Revised Common Lectionary (Complementary)
ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ।
64 ହେ ପରମେଶ୍ୱର, ମୋହର ଅଭିଯୋଗ ଶୁଣ।
ମୋ’ ଶତ୍ରୁମାନେ ମୋତେ ଭୟଭୀତ କରିଛନ୍ତି।
ସେମାନଙ୍କଠାରୁ ମୋର ଜୀବନ ରକ୍ଷା କର।
2 ମୋ’ ଶତ୍ରୁମାନଙ୍କର ଗୁପ୍ତମନ୍ତ୍ରଣାରୁ ମୋତେ ରକ୍ଷା କର।
ଦୁଷ୍ଟ ଲୋକମାନଙ୍କ ଦଳଠାରୁ ତୁମ୍ଭେ ମୋତେ ଲୁଗ୍ଭଇ ରଖ।
3 ସେମାନେ ସେମାନଙ୍କର ଜିହ୍ୱାକୁ କ୍ଷୁରପରି ଶାଣିତ କରନ୍ତି,
ସେମାନେ ସେମାନଙ୍କର ବିଷାକ୍ତ ଶବ୍ଦଗୁଡ଼ିକ ତୀର ତୁଲ୍ୟ ନିକ୍ଷେପ କରନ୍ତି।
4 ହଠାତ୍ ସେମାନଙ୍କର ଲୁଚିବା ସ୍ଥାନରୁ ସେମାନେ ସେମାନଙ୍କର ତୀରଗୁଡ଼ିକ
ଉତ୍ତମ ନିଷ୍ଠାପର ଲୋକମାନଙ୍କ ଉପରକୁ ବିନା ଭୟରେ ନିକ୍ଷେପ କରନ୍ତି।
5 ସେମାନେ ଭୁଲ୍ କରିବା ପାଇଁ ପରସ୍ପରକୁ ଉତ୍ସାହିତ କରନ୍ତି।
ସେମାନେ ଏହା କହି ଫାନ୍ଦ ବସାଇବା ବିଷୟରେ କଥାବାର୍ତ୍ତା ହୁଅନ୍ତି, “କେହି ଏଠାରେ ସେମାନଙ୍କୁ ଦେଖି ପାରିବେ ନାହିଁ।”
6 କେହି ଆମ୍ଭର ଦୋଷକୁ ଆବିଷ୍କାର କରିବେ ନାହିଁ।
ଆମ୍ଭମାନଙ୍କର ସମ୍ପୂର୍ଣ୍ଣ ଯୋଜନା ଅଛି।”
ଲୋକମାନେ ବହୁତ କୁଟିଳ ଏବଂ ବୁଝିବା ବହୁତ କଷ୍ଟ।
7 କିନ୍ତୁ ହଠାତ୍ ପରମେଶ୍ୱର ତାଙ୍କର ‘ତୀର’ ନିକ୍ଷେପ କରିବେ
ଏବଂ ଦୁଷ୍ଟମାନେ ଆଘାତ ହେବେ।
8 ସେମାନଙ୍କ ନିଜ ଜିହ୍ୱା ସେମାନଙ୍କୁ ଧ୍ୱଂସର ବିଷୟ ଆଣିବ।
ସେମାନଙ୍କୁ ଯିଏ ଦେଖିବେ ସେମାନେ ଦୁଃଖରେ ମୁଣ୍ଡ ହଲାଇବେ।
9 ତା'ହେଲେ ପ୍ରତ୍ୟେକ ବ୍ୟକ୍ତି ଭୟଭୀତ ହେବେ।
ସେମାନେ ପରମେଶ୍ୱରଙ୍କର କାର୍ଯ୍ୟ ବିଷୟରେ କହିବେ
ଏବଂ ସେ ଯାହା କରିଛନ୍ତି
ସେମାନେ ତାହା ଶିକ୍ଷା କରିବେ।
10 ଧାର୍ମିକ ଲୋକମାନେ ସଦାପ୍ରଭୁଙ୍କ ସେବାରେ ଆନନ୍ଦ କରିବେ।
ସେମାନେ ତାହାଙ୍କର ଶରଣାଗତ ହେବେ।
ପୁଣି ସମସ୍ତ ସଜ୍ଜନମାନେ, ସଦାପ୍ରଭୁଙ୍କର ପ୍ରଶଂସା କରିବେ।
ବିଲ୍ଦଦ୍ ଆୟୁବକୁ ଉତ୍ତର ଦେଲା
18 ଏହା ପରେ ଶୂହୀୟ ବିଲ୍ଦଦ ଉତ୍ତର ଦେଇ କହିଲା,
2 “ଆୟୁବ, ତୁମ୍ଭେ କେତେବେଳେ କଥା କହିବା ବନ୍ଦ କରିବ?
ତୁମ୍ଭେ ଚୁପ୍ ହୁଅ ଏବଂ ଶୁଣ, ଆମ୍ଭକୁ କିଛି କହିବାକୁ ଦିଅ।
3 ତୁମ୍ଭେ କାହିଁକି ଭାବୁଛ ଯେ ଆମ୍ଭେ ସମସ୍ତେ
ଗାଈ ପଶୁଭଳି ବୋକା?
4 ଆୟୁବ, ତୁମ୍ଭର ରାଗ କେବଳ ତୁମ୍ଭକୁ ଆଘାତ କରିବ।
କେବଳ ତୁମ୍ଭ ପାଇଁ କ’ଣ ଲୋକେ ପୃଥିବୀକୁ ପରିତ୍ୟାଗ କରିବେ?
ତୁମ୍ଭେ କ’ଣ ଭାବୁଛ ତୁମ୍ଭକୁ ସନ୍ତୁଷ୍ଟ କରିବା ପାଇଁ ପରମେଶ୍ୱର ପର୍ବତକୁ ଘୁଞ୍ଚାଇ ଦେବେ?
5 “ହଁ, ଦୁଷ୍ଟ ଲୋକର ଆଲୋକ ଲିଭିଯିବ।
ତାଙ୍କର ଅଗ୍ନି ଜଳିବା ବନ୍ଦ ହେବ।
6 ତାଙ୍କ ଘରର ଆଲୋକ ଅନ୍ଧକାରରେ ପରିଣତ ହେବ।
ତାଙ୍କର ତାଙ୍କ ନିକଟରେ ଥିବା ବତୀ ଲିଭିଯିବ।
7 ତାଙ୍କର ଶକ୍ତ ପାଦ କ୍ଷୀଣ ହୋଇଯିବ
ଏବଂ ତା'ର ନିଜର ଚକ୍ରାନ୍ତ ତାକୁ ତଳକୁ ଆଣିବ।
8 ତାଙ୍କ ନିଜର ପାଦ ତାଙ୍କୁ ଯନ୍ତା ଭିତରକୁ ଟାଣି ନେବ।
ସେ ସେହି ଯନ୍ତା ଭିତରକୁ ଯାଇ ତା’ ଭିତରେ ବନ୍ଦୀ ହେବ।
9 ଗୋଟିଏ ଯନ୍ତା ତା'ର ପାଦକୁ ଧରିନେବ।
ଯନ୍ତା ଭିତରେ ସେ ଦୃଢ଼ ଭାବରେ ରହିଯିବ।
10 ଭୂମିରେ ଲୁକାୟିତ ଗୋଟିଏ ଦଉଡ଼ି ତାକୁ ଫାଶରେ ପକାଇବ।
ସେ ପଡ଼ିବାକୁ ଥିବା ଯନ୍ତା ତାଙ୍କ ବାଟରେ ତାଙ୍କୁ ଅପେକ୍ଷା କରିଛି।
11 ଭୟଙ୍କରତା ତାଙ୍କ ଗ୍ଭରିପାଖରେ ଅପେକ୍ଷା କରିଛି,
ଭୟ ତାଙ୍କର ପ୍ରତିଟି ପଦକ୍ଷେପକୁ ଗୋଡ଼େଇବ।
12 ଖରାପ ବିଷୟ ତା’ ପାଇଁ ଭୋକିଲା ଅଛି।
ଧ୍ୱଂସ ବିଧ୍ୱସ୍ତ ତା’ ପାଇଁ ପ୍ରସ୍ତୁତ ଅଛନ୍ତି, ସେ ଯେତେବେଳେ ପଡ଼ିବ।
13 ଭୟଙ୍କର ବ୍ୟାଧି ତା'ର ଚମଡ଼ାକୁ ଖାଇଯିବ,
ତାହାପରେ ବାହୁ ଓ ଗୋଡ଼କୁ ପଚେଇ ଦେବ।
14 ଦୁଷ୍ଟ ବ୍ୟକ୍ତି ଶେଷରେ ତା'ର ନିରାପଦ ମଣୁଥିବା ଘରୁ ତଡ଼ା ଖାଇବ।
ତାକୁ ଧରି ନିଆଯାଇ ଆତଙ୍କବାଦୀ ରାଜାଙ୍କ ସମ୍ମୁଖରେ ଉପସ୍ଥାପନା କରାଯିବ।
15 ତା'ର ବାସଗୃହ ଶୂନ୍ୟ ହୋଇଯିବ।
ତା'ର ଘର ଗ୍ଭରିପାଖରେ ଜଳନ୍ତା ଗନ୍ଧକ ବିଞ୍ଚାଯିବ।
16 ତା'ର ମୂଳ ଶୁଷ୍କ ହୋଇଯିବ
ଓ ତା'ର ଉପରର ଡାଳ ଶାଖାପ୍ରଶାଖା ମରିଯିବ।
17 ଏ ପୃଥିବୀର ମଣିଷ ତାକୁ ମନେ ରଖିବେ ନାହିଁ।
ତାକୁ ଆଉ କେହି ମନେ ରଖିବେ ନାହିଁ।
18 ଲୋକମାନେ ତାକୁ ଆଲୁଅରୁ ଅନ୍ଧାରକୁ ଠେଲି ଦେବେ।
ସେମାନେ ତାକୁ ଏ ପୃଥିବୀରୁ ତଡ଼ି ଦେବେ।
19 ତା'ର କୌଣସି ସନ୍ତାନସନ୍ତତି ଓ ନାତି ନାତୁଣୀ ହେବ ନାହିଁ।
ତା’ ପରିବାରର କେହି ଗୃହରେ ବାସ କରିବା ନିମନ୍ତେ ରହିବେ ନାହିଁ।
20 ପଶ୍ଚିମ ଦେଶର ଲୋକମାନେ ଯେତେବେଳେ ଶୁଣିବେ ଦୁଷ୍ଟ ଲୋକର ଅବସ୍ଥା ଏପରି ହୋଇଛି ସେମାନେ ସ୍ତମ୍ଭିତ ହେବେ।
ପୂର୍ବ ଦେଶର ଲୋକମାନେ ଏ କଥା ଶୁଣି ଭୟରେ କମ୍ପି ଉଠିବେ।
21 ମନ୍ଦ ଲୋକର ଘର ପ୍ରତି ଏହା ନିଶ୍ଚିତ ରୂପରେ ଘଟିବାକୁ ଯାଉଛି।
ଏହା ହିଁ ଘଟିବ ସେ ଲୋକକୁ, ଯିଏ ପରମେଶ୍ୱରଙ୍କୁ ଜାଣେ ନାହିଁ।”
ଖ୍ରୀଷ୍ଟଙ୍କଠାରେ ଥିବା ପରମେଶ୍ୱରଙ୍କ ଶକ୍ତି ଓ ଜ୍ଞାନ
18 ଯେଉଁମାନେ ନଷ୍ଟ ହୋଇ ଯାଇଛନ୍ତି, ସେମାନଙ୍କ ଲାଗି କ୍ରୁଶର ବାର୍ତ୍ତା ସମ୍ପୂର୍ଣ୍ଣ ମୂର୍ଖତା ଅଟେ। କିନ୍ତୁ ଆମ୍ଭେ ଯେଉଁମାନେ ଉଦ୍ଧାର ପାଇଛୁ, ଆମ୍ଭ ପ୍ରତି ଏହା ପରମେଶ୍ୱରଙ୍କ ଶକ୍ତି ସ୍ୱରୂପ। 19 ଶାସ୍ତ୍ରରେ ଲେଖା ଅଛି:
“ମୁଁ ଜ୍ଞାନୀମାନଙ୍କର ଜ୍ଞାନକୁ ନଷ୍ଟ କରିଦେବି।
ବୁଦ୍ଧିମାନ ଲୋକମାନଙ୍କର ବୁଦ୍ଧିକୁ ମୂଲ୍ୟହୀନ କରିବି।”(A)
20 ଜ୍ଞାନୀ ଲୋକ କେଉଁଠାରେ ଅଛନ୍ତି? ବିଦ୍ୱାନ୍ ଲୋକ କେଉଁଠାରେ ଅଛନ୍ତି? ବର୍ତ୍ତମାନ ଯୁଗର ଦାର୍ଶନିକ କେଉଁଠାରେ ଅଛନ୍ତି? ପରମେଶ୍ୱର ଜାଗତିକ ଜ୍ଞାନକୁ ମୂର୍ଖତା ବୋଲି ଦର୍ଶାଇଛନ୍ତି। 21 ପରମେଶ୍ୱର ଆପଣା ଜ୍ଞାନରେ ଏହା ଗ୍ଭହିଁଲେ ଯେ, ଜଗତ କଦାପି ନିଜ ଜ୍ଞାନ ବଳରେ ପରମେଶ୍ୱରଙ୍କୁ ଜାଣି ପାରିବ ନାହିଁ। ତେଣୁ ଯେଉଁ ସୁସମାଗ୍ଭରକୁ ଜଗତ ମୂର୍ଖତା ବୋଲି କୁହେ, ସେହି ବାର୍ତ୍ତା ଯେଉଁମାନେ ବିଶ୍ୱାସ କରୁଛନ୍ତି, ତଦ୍ଦ୍ୱାରା ସେମାନଙ୍କୁ ଉଦ୍ଧାର କରିବାକୁ ଇଚ୍ଛା କଲେ।
22 ଯିହୂଦୀୟମାନେ ପ୍ରମାଣ ପାଇଁ ଆଶ୍ଚର୍ଯ୍ୟକର୍ମ ଦେଖିବାକୁ ଗ୍ଭହାନ୍ତି, ଓ ଗ୍ରୀକ୍ମାନେ ଜ୍ଞାନ ଗ୍ଭହାନ୍ତି। 23 କିନ୍ତୁ ଆମ୍ଭେ ପ୍ରଗ୍ଭର କରୁଛୁ: “ଖ୍ରୀଷ୍ଟ କ୍ରୁଶରେ ମୃତ୍ୟୁ ବରଣ କଲେ।” ଏ କଥା ଯିହୂଦୀମାନଙ୍କ ଲାଗି ବାଧାଜନକ ଓ ଅଣଯିହୂଦୀମାନଙ୍କ ଲାଗି ମୂର୍ଖତା ଅଟେ। 24 କିନ୍ତୁ ପରମେଶ୍ୱରଙ୍କ ଦ୍ୱାରା ଆହୂତ ଉଭୟ ଯିହୂଦୀ ଓ ଅଣଯିହୂଦୀମାନଙ୍କ ପାଇଁ ଖ୍ରୀଷ୍ଟ ପରମେଶ୍ୱରଙ୍କ ଶକ୍ତି ଓ ପରମେଶ୍ୱରଙ୍କ ଜ୍ଞାନ ସ୍ୱରୂପ ଅଟନ୍ତି। 25 ଏପରିକି ପରମେଶ୍ୱରଙ୍କ ‘ମୂର୍ଖତା’ ମନୁଷ୍ୟର ଜ୍ଞାନଠାରୁ ଅଧିକ ଶକ୍ତିଯୁକ୍ତ। ସେହିପରି ପରମେଶ୍ୱରଙ୍କ ଦୁର୍ବଳତା ମନୁଷ୍ୟର ଶକ୍ତିଠାରୁ ଅଧିକ ଶକ୍ତିଯୁକ୍ତ।
26 ଭାଇ ଓ ଭଉଣୀମାନେ! ଭାବି ଦେଖ, ଯେତେବେଳେ ପରମେଶ୍ୱର ତୁମ୍ଭମାନଙ୍କୁ ଆହ୍ୱାନ କଲେ, ସେତେବେଳେ ତୁମ୍ଭମାନଙ୍କ ମଧ୍ୟରୁ ଅଳ୍ପ କେତେକ ଜାଗତିକ ଭାବରେ ଜ୍ଞାନୀ ଥିଲ, ତୁମ୍ଭମାନଙ୍କ ମଧ୍ୟରୁ ଖୁବ୍ କମ୍ ଲୋକ ପ୍ରଭାବଶାଳୀ ଥିଲ ଏବଂ ତୁମ୍ଭମାନଙ୍କ ଭିତରୁ ଖୁବ୍ କମ୍ ଲୋକ ସମ୍ଭ୍ରାନ୍ତ ପରିବାରରୁ ଆସିଥିଲ। 27 କିନ୍ତୁ ପରମେଶ୍ୱର ଜ୍ଞାନୀମାନଙ୍କୁ ଲଜ୍ଜା ଦେବା ନିମନ୍ତେ ଜଗତର ମୂର୍ଖ ବିଷୟ ଗୁଡ଼ିକୁ ମନୋନୀତ କଲେ। ଜଗତର ବଳବାନମାନଙ୍କୁ ଲଜ୍ଜା ଦେବା ନିମନ୍ତେ ଜଗତର ଦୁର୍ବଳ ବିଷୟ ଗୁଡ଼ିକୁ ମନୋନୀତ କଲେ। 28 ପରମେଶ୍ୱର ଜଗତ ଦୃଷ୍ଟିରେ ଗୁରୁତ୍ୱପୂର୍ଣ୍ଣ ବିଷୟ ଗୁଡ଼ିକୁ ମନୋନୀତ ନ କରି ନୀଚ୍ଚ ଓ ଘୃଣ୍ୟ ବିଷୟ ଗୁଡ଼ିକ ମନୋନୀତ କଲେ। କାରଣ ପରମେଶ୍ୱର ଜଗତ ଦୃଷ୍ଟିରେ ଗୁରୁତ୍ୱପୂର୍ଣ୍ଣ ବିଷୟ ଗୁଡ଼ିକ ବିନାଶ କରିବାକୁ ଗ୍ଭହିଁଲେ। 29 ପରମେଶ୍ୱରଙ୍କର ଏପରି କରିବାର କାରଣ ହେଉଛି ଯେ, କୌଣସି ଲୋକ ଯେପରି ତାହାଙ୍କ ଆଗରେ ଗର୍ବ କରି ପାରିବ ନାହିଁ। 30 କେବଳ ପରମେଶ୍ୱର ହିଁ ତୁମ୍ଭମାନଙ୍କୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଅଂଶୀ କରାଇଛନ୍ତି। ଖ୍ରୀଷ୍ଟ ଆମ୍ଭମାନଙ୍କ ନିମନ୍ତେ ପରମେଶ୍ୱରଙ୍କ ଆଗତ ଜ୍ଞାନ। ଖ୍ରୀଷ୍ଟଙ୍କ ହେତୁ ଆମ୍ଭେ ପରମେଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ଏବଂ ଆମ୍ଭମାନଙ୍କର ପାପରୁ ମୁକ୍ତି ପାଇ ପବିତ୍ର ହୋଇଛୁ। 31 ଶାସ୍ତ୍ରରେ ଏହିପରି ଲେଖାଅଛି: “ଯଦି କାହାର ଗର୍ବ କରିବାକୁ ଥାଏ। ତା'ହେଲେ ସେ କେବଳ ପ୍ରଭୁଙ୍କଠାରେ ଗର୍ବ କରିବା ଉଚିତ୍।”(B)
2010 by World Bible Translation Center