Print Page Options
Previous Prev Day Next DayNext

Revised Common Lectionary (Complementary)

Daily Bible readings that follow the church liturgical year, with thematically matched Old and New Testament readings.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 130

ଏକ ଆରୋହଣ ଗୀତ।

130 ହେ ସଦାପ୍ରଭୁ, ମୁଁ ଘୋର ବିପତ୍ତିରେ ଅଛି।
    ତେଣୁ ମୁଁ ତୁମ୍ଭକୁ ସାହାଯ୍ୟ ପାଇଁ ଡାକୁଅଛି।
ହେ ମୋର ପ୍ରଭୁ, ମୋର ଗୁହାରୀ ଶୁଣ।
    ସାହାଯ୍ୟ ପାଇଁ ମୋର ଡାକ ଶୁଣ।
ହେ ସଦାପ୍ରଭୁ, ତୁମ୍ଭେ ଯଦି ସମସ୍ତ ଲୋକଙ୍କୁ ସେମାନଙ୍କର ପାପ ପାଇଁ ଦଣ୍ଡିତ କର,
    ତେବେ କେହି ବଞ୍ଚିବେ ନାହିଁ।
ହେ ସଦାପ୍ରଭୁ, ତୁମ୍ଭେ ଲୋକମାନଙ୍କୁ କ୍ଷମା କର,
    ସେଥିପାଇଁ ସେମାନେ ତୁମ୍ଭଙ୍କୁ ଡରନ୍ତି ଏବଂ ଉପାସନା କରନ୍ତି।

ମୁଁ ସଦାପ୍ରଭୁଙ୍କର ସାହାଯ୍ୟକୁ ଅପେକ୍ଷା କରିଛି।
    ମୋର ପ୍ରାଣ ତାଙ୍କୁ ଗ୍ଭହିଁ ରହିଛି।
    ମୁଁ ସଦାପ୍ରଭୁଙ୍କର ବାକ୍ୟରେ ଭରସା ରଖିଛି।
ମୁଁ ମୋର ପ୍ରଭୁଙ୍କ ପାଇଁ ଅପେକ୍ଷା କରେ,
    ଯେପରି ଜଣେ ପ୍ରହରୀ ସକାଳ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରେ।
ହେ ଇସ୍ରାଏଲ, ସଦାପ୍ରଭୁଙ୍କଠାରେ ଭରସା ରଖ।
    ସଦାପ୍ରଭୁ ହେଉଛନ୍ତି ଜଣେ, ଯିଏକି ବିଶ୍ୱାସୀ ଏବଂ ସତ୍ୟ ଅଟନ୍ତି।
ତାଙ୍କଠାରେ ମୁକ୍ତି କରିବାର ଶକ୍ତି ଅଛି।
    ଏବଂ ସେ ହେଉଛନ୍ତି ଜଣେ, ଯିଏ ଇସ୍ରାଏଲକୁ ତା'ର ସମସ୍ତ ପାପରୁ ମୁକ୍ତ କରିବେ।

ଦ୍ୱିତୀୟ ବିବରଣ 1:34-40

ଲୋକମାନଙ୍କୁ କିଣାନରେ ପ୍ରବେଶ ନିଷେଧ

34 “ସଦାପ୍ରଭୁ ତୁମ୍ଭମାନଙ୍କର କଥା ଶୁଣିଲେ, ଏବଂ କ୍ରୋଧ କଲେ। ସେ ଦୃଢ଼ ପ୍ରତିଜ୍ଞା କରି କହିଲେ। 35 ‘ମୁଁ ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କୁ ଯେଉଁ ଉତ୍ତମ ଦେଶ ଦେବାକୁ ଶପଥ କରିଥିଲି, ଏହା ସେହି ଦେଶ। ଏହି ପିଢ଼ିର ଦୁଷ୍ଟ ଲୋକମାନେ କେବେ ସେହି ଦେଶ ଦେଖିବେ ନାହିଁ। 36 କେବଳ ଯିଫୁନ୍ନିର ପୁତ୍ର କାଲେବ୍ ସେହି ଦେଶକୁ ଦେଖିବ। ମୁଁ କାଲେ‌ବ୍‌କୁ ସେହି ଦେଶ ଦେବି, ଯେଉଁ ଦେଶ ଦେଇ ସେ ଗଲା। ତାଙ୍କର ଭବିଷ୍ୟଦ୍ ବଂଶଧରମାନେ ମଧ୍ୟ ତାହା ପାଇବେ। କାରଣ କାଲେ‌ବ୍‌ ସଦାପ୍ରଭୁଙ୍କୁ ସମ୍ପୂର୍ଣ୍ଣଭାବରେ ଅନୁସରଣ କରୁଛନ୍ତି।’

37 “ସଦାପ୍ରଭୁ ତୁମ୍ଭମାନଙ୍କ ପାଇଁ ମୋ’ ଉପରେ କ୍ରୋଧିତ ହେଲେ। ସେ ମୋତେ କହିଲେ, ‘ମୋଶା, ତୁମ୍ଭେ ମଧ୍ୟ ସେ ସ୍ଥାନରେ ପ୍ରବେଶ କରିବ ନାହିଁ। 38 କିନ୍ତୁ ତୁମ୍ଭର ସହକର୍ମୀ ପରିଗ୍ଭରକ ନୂନର ପୁତ୍ର ଯିହୋଶୂୟ ସେ ସ୍ଥାନରେ ପ୍ରବେଶ କରିବ। ତାକୁ ସାହସ ଦିଅ। ଯେହେତୁ ସେ ଇସ୍ରାଏଲକୁ ତାଙ୍କର ଭୂମିକୁ ଅଧିକାର କରାଇବ।’

39 “ସଦାପ୍ରଭୁ କହିଲେ, ‘ତୁମ୍ଭେମାନେ କହୁଥିଲ, ତୁମ୍ଭମାନଙ୍କର ଶତ୍ରୁମାନଙ୍କ ଦ୍ୱାରା ତୁମ୍ଭର ପିଲାମାନେ ଲୁଟିତ ହେବେ। କିନ୍ତୁ ସେହି ପିଲାମାନେ ସେହି ଦେଶକୁ ଯିବେ ଏବଂ ସେମାନଙ୍କୁ ସେହି ସ୍ଥାନ ଦେବା। ତୁମ୍ଭର ଦୋଷ ପାଇଁ, ଆମ୍ଭେ ତୁମ୍ଭର ପିଲାମାନଙ୍କୁ ଦୋଷ ଦେବା ନାହିଁ। କାରଣ ସେମାନଙ୍କର ଭଲମନ୍ଦ ବିଗ୍ଭର କରିବାର ଜ୍ଞାନ ନାହିଁ। ସେମାନେ ବହୁତ ସାନ, ସେମାନେ ଠିକ୍ ଭୁଲ୍ ବୁଝିପାରୁ ନାହାନ୍ତି। ତୁମ୍ଭମାନଙ୍କର ପିଲାମାନଙ୍କୁ ସେହି ଦେଶ ସବୁ ଦେବ। 40 କିନ୍ତୁ ତୁମ୍ଭେମାନେ ସୂଫସାଗର ପଥଦେଇ ପ୍ରାନ୍ତରକୁ ଫେରିଯାଅ।’

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 5:1-5

ଆପଣ ଜାଣନ୍ତି ଯେ, ଆମ୍ଭର ଶରୀରରୂପ ତମ୍ବୁ ଯେଉଁଥିରେ ଆମ୍ଭେ ରହିଛୁ, ତାହା ନଷ୍ଟ ହେବ। ଏପରି ଘଟିଲା ପରେ ପରମେଶ୍ୱରଙ୍କ ସହିତ ବାସ କରିବା ନିମନ୍ତେ ଏକ ଗୃହ ଆମ୍ଭକୁ ଦେବେ। ଏହା ମଣିଷ ଦ୍ୱାରା ନିର୍ମିତ ନୁହେଁ। ଏହା ସ୍ୱର୍ଗରେ ସ୍ଥାପିତ ଚିରସ୍ଥାୟୀ ଗୃହ ଅଟେ। ଆମ୍ଭେ ଏହି ପୃଥିବୀର ଘରଟିରେ ରହି ଥକି ଯାଇଛୁ। ଆମ୍ଭେ ଇଚ୍ଛା କରୁ ଯେ, ପରମେଶ୍ୱର ଆମ୍ଭକୁ ଆମ୍ଭର ସ୍ୱର୍ଗୀୟ ଘରଟି ଦିଅନ୍ତୁ। ଏହି ଘରଟି ପାଇଲା ପରେ, ଏହା ଆମ୍ଭକୁ ଆବୃତ କରିବ, ଓ ଆମ୍ଭେ ଉଲଗ୍ନ ଦେଖାଯିବୁ ନାହିଁ। ଏହି ଶରୀରରୂପ ତମ୍ବୁରେ ରହିଲା ବେଳେ ଆମ୍ଭେମାନେ ଭାରାକ୍ରାନ୍ତ ହୋଇ ଅଭିଯୋଗ କରୁ। ମୋର କହିବା ଅର୍ଥ ନୁହେଁ ଯେ, ଆମ୍ଭେ ଏହି ତମ୍ବୁକୁ ଦୂର କରି ଦେବା ପାଇଁ ଗ୍ଭହୁଁ। କିନ୍ତୁ ଆମ୍ଭେ ସ୍ୱର୍ଗୀୟ ଘର ଦ୍ୱାରା ଆଚ୍ଛାଦିତ ହେବାକୁ ଇଚ୍ଛା କରୁ। ତା'ହେଲେ ଯାଇ ଏହି ମର ଶରୀର ସମ୍ପୂର୍ଣ୍ଣ ଭାବେ ଜୀବନ ଦ୍ୱାରା ଘୋଡ଼ାଇ ହୋଇ ପାରିବ। ପରମେଶ୍ୱର ଆମ୍ଭକୁ ଏଥିପାଇଁ ପ୍ରସ୍ତୁତ କରିଛନ୍ତି, ଓ ସେ ଯାହା ପ୍ରତିଜ୍ଞା କରିଥିଲେ ତାହା ଆମ୍ଭକୁ ପ୍ରଦାନ କରିବେ ବୋଲି ଆତ୍ମା ଏଥିର ସାକ୍ଷ୍ୟ ଦିଏ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center