Print Page Options
Previous Prev Day Next DayNext

Revised Common Lectionary (Complementary)

Daily Bible readings that follow the church liturgical year, with thematically matched Old and New Testament readings.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 52

ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ମସ୍କୀଲ୍, “ଦାଉଦ ଅହୀମେଲକର ଗୃହରେ ଅଛନ୍ତି” ବୋଲି ଇଦୋମୀୟ ଦୋୟେଗ୍ ଶାଉଲଙ୍କୁ ସମ୍ବାଦ ଦେବା ବେଳେ ରଚିତ।

52 ହେ ଶ୍ରେଷ୍ଠ ମାନବ, ତୁମ୍ଭେ କରୁଥିବା ଅନିଷ୍ଟ କର୍ମରେ ବଡ଼ିମା ହେଉଛି କାହିଁକି?
    ପରମେଶ୍ୱରଙ୍କ ବିଶ୍ୱସ୍ତ ପ୍ରେମ ମୋତେ ଦିନ ତମାମ ସୁରକ୍ଷା କରିବ।
ତୁମ୍ଭେ ଲୋକମାନଙ୍କୁ ଧ୍ୱଂସ କରିବାକୁ ଚକ୍ରାନ୍ତ କରୁଅଛ।
    ତୁମ୍ଭର ଜିହ୍ୱା କ୍ଷୁରତୁଲ୍ୟ ତୀ‌କ୍ଷ୍‌ଣ।
    ତୁମ୍ଭେ ମିଥ୍ୟା କହୁଛ ଏବଂ ଲୋକମାନଙ୍କୁ ଠକିବା ପାଇଁ ଚେଷ୍ଟା କରୁଛ!
ତୁମ୍ଭେ ସୁକର୍ମ ଅପେକ୍ଷା କୁକର୍ମକୁ ଅଧିକ ଭଲ ପାଉଛ।
    ତୁମ୍ଭେ ସତ କହିବା ଅପେକ୍ଷା, ମିଥ୍ୟା କହିବାକୁ ଅଧିକ ଭଲ ପାଉଛ। ସେଲା

ତୁମ୍ଭେ ଲୋକମାନଙ୍କୁ ଆଘାତ ଦେଉଥିବା ଶବ୍ଦକୁ ଓ ପ୍ରତାରଣା କରୁଥିବା ଜିହ୍ୱାକୁ ଭଲ ପାଉଛ।
ଏଣୁ ପରମେଶ୍ୱର ଚିରଦିନ ପାଇଁ ତୁମ୍ଭକୁ ଧ୍ୱଂସ କରିବେ।
    ସେ ତୁମ୍ଭକୁ ହଠାତ୍ ମାଡ଼ିବସିବେ ଏବଂ ତୁମ୍ଭକୁ ତୁମ୍ଭର ଘରୁ ଟାଣି ଆଣିବେ।
    ସେ ତୁମ୍ଭକୁ ସଜୀବ ପୃଥିବୀରୁ ଉତ୍ପାଟନ କରିବେ। ସେଲା

ଧାର୍ମିକ ଲୋକମାନେ ତାହା ଦେଖି ବିସ୍ମିତ ହେବେ।
ସେମାନେ ତୁମ୍ଭକୁ ପରିହାସ କରି କହିବେ।
    “ଦେଖ, ତାଙ୍କୁ କ’ଣ ହେଲା।
ସେ ରକ୍ଷା ପାଇବା ପାଇଁ ପରମେଶ୍ୱରଙ୍କୁ ବିଶ୍ୱାସ କଲା ନାହିଁ।
    ସେ ଭାବିଲା, ତା'ର ଧନ ଏବଂ ମିଥ୍ୟା ତାକୁ ଉଦ୍ଧାର କରିବ।”

କିନ୍ତୁ ମୁଁ ପରମେଶ୍ୱରଙ୍କ ମନ୍ଦିରରେ ବଢ଼ୁଥିବା ଏକ ସତେଜ ଜୀତବୃକ୍ଷ ତୁଲ୍ୟ ଅଛି।
    ମୁଁ ଅନନ୍ତକାଳ ପରମେଶ୍ୱରଙ୍କ ପ୍ରେମରେ ବିଶ୍ୱାସ କରେ।
ପରମେଶ୍ୱର, ତୁମ୍ଭେ କରିଥିବା କାମ ପାଇଁ ମୁଁ ତୁମ୍ଭକୁ ସର୍ବଦା ପ୍ରଶଂସା କରିବି।
    ମୁଁ ତୁମ୍ଭ ରାଜ ଭକ୍ତମାନଙ୍କ ଉପସ୍ଥିତିରେ ତୁମ୍ଭର ନାମର ଘୋଷଣା କରିବି, କାରଣ ତୁମ୍ଭେ ଉତ୍ତମ ଅଟ।

ଯିରିମିୟ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 22:1-9

ଦୁଷ୍ଟ ରାଜାଗଣଙ୍କ ବିପକ୍ଷରେ ବିଗ୍ଭର

22 ସଦାପ୍ରଭୁ କହିଲେ, “ହେ ଯିରିମିୟ, ତୁମ୍ଭେ ଯିହୁଦା ରାଜପ୍ରାସାଦକୁ ଯାଇ ଯିହୁଦାର ରାଜାଙ୍କୁ ଏହି ବାକ୍ୟ କୁହ। ‘ହେ ଦାଉଦଙ୍କ ସିଂହାସନରେ ଉପବିଷ୍ଟ ଯିହୁଦାର ରାଜା, ତୁମ୍ଭେ ଓ ତୁମ୍ଭର ଦାସଗଣ ଏହିସବୁ ଫାଟକ ଦେଇ ପ୍ରବେଶ କର ଏବଂ ସଦାପ୍ରଭୁଙ୍କର ଏହିସବୁ ବାକ୍ୟ ଶୁଣ। ସଦାପ୍ରଭୁ କହନ୍ତି, ନ୍ୟାୟ ବିବେଚନା କର ଏବଂ ଯାହା ଠିକ୍ ତାହା କର। ଲୁଣ୍ଠିତ ଲୋକକୁ ଉପଦ୍ରବକାରୀଠାରୁ ଉଦ୍ଧାର କର। ପୁଣି ବିଦେଶୀ, ପିତୃହୀନ ଓ ବିଧବା ପ୍ରତି କୌଣସି ଅନ୍ୟାୟ ବା ଉପଦ୍ରବ କର ନାହିଁ କି ଏହି ସ୍ଥାନରେ ନିର୍ଦ୍ଦୋଷର ରକ୍ତପାତ କର ନାହିଁ। ଆଉ ଯଦି ତୁମ୍ଭେମାନେ ପ୍ରକୃତରେ ଏହିସବୁ କାର୍ଯ୍ୟ କର, ତେବେ ଦାଉଦଙ୍କ ସିଂହାସନରେ ଉପବିଷ୍ଟ ରାଜାଗଣ ରଥରେ ଓ ଅଶ୍ୱରେ ଚଢ଼ି, ସେ ଓ ତାଙ୍କର ଦାସଗଣଙ୍କ ସହିତ ସମସ୍ତ ଲୋକ ଏହି ଫାଟକ ଦେଇ ଗୃହରେ ପ୍ରବେଶ କରିବେ। ମାତ୍ର ତୁମ୍ଭେ ଯଦି ଏହିସବୁ କଥା ଶୁଣିବ ନାହିଁ, ତେବେ ସଦାପ୍ରଭୁ କହନ୍ତି, ଆମ୍ଭେ ଆପଣା ନାମରେ ଶପଥ କରି କହୁଅଛୁ ଏହି ଗୃହ ଧ୍ୱଂସ ସ୍ତୁପରେ ପରିଣତ ହେବ।’”

ଆଉ ଯିହୁଦାର ରାଜଗୃହ ବିଷୟରେ ସଦାପ୍ରଭୁ ଏହିକଥା କହନ୍ତି,

“ତୁମ୍ଭେ ଆମ୍ଭ ପ୍ରତି ଗିଲିୟଦ୍
    ଓ ଲିବାନୋ‌ନ୍‌ର ଶୃଙ୍ଗସ୍ୱରୂପ ଅଟ।
ତଥାପି ଆମ୍ଭେ ତୁମ୍ଭକୁ ପ୍ରାନ୍ତର
    ଓ ଜନଶୂନ୍ୟ ନଗରରେ ପରିଣତ କରିବା।
ତୁମ୍ଭର ପ୍ରାସାଦକୁ ଧ୍ୱଂସ କରିବାକୁ
    ପ୍ରତ୍ୟେକ ବିନାଶକାରୀଙ୍କୁ ଅସ୍ତ୍ର ସହିତ ପଠାଇବା।
ସେମାନେ ତୁମ୍ଭର ସୁଦୃଢ଼ ସୁନ୍ଦର ଏରସକାଠ ନିର୍ମିତ କଡ଼ିଗୁଡ଼ିକୁ
    କାଟି ଅଗ୍ନିରେ ପକାଇବେ।

“ଆଉ ଦେଶୀୟମାନେ ଏହି ନଗର ଦେଇ ଗଲାବେଳେ ପ୍ରତ୍ୟେକ ଆପଣା ଆପଣା ସଙ୍ଗୀକି ପଗ୍ଭରିବେ, ‘ସଦାପ୍ରଭୁ କେଉଁଥିପାଇଁ ଏହି ବିଶାଳ ଯିରୁଶାଲମ ନଗରକୁ ଏପରି କଲେ?’ ତହିଁରେ ସେମାନେ ଉତ୍ତର ଦେବେ, ‘ସଦାପ୍ରଭୁ ପରମେଶ୍ୱରଙ୍କ ନିୟମକୁ ପରିତ୍ୟାଗ କରି ଯିହୁଦାବାସୀ ଅନ୍ୟ ଦେବଗଣଙ୍କୁ ପ୍ରଣାମ ଓ ସେବା କରିଥିବାରୁ।’”

ଲୂକ ଲିଖିତ ସୁସମାଗ୍ଭର 6:43-45

ଦୁଇ ପ୍ରକାରର ଫଳ

(ମାଥିଉ 7:17-20; 12:34-35)

43 “ଗୋଟିଏ ଭଲ ଗଛରେ ଖରାପ ଫଳ ଫଳେ ନାହିଁ। ଠିକ୍ ସେହିଭଳି ଗୋଟିଏ ଖରାପ ଗଛରେ ଭଲ ଫଳ ଫଳେ ନାହିଁ। 44 ପ୍ରତ୍ୟେକ ଗଛ ତା'ର ଫଳ ଦ୍ୱାରା ଚିହ୍ନି ହୁଏ। ଲୋକମାନେ ଅନାବନା କଣ୍ଟା ଗଛରୁ ଡିମ୍ବିରିଫଳ ସଂଗ୍ରହ କରନ୍ତି ନାହିଁ କି କଣ୍ଟା ବୁଦାରୁ ଦ୍ରାକ୍ଷାକୋଳି ପାଆନ୍ତି ନାହିଁ। 45 ଜଣେ ଭଲ ଲୋକର ମନ ଭିତରେ ଭଲ ବିଷୟ ସଞ୍ଚିତ ହୋଇ ରହିଥାଏ। ତେଣୁ ତା ମନ ଭିତରୁ ଭଲ ବିଷୟ ବାହାରିଥାଏ। କିନ୍ତୁ ଗୋଟିଏ ଖରାପ ଲୋକର ମନ ଭିତରେ ଖରାପ ବିଷୟ ସଞ୍ଚିତ ହୋଇ ରିହଥାଏ। ତେଣୁ ତା’ ମନ ଭିତରୁ ଖରାପ ବିଷୟ ବାହାରିଥାଏ। ଜଣେ ଲୋକର ମନ ଭିତରେ ଯାହା ଥାଏ, ସେ ତାହା କହିଥାଏ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center