Print Page Options
Previous Prev Day Next DayNext

Revised Common Lectionary (Complementary)

Daily Bible readings that follow the church liturgical year, with thematically matched Old and New Testament readings.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 120

ମନ୍ଦିର ଆରୋହଣର ଗୀତ।

120 ମୁଁ ଆପଣା ବିପଦ ସମୟରେ
    ସଦାପ୍ରଭୁଙ୍କଠାରେ ପ୍ରାର୍ଥନା କଲି
    ଏବଂ ସେ ମୋତେ ଉତ୍ତର ଦେଲେ।
“ହେ ସଦାପ୍ରଭୁ, ମୋ’ ବିଷୟରେ ମିଥ୍ୟା କହୁଥିବା ଲୋକମାନଙ୍କଠାରୁ ମୋତେ ଉଦ୍ଧାର କର।
    ସେମାନେ ଯେଉଁ କଥାସବୁ କହୁଥିଲେ, ତାହା ସବୁ ସତ୍ୟ ନ ଥିଲା।”

ହେ ମିଥ୍ୟାବାଦୀମାନେ, ତୁମ୍ଭଙ୍କୁ କ’ଣ ଦିଆଯିବ?
    କ’ଣ ପାଇବ ତୁମ୍ଭେ ଜାଣ କି?
ତୁମ୍ଭକୁ ଦଣ୍ଡ ଦେବା ପାଇଁ ସୈନିକର ତୀ‌କ୍ଷ୍‌ଣ ଶର
    ଓ ଗରମ କୋଇଲା ପରମେଶ୍ୱର ଆଣିବେ।

ମିଥ୍ୟାବାଦୀ ଲୋକମାନେ, ମେଶକରେ ବାସ କଲା ପରି ତୁମ୍ଭ ପାଖରେ ବାସ କରୁଛନ୍ତି।
    ଏହା କେଦାରର ତମ୍ବୁରେ ବାସ କରିବା ସଦୃଶ।
ଶାନ୍ତି ଘୃଣାକାରୀମାନଙ୍କ ସହିତ
    ମୁଁ ଦୀର୍ଘଦିନଧରି ବାସ କରିଅଛି।
ମୁଁ କହିଲି, ମୁଁ ଶାନ୍ତି ଗ୍ଭହେଁ,
    କିନ୍ତୁ ସେମାନେ ଯୁଦ୍ଧ ଗ୍ଭହାନ୍ତି।

ଯିରିମିୟ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 22:11-17

11 ଯେହେତୁ ଯିହୁଦାର ରାଜା ଯୋଶିୟର ପୁତ୍ର ଶଲ୍ଲମ୍ ଯେ ଆପଣା ପିତା ଯୋଶିୟର ପଦରେ ରାଜତ୍ୱ କଲା ଓ ଏହି ସ୍ଥାନରୁ ବାହାରି ଗଲା।

ତାହାର ବିଷୟରେ ସଦାପ୍ରଭୁ ଏହା କହନ୍ତି, “ସେ ଆଉ ଯିରୁଶାଲମକୁ ଫେରିବ ନାହିଁ। 12 ଯିହୋୟାସ୍ (ଶଲ୍ଲମ୍) ବନ୍ଦୀତ୍ୱ ଅବସ୍ଥାରେ ଯେଉଁ ସ୍ଥାନକୁ ନୀତ ହୋଇଛି ସେ ସେହି ସ୍ଥାନରେ ମରିବ। ସେ ଆଉ ଏହି ଦେଶ ଦେଖି ପାରିବ ନାହିଁ।”

ରାଜା ଯିହୋୟାକୀ‌‌‌ମ୍‌‌‌ଙ୍କ ବିପକ୍ଷରେ ବିଗ୍ଭର

13 “ଯିହୋୟାକୀମ୍ ଜଣେ ଅଧର୍ମୀ ରାଜା ଥିଲେ
    ଯିଏ କି ଅଧର୍ମରେ ଆପଣା ଗୃହ
ଓ ଅନ୍ୟାୟରେ ଆପଣା କୋଠରୀମାନ ନିର୍ମାଣ କରେ,
    ଯିଏ ବିନା ମୂଲ୍ୟରେ ଆପଣା ପ୍ରତିବାସୀକି ସେବା କରାଏ
    ଓ ତାଙ୍କୁ କିଛି ବେତନ ଦିଏ ନାହିଁ।

14 “ଯିହୋୟାକୀମ୍ କହନ୍ତି, ‘ମୁଁ ନିଜ ପାଇଁ ଏକ ପ୍ରଶସ୍ତ ଗୃହ ଓ ବୃହତ୍ କୋଠରୀମାନ ନିର୍ମାଣ କରିବି।’
    ତେଣୁ ସେ ବୃହତ୍ ଝରକା ଥିବା ଏକ ଗୃହ ନିର୍ମାଣ କଲେ
ଓ ଏରସ କାଠରେ ଗୃହର ଭିତର ଛାତ କଲେ ଓ ସିନ୍ଦୁର ରଙ୍ଗରେ କାଠ ରଙ୍ଗ କଲେ।
    ମାତ୍ର ସେ ସନ୍ତାପର ପାତ୍ର ହେଲେ।

15 “ହେ ଯିହୋୟାକୀମ୍, ତୁମ୍ଭେ ତୁମ୍ଭ ଗୃହରେ ବହୁ ଏରସ କାଠ ବ୍ୟବହାର କରି
    ବଡ଼ ରାଜା ହୋଇଯିବ ବୋଲି ଭାବୁଛ କି?
ତୁମ୍ଭର ପିତା ଧର୍ମରେ ଖାଦ୍ୟ ପାନୀୟ ଦେଇ ଉତ୍ତମ ରାଜା ହେଲେ
    ଓ ଏହି ଧର୍ମାଚରଣ ଯୋଗୁଁ ସେଠାରେ ଉନ୍ନତି ହେଲା।
16 ଯୋଶିୟ ଦରିଦ୍ର ଓ ଦୀନହୀନଙ୍କର ଯତ୍ନ ନେଉଥିବାରୁ
    ତାଙ୍କର ମଙ୍ଗଳ ହେଲା।
ସଦାପ୍ରଭୁ କହନ୍ତି,
    “ଏହାକି ଆମ୍ଭକୁ ଜ୍ଞାତ ହେବାର ନୁହେଁ?”

17 “ମାତ୍ର ହେ ଯିହୋୟାକୀମ୍,
    ତୁମ୍ଭେ କେବଳ ନିଜର ସ୍ୱାର୍ଥ ଦେଖିଛ,
ତୁମ୍ଭର ଚକ୍ଷୁ ଓ ଅନ୍ତଃକରଣ ଲୋଭ, ଉପଦ୍ରବ, ଦୌରାତ୍ମ୍ୟ
    ଓ ନିର୍ଦ୍ଦୋଷର ରକ୍ତପାତରେ ବୁଡ଼ି ରହିଛି।”

ଲୂକ ଲିଖିତ ସୁସମାଗ୍ଭର 11:37-52

ଯୀଶୁ ଧାର୍ମିକ ନେତାମାନଙ୍କୁ ସମାଲୋଚନା କଲେ

(ମାଥିଉ 23:1-36; ମାର୍କ 12:38-40; ଲୂକ 20:45-47)

37 ଯୀଶୁ ତାହାଙ୍କ କଥା ଶେଷ କଲାବେଳକୁ ଜଣେ ଫାରୂଶୀ ଯୀଶୁଙ୍କୁ ତାହାଙ୍କ ସାଙ୍ଗରେ ଖାଇବା ପାଇଁ ଅନୁରୋଧ କଲେ। ତେଣୁ ଯୀଶୁ ଭିତରକୁ ଗଲେ ଓ ଖାଇବା ପାଇଁ ବସି ପଡ଼ିଲେ। 38 ଯୀଶୁ ଖାଇବାକୁ ଯିବା ପୁର୍ବରୁ ନିଜ ହାତ ନ ଧୋଇଥିବାରୁ ଫାରୂଶୀ ଜଣକ ଆଶ୍ଚର୍ଯ୍ୟ ହୋଇଗଲେ। 39 ପ୍ରଭୁ ଯୀଶୁ ତାହାଙ୍କୁ କହିଲେ, “ତୁମ୍ଭେମାନେ ଫାରୂଶୀମାନେ ଥାଳିଗିନାର ବାହାରତ ପରିଷ୍କାର କରୁଛ, କିନ୍ତୁ ଭିତରେ ତୁମ୍ଭେମାନେ ଲୋକମାନଙ୍କୁ ଠକି ଓ ଦୁଷ୍ଟତାପୂର୍ଣ୍ଣ ଆଚରଣ କରି ତା’ ଦ୍ୱାରା ପାଇଥିବା ଜିନିଷରେ ପରିପୂର୍ଣ୍ଣ କରିଛ। 40 ହେ ନିର୍ବୋଧଗଣ! ବାହାରେ ଯାହା ଅଛି, ତାହା ଯିଏ ତିଆରି କରିଛନ୍ତି ସେ ମଧ୍ୟ ଭିତରେ ଥିବା ବିଷୟ ସବୁ ତିଆରି କରିଛନ୍ତିା 41 ଏଣୁ ତୁମ୍ଭମାନଙ୍କ ଭିତରେ ଥିବା ବିଷୟଗୁଡ଼ିକ ପ୍ରତି ଦୃଷ୍ଟି ଦିଅ। ଯେଉଁ ଲୋକମାନେ ସାହାଯ୍ୟ ଲୋଡ଼ନ୍ତି, ସେମାନଙ୍କୁ ସାହାଯ୍ୟ କର। ତା'ହେଲେ ତୁମ୍ଭେମାନେ ସମ୍ପୂର୍ଣ୍ଣ ରୂପେ ପରିଷ୍କାର ଓ ପବିତ୍ର ହୋଇଯିବ।

42 “ହେ ଫାରୂଶୀଗଣ! ତୁମ୍ଭମାନଙ୍କୁ ଧିକ୍! ତୁମ୍ଭେମାନେ ସମସ୍ତ ବିଷୟରେ ଦଶମାଂଶ ପରମେଶ୍ୱରଙ୍କୁ ଦେଇଥାଅ। ପୋଦିନା, ଆରୁଦ ଓ ଏପରିକି ବଗିଗ୍ଭର ଅନ୍ୟାନ୍ୟ ଛୋଟ ଗ୍ଭରାର ମଧ୍ୟ ଦଶ ଭାଗରୁ ଭାଗେ ପରମେଶ୍ୱରଙ୍କୁ ଦେଇଥାଅ। କିନ୍ତୁ ଅନ୍ୟମାନଙ୍କ ପ୍ରତି ଦୟାପୂର୍ଣ୍ଣ ବ୍ୟବହାର କରିବାକୁ ଓ ପରମେଶ୍ୱରଙ୍କୁ ଭଲ ପାଇବାକୁ ତୁମ୍ଭେମାନେ ଭୁଲି ଯାଇଥାଅ। ତୁମ୍ଭମାନଙ୍କର ଏସବୁ କାର୍ଯ୍ୟ କରିବା ଉଚିତ୍। ତା’ ସହିତ ଦଶମାଂଶ ଦେବା ଏବଂ ଅନ୍ୟାନ୍ୟ କାର୍ଯ୍ୟ ମଧ୍ୟ ଗ୍ଭଲୁ ରଖିବା ଉଚିତ୍।

43 “ହାୟ ଫାରୂଶୀଗଣ! କାରଣ ତୁମ୍ଭେମାନେ ଯିହୂଦୀ ସମାଜଗୃହରେ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଆସନ ଗ୍ଭହୁଁଛ ଓ ହାଟ ବଜାରରେ ଲୋକମାନଙ୍କଠାରୁ ସମ୍ମାନଜନକ ନମସ୍କାର ପାଇବାକୁ ଭଲ ପାଉଛ। 44 ହାୟ, କାରଣ ତୁମ୍ଭେମାନେ ଲୁଚି ରହିଥିବା ସେହି କବରମାନଙ୍କ ଭଳି, ଯାହା ଉପରେ ଲୋକମାନେ ଅଜଣାରେ ଗ୍ଭଲିଯାଆନ୍ତି।”

45 ଜଣେ ଧର୍ମଶାସ୍ତ୍ରୀ ଯୀଶୁଙ୍କୁ କହିଲେ, “ଗୁରୁ, ଆପଣ ଯେତେବେଳେ ଫାରୂଶୀମାନଙ୍କ ବିଷୟରେ ଏହିଭଳି କଥା କହୁଛନ୍ତି, ସେତେବେଳେ ଆମ୍ଭ ଦଳକୁ ମଧ୍ୟ ଅପମାନ ଦେଉଛନ୍ତି।”

46 ଏହା ଶୁଣି ଯୀଶୁ କହିଲେ, “ହେ ଧର୍ମଶାସ୍ତ୍ରୀଗଣ! ହାୟ, କାରଣ ତୁମ୍ଭେମାନେ ଲୋକମାନଙ୍କ ଉପରେ କଠିନ ନିୟମର ବୋଝ ଏତେ ଲଦି ଦେଉଛ ଯେ, ତାହା ମାନିବା କଷ୍ଟକର ହୋଇଯାଉଛି। ଏହି ନିୟମ ଗୁଡ଼ିକୁ ମାନିବା ପାଇଁ ତୁମ୍ଭେମାନେ ଲୋକଙ୍କୁ ବାଧ୍ୟ କରୁଛ କିନ୍ତୁ ନିଜେ କେବେ ହେଲେ ଏଥିରୁ କୌଣସି ଗୋଟିଏ ହେଲେ ନିୟମ ପାଳିବାକୁ ଚେଷ୍ଟା କରୁ ନାହଁ। 47 ହାୟ, କାରଣ ତୁମ୍ଭେମାନେ ଭବିଷ୍ୟ‌ଦ୍‌ବକ୍ତାମାନଙ୍କ ସମ୍ମାନାର୍ଥେ କବର ତିଆରି କରୁଥାଅ। କିନ୍ତୁ ଏହି ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ ତୁମ୍ଭମାନଙ୍କର ପୂର୍ବପୁରୁଷମାନେ ହିଁ ମାରି ଦେଇଥିଲେ। 48 ଏହା ଦ୍ୱାରା ତୁମ୍ଭେମାନେ ଲୋକଙ୍କୁ ଦେଖେଇ ଦେବାକୁ ଗ୍ଭହୁଁଛ ଯେ, ତୁମ୍ଭେମାନେ ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ କାମକୁ ସମର୍ଥନ କରୁଛ। କାରଣ ସେମାନେ ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ ମାରି ଦେଇଥିଲେ ଏବଂ ତୁମ୍ଭେମାନେ ତାହାଙ୍କ ପାଇଁ କବର ତିଆରି କରୁଛ। 49 ଏଥିପାଇଁ ପରମେଶ୍ୱରଙ୍କ ଜ୍ଞାନ କହେ, ‘ମୁଁ ଭବିଷ୍ୟ‌ଦ୍‌ବକ୍ତା ଓ ପ୍ରେରିତମାନଙ୍କୁ ସେମାନଙ୍କ ପାଖକୁ ପଠାଇବି। କେତେକଙ୍କୁ ସେମାନେ ମାରି ଓ ଆଉ କେତେକଙ୍କୁ ବହୁତ ଖରାପ ବ୍ୟବହାର ଦେଖାଇବେ।’

50 “ଏଣୁ ସୃଷ୍ଟି ଆରମ୍ଭରୁ ଯେତେବେଳେ ଭବିଷ୍ୟ‌ଦ୍‌ବକ୍ତାଙ୍କ ରକ୍ତପାତ ହୋଇଛି, ସେଥିପାଇଁ ଏହି ସମୟର ବଞ୍ଚିଥିବା ଲୋକମାନଙ୍କୁ ଦଣ୍ଡ ଭୋଗିବାକୁ ପଡ଼ିବ। 51 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି। ହେବଲ[a]ଙ୍କ ରକ୍ତପାତଠାରୁ ଆରମ୍ଭ କରି ବେଦି[b] ଓ ମନ୍ଦିର[c]ର ମଧ୍ୟସ୍ଥଳରେ ନିହତ ହୋଇଥିବା ଜିଖରିୟଙ୍କ ରକ୍ତପାତ ପର୍ଯ୍ୟନ୍ତ ସମସ୍ତ ଭବିଷ୍ୟ‌ଦ୍‌ବକ୍ତାଙ୍କ ରକ୍ତପାତ ପାଇଁ ଏହି ସମୟରେ ବଞ୍ଚିଥିବା ଲୋକମାନଙ୍କୁ ଏହି ଦଣ୍ଡ ଭୋଗିବାକୁ ପଡ଼ିବ।

52 “ହେ ଧର୍ମଶାସ୍ତ୍ରୀଗଣ! ତୁମ୍ଭମାନଙ୍କୁ ଧିକ୍, କାରଣ ତୁମ୍ଭେମାନେ ଈଶ୍ୱର ଜ୍ଞାନର ଗ୍ଭବିକାଠି ଲୁଚେଇ ଦେଲ। ନିଜ ଐଶ୍ୱରିକ ଜ୍ଞାନ ଶିଖିଲ ନାହିଁ କି, ଯେଉଁମାନେ ଶିଖିବାକୁ ଗ୍ଭହୁଁ ଥିଲେ, ସେମାନଙ୍କୁ ମଧ୍ୟ ଶିଖିବାକୁ ଦେଲ ନାହିଁ।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center