Revised Common Lectionary (Complementary)
ପ୍ରଧାନ ବାଦ୍ୟକର ନିମନ୍ତେ ଗିତ୍ତୀତ୍ ସ୍ୱରରେ ଆସଫର ଗୀତ।
81 ଆମ୍ଭମାନଙ୍କ ବଳସ୍ୱରୂପ ପରମେଶ୍ୱରଙ୍କର ଉଦ୍ଦେଶ୍ୟରେ ଉଚ୍ଚ ସ୍ୱରରେ ଜୟଗାନ କର।
ଯାକୁବର ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଜୟଧ୍ୱନି କର।
2 ଗୀତ ଆରମ୍ଭ କର
ଓ ଦାରା ବଜାଅ,
ନେବଲ ସହିତ ସୁମଧୁର ବୀଣାରେ ସ୍ୱର ବାହାର କର।
3 ଅମାବାସ୍ୟା ଦିନରେ ମେଣ୍ଢା ତୂରୀ ବଜାଅ।
ଆମ୍ଭର ପର୍ବଦିନରେ, ପୂର୍ଣ୍ଣିମାରେ ଏହାକୁ ବଜାଅ।
4 କାରଣ ଏହା ଇସ୍ରାଏଲ ପାଇଁ ନିୟମ।
ଏହା ଯାକୁବର ପରମେଶ୍ୱରଙ୍କର ଆଦେଶ ଅଟେ।
5 ପରମେଶ୍ୱର ଯୋଷେଫଙ୍କ ଲୋକମାନଙ୍କ ପାଇଁ ଏହି ନିୟମ କରିଥିଲେ।
ଯେତେବେଳେ ପରମେଶ୍ୱର ମିଶର ଭୂମି ବିରୁଦ୍ଧରେ ଗଲେ,
ଯେଉଁଠାରେ ମୁଁ ଏକ ଭାଷା ଶୁଣିଲି ଯାହା ମୁଁ ବୁଝିପାରିଲି ନାହିଁ।
6 ପରମେଶ୍ୱର କହିଲେ, “ଆମ୍ଭେ ତୁମ୍ଭ କାନ୍ଧରୁ ଭାର ଉତ୍ତାରି ଦେଲୁ।
ତାହାର ହସ୍ତ ଟୋକେଇରୁ ମୁକ୍ତ ହେଲା।
7 ତୁମ୍ଭେମାନେ ଯେତେବେଳେ ସଙ୍କଟରେ ଥିଲ, ତୁମ୍ଭେ ସାହାଯ୍ୟ ମାଗିଲ, ଏବଂ ଆମ୍ଭେ ତୁମ୍ଭକୁ ମୁକ୍ତ କଲୁ।
ଆମ୍ଭେ ଘନ ଅନ୍ଧାର ବାଦଲରୁ ତୁମ୍ଭକୁ ଉତ୍ତର ଦେଲୁ।
ଆମେ ମିରୀବାଃ ପାଣି ନିକଟରେ ତୁମ୍ଭକୁ ପରୀକ୍ଷା କଲୁ।” ସେଲା
8 “ହେ ଆମ୍ଭର ଲୋକମାନେ, ଆମ୍ଭର କଥା ଶୁଣ,
ହେ ଇସ୍ରାଏଲ, ଆମ୍ଭର କଥା ଶୁଣ! ଆମ୍ଭେ ତୁମ୍ଭକୁ ସତର୍କ କରୁଛୁ।
9 ତୁମ୍ଭେମାନେ ଅନ୍ୟ କୌଣସି ଦେବତାକୁ ପୂଜା କରିବ ନାହିଁ।
ଯାହାକୁ ବିଦେଶୀମାନେ ପୂଜା କରୁଛନ୍ତି।
10 ଆମ୍ଭେ ସଦାପ୍ରଭୁ ତୁମ୍ଭର ପରମେଶ୍ୱର,
ଆମ୍ଭେ ତୁମ୍ଭକୁ ମିଶର ଦେଶରୁ ବାହାର କରି ଆଣିଲୁ।
ତୁମ୍ଭର ମୁଖ ବଡ଼ କରି ଖୋଲ,
ଆମ୍ଭେ ଖୁଆଇ ଦେବା।
ବିଶ୍ରାମ ଦିନ
12 ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, 13 “ଏହି କଥା ଇସ୍ରାଏଲ ଲୋକମାନଙ୍କୁ କୁହ, ‘ତୁମ୍ଭେମାନେ ମୋର ବିଶ୍ରାମ ଦିନ ପାଳନ କରିବା ଉଚିତ୍। ଯେଉଁଥିପାଇଁ ତୁମ୍ଭେମାନେ ଜାଣି ପାରିବ ଯେ ମୁଁ ତୁମ୍ଭମାନଙ୍କର ସଦାପ୍ରଭୁ ଯିଏ ତୁମ୍ଭମାନଙ୍କୁ ପବିତ୍ର କରନ୍ତି। ଏହା ପୁରୁଷାନୁକ୍ରମେ ମୁଁ ଓ ତୁମ୍ଭମାନଙ୍କ ମଧ୍ୟରେ ଏକ ଚିହ୍ନ ହେବ।
14 “‘ତୁମ୍ଭେମାନେ ମୋର ବିଶ୍ରାମ ଦିନ ପାଳନ କରିବା ଉଚିତ୍। କାରଣ ତାହା ତୁମ୍ଭମାନଙ୍କ ପାଇଁ ପବିତ୍ର ଅଟେ। ଯଦି କେହି ଏହାକୁ ଅପବିତ୍ର କରେ ତେବେ ସେ ମୃତ୍ୟୁବରଣ କରିବା ଉଚିତ୍। ଯଦି କେହି ସେଦିନ କାର୍ଯ୍ୟ କରେ, ସେ ଆପଣା ଲୋକମାନଙ୍କଠାରୁ ଅଲଗା ହେବା ଉଚିତ୍। 15 ଏକ ସପ୍ତାହରେ ଛଅ ଦିନ କାର୍ଯ୍ୟ କରାଯିବ ଏବଂ ସପ୍ତମ ଦିନରେ ବିଶ୍ରାମ କରିବ। ଏହି ଦିନଟି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ଦିନ ଅଟେ। ଏହି ପବିତ୍ର ବିଶ୍ରାମ ଦିନରେ ଯେକେହି କାର୍ଯ୍ୟ କରେ ତାକୁ ମୃତ୍ୟୁଦଣ୍ଡ ଦିଆଯିବ। 16 ଇସ୍ରାଏଲର ସନ୍ତାନଗଣ ମାନ୍ୟ କରିବା ପାଇଁ ପାଳନ କରିବେ। ଏହି ନିୟମ ଅନନ୍ତକାଳ ପାଇଁ ସ୍ଥାୟୀ ରହିବ। ଏହା ପୁରୁଷାନୁକ୍ରମେ ପାଳନ କରାଯିବ। ଏହା ଆମ୍ଭ ଓ ତୁମ୍ଭ ମଧ୍ୟରେ ଏକ ଚୁକ୍ତି। 17 ମୋର ଓ ଇସ୍ରାଏଲ ଲୋକମାନଙ୍କ ମଧ୍ୟରେ ଏହା ଏକ ଅନନ୍ତକାଳୀନ ଚିହ୍ନ ହେବା ଉଚିତ୍। କାରଣ ସଦାପ୍ରଭୁ ଛଅ ଦିନରେ ଆକାଶମଣ୍ଡଳ ଓ ପୃଥିବୀ ତିଆରି କରି ସପ୍ତମ ଦିନରେ ବିଶ୍ରାମ କରି ଆଶ୍ୱାସିତ ହୋଇଥିଲେ।”’
18 ତେଣୁ ସଦାପ୍ରଭୁ ସୀନୟ ପର୍ବତରେ ମୋଶାଙ୍କ ସହିତ କଥାବାର୍ତ୍ତା ନିୟମ ସ୍ୱରୂପେ ପରମେଶ୍ୱରଙ୍କ ଅଙ୍ଗୁଳି ଲିଖିତ ଦୁଇଟି ପ୍ରସ୍ତର ପଟା ଫଳକ ତାଙ୍କୁ ଦେଲେ।
ପାଉଲଙ୍କର କାଇସରୀଆ ଦେଖିବା ଇଚ୍ଛା
25 ତା'ପରେ ଫେଷ୍ଟ ରାଜ୍ୟପାଳ ହେଲେ। ସେ ସେହି ପ୍ରଦେଶରେ ତିନି ଦିନ ରହିଲେ ଓ ତା'ପରେ କାଇସରୀଆରୁ ଯିରୁଶାଲମ ଗ୍ଭଲିଗଲେ। 2 ସେଠାରେ ମୁଖ୍ୟ ଯାଜକମାନେ ଓ ଅନ୍ୟ ଯିହୂଦୀ ନେତାମାନେ ତାହାଙ୍କୁ ସାକ୍ଷାତ କରି ପାଉଲଙ୍କ ବିରୁଦ୍ଧରେ ସେମାନଙ୍କର ଅଭିଯୋଗ ଆଗତ କଲେ। 3 ସେମାନେ ପାଉଲଙ୍କୁ ଯିରୁଶାଲମକୁ ପଠାଇଦେବା ପାଇଁ ତାହାଙ୍କୁ ଅନୁରୋଧ କଲେ। କାରଣ ସେମାନେ ତାହାଙ୍କୁ ରାସ୍ତାରେ ହତ୍ୟା କରିବାର ଷଡ଼ଯନ୍ତ୍ର କରିଥିଲେ। 4 କିନ୍ତୁ ଫେଷ୍ଟ କହିଲେ, “ପାଉଲ କାଇସରୀଆରେ ରହିବେ ଓ ମୁଁ ଶୀଘ୍ର ଯାଇ ପହଞ୍ଚିବି। 5 ତୁମ୍ଭମାନଙ୍କ ମଧ୍ୟରୁ କେତେକ ନେତା ମଧ୍ୟ ମୋ’ ସହିତ ଗ୍ଭଲନ୍ତୁ। ଯଦି ପାଉଲ କିଛି ଭୁଲ୍ କରିଛନ୍ତି, ତେବେ ସେମାନେ ତାହାଙ୍କ ବିରୁଦ୍ଧରେ ଅଭିଯୋଗ ଆଣନ୍ତୁ।”
6 ତା'ପରେ ଫେଷ୍ଟ ସେମାନଙ୍କ ସହିତ ଆଠ ଦଶ ଦିନ ରହି କାଇସରୀଆକୁ ଗ୍ଭଲିଗଲେ। ତହିଁ ଆରଦିନ ସେ ବିଗ୍ଭର ଆସନରେ ବସିଲେ, ଓ ପାଉଲଙ୍କୁ ଡକାଇ ପଠାଇଲେ। 7 ପାଉଲ କୋଠରୀକୁ ଆସିବା ପରେ ଯିରୁଶାଲମରୁ ଯେଉଁ ଯିହୂଦୀମାନେ ଆସିଥିଲେ, ସେମାନେ ତାହାଙ୍କ ଗ୍ଭରିପାଖେ ଠିଆ ହୋଇଗଲେ। ସେମାନେ ତାହାଙ୍କ ବିରୁଦ୍ଧରେ ବହୁଗୁରୁତର ଅଭିଯୋଗମାନ କଲେ, କିନ୍ତୁ କିଛି ପ୍ରମାଣ କରି ପାରିଲେ ନାହିଁ। 8 ପାଉଲ ଆତ୍ମରକ୍ଷାର ସୁଯୋଗ ପାଇ ଉତ୍ତର ଦେଲେ, “ମୁଁ ଯିହୂଦୀୟ ବ୍ୟବସ୍ଥା କି ମନ୍ଦିର କି କାଇସରଙ୍କ ବିରୁଦ୍ଧରେ କୌଣସି ଦୋଷ କରି ନାହିଁ।”
9 କିନ୍ତୁ ଫେଷ୍ଟ ଯିହୂଦୀମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ପଗ୍ଭରିଲେ, “ତୁମ୍ଭେ ମୋ’ ଦ୍ୱାରା ଏହି ଅଭିଯୋଗ ସମ୍ବନ୍ଧରେ ବିଗ୍ଭର କରାଯିବା ପାଇଁ ଯିରୁଶାଲମ ଯିବା ପାଇଁ କି?”
10 ପାଉଲ କହିଲେ, “ମୁଁ ବର୍ତ୍ତମାନ କାଇସରଙ୍କ ବିଗ୍ଭର ଆସନ ସମ୍ମୁଖରେ ଠିଆ ହୋଇଛି। ଏଠାରେ ହିଁ ମୋର ବିଗ୍ଭର ହେବ। ମୁଁ ଯିହୂଦୀୟମାନଙ୍କ ପ୍ରତି କୌଣସି ଭୁଲ୍ କରି ନାହିଁ, ଏହା ଆପଣ ଜାଣନ୍ତି। 11 ମୁଁ ଯଦି କୌଣସି ଦୋଷ କରିଥାଏ, ଓ ମୃତ୍ୟୁ ଯୋଗ୍ୟ କୌଣସି କାର୍ଯ୍ୟ କରିଥାଏ, ତେବେ ମୁଁ ମୃତ୍ୟୁ ବରଣ କରିବା ପାଇଁ ପ୍ରସ୍ତୁତ ଅଛି। କିନ୍ତୁ ଯଦି ଏ ଅଭିଯୋଗକାରୀ ମାନଙ୍କର କଥାରେ ସତ୍ୟତା ନାହିଁ ତେବେ ମୋତେ କେହି ସେମାନଙ୍କ ହାତରେ ସମର୍ପଣ କରି ପାରିବେ ନାହିଁ। ତେଣୁ ମୁଁ କାଇସରଙ୍କ ନିକଟରେ ବିଗ୍ଭର ପାଇଁ ଆବେଦନ କରୁଛି।”
12 ଫେଷ୍ଟ ତାହାଙ୍କ ପରାମର୍ଶ ଦାତାମାନଙ୍କ ସହିତ ଏ ବିଷୟରେ କଥା ହେଲେ। ସେ କହିଲେ, “ତୁମ୍ଭେ କାଇସରଙ୍କ ନିକଟରେ ଆବେଦନ କରିଛ। ତେଣୁ ତୁମ୍ଭେ ତାହାଙ୍କ ନିକଟକୁ ଯିବ।”
2010 by World Bible Translation Center