Print Page Options
Previous Prev Day Next DayNext

Revised Common Lectionary (Complementary)

Daily Bible readings that follow the church liturgical year, with thematically matched Old and New Testament readings.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଯିହିଜିକଲ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 17:22-24

22 ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହିଛନ୍ତି,

“ମୁଁ ନିଜେ ଏରସ ବୃକ୍ଷର ଅଗ୍ରଭାଗକୁ ନେଇଯିବି
    ଓ ତା'ର କୋମଳ ଅଗ୍ରଭାଗକୁ କାଟିବି
    ଏବଂ ଏହାକୁ ପର୍ବତର ଶୀର୍ଷରେ ରୋପଣ କରିବି।
23 ମୁଁ ସ୍ୱୟଂ ଇସ୍ରାଏଲର ଉଚ୍ଚତମ ପର୍ବତରେ ସେହି ଅଗ୍ରଭାଗକୁ ରୋପଣ କରିବି।
    ତହିଁରେ ସେହି ଅଗ୍ରଭାଗ ବଢ଼ିବ
ଏବଂ ଏକ ଶାଖାବିଶିଷ୍ଟ ବୃକ୍ଷ ହେବ ଏବଂ ଏଥିରେ ଫଳ ଫଳିବ।
    ଏହା ଏକ ସୁନ୍ଦର ଏରସ ବୃକ୍ଷ ହେବ।
ତହିଁରେ ସବୁ ଜାତିର ପକ୍ଷୀମାନେ ବସା କରିବେ।
    ଆଉ ମଧ୍ୟ ସେମାନେ ତାହାର ଶାଖାଗୁଡ଼ିକର ଛାୟାରେ ବାସ କରିବେ।

24 “ତାହାହେଲେ କ୍ଷେତ୍ରସ୍ଥ ସମସ୍ତ ବୃକ୍ଷ ଜାଣିବେ ଯେ,
    ମୁଁ ଉଚ୍ଚବୃକ୍ଷକୁ ନୀଚ୍ଚ କରିପାରେ
    ଓ ନୀଚ୍ଚ ବୃକ୍ଷକୁ ଉଚ୍ଚ କରିପାରେ।
ପୁଣି ସତେଜ ବୃକ୍ଷକୁ ଶୁଷ୍କ କରିପାରେ
    ଓ ଶୁଷ୍କ ବୃକ୍ଷକୁ ସତେଜ କରିପାରେ।
ମୁଁ ସଦାପ୍ରଭୁ
    ଏହା କହିଅଛି ଓ ମୁଁ ଏହା କରିବି।”

ଗୀତସଂହିତା 92:1-4

ବିଶ୍ରାମବାର ନିମିତ୍ତକ ଗୀତ।

92 ସଦାପ୍ରଭୁଙ୍କର ଧନ୍ୟବାଦ କରିବା ଉତ୍ତମ।
    ହେ ସର୍ବୋପରିସ୍ଥ ପରମେଶ୍ୱର, ତୁମ୍ଭ ନାମର ପ୍ରଶଂସା ଗାନ କରିବା ଉତ୍ତମ।
ପ୍ରଭାତ ସମୟରେ ତୁମ୍ଭର ପ୍ରେମ ଗୀତ ବୋଲିବା ଉତ୍ତମ
    ଏବଂ ରାତ୍ରିରେ ତୁମ୍ଭର ବିଶ୍ୱସ୍ତତା ଗୀତ ଗାନ କରିବା ଉତ୍ତମ।
ହେ ପରମେଶ୍ୱର, ଦଶତାର ଯନ୍ତ୍ର ଓ ନେବଲରେ ବୀଣାର ଗମ୍ଭୀର ଧ୍ୱନିରେ
    ସୂ-ଗୀତ ଗାନ କରିବା ଭଲ।
ହେ ସଦାପ୍ରଭୁ, ତୁମ୍ଭ ନିଜ କର୍ମ ମୋତେ ଆନନ୍ଦିତ କରିଅଛି।
    ମୁଁ ତୁମ୍ଭ ହସ୍ତକୃତ କର୍ମର ଯଶଗାନ କରୁଅଛି।

ଗୀତସଂହିତା 92:12-15

12 ଉତ୍ତମ ଲୋକମାନେ ସଦାପ୍ରଭୁଙ୍କ ମନ୍ଦିରରେ ରୋପିତ
    ଲିବାନୋ‌ନ୍‌ର ଏରସ ଗଛ ତୁଲ୍ୟ।
13 ସେମାନେ ପରମେଶ୍ୱରଙ୍କ ମନ୍ଦିରର ଅଗଣାରେ ଅବସ୍ଥିତ
    ଅଙ୍କୁରିତ ଡାଳଗଛ ସ୍ୱରୂପ।
14 ଏପରିକି ଯେତେବେଳେ ସେମାନେ ବୃଦ୍ଧ ହେବେ, ସେତେବେଳେ ମଧ୍ୟ ସେମାନେ ଫଳ ଉତ୍ପନ୍ନ କରି ପାରିବେ।
    ସେମାନେ ସୁସ୍ଥ ରହିବେ ଏବଂ ସେମାନଙ୍କର ବହୁତ ପତ୍ର ରହିବ।
15 ଏହା ଦ୍ୱାରା ସଦାପ୍ରଭୁ ଯେ ଯଥାର୍ଥ ତାହା ପରିପ୍ରକାଶ ହେବ।
    ସେ ମୋର ଶୈଳ, ତାହାଙ୍କଠାରେ କୌଣସି ଅଧର୍ମ ନାହିଁ।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 5:6-10

ଅତଏବ ଆମ୍ଭର ପୂର୍ଣ୍ଣ ଆଶା ଅଛି। ଆମ୍ଭେ ଜାଣୁ ଯେ, ଯେପର୍ଯ୍ୟନ୍ତ ଆମ୍ଭେ ଏହି ଦେହରେ ଅଛୁ ସେପର୍ଯ୍ୟନ୍ତ ଆମ୍ଭେ ପ୍ରଭୁଙ୍କଠାରୁ ଦୂରରେ ଅଛୁ। ଆମ୍ଭେ ଯାହା ଦେଖୁ, ତା’ ସାହାଯ୍ୟରେ ନୁହେଁ, ମାତ୍ର ବିଶ୍ୱାସ ଦ୍ୱାରା ପରିଗ୍ଭଳିତ ହେଉ, ସେଥିପାଇଁ ମୁଁ କୁହେ ଯେ, ଆମ୍ଭମାନଙ୍କର ଆଶା ଅଛି। ଆମ୍ଭେମାନେ ଏହି ଶରୀରରୁ ଦୂରକୁ ଯିବାକୁ ଓ ପ୍ରଭୁଙ୍କ ନିକଟସ୍ଥ ହେବାକୁ ଅଧିକ ପସନ୍ଦ କରୁ। ଆମର ଏକମାତ୍ର ଉଦ୍ଦେଶ୍ୟ ପରମେଶ୍ୱରଙ୍କୁ ପ୍ରସନ୍ନ କରିବା। ଆମ୍ଭେ ଏହିଠାରେ ବାହ୍ୟିକ ଶରୀର ଧାରଣ କରି ରହୁ ବା ସେଠାରେ ପ୍ରଭୁଙ୍କ ସହିତ ରହୁ, ଆମ୍ଭେ ପ୍ରଭୁଙ୍କୁ ପ୍ରସନ୍ନ କରିବାକୁ ଗ୍ଭହୁଁ। 10 ଆମ୍ଭେ ସମସ୍ତେ ବିଗ୍ଭରିତ ହେବା ନିମନ୍ତେ ଖ୍ରୀଷ୍ଟଙ୍କର ନ୍ୟାୟାସନ ଆଗରେ ଅବଶ୍ୟ ଠିଆ ହେବୁ। ଆମ୍ଭମାନଙ୍କ ଭିତରୁ ପ୍ରତ୍ୟେକ, ଏହି ପାର୍ଥିବ ଶରୀର ଧାରଣ କରିଥିଲାବେଳେ ଯାହାକିଛି ଭଲ ବା ମନ୍ଦ କରିଛୁ, ତା’ ପାଇଁ ପ୍ରତିଦାନ ପାଇବ।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 5:11-13

ପରୋପକାରୀ ଲୋକେ ପରମେଶ୍ୱରଙ୍କ ମିତ୍ର ହୁଅନ୍ତି

11 ଆମ୍ଭେ ଜାଣୁ ଯେ, ପ୍ରଭୁଙ୍କୁ ଭୟ କରିବା ଅର୍ଥ କ’ଣ ଅଟେ। ସେଥିପାଇଁ ଲୋକମାନଙ୍କୁ ସତ୍ୟ ଗ୍ରହଣ କରିବା ପାଇଁ ଆମ୍ଭେ ବୁଝାଉ। ପରମେଶ୍ୱର ଜାଣନ୍ତି ଯେ, ଆମ୍ଭେ ପ୍ରକୃତରେ କ’ଣ ଓ ମୁଁ ଆଶାକରେ, ତୁମ୍ଭେ ମଧ୍ୟ ଆମ୍ଭର ପ୍ରକୃତ ପରିଚୟ ପାଇ ପାରିବ। 12 ଆମ୍ଭେ ତୁମ୍ଭମାନଙ୍କ ଆଗରେ ନିଜର ପ୍ରଶଂସା କରୁ ନାହୁଁ। ବରଂ ଆମ୍ଭେ ତୁମ୍ଭମାନଙ୍କୁ ସୁଯୋଗ ଦେଉଛୁ ଯେପରି ଆମ୍ଭ ପାଇଁ ତୁମ୍ଭେମାନେ ଗର୍ବ ଅନୁଭବ କରି ପାରିବ। ତା'ହେଲେ ପ୍ରତ୍ୟକ୍ଷ ଦିଶୁଥିବା ବିଷୟ ଗୁଡ଼ିକ ପାଇଁ ଗର୍ବ କରୁଥିବା ଲୋକକୁ ତୁମ୍ଭେମାନେ ଉତ୍ତର ଦେଇ ପାରିବ। ସେ ଲୋକମାନେ ଜଣକର ହୃଦୟରେ କ’ଣ ଅଛି, ତହିଁ ପାଇଁ ସେମାନେ ମନୋଯୋଗ କରନ୍ତି ନାହିଁ। 13 ଆମ୍ଭେ ଯଦି ପାଗଳ, ତାହା ପରମେଶ୍ୱରଙ୍କ ପାଇଁ।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 5:14-17

14 ଯଦି ଆମ୍ଭେ ଠିକ୍ ମନରେ ଅଛୁ ତାହା ତୁମ୍ଭମାନଙ୍କ ପାଇଁ। ଖ୍ରୀଷ୍ଟଙ୍କ ପ୍ରେମ ଆମ୍ଭକୁ ନିୟନ୍ତ୍ରିତ କରେ। କାରଣ ଆମ୍ଭେ ଜାଣୁ ଯେ ଜଣେ ସମସ୍ତଙ୍କ ପାଇଁ ମରିଛନ୍ତି। ସେଥିପାଇଁ ସମସ୍ତେ ମରିଛନ୍ତି। 15 ଖ୍ରୀଷ୍ଟ ସମସ୍ତଙ୍କ ପାଇଁ ମରିବାର ଉଦ୍ଦେଶ୍ୟ ହେଉଛି ଯେ ଯେଉଁ ଲୋକମାନେ ଜୀବିତ, ଏହା ପରେ ସେମାନେ ନିଜ ପାଇଁ ଜୀବିତ ନ ରୁହନ୍ତି, ବରଂ ଯିଏ ମରି ଯାଇଥିଲେ ଓ ପୁନର୍ବାର ସେମାନଙ୍କ ପାଇଁ ଉ‌‌ତ୍‌‌ଥିତ ହେଲେ, ସେହି ଖ୍ରୀଷ୍ଟଙ୍କ ପାଇଁ ଜୀବିତ ରୁହନ୍ତୁ।

16 ଏହି ସମୟ ପରେ, ଆମ୍ଭେ କୌଣସି ଲୋକକୁ ଜାଗତିକ ଦୃଷ୍ଟିରୁ ଦେଖିବା ନାହିଁ। ଅତୀତରେ ଆମ୍ଭେ ଯୀଶୁ ଖ୍ରୀଷ୍ଟଙ୍କୁ ମଧ୍ୟ ଜାଗତିକ ଦୃଷ୍ଟିରେ ବୁଝିଥିଲୁ। କିନ୍ତୁ ଏବେ ଆମ୍ଭେ ସେହିପରି ଭାବୁନାହୁଁ। 17 ଯଦି କୌଣସି ଲୋକ ଖ୍ରୀଷ୍ଟଙ୍କଠାରେ ଅଛି, ସେ ନୂତନ ଭାବରେ ସୃଷ୍ଟି ହୋଇ ଅଛି। ପୁରୁଣା ବିଷୟ ସମସ୍ତ ଗ୍ଭଲି ଯାଇଅଛି, ଓ ପ୍ରତ୍ୟେକ ବିଷୟ ନୂଆ ହୋଇ ଯାଇଛି।

ମାର୍କ ଲିଖିତ ସୁସମାଗ୍ଭର 4:26-34

ବୀଜର ଦୃଷ୍ଟାନ୍ତ ବିଷୟରେ ଯୀଶୁ ବ୍ୟାଖ୍ୟା କଲେ

26 ଯୀଶୁ ପୁଣି କହିଲେ, “ପରମେଶ୍ୱରଙ୍କ ରାଜ୍ୟ, ବୀଜ ବୁଣୁଥିବା ଲୋକଟିଏ ଭଳି। 27 ବୀଜରୁ ଅଙ୍କୁର ବାହାରି ଦିନରାତି ବଢ଼ିବାକୁ ଲାଗେ। ସେହି ଲୋକ ଦିନରେ ଚେଇଁଥାଉ କି ରାତିରେ ଶୋଇଥାଉ, ସେଥିରେ କିଛି ଯାଏ ଆସେ ନାହିଁ। ତଥାପି ଅଙ୍କୁରଟି ଆପଣା ଛାଁଏ ବଢ଼ି ଗ୍ଭଲୁଥାଏ। ସେହ ଲୋକ ଜାଣି ପାରେ ନାହିଁ ଯେ ଅଙ୍କୁରଟି କିପରି ବଢ଼ୁଛି। 28 କାହାରି ସାହାଯ୍ୟ ବିନା ଭୂମି ଆପେ ଆପେ ଶସ୍ୟ ଉତ୍ପନ୍ନ କରେ। ପ୍ରଥମେ ଅଙ୍କୁର, ତା'ପରେ କେଣ୍ଡା ହୁଏ। ତା'ପରେ କେଣ୍ଡାରୁ ପରିପୂର୍ଣ୍ଣ ଶସ୍ୟ ହୁଏ, 29 ଯେତେବେଳେ ଶସ୍ୟ ପାଚିଯାଏ, ସେତେବେଳେ ସେହି ଲୋକ ଦାଆ ନେଇ ତାକୁ କାଟେ। କାରଣ ଏହା ହିଁ ଅମଳ କରିବାର ଉପଯୁକ୍ତ ସମୟ।”

ପରମେଶ୍ୱରଙ୍କ ରାଜ୍ୟ ଏକ ସୋରିଷଦାନା ଭଳି

(ମାଥିଉ 13:31-32,34-35; ଲୂକ 13:18-19)

30 ସେ ପୁଣି କହିଲେ, “ପରମେଶ୍ୱରଙ୍କ ରାଜ୍ୟ ସମ୍ପର୍କରେ କ’ଣ କହି ମୁଁ ତୁମ୍ଭକୁ ବୁଝାଇବି? ମୁଁ କେଉଁ ଦୃଷ୍ଟାନ୍ତ ମାଧ୍ୟମରେ ଏହା ବୁଝେଇବି? 31 ପରମେଶ୍ୱରଙ୍କ ରାଜ୍ୟ ଗୋଟିଏ ସୋରିଷଦାନା ଭଳି। ଏହି ସୋରିଷଦାନା, ତୁମ୍ଭେ ବୁଣୁଥିବା ବୀଜଗୁଡ଼ିକ ଭିତରେ ସବୁଠାରୁ ଛୋଟ। 32 କିନ୍ତୁ ତୁମ୍ଭେ ବୁଣିବା ପରେ ଏହି ବୀଜ ବଢ଼ି ତୁମ୍ଭ ବଗିଗ୍ଭର ଅନ୍ୟ ଗଛମାନଙ୍କ ଭିତରେ ସବୁଠାରୁ ବଡ଼ ହୋଇଯାଏ। ତା'ର ଶାଖା ଗୁଡ଼ିକ ବଡ଼ ହୋଇଯାଏ। ପକ୍ଷୀମାନେ ଆସି ତା’ ଛାଇରେ ବସା ବାନ୍ଧି ରହନ୍ତି।”

33 ଯୀଶୁ ଏହିଭଳି ଅନେକ ଦୃଷ୍ଟାନ୍ତ ମାଧ୍ୟମରେ ସେମାନଙ୍କୁ ଉପଦେଶ ପ୍ରଦାନ କରୁଥିଲେ। ସେମାନଙ୍କର ବୁଝି ପାରିବା କ୍ଷମତା ଅନୁସାରେ ଯୀଶୁ ସେମାନଙ୍କୁ କହୁଥିଲେ। 34 ଯୀଶୁ ଲୋକଙ୍କୁ ଉପଦେଶ ଦେଲାବେଳେ ସବୁବେଳେ ଦୃଷ୍ଟାନ୍ତର ପ୍ରୟୋଗ କରୁଥିଲେ। କିନ୍ତୁ ଯୀଶୁଙ୍କ ସହିତ ତାହାଙ୍କ ଶିଷ୍ୟମାନେ ଏକୁଟିଆ ଥିବା ବେଳେ, ଯୀଶୁ ସେମାନଙ୍କୁ ସବୁଗୁଡ଼ିକର ଅର୍ଥ ସ୍ପଷ୍ଟ ଭାବରେ ବୁଝେଇ ଦେଉଥିଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center