Print Page Options
Previous Prev Day Next DayNext

Revised Common Lectionary (Complementary)

Daily Bible readings that follow the church liturgical year, with thematically matched Old and New Testament readings.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 64

ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ।

64 ହେ ପରମେଶ୍ୱର, ମୋହର ଅଭିଯୋଗ ଶୁଣ।
    ମୋ’ ଶତ୍ରୁମାନେ ମୋତେ ଭୟଭୀତ କରିଛନ୍ତି।
    ସେମାନଙ୍କଠାରୁ ମୋର ଜୀବନ ରକ୍ଷା କର।
ମୋ’ ଶତ୍ରୁମାନଙ୍କର ଗୁପ୍ତମନ୍ତ୍ରଣାରୁ ମୋତେ ରକ୍ଷା କର।
    ଦୁଷ୍ଟ ଲୋକମାନଙ୍କ ଦଳଠାରୁ ତୁମ୍ଭେ ମୋତେ ଲୁଗ୍ଭଇ ରଖ।
ସେମାନେ ସେମାନଙ୍କର ଜିହ୍ୱାକୁ କ୍ଷୁରପରି ଶାଣିତ କରନ୍ତି,
    ସେମାନେ ସେମାନଙ୍କର ବିଷାକ୍ତ ଶବ୍ଦଗୁଡ଼ିକ ତୀର ତୁଲ୍ୟ ନିକ୍ଷେପ କରନ୍ତି।
ହଠାତ୍ ସେମାନଙ୍କର ଲୁଚିବା ସ୍ଥାନରୁ ସେମାନେ ସେମାନଙ୍କର ତୀରଗୁଡ଼ିକ
    ଉତ୍ତମ ନିଷ୍ଠାପର ଲୋକମାନଙ୍କ ଉପରକୁ ବିନା ଭୟରେ ନିକ୍ଷେପ କରନ୍ତି।
ସେମାନେ ଭୁଲ୍ କରିବା ପାଇଁ ପରସ୍ପରକୁ ଉତ୍ସାହିତ କରନ୍ତି।
    ସେମାନେ ଏହା କହି ଫାନ୍ଦ ବସାଇବା ବିଷୟରେ କଥାବାର୍ତ୍ତା ହୁଅନ୍ତି, “କେହି ଏଠାରେ ସେମାନଙ୍କୁ ଦେଖି ପାରିବେ ନାହିଁ।”
କେହି ଆମ୍ଭର ଦୋଷକୁ ଆବିଷ୍କାର କରିବେ ନାହିଁ।
    ଆମ୍ଭମାନଙ୍କର ସମ୍ପୂର୍ଣ୍ଣ ଯୋଜନା ଅଛି।”
ଲୋକମାନେ ବହୁତ କୁଟିଳ ଏବଂ ବୁଝିବା ବହୁତ କଷ୍ଟ।
କିନ୍ତୁ ହଠାତ୍ ପରମେଶ୍ୱର ତାଙ୍କର ‘ତୀର’ ନିକ୍ଷେପ କରିବେ
    ଏବଂ ଦୁଷ୍ଟମାନେ ଆଘାତ ହେବେ।
ସେମାନଙ୍କ ନିଜ ଜିହ୍ୱା ସେମାନଙ୍କୁ ଧ୍ୱଂସର ବିଷୟ ଆଣିବ।
    ସେମାନଙ୍କୁ ଯିଏ ଦେଖିବେ ସେମାନେ ଦୁଃଖରେ ମୁଣ୍ଡ ହଲାଇବେ।
ତା'ହେଲେ ପ୍ରତ୍ୟେକ ବ୍ୟକ୍ତି ଭୟଭୀତ ହେବେ।
    ସେମାନେ ପରମେଶ୍ୱରଙ୍କର କାର୍ଯ୍ୟ ବିଷୟରେ କହିବେ
ଏବଂ ସେ ଯାହା କରିଛନ୍ତି
    ସେମାନେ ତାହା ଶିକ୍ଷା କରିବେ।
10 ଧାର୍ମିକ ଲୋକମାନେ ସଦାପ୍ରଭୁଙ୍କ ସେବାରେ ଆନନ୍ଦ କରିବେ।
    ସେମାନେ ତାହାଙ୍କର ଶରଣାଗତ ହେବେ।
    ପୁଣି ସମସ୍ତ ସଜ୍ଜନମାନେ, ସଦାପ୍ରଭୁଙ୍କର ପ୍ରଶଂସା କରିବେ।

ଆୟୁବ ପୁସ୍ତକ 19:1-22

ଆୟୁବ ଉତ୍ତର ଦେଲା

19 ତା'ପରେ ଆୟୁବ ଉତ୍ତର ଦେଲା,

“ତୁମ୍ଭେ କେତେ କାଳ ମୋତେ ଆଘାତ କରିବ
    ଏବଂ ତୁମ୍ଭ ବାକ୍ୟ ଦ୍ୱାରା ଭାଙ୍ଗିବ?
ତୁମ୍ଭେ ବର୍ତ୍ତମାନ ସୁଦ୍ଧା ମୋତେ ଦଶଥର ଅପମାନିତ କଲଣି।
    ତୁମ୍ଭକୁ ଟିକେ ଲଜ୍ଜା ଲାଗୁନି ଯେତେବେଳେ ମୋତେ ଆକ୍ରମଣ କରୁଛ।
ଯଦି ବି ସତରେ ପାପ କରିଛି, ଏହା ମୋର ସମସ୍ୟା।
    ଏହା କୌଣସି ପ୍ରକାରେ ତୁମ୍ଭକୁ ଆଘାତ କରୁ ନାହିଁ।
ତୁମ୍ଭେ କେବଳ ମୋ'ଠାରୁ ଭଲ ହେବା ପାଇଁ ଗ୍ଭହୁଁଛ।
    ତେଣୁ ମୋର ଅପମାନିତ ଅବସ୍ଥାକୁ ମୋ’ ବିରୁଦ୍ଧରେ ଏକ ଯୁକ୍ତି ରୂପେ ବ୍ୟବହାର କରୁଛ।
କିନ୍ତୁ ସେ ପରମେଶ୍ୱର ମୋ’ ପ୍ରତି ଭୁଲ୍ କରିଛନ୍ତି?
    ସେ ମୋତେ ଧରିବାକୁ ନିଜର ଫାନ୍ଦ ବସାଇଲେ।
ମୁଁ ଚିତ୍କାର କଲି, କିନ୍ତୁ କେହି ମୋର ରବ ଶୁଣି ସହାୟତା ପାଇଁ ଉତ୍ତର ଦେଲେ ନାହିଁ।
    ମୁଁ ଚିତ୍କାର କଲି, ମୋତେ ରକ୍ଷା କର! କିନ୍ତୁ ସେଠାରେ ନ୍ୟାୟ ନାହିଁ।
ପରମେଶ୍ୱର ମୋର ପଥରୋଧ କରିଛନ୍ତି।
    ମୁଁ ତାହାକୁ ଅତିକ୍ରମ କରିବି ନାହିଁ।
    ସେ ମୋର ବାଟକୁ ଅନ୍ଧକାରରେ ବୁଡ଼ାଇ ରଖିଛନ୍ତି।
ପରମେଶ୍ୱର ମୋର ସମ୍ମାନକୁ କାଢ଼ି ନେଇଛନ୍ତି।
    ସେ ମୋର ମସ୍ତକରୁ ମୁକୁଟ କାଢ଼ି ନେଇଛନ୍ତି।
10 ପରମେଶ୍ୱର ମୋତେ ସବୁ ଦିଗରୁ ଆଘାତ କରୁଛନ୍ତି,
    ମୁଁ ଶେଷ ନ ହେଲା ଯାଏ।
    ଉତ୍ପାଡ଼ିତ ବୃକ୍ଷ ତୁଲ୍ୟ, ସେ ମୋର ଆଗକୁ କାଢ଼ି ନେଇଛନ୍ତି।
11 ପରମେଶ୍ୱରଙ୍କ ରାଗ ମୋ’ ବିରୁଦ୍ଧରେ ପ୍ରଜ୍ୱଳିତ ହେବାରେ ଲାଗିଛି।
    ସେ ମୋତେ ତାଙ୍କର ଶତ୍ରୁ ଭାବୁଛନ୍ତି।
12 ପରମେଶ୍ୱର ତାଙ୍କର ସୈନ୍ୟଦଳମାନଙ୍କୁ ମୋ’ ବିରୁଦ୍ଧରେ ଆକ୍ରମଣ କରିବାକୁ ପଠାଇଛନ୍ତି।
    ସେମାନେ ମୋର ଚତୁର୍ପାର୍ଶ୍ୱରେ ଆକ୍ରମଣ ପାଇଁ ଦୁର୍ଗ ନିର୍ମାଣ କରିଛନ୍ତି।
    ଏବଂ ସେମାନେ ମୋର ଛାଉଣିର ଚତୁର୍ପାର୍ଶ୍ୱରେ ଛାଉଣି କରିଛନ୍ତି।

13 “ସେ ମୋର ଭାଇମାନଙ୍କୁ ମୋ'ଠାରୁ ବହୁତ ଦୂରକୁ ନେଇଯାଇଛନ୍ତି।
    ମୋର ନିଜର ସାଙ୍ଗମାନେ ମୋ’ ପାଇଁ ଅଚିହ୍ନା ହୋଇଛନ୍ତି।
14 ମୋର ଜ୍ଞାତିମାନେ ମୋତେ ଛାଡ଼ି ଗ୍ଭଲିଗଲେ।
    ମୋର ବନ୍ଧୁମାନେ ମୋତେ ଭୁଲିଗଲେ।
15 ମୋ’ ଘରକୁ ଆସୁଥିବା ଆଗନ୍ତୁକ ଏପରିକି ଦାସୀମାନେ ମଧ୍ୟ
    ମୋତେ ଏପରି ଦୃଷ୍ଟିରେ ଦେଖୁଛନ୍ତି ଯେପରିକି ମୁଁ ଜଣେ ଅପରିଚିତ ବିଦେଶୀ।
16 ମୁଁ ଗ୍ଭକରମାନଙ୍କୁ ଡାକିଲେ ସେମାନେ ମୋତେ ଉତ୍ତର ଦିଅନ୍ତି ନାହିଁ।
    ମୁଁ ସାହାଯ୍ୟ ପାଇଁ ପ୍ରାର୍ଥନା କଲେ ବି ମୋର ଗ୍ଭକରମାନେ ଉତ୍ତର ଦିଅନ୍ତି ନାହିଁ।
17 ମୋର ପତ୍ନୀ ମୋର ନିଶ୍ୱାସର ପବନକୁ ମଧ୍ୟ ଘୃଣା କରେ।
    ଓ ନିଜ ଭାଇମାନେ ମୋତେ ଘୃଣା କରନ୍ତି।
18 ଛୋଟ ପିଲାମାନେ ମୋତେ ଦେଖି ଥଟ୍ଟା କରନ୍ତି ଓ ମୋତେ ଖରାପ କଥା କହି ଗାଳି ଦିଅନ୍ତି,
    ଯେତେବେଳେ ମୁଁ ତାଙ୍କ ପାଖକୁ ଯାଏ।
19 ମୋର ନିକଟତମ ବନ୍ଧୁମାନେ ମୋତେ ଘୃଣା କରନ୍ତି।
    ମୁଁ ଯେଉଁ ଲୋକମାନଙ୍କୁ ଭଲପାଏ, ସେମାନେ ମୋ’ ବିରୁଦ୍ଧରେ ଯାଉଛନ୍ତି।

20 “ତେଣୁ ମୁଁ ଅତି କ୍ଷୀଣ ହୋଇଗଲିଣି।
    ମୋର ଚର୍ମ ଓହଳି ପଡ଼ିଲାଣି।
ମୋର ଚମଡ଼ା ମୋର ହାତ ଉପରେ ଝୁଲୁଛି।
    ମୋର ଅଳ୍ପ ଜୀବନ ବାକିଅଛି।

21 “ମୋତେ ଦୟା କର।
    ମୋର ବନ୍ଧୁଗଣ ମୋତେ ଦୟାକର।
    କାରଣ ପରମେଶ୍ୱର ମୋ’ ବିରୁଦ୍ଧରେ ଅଛନ୍ତି।
22 କାହିଁକି ତୁମ୍ଭେ ମୋତେ ଅତ୍ୟାଗ୍ଭର କରୁଛ, ପରମେଶ୍ୱରଙ୍କ ପରି?
    ତୁମ୍ଭେ ମୋତେ ଆଘାତ ଦେଇ ଦେଇ କ’ଣ କ୍ଳାନ୍ତି ଅନୁଭବ କରୁ ନାହଁ?

ଏଫିସୀୟଙ୍କ ପ୍ରତି ପତ୍ର 2:11-22

ଯୀଶୁ ଖ୍ରୀଷ୍ଟଙ୍କଠାରେ ଏକ ହେବା

11 ତୁମ୍ଭେମାନେ ଅଣଯିହୂଦୀରୂପେ ଜନ୍ମ ଗ୍ରହଣ କରିଥିଲ। ତୁମ୍ଭମାନଙ୍କୁ ଯିହୂଦୀମାନେ “ଅସୁନ୍ନତ” ବୋଲି କହନ୍ତି। ସେମାନେ ନିଜକୁ “ସୁନ୍ନତ”[a] ବୋଲି କହନ୍ତି। ଏହା ଏକ କାର୍ଯ୍ୟ, ଯାହାକୁ କି ସେମାନେ ନିଜ ଶରୀର ଉପରେ କରିଥା’ନ୍ତି। 12 ମନେରଖ, ତୁମ୍ଭେମାନେ ପୂର୍ବରୁ ଖ୍ରୀଷ୍ଟବିହୀନ ଥିଲ। ତୁମ୍ଭେମାନେ ଇସ୍ରାଏଲର ନାଗରିକ ନ ଥିଲ। ତେଣୁ ପରମେଶ୍ୱର ତାହାଙ୍କ ଲୋକମାନଙ୍କ ସହିତ କରିଥିବା ପ୍ରତିଜ୍ଞା ଯୁକ୍ତ ନିୟମ ତୁମ୍ଭେ ପ୍ରାପ୍ତ ହୋଇ ନ ଥିଲ। ତୁମ୍ଭର ଆଉ କିଛି ଆଶା ଭରସା ନ ଥିଲା, କି ତୁମ୍ଭେ ପରମେଶ୍ୱରଙ୍କୁ ଜାଣି ନ ଥିଲ। 13 ସେତେବେଳେ ତୁମ୍ଭେମାନେ ପରମେଶ୍ୱରଙ୍କଠାରୁ ଦୂରରେ ଥିଲ। କିନ୍ତୁ ଏବେ ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ୱାସ ଥିବା ହେତୁ ତୁମ୍ଭେ ତାଙ୍କର ନିକଟବର୍ତ୍ତୀ ହୋଇଛ। ଖ୍ରୀଷ୍ଟଙ୍କର ରକ୍ତ ଦ୍ୱାରା ତୁମ୍ଭେ ପରମେଶ୍ୱରଙ୍କର ନିକଟତର ହୋଇଛ।

14 ଖ୍ରୀଷ୍ଟଙ୍କ ହେତୁ ଆମ୍ଭେ ଏବେ ଶାନ୍ତିରେ ଅଛୁ। ଖ୍ରୀଷ୍ଟ ଯିହୂଦୀ ଓ ଅଣଯିହୂଦୀମାନଙ୍କୁ ଏକାଠି କଲେ। ଦୁହିଁଙ୍କ ମଝିରେ କାନ୍ଥଟିଏ ଥିଲା ଭଳି ସେମାନେ ଅଲଗା ଥିଲେ। ସେମାନେ ପରସ୍ପରକୁ ଘୃଣା କରୁଥିଲେ। କିନ୍ତୁ ନିଜ ଶରୀରକୁ ଉତ୍ସର୍ଗ କରି ଖ୍ରୀଷ୍ଟ ସେହି ଘୃଣାର କାନ୍ଥଟିକୁ ଭାଙ୍ଗି ଦେଲେ। 15 ଯିହୂଦୀମାନଙ୍କ ବ୍ୟବସ୍ଥାରେ ଅନେକ ଗୁଡ଼ିଏ ଆଦେଶ ଓ ନିୟମାବଳୀ ଥିଲା, କିନ୍ତୁ ଯୀଶୁ ଖ୍ରୀଷ୍ଟ ସେ ବ୍ୟବସ୍ଥାଟିକୁ ସମାପ୍ତ କଲେ। ଖ୍ରୀଷ୍ଟଙ୍କ ଉଦ୍ଦେଶ୍ୟ ଥିଲା, ଏହି ଦୁଇଦଳର ଲୋକଙ୍କୁ ଏକାଠି କରି ତାହାଙ୍କଠାରେ ନୂତନ ଲୋକ କରାଇବା। ଏହା ଦ୍ୱାରା ଯୀଶୁ ଯେପରି ଶାନ୍ତି ସ୍ଥାପନ କରି ପାରନ୍ତି। 16 କ୍ରୁଶ ଉପରେ ମୃତ୍ୟୁବରଣ କରି ସେ ଦୁଇ ଦଳ ଭିତରେ ଥିବା ଏହି ଘୃଣାକୁ ସମାପ୍ତ କଲେ। ସେହି ଦୁଇଟି ଦଳକୁ ଗୋଟିଏ ଶରୀରରେ ପରିଣତ କରିବା ପରେ ଖ୍ରୀଷ୍ଟ ସେମାନଙ୍କୁ ପରମେଶ୍ୱରଙ୍କ ସହିତ ମିଳିତ କରାଇବା ପାଇଁ ଗ୍ଭହିଁଲେ। 17 ଖ୍ରୀଷ୍ଟ କ୍ରୁଶରେ ଆପଣା ମୃତ୍ୟୁ ଦ୍ୱାରା ଏହା ସାଧନ କଲେ। ତୁମ୍ଭେମାନେ ଦୂରରେ ଥିଲ ଯେ, ଖ୍ରୀଷ୍ଟ ଆସି ତୁମ୍ଭମାନଙ୍କ ନିକଟରେ ଶାନ୍ତି ପ୍ରଗ୍ଭର କଲେ। 18 କାରଣ ଖ୍ରୀଷ୍ଟଙ୍କ ମାଧ୍ୟମରେ ହିଁ, ଏକ ଆତ୍ମା ହୋଇ ପରମପିତା ପାଖକୁ ଯିବାର ଅଧିକାର ଆମ୍ଭକୁ ମିଳିଲା।

19 ଅତଏବ ତୁମ୍ଭେମାନେ ଏବେ ବିଦେଶୀ ଅବା ଅପରିଚିତ ବ୍ୟକ୍ତି ନୁହଁ ମାତ୍ର ତୁମ୍ଭେ ପରମେଶ୍ୱରଙ୍କ ପବିତ୍ର ଲୋକଙ୍କ ସହିତ ସହନାଗରିକ ଓ ପରମେଶ୍ୱରଙ୍କ ନିଜ ପରିବାରର ଲୋକ ଅଟ। 20 ପ୍ରେରିତ ଓ ଭବିଷ୍ୟ‌ଦ୍‌‌‌‌ବକ୍ତାମାନଙ୍କ ମୂଳଦୁଆ ଉପରେ ତୁମ୍ଭେ ନିଜେ ଏକ ଭବନ ହୋଇ ଠିଆ ହୋଇଛ। ପରମେଶ୍ୱର ତା'ର ମାଲିକ ଅଟନ୍ତି। ଖ୍ରୀଷ୍ଟ ଯୀଶୁ ସେହି ଭବନର କୋଣର ପ୍ରଧାନ ପଥର ଅଟନ୍ତି। 21 ସମ୍ପୂର୍ଣ୍ଣ ଭବନଟି ଖ୍ରୀଷ୍ଟଙ୍କଠାରେ ପରସ୍ପର ସହିତ ସଂଯୁକ୍ତ ହୋଇ ନିର୍ମାଣ ହୋଇଛି। ଖ୍ରୀଷ୍ଟ ସେ ଭବନକୁ ପ୍ରଭୁଙ୍କଠାରେ ଗୋଟିଏ ପବିତ୍ର ମନ୍ଦିର ହେବା ପାଇଁ ବୃଦ୍ଧି କରାଉଛନ୍ତି। 22 ଯୀଶୁ ଖ୍ରୀଷ୍ଟଙ୍କଠାରେ ତୁମ୍ଭେମାନେ ଅନ୍ୟମାନଙ୍କ ସହିତ ଏକତ୍ର ନିର୍ମିତ ହେଉଅଛ। ତୁମ୍ଭେମାନେ ଏପରି ଗୋଟିଏ ମନ୍ଦିର ରୂପେ ନିର୍ମିତ ହେଉଛ, ଯେଉଁଠାରେ ଆତ୍ମାଙ୍କ ମାଧ୍ୟମରେ ପରମେଶ୍ୱର ବାସ କରନ୍ତି।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center