Print Page Options
Previous Prev Day Next DayNext

Revised Common Lectionary (Complementary)

Daily Bible readings that follow the church liturgical year, with thematically matched Old and New Testament readings.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 22:19-28

19 ହେ ସଦାପ୍ରଭୁ, ତୁମ୍ଭେ ମୋତେ ପରିତ୍ୟାଗ କର ନାହିଁ।
    ତୁମ୍ଭେ ହିଁ ମୋର ଶକ୍ତି, ଶୀଘ୍ର ମୋତେ ସାହାଯ୍ୟ କର।
20 ହେ ସଦାପ୍ରଭୁ, ମୋର ପ୍ରାଣକୁ ସେହି ଖ‌ଡ଼୍‌ଗରୁ ରକ୍ଷା କର।
    ସେହି କୁକୁରମାନଙ୍କ କବଳରୁ ମୋର ମୂଲ୍ୟବାନ ଆତ୍ମାକୁ ରକ୍ଷା କର।
21 ମୋତେ ସିଂହ ମୁଖରୁ ଉଦ୍ଧାର କର।
    ମୋତେ ଷଣ୍ଢର ମୁନିଆ ଶିଙ୍ଗରୁ ବଞ୍ଚାଅ।

22 ହେ ସଦାପ୍ରଭୁ, ମୁଁ ମୋର ଭାଇମାନଙ୍କ ଆଗରେ ତୁମ୍ଭ ଗୁଣ ବର୍ଣ୍ଣନା କରିବି।
    ମୁଁ ବୃହତ୍ ସଭାକକ୍ଷରେ ତୁମ୍ଭର ପ୍ରଶଂସା କରିବି।
23 ଯେଉଁମାନେ ତାଙ୍କୁ ଉପାସନା କରୁଛ ସଦାପ୍ରଭୁଙ୍କର ଜୟଗାନ କର।
    ହେ ଯାକୁବର ବଂଶଧରଗଣ, ସଦାପ୍ରଭୁଙ୍କୁ ପ୍ରଶଂସା ପ୍ରଦର୍ଶନ କର।
    ଇସ୍ରାଏଲର ବଂଶଧରଗଣ ସଦାପ୍ରଭୁଙ୍କୁ ଭୟ ଓ ସମ୍ମାନ ଦେଖାଅ।
24 କାରଣ ସଦାପ୍ରଭୁ ବିପଦରେ ପଡ଼ିଥିବା ଗରିବ ବ୍ୟକ୍ତିମାନଙ୍କୁ ହିଁ ସାହାଯ୍ୟ କରନ୍ତି।
    ସେ ତାଙ୍କ ପାଇଁ ଲଜ୍ଜିତ ହୁଅନ୍ତି ନାହିଁ।
ସେ ସେମାନଙ୍କୁ ଘୃଣା କରନ୍ତି ନାହିଁ।
    ଯଦି ଲୋକମାନେ ତାଙ୍କୁ ବିପଦରେ ପଡ଼ି ସାହାଯ୍ୟ ପ୍ରାର୍ଥନା କରନ୍ତି, ସେ ସେମାନଙ୍କଠାରୁ ନିଜକୁ ଦୂରେଇ ରଖି ପାରିବେ ନାହିଁ।

25 ହେ ସଦାପ୍ରଭୁ, ମୁଁ ମହାସଭାରେ ତୁମ୍ଭର ଯେଉଁ ଜୟଗାନ କଲି ତାହା ତୁମ୍ଭ ପ୍ରେରଣାର ଫଳ।
    ସମସ୍ତ ଉପାସକମାନଙ୍କ ସମ୍ମୁଖରେ ମୁଁ ମୋର ନୈବେଦ୍ୟ ତାଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବି ଯାହା ମୁଁ ପ୍ରତିଜ୍ଞା କରିଛି।
26 ଗରିବ ଲୋକମାନେ ଆସ, ଖାଅ ଓ ତୃପ୍ତ ହୁଅ।
    ତୁମ୍ଭେ ଯେଉଁ ଲୋକମାନେ ସଦାପ୍ରଭୁଙ୍କ ଦର୍ଶନ ପାଇଁ ଆସିଅଛ ତାଙ୍କର ଜୟଗାନ କର।
    ତୁମ୍ଭର ହୃଦୟ ଚିରଦିନ ପାଇଁ ଜୀବନ୍ତ ରହୁ।
27 ଦୂର ଦୂରାନ୍ତ ଦେଶର ଲୋକମାନେ ସଦାପ୍ରଭୁଙ୍କୁ ସ୍ମରଣ ରଖି ତାଙ୍କ ନିକଟକୁ ଆସନ୍ତୁ।
    ବିଦେଶର ଲୋକମାନେ ତାଙ୍କୁ ପ୍ରଣାମ କରନ୍ତୁ।
28 କାରଣ ସେ ହେଉଛନ୍ତି ରାଜା।
    ସେ ସବୁ ରାଜ୍ୟକୁ ଶାସନ କରନ୍ତି।

ଯିଶାଇୟ ଭବିଷ୍ୟ‌ଦ୍‌ବକ୍ତାଙ୍କର ପୁସ୍ତକ 57:1-13

ଇସ୍ରାଏଲ ପରମେଶ୍ୱରଙ୍କ ଅନୁସରଣ କରେ ନାହିଁ

57 ଧାର୍ମିକ ଲୋକମାନେ ବିନଷ୍ଟ ହେଉଅଛନ୍ତି,
    ମାତ୍ର ସେ ବିଷୟରେ କେହି ମନୋଯୋଗ କରୁ ନାହାନ୍ତି।
ପୁନଶ୍ଚ ଭକ୍ତମାନେ ନିଆ ଯାଉଅଛନ୍ତି

ଓ ଧାର୍ମିକମାନେ ଆସନ୍ତା ବିପଦରୁ ନିଆ ଯାଉଅଛନ୍ତି।
    ଏହା ମଧ୍ୟ କେହି ବିବେଚନା କରୁ ନାହାନ୍ତି।
ମାତ୍ର ସେମାନେ ଶାନ୍ତିରେ ପ୍ରବେଶ କରିବେ
    ଓ ଯେଉଁମାନେ ଧର୍ମ ନିଷ୍ଠାରେ ଗ୍ଭଲନ୍ତି, ସେମାନେ ନିଜର ଶଯ୍ୟାରେ ଶାନ୍ତିରେ ବିଶ୍ରାମ କରିବେ।

“ହେ ଯାଦୁକାର ଓ ବ୍ୟଭିଗ୍ଭରିଣୀ
    ଓ ବ୍ୟଭିଗ୍ଭରିଣୀର ସନ୍ତାନଗଣ ନିକଟକୁ ଆସ।
ତୁମ୍ଭେମାନେ କାହାକୁ ଉପହାସ କରୁଅଛ?
    ତୁମ୍ଭେମାନେ କାହା ଆଡ଼େ ମୁଖ ମେଲାଇ ଜିହ୍ୱା ବାହାର କରୁଅଛ?
    ତୁମ୍ଭେମାନେ କ’ଣ ଅଧର୍ମାଗ୍ଭରୀର ସନ୍ତାନ ଓ ଅନାଗ୍ଭର ବଂଶ ନୁହଁ?
ଅଲୋନବୃକ୍ଷ ତଳେ ତୁମ୍ଭର କ’ଣ ଶାରୀରିକ ସମ୍ବନ୍ଧ କରି ନାହଁ?
    ପ୍ରତ୍ୟେକ ହରିତ୍ ବୃକ୍ଷ ତଳେ ତୁମ୍ଭେ କ’ଣ ନିଜକୁ ଉପଭୋଗ କରୁ ନାହଁ?
ତୁମ୍ଭେମାନେ ଉପତ୍ୟକାଗୁଡ଼ିକର ଶୈଳଗୁଡ଼ିକର ପର୍ବତ ତଳେ
    ସନ୍ତାନଗଣକୁ କ’ଣ ବଳିଦାନ କରୁ ନାହଁ?
ଉପତ୍ୟକାର ଚି‌କ୍‌କଣ ପଥରଗୁଡ଼ିକ ମଧ୍ୟରେ ତୁମ୍ଭର ଅଂଶ, ସେଗୁଡ଼ିକରେ ତୁମ୍ଭର ଅଧିକାର;
    ପୁଣି ସେମାନଙ୍କ ଉଦ୍ଦେଶ୍ୟରେ ତୁମ୍ଭେ ପେୟନୈବେଦ୍ୟ ଢାଳିଅଛ
ଓ ନୈବେଦ୍ୟ ଉତ୍ସର୍ଗ କରିଅଛ।
    ଏସବୁରେ ଆମ୍ଭେ କ’ଣ ଶାନ୍ତ ହେବା?
ତୁମ୍ଭେ ଉଚ୍ଚ ଓ ଉନ୍ନତ ପର୍ବତ ଉପରେ
    ନିଜର ଶଯ୍ୟା ପାତିଅଛ
ଓ ସେସ୍ଥାନକୁ ମଧ୍ୟ ବଳିଦାନ
    କରିବାକୁ ଯାଇଅଛ।
ପୁଣି କବାଟ ଓ ଚୌକାଠର ପଛରେ
    ତୁମ୍ଭେ ତୁମ୍ଭର ସ୍ମୃତିସ୍ତମ୍ଭ ସ୍ଥାପନ କରିଅଛ;
କାରଣ ତୁମ୍ଭେ ଆମ୍ଭକୁ ଛାଡ଼ି
    ଅନ୍ୟପ୍ରତି ନିଜକୁ ଅନାବୃତ କରି ଉପରକୁ ଯାଇଅଛ।
ତୁମ୍ଭେ ନିଜର ଶଯ୍ୟା ବଢ଼ାଇ
    ସେମାନଙ୍କ ସହିତ ଚୁକ୍ତି କରିଅଛି।
ତୁମ୍ଭେ ଯେଉଁଠାରେ ଶଯ୍ୟା ଦେଖିଲ
    ତାହା ଭଲ ପାଇଅଛ।
ତୁମ୍ଭେ ତୈଳ ନେଇ ରାଜା ନିକଟକୁ ଯାଇଅଛ
    ଓ ନିଜର ସୁଗନ୍ଧି ଦ୍ରବ୍ୟ ବୃଦ୍ଧି କରିଅଛ।
ତୁମ୍ଭେ ଦୂର ଦେଶକୁ ନିଜର ଦୂତଗଣଙ୍କୁ ପଠାଇଅଛ
    ଓ ନିଜକୁ ପାତାଳ ପର୍ଯ୍ୟନ୍ତ ମୃତ୍ୟୁର ସ୍ଥାନ ହତଗର୍ବ କରିଅଛ।
10 ତୁମ୍ଭେ ଦୀର୍ଘପଥ ଯାତ୍ରା ଯୋଗୁଁ ଯଦିଓ କ୍ଳାନ୍ତ ହୋଇଥିଲ,
    ତଥାପି ତୁମ୍ଭେ ଭରସା ନାହିଁ ବୋଲି କହି ନ ଥିଲ।
ତୁମ୍ଭେ ନୂତନ ବଳ ପାଇ ସତେଜ ହେଲ,
    ତେଣୁ ତୁମ୍ଭେ କ୍ଳାନ୍ତ ଅନୁଭବ କଲ ନାହିଁ।
11 ତାହାର ସକାଶୁ ଏପରି କ୍ଳେଶ ଓ ଭୀତା ଯେ,
    ତୁମ୍ଭେ ମିଥ୍ୟା କହୁଅଛ ଓ ଆମ୍ଭକୁ ଭୁଲି ଯାଇଅଛ?
ତୁମ୍ଭେ ସେଥିରେ ନିଜର ମନୋଯୋଗ କରୁ ନାହଁ।
    ଆମ୍ଭେ କ’ଣ ଦୀର୍ଘକାଳ ପାଇଁ ନୀରବ ରହି ନାହୁଁ?
    ତୁମ୍ଭେ କ’ଣ ଆମ୍ଭକୁ ଭୟ କରୁ ନାହଁ?
12 ଆମ୍ଭେ ତୁମ୍ଭର ‘ଧାର୍ମିକତା’ ପ୍ରକାଶ କରିବା।
    ପୁଣି ତୁମ୍ଭର ‘ସକଳ କର୍ମ’ ତୁମ୍ଭର ଉପକାରରେ ଆସିବ ନାହିଁ।
13 ତୁମ୍ଭେ ଯେଉଁମାନଙ୍କୁ ସଂଗ୍ରହ କରିଅଛ,
    ସେମାନେ ତୁମ୍ଭେ କାନ୍ଦିଲା ବେଳେ ତୁମ୍ଭକୁ ଉଦ୍ଧାର କରନ୍ତୁ।
ମାତ୍ର ବାୟୁ ସେମାନଙ୍କୁ ଉଡ଼ାଇ ନେବ।
    ଗୋଟିଏ ନିଃଶ୍ୱାସ ସେ ସମସ୍ତଙ୍କୁ ନେଇଯିବ।
କିନ୍ତୁ ଯେଉଁ ଲୋକ ଆମ୍ଭର ଶରଣ ନିଏ,
    ସେ ଦେଶ ଅଧିକାର କରିବ
    ଓ ଆମ୍ଭ ପବିତ୍ର ପର୍ବତରେ ଅଧିକାରୀ ହେବ।”

ଗାଲାତୀୟଙ୍କ ପ୍ରତି ପତ୍ର 3:15-22

ବ୍ୟବସ୍ଥା ଓ ପ୍ରତିଜ୍ଞା

15 ଭାଇ ଓ ଭଉଣୀମାନେ! ମୁଁ ଗୋଟିଏ ଉଦାହରଣ ଦେଉଛି: ଜଣେ ଲୋକ ଅନ୍ୟ ଜଣକ ସହିତ କରିଥିବା ଚୁକ୍ତି ବିଷୟରେ ଭାବ। ସେହି ଚୁକ୍ତିଟି ଅନୁମୋଦିତ ହୋଇଗଲା ପରେ, ସେଥିରେ କୌଣସି ପରିବର୍ତ୍ତନ ହୋଇପାରେ ନାହିଁ। ତାହାକୁ ଅଟକାଇ ରଖିହୁଏ ନାହିଁ ଓ ସେଥିରେ ଯୋଡ଼ା ଯାଇପାରେ ନାହିଁ। 16 ସେ ଚୁକ୍ତିକୁ ମଧ୍ୟ ଏଡ଼ାଇ ଦେଇ ହୁଏ ନାହିଁ। ସେହିପରି ପରମେଶ୍ୱର ଅବ୍ରହାମ “ଓ ତାହାଙ୍କ ସନ୍ତାନଙ୍କୁ” ପ୍ରତିଶୃତି ଦେଇଥିଲେ। କିନ୍ତୁ “ସେ ତାହାଙ୍କର ସମସ୍ତ ବଂଶଧର” ପାଇଁ ଏହି ପ୍ରତିଜ୍ଞା ଦେଇ ନ ଥିଲେ। ତା'ର ଅର୍ଥ ଜଣେ ମାତ୍ର ବ୍ୟକ୍ତିଙ୍କୁ ପ୍ରତିଜ୍ଞା କରାଯାଇଥିଲା ଏବଂ ସେହି ବ୍ୟକ୍ତି ଜଣକ ହେଉଛନ୍ତି ଖ୍ରୀଷ୍ଟ। 17 ମୋ’ କହିବାର ଅର୍ଥ ଯେ, ଯେଉଁ ଚୁକ୍ତିଟିକୁ ପରମେଶ୍ୱର ପୂର୍ବରୁ ଅନୁମୋଦନ କରିସାରିଥିଲେ, ତାହା ଗ୍ଭରିଶହ ତିରିଶ୍ ବର୍ଷ ପରେ ଆସିଥିବା ବ୍ୟବସ୍ଥା ଦ୍ୱାରା ମୂଲ୍ୟହୀନ ହୋଇ ଗଲା ନାହିଁ। ସେହି ବ୍ୟବସ୍ଥା ମଧ୍ୟ ସେହି ଚୁକ୍ତିର ପ୍ରଭାବକୁ ହୀନ କରି ପାରିଲା ନାହିଁ।

18 ଯଦି ଉତ୍ତରାଧିକାର “ବ୍ୟବସ୍ଥା ଆଧାରିତ” ଅଟେ, ତେବେ ତାହା ‘‘ପ୍ରତିଶୃତି ଆଧାରିତ” ହୋଇ ପାରିବ ନାହିଁ। କିନ୍ତୁ ପରମେଶ୍ୱର ଆପଣା ପ୍ରତିଶୃତି ମାଧ୍ୟମରେ ମୁକ୍ତ ଭାବରେ ଅବ୍ରହାମଙ୍କୁ ତାଙ୍କର ଆଶୀର୍ବାଦ ପ୍ରଦାନ କରିଥିଲେ।

19 ତା'ହେଲେ ବ୍ୟବସ୍ଥାର ପ୍ରୟୋଜନ କ’ଣ? ଲୋକମାନଙ୍କ ଭୂଲ୍ କାମଗୁଡ଼ିକୁ ଦେଖାଇବା ଲାଗି ବ୍ୟବସ୍ଥାକୁ ପ୍ରତିଜ୍ଞା ସହିତ ଯୋଗ କରାଯାଇଥିଲା। ଅବ୍ରହାମଙ୍କ ବିଶେଷ ସନ୍ତାନଙ୍କ ଆସିବା ପର୍ଯ୍ୟନ୍ତ ବ୍ୟବସ୍ଥା ଜାରି ରହିବାର ଥିଲା। ପରମେଶ୍ୱରଙ୍କ ପ୍ରତିଶୃତି ଏହି ସନ୍ତାନଙ୍କ ସମ୍ବନ୍ଧରେ ଥିଲା। ବ୍ୟବସ୍ଥାଗୁଡ଼ିକ ସ୍ୱର୍ଗଦୂତମାନଙ୍କ ଜରିଆରେ ଦିଆଯାଇଥିଲା। ସ୍ୱର୍ଗଦୂତମାନେ ମୋଶାଙ୍କ ମଧ୍ୟସ୍ଥତାରେ ମନୁଷ୍ୟମାନଙ୍କୁ ଦେଲେ। 20 ଗୋଟିଏ ପଟ ଥିଲେ, ମଧ୍ୟସ୍ଥତା ଦରକାର ହୁଏ ନାହିଁ ଓ ପରମେଶ୍ୱର ହେଉଛନ୍ତି ମାତ୍ର ଜଣେ।

ମୋଶାଙ୍କ ନିୟମର ପ୍ରୟୋଜନ

21 ଏହାର ଅର୍ଥ କ’ଣ ଏହା ଯେ ବ୍ୟବସ୍ଥା ପରମେଶ୍ୱରଙ୍କ ପ୍ରତିଜ୍ଞାଗୁଡ଼ିକର ବିରୋଧୀ ଅଟେ? ଲୋକଙ୍କ ଭିତରେ ଜୀବନ ଭଳି ବ୍ୟବସ୍ଥା ଯଦି ଦିଆଯାଇ ପାରିଥା’ନ୍ତା, ତେବେ ସେହି ବ୍ୟବସ୍ଥା ଦ୍ୱାରା ପରମେଶ୍ୱରଙ୍କ ସହିତ ଆମ୍ଭେ ପ୍ରକୃତରେ ଧାର୍ମିକ ହୋଇ ପାରିଥାଆନ୍ତୁ। 22 କିନ୍ତୁ ଏହା ସତ୍ୟ ନୁହେଁ। ଶାସ୍ତ୍ର ଘୋଷଣା କରେ ଯେ, ସବୁ ଲୋକ ପାପର ଅଧୀନ ଅଟନ୍ତି। ଏଭଳି ଘୋଷଣାର ଉଦ୍ଦେଶ୍ୟ ହେଲା ଯେ, ବିଶ୍ୱାସ ମାଧ୍ୟମରେ ଲୋକମାନଙ୍କୁ ପ୍ରତିଶୃତି ଦିଆଯିବ। ଯେଉଁମାନେ ଯୀଶୁ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରନ୍ତି, ସେହି ଲୋକମାନଙ୍କୁ ପ୍ରତିଶୃତି ଦିଆଯିବ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center