Print Page Options
Previous Prev Day Next DayNext

Revised Common Lectionary (Complementary)

Daily Bible readings that follow the church liturgical year, with thematically matched Old and New Testament readings.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 81

ପ୍ରଧାନ ବାଦ୍ୟକର ନିମନ୍ତେ ଗିତ୍ତୀତ୍ ସ୍ୱରରେ ଆସଫର ଗୀତ।

81 ଆମ୍ଭମାନଙ୍କ ବଳସ୍ୱରୂପ ପରମେଶ୍ୱରଙ୍କର ଉଦ୍ଦେଶ୍ୟରେ ଉଚ୍ଚ ସ୍ୱରରେ ଜୟଗାନ କର।
    ଯାକୁବର ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଜୟଧ୍ୱନି କର।
ଗୀତ ଆରମ୍ଭ କର
    ଓ ଦାରା ବଜାଅ,
    ନେବଲ ସହିତ ସୁମଧୁର ବୀଣାରେ ସ୍ୱର ବାହାର କର।
ଅମାବାସ୍ୟା ଦିନରେ ମେଣ୍ଢା ତୂରୀ ବଜାଅ।
    ଆମ୍ଭର ପର୍ବଦିନରେ, ପୂର୍ଣ୍ଣିମାରେ ଏହାକୁ ବଜାଅ।
କାରଣ ଏହା ଇସ୍ରାଏଲ ପାଇଁ ନିୟମ।
    ଏହା ଯାକୁବର ପରମେଶ୍ୱରଙ୍କର ଆଦେଶ ଅଟେ।
ପରମେଶ୍ୱର ଯୋଷେଫଙ୍କ ଲୋକମାନଙ୍କ ପାଇଁ ଏହି ନିୟମ କରିଥିଲେ।
    ଯେତେବେଳେ ପରମେଶ୍ୱର ମିଶର ଭୂମି ବିରୁଦ୍ଧରେ ଗଲେ,
ଯେଉଁଠାରେ ମୁଁ ଏକ ଭାଷା ଶୁଣିଲି ଯାହା ମୁଁ ବୁଝିପାରିଲି ନାହିଁ।
ପରମେଶ୍ୱର କହିଲେ, “ଆମ୍ଭେ ତୁମ୍ଭ କାନ୍ଧରୁ ଭାର ଉତ୍ତାରି ଦେଲୁ।
    ତାହାର ହସ୍ତ ଟୋକେଇରୁ ମୁକ୍ତ ହେଲା।
ତୁମ୍ଭେମାନେ ଯେତେବେଳେ ସଙ୍କଟରେ ଥିଲ, ତୁମ୍ଭେ ସାହାଯ୍ୟ ମାଗିଲ, ଏବଂ ଆମ୍ଭେ ତୁମ୍ଭକୁ ମୁକ୍ତ କଲୁ।
    ଆମ୍ଭେ ଘନ ଅନ୍ଧାର ବାଦଲରୁ ତୁମ୍ଭକୁ ଉତ୍ତର ଦେଲୁ।
    ଆମେ ମିରୀବାଃ ପାଣି ନିକଟରେ ତୁମ୍ଭକୁ ପରୀକ୍ଷା କଲୁ।” ସେଲା

“ହେ ଆମ୍ଭର ଲୋକମାନେ, ଆମ୍ଭର କଥା ଶୁଣ,
    ହେ ଇସ୍ରାଏଲ, ଆମ୍ଭର କଥା ଶୁଣ! ଆମ୍ଭେ ତୁମ୍ଭକୁ ସତର୍କ କରୁଛୁ।
ତୁମ୍ଭେମାନେ ଅନ୍ୟ କୌଣସି ଦେବତାକୁ ପୂଜା କରିବ ନାହିଁ।
    ଯାହାକୁ ବିଦେଶୀମାନେ ପୂଜା କରୁଛନ୍ତି।
10 ଆମ୍ଭେ ସଦାପ୍ରଭୁ ତୁମ୍ଭର ପରମେଶ୍ୱର,
    ଆମ୍ଭେ ତୁମ୍ଭକୁ ମିଶର ଦେଶରୁ ବାହାର କରି ଆଣିଲୁ।
ତୁମ୍ଭର ମୁଖ ବଡ଼ କରି ଖୋଲ,
    ଆମ୍ଭେ ଖୁଆଇ ଦେବା।

11 “କିନ୍ତୁ ଆମ୍ଭର ଲୋକମାନେ ଆମ୍ଭର କଥାକୁ ଶୁଣିଲେ ନାହିଁ।
    ଇସ୍ରାଏଲବାସୀ ଆମ୍ଭର କଥା ମାନିଲେ ନାହିଁ।
12 ତେଣୁ ଆମ୍ଭେ ସେମାନଙ୍କୁ ସେମାନଙ୍କର ଇଚ୍ଛାନୁସାରେ କାର୍ଯ୍ୟ କରିବାକୁ ଦେଲୁ।
    ଇସ୍ରାଏଲୀୟମାନେ ସେମାନଙ୍କର ଇଚ୍ଛାନୁସାରେ କାର୍ଯ୍ୟମାନ କଲେ।
13 ଭଲହୁଅନ୍ତା, ଯଦି ଆମ୍ଭର ଲୋକମାନେ ଆମ୍ଭର କଥା ଶୁଣିଥା’ନ୍ତେ
    ଓ ଇସ୍ରାଏଲବାସୀ ଆମ୍ଭେ ଗ୍ଭହିଁଥିବା ଅନୁସାରେ ରହିଥା’ନ୍ତେ?
14 ତେବେ, ଆମ୍ଭେ ସେମାନଙ୍କର ଶତ୍ରୁମାନଙ୍କୁ ପରାସ୍ତ କରିବା।
    ଆମ୍ଭେ ସେମାନଙ୍କର ଶତ୍ରୁଗଣକୁ ଦଣ୍ଡିତ କରିବା।
15 ସଦାପ୍ରଭୁଙ୍କ ଘୃଣାକାରୀମାନେ ଭୟରେ ଥରିବେ।
    ସେମାନଙ୍କର ଦଣ୍ଡ ଚିରଦିନ ଧରି ରହିବ ଓ ସର୍ବଦା ଦଣ୍ଡ ପାଇବେ।
16 ଆମ୍ଭେ ତୁମ୍ଭମାନଙ୍କୁ ଉତ୍ତମ ଗହମ ସହ ଖୁଆଇବା।
    ଆମ୍ଭେ ତୁମ୍ଭମାନଙ୍କୁ ଶୈଳରୁ ମଧୁ ଦେଇ ସନ୍ତୁଷ୍ଟ କରିବା।”

ଯିରିମିୟ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 31:1-6

ନୂତନ ଇସ୍ରାଏଲ

31 ଅନନ୍ତର ସଦାପ୍ରଭୁ କହନ୍ତି, “ସେ ସମୟରେ ଆମ୍ଭେ ଇସ୍ରାଏଲର ସମସ୍ତ ଗୋଷ୍ଠୀର ପରମେଶ୍ୱର ହେବା ଓ ସେମାନେ ଆମ୍ଭର ଲୋକ ହେବେ।”

ସଦାପ୍ରଭୁ କହନ୍ତି,
“‌‌ଖ‌ଡ଼୍‌ଗରୁ ରକ୍ଷା ପାଇଥିବା ଲୋକମାନେ ପ୍ରାନ୍ତରରେ ଆଶ୍ରୟ ପାଇବେ,
    ଯେତେବେଳେ ଇସ୍ରାଏଲ ବିଶ୍ରାମ ଗ୍ଭହିଁଲେ।”
ସଦାପ୍ରଭୁ ତାକୁ ବହୁଦୂର ସ୍ଥାନରୁ
    ଦର୍ଶନ ଦେଲେ ଓ କହିଲେ,

“ଆମ୍ଭେ ଚିରସ୍ଥାୟୀ ଭାବରେ ତୁମ୍ଭକୁ ପ୍ରେମ କରି ଆସିଛୁ।
    ଏଣୁ ସ୍ନେହପୂର୍ଣ୍ଣ କରୁଣାରେ ଆମ୍ଭେ ତୁମ୍ଭକୁ ଆକର୍ଷଣ କରିବା।
“ହେ ଇସ୍ରାଏଲ କୁମାରୀ, ଆମ୍ଭେ ତୁମ୍ଭକୁ ପୁନର୍ବାର ଗଢ଼ିବା।
    ତୁମ୍ଭେ ପୁନର୍ବାର ଏକ ଦେଶ ହେବ।
ତୁମ୍ଭେ ପୁଣି ଆପଣା ତବଲାରେ ବିଭୂଷିତା ହୋଇ
    ଆନନ୍ଦକାରୀମାନଙ୍କ ସଙ୍ଗେ ନୃତ୍ୟ କରି ଗମନ କରିବ।
ତୁମ୍ଭେ କୃଷକମାନେ ପୁନର୍ବାର ଶମରିୟାର ପର୍ବତରେ ଦ୍ରାକ୍ଷାକ୍ଷେତ୍ର ପ୍ରସ୍ତୁତ କରିବ।
    ତୁମ୍ଭେମାନେ ରୋପଣ କରି
    ତାହାର ଫଳ ଭୋଗ କରିବ।
ଏପରି ଏକ ସମୟ ଆସିବ ଯେତେବେଳେ ପ୍ରହରୀମାନେ
    ଇଫ୍ରୟିମ ପର୍ବତରେ ଘୋଷଣା କରି କହିବେ,
‘ଆସ, ଆମ୍ଭେମାନେ ସିୟୋନକୁ ଯିବା ଓ ଆମ୍ଭର ସଦାପ୍ରଭୁ’ ପରମେଶ୍ୱରଙ୍କୁ ପୂଜା କରିବା।”

ଯୋହନ ଲିଖିତ ସୁସମାଗ୍ଭର 6:35-40

35 ତା'ପରେ ଯୀଶୁ କହିଲେ, “ମୁଁ ସେହି ଜୀବନଦାୟକ ଖାଦ୍ୟ। ମୋ’ ନିକଟକୁ ଯେ କେହି ଆସେ ସେ କଦାପି ଭୋକିଲା ରହିବ ନାହିଁ। ମୋତେ ଯିଏ ବିଶ୍ୱାସ କରେ, ସେ କେବେ ତୃଷିତ ହେବ ନାହିଁ। 36 ମାତ୍ର ମୁଁ ତୁମ୍ଭକୁ ପୂର୍ବରୁ କହିଛି ଯେ, ତୁମ୍ଭେ ମୋତେ ଦେଖିଅଛ, କିନ୍ତୁ ତୁମ୍ଭେ ତଥାପି ବିଶ୍ୱାସ କରୁ ନାହଁ। 37 ମୋର ପରମପିତା ମୋତେ ମୋ’ ଲୋକମାନଙ୍କୁ ଦେଇଛନ୍ତି। ସେମାନେ ପ୍ରତ୍ୟେକ ମୋ’ ପାଖକୁ ଆସିବେ। ମୁଁ ସର୍ବଦା ମୋ’ ପାଖକୁ ଆସୁଥିବା ପ୍ରତ୍ୟେକଙ୍କୁ ଗ୍ରହଣ କରିବି। 38 ମୁଁ ପରମେଶ୍ୱରଙ୍କର ଇଚ୍ଛା ଅନୁଯାୟୀ କାର୍ଯ୍ୟ କରିବା ପାଇଁ ସ୍ୱର୍ଗରୁ ଆସିଅଛି। ମୁଁ ନିଜ ଇଚ୍ଛା ଅନୁଯାୟୀ କାର୍ଯ୍ୟ କରିବା ପାଇଁ ଆସି ନାହିଁ। 39 ପରମେଶ୍ୱର ଯେଉଁମାନଙ୍କୁ ମୋତେ ଦେଇଛନ୍ତି, ମୁଁ ସେମାନଙ୍କ ମଧ୍ୟରୁ ଜଣକୁ ହେଲେ କଦାପି ହରାଇବି ନାହିଁ। ମୁଁ ସେମାନଙ୍କୁ ଶେଷ ଦିନରେ ନିଶ୍ଚୟ ଉ‌ତ୍‌ଥାପନ କରିବି। ଯିଏ ମୋତେ ପଠାଇଛନ୍ତି ସେ ଗ୍ଭହାନ୍ତି ମୁଁ ସେହି କାର୍ଯ୍ୟ କରେ। 40 ପ୍ରତ୍ୟେକ ଲୋକ ଯିଏ ପୁତ୍ରଙ୍କୁ ଦେଖେ ଏବଂ ତାହାଙ୍କଠାରେ ବିଶ୍ୱାସ କରେ, ସେ ଅନନ୍ତ ଜୀବନ ଲାଭ କରେ। ମୁଁ ସେ ଲୋକକୁ ଶେଷ ଦିନରେ ଉ‌ତ୍‌ଥାପନ କରିବି। ଏହା ପରମପିତାଙ୍କର ଇଚ୍ଛା।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center