Print Page Options
Previous Prev Day Next DayNext

Revised Common Lectionary (Complementary)

Daily Bible readings that follow the church liturgical year, with thematically matched Old and New Testament readings.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 92:1-4

ବିଶ୍ରାମବାର ନିମିତ୍ତକ ଗୀତ।

92 ସଦାପ୍ରଭୁଙ୍କର ଧନ୍ୟବାଦ କରିବା ଉତ୍ତମ।
    ହେ ସର୍ବୋପରିସ୍ଥ ପରମେଶ୍ୱର, ତୁମ୍ଭ ନାମର ପ୍ରଶଂସା ଗାନ କରିବା ଉତ୍ତମ।
ପ୍ରଭାତ ସମୟରେ ତୁମ୍ଭର ପ୍ରେମ ଗୀତ ବୋଲିବା ଉତ୍ତମ
    ଏବଂ ରାତ୍ରିରେ ତୁମ୍ଭର ବିଶ୍ୱସ୍ତତା ଗୀତ ଗାନ କରିବା ଉତ୍ତମ।
ହେ ପରମେଶ୍ୱର, ଦଶତାର ଯନ୍ତ୍ର ଓ ନେବଲରେ ବୀଣାର ଗମ୍ଭୀର ଧ୍ୱନିରେ
    ସୂ-ଗୀତ ଗାନ କରିବା ଭଲ।
ହେ ସଦାପ୍ରଭୁ, ତୁମ୍ଭ ନିଜ କର୍ମ ମୋତେ ଆନନ୍ଦିତ କରିଅଛି।
    ମୁଁ ତୁମ୍ଭ ହସ୍ତକୃତ କର୍ମର ଯଶଗାନ କରୁଅଛି।

ଗୀତସଂହିତା 92:12-15

12 ଉତ୍ତମ ଲୋକମାନେ ସଦାପ୍ରଭୁଙ୍କ ମନ୍ଦିରରେ ରୋପିତ
    ଲିବାନୋ‌ନ୍‌ର ଏରସ ଗଛ ତୁଲ୍ୟ।
13 ସେମାନେ ପରମେଶ୍ୱରଙ୍କ ମନ୍ଦିରର ଅଗଣାରେ ଅବସ୍ଥିତ
    ଅଙ୍କୁରିତ ଡାଳଗଛ ସ୍ୱରୂପ।
14 ଏପରିକି ଯେତେବେଳେ ସେମାନେ ବୃଦ୍ଧ ହେବେ, ସେତେବେଳେ ମଧ୍ୟ ସେମାନେ ଫଳ ଉତ୍ପନ୍ନ କରି ପାରିବେ।
    ସେମାନେ ସୁସ୍ଥ ରହିବେ ଏବଂ ସେମାନଙ୍କର ବହୁତ ପତ୍ର ରହିବ।
15 ଏହା ଦ୍ୱାରା ସଦାପ୍ରଭୁ ଯେ ଯଥାର୍ଥ ତାହା ପରିପ୍ରକାଶ ହେବ।
    ସେ ମୋର ଶୈଳ, ତାହାଙ୍କଠାରେ କୌଣସି ଅଧର୍ମ ନାହିଁ।

ଆଦିପୁସ୍ତକ 3:14-24

14 ସେଥିପାଇଁ ସଦାପ୍ରଭୁ ପରମେଶ୍ୱର ସର୍ପକୁ କହିଲେ,

“ଯେହେତୁ ତୁମ୍ଭେ ଏହା କରିଅଛ,
    ତୁମ୍ଭେ ଅନ୍ୟ ପ୍ରାଣୀମାନଙ୍କଠାରୁ ଅଧିକ କଷ୍ଟ ଭୋଗିବ,
ତୁମ୍ଭେ ତୁମ୍ଭର ପେଟରେ ଜୀବନସାରା
    ଘୁଷୁଡ଼ିବ ଓ ତୁମ୍ଭେ ଧୂଳି ଖାଇବ।
15 ମୁଁ ତୁମ୍ଭକୁ ନାରୀର ଶତ୍ରୁ କରିବି।
    ମୁଁ ତୁମ୍ଭର ପିଲାମାନଙ୍କୁ ଓ ତାହାର ପିଲାମାନଙ୍କ ମଧ୍ୟରେ ଶତ୍ରୁତା କରାଇବି।
ତୁମ୍ଭେ ତା'ର ପିଲାର ଗୋଇଠିକୁ କାମୁଡ଼ିବ,
    କିନ୍ତୁ ସେ ତୁମ୍ଭର ମସ୍ତକକୁ ଆଘାତ କରି ଚୂର୍ଣ୍ଣ କରିବ।”

16 ଏହା ପରେ ସଦାପ୍ରଭୁ ପରମେଶ୍ୱର ସେହି ସ୍ତ୍ରୀଲୋକଟିକୁ କହିଲେ,

“ମୁଁ ତୁମ୍ଭର କାର୍ଯ୍ୟଭାର
    ଏବଂ ତୁମ୍ଭର ଗର୍ଭବେଦନା ମଧ୍ୟ ବଢ଼ାଇବି।
ତୁମ୍ଭେ ବ୍ୟଥାରେ
    ସନ୍ତାନ ପ୍ରସବ କରିବ।
ପୁଣି ସ୍ୱାମୀ ପ୍ରତି ତୁମ୍ଭର ବାସନା ରହିବ[a]
    ସେ ତୁମ୍ଭ ଉପରେ କର୍ତ୍ତୃତ୍ୱ କରିବ।”

17 ଏହା ପରେ ସଦାପ୍ରଭୁ ପରମେଶ୍ୱର ମନୁଷ୍ୟକୁ କହିଲେ,

“ମୁଁ ତୁମ୍ଭକୁ ସେହି ବୃକ୍ଷର ଫଳ ନ ଖାଇବା ପାଇଁ ନିର୍ଦ୍ଦେଶ ଦେଇଥିଲି
    କିନ୍ତୁ ତୁମ୍ଭେ ତୁମ୍ଭର ସ୍ତ୍ରୀଙ୍କ କଥା ଶୁଣିଲ ଏବଂ ସେହି ଫଳ ଖାଇଲ।
ତେଣୁ ତୁମ୍ଭ ଯୋଗୁଁ ଭୂମି ଶାପଗ୍ରସ୍ତ ହେଲା,
    ତୁମ୍ଭେ ତୁମ୍ଭର ଯାବଜ୍ଜୀବନ କ୍ଳେଶରେ ତହିଁରୁ ଭକ୍ଷ୍ୟ କରିବ।
18 ଭୂମିରେ କଣ୍ଟା ବୁଦା ଜନ୍ମିବ।
    ତୁମ୍ଭେ କ୍ଷେତ୍ରର ଉତ୍ପାଦନ ଭୋଜନ କରିବ।
19 ତୁମ୍ଭେ ମରିବା ପର୍ଯ୍ୟନ୍ତ
    ମୂଖର ଝାଳରେ ଆହାର କରିବ,
ତୁମ୍ଭେ ଖାଦ୍ୟ ପାଇବା ପାଇଁ
    କଠିନ ପରିଶ୍ରମ କରିବ।
ତୁମ୍ଭେ ଧୂଳିରୁ ନିଆଯାଇଛ,
    ଏଣୁ ଧୂଳିକୁ ଫେରିଯିବ।”

20 ମନୁଷ୍ୟ ତା'ର ସ୍ତ୍ରୀର ନାମ ହବା, ଦେଲା। ଆଦମ ତା'ର ଏପରି ନାମକରଣ କରିଥିଲା, କାରଣ ସେ ଥିଲା ଜୀବିତ ପ୍ରାଣୀମାନଙ୍କ ସକଳର ମାତା।

21 ସଦାପ୍ରଭୁ ପରମେଶ୍ୱର ତାଙ୍କ ପାଇଁ ଚମଡ଼ାର ବସ୍ତ୍ର ତିଆରି କରି ତାଙ୍କୁ ପିନ୍ଧାଇଲେ।

22 ସଦାପ୍ରଭୁ ପରମେଶ୍ୱର କହିଲେ, “ଦେଖ, ମନୁଷ୍ୟ ଭଲ ଓ ମନ୍ଦର ବୋଧ ପ୍ରାପ୍ତ ହୋଇ ଆମ୍ଭମାନଙ୍କ ପରି ଜଣେ ହୋଇଅଛି। ଆଉ ଏବେ ସେ ଯେପରି ହାତ ବଢ଼ାଇ ଅମୃତ ବୃକ୍ଷର ଫଳ ମଧ୍ୟ ଖାଇବା ଉଚିତ୍ ନୁହଁ। ଯଦି ସେ ଏହା ଖାଇଥା’ନ୍ତା, ସେ ଅମର ହୋଇଥା’ନ୍ତା।”

23 ତେଣୁ ସଦାପ୍ରଭୁ ପରମେଶ୍ୱର, ଏଦନ ଉଦ୍ୟାନରୁ ତାଙ୍କୁ ବାହାର କରିଦେଲେ ଓ ସେ ଯେଉଁ ମୃତ୍ତିକାରୁ ସୃଷ୍ଟି ହୋଇଥିଲେ, ତହିଁରେ କୃଷିକର୍ମ କରିବାକୁ ନିଯୁକ୍ତ କଲେ। 24 ସଦାପ୍ରଭୁ ପରମେଶ୍ୱର ଏହିପରି ମନୁଷ୍ୟକୁ ତଡ଼ି ଦେଲେ। ପୁଣି ଅମୃତ ବୃକ୍ଷର ପଥ ପହରା ଦେବା ପାଇଁ ସେ କିରୁବଦୂତମାନଙ୍କୁ ଏବଂ ଗୋଟିଏ ଘୂର୍ଣ୍ଣାୟମାନ ଖ‌‌‌‌ଡ଼୍‌‌‌‌ଗ ଏଦନ ଉଦ୍ୟାନର ପ୍ରବେଶ ସ୍ଥାନରେ ରଖିଲେ।

ଏବ୍ରୀ 2:5-9

ଲୋକମାନଙ୍କୁ ରକ୍ଷା କରିବା ପାଇଁ ଯୀଶୁ ଖ୍ରୀଷ୍ଟ ମାନବ ଦେହ ଧାରଣ କଲେ

ଯେଉଁ ଭାବୀଜଗତ ବିଷୟରେ ଆମ୍ଭେ ଆଲୋଚନା କରୁଛୁ, ତାହାକୁ ଶାସନ କରିବା ପାଇଁ ପରମେଶ୍ୱର ଦୂତମାନଙ୍କୁ ବାଛି ନାହାନ୍ତି। ଶାସ୍ତ୍ରରେ କୌଣସି ସ୍ଥାନରେ ଏପରି ଲେଖା ଅଛି:

“ପରମେଶ୍ୱର!
    ତୁମ୍ଭେ କାହିଁକି ମନୁଷ୍ୟ ବିଷୟରେ ଚିନ୍ତା କର?
ତୁମ୍ଭେ କାହିଁକି ମନୁଷ୍ୟ ସନ୍ତାନ ପାଇଁ ଚିନ୍ତିତ ହୁଅ?
    ସେ କ’ଣ ସତରେ ମହାନ ଅଟନ୍ତି ଯେ
ତୁମ୍ଭେ ସ୍ୱର୍ଗଦୂତଙ୍କଠାରୁ ତାହାକୁ ଅଳ୍ପକ୍ଷଣ ପାଇଁ ନ୍ୟୁନ କରିଅଛ?
    ତୁମ୍ଭେ ତାହାକୁ ଗୌରବ ଓ ସମ୍ମାନର ରାଜମୁକୁଟ ପିନ୍ଧାଇଅଛ,
ଓ ପ୍ରତ୍ୟେକ ବିଷୟ ତା’ ନିୟନ୍ତ୍ରଣରେ ରଖିଅଛ।”(A)

ଯଦି ପରମେଶ୍ୱର ପ୍ରତ୍ୟେକ ବିଷୟକୁ ତା'ର ବଶୀଭୂତ କଲେ, ତାହାହେଲେ ଏପରି କୌଣସି ବିଷୟ ନାହିଁ, ଯାହାକି ତାହାଙ୍କ ନିୟନ୍ତ୍ରଣାଧୀନ ନୁହେଁ। କିନ୍ତୁ ଆମ୍ଭେ ଏବେ ସୁଦ୍ଧା ପ୍ରତ୍ୟେକ ବିଷୟ ଉପରେ ତାହାଙ୍କୁ କର୍ତ୍ତୃତ୍ୱ କରିବା ଦେଖି ପାରୁ ନାହୁଁ। ଅତି ଅଳ୍ପ ସମୟ ନିମନ୍ତେ ଯୀଶୁଙ୍କୁ ସ୍ୱର୍ଗଦୂତମାନଙ୍କଠାରୁ ନିମ୍ନ ସ୍ତରରେ ରଖା ଯାଇଥିଲା, କିନ୍ତୁ ଏବେ ଆମ୍ଭେ ଦେଖୁଛୁ ଯେ, ସେ ଗୌରବ ଓ ସମ୍ମାନର ରାଜମୁକୁଟ ପିନ୍ଧିଛନ୍ତି। ଏହାର କାରଣ, ତାହାଙ୍କର ଦୁଃଖଭୋଗ ଓ ମୃତ୍ୟୁ ଅଟେ। ପରମେଶ୍ୱରଙ୍କ ଅନୁଗ୍ରହ ହେତୁ ଯୀଶୁ ପ୍ରତ୍ୟେକ ଲୋକଙ୍କ ପାଇଁ ମୃତ୍ୟୁ ବରଣ କଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center