Revised Common Lectionary (Complementary)
93 ସଦାପ୍ରଭୁ ରାଜା ଅଟନ୍ତି।
ସେ ମହିମା ଓ ଶକ୍ତି ରୂପକ ବସ୍ତ୍ର ପରିଧାନ କରନ୍ତି।
ସେ ନିଜ କଟିରେ ସମଗ୍ର ବିଶ୍ୱକୁ ଧରିଛନ୍ତି,
ଏହା ଯେପରି ଟଳମଳ ହୋଇ ନ ଯାଏ।
2 ହେ ପରମେଶ୍ୱର, ତୁମ୍ଭର ସିଂହାସନ ଅନନ୍ତକାଳରୁ ରହିଥିଲା,
ତୁମ୍ଭେ ସର୍ବଦା ଜୀବିତ ଏବଂ ସର୍ବଦା ଶାସନ କରିବ।
3 ସଦାପ୍ରଭୁ, ସମୁଦ୍ରସବୁ ଘଡ଼ଘଡ଼ି ଭଳି ଧ୍ୱନି ବାହାର କଲେ।
ସମୁଦ୍ରସବୁ ସେମାନଙ୍କର ଢେଉ ଭାଙ୍ଗି ଗର୍ଜନ କଲେ।
4 ଜଳରାଶିର ଧ୍ୱନି ଓ ସମୁଦ୍ରର ପ୍ରବଳ ତରଙ୍ଗ ଅପେକ୍ଷା
ଊର୍ଦ୍ଧ୍ୱସ୍ଥ ସଦାପ୍ରଭୁ ବଳବାନ।
5 ହେ ସଦାପ୍ରଭୁ, ତୁମ୍ଭର ବ୍ୟବସ୍ଥା ସର୍ବଦା ରହିବ।
ତୁମ୍ଭର ପବିତ୍ର ମନ୍ଦିର ଚିରସ୍ଥାୟୀ ରହିବ।
ସୀଦୋନ ବିରୁଦ୍ଧରେ ବାର୍ତ୍ତା
20 ଅନନ୍ତର ସଦାପ୍ରଭୁଙ୍କର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, 21 “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ସୀଦୋନ ଆଡ଼କୁ ମୁହଁ ବୁଲାଇ ତାହା ବିରୁଦ୍ଧରେ ଭବିଷ୍ୟଦ୍ବାକ୍ୟ ପ୍ରଗ୍ଭର କର। 22 ଆଉ କୁହ, ‘ମୋର ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି,
“‘ହେ ସୀଦୋନ, ଦେଖ, ମୁଁ ତୁମ୍ଭର ପ୍ରତିକୂଳ ଅଟେ।
ପୁଣି ମୁଁ ତୁମ୍ଭମାନଙ୍କ ଦ୍ୱାରା ଗୌରବାନ୍ୱିତ ହେବି।
ଆଉ ମୁଁ ନଗରକୁ ଦଣ୍ଡିତ ଓ
ମୋର ନିଜକୁ ସେଠାରେ ପବିତ୍ର ରୂପେ ଦେଖାଇବି ପରେ
ସେମାନେ ଜାଣିବେ ଯେ,
ମୁଁ ସଦାପ୍ରଭୁ ଅଟେ।
23 ପୁଣି ମୁଁ ନଗର ମଧ୍ୟକୁ ମହାମାରୀ ଓ ମୃତ୍ୟୁ ପଠାଇବି,
ଫଳରେ ବହୁ ଲୋକ ନଗର ମଧ୍ୟରେ ମରିବେ।
ନଗରର ପ୍ରାଚୀର ବାହାରେ ଶତ୍ରୁମାନଙ୍କ ବିରୁଦ୍ଧରେ ଯୁଦ୍ଧ କରି ବହୁ ଲୋକ ମୃତ୍ୟୁବରଣ କରିବେ।
ତାହାହେଲେ ମୁଁ ଯେ ସଦାପ୍ରଭୁ ଅଟେ, ଏହା ଲୋକମାନେ ଜାଣିବେ।
ଦେଶୀୟମାନେ ଇସ୍ରାଏଲକୁ ଉପହାସ କରିବାରୁ ବିରତ ହେବେ
24 “‘ଏବଂ ଇସ୍ରାଏଲ ଦେଶ ଆଉ ପଡ଼ୋଶୀମାନଙ୍କ ଦ୍ୱାରା ବେଷ୍ଟିତ ହେବ ନାହିଁ, ଯେଉଁମାନେ କି ତିକ୍ଷଣ ଛୁରୀ ଓ ମୁନିଆ କଣ୍ଟାବୁଦା ତୁଲ୍ୟ। ଏବଂ ସେମାନେ ଜାଣିବେ ଯେ, ମୁଁ ସଦାପ୍ରଭୁ ସେମାନଙ୍କର ପ୍ରଭୁ ଅଟେ।’”
25 ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହିଛନ୍ତି, “ମୁଁ ଇସ୍ରାଏଲ ବଂଶକୁ ନାନା ଗୋଷ୍ଠୀଗଣ ମଧ୍ୟରେ ଛିନ୍ନଭିନ୍ନ କରିଥିଲି। କିନ୍ତୁ ପୁନର୍ବାର ଯେତେବେଳେ ମୁଁ ସେମାନଙ୍କୁ ଏକତ୍ରିତ କରିବି। ସେତେବେଳେ ମୁଁ ନିଜକୁ ନାନା ଦେଶୀୟମାନଙ୍କ ଦୃଷ୍ଟିରେ ପବିତ୍ର ରୂପେ ଦେଖାଇବି ଏବଂ ମୁଁ ନିଜ ଦାସ ଯାକୁବକୁ ଯେଉଁ ଦେଶ ଦେଇଥିଲି ସେମାନେ ସେହି ଦେଶରେ ବାସ କରିବେ। 26 ସେମାନେ ତାହା ମଧ୍ୟରେ ନିରାପଦରେ ବାସ କରିବେ। ସେମାନେ ଗୃହ ନିର୍ମାଣ କରିବେ ଓ ଦ୍ରାକ୍ଷାକ୍ଷେତ୍ର ରୋପଣ କରିବେ। ମୁଁ ତା'ର ଚତୁର୍ଦ୍ଦିଗସ୍ଥିତ ସମସ୍ତ ଦେଶକୁ ଦଣ୍ଡିତ କରିବି ଯେଉଁମାନେ ସେମାନଙ୍କୁ ତିରସ୍କାର କଲେ, ତା'ପରେ ସେମାନେ ନିରାପଦରେ ବାସ କରିବେ, ତହିଁରେ ମୁଁ ଯେ ସଦାପ୍ରଭୁ ଓ ସେମାନଙ୍କର ପରମେଶ୍ୱର ଅଟେ ଏହା ସେମାନେ ଜାଣିବେ।”
20 କିନ୍ତୁ ବାସ୍ତବ କଥା ଏହି ଯେ, ଖ୍ରୀଷ୍ଟଙ୍କୁ ମୃତ୍ୟୁରୁ ଉତ୍ଥିତ କରାଯାଇଛି। ସେ ହେଉଛନ୍ତି ମୃତ ବିଶ୍ୱାସୀମାନଙ୍କ ମଧ୍ୟରୁ ଉତ୍ଥିତ ପ୍ରଥମ ଫଳ ସ୍ୱରୂପ। 21 ଜଣେ ମନୁଷ୍ୟ ହେତୁ ଲୋକମାନଙ୍କ ପାଖକୁ ମୃତ୍ୟୁ ଆସିଲା। କିନ୍ତୁ ଜଣେ ମନୁଷ୍ୟ ଦ୍ୱାରା ମଧ୍ୟ ମୃତ୍ୟୁର ପୁନରୁତ୍ଥାନ ହେଲା। 22 ଆଦମ ଯୋଗୁଁ ସମସ୍ତ ଲୋକ ମୃତ୍ୟୁ ଭୋଗ କରନ୍ତି, ସେହିଭଳି ଖ୍ରୀଷ୍ଟଙ୍କ ଯୋଗୁଁ ସମସ୍ତ ଲୋକଙ୍କୁ ପୁନର୍ଜୀବିତ ହେବେ। 23 କିନ୍ତୁ ପ୍ରତ୍ୟେକ ଲୋକ କ୍ରମାନୁସାରେ ପୁନଃ ଜୀବିତ ହେବେ। ପ୍ରଥମ ଫଳ ସ୍ୱରୂପ ଖ୍ରୀଷ୍ଟ ତା'ପରେ ଖ୍ରୀଷ୍ଟଙ୍କ ଆଗମନ ସମୟରେ ତାହାଙ୍କ ଆଶ୍ରିତମାନେ ପୁନରୁତ୍ଥିତ ହେବେ। 24 ତା'ପରେ ଯୁଗାନ୍ତ ହେବ। ସମସ୍ତ ଶାସକ, କ୍ଷମତା ଓ ଶକ୍ତିଗୁଡ଼ିକୁ ଲୋପ କରିବା ପରେ ଖ୍ରୀଷ୍ଟ ପିତା ପରମେଶ୍ୱରଙ୍କ ରାଜତ୍ୱ ସମର୍ପଣ କରିବେ।
25 କିନ୍ତୁ ଯେତେ ଦିନ ପର୍ଯ୍ୟନ୍ତ ପରମେଶ୍ୱର ସମସ୍ତ ଶତ୍ରୁଙ୍କୁ ଖ୍ରୀଷ୍ଟଙ୍କ ପଦତଳେ ନ ରଖିଛନ୍ତି, ସେତେଦିନ ପର୍ଯ୍ୟନ୍ତ ଖ୍ରୀଷ୍ଟ ରାଜତ୍ୱ କରିବେ। 26 ଶେଷ ଶତ୍ରୁ ଭାବରେ ମୃତ୍ୟୁକୁ ଲୋପ କରାଯିବ। 27 ଶାସ୍ତ୍ର କୁହେ: “ପରମେଶ୍ୱର ସମସ୍ତ ବିଷୟକୁ ତାହାଙ୍କର ପାଦତଳେ ରଖିଛନ୍ତି।”(A) ଯେତେବେଳେ ଏହା କୁହେ ଯେ, ସେ “ସମସ୍ତ ବିଷୟ” ତାହାଙ୍କ ପାଦତଳେ ବଶୀଭୂତ କଲେ ଏଥିରୁ ସ୍ପଷ୍ଟ ଜଣାପଡ଼େ ଯେ, ପରମେଶ୍ୱର ନିଜେ ପ୍ରତ୍ୟେକ ବିଷୟକୁ ଖ୍ରୀଷ୍ଟଙ୍କର ବଶୀଭୂତ କଲେ ଓ ସେ ସେହିସବୁରେ ପରମେଶ୍ୱର ଅନ୍ତର୍ଗତ ନୁହନ୍ତି। 28 ସମସ୍ତ ଖ୍ରୀଷ୍ଟଙ୍କ ବଶୀଭୂତ ହେଲା ଉତ୍ତାରେ ତାଙ୍କ ପୁତ୍ର ଖ୍ରୀଷ୍ଟ ମଧ୍ୟ ପରମେଶ୍ୱରଙ୍କ ବଶୀଭୂତ ହେବେ। ଯେଉଁ ପରମେଶ୍ୱର ପ୍ରତ୍ୟେକ ବିଷୟକୁ ଖ୍ରୀଷ୍ଟଙ୍କ ବଶୀଭୂତ କଲେ, ସେହି ଖ୍ରୀଷ୍ଟ ପରମେଶ୍ୱରଙ୍କ ବଶୀଭୂତ ହେବେ ଓ ଏହିଭଳି ପ୍ରତ୍ୟେକ ବିଷୟ ଉପରେ ପରମେଶ୍ୱର ଶାସନ ପ୍ରତିଷ୍ଠିତ କରିବେ।
2010 by World Bible Translation Center