Print Page Options
Previous Prev Day Next DayNext

Revised Common Lectionary (Complementary)

Daily Bible readings that follow the church liturgical year, with thematically matched Old and New Testament readings.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 140

ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ।

140 ହେ ସଦାପ୍ରଭୁ, ଦୁଷ୍ଟ ଲୋକମାନଙ୍କଠାରୁ ମୋତେ ଉଦ୍ଧାର କର।
    ଦୌରାତ୍ମ୍ୟକାରୀ ଲୋକମାନଙ୍କଠାରୁ ମୋତେ ରକ୍ଷା କର।
ଯେଉଁ ଦୁର୍ଜ୍ଜନମାନେ, ଦୁଷ୍ଟ ଯୋଜନା କରନ୍ତି।
    ସେମାନେ ପ୍ରତ୍ୟେକ ଦିନ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ହୁଅନ୍ତି।
ସେମାନଙ୍କର ଜିହ୍ୱା ବିଷଧର ସର୍ପପରି,
    ଯେପରି ସେମାନଙ୍କର ଜିହ୍ୱାତଳେ ନାଗର ଗରଳ ରହିଛି। ସେଲା

ହେ ସଦାପ୍ରଭୁ, ଦୁଷ୍ଟ ଲୋକମାନଙ୍କଠାରୁ ମୋତେ ରକ୍ଷା କର।
    ଦୌରାତ୍ମ୍ୟକାରୀମାନଙ୍କଠାରୁ ମୋତେ ସୁରକ୍ଷା ଦିଅ।
    ଯେଉଁମାନେ ମୋ’ ପଛରେ ପଡ଼ିଛନ୍ତି ଏବଂ ଦୁଃଖ ଦେବା ପାଇଁ ଯୋଜନା କରୁଛନ୍ତି।
ସେହି ଗର୍ବୀ ଲୋକମାନେ ମୋ’ ପାଇଁ ଫାନ୍ଦ ବିଛାଇଛନ୍ତି।
    ସେମାନେ ମୋତେ ଧରିବା ପାଇଁ ଜାଲ ବିଛାଇଛନ୍ତି।
    ସେମାନେ ମୋ’ ପଥରେ ଯନ୍ତା ବିଛାଇଛନ୍ତି। ସେଲା

ମୁଁ ସଦାପ୍ରଭୁଙ୍କୁ କହିଲି, ତୁମ୍ଭେ ମୋର ପରମେଶ୍ୱର।
    ହେ ସଦାପ୍ରଭୁ, ମୋର ପ୍ରାର୍ଥନାକୁ ଗ୍ରହଣ କର।
ହେ ସଦାପ୍ରଭୁ, ମୋର ପ୍ରଭୁ, ତୁମ୍ଭେ ହେଉଛ ଶକ୍ତିଶାଳୀ, ଯିଏକି ମୋତେ ରକ୍ଷା କରେ।
    ତୁମ୍ଭେ ମୋର ମସ୍ତକର ରକ୍ଷାକବଚ, ଯାହା ମୋର ଯୁଦ୍ଧ ସମୟରେ ମସ୍ତକ ଆଚ୍ଛାଦନ କରି ସୁରକ୍ଷା ଦିଅ।
ହେ ସଦାପ୍ରଭୁ, ସେହି ଲୋକମାନେ ଦୁଷ୍ଟ ପ୍ରକୃତିର।
    ସେମାନଙ୍କର ଇଚ୍ଛା ପୂର୍ଣ୍ଣ ହେବାକୁ ଦିଅ ନାହିଁ।
    ସେମାନଙ୍କର ଯୋଜନାକୁ ସଫଳ ହେବାକୁ ଦିଅ ନାହିଁ। ସେଲା

ହେ ସଦାପ୍ରଭୁ, ମୋର ଶତ୍ରୁମାନଙ୍କୁ ବିଜୟ କରାଅ ନାହିଁ।
    ସେହି ଦୁଷ୍ଟ ଲୋକମାନଙ୍କର ଯୋଜନା ମନ୍ଦ ଅଟେ।
    ସେମାନଙ୍କ ମନ୍ଦ ଯୋଜନା ତୁମ୍ଭେ ସେହିଠାରେ ଶେଷ କର।
10 ସେମାନଙ୍କ ମୁଣ୍ଡରେ ଜ୍ୱଳନ୍ତା କୋଇଲା ପଡ଼ୁ।
    ମୋର ଶତ୍ରୁମାନଙ୍କୁ ଅଗ୍ନିରେ ନିକ୍ଷେପ କର।
    ସେମାନେ ଯେପରି ଉଠିପାରିବେ ନାହିଁ ଏଥିପାଇଁ ତାଙ୍କୁ ଗଭୀର ଗର୍ଭରେ ନିକ୍ଷେପ କର।
11 ସଦାପ୍ରଭୁ, ସେହି ମିଥ୍ୟାବାଦୀ ଲୋକମାନଙ୍କୁ ସୁଖ ସମୃଦ୍ଧି ଦିଅ ନାହିଁ।
    ସେମାନଙ୍କୁ ଆକସ୍ମିକ ବିପତ୍ତି ଶିକାର କରିନେଉ।

12 ମୁଁ ଜାଣେ ଯେ, ସଦାପ୍ରଭୁ ଗରିବ ଲୋକମାନଙ୍କୁ ଉଚିତ୍ ନ୍ୟାୟ ପ୍ରଦାନ କରିବେ
    ଏବଂ ସେ ନିଃସହାୟ ଲୋକମାନଙ୍କୁ ଆକ୍ରମଣରୁ ରକ୍ଷା କରିବେ।
13 ହେ ସଦାପ୍ରଭୁ, ଧାର୍ମିକ ଲୋକମାନେ ତୁମ୍ଭ ନାମର ପ୍ରଶଂସା କରିବେ।
    ଧାର୍ମିକ ଲୋକମାନେ ତୁମ୍ଭର ଉପସ୍ଥିତିରେ ବଞ୍ଚିବେ।

ଆଦିପୁସ୍ତକ 24:34-41

ରିବିକାର ହାତ ମାଗିବା

34 ସେହି ଦାସ ଜଣକ କହିଲେ, “ମୁଁ ହେଉଛି ଅବ୍ରହାମଙ୍କର ଦାସ। 35 ସଦାପ୍ରଭୁ ମୋର ପ୍ରଭୁଙ୍କୁ ସବୁ କ୍ଷେତ୍ରରେ ଅତିଶୟ ଆଶୀର୍ବାଦ କରିଛନ୍ତି। ତେଣୁ ସେ ବଡ଼ ଲୋକ ହୋଇଛନ୍ତି। ଆଉ ସଦାପ୍ରଭୁ ତାହାଙ୍କୁ ପଲ ପଲ ଗୋରୁ, ମେଷ, ସୁନା, ରୂପା, ଦାସଦାସୀ, ଓଟ ଓ ଗଧ ଦେଇଛନ୍ତି। 36 ସାରା ମୋର କର୍ତ୍ତାଙ୍କର ସ୍ତ୍ରୀ, ସେ ବୁଢ଼ି ବୟସରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଲେ। ମୋ’ କର୍ତ୍ତାଙ୍କର ସମସ୍ତ ସମ୍ପତ୍ତି ସେ ପ୍ରାପ୍ତ ହେବ। 37 ମୋର କର୍ତ୍ତା ମୋତେ ପ୍ରତିଜ୍ଞା କରାଇ କହିଲେ, ‘ମୋର ପୁତ୍ରଙ୍କୁ କିଣାନୀୟ ସଙ୍ଗେ ବିବାହ ଦେବ ନାହିଁ। ଯେହେତୁ ଆମ୍ଭେ ସେମାନଙ୍କ ଦେଶରେ ବାସ କରୁଅଛୁ।’ 38 ତେଣୁ ସେ ମୋତେ ପ୍ରତିଜ୍ଞା କରି ତାଙ୍କ ସମ୍ପର୍କୀୟଙ୍କ ନିକଟକୁ ପଠାଇଲେ ଏବଂ କହିଲେ, ‘ଯାଅ ଓ ମୋ’ ପୁତ୍ର ପାଇଁ ଏକ ପୁତ୍ରବଧୂ ଧରି ଆସ।’ 39 ମୁଁ ମୋର କର୍ତ୍ତାଙ୍କୁ କହିଲି, ‘ଏପରିକି ସେ ସ୍ତ୍ରୀ ମୋ’ ସହିତ ଏଠାକୁ ଆସି ନ ପାରେ।’ 40 କିନ୍ତୁ ମୋର ପ୍ରଭୁ ମୋତେ କହିଲେ, ‘ମୁଁ ସଦାପ୍ରଭୁଙ୍କର ସେବା କରେ ଏବଂ ସଦାପ୍ରଭୁ ତାଙ୍କ ଦୂତଙ୍କୁ ପଠାଇବେ ତୁମ୍ଭକୁ ସାହାଯ୍ୟ କରିବା ପାଇଁ ଏବଂ ତୁମ୍ଭର ଯାତ୍ରା ସଫଳ କରିବେ ତୁମ୍ଭେ ଯାଅ। ମୋର ପିତାଙ୍କ ବଂଶରୁ ମୋର ପୁଅ ନିମନ୍ତେ କନ୍ୟା ଆଣିବ। 41 କିନ୍ତୁ ତୁମ୍ଭେ ଯଦି ଯାଅ ମୋର ବନ୍ଧୁବାନ୍ଧବମାନଙ୍କ ପାଖକୁ ଯାଅ, ଆଉ ସେମାନେ ଯଦି ମନା କରିବେ ମୋ’ ପୁତ୍ର ପାଇଁ କନ୍ୟା ଦେବା ପାଇଁ, ତେବେ ତୁମ୍ଭେ ତୁମ୍ଭ ପ୍ରତିଜ୍ଞାରୁ ମୁକ୍ତ ହେବ।’

ଆଦିପୁସ୍ତକ 24:50-67

50 ଏହା ପରେ ଲାବନ୍ ଏବଂ ବଥୂୟେଲ ଉତ୍ତର କଲେ, “ଆମ୍ଭେ ଦେଖୁଛୁ ଏହା ସଦାପ୍ରଭୁଙ୍କ ଆଡ଼ୁ, ଆମ୍ଭେ ଏହାକୁ ପରିବର୍ତ୍ତନ କରିପାରିବୁ ନାହିଁ। 51 ଦେଖ, ରିବିକା ତୁମ୍ଭ ସମ୍ମୁଖରେ ଅଛି, ତାକୁ ନେଇ ପ୍ରସ୍ଥାନ କର। ସଦାପ୍ରଭୁଙ୍କ ଇଚ୍ଛାନୁସାରେ ତାକୁ ତୁମ୍ଭ କର୍ତ୍ତାଙ୍କର ପୁତ୍ରଙ୍କୁ ବିବାହ ଦିଅ।”

52 ଯେତେବେଳେ ଅବ୍ରହାମଙ୍କର ଦାସ ଏହା ଶୁଣିଲେ। ସଦାପ୍ରଭୁଙ୍କଠାରେ ମୁଣ୍ଡ ନୁଆଁଇ ପ୍ରଣାମ କଲେ। 53 ଏହା ପରେ ରିବିକା ପାଇଁ ଆଣିଥିବା ସବୁ ଉପହାର ତାଙ୍କୁ ଦେଲେ। ସେ ମଧ୍ୟ ତାଙ୍କୁ ସୁନ୍ଦର ବସ୍ତ୍ର ଓ ସୁନାରୂପା ଅଳଙ୍କାର ତାଙ୍କୁ ଦେଲେ। ସେ ମଧ୍ୟ ବହୁ ଦାମିକା ଉପହାର ତାଙ୍କ ମା ଓ ଭାଇକୁ ଦେଲେ। 54 ଏହା ପରେ ସେ ଏବଂ ତାଙ୍କର ଲୋକମାନେ ଖାଇପିଇ ବିଶ୍ରାମ ନେଲେ। ତା’ ପରଦିନ ପ୍ରଭାତରୁ ସେମାନେ ଉଠି କହିଲେ, “ବର୍ତ୍ତମାନ ଆମ୍ଭେ ଆମ୍ଭ କର୍ତ୍ତାଙ୍କ ପାଖକୁ ଫେରିଯିବୁ।”

55 ରିବିକାର ମା ଓ ଭାଇ କହିଲେ, “ରିବିକାକୁ ଆମ ସହିତ କିଛି ଦିନ ରହିବାକୁ ଦିଅ। ତାକୁ ଆମ ସହିତ ଆଉ ଦଶ ଦିନ ରହିବାକୁ ଦିଅ। ଏହା ପରେ ସେ ଯାଇପାରିବ।”

56 କିନ୍ତୁ ସେହି ଦାସ କହିଲେ, “ମୋତେ ଅପେକ୍ଷା କରିବାକୁ କୁହ ନାହିଁ। ସଦାପ୍ରଭୁ ମୋର ଯାତ୍ରା ସଫଳ କରିଅଛନ୍ତି। ବର୍ତ୍ତମାନ ମୋତେ ମୋର କର୍ତ୍ତାଙ୍କ ଗୃହକୁ ଫେରିବାକୁ ଦିଅ।”

57 ରିବିକାର ଭାଇ ଓ ମା କହିଲେ, “ଆମ୍ଭେ ରିବିକାକୁ ପଗ୍ଭରିବା।” 58 ସେମାନେ ରିବିକାକୁ ଡାକି ପଗ୍ଭରିଲେ, “ତୁମ୍ଭେ ଏହି ଲୋକ ସହିତ ବର୍ତ୍ତମାନ ଯିବାକୁ ଗ୍ଭହଁ କି?”

ରିବିକା ଉତ୍ତର ଦେଲେ, “ହଁ, ମୁଁ ଯିବି।”

59 ତେଣୁ ସେମାନେ ଅବ୍ରହାମଙ୍କର ଭୃତ୍ୟ ଏବଂ ତାଙ୍କ ସହିତ ଥିବା ଅନ୍ୟ ଲୋକମାନଙ୍କ ସହିତ ରିବିକାକୁ ପଠାଇ ଦେଲେ। ରିବିକାର ସେବିକା ମଧ୍ୟ ତାଙ୍କ ସହିତ ଗଲା। 60 ଯେତେବେଳେ ରିବିକା ସେହି ସ୍ଥାନ ଛାଡ଼ିଲେ ସେମାନେ ତାଙ୍କୁ ଆଶୀର୍ବାଦ କରି କହିଲେ,

“ଆମ୍ଭର ଭଉଣୀ,
    ତୁମ୍ଭେ ସହସ୍ର ସହସ୍ର ଲୋକଙ୍କର ମାତା ହୁଅ।
ଏବଂ ତୁମ୍ଭର ବଂଶଧରମାନେ ତାଙ୍କର ଶତ୍ରୁମାନଙ୍କୁ ପରାସ୍ତ କରି
    ତାଙ୍କର ନଗର ଅଧିକାର କରନ୍ତୁ।”

61 ଏହା ପରେ ରିବିକା ଓ ତାଙ୍କର ସେବୀକା ଓଟଗୁଡ଼ିକ ଉପରେ ଚଢ଼ି ସେହି ମନୁଷ୍ୟର ପଛେ ଯାତ୍ରା କଲେ। ସେହି ଦାସ ରିବିକାକୁ ଘେନି ପ୍ରସ୍ଥାନ କଲେ।

62 ଇ‌ସ୍‌ହାକ ଦକ୍ଷିଣ ଦେଶରେ ବାସ କରିବାରୁ ବେର-ଲହୟ-ରୋୟୀ ନାମକ ସ୍ଥାନକୁ ଯାଇ ଫେରି ଆସିଲେ। 63 ପୁଣି ସନ୍ଧ୍ୟା ସମୟରେ ଧ୍ୟାନ କରିବାକୁ କ୍ଷେତ୍ରକୁ ଯାଇଥିଲେ। ଇ‌ସ୍‌ହାକ ଉପରକୁ ଗ୍ଭହିଁ ଦେଖିଲେ ଦୂରରୁ ଓଟମାନେ ଆସୁଛନ୍ତି।

64 ରିବିକା ଅନାଇ ଇ‌ସ୍‌ହାକଙ୍କୁ ଦେଖିଲେ, ତା'ପରେ ସେ ଓଟରୁ ଓହ୍ଲାଇ ପଡ଼ିଲେ। 65 ରିବିକା ଦାସକୁ କହିଲେ, “ଆମ୍ଭମାନଙ୍କୁ ଦେଖି ସାକ୍ଷାତ କରିବାକୁ ଆସୁଥିବା ଯୁବକ କିଏ?”

ଦାସଟି ଉତ୍ତର ଦେଲେ, “ସେ ହେଉଛନ୍ତି ମୋର କର୍ତ୍ତା।” ତେଣୁ ରିବିକା ମୁହଁକୁ ନିଜର ଓଢ଼ଣାରେ ଆଚ୍ଛାଦନ କଲେ।

66 ଦାସଟି ଯାହାସବୁ ଘଟିଥିଲା ତାହା ଇ‌ସ୍‌ହାକଙ୍କୁ କହିଲେ। 67 ଏହା ପରେ ଇ‌ସ୍‌ହାକ ସେହି କନ୍ୟାକୁ ତାଙ୍କର ମାଙ୍କ ତମ୍ବୁକୁ ଆଣିଲେ। ସେହି ଦିନ ରିବିକା ଇ‌ସ୍‌ହାକର ସ୍ତ୍ରୀ ହେଲେ। ଇ‌ସ୍‌ହାକ ତାଙ୍କୁ ବହୁତ ପ୍ରେମ କଲେ। ତେଣୁ ଇ‌ସ୍‌ହାକ ତାଙ୍କର ମାଙ୍କର ମୃତ୍ୟୁପରେ ସାନ୍ତ୍ୱନା ପାଇଲେ।

ଯୋହନଙ୍କ ପ୍ରଥମ ପତ୍ର 2:7-11

ସମସ୍ତଙ୍କୁ ଭଲ ପାଅ

ପ୍ରିୟ ବନ୍ଧୁଗଣ! ମୁଁ ତୁମ୍ଭମାନଙ୍କ ନିକଟକୁ କୌଣସି ନୂତନ ଆଜ୍ଞା ବିଷୟରେ ଲେଖୁ ନାହିଁ, ମାତ୍ର ଏହା ସେହି ପୁରାତନ ଆଜ୍ଞା, ଯାହା ଆରମ୍ଭରୁ ତୁମ୍ଭେମାନେ ପାଇଅଛ। ଯେଉଁ ଶିକ୍ଷା ତୁମ୍ଭେମାନେ ଶୁଣିଅଛ, ତାହା ହିଁ ସେହି ଆଜ୍ଞା। ପୁନଶ୍ଚ ମୁଁ ତୁମ୍ଭମାନଙ୍କୁ ଆଉ ଗୋଟିଏ ନୂତନ ଆଜ୍ଞା ବିଷୟରେ ଲେଖୁଛି, ଏହାର ସତ୍ୟତା ଯୀଶୁଙ୍କଠାରେ ଓ ତୁମ୍ଭମାନଙ୍କ ଜୀବନରେ ମଧ୍ୟ ଦେଖି ପାରିବ। କାରଣ ଅନ୍ଧକାର ଘୁଞ୍ଚି ଯାଉଅଛି ଓ ସତ୍ୟ ଜ୍ୟୋତିଃ ପ୍ରକାଶିତ ହେଲାଣି।

ଯେଉଁ ଲୋକ ଆଲୋକରେ ଅଛି ବୋଲି କୁହେ କିନ୍ତୁ ନିଜ ଭାଇକୁ ଘୃଣା କରେ, ତେବେ ସେ ଏପର୍ଯ୍ୟନ୍ତ ଅନ୍ଧକାରରେ ରହିଛି। 10 ନିଜ ଭାଇକୁ ପ୍ରେମ କରୁଥିବା ବ୍ୟକ୍ତି ଆଲୋକରେ ବାସ କରୁଥାଏ ଏବଂ ତା'ଠାରେ ଭୁଲ୍ କାମ କରିବାର କୌଣସି କାରଣ ନ ଥାଏ। 11 କିନ୍ତୁ ନିଜ ଭାଇକୁ ଘୃଣା କରୁଥିବା ବ୍ୟକ୍ତି ଅନ୍ଧକାରରେ ଥାଏ। ସେ ଅନ୍ଧକାରରେ ବାସ କରେ। ସେ କେଉଁଆଡ଼େ ଯାଏ, ନିଜେ ଜାଣିପାରେ ନାହିଁ; କାରଣ ଅନ୍ଧକାର ତାକୁ ଅନ୍ଧ କରିଦେଇଥାଏ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center