Print Page Options
Previous Prev Day Next DayNext

Revised Common Lectionary (Complementary)

Daily Bible readings that follow the church liturgical year, with thematically matched Old and New Testament readings.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 76

ପ୍ରଧାନ ବାଦ୍ୟକର ନିମନ୍ତେ ଗୀତ, ତାରଯୁକ୍ତ ବାଦ୍ୟଯନ୍ତ୍ରରେ ଆସଫର ଗୀତ।

76 ପରମେଶ୍ୱର ଯିହୁଦା ମଧ୍ୟରେ ପରିଚିତ ଅଟନ୍ତି।
    ଇସ୍ରାଏଲ ମଧ୍ୟରେ ତାଙ୍କ ନାମ ମହତ୍।
ପରମେଶ୍ୱରଙ୍କର ମନ୍ଦିର ଶାଲେମରେ ଅବସ୍ଥିତ।
    ପରମେଶ୍ୱରଙ୍କର ବାସସ୍ଥାନ ସିୟୋନ ପର୍ବତରେ ଅବସ୍ଥିତ।
ସେହି ସ୍ଥାନରେ ପରମେଶ୍ୱର ଧନୁର୍ବାଣ, ଢାଲ, ଖ‌ଡ଼୍‌ଗ
    ଏବଂ ସମସ୍ତ ଯୁଦ୍ଧାସ୍ତ୍ର ଭଙ୍ଗ କଲେ। ସେଲା

ପରମେଶ୍ୱର, ତୁମ୍ଭେ ପର୍ବତରୁ ତୁମ୍ଭର ଶତ୍ରୁମାନଙ୍କୁ ପରାସ୍ତ କରି
    ତେଜ୍ଜୋମୟ ଓ ମହିମାନ୍ୱିତ ଭାବେ ଫେରି ଆସ।
ସେହି ସୈନିକମାନେ ଭାବୁଥିଲେ, ସେମାନେ ଅତି ଶକ୍ତିଶାଳୀ ଯୋଦ୍ଧା ଅଟନ୍ତି।
    କିନ୍ତୁ ସେମାନେ ବର୍ତ୍ତମାନ ଯୁଦ୍ଧ ଭୂମିରେ ମରିପଡ଼ିଛନ୍ତି।
ସେମାନଙ୍କର ଶରୀର କ୍ଷତବିକ୍ଷତ ହୋଇଅଛି।
    ସେହି ଯୋଦ୍ଧା ସୈନିକମାନଙ୍କ ମଧ୍ୟରୁ କେହି ହସ୍ତ ଉଠାଇ ପାରି ନ ଥିଲେ।
ଯାକୁବର ପରମେଶ୍ୱର, ଯେତେବେଳେ ତୁମ୍ଭେ ଆପଣାର ଯୁଦ୍ଧରବ କଲ,
    ସେମାନଙ୍କର ଅଶ୍ୱଗଣ ଏବଂ ରଥାରୋହୀଗଣ ପଡ଼ି ମୃତ୍ୟୁବରଣ କଲେ।
ହେ ପରମେଶ୍ୱର, ତୁମ୍ଭେ ହିଁ ସମସ୍ତଙ୍କ ଦ୍ୱାରା ଭୟର ପାତ୍ର।
    ତୁମ୍ଭେ ଥରେ କ୍ରୋଧ କଲେ, କେହି ତୁମ୍ଭ ସାକ୍ଷାତରେ ଠିଆ ହୋଇ ପାରିବେ ନାହିଁ।
8-9 ସଦାପ୍ରଭୁ, ବିଗ୍ଭରକ ପରି ଠିଆ ହୋଇଛନ୍ତି, ତୁମ୍ଭେ ନ୍ୟାୟ ବିଗ୍ଭର କଲ,
    ପରମେଶ୍ୱର ଏହି ଦେଶରେ ନୀଚ୍ଚ ଲୋକମାନଙ୍କୁ ରକ୍ଷା କରିବା ପାଇଁ,
ସ୍ୱର୍ଗରୁ ତାଙ୍କର ବିଗ୍ଭର ଶୁଣାଇଛନ୍ତି।
    ସମସ୍ତ ପୃଥିବୀବାସୀ ସ୍ତବ୍ଧ ଓ ଭୟଭୀତ ହୋଇଛନ୍ତି। ସେଲା

10 ହେ ପରମେଶ୍ୱର, ଯେତେବେଳେ ତୁମ୍ଭେ ଦୁଷ୍ଟ ଲୋକମାନଙ୍କୁ ଦଣ୍ଡ ଦିଅ, ଲୋକମାନେ ତୁମ୍ଭକୁ ସମ୍ମାନ ଦିଅନ୍ତି।
    ତୁମ୍ଭେ ଆପଣା କ୍ରୋଧ ପ୍ରକାଶ କର ଏବଂ ତିଷ୍ଟି ରହିବା ଲୋକମାନେ[a] ଶକ୍ତିଶାଳୀ ହୁଅନ୍ତୁ।

11 ଲୋକମାନେ ପରମେଶ୍ୱରଙ୍କଠାରେ ମାନସିକ କରନ୍ତି,
    ଏବଂ ସେସବୁକୁ ପରମେଶ୍ୱରଙ୍କଠାରେ ଅର୍ପଣ କରନ୍ତି।
ଲୋକମାନେ ଚତୁର୍ଦ୍ଦିଗରେ ଥିବା ଜାତିଗଣ ପରମେଶ୍ୱରଙ୍କ ନିକଟକୁ ଉପହାର ଆଣିବା ଉଚିତ୍,
    ଯେଉଁମାନେ କି ସମ୍ମାନ ପାଇଁ ଉପଯୁକ୍ତ ଅଟନ୍ତି।
12 ପରମେଶ୍ୱର ମହାନ ନେତାମାନଙ୍କୁ ପରାସ୍ତ କରନ୍ତି।
    ପୃଥିବୀର ସମସ୍ତ ରାଜା ତାହାଙ୍କୁ ଭୟ କରନ୍ତି।

ଯିହିଜିକଲ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 30:20-26

ମିଶର ଚିରଦିନ ପାଇଁ ଦୁର୍ବଳ ହେବ

20 ଅନନ୍ତର ଏକାଦଶ ବର୍ଷର ପ୍ରଥମ ମାସର ସପ୍ତମ ଦିନରେ ସଦାପ୍ରଭୁଙ୍କର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା, ସେ କହିଲେ, 21 “ହେ ମନୁଷ୍ୟ ପୁତ୍ର, ମୁଁ ମିଶରର ରାଜା ଫାରୋର ବାହୁ ଭାଙ୍ଗିଅଛି। ତା'ର ଆରୋଗ୍ୟ ପାଇଁ ଔଷଧ ଲଗାଇ ପଟି ବାନ୍ଧିବାକୁ କେହି ନାହିଁ। ତେଣୁ ତାହାର ହସ୍ତ ଆଉ ‌‌ଖ‌ଡ଼୍‌ଗ ଧାରଣ କରିବାକୁ ସବଳ ହେବ ନାହିଁ।”

22 ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “ଦେଖ, ମୁଁ ମିଶରର ରାଜା ଫାରୋର ବିପକ୍ଷ ଅଟେ। ମୁଁ ତା'ର ବାହୁ ଭାଙ୍ଗି ଦେବି। ଉଭୟକୁ ଯେଉଁଟାକି ବଳଶାଳୀ ଏବଂ ଅନ୍ୟ ଯେଉଁଟାକି ପୁରାପୁରି ଭାଙ୍ଗି ଯାଇଛି। ଏବଂ ତା’ ହସ୍ତରୁ ‌‌ଖ‌ଡ଼୍‌ଗ ଖସାଇ ଦେବି। 23 ଏବଂ ମୁଁ ମିଶରୀୟମାନଙ୍କୁ ନାନା ଗୋଷ୍ଠୀ ମଧ୍ୟରେ ଓ ନାନା ଦେଶରେ ସେମାନଙ୍କୁ ଛିନ୍ନଭିନ୍ନ କରିବି। 24 ଏବଂ ମୁଁ ବାବିଲ ରାଜାର ଉଭୟ ବାହୁ ସବଳ କରିବି ଓ ମୋର ‌‌ଖ‌ଡ଼୍‌ଗ ଧରିବାକୁ ଦେବି। କିନ୍ତୁ ମୁଁ ଫାରୋର ବାହୁଦ୍ୱୟ ଭାଙ୍ଗି ପକାଇବି। ତେଣୁ ସେ ମୁମୁର୍ଷୁ ଲୋକମାନେ କ୍ରନ୍ଦନ କଲାପରି ବିଳାପ କରିବ। 25 ମୁଁ ବାବିଲ ରାଜାର ବାହୁସବୁ ସବଳ କରିବି ଓ ଫାରୋ ରାଜାର ବାହୁସବୁ ପତନ ଘଟାଇବି।

“ମୁଁ ଯେତେବେଳେ ବାବିଲ ରାଜା ହସ୍ତରେ ‌‌ଖ‌ଡ଼୍‌ଗ ଦେବି ଓ ଯେତେବେଳେ ସେ ଏହାକୁ ମିଶର ଭୂମିର ବିରୁଦ୍ଧରେ ଉଠାଇବ। ସେତେବେଳେ ମୁଁ ଯେ ସଦାପ୍ରଭୁ ଅଟେ, ଏହା ସେମାନେ ଜାଣିବେ। 26 ଏବଂ ମୁଁ ମିଶରୀୟମାନଙ୍କୁ ନାନା ଜାତିଗଣ ମଧ୍ୟରେ ଓ ନାନା ଦେଶରେ ସେମାନଙ୍କୁ ବିକ୍ଷିପ୍ତ କରିବି। ତାହାହେଲେ ସେମାନେ ଜାଣିବେ ଯେ, ମୁଁ ସଦାପ୍ରଭୁ ଅଟେ।”

ଯୋହନ ଲିଖିତ ସୁସମାଗ୍ଭର 16:25-33

ପୃଥିବୀ ଉପରେ ବିଜୟ

25 “ମୁଁ ତୁମ୍ଭକୁ ସାଙ୍କେତିକ ଭାବରେ ଏ ସମସ୍ତ ବିଷୟ କହିଛି। କିନ୍ତୁ ସମୟ ଆସୁଛି, ଯେତେବେଳେ ମୁଁ ତୁମ୍ଭକୁ ଏସବୁ ଏପରି ଭାବରେ କହିବି ନାହିଁ। ମୁଁ ତୁମ୍ଭକୁ ପରମପିତାଙ୍କ ବିଷୟରେ ସରଳ ଭାଷାରେ କହିବି। 26 ତୁମ୍ଭେ ସେହି ଦିନ ପରମପିତାଙ୍କୁ ମୋ’ ନାମରେ ଅନେକ ବିଷୟ ମାଗିବ। ମୁଁ କହୁଛି, ତୁମ୍ଭ ପାଇଁ ମୋତେ ପରମପିତାଙ୍କୁ କିଛି କହିବାର ଆବଶ୍ୟକତା ପଡ଼ିବ ନାହିଁ। 27 ପରମପିତା ତୁମ୍ଭକୁ ପ୍ରେମ କରନ୍ତି। ସେ ତୁମ୍ଭକୁ ପ୍ରେମ କରନ୍ତି କାରଣ ତୁମ୍ଭେ ମୋତେ ପ୍ରେମ କରିଛ। ସେ ତୁମ୍ଭକୁ ପ୍ରେମ କରନ୍ତି କାରଣ ମୁଁ ପରମେଶ୍ୱରଙ୍କଠାରୁ ଆସିଛି ବୋଲି ତୁମ୍ଭେ ବିଶ୍ୱାସ କରିଛ। 28 ମୁଁ ଏହି ଜଗତକୁ ପରମପିତାଙ୍କଠାରୁ ଆସିଛି। ବର୍ତ୍ତମାନ ମୁଁ ଏହି ଜଗତ ଛାଡ଼ି ପରମେଶ୍ୱରଙ୍କ ପାଖକୁ ଫେରିଯିବି।”

29 ଯୀଶୁଙ୍କର ଶିଷ୍ୟମାନେ କହିଲେ, “ତୁମ୍ଭେ ବର୍ତ୍ତମାନ ଆମ୍ଭକୁ ସ୍ପଷ୍ଟ ଭାବରେ କହୁଛ। ବୁଝି ନ ପାରିଲା ଭଳି କଷ୍ଟକର ଶବ୍ଦ ତୁମ୍ଭେ କହୁ ନାହଁ। 30 ଆମ୍ଭେ ବର୍ତ୍ତମାନ ଦେଖି ପାରୁଛୁ ଯେ ତୁମ୍ଭେ ସବୁକିଛି ଜାଣ। ତୁମ୍ଭେ ଜଣକୁ ତା'ର ପ୍ରଶ୍ନ ପଗ୍ଭରିବା ପୂର୍ବରୁ ଉତ୍ତର କହିପାର। ଏହା ଦ୍ୱାରା ଆମ୍ଭର ବିଶ୍ୱାସ ହୋଇଛି ଯେ ତୁମ୍ଭେ ପରମେଶ୍ୱରଙ୍କଠାରୁ ଆସିଛ।”

31 ଯୀଶୁ କହିଲେ, “ତେବେ ବର୍ତ୍ତମାନ ତୁମ୍ଭେ ବିଶ୍ୱାସ କରୁଛ? 32 ଶୁଣ! ସମୟ ଆସୁଛି ଯେତେବେଳେ ତୁମ୍ଭେ ଛିନ୍ନଭିନ୍ନ ହୋଇଯିବ। ତୁମ୍ଭମାନଙ୍କୁ ମଧ୍ୟରୁ ପ୍ରତ୍ୟେକ ନିଜ ନିଜର ଘର ଭିତରକୁ ଛିନ୍ନଭିନ୍ନ ହୋଇ ଗ୍ଭଲିଯିବ। ସେହି ସମୟ ଆସି ପହଞ୍ଚିଛି। ତୁମ୍ଭେ ମୋତେ ଏକାକୀ ଛାଡ଼ି ଦେବ। ମୁଁ ଏକୁଟିଆ ଥିବି। କିନ୍ତୁ ମୁଁ କଦାପି ଏକୁଟିଆ ନୁହେଁ, କାରଣ ପରମପିତା ସବୁବେଳେ ମୋ’ ସହିତ ଅଛନ୍ତି।

33 “ମୋ'ଠାରେ ତୁମ୍ଭେମାନେ ଯେପରି ଶାନ୍ତି ପାଇବ, ଏଥିପାଇଁ ମୁଁ ତୁମ୍ଭମାନଙ୍କୁ ଏସମସ୍ତ କଥା କହିଲି। ଏହି ଜଗତରେ ତୁମ୍ଭେ କଷ୍ଟ ପାଇବ। କିନ୍ତୁ ସାହସୀ ହୁଅ ମୁଁ ଜଗତକୁ ଜୟ କରିଛି।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center