭଳି କରିବା ଦ୍ୱାରା ତୁମ୍ଭେମାନେ ଖ୍ରୀଷ୍ଟଙ୍କ ଆଜ୍ଞାକୁ ପ୍ରକୃତରେ ପାଳନ କରି ପାରିବ। ଯଦି ଜଣେ ଅତି ନଗନ୍ୟ ହୋଇଥିଲେ ହେଁ ନିଜକୁ ମହାନ୍ ବୋଲି ଭାବେ, ତେବେ ସେ ନିଜକୁ ପ୍ରତାରଣା କରେ। ଜଣେ ଲୋକ ନିଜକୁ ଅନ୍ୟ ସହିତ ତୁଳନା କରିବା ଉଚିତ୍ ନୁହେଁ। ମାତ୍ର ପ୍ରତ୍ୟେକ ଲୋକ ନିଜର କାର୍ଯ୍ୟଗୁଡ଼ିକୁ ପରୀକ୍ଷା ନିରୀକ୍ଷା କରିବା ଉଚିତ୍। ତା'ହେଲେ ସେ ନିଜର କାମ ପାଇଁ ଗର୍ବ ଅନୁଭବ କରି ପାରିବ। ପ୍ରତ୍ୟେକ ଲୋକ ନିଜ ନିଜର ଦାୟିତ୍ୱ ବହନ କରିବା ଉଚିତ୍।

ଉତ୍ତମ କାର୍ଯ୍ୟ କରିବା ବନ୍ଦ ନ କର

ଯେଉଁ ଲୋକ ପରମେଶ୍ୱରଙ୍କ ବାକ୍ୟର ଶିକ୍ଷା କରୁଛି, ସେ ନିଜର ଶିକ୍ଷକଙ୍କୁ ତା’ ନିକଟରେ ଥିବା ସମସ୍ତ ଭଲ ବିଷୟ ଗୁଡ଼ିକର ସହଭାଗୀ କରାଉ।

ଗାଲାତୀୟଙ୍କ ପ୍ରତି ପତ୍ର 6:7-16

ନିଜକୁ ପ୍ରତାରଣା କର ନାହିଁ। ପରମେଶ୍ୱରଙ୍କୁ ତୁମ୍ଭେମାନେ ଠକି ପାରିବ ନାହିଁ। ଜଣେ ଲୋକ ଯେପରି ବୁଣିବ, ସେହିପରି କାଟିବ। ଯେଉଁ ଲୋକ ନିଜର ପାପମୟ ସ୍ୱଭାବକୁ ସନ୍ତୁଷ୍ଟ କରିବା ପାଇଁ ବୁଣିବ, ସେ ବିନାଶ ଦାୟକ ଫସଲ କାଟିବ। କିନ୍ତୁ ଜଣେ ଯଦି ଆତ୍ମାଙ୍କୁ ସନ୍ତୁଷ୍ଟ କରିବା ପାଇଁ ବୁଣିବ, ସେ ଆତ୍ମାଙ୍କଠାରୁ ଅନନ୍ତ ଜୀବନ ରୂପକ ଶସ୍ୟ କାଟିବ। ଆମ୍ଭେ ଉତ୍ତମ କାର୍ଯ୍ୟ କରିବାରେ ଥକିଯିବା ନାହିଁ। କାରଣ ଉପଯୁକ୍ତ ସମୟ ଆସିଲା ପରେ ଆମ୍ଭକୁ ତା'ର ଫଳ ମିଳିବ। 10 ତେଣୁ ଯେତେବେଳେ ଆମ୍ଭେ କାହାର ଉପକାର କରିବା ନିମନ୍ତେ ସୁଯୋଗ ପାଉ, ଆମ୍ଭେ ଅବଶ୍ୟ ତାହା କରିବା ଉଚିତ୍। କିନ୍ତୁ ଯେଉଁମାନେ ମଣ୍ଡଳୀଭୁକ୍ତ ବିଶ୍ୱାସୀ ଅଟନ୍ତି, ସେମାନଙ୍କ ପ୍ରତି ଆମ୍ଭକୁ ବିଶେଷ ଧ୍ୟାନ ଦେବାକୁ ପଡ଼ିବ।

ପାଉଲଙ୍କ ପତ୍ରର ସମାପ୍ତି

11 ଦେଖ! ମୁଁ ନିଜ ହାତରେ ଓ କେତେ ବଡ଼ବଡ଼ ଅକ୍ଷରରେ ତୁମ୍ଭମାନଙ୍କୁ ଏହି ପତ୍ରଟି ଲେଖିଛି। 12 କେତେକ ଲୋକ ତୁମ୍ଭମାନଙ୍କୁ ସୁନ୍ନତ ହେବା ପାଇଁ ବାଧ୍ୟ କରୁଛନ୍ତି। ଯିହୂଦୀମାନେ ଯେପରି ସେମାନଙ୍କୁ ଗ୍ରହଣ କରି ପାରନ୍ତି, ସେଥିପାଇଁ ଏହା କରୁଛନ୍ତି। ଖ୍ରୀଷ୍ଟଙ୍କ କ୍ରୁଶ ପାଇଁ କାଳେ ସେମାନଙ୍କୁ ନିର୍ଯ୍ୟାତନା ସହିବାକୁ ହେବ, ସେଥିପାଇଁ ସେମାନେ ଭୟ କରୁଛନ୍ତି। 13 ଯେଉଁମାନେ ତୁମ୍ଭମାନଙ୍କୁ ସୁନ୍ନତ ପାଇଁ ପ୍ରବର୍ତ୍ତାଉଛନ୍ତି, ସେମାନେ ନିଜେ ବ୍ୟବସ୍ଥା ପାଳନ କରୁ ନାହାନ୍ତି। କିନ୍ତୁ ସେମାନେ ତୁମ୍ଭମାନଙ୍କୁ ସୁନ୍ନତ କରିବାକୁ ବଡ଼ ଆଗ୍ରହୀ ଅଟନ୍ତି। ତୁମ୍ଭମାନଙ୍କୁ ଏହିପରି କରିବାକୁ ବାଧ୍ୟ କରି, ସେମାନେ ଗର୍ବ କରି ପାରିବେ।

14 ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ କ୍ରୁଶ ହିଁ ମୋର ଗର୍ବର ଏକମାତ୍ର କାରଣ। ମୁଁ ଆଶାକରେ ଯେ, ମୁଁ ତାହାଠାରୁ ଆଉ କେଉଁଠାରେ ଗର୍ବ କରିବି ନାହିଁ। କ୍ରୁଶ ଉପରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମୃତ୍ୟୁ ଦ୍ୱାରା ମୋ’ ପାଇଁ ଏହି ଜଗତ ମୃତ ଓ ମୁଁ ମଧ୍ୟ ଜଗତ ପାଇଁ ମୃତ। 15 ଜଣେ ମନୁଷ୍ୟ ସୁନ୍ନତ ହେଉ ବା ଅସୁନ୍ନତ ହେଉ, ସେଥିରେ କିଛି ଗୁରୁତ୍ୱ ନାହିଁ। କେବଳ ପରମେଶ୍ୱରଙ୍କ ଦ୍ୱାରା ସୃଷ୍ଟ ନୂତନ ମନୁଷ୍ୟ ହେବା ଗୁରୁତ୍ୱପୂର୍ଣ୍ଣ। 16 ଯେଉଁମାନେ ଏହି ନିୟମ ପାଳନ କରୁଛନ୍ତି, ସେମାନଙ୍କୁ ଓ ପରମେଶ୍ୱରଙ୍କ ସମସ୍ତ ଲୋକମାନଙ୍କୁ ଶାନ୍ତି ଓ ଦୟା ମିଳୁ।

ଲୂକ ଲିଖିତ ସୁସମାଗ୍ଭର 10:1-11

ଯୀଶୁ ବାସ୍ତରି ଜଣକୁ ପଠାଇଲେ

10 ଏହା ପରେ ପ୍ରଭୁ ଆଉ ବାସ୍ତରି ଜଣ ଲୋକଙ୍କୁ ବାଛିଲେ। ଯେଉଁ ଯେଉଁ ନଗର ଓ ସ୍ଥାନମାନଙ୍କୁ ତାହାଙ୍କର ଯିବାର ଯୋଜନା ଥିଲା, ସେହି ନଗର ଓ ସ୍ଥାନମାନଙ୍କୁ ସେ ସେମାନଙ୍କୁ ଦୁଇ ଦୁଇଜଣ ହିସାବରେ ନିଜେ ଯିବା ଆଗରୁ ପଠାଇଦେଲେ। ଯୀଶୁ ସେମାନଙ୍କୁ କହିଲେ, “ଅମଳ ହେବାକୁ ପ୍ରଚୁର ଫସଲ ପଡ଼ି ରହିଛି। କିନ୍ତୁ ମୂଲିଆ ଖୁବ୍ କମ୍। ତେଣୁ ଫସଲର ମାଲିକଙ୍କୁ ପ୍ରାର୍ଥନା କର ଯେ, ସେ ଯେପରି ତାହାଙ୍କର ଫସଲ କାଟିବା ପାଇଁ କାମ କରିବାକୁ ଅଧିକ ମୂଲିଆ ପଠାଇବେ।

“ଯାଅ, କିନ୍ତୁ ମନେରଖ, ମୁଁ ତୁମ୍ଭମାନଙ୍କୁ ଗଧିଆମାନଙ୍କ ମଧ୍ୟରେ ମେଣ୍ଢାଛୁଆ ଭାବରେ ପଠାଉଛି। ସାଙ୍ଗରେ ଟଙ୍କା, ଥଳି, ଜୋତା କିଛି ହେଲେ ନିଅ ନାହିଁ। ରାସ୍ତାରେ କାହାରି ସହିତ କଥାବାର୍ତ୍ତା ହେବା ପାଇଁ ଅଟକି ଯିବ ନାହିଁ। ଯେକୌଣସି ଘରେ ପ୍ରବେଶ କରିବା ମାତ୍ରେ ପ୍ରଥମେ କୁହ, ‘ଏ ଘରକୁ ଶାନ୍ତି ମିଳୁ।’ ଯଦି ସେଠାରେ କେହି ଶାନ୍ତି ପ୍ରିୟ ଲୋକ ଥିବ, ତେବେ ତୁମ୍ଭମାନଙ୍କର ଶାନ୍ତି ଆଶୀର୍ବାଦ ତାହାକୁ ମିଳିବ। ଯଦି ସେଠାରେ କେହି ଶାନ୍ତି ପ୍ରିୟ ଲୋକ ନ ଥିବ, ତେବେ ତୁମ୍ଭମାନଙ୍କ ଶାନ୍ତି ଆଶୀର୍ବାଦ ତୁମ୍ଭମାନଙ୍କ ପାଖକୁ ଫେରି ଆସିବ। ତୁମ୍ଭେମାନେ ଶାନ୍ତି ଥିବା ଘରେ ରୁହ। ସେ ଲୋକମାନେ ତୁମ୍ଭମାନଙ୍କୁ ଯାହାଦେବେ ତାହା ଖାଅ ଓ ପିଅ। କାରଣ କାମ କରିବା ଲୋକର ତା’ ବେତନ ଉପରେ ଅଧିକାର ଅଛି। ଅନ୍ୟ ଘରେ ରହିବା ପାଇଁ ସେହି ଘର ଛାଡ଼ି ଯାଅ ନାହିଁ।

“ଯଦି ତୁମ୍ଭେମାନେ ଗୋଟିଏ ନଗରକୁ ଯାଅ ଓ ସେଠାରେ ଯଦି ଲୋକେ ତୁମ୍ଭମାନଙ୍କୁ ସ୍ୱାଗତ କରନ୍ତି, ତେବେ ତୁମ୍ଭେମାନଙ୍କୁ ସେମାନେ ଯାହା ଖାଦ୍ୟ ଦିଅନ୍ତି, ତାହା ଖାଅ। ସେଠାରେ ରହୁଥିବା ଲୋଗୀଙ୍କୁ ସୁସ୍ଥ କର। ତା'ପରେ ସେମାନଙ୍କୁ କୁହ, ‘ପରମେଶ୍ୱରଙ୍କ ରାଜ୍ୟ ତୁମ୍ଭମାନଙ୍କ ନିକଟରେ ଖୁବ୍ ଶୀଘ୍ର ଆସି ପହଞ୍ଚିଯାଉଛି।’

10 “କିନ୍ତୁ ତୁମ୍ଭେମାନେ ଯଦି ଏଭଳି ଏକ ନଗରକୁ ଯାଅ ଓ ସେଠାରେ ଲୋକେ ତୁମ୍ଭମାନଙ୍କର ସ୍ୱାଗତ ନ କରନ୍ତି, ତେବେ ସେହି ନଗରର ଗଳିମାନଙ୍କରେ ଯାଅ ଏବଂ କୁହ, 11 ଆମ୍ଭର ପାଦରେ ଲାଗିଥିବା ଏହି ଧୂଳିତକ ମଧ୍ୟ ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧରେ ଏହିଠାରେ ଝାଡ଼ି ଦେଇ ଯାଉଛୁ।’ ତଥାପି ମନେରଖ, ‘ପରମେଶ୍ୱରଙ୍କ ରାଜ୍ୟ ଖୁବ୍ ଶୀଘ୍ର ଆସୁଛି।’

ଲୂକ ଲିଖିତ ସୁସମାଗ୍ଭର 10:16-20

16 “ଯେତେବେଳେ କୌଣସି ଲୋକ ତୁମ୍ଭମାନଙ୍କ କଥା ଶୁଣେ, ସେ ପ୍ରକୃତରେ ମୋ’ କଥା ଶୁଣେ। ଯେତେବେଳେ ଜଣେ ତୁମ୍ଭମାନଙ୍କୁ ଗ୍ରହଣ କରିବାକୁ ମନା କରେ, ସେ ପ୍ରକୃତରେ ମୋତେ ଗ୍ରହଣ କରିବାକୁ ମନା କରିଦିଏ ଏବଂ ଯେତେବେଳେ ଜଣେ ମୋତେ ଗ୍ରହଣ କରିବାକୁ ମନା କରେ, ସେ ପ୍ରକୃତରେ ମୋତେ ପଠାଇଥିବା ପରମେଶ୍ୱରଙ୍କୁ ଗ୍ରହଣ କରିବାକୁ ମନା କରିଦିଏ।”

ଶୟତାନର ପତନ

17 ଯେତେବେଳେ ବାସ୍ତରି[a] ଜଣ ସେମାନଙ୍କ ଭ୍ରମଣରୁ ଫେରି ଆସିଲେ, ସେମାନେ ବହୁତ ଖୁସୀ ଥିଲେ। ସେମାନେ କହିଲେ, “ପ୍ରଭୁ, ଆମ୍ଭେମାନେ ଯେତେବେଳେ ଆପଣଙ୍କ ନାମ ନେଇ ଆଜ୍ଞା ଦେଲୁ, ସେତେବେଳେ ଏପରିକି ଭୂତମାନେ ମଧ୍ୟ ଆମ୍ଭମାନଙ୍କ କଥା ମାନିଲେ।”

18 ଏହା ଶୁଣି ଯୀଶୁ ସେମାନଙ୍କୁ କହିଲେ, “ମୁଁ ଶୟତାନକୁ ଆକାଶରୁ ବିଜୁଳି ଭଳି ଖସିଥିବାର ଦେଖିଛି। 19 ଶୁଣ! ସାପ ଓ କଙ୍କଡ଼ାବିଛାମାନଙ୍କୁ ପାଦତଳେ ଦଳି ଦେବାକୁ ମୁଁ ତୁମ୍ଭମାନଙ୍କୁ ଶକ୍ତି ଦେଇଛି। ମୁଁ ତୁମ୍ଭମାନଙ୍କ ଶତ୍ରୁ ପାଖରେ ଥିବା ଶକ୍ତିଠାରୁ ଅଧିକ ଶକ୍ତି ଦେଇଛି। ତୁମ୍ଭମାନଙ୍କର କେହି କିଛି କ୍ଷତି କରି ପାରିବ ନାହିଁ। 20 ହଁ, ଆତ୍ମାମାନେ ତୁମ୍ଭମାନଙ୍କ କଥା ମାନୁଛନ୍ତି। ତୁମ୍ଭେମାନେ ଖୁସୀ ହୁଅ, କାରଣ ତୁମ୍ଭମାନଙ୍କ ପାଖରେ ଏ ଶକ୍ତି ଥିବା ଯୋଗୁଁ ନୁହେଁ, ବରଂ ତୁମ୍ଭମାନଙ୍କ ନାମ ସ୍ୱର୍ଗରେ ଲେଖା ହୋଇଥିବା ଯୋଗୁଁ ଖୁସୀ ହୁଅ।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center