Print Page Options
Previous Prev Day Next DayNext

Revised Common Lectionary (Complementary)

Daily Bible readings that follow the church liturgical year, with thematically matched Old and New Testament readings.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 107:1-3

ପଞ୍ଚମ ପୁସ୍ତକ

(ଗୀତସଂହିତା 107–150)

107 ସଦାପ୍ରଭୁଙ୍କୁ ଧନ୍ୟବାଦ ଦିଅ, କାରଣ ସେ ମହାନ।
    ତାଙ୍କର ଦୟା ଅନନ୍ତକାଳସ୍ଥାୟୀ।
ପ୍ରତ୍ୟେକ ବ୍ୟକ୍ତି ଯେଉଁମାନଙ୍କୁ ସଦାପ୍ରଭୁ ରକ୍ଷା କରିଛନ୍ତି, କହିବା ଉଚିତ୍।
    ସଦାପ୍ରଭୁ ସେମାନଙ୍କର ଶତ୍ରୁମାନଙ୍କଠାରୁ ସେମାନଙ୍କୁ ରକ୍ଷା କରିଛନ୍ତି।
ବିଭିନ୍ନ ଦେଶମାନଙ୍କରୁ ସଦାପ୍ରଭୁ ତାଙ୍କର ଲୋକମାନଙ୍କୁ ଏକତ୍ରିତ କଲେ।
    ସେ ସେମାନଙ୍କୁ ପୂର୍ବ, ପଶ୍ଚିମ, ଉତ୍ତର ଓ ନଦୀ ସମୁଦ୍ର ସ୍ଥାନରୁ ଏକତ୍ରିତ କଲେ।

ଗୀତସଂହିତା 107:33-43

33 ପରମେଶ୍ୱର ନଦନଦୀକୁ ମରୁଭୂମିରେ ପରିଣତ କରି ପାରିବେ
    ଏବଂ ଝରଣାର ଜଳସ୍ରୋତକୁ ବନ୍ଦ କରି ପାରନ୍ତି।
34 ପରମେଶ୍ୱର ଉର୍ବର ଜମିକୁ ଲବଣାକ୍ତ ଭୂମିରେ ବଦଳାଇ ପାରନ୍ତି।
    କାରଣ ଦେଶର ଅଧର୍ମୀ ଲୋକମାନେ ସେଠାରେ ବାସ କରନ୍ତି।
35 କିନ୍ତୁ ପରମେଶ୍ୱର ମଧ୍ୟ ମରୁଭୂମିକୁ ଜଳାଶୟରେ ପରିବର୍ତ୍ତିତ କରି ପାରନ୍ତି।
    ସେ ପୁଣି ଶୁଷ୍କ ଭୂମିରେ ଝରଣା ବୁହାଇ ପାରନ୍ତି।
36 ପରମେଶ୍ୱର କ୍ଷୁଧାର୍ତ୍ତ ଲୋକମାନଙ୍କୁ ଉର୍ବର ଭୂମିକୁ ଆଗେଇ ନିଅନ୍ତି।
    ଏବଂ ସେଠାରେ ସେମାନେ ତାଙ୍କର ରହିବା ପାଇଁ ନୂତନ ସହର ସୃଷ୍ଟି କରନ୍ତି।
37 ସେହି ଲୋକମାନେ ସେମାନଙ୍କର ଜମିରେ ବୀଜ ରୋପଣ କଲେ ଓ ସେମାନେ ଦ୍ରାକ୍ଷାଲତା ଲଗେଇଲେ
    ଏବଂ ଭଲ ଫସଲ ଅମଳ କରି ପାରନ୍ତି।
38 ପରମେଶ୍ୱର ସେମାନଙ୍କୁ ଆଶୀର୍ବାଦ କରନ୍ତି।
    ତହିଁରେ ସେମାନେ ଅତିଶୟ ବୃଦ୍ଧି ପା’ନ୍ତି।
    ଏବଂ ସେମାନଙ୍କର ବହୁତ ପଶୁପଲ ଊଣା ହୁଅନ୍ତି ନାହିଁ।
39 ଯେତେବେଳେ ପରମେଶ୍ୱରଙ୍କର ଲୋକମାନେ ଛୋଟ ହୋଇଗଲେ
    ଏବଂ ଅତ୍ୟାଗ୍ଭର, ଅସୁବିଧା ଏବଂ ଦୁଃଖ ଯୋଗୁଁ ଅପମାନିତ ହେଲେ।
40 ପରମେଶ୍ୱର ସେମାନଙ୍କର ଅଧିପତିମାନଙ୍କୁ ଅପମାନିତ ଓ ବିଚଳିତ କରିଥିଲେ, ଯେଉଁମାନେ ତାଙ୍କୁ ଅତ୍ୟାଗ୍ଭର କରିଥିଲେ।
    ପୁଣି ସେମାନଙ୍କୁ ପଥହୀନ ମରୁଭୂମିରେ ଭ୍ରମଣ କରାଇଥିଲେ।
41 କିନ୍ତୁ ପରମେଶ୍ୱର ସେହି ଦୀନହୀନ ଲୋକମାନଙ୍କୁ ଦୁଃଖରୁ ଉଦ୍ଧାର କଲେ।
    ସେ ସେମାନଙ୍କର ପରିବାରକୁ ମେଷପଲ ତୁଲ୍ୟ ପାଳନ କରନ୍ତି।
42 ସରଳ ଲୋକମାନେ ତାହା ଦେଖି ଆନନ୍ଦିତ ହେଲେ
    ଏବଂ ଦୁଷ୍ଟ ଲୋକମାନେ କ’ଣ କହିବା କଥା ତାହା ଜାଣନ୍ତି ନାହିଁ।
43 ଯେ ଜ୍ଞାନବାନ୍, ସେ ଏହିସବୁ ବିଷୟରେ ମନୋଯୋଗ କରିବ।
    ପୁଣି ସେ ପରମେଶ୍ୱରଙ୍କର ପ୍ରକୃତ କରୁଣା ପ୍ରେମକୁ ସେ ବୁଝିବା ଉଚିତ୍।

ଦ୍ୱିତୀୟ ବିବରଣ 8

ସଦାପ୍ରଭୁଙ୍କୁ ସ୍ମରଣ କର

“ଯାହା ମୁଁ ଆଜି ତୁମ୍ଭକୁ ଆଦେଶ ଦେଉଛି, ତୁମ୍ଭେମାନେ ମୋର ସମସ୍ତ ଆଦେଶମାନ ମାନିବା ଉଚିତ୍। ତୁମ୍ଭେମାନେ ବଞ୍ଚିବା ପାଇଁ ଓ ବୃଦ୍ଧି ହେବା ପାଇଁ ଓ ସେହି ସ୍ଥାନରେ ପ୍ରବେଶ କରିବା ପାଇଁ ଓ ଅଧିକାର କରିବା ପାଇଁ ଯାହାକି ସଦାପ୍ରଭୁ ତୁମ୍ଭମାନଙ୍କ ପୂର୍ବପୁରୁଷଗଣଙ୍କ ନିକଟରେ ଶପଥ କରିଛନ୍ତି। ଆଉ ତୁମ୍ଭେମାନେ ସ୍ମରଣ କର ଯେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଯେଉଁ ଗ୍ଭଳିଶ୍ ବର୍ଷ ପ୍ରାନ୍ତର ମଧ୍ୟରେ ତୁମ୍ଭମାନଙ୍କୁ ଯେଉଁ ଭଳି ଭାବରେ ଗମନ କରାଇ ଅଛନ୍ତି, ସେ ତୁମ୍ଭର ପରୀକ୍ଷା ନେବା ପାଇଁ ତୁମ୍ଭେମାନେ ତାଙ୍କର ଆଜ୍ଞାପାଳନ କରିବ କି ନାହିଁ ଏବଂ ତୁମ୍ଭର ମନ ଜାଣିବା ପାଇଁ ଏହା କରିଛନ୍ତି। ମନୁଷ୍ୟ ଯେ କେବଳ ରୋଟୀରେ ବଞ୍ଚେ ନାହିଁ, ମାତ୍ର ସଦାପ୍ରଭୁଙ୍କ ମୁଖରୁ ଯାହା ନିର୍ଗତ ହୁଏ, ତହିଁରେ ବଞ୍ଚେ। ଏହା ତୁମ୍ଭମାନଙ୍କୁ ଜଣାଇବା ପାଇଁ ସେ ତୁମ୍ଭମାନଙ୍କୁ ନମ୍ର ଓ କ୍ଷୁଧିତ କରିଅଛନ୍ତି, ସେ ତୁମ୍ଭକୁ ଓ ତୁମ୍ଭ ପୂର୍ବପୁରୁଷଗଣଙ୍କୁ ଅଜ୍ଞାତ ମାନ୍ନା ଦେଇ ପ୍ରତିପାଳନ କରିଅଛନ୍ତି। ଏହି ଗ୍ଭଳିଶ୍ ବର୍ଷ ତୁମ୍ଭମାନଙ୍କ ବସ୍ତ୍ର ଜୀର୍ଣ୍ଣ ହେଲା ନାହିଁ ଓ ତୁମ୍ଭମାନଙ୍କର ପାଦ ଫୁଲିଲା ନାହିଁ। ତେଣୁ ତୁମ୍ଭେମାନେ ହୃଦୟର ସହିତ ଜାଣିବା ଉଚିତ୍ ଯେ, ଜଣେ ପିତା ତା'ର ସନ୍ତାନଗଣଙ୍କୁ ଯେପରି ଅନୁଶାସିତ କରେ ସେହିପରି ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭକୁ ଅନୁଶାସିତ କରିଛନ୍ତି।

“ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କର ଆଦେଶ ମାନି ପାଳନ କରିବ ଓ ତାହାଙ୍କ ପଥରେ ଗମନ କରିବ ଓ ତାହାଙ୍କୁ ଭୟ କରିବ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କୁ ଏକ ଉତ୍ତମ ଦେଶକୁ ନେଇ ଯାଉଛନ୍ତି, ଯେଉଁ ଭୂମିକି ଜଳରାଶିରେ, ଝରଣାରେ ଓ ଗଭୀର ଜଳସ୍ରୋତରେ ପୂର୍ଣ୍ଣ, ତାହା ଉପତ୍ୟକା ଓ ପର୍ବତ ଦେଇ ଝରିଯାଏ। ଏହି ଦେଶ ଗହମ, ଯବ, ଦ୍ରାକ୍ଷା, ଡିମ୍ବିରି ଓ ଡାଳିମ୍ବ ବୃକ୍ଷମୟ ଅଟେ। ସେହି ଦେଶ ମଧ୍ୟ ଜୀତତୈଳ ଓ ମଧୁମୟ ଅଟେ। ସେଠାରେ ତୁମ୍ଭେମାନେ ପ୍ରଚୁର ପରିମାଣର ଖାଦ୍ୟ ପାଇବ। ସେଠାରେ ତୁମ୍ଭମାନଙ୍କର ଆବଶ୍ୟକ ଦ୍ରବ୍ୟମାନ ଉପଲବ୍ଧ ହେବ। ସେହି ଦେଶର ପଥର ଲୁହା ଅଟେ, ତୁମ୍ଭେମାନେ ସେଠାକାର ପର୍ବତରୁ ପିତ୍ତଳ ଖୋଳି ପାରିବ। 10 ଆଉ ତୁମ୍ଭେମାନେ ସେଠାରେ ଖାଦ୍ୟରେ ତୃପ୍ତ ହେବ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କୁ ଯେଉଁ ଉତ୍ତମ ଦେଶ ଦେଇ ଅଛନ୍ତି, ସେଥିପାଇଁ ତାଙ୍କର ଧନ୍ୟବାଦ କରିବ।

ସଦାପ୍ରଭୁଙ୍କର କର୍ମମାନ ଭୁଲ ନାହିଁ

11 “ସାବଧାନ, ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କୁ ଭୁଲ ନାହିଁ। ସାବଧାନତା ସହକାରେ ତାହାଙ୍କ ନିର୍ଦ୍ଦେଶମାନ, ତାଙ୍କର ବିଧି ପାଳନ କର, ମୁଁ ତୁମ୍ଭମାନଙ୍କୁ ଆଜି ଯେଉଁସବୁ ଆଜ୍ଞା, ବିଧି ଓ ଶାସନ ଆଜ୍ଞା କରୁଅଛି। 12 ଏହା ପରେ ତୁମ୍ଭେମାନେ ଉତ୍ତମ ଖାଦ୍ୟ ଖାଇବାକୁ ପାଇବ ଓ ସୁନ୍ଦର ଗୃହମାନ ନିର୍ମାଣ କରିବ ସେଥିରେ ବାସ କରିବାକୁ। 13 ତୁମ୍ଭମାନଙ୍କ ଗୋବତ୍ସ, ମେଷ, ଛେଳିର ସଂଖ୍ୟା ବର୍ଦ୍ଧିଷ୍ଣୁ ହେବ। ତୁମ୍ଭେ ପ୍ରଚୁର ପରିମାଣର ସୁନା, ରୂପା ପାଇବ। ତୁମ୍ଭମାନଙ୍କର ଯାହାସବୁ ଅଛି ତାହା ବୃଦ୍ଧି ପାଇବ। 14 ଯେତେବେଳେ ଏପରି ହେବ ସାବଧାନ, ଗର୍ବ କରିବ ନାହିଁ। ଏକଥା ଭୁଲ ନାହିଁ ଯେ, ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ମିଶରରୁ ତୁମ୍ଭମାନଙ୍କୁ ଦାସତ୍ୱରୁ ମୁକ୍ତ କରିଛନ୍ତି ଓ ମିଶରରୁ ବାହାର କରି ଆଣିଛନ୍ତି। 15 ସେ ତୁମ୍ଭର ଭବିଷ୍ୟତ ମଙ୍ଗଳ ନିମନ୍ତେ ତୁମ୍ଭକୁ ନମ୍ର କରିବାକୁ ଓ ତୁମ୍ଭର ପରୀକ୍ଷା ନେବାକୁ ବିଷଧର ସର୍ପ ଓ ବିଛା ପୁଣି ନିର୍ଜଳ ଶୁଷ୍କ ଭୂମିଥିବା ଏହି ବିସ୍ତୀର୍ଣ୍ଣ ଓ ଭୟାନକ ମରୁଭୂମି ଦେଇ ତୁମ୍ଭମାନଙ୍କୁ ଗମନ କରାଇ ଆଣିଲେ। ସେ ତୁମ୍ଭମାନଙ୍କ ପାଇଁ ଚ‌‌କ୍‌‌ମକି ପ୍ରସ୍ତରମୟ ଶୈଳରୁ ଜଳ ବାହାର କଲେ। 16 ସେ ତୁମ୍ଭ ପୂର୍ବପୁରୁଷମାନଙ୍କ ଅଜ୍ଞାତ ମାନ୍ନାଦ୍ୱାରା ପ୍ରାନ୍ତରରେ ତୁମ୍ଭକୁ ପ୍ରତିପାଳନ କଲେ। ଏହିପରି ଭାବେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କୁ ତୁମ୍ଭେ ସ୍ମରଣ କର। 17 ତୁମ୍ଭେ କେବେ କୁହ ନାହିଁ ଯେ, ‘ଆପଣା ପରାକ୍ରମ ଓ ବାହୁ ବଳଦ୍ୱାରା ଏହି ସମସ୍ତ ଐଶ୍ୱର୍ଯ୍ୟ ଲାଭ କରିଛ ବୋଲି।’ 18 ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କୁ ସ୍ମରଣ କର। ଏହି କଥା ମନେରଖ ଯେ, ତୁମ୍ଭମାନଙ୍କୁ ସେ ଏପରି କରିବା ପାଇଁ ଶକ୍ତି ଦେଇଛନ୍ତି। ସଦାପ୍ରଭୁ କାହିଁକି ଏପରି କଲେ? କାରଣ ସେ ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କ ସହିତ ପ୍ରତିଜ୍ଞା କରିଥିଲେ ଏପରି କରିବା ପାଇଁ ଯାହାସବୁ ସେ ଆଜି କରିଛନ୍ତି।

19 “କେବେ ବି ତୁମ୍ଭେ ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ୱରଙ୍କୁ ଭୁଲିବ ନାହିଁ। ଅନ୍ୟ ଦେବତାଗଣଙ୍କୁ ମାନିବ ନାହିଁ କି ତାଙ୍କର ସେବା କରିବ ନାହିଁ। ଯଦି ତୁମ୍ଭେମାନେ ଏପରି କର, ତେବେ ମୁଁ ତୁମ୍ଭମାନଙ୍କୁ ସତର୍କ କରାଇଦେଉଛି ତୁମ୍ଭେମାନେ ନିଶ୍ଚିତରେ ବିନଷ୍ଟ ହେବ। 20 ସଦାପ୍ରଭୁ ତୁମ୍ଭମାନଙ୍କ ଆଗରେ ଅନ୍ୟ ଦେଶକୁ ଧ୍ୱଂସ କରିଛନ୍ତି। କିନ୍ତୁ ତୁମ୍ଭେମାନେ ଯଦି ଅନ୍ୟ ଦେବତାଗଣଙ୍କୁ ମାନ, ତେବେ ଅନ୍ୟ ଲୋକମାନଙ୍କ ପରି ସେ ତୁମ୍ଭମାନଙ୍କୁ ଧ୍ୱଂସ କରିବେ। କାରଣ ତୁମ୍ଭେମାନେ ତାଙ୍କର ଆଜ୍ଞା ମାନିଲ ନାହିଁ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 12:27-31

27 ତୁମ୍ଭେମାନେ ଖ୍ରୀଷ୍ଟଙ୍କର ଶରୀର ଅଟ। ତୁମ୍ଭେମାନେ ପ୍ରତ୍ୟେକ ସେହି ଶରୀରର ଅଙ୍ଗ। 28 ପରମେଶ୍ୱରଙ୍କ ମଣ୍ଡଳୀରେ ପ୍ରଥମେ ପ୍ରେରିତମାନଙ୍କୁ, ଦ୍ୱିତୀୟରେ ଭବିଷ୍ୟଦ୍‌‌ବକ୍ତାମାନଙ୍କୁ, ତୃତୀୟରେ ଶିକ୍ଷକମାନଙ୍କୁ, ସ୍ଥାନ ଦେଇଛନ୍ତି। ତା'ପରେ, ଆଶ୍ଚର୍ଯ୍ୟ କାର୍ଯ୍ୟ କରୁଥିବା ଲୋକଙ୍କୁ, ତା'ପରେ ପରୋପକାରୀଙ୍କୁ ତା'ପରେ ନେତୃତ୍ୱ ନେଉଥିବା ବ୍ୟକ୍ତିଙ୍କୁ, ତା'ପରେ ବିଭିନ୍ନ ଭାଷା କହି ପାରୁଥିବା ଲୋକଙ୍କୁ ସ୍ଥାନ ଦେଇଛନ୍ତି। 29 ସମସ୍ତ ଲୋକ କ’ଣ ପ୍ରେରିତ? ସମସ୍ତ ଲୋକ କ’ଣ ଭବିଷ୍ୟଦ୍‌‌ବକ୍ତା? ସମସ୍ତେ କ’ଣ ଶିକ୍ଷକ? ସମସ୍ତେ କ’ଣ ଆଶ୍ଚର୍ଯ୍ୟକାର୍ଯ୍ୟ କରୁଥିବା ଲୋକ? 30 ସମସ୍ତେ କ’ଣ ଆରୋଗ୍ୟ କରିବାର ଶକ୍ତି ପାଇଅଛନ୍ତି? ସମସ୍ତେ କ’ଣ ବିଭିନ୍ନ ଭାଷା କହନ୍ତି? ସମସ୍ତେ କ’ଣ ଏହି ଭାଷାଗୁଡ଼ିକର ଅର୍ଥ କରି ପାରନ୍ତି କି? 31 କିନ୍ତୁ ତୁମ୍ଭେମାନେ ପ୍ରକୃତରେ ଆତ୍ମାଙ୍କ ଶ୍ରେଷ୍ଠ ଦାନଗୁଡ଼ିକ ପାଇବା ପାଇଁ ଏକାନ୍ତ ଚେଷ୍ଟା କରିବା ଉଚିତ୍। ଏବେ ମୁଁ ସମସ୍ତ ମାର୍ଗ ଅପେକ୍ଷା ଅତି ଉତ୍ତମ ମାର୍ଗ ଦେଖାଇବି।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center