Print Page Options
Previous Prev Day Next DayNext

Revised Common Lectionary (Complementary)

Daily Bible readings that follow the church liturgical year, with thematically matched Old and New Testament readings.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 74

ଆସଫର ମସ୍କୀଲ୍।

74 ପରମେଶ୍ୱର, ତୁମ୍ଭେ କାହିଁକି ବହୁତ ଦିନ ଆମ୍ଭମାନଙ୍କୁ ପରିତ୍ୟାଗ କଲ?
    ତୁମ୍ଭେ କାହିଁକି ଆମ୍ଭମାନଙ୍କ ଉପରେ ଏତେ ରାଗିଅଛ, ଆମ୍ଭେ ଯେ ତୁମ୍ଭର ନିଜ ଦଳ?
ପୂର୍ବରୁ ତୁମ୍ଭର ଲୋକମାନଙ୍କୁ ସ୍ମରଣ କର ଯେଉଁମାନଙ୍କୁ ତୁମ୍ଭର ନିଜର କଲ।
    ତୁମ୍ଭର ଖୁବ୍ ନିଜର ଲୋକମାନଙ୍କୁ ସ୍ମରଣ କର ଯେଉଁମାନଙ୍କୁ ତୁମ୍ଭେ ରକ୍ଷା କଲ
ଏବଂ ସିୟୋନ ପର୍ବତକୁ ସ୍ମରଣ କର ଯେଉଁଠାରେ ତୁମ୍ଭେ ବାସ କଲ।
ପରମେଶ୍ୱର, ସେହି ପ୍ରାଚୀନର ଭଗ୍ନାବଶେଷ ଉପରେ ଗ୍ଭଲନ୍ତୁ।
    ଯେଉଁଠାରେ ଶତ୍ରୁମାନେ ମନ୍ଦିରର ସବୁକିଛି ନଷ୍ଟ କରିଥିଲେ।

ତୁମ୍ଭର ଶତ୍ରୁଗଣ ବାହାର ମନ୍ଦିରରେ ଯୁଦ୍ଧ ଧ୍ୱନି କଲେ।
    ସେମାନେ ତାଙ୍କର ବିଜୟଧ୍ୱଜା ମନ୍ଦିର ଉପରେ ଉଡ଼ାଇଲେ।
ଜଙ୍ଗଲରେ କୁହ୍ରାଡ଼ି ବ୍ୟବହାର କରୁଥିବା ଲୋକମାନଙ୍କ ପରି
    ଶତ୍ରୁ ସୈନ୍ୟମାନେ ଦେଖାଯାଉଥିଲେ।
ହେ ପରମେଶ୍ୱର, ସେମାନେ କୁହ୍ରାଡ଼ି ଓ ଟାଙ୍ଗିଆ ଦ୍ୱାରା
    ତୁମ୍ଭ ମନ୍ଦିରର ଖୋଦିତ କାଠ ପଟାଗୁଡ଼ିକ ନଷ୍ଟ କଲେ।
ସେହି ସୈନ୍ୟଗଣ ତୁମ୍ଭ ପବିତ୍ର ସ୍ଥାନକୁ ଜାଳି ଦେଲେ।
    ସେହି ମନ୍ଦିର ତୁମ୍ଭ ନାମର ସମ୍ମାନାର୍ଥେ ତିଆରି ହୋଇଥିଲା,
    କିନ୍ତୁ ସେମାନେ ତାକୁ ଅଶୁଚି କରି ଧୂଳିସାତ୍ କରି ଦେଲେ।
ଆମ୍ଭମାନଙ୍କୁ ପୂରାପୂରି ଧ୍ୱଂସ କରିବାକୁ ସେମାନେ ନିଷ୍ପତ୍ତି କଲେ,
    ସେମାନେ ଦେଶ ମଧ୍ୟରେ ପରମେଶ୍ୱରଙ୍କର ସକଳ ପବିତ୍ର ସ୍ଥାନ ଦ‌‌ଗ୍‌‌ଧ କରି ଦେଲେ।
ଆମ୍ଭେମାନେ ନିଜ ଚିହ୍ନସବୁ ଦେଖୁ ନାହୁଁ।
    କୌଣସି ଭବିଷ୍ୟ‌ଦ୍‌ବକ୍ତା ଆଉ ନାହାନ୍ତି।
    କ’ଣ କରିବାକୁ ହେବ କେହି ଜାଣନ୍ତି ନାହିଁ।
10 ହେ ପରମେଶ୍ୱର, ଶତ୍ରୁମାନେ କେତେକାଳ ତୁମ୍ଭର ନିନ୍ଦା କରିବେ?
    ତୁମ୍ଭେ ଚିରଦିନ କ’ଣ ତୁମ୍ଭର ଶତ୍ରୁମାନଙ୍କୁ ଅପମାନ କରିବା ପାଇଁ ସୁଯୋଗ ଦେବ?
11 ତୁମ୍ଭେ ଆମ୍ଭମାନଙ୍କୁ କାହିଁକି, ସାହାଯ୍ୟ କରିବ ନାହିଁ?
    ତୁମ୍ଭେ ଆପଣା ମହାଶକ୍ତିକୁ ବ୍ୟବହାର କରି ଶତ୍ରୁମାନଙ୍କୁ ପରାଜୟ କର।
12 ହେ ପରମେଶ୍ୱର, ତୁମ୍ଭେ ଆମ୍ଭମାନଙ୍କର ପୂର୍ବାବଧି ରାଜା ହୋଇଅଛ।
    ଏହି ଦେଶରେ ବହୁତ ଯୁଦ୍ଧରେ ଜିତିବାରେ ଆମ୍ଭକୁ ସାହାଯ୍ୟ କରିଛ।
13 ହେ ପରମେଶ୍ୱର, ତୁମ୍ଭେ ଆପଣା ମହାନ ଶକ୍ତିକୁ ବ୍ୟବହାର କରି
    ଲୋହିତ ସମୁଦ୍ରକୁ ଦୁଇଭାଗ କଲ।
14 ତୁମ୍ଭେ ସମୁଦ୍ରରେ ଥିବା ମହାନ ରାକ୍ଷସକୁ ବଧ କଲ।
    ତୁମ୍ଭେ ଲିବିୟାଥନର ମସ୍ତକ ଖଣ୍ଡଖଣ୍ଡ କରି କାଟି ପକାଇଲ।
    ତୁମ୍ଭେ ମରୁଭୂମିର ପଶୁମାନଙ୍କ ଖାଦ୍ୟ ନିମନ୍ତେ ତାହାକୁ ଦେଲ।
15 ତୁମ୍ଭେ ନଦୀ ଓ ଝରଣା ସୃଷ୍ଟିକରି ସେଥିରୁ ପାଣି ବୁହାଇଲ
    ଏବଂ ତୁମ୍ଭେ ନଦୀସବୁକୁ ଶୁଷ୍କ କରାଇଲ।
16 ହେ ପରମେଶ୍ୱର, ଦିବସ ଓ ରାତ୍ରିର ଶାସକ,
    ତୁମ୍ଭେ ଚନ୍ଦ୍ର ଓ ସୂର୍ଯ୍ୟ ପ୍ରସ୍ତୁତ କରିଅଛ।
17 ତୁମ୍ଭେ ପୃଥିବୀର ସମସ୍ତ ସୀମା ନିର୍ଦ୍ଧାରଣ କରିଅଛ।
    ତୁମ୍ଭେ ଗ୍ରୀଷ୍ମକାଳ ଓ ଶୀତକାଳ ସୃଷ୍ଟି କରିଅଛ।
18 ଅନନ୍ତର ସଦାପ୍ରଭୁ, ଶତ୍ରୁମାନେ ତୁମ୍ଭର ନାମକୁ ଅପମାନିତ କରିଥିବା କଥାଗୁଡ଼ିକ ମନେ ପକାଅ ଯେ,
    କିପରି ସେହି ମୂର୍ଖ ଲୋକମାନେ ତୁମ୍ଭରି ନାମକୁ ଅପମାନିତ କଲେ।
19 ତୁମ୍ଭ କପୋତକୁ, ବନ୍ୟ ପଶୁକୁ ସମର୍ପଣ କର ନାହିଁ।
    ଆପଣା ଦୁଃଖୀ ଲୋକକୁ ସବୁଦିନ ପାଇଁ ଭୁଲ ନାହିଁ।
20 ଆମ୍ଭମାନଙ୍କ ଚୁକ୍ତି ପୂରଣ କର।
    ଏହି ଭୂମିର ଅନ୍ଧକାର ସ୍ଥାନସବୁ ଦୌରାତ୍ମ୍ୟରେ ପରିପୂର୍ଣ୍ଣ ହେଲା।
21 କଷ୍ଟ ପାଉଥିବା ଲୋକମାନଙ୍କୁ
    ଆଉ ଲଜ୍ଜିତ ହେବାକୁ ଦିଅ ନାହିଁ।
    ଗରିବ ଏବଂ ଅଭାବବ୍ୟକ୍ତି ତୁମ୍ଭର ନାମକୁ ପ୍ରଶଂସା କରନ୍ତୁ।
22 ପରମେଶ୍ୱର, ଉଠ ଏବଂ ତୁମ୍ଭର ସମ୍ମାନ ରକ୍ଷା କର।
    ମୂର୍ଖ ଲୋକମାନେ କିପରି ଦିନଯାକ ତୁମ୍ଭକୁ ଅପମାନିତ କରୁଛନ୍ତି ସ୍ମରଣ କର!
23 ତୁମ୍ଭର ଶତ୍ରୁମାନଙ୍କର ଉ‌ଦ୍‌ଘୋଷ କେବେ ଭୁଲିଯାଅ ନାହିଁ।
    ସେମାନେ ତୁମ୍ଭକୁ ବାରମ୍ବାର ଅପମାନିତ କରନ୍ତି।

ରାଜାବଳୀର ପ୍ରଥମ ପୁସ୍ତକ 18:17-40

17 ଆହାବ ଏଲିୟଙ୍କୁ ପଗ୍ଭରିଲେ, “ତୁମ୍ଭେ କ’ଣ ସେହି, ଯେ ଇସ୍ରାଏଲର ଦୁଃଖର କାରଣ?”

18 ଏଲିୟ କହିଲେ, “ନା, ମୁଁ ଇସ୍ରାଏଲର ଅସୁବିଧା କରି ନାହିଁ। ତୁମ୍ଭେ ଓ ତୁମ୍ଭର ପିତୃବଂଶ ଏହି ଅସୁବିଧାର କାରଣ। ଏବଂ ତୁମ୍ଭେମାନେ ସଦାପ୍ରଭୁଙ୍କ ଆଜ୍ଞା ମାନିବା ବନ୍ଦ କରି ଭଣ୍ତ ଦେବତା ବା‌ଲ୍‌‌‌ର ପୂଜା କରିବା ଆରମ୍ଭ କଲ। 19 ଏବେ ତୁମ୍ଭେ ଲୋକ ପଠାଇ ସମଗ୍ର ଇସ୍ରାଏଲକୁ କର୍ମିଲ ପର୍ବତରେ ଦେଖା କରିବାକୁ କୁହ। ‌ବା‌ଲ୍‌ଦେବତାର 450 ଭବିଷ୍ୟ‌ଦ୍‌ବକ୍ତା ଓ ଆଶେରା ବେଦିର 400 ଭବିଷ୍ୟ‌ଦ୍‌ବକ୍ତାଙ୍କୁ ସେହି ପର୍ବତରେ ଦେଖା କରିବାକୁ ଏକତ୍ର କର। ଯେଉଁମାନେ ସାଧାରଣତଃ ଇଷେବଲର ମେଜରେ ଭୋଜନ କରନ୍ତି ଏବଂ ସେମାନଙ୍କୁ ପର୍ବତକୁ ଆଣ।”

20 ତେଣୁ ଆହାବ ସମସ୍ତ ଇସ୍ରାଏଲୀୟଙ୍କୁ ଓ ସେହି ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ କର୍ମିଲ ପର୍ବତକୁ ଡକାଇଲେ। 21 ଏଲିୟ ସମସ୍ତ ଇସ୍ରାଏଲ ଲୋକମାନଙ୍କୁ ସମ୍ବୋଧନ କଲେ, “ତୁମ୍ଭେମାନେ କେତେକାଳ ଦ୍ୱିମତ ମଧ୍ୟରେ ସନ୍ଦେହରେ ରହିବ? ସଦାପ୍ରଭୁଙ୍କର ପ୍ରକୃତ ଅନୁସରଣକାରୀ ହୁଅ, ଯଦି ତୁମ୍ଭେ ତାଙ୍କୁ ସତ୍ୟ ଭାବୁଛ। ଅନ୍ୟ ପକ୍ଷରେ ଯଦି ‌ବା‌ଲ୍‌ଦେବତା ସତ୍ୟ ବୋଲି ଭାବୁଛ, ତାଙ୍କୁ ଅନୁସରଣ କର।”

କିନ୍ତୁ ଲୋକମାନେ କିଛି ଉତ୍ତର ଦେଲେ ନାହିଁ। 22 ତେଣୁ ଏଲିୟ କହିଲେ, “ମୁଁ ଏଠାରେ ସଦାପ୍ରଭୁଙ୍କର ଏକମାତ୍ର ଭବିଷ୍ୟ‌ଦ୍‌ବକ୍ତା ଅଛି, ମାତ୍ର ବା‌ଲ୍‌‌‌ର 450 ଭବିଷ୍ୟ‌ଦ୍‌ବକ୍ତା ଏଠାରେ ଅଛନ୍ତି। 23 ଦୁଇଟି ବୃଷଭ ଆଣ। ବାଲ୍ ଭବିଷ୍ୟ‌ଦ୍‌ବକ୍ତା ସେଥି ମଧ୍ୟରୁ ଗୋଟିଏ ନେଉ ଏବଂ ତାକୁ ବଧ କରି ତାକୁ ଖଣ୍ତ ଖଣ୍ତ କରି କାଠ ଉପରେ ରଖୁ। ସେମାନେ ସେଥିରେ ଅଗ୍ନି ସଂଯୋଗ କରିବା ଉଚିତ୍ ନୁହେଁ। ମୋତେ ମଧ୍ୟ ଗୋଟିଏ ବୃଷଭ ଦିଆଯାଉ, ଠିକ୍ ସେହିପରି ଖଣ୍ତ ଖଣ୍ତ ପ୍ରସ୍ତୁତ କରି କାଠ ଉପରେ ରଖିବି ଏବଂ ମୁଁ ତାକୁ ଅଗ୍ନି ଲଗାଇବି ନାହିଁ। 24 ବାଲ୍ ଭବିଷ୍ୟ‌ଦ୍‌ବକ୍ତାଗଣ ତୁମ୍ଭେ ତୁମ୍ଭର ଦେବତାକୁ ପ୍ରାର୍ଥନା କରିବ ଓ ମୁଁ ମୋର ସଦାପ୍ରଭୁଙ୍କୁ ପ୍ରାର୍ଥନା କରିବି। ତହିଁରେ ଯେଉଁ ପରମେଶ୍ୱର ଅଗ୍ନିଦ୍ୱାରା ଉତ୍ତର ଦେବେ ସେହିଁ ପ୍ରକୃତ ପରମେଶ୍ୱର।”

ତା'ପରେ ସମସ୍ତ ଲୋକମାନେ ତାଙ୍କ ସହିତ ଏକମତ ହେଲେ ଏବଂ କହିଲେ, ଯାହା ତୁମ୍ଭେ କୁହ ଉତ୍ତମ ଅଟେ।

25 ଏଲିୟ ବାଲ୍ ଭବିଷ୍ୟ‌ଦ୍‌ବକ୍ତାଙ୍କୁ କହିଲେ, “ତୁମ୍ଭେମାନେ ତ ଏଠାରେ ଅନେକ ଅଛ। ପ୍ରଥମେ ତୁମ୍ଭେମାନେ ଗୋଟିଏ ବୃଷଭ ପସନ୍ଦ କର। ବୃଷଭଟିକୁ ପ୍ରସ୍ତୁତ କର ଏବଂ ତୁମ୍ଭମାନଙ୍କର ଦେବତାକୁ ପ୍ରାର୍ଥନା କର। ମାତ୍ର ଅଗ୍ନି ସଂଯୋଗ କର ନାହିଁ।”

26 ତେଣୁ ସେମାନେ ବୃଷଭଟିକୁ ନେଲେ ଓ ପ୍ରସ୍ତୁତ କଲେ। ସେମାନେ ପ୍ରାତଃକାଳରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ବାଲ୍ ନାମରେ ପ୍ରାର୍ଥନା କରି କହିଲେ, “ହେ ବାଲ୍ ଆମ୍ଭମାନଙ୍କ ବିନତି ଶୁଣ।” ମାତ୍ର କୌଣସି ଶବ୍ଦ ହେଲା ନାହିଁ କି କେହି ଉତ୍ତର ଦେଲେ ନାହିଁ। ସମସ୍ତ ଭବିଷ୍ୟ‌ଦ୍‌ବକ୍ତାଗଣ ସେମାନଙ୍କ ନିର୍ମିତ ଯଜ୍ଞବେଦିର ଗ୍ଭରିପଟେ ନାଚିଲେ। ମାତ୍ର ଅଗ୍ନି ସଂଘଟିତ ହେଲା ନାହିଁ।

27 ଏଲିୟ ସେମାନଙ୍କୁ ପରିହାସ କରି କହିଲେ, “ଯଦି ବାଲ୍ ସତ୍ୟ ଦେବତା, ତେବେ ଉଚ୍ଚସ୍ୱରରେ ଡାକ, ସେ ହୁଏତ ଧ୍ୟାନ କରୁଥିବ କିମ୍ବା ବାହାରକୁ ଯାଇଥିବ, କିମ୍ବା ଯାତ୍ରା କରୁଥିବ, ଅବା ସେ ନିଦ୍ରିତ ଥିବ, ଏଣୁ ତାକୁ ଜାଗ୍ରତ କରିବାକୁ ଉଚ୍ଚସ୍ୱରରେ ଡାକ।” 28 ତେଣୁ ସେମାନେ ଉଚ୍ଚସ୍ୱରରେ ପ୍ରାର୍ଥନା କଲେ। ସେମାନେ ଖଣ୍ତା ଓ ବର୍ଚ୍ଛାରେ ନିଜକୁ କ୍ଷତ ବିକ୍ଷତ କଲେ। ଏହିପରି ସେମାନେ ପୂଜା କରୁଥିଲେ। ସେମାନଙ୍କ ଶରୀରରୁ ଧାର ଧାର ରକ୍ତ ବହିଲା। 29 ଅପରାହ୍ନ ଅତିକ୍ରାନ୍ତ ହେଲା, ମାତ୍ର ଅଗ୍ନି ସୃଷ୍ଟି ହେଲା ନାହିଁ। ସେମାନେ ସନ୍ଧ୍ୟାକାଳୀନ ବଳିଦାନ ଉତ୍ସର୍ଗ କରିବା ପର୍ଯ୍ୟନ୍ତ ପ୍ରଳାପ କରି ଗ୍ଭଲିଲେ। କିନ୍ତୁ କୌଣସି ଶବ୍ଦ ହେଲା ନାହିଁ, ବାଲ୍ କିଛି ଉତ୍ତର କଲେ ନାହିଁ କିମ୍ବା କେହି ମନୋଯୋଗ କଲେ ନାହିଁ।

30 ତା'ପରେ ଏଲିୟ ଲୋକମାନଙ୍କୁ ଡାକି କହିଲେ, “ବର୍ତ୍ତମାନ ତୁମ୍ଭେମାନେ ମୋ’ ନିକଟକୁ ଆସ।” ତେଣୁ ସେମାନେ ଏଲିୟର ଗ୍ଭରି ପାଖରେ ଏକତ୍ରିତ ହେଲେ। ସଦାପ୍ରଭୁଙ୍କ ଭାଙ୍ଗି ଯାଇଥିବା ଯଜ୍ଞବେଦିକୁ ଏଲିୟ ପୁନଃନିର୍ମାଣ କଲେ। 31 ଏଲିୟ ବାର ଗୋଟି ପଥର ପାଇଲେ। ଏହି ବାରଟି ପଥର ବାରଟି ଗୋଷ୍ଠୀ ପାଇଁ ଉଦ୍ଧିଷ୍ଟ ଥିଲା। ଏହା ବାରଟି ଗୋଷ୍ଠୀ ଯାକୁବଙ୍କର ବାର ପୁତ୍ରମାନଙ୍କର ନାମ ଅନୁସାରେ ହେଲେ। ସଦାପ୍ରଭୁ ଯାକୁବଙ୍କୁ ଇସ୍ରାଏଲ ନାମ ଦେଇଥିଲେ। 32 ଆଉ ସେହି ପଥରରେ ସେ ସଦାପ୍ରଭୁଙ୍କ ନାମରେ ଏକ ଯଜ୍ଞବେଦି ପୁନଃନିର୍ମାଣ କରି ସେହି ଯଜ୍ଞବେଦିର ଚତୁର୍ପାର୍ଶ୍ୱରେ ଦୁଇମହଣ ବିହନ ଧରିଲା ଭଳି ଏକ ଖାଇ ନିର୍ମାଣ କଲେ। 33 ତା'ପରେ ସେ ଯଜ୍ଞବେଦି କାଠ ସଜାଇ ସେହି କାଠ ଉପରେ ବୃଷଭକୁ ଖଣ୍ତ ଖଣ୍ତ କରି କାଟି ଥୋଇଲେ। 34 ତା'ପରେ ଏଲିୟ କହିଲେ, “ଗ୍ଭରିଟି କଳସ ଜଳରେ ପୂର୍ଣ୍ଣ କରି ସେହି ହୋମାର୍ଥକ ବଳିର ମାଂସ ଓ କାଠ ଉପରେ ଢାଳ।” ପୁଣି ଏଲିୟ କହିଲେ, “ଦ୍ୱିତୀୟ ଥର ପାଇଁ ତାହା କର।” ତା'ପରେ ପୁଣି କହିଲେ, “ତୃତୀୟ ଥର ପାଇଁ ତାହା କର।” ସେମାନେ ପ୍ରତିଥର ତାହା ହିଁ କଲେ। 35 ତଦ୍ଦ୍ୱାରା ଯଜ୍ଞବେଦିରୁ ଜଳ ବହି ଖାଇଟିକୁ ପୂର୍ଣ୍ଣ କଲା।

36 ସନ୍ଧ୍ୟାକାଳୀନ ପ୍ରାର୍ଥନା ଉତ୍ସର୍ଗ କରିବା ସମୟରେ ଏଲିୟ ସଦାପ୍ରଭୁଙ୍କ ଯଜ୍ଞବେଦି ନିକଟକୁ ଗଲେ ଓ କହିଲେ, “ହେ ସଦାପ୍ରଭୁ, ଅବ୍ରହାମ, ଇ‌ସ୍‌ହାକ ଓ ଯାକୁବର ପରମେଶ୍ୱର ଇସ୍ରାଏଲୀୟମାନଙ୍କୁ ଆଜି ପ୍ରମାଣ କର ଯେ, ତୁମ୍ଭେ ଇସ୍ରାଏଲର ପରମେଶ୍ୱର ଓ ମୁଁ ଯେ ତୁମ୍ଭର ସେବକ ଏବଂ ମୁଁ ଯେ ତୁମ୍ଭ ବାକ୍ୟ ଅନୁସାରେ ଏହିସବୁ କାର୍ଯ୍ୟ କରିଅଛି। 37 ହେ ସଦାପ୍ରଭୁ, ମୋ’ ପ୍ରାର୍ଥନାର ଉତ୍ତର ଦିଅ। ଆଉ ଏହି ଲୋକମାନଙ୍କୁ ଦେଖାଇ ଦିଅ ଯେ ତୁମ୍ଭେ ସଦାପ୍ରଭୁ, ପରମେଶ୍ୱର, ତାହାହେଲେ ସେମାନେ ସର୍ବାନ୍ତଃକରଣରେ ଜାଣିବେ ଯେ ତୁମ୍ଭେ ସେମାନଙ୍କୁ ତୁମ୍ଭ ନିକଟକୁ ଫେରାଇ ଆଣିଅଛ।”

38 ସେତେବେଳେ ସଦାପ୍ରଭୁଙ୍କ ପ୍ରେରିତ ଅଗ୍ନି ପ୍ରଜ୍ୱଳିତ ହେଲା ଓ ସେହି ଅଗ୍ନି ହୋମାର୍ଥକ ବଳି, କାଠ, ପ୍ରସ୍ତର, ଧୂଳି ଗ୍ରାସ କରି ଯଜ୍ଞବେଦିର ଗ୍ଭରିପାଖରେ ଥିବା ଖାଇର ଜଳକୁ ଶୁଷ୍କ କରି ଦେଲା। 39 ଏହା ଦେଖି ସମଗ୍ର ଲୋକ ଭୂମିରେ ମୁଣ୍ତ ନୁଆଁଇ କହିଲେ, “ସଦାପ୍ରଭୁ ହିଁ ପରମେଶ୍ୱର, ସଦାପ୍ରଭୁ ହିଁ ପରମେଶ୍ୱର।”

40 ତା'ପରେ ଏଲିୟ ସେମାନଙ୍କୁ କହିଲେ, “ବା‌ଲ୍‌‌‌ର ସମସ୍ତ ଭବିଷ୍ୟ‌ଦ୍‌ବକ୍ତାଙ୍କୁ ଧର, କାହାରିକୁ ଛାଡ଼ ନାହିଁ।” ତେଣୁ ଲୋକମାନେ ସମସ୍ତ ଭବିଷ୍ୟ‌ଦ୍‌ବକ୍ତାଙ୍କୁ ଧରିଲେ। ତତ୍ପରେ ଏଲିୟ ସେମାନଙ୍କୁ କୀଶୋନ ନଦୀ ନିକଟକୁ ନେଇ ସେଠାରେ ହତ୍ୟା କଲେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 20:7-15

ଶୟତାନର ପରାଜୟ

ଏକ ହଜାର ବର୍ଷ ଶେଷ ହେବାପରେ ଶୟତାନକୁ ତା'ର ଗଭୀରତମ ଗହ୍ୱରର ବନ୍ଦୀଶାଳାରୁ ମୁକ୍ତି ମିଳିବ। ସେ ପୃଥିବୀର ଗ୍ଭରି କୋଣକୁ ଯାଇ ସବୁ ଦେଶମାନଙ୍କୁ ଭ୍ରାନ୍ତ କରିବ, ଓ ସେହି ସମୁଦ୍ରର ବାଲି ପରି ଅସଂଖ୍ୟ ଗୋଗ୍ ଓ ମାଗୋ‌ଗ୍‌ଙ୍କୁ ଏକତ୍ର କରି ଯୁଦ୍ଧ କରିବାକୁ ବାହାରିବ।

ଶୟତାନର ସେନାବାହିନୀ ପୃଥିବୀର ପ୍ରତ୍ୟେକ ସ୍ଥାନକୁ ଯାଇ ପରମେଶ୍ୱରଙ୍କର ଲୋକମାନଙ୍କ ଶିବିରଗୁଡ଼ିକୁ ଓ ପରମେଶ୍ୱରଙ୍କ ପ୍ରିୟ ନଗରକୁ ଘେରିଗଲେ। କିନ୍ତୁ ସ୍ୱର୍ଗରୁ ଅଗ୍ନି ଆସିଲା ଓ ତା'ର ସେନାବାହିନୀକୁ ବିନାଶ କରିଦେଲା। 10 ସେତେବେଳେ ଶୟତାନ (ଯିଏ ସେହି ଲୋକମାନଙ୍କୁ ଭ୍ରାନ୍ତ କରିଥିଲା), ସେହି ପଶୁ ଓ ମିଥ୍ୟାବାଦୀ ଭବିଷ୍ୟ‌‌ଦ୍‌‌‌‌ବକ୍ତା ସହିତ ଗନ୍ଧକରେ ପ୍ରଜ୍ୱଳିତ ଅଗ୍ନିମୟ ହ୍ରଦ ମଧ୍ୟକୁ ନିକ୍ଷେପ କରାଗଲେ। ସେମାନେ ସେଠାରେ ଦିନରାତି ସବାସର୍ବଦା ପାଇଁ ଯନ୍ତ୍ରଣା ପାଇବେ।

ପୃଥିବୀର ଲୋକଙ୍କର ବିଗ୍ଭର

11 ତା'ପରେ ମୁଁ ଗୋଟିଏ ବିରାଟ ଶୁଭ୍ର ସିଂହାସନ ଦେଖିଲି। ମୁଁ ଜଣେ ବ୍ୟକ୍ତିଙ୍କୁ ସେହି ସିଂହାସନରେ ବସିଥିବାର ଦେଖିଲି। ଆକାଶ ଓ ପୃଥିବୀ ତାହାଙ୍କ ପାଖରୁ ଦୌଡ଼ି ଗ୍ଭଲିଗଲେ ଓ ଉଭେଇ ଗଲେ। 12 ମୁଁ ବଡ଼ଠାରୁ ସାନ ପର୍ଯ୍ୟନ୍ତ ମୃତବ୍ୟକ୍ତିଙ୍କୁ ସିଂହାସନ ସାମନାରେ ଠିଆ ହେବାର ଦେଖିଲି। ଜୀବନ ପୁସ୍ତକ ଖୋଲାଥିଲା। ସେଠାରେ ଅନ୍ୟ ପୁସ୍ତକଗୁଡ଼ିକ ମଧ୍ୟ ଖୋଲାଥିଲା। ମୃତ ଲୋକମାନଙ୍କର ନିଜ ନିଜ କର୍ମ ଅନୁସାରେ ବିଗ୍ଭର ହେଲା। ସେହି ପୁସ୍ତକଗୁଡ଼ିକରେ ଏସବୁ ବିଷୟ ଲେଖାଯାଇଥିଲା।

13 ସମୁଦ୍ର ଭିତରେ ଯେଉଁ ମୃତ ଲୋକମାନେ ଥିଲେ, ସେ ସେମାନଙ୍କୁ ଦେଇଦେଲା। ମୃତ୍ୟୁ ଓ ପାତାଳ ନିଜ ପାଖରେ ଥିବା ମୃତ ଲୋକମାନଙ୍କୁ ଦେଇଦେଲା, ପ୍ରତ୍ୟେକ ଲୋକକୁ ତା'ର କର୍ମଗୁଡ଼ିକ ଅନୁସାରେ ବିଗ୍ଭର କରାଗଲା। 14 ତା'ପରେ ମୃତ୍ୟୁ ଓ ପାତାଳକୁ ଅଗ୍ନିମୟ ହ୍ରଦକୁ ନିକ୍ଷେପ କରାଗଲା। ଏହି ଅଗ୍ନିମୟ ହ୍ରଦ ଦ୍ୱିତୀୟ ମୃତ୍ୟୁ ଅଟେ। 15 ଯେଉଁ ଲୋକର ନାମ ଜୀବନ ପୁସ୍ତକରେ ଲେଖା ହୋଇଥିବାର ଦେଖାଗଲା ନାହିଁ, ତାହାକୁ ମଧ୍ୟ ଅଗ୍ନିମୟ ହ୍ରଦରେ ନିକ୍ଷେପ କରାଗଲା।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center