Print Page Options
Previous Prev Day Next DayNext

Revised Common Lectionary (Complementary)

Daily Bible readings that follow the church liturgical year, with thematically matched Old and New Testament readings.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 8

ପ୍ରଧାନ ବାଦ୍ୟକର ନିମନ୍ତେ ଯିଏକି ଗୀତ୍ତୀତ୍ ସ୍ୱରରେ ଗାନ କରେ। ଦାଉଦଙ୍କର ଏକ ଗୀତ।

ହେ ସଦାପ୍ରଭୁ, ଆମ୍ଭମାନଙ୍କର ପ୍ରଭୁ, ତୁମ୍ଭର ନାମ ଏ ପୃଥିବୀରେ ସବୁଠାରୁ ଆଶ୍ଚର୍ଯ୍ୟଜନକ ଓ ପ୍ରଶଂସାଯୁକ୍ତ।
    ତୁମ୍ଭର ନାମ ସ୍ୱର୍ଗରେ ମଧ୍ୟ ପ୍ରଶଂସା ଯୋଗ୍ୟ ଅଟେ।

ତୁମ୍ଭେ ତୁମ୍ଭର ଶତ୍ରୁମାନଙ୍କର ମୁହଁ ବନ୍ଦ କରିବାକୁ
    ଶିଶୁ ଓ ପିଲାମାନଙ୍କ କଣ୍ଠରେ ଶକ୍ତିଶାଳୀ ଗୀତ ପ୍ରଦାନ କରିଅଛି।

ହେ ସଦାପ୍ରଭୁ, ମୋ’ ଉପରେ ଥିବା ସ୍ୱର୍ଗକୁ ଗ୍ଭହିଁଲେ ତାହା ତୁମ୍ଭ ଅଙ୍ଗୁଳି ଦ୍ୱାରା ନିର୍ମିତ ବୋଲି ଜଣାପଡ଼େ।
    ମୁଁ ସେହି ଆକାଶରେ ତୁମ୍ଭ ସୃଷ୍ଟି ଚନ୍ଦ୍ର ଓ ନକ୍ଷତ୍ରଗଣଙ୍କୁ ଦେଖେ ଓ ଆଶ୍ଚର୍ଯ୍ୟ ହୁଏ।
“କାହିଁକି ତୁମ୍ଭେ ମନୁଷ୍ୟମାନଙ୍କୁ ଏତେ ପ୍ରାଧାନ୍ୟ ଦିଅ?
କାହିଁକି ତୁମ୍ଭେ ସେମାନଙ୍କର କ୍ଷତ ନିଅ?
    କାହିଁକି ତୁମ୍ଭେ ସେମାନଙ୍କୁ ଏତେ ଦୃଷ୍ଟି ଦିଅ?”

କିନ୍ତୁ ଲୋକମାନେ ତୁମ୍ଭ ପାଇଁ ମହତ୍ତ୍ୱପୂର୍ଣ୍ଣ, ପରମେଶ୍ୱର ତୁମ୍ଭେ ଲୋକମାନଙ୍କୁ ସୃଷ୍ଟି କରିଛ
    ଓ ସେମାନଙ୍କୁ ଗୌରବ ଓ କୀର୍ତ୍ତିରେ ମୁକୁଟ ମଣ୍ଡିତ କରିଛ।
ତୁମ୍ଭେ ଆପଣା ହସ୍ତରେ ତିଆରି କରୁଥିବା ସମସ୍ତ ବସ୍ତୁରେ ସେହି ଲୋକମାନଙ୍କୁ ଅଧିଷ୍ଠିତ କରିଛ।
    ତୁମ୍ଭେ ସବୁ ସେହିମାନଙ୍କ ନିୟନ୍ତ୍ରଣରେ ଛାଡ଼ି ଦେଇଛ।
ଗୋରୁଗାଈ ଓ ସମସ୍ତ ବଣୁଆ ପଶୁଗଣ।
ଆକାଶର ଉଡ଼ୁଥିବା ପକ୍ଷୀମାନେ
    ଓ ସମୁଦ୍ରର ମାଛମାନେ ମଧ୍ୟ ଅଛନ୍ତି।
ହେ ସଦାପ୍ରଭୁ, ଆମ୍ଭମାନଙ୍କର ପ୍ରଭୁ, ଏହି ପୃଥିବୀରେ ତୁମ୍ଭର ନାମ ସବୁଠାରେ ମହିମାନ୍ୱିତ।

ହିତୋପଦେଶ 4:1-9

ହେ ପୁତ୍ରଗଣ, ତୁମ୍ଭ ପିତାଙ୍କ ଉପଦେଶ ଶୁଣ। ବୁଝାମଣା ଲାଭ କରିବା ପାଇଁ ନିଜକୁ ଅଭିନିବେଶ କର। କାରଣ ମୁଁ ତୁମ୍ଭକୁ ଉତ୍ତମ ଶିକ୍ଷା ଦେଉଅଛି। ତେଣୁ ମୋର ଆଦେଶ ପରିତ୍ୟାଗ କର ନାହିଁ।

ଏକଦା ମୁଁ ମଧ୍ୟ ମୋର ପିତାଙ୍କର ଗୋଟିଏ ପୁତ୍ର ଥିଲି। ମୁଁ ମୋ’ ମାଙ୍କର ସୁକୁମାର ଏବଂ ଏକ ମାତ୍ର ପୁତ୍ର ଥିଲି। ମୋର ପିତା ମୋତେ ଏହି ଶିକ୍ଷାସବୁ ଶିଖାଇଥିଲେ। ସେ ମୋତେ କହିଲେ, “ମୋର କଥାସବୁ ମନେରଖ, ମୋର ଆଜ୍ଞା ମାନ ତୁମ୍ଭେ ବଞ୍ଚିବ। ଜ୍ଞାନ ଅର୍ଜ୍ଜନ କର, ସୁବିବେଚନା ଲାଭ ତହିଁରେ କର। ତାହା ଭୁଲ ନାହିଁ, ମୋ’ ମୁଖରୁ ନିର୍ଗତ ବାକ୍ୟକୁ ବିମୁଖ କର ନାହିଁ। ଜ୍ଞାନଠାରୁ ଦୂରେଇ ଯାଅ ନାହିଁ। ଜ୍ଞାନ ତୁମ୍ଭକୁ ସହାୟ ହେବ। ଜ୍ଞାନକୁ ଭଲ ପାଅ। ଜ୍ଞାନ ତୁମ୍ଭକୁ ନିରାପଦରେ ରଖିବ।

“ଜ୍ଞାନ ହେଉଛି ସର୍ବଶ୍ରେଷ୍ଠ ବିଷୟ, ଏଣୁ ଜ୍ଞାନ ଲାଭ କର। ତୁମ୍ଭର ସମସ୍ତ ଲାଭ ମଧ୍ୟରେ ସୁବିବେଚନା ଲାଭ କର। ଜ୍ଞାନକୁ ସମ୍ମାନ କର, ଏବଂ ସେ ତୁମ୍ଭକୁ ପ୍ରତିଷ୍ଠିତ କରିବ। ତୁମ୍ଭେ ଯଦି ତାହାକୁ ଆଲିଙ୍ଗନ କର, ତେବେ ସେ ତୁମ୍ଭ ନିକଟକୁ ସମ୍ମାନ ଆଣିଦେବ। ଜ୍ଞାନ ତୁମ୍ଭ ମସ୍ତକରେ ଅନୁଗ୍ରହରୂପକ ମୁକୁଟ ପିନ୍ଧାଇ ଦେବ। ସେ ତୁମ୍ଭକୁ ଶୋଭାର ମୁକୁଟ ଅର୍ପଣ କରିବ।”

ଲୂକ ଲିଖିତ ସୁସମାଗ୍ଭର 2:41-52

ବାଳକ ଯୀଶୁ

41 ନିସ୍ତାରପର୍ବ ପାଇଁ ଯୀଶୁଙ୍କର ପିତାମାତା ପ୍ରତିବର୍ଷ ଯିରୁଶାଲମ ଯାଉଥିଲେ। 42 ଯୀଶୁଙ୍କୁ ବାରବର୍ଷ ବୟସ ହୋଇଥିବା ସମୟରେ ସବୁଥର ଭଳି ସେମାନେ ପର୍ବକୁ ଗଲେ। 43 ପର୍ବ ଦିନତକ ଶେଷ ହୋଇଯିବା ପରେ ସେମାନେ ଘରକୁ ଫେରୁଥିଲେ। କିନ୍ତୁ ବାଳକ ଯୀଶୁ ଯିରୁଶାଲମରେ ରହିଗଲେ। ତାହାଙ୍କ ବାପାମା ଏ କଥା ଜାଣି ନ ଥିଲେ। 44 ଦଳ ଭିତରେ ପୁଅ ଅଛି ଭାବି ଯୋଷେଫ ଓ ମରିୟମ ପୁରା ଦିନେ ଯାତ୍ରା କରିସାରିଥିଲେ। ତା'ପରେ ସେମାନେ ନିଜ ପରିବାର ଲୋକ ଓ ଅନ୍ତରଙ୍ଗ ବନ୍ଧୁଙ୍କ ଭିତରେ ଯୀଶୁଙ୍କୁ ଖୋଜିଲେ। 45 କିନ୍ତୁ ସେମାନେ ଯୀଶୁଙ୍କୁ ପାଇଲେ ନାହିଁ। ତେଣୁ ସେମାନେ ଯୀଶୁଙ୍କୁ ଖୋଜି ଖୋଜି ଯିରୁଶାଲମ ଫେରି ଆସିଲେ।

46 ତିନି ଦିନ ପରେ ସେମାନେ ଯୀଶୁଙ୍କୁ ପାଇଲେ। ଯୀଶୁ ମନ୍ଦିର ଭିତରେ ଧର୍ମଗୁରୁମାନଙ୍କ ସହିତ ବସିଥିଲେ। ସେ ସେମାନଙ୍କ କଥା ଶୁଣୁଥିଲେ ଓ ସେମାନଙ୍କୁ ପ୍ରଶ୍ନ ସବୁ ପଗ୍ଭରୁଥିଲେ। 47 ସମସ୍ତେ ତାହାଙ୍କ କଥା ଶୁଣୁଥିଲେ। ତାହାଙ୍କର ବୁଝିବା ଶକ୍ତି ଦେଖି ଓ ଜ୍ଞାନପୂର୍ଣ୍ଣ ଉତ୍ତରଗୁଡ଼ିକ ଶୁଣି ସେମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। 48 ଯୀଶୁଙ୍କ ବାପାମା ତାହାଙ୍କୁ ଦେଖି ବିସ୍ମିତ ହୋଇଗଲେ। ତାହାଙ୍କ ମା ତାହାଙ୍କୁ ପଗ୍ଭରିଲେ, “ପୁଅରେ! ତୁ ଆମ ସାଙ୍ଗରେ ଏପରି କାହିଁକି କଲୁ? ତୋ’ ବାପା ଓ ମୁଁ ତୋତେ ଖୋଜି ଖୋଜି ବହୁତ ଚିନ୍ତିତ ହୋଇ ପଡ଼ିଲୁଣି।”

49 ଏହି ଶୁଣି ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ ମୋତେ କାହିଁକି ଖୋଜୁଥିଲ? ଯେଉଁଠାରେ ମୋର ପରମପିତାଙ୍କର କାର୍ଯ୍ୟ ଅଛି, ମୁଁ ସେଠାରେ ନିଶ୍ଚୟ ଥିବିବୋଲି ତୁମ୍ଭେମାନେ କ’ଣ ଜାଣି ନାହଁ?” 50 କିନ୍ତୁ ସେମାନେ ଯୀଶୁଙ୍କର କଥାର ଅର୍ଥ କିଛି ବୁଝି ପାରିଲେ ନାହିଁ।

51 ଯୀଶୁ ସେମାନଙ୍କ ସହିତ ନାଜରିତକୁ ଗଲେ। ସେ ବାପାମାଙ୍କର ସବୁ ଆଜ୍ଞା ପାଳନ କଲେ। ଯୀଶୁଙ୍କ ମା ତଥାପି ଏହିସବୁ କଥା ନିଜ ମନ ଭିତରେ ରଖି ଚିନ୍ତା କରୁଥିଲେ। 52 ଯୀଶୁ ଜ୍ଞାନରେ, ଶରୀରରେ ଏବଂ ପରମେଶ୍ୱର ଓ ମନୁଷ୍ୟମାନଙ୍କ ଅନୁଗ୍ରହରେ ବଢ଼ିବାକୁ ଲାଗିଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center