Print Page Options
Previous Prev Day Next DayNext

Revised Common Lectionary (Complementary)

Daily Bible readings that follow the church liturgical year, with thematically matched Old and New Testament readings.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ମୀଖା ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 5:2-5

ମସିହା ବୈ‌‌‌ଥ୍‌‌‌ଲେହମରେ ଜନ୍ମ ନେବେ

କିନ୍ତୁ ହେ ବୈ‌‌‌ଥ୍‌‌‌ଲେହମ୍-ଉଫ୍ରାଥା,
    ତୁମ୍ଭେ ଯିହୁଦାର ଗୋଟିଏ କ୍ଷୁଦ୍ରତମ ସହର ଅଟ।
କିନ୍ତୁ ତୁମ୍ଭ ମଧ୍ୟରୁ “ଇସ୍ରାଏଲର ଶାସନକର୍ତ୍ତା” ହେବା ନିମନ୍ତେ
    ଜଣେ ବ୍ୟକ୍ତି ଆମ୍ଭ ଉଦ୍ଦେଶ୍ୟରେ ଜନ୍ମ ହେବେ।
ତାଙ୍କର ଉତ୍ପତ୍ତି ପୁରାତନ
    ତଥା ଅନାଦିକାଳରୁ ହୋଇଅଛି।
ସେଥିପାଇଁ ସଦାପ୍ରଭୁ ତାଙ୍କର ସନ୍ତାନମାନଙ୍କୁ ତ୍ୟାଗ କରିବେ,
    ଯେପର୍ଯ୍ୟନ୍ତ ସ୍ତ୍ରୀଲୋକ ତା'ର ସନ୍ତାନ ପ୍ରସବ ନ କରିଛି।
ତାହାପରେ ଅବଶିଷ୍ଟ ଭାତୃଗଣ
    ଇସ୍ରାଏଲର ଲୋକଙ୍କ ନିକଟକୁ ଫେରି ଆସିବେ।
ତା'ପରେ ଇସ୍ରାଏଲର ଶାସକ ସଦାପ୍ରଭୁଙ୍କ ଶକ୍ତିରେ
    ଓ ତାଙ୍କ ସଦାପ୍ରଭୁ ପରମେଶ୍ୱରଙ୍କ ଅପୂର୍ବ ମହିମାରେ ଦଣ୍ଡାୟମାନ ହୋଇ ତାଙ୍କ ପଲଙ୍କୁ ଚରାଇବେ।
ସେମାନେ ଶାନ୍ତିରେ ବାସ କରିବେ
    କାରଣ ସେ ସମୟରେ ତାଙ୍କର ମହାନତା ପୃଥିବୀର ଶେଷ ପ୍ରାନ୍ତ ପର୍ଯ୍ୟନ୍ତ ବିସ୍ତୃତ ହେବ।
    ସେଠାରେ ଶାନ୍ତି ବିରାଜିତ ହେବ।

ଯଦି ଅଶୂରୀୟ ଗୋଷ୍ଠୀ ଆମ୍ଭ ଦେଶକୁ ଆସିବେ
    ଏବଂ ଆମ୍ଭ ରାଜ୍ୟକୁ ଆକ୍ରମଣ କରିବେ,
ତେବେ ଆମ୍ଭେ ଇସ୍ରାଏଲର ସାତ ଜଣ ମେଷପାଳକ
    ଓ ଆଠଜଣ ପ୍ରଧାନ ଲୋକଙ୍କୁ ନିର୍ବାଚନ କରିବୁ।

ଲୂକ ଲିଖିତ ସୁସମାଗ୍ଭର 1:46-55

ମରିୟମ ପରମେଶ୍ୱରଙ୍କ ସ୍ତୁତି କଲେ

46 ତା'ପରେ ମରିୟମ କହିଲେ,

“ମୋର ଆତ୍ମା ପ୍ରଭୁଙ୍କର ସ୍ତୁତି କରୁଛି।
47     ମୋର ହୃଦୟ ଆନନ୍ଦରେ ପରିପୂର୍ଣ୍ଣ। କାରଣ ପରମେଶ୍ୱର ମୋର ଉଦ୍ଧାର କର୍ତ୍ତା।
48 ମୋର କିଛି ମହତ୍ତ୍ୱ ନାହିଁ,
    କିନ୍ତୁ ପରମେଶ୍ୱର ମୋ’ ଭଳି ଦୀନହୀନ ଦାସୀ ଉପରେ କୃପାଦୃଷ୍ଟି ପକାଇଲେ।
ଆଜିଠାରୁ ସମସ୍ତେ ମୋତେ ଧନ୍ୟ କହିବେ।
49 କାରଣ ସର୍ବଶକ୍ତିମାନ ପରମେଶ୍ୱର ମୋ’ ପାଇଁ ମହାନ୍ କାର୍ଯ୍ୟ ସବୁ କରିଛନ୍ତି।
    ତାହାଙ୍କର ନାମ ପବିତ୍ର ହେଉ।
50 ଯେଉଁମାନେ ତାହାଙ୍କର ଉପାସନା କରନ୍ତି,
    ସେ ସେମାନଙ୍କୁ ସଦାସର୍ବଦା ଦୟା କରନ୍ତି।
51 ସେ ତାହାଙ୍କର ବାହୁର ଶକ୍ତି ଦେଖାଇଛନ୍ତି।
    ସେ ଅହଂକାରୀ ଲୋକମାନଙ୍କୁ ଛିନ୍ନଛତ୍ର କରି ସେମାନଙ୍କର ସମସ୍ତ ଯୋଜନା ଧ୍ୱଂସ କରିଦେଲେ।
52 ପରମେଶ୍ୱର ରାଜାମାନଙ୍କୁ ସିହାଂସନରୁ ତଳକୁ ଖସାଇ ଆଣିଲେ
    ଓ ଦୀନହୀନ ଲୋକଙ୍କୁ ଉପରକୁ ଉଠାଇଲେ।
53 ସେ ଭୋକିଲା ଲୋକଙ୍କୁ ଭଲ ବିଷୟ ଦେଇ ତୃପ୍ତ କଲେ,
    କିନ୍ତୁ ଧନୀ ଓ ସ୍ୱାର୍ଥପର ଲୋକଙ୍କୁ ଖାଲି ହାତରେ ଫେରାଇଦେଲେ।
54 ତାହାଙ୍କର ସେବା କରିବା ପାଇଁ ସେ ନିଜେ ବାଛିଥିବା ଇସ୍ରାଏଲର ଲୋକମାନଙ୍କୁ ସାହାଯ୍ୟ କଲେ।
    ସେ ଆମ୍ଭମାନଙ୍କୁ ତାହାଙ୍କର କୃପା ପ୍ରଦାନ କରିଛନ୍ତି।
55 ସେ ଆମ୍ଭମାନଙ୍କ ପୂର୍ବପୁରୁଷଙ୍କୁ, ଅବ୍ରହାମ ଓ ତାହାଙ୍କର ସନ୍ତାନମାନଙ୍କୁ ସଦାସର୍ବଦା ଦୟା ଦେଖାଇବା ପାଇଁ ଦେଇଥିବା,
    ତାହାଙ୍କ ପୂର୍ବ ପ୍ରତିଶ୍ରୁତି ପାଳନ କରିଛନ୍ତି।”

ଗୀତସଂହିତା 80:1-7

ପ୍ରଧାନ ବାଦ୍ୟକର ନିମନ୍ତେ “ଶୋଶନ୍ନୀମ୍-ଏଦୂତ୍” ସ୍ୱରରେ ଆସଫର ଗୀତ।

80 ହେ ଇସ୍ରାଏଲର ପାଳକ, କର୍ଣ୍ଣପାତ କର।
    ତୁମ୍ଭେ ଯୋଷେଫର ଲୋକମାନଙ୍କୁ ମେଷପରି ନେତୃତ୍ୱ କରିଅଛ।
କିରୂବଦୂତମାନଙ୍କ ଉପରେ ରାଜା ତୁଲ୍ୟ ଉପବିଷ୍ଟ ହେଲେ,
    ଆମ୍ଭମାନଙ୍କୁ ତୁମ୍ଭେ ଦର୍ଶନ ଦିଅ।
ଇଫ୍ରୟିମ, ବିନ୍ୟାମୀନ, ମନଃଶିର ସାକ୍ଷାତରେ ଆପଣା ପରାକ୍ରମ ଦେଖାଅ;
    ଓ ଆସ ଓ ଆମ୍ଭମାନଙ୍କୁ ରକ୍ଷା କର।
ହେ ପରମେଶ୍ୱର, ପୁନ୍ନରାୟ ଆମ୍ଭମାନଙ୍କୁ ବଳବାନ୍ କର।
    ଆମ୍ଭକୁ ପ୍ରଫୁଲ୍ଲ କର ଓ ରକ୍ଷା କର।
ହେ ସଦାପ୍ରଭୁ ସର୍ବଶକ୍ତିମାନ ପରମେଶ୍ୱର, ତୁମ୍ଭେ କେତେକାଳ ପର୍ଯ୍ୟନ୍ତ କ୍ରୋଧ ଗ୍ଭଲୁ ରଖିବ?
    କେତେବେଳେ ତୁମ୍ଭେ ଆପଣା ଲୋକମାନଙ୍କର ପ୍ରାର୍ଥନା ଗ୍ରହଣ କରିବ?
ତୁମ୍ଭେ ଆପଣା ଲୋକମାନଙ୍କୁ ତାଙ୍କର ଲୋତକ ପିଆଇଛ।
    ତୁମ୍ଭେ ସେମାନଙ୍କୁ ବହୁ ପରିମାଣରେ ଅଶ୍ରୁ ପିଇବାକୁ ଦେଇଛ।
ତୁମ୍ଭେ ଆମ୍ଭର ପ୍ରତିବାସୀଗଣ ଦ୍ୱାରା ଆମ୍ଭମାନଙ୍କୁ ଘୃଣା କରେଇଲ।
    ପୁଣି ଆମ୍ଭର ଶତ୍ରୁମାନେ ଆମ୍ଭମାନଙ୍କୁ ଉପହାସ କଲେ।
ହେ ସୈନ୍ୟାଧିପତି ପରମେଶ୍ୱର, ଆମ୍ଭମାନଙ୍କୁ ପୁନର୍ବାର ବଳବାନ୍ କର।
    ଆମ୍ଭମାନଙ୍କ ଉପରେ ପ୍ରଫୁଲ୍ଲ ହୁଅ ଓ ରକ୍ଷା କର।

ଏବ୍ରୀ 10:5-10

ଅତଏବ ଯେତେବେଳେ ଖ୍ରୀଷ୍ଟ ସଂସାରକୁ ଆସିଲେ ସେ କହିଲେ:

“ତୁମ୍ଭେ ବଳି ଓ ସମର୍ପଣ ଗ୍ଭହଁ ନାହିଁ,
    କିନ୍ତୁ ତୁମ୍ଭେ ମୋ’ ପାଇଁ ଶରୀରଟିଏ ନିର୍ମାଣ କରିଛ,
ହୋମବଳି ଓ ପାପାର୍ଥକ ବଳରେ ତୁମ୍ଭେ ଖୁସୀ ହୁଅ ନାହିଁ।
    ବଳି ଦ୍ୱାରା ପାପହରଣ କଥାର ମଧ୍ୟ ତୁମ୍ଭେ ଖୁସୀ ନୁହଁ।
ତା'ପରେ ମୁଁ କହିଲି: ‘ପରମେଶ୍ୱର ମୁଁ ଅଛି
    ଏଠାରେ ବ୍ୟବସ୍ଥା ପୁସ୍ତକରେ ମୋ’ ବିଷୟରେ ଲେଖା ଅଛି।
    ତୁମ୍ଭେ ଗ୍ଭହିଁ ଥିବା କାର୍ଯ୍ୟଗୁଡ଼ିକ ମୁଁ କରିବା ପାଇଁ ଆସିଛି।’”(A)

ଏହି ଶାସ୍ତ୍ରରେ ସେ ପ୍ରଥମେ କହିଥିଲେ, “ତୁମ୍ଭେ ବଳି ଓ ନୈବେଦ୍ୟମାନ ଗ୍ଭହଁ ନାହିଁ। ତୁମ୍ଭେ ହୋମବଳି ଦ୍ୱାରା ବା ପାପହରଣ ହେବା ପାଇଁ ଦିଆଯାଉଥିବା ବଳିଗୁଡ଼ିକ ଦ୍ୱାରା ପ୍ରସନ୍ନ ହୁଅ ନାହିଁ।” ବ୍ୟବସ୍ଥା ଆଜ୍ଞା ଦିଏ ଏହି ବଳିଦାନ ପାଇଁ। ତା'ପରେ ସେ କହିଲେ “ପରମେଶ୍ୱର, ମୁଁ ଏଠାରେ ଅଛି। ମୁଁ ତୁମ୍ଭେ ଗ୍ଭହୁଁଥିବା କାମ କରିବା ପାଇଁ ଆସିଛି।” ଅତଏବ ପରମେଶ୍ୱର ତାହାଙ୍କର ପ୍ରଥମ ବଳିଦାନ ପ୍ରଥା ସମାପ୍ତ କରି ନୂତନପ୍ରଥା ଆରମ୍ଭ କଲେ। 10 ପରମେଶ୍ୱର ଗ୍ଭହିଁଥିବା କର୍ମମାନ ଖ୍ରୀଷ୍ଟ କଲେ। ଓ ଏହା ଦ୍ୱାରା ତାହାଙ୍କ ଶରୀରର ବଳିଦାନ ହେତୁ ଆମ୍ଭେ ପବିତ୍ର ହେଲୁ। ଯୀଶୁ ସବୁଦିନ ପାଇଁ ପର୍ଯ୍ୟାପ୍ତ ହେଲା ଭଳି ଥରେମାତ୍ର ସେହି ବଳିଦାନ କଲେ।

ଲୂକ ଲିଖିତ ସୁସମାଗ୍ଭର 1:39-45

ମରିୟମ, ଜିଖରିୟ ଓ ଏଲୀଶାବେଥଙ୍କ ପାଖକୁ ଗଲେ

39 ଠିକ୍ ତା'ପରେ ମରିୟମ ପ୍ରସ୍ତୁତ ହେଲେ ଓ ତରତର ହୋଇ ଯିହୂଦାର ପାହାଡ଼ିଆ ପ୍ରଦେଶସ୍ଥିତ ଗୋଟିଏ ନଗରକୁ ବାହାରି ପଡ଼ିଲେ। 40 ସେ ଜିଖରିୟଙ୍କ ଘରକୁ ଯାଇ ଏଲିଶାବେଥଙ୍କୁ ଅଭିବାଦନ କଲେ। 41 ମରିୟମଙ୍କ ଅଭିବାଦନ ଶୁଣିବା ମାତ୍ରେ ଏଲୀଶାବେଥଙ୍କ ଗର୍ଭସ୍ଥ ସନ୍ତାନ ନାଚି ଉଠିଲା। ଏଲୀଶାବେଥ ପବିତ୍ରଆତ୍ମାରେ ପରିପୂର୍ଣ୍ଣ ହୋଇ ଉଠିଲେ।

42 ଏଲୀଶାବେଥ ବଡ଼ ପାଟିରେ କହିଲେ, “ତୁମ୍ଭେ ସମସ୍ତ ନାରୀମାନଙ୍କ ଅପେକ୍ଷା ଅଧିକ ଧନ୍ୟା। କାରଣ ଯେଉଁ ଶିଶୁକୁ ତୁମ୍ଭେ ଜନ୍ମ ଦେବାକୁ ଯାଉଅଛ, ପରମେଶ୍ୱର ତାହାକୁ ଧନ୍ୟ କରିଛନ୍ତି। 43 ତୁମ୍ଭେ ମୋ’ ପ୍ରଭୁଙ୍କ ମା ଏବଂ ତୁମ୍ଭେ ମୋ’ ପାଖକୁ ଆସିଛ! ମୋ’ ପାଇଁ ଏତେ ବଡ଼ ଭଲ ଘଟଣା କାହିଁକି ଘଟିଲା? 44 ମୁଁ ତୁମ୍ଭ ଅଭିବାଦନର ସ୍ୱର ଶୁଣିବା ମାତ୍ରେ ମୋର ଗର୍ଭସ୍ଥ ସନ୍ତାନ ଆନନ୍ଦରେ ନାଚି ଉଠିଲା। 45 ତୁମ୍ଭେ ଧନ୍ୟା। କାରଣ ପ୍ରଭୁ ତୁମ୍ଭକୁ ଯାହା କହିଥିଲେ ତୁମ୍ଭେ ତାହା ବିଶ୍ୱାସ କରିଛ। ଏ କଥା ନିଶ୍ଚୟ ଘଟିବ ବୋଲି ତୁମ୍ଭେ ବିଶ୍ୱାସ କଲ।

ଲୂକ ଲିଖିତ ସୁସମାଗ୍ଭର 1:46-55

ମରିୟମ ପରମେଶ୍ୱରଙ୍କ ସ୍ତୁତି କଲେ

46 ତା'ପରେ ମରିୟମ କହିଲେ,

“ମୋର ଆତ୍ମା ପ୍ରଭୁଙ୍କର ସ୍ତୁତି କରୁଛି।
47     ମୋର ହୃଦୟ ଆନନ୍ଦରେ ପରିପୂର୍ଣ୍ଣ। କାରଣ ପରମେଶ୍ୱର ମୋର ଉଦ୍ଧାର କର୍ତ୍ତା।
48 ମୋର କିଛି ମହତ୍ତ୍ୱ ନାହିଁ,
    କିନ୍ତୁ ପରମେଶ୍ୱର ମୋ’ ଭଳି ଦୀନହୀନ ଦାସୀ ଉପରେ କୃପାଦୃଷ୍ଟି ପକାଇଲେ।
ଆଜିଠାରୁ ସମସ୍ତେ ମୋତେ ଧନ୍ୟ କହିବେ।
49 କାରଣ ସର୍ବଶକ୍ତିମାନ ପରମେଶ୍ୱର ମୋ’ ପାଇଁ ମହାନ୍ କାର୍ଯ୍ୟ ସବୁ କରିଛନ୍ତି।
    ତାହାଙ୍କର ନାମ ପବିତ୍ର ହେଉ।
50 ଯେଉଁମାନେ ତାହାଙ୍କର ଉପାସନା କରନ୍ତି,
    ସେ ସେମାନଙ୍କୁ ସଦାସର୍ବଦା ଦୟା କରନ୍ତି।
51 ସେ ତାହାଙ୍କର ବାହୁର ଶକ୍ତି ଦେଖାଇଛନ୍ତି।
    ସେ ଅହଂକାରୀ ଲୋକମାନଙ୍କୁ ଛିନ୍ନଛତ୍ର କରି ସେମାନଙ୍କର ସମସ୍ତ ଯୋଜନା ଧ୍ୱଂସ କରିଦେଲେ।
52 ପରମେଶ୍ୱର ରାଜାମାନଙ୍କୁ ସିହାଂସନରୁ ତଳକୁ ଖସାଇ ଆଣିଲେ
    ଓ ଦୀନହୀନ ଲୋକଙ୍କୁ ଉପରକୁ ଉଠାଇଲେ।
53 ସେ ଭୋକିଲା ଲୋକଙ୍କୁ ଭଲ ବିଷୟ ଦେଇ ତୃପ୍ତ କଲେ,
    କିନ୍ତୁ ଧନୀ ଓ ସ୍ୱାର୍ଥପର ଲୋକଙ୍କୁ ଖାଲି ହାତରେ ଫେରାଇଦେଲେ।
54 ତାହାଙ୍କର ସେବା କରିବା ପାଇଁ ସେ ନିଜେ ବାଛିଥିବା ଇସ୍ରାଏଲର ଲୋକମାନଙ୍କୁ ସାହାଯ୍ୟ କଲେ।
    ସେ ଆମ୍ଭମାନଙ୍କୁ ତାହାଙ୍କର କୃପା ପ୍ରଦାନ କରିଛନ୍ତି।
55 ସେ ଆମ୍ଭମାନଙ୍କ ପୂର୍ବପୁରୁଷଙ୍କୁ, ଅବ୍ରହାମ ଓ ତାହାଙ୍କର ସନ୍ତାନମାନଙ୍କୁ ସଦାସର୍ବଦା ଦୟା ଦେଖାଇବା ପାଇଁ ଦେଇଥିବା,
    ତାହାଙ୍କ ପୂର୍ବ ପ୍ରତିଶ୍ରୁତି ପାଳନ କରିଛନ୍ତି।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center