Revised Common Lectionary (Complementary)
ଦାଉଦଙ୍କର ଗୀତ
13 ହେ ସଦାପ୍ରଭୁ, କେତେଦିନ ମୋତେ ଭୁଲି ଯିବ?
ସତରେ କ’ଣ ତୁମେ ମୋତେ ସବୁଦିନ ପାଇଁ ଭୁଲି ପାରିବ?
କେତେଦିନ ପର୍ଯ୍ୟନ୍ତ ଗ୍ରହଣ କରିବାକୁ ମନା କରବ?
2 କେତେକାଳ ମୁଁ ଏଭଳି ବଲୁଥିବି, ଯଦି ତୁମ୍ଭେ ମୋତେ ଭୁଲି ଯାଇଥିବ?
କେତେକାଳ ପର୍ଯ୍ୟନ୍ତ ଏହି ଦୁଃଖକୁ ମୁଁ ହୃଦୟରେ ବୋହି ଗ୍ଭଲିବି?
କେତେକାଳ ପର୍ଯ୍ୟନ୍ତ ମୋର ଶତ୍ରୁ ମୋ’ ଉପରେ ବିଜୟ ଲାଭ କରିବ?
3 ହେ ସଦାପ୍ରଭୁ, ମୋର ପରମେଶ୍ୱର, ମୋତେ ଥରେ ଗ୍ଭହଁ, ମୋର ପ୍ରଶ୍ନର ଉତ୍ତର ଦିଅ।
ମୋତେ ଜାଣିବାକୁ ଦିଅ, ନଚେତ୍ ମୁଁ ଜୀବନ ହରାଇବି।
4 ଯଦି ତାହା ସତରେ ଘଟେ ତେବେ ମୋର ଶତ୍ରୁମାନେ କହିବେ, “ଆମ୍ଭେ ସେମାନଙ୍କୁ ଜୟ କରିଅଛୁ।”
ମୋର ଶତ୍ରୁମାନେ ଖୁସୀ ହେବେ ଯଦି ସେମାନେ ମୋତେ ପରାସ୍ତ କରନ୍ତି।
5 ହେ ସଦାପ୍ରଭୁ, ତୁମ୍ଭେ ମୋତେ ସାହାଯ୍ୟ କରିବ ବୋଲି, ମୁଁ ତୁମ୍ଭ ଉପରେ ଭରସା ରଖିଛି।
ତୁମ୍ଭେ ମୋତେ ଉଦ୍ଧାର କରି ମୋତେ ଖୁସୀ କରାଅ।
6 ମୁଁ ସଦାସର୍ବଦା ସଦାପ୍ରଭୁଙ୍କ ଉଦ୍ଧେଶ୍ୟରେ ଏହି ଖୁସୀର ଗୀତ ଗାନ କରିବି।
କାରଣ ସେ ମୋ’ ପ୍ରତି ସଦୟ ହୋଇ ଅଶେଷ ଉପକାର କରିଛନ୍ତି।
ଦାନିୟେଲଙ୍କ ଦର୍ଶନ ବ୍ୟାଖ୍ୟା କରାଗଲା
15 ଅନନ୍ତର ମୁଁ, ଦାନିୟେଲ, ଏହି ଦର୍ଶନ ପାଇଲା ପରେ ତାହା ବୁଝିବା ପାଇଁ ଚେଷ୍ଠା କଲି। ଏବଂ ଜଣେ ମନୁଷ୍ୟ ପରି ଦେଖାଯାଉଥିବା ପ୍ରାଣୀ ମୋ’ ସମ୍ମୁଖରେ ଆବିର୍ଭାବ ହୋଲା। 16 ପୁଣି ଉଲୟ ନଦୀ ମଧ୍ୟରୁ ମୁଁ ଏକ ମନୁଷ୍ୟର ସ୍ୱର ଶୁଣିଲି। ସେ ଡାକି କହିଲା, “ହେ ଗାବ୍ରିଏଲ, ଏହି ମନୁଷ୍ୟକୁ ଦର୍ଶନର ତାତ୍ପର୍ଯ୍ୟ ବୁଝାଇ ଦିଅ।”
17 ମନୁଷ୍ୟାକୃତି ସ୍ୱର୍ଗଦୂତ ଗାବ୍ରିଏଲ ମୋ’ ନିକଟକୁ ଆସିଲେ। ମୁଁ ଭୟଭୀତ ହୋଇ ତାଙ୍କ ପାଦତଳେ ପଡ଼ିଗଲି। ମାତ୍ର ସେ ମୋତେ କହିଲେ, “ହେ ମନୁଷ୍ୟ ପୁତ୍ର, ବୁଝ, ଏହି ଦର୍ଶନ ଶେଷକାଳ ବିଷୟକ ଅଟେ।”
18 ସେ ମୋତେ କହିଲା ବେଳେ ମୁଁ ଭୂମିରେ ମୁହଁ ମାଡ଼ି ଗଭୀର ନିଦ୍ରାରେ ଶୋଇଗଲି, ମାତ୍ର ସେ ମୋତେ ସ୍ପର୍ଶ କରି ଠିଆ କରାଇଲେ। 19 ଗାବ୍ରିଏଲ କହିଲେ, “ମୁଁ ତୁମ୍ଭକୁ ଦର୍ଶନ ସମ୍ବନ୍ଧରେ ବୁଝାଇବି, ଭବିଷ୍ୟତରେ କ’ଣ ଘଟିବ ଓ ତୁମ୍ଭର ଏହି ଦର୍ଶନ ନିରୂପିତ ଶେଷକାଳର କଥା ବୋଲି ଜଣାଇବି।
20 “ତୁମ୍ଭେ ମେଷର ଯେଉଁ ଦୁଇ ଶିଙ୍ଗ ଦେଖିଲ ସେଥିରୁ ଜଣେ ମାଦୀୟ ଓ ଅନ୍ୟ ଜଣେ ପାରସିକ ରାଜା। 21 ଆଉ ସେ ଛାଗ ହେଉଛି ଯବନ ଦେଶର ରାଜା। ସେହି ଛାଗର ଦୁଇ ଚକ୍ଷୁ ମଧ୍ୟରେ ଥିବା ବୃହତ୍ ଶିଙ୍ଗଟି ପ୍ରଥମ ରାଜା। 22 ଆଉ ଯେଉଁ ଶିଙ୍ଗ ଭଗ୍ନ ହୋଇ ସେ ସ୍ଥାନରେ ଗ୍ଭରିଶିଙ୍ଗ ଉତ୍ପନ୍ନ ହେଲା, ଏଥିରୁ ସେହି ଦେଶୀୟମାନଙ୍କ ମଧ୍ୟରୁ ଗ୍ଭରି ରାଜ୍ୟ ଉତ୍ପନ୍ନ ହେବାର ଜାଣିବ, ମାତ୍ର ସେଗୁଡ଼ିକ ପ୍ରଥମ ପରି ଶକ୍ତିଶାଳୀ ହେବେ ନାହିଁ।
23 “ଯେତେବେଳେ ସେହି ରାଜ୍ୟଗୁଡ଼ିକର ଶେଷ ସମୟ ଆସିବ ସେତେବେଳେ ଜଣେ ଅତି ସାହସୀ ଓ ନିଷ୍ଠୁର ରାଜା ଜନ୍ମ ହେବେ। ଆଉ ସେ ରାଜା ଅତି କୌଶଳୀ ହେବେ ମାତ୍ର ସେତେବେଳେ ବହୁ ପାପୀଷ୍ଠ ବ୍ୟକ୍ତି ଜନ୍ମ ନେଇଥିବେ। 24 ସେ ବଳରେ ଅତି ପରାକ୍ରମୀ ହେବ। ମାତ୍ର ତାହାର ନିଜ ବଳରେ ନୁହେଁ। ସେ ଭୟଙ୍କର ବିନାଶର କାରଣ ହେବ ଓ ଶକ୍ତିଶାଳୀ ହୋଇ ସ୍ୱେଚ୍ଛାଗ୍ଭରୀ ଭାବରେ କାର୍ଯ୍ୟ କରିବ। ଆଉ ସେ ପରାକ୍ରମୀ ଓ ପବିତ୍ର ଲୋକମାନଙ୍କୁ ବିନାଶ କରିବ।
25 “ପୁଣି ସେ ନିଜର କୌଶଳ, ଛଳ, ଜ୍ଞାନ ଓ ମିଥ୍ୟା ବଳରେ ସଫଳକାମୀ ହେବ। ସେ ନିଜ ଅନ୍ତଃକରଣରେ ନିଜକୁ ବଡ଼ ମନେ କରିବ ଓ ନିରାପଦ ସମୟରେ ଅନେକଙ୍କୁ ବିନାଶ କରିବ। ଆଉ ଅଧିପତିଙ୍କର ଅଧିପତିଙ୍କ ପ୍ରତିକୂଳରେ ଠିଆ ହେବ। ମାତ୍ର ସେ ମଣିଷ ହସ୍ତରେ ବିନାଶ ହେବ ନାହିଁ।
26 “ସେ ସମୟରେ ଦର୍ଶନ ବିଷୟରେ ମୁଁ ଯାହା କହିଲି ସେସବୁ ସତ୍ୟ, ମାତ୍ର ତୁମ୍ଭେ ସେହି ଦର୍ଶନ ମୁଦ୍ରାଙ୍କିତ କର। କାରଣ ତାହା ଆଗାମୀ ବହୁ ଦିନ ପର୍ଯ୍ୟନ୍ତ ଘଟିବ ନାହିଁ।”
27 ମୁଁ, ଦାନିୟେଲ ଏହା ପରେ ବିଶେଷ କ୍ଳାନ୍ତ ହୋଇ ପଡ଼ିଲି। ସେହି ଦର୍ଶନ ପରେ ଅନେକ ଦିନ ପର୍ଯ୍ୟନ୍ତ ପୀଡ଼ିତ ହେଲି। ତା'ପରେ ମୁଁ ଉଠି ରାଜକାର୍ଯ୍ୟ କଲି। କିନ୍ତୁ ସେ ଦର୍ଶନରେ ବିବ୍ରତ ହୋଇ ପଡ଼ିଲି କାରଣ ସେ ଦର୍ଶନର ଅର୍ଥ କିଛି ବୁଝିଲି ନାହିଁ।
ଗ୍ରହଣ କରିଥିବା ସାହସ ଓ ଆନନ୍ଦକୁ ଛାଡ଼ ନାହିଁ
32 ପ୍ରଥମଥର ସତ୍ୟ ଜାଣିବା ଦିନଗୁଡ଼ିକୁ ମନେ ପକାଅ। ଅନେକ ପ୍ରକାରର ଯାତନା ସହିତ ତୁମ୍ଭେମାନ ସଂଘର୍ଷ କରିଥିଲ, କିନ୍ତୁ ତୁମ୍ଭେମାନେ ଦୃଢ଼ ରହିଥିଲ। 33 ସେତେବେଳେ ଲୋକେ ତୁମ୍ଭମାନଙ୍କୁ ଘୃଣାପୂର୍ଣ୍ଣ କଥାମାନ କହିଥିଲେ, ଓ ଅନେକ ଲୋକଙ୍କ ଆଗରେ ତୁମ୍ଭମାନଙ୍କୁ ଅପଦସ୍ତ କରିଥିଲେ। ବେଳେବେଳେ ଏହିଭଳି ଖରାପ ବ୍ୟବହାର ମଧ୍ୟଦେଇ ଗତି କରୁଥିବା ଲୋକଙ୍କୁ ତୁମ୍ଭେମାନେ ସାହାଯ୍ୟ କଲ। 34 ଯେଉଁମାନେ ବନ୍ଦୀଘରେ ରଖା ଯାଇଥିଲେ, ସେମାନଙ୍କର ଅସୁବିଧାଗୁଡ଼ିକରେ ତୁମ୍ଭେମାନେ ଭାଗନେଲ, ଓ ସେମାନଙ୍କୁ ସାହାଯ୍ୟ କଲ। ତୁମ୍ଭମାନଙ୍କର ଧନ-ସମ୍ପତ୍ତି ସବୁ ତୁମ୍ଭମାନଙ୍କଠାରୁ ନେଇ ଯିବା ପରେ ମଧ୍ୟ ତୁମ୍ଭେମାନେ ଆନନ୍ଦରେ ଥିଲ। ତୁମ୍ଭେମାନେ ଆନନ୍ଦରେ ରହିଥିଲ, କାରଣ ଜାଣିଥିଲ ଯେ ତୁମ୍ଭମାନଙ୍କ ପାଖରେ ଯାହାକିଛି ଅଛି ତାହା ଅତ୍ୟଧିକ ଭଲ। ଏବଂ ତାହା ସବୁଦିନ ପାଇଁ ରହିବ।
35 ଅତଏବ ପୂର୍ବରୁ ଥିବା ସାହସ ତୁମ୍ଭେମାନେ ହରାଅ ନାହିଁ। ତୁମ୍ଭମାନଙ୍କର ସାହସ ପାଇଁ ତୁମ୍ଭେମାନେ ପ୍ରଚୁର ମାତ୍ରାରେ ପୁରସ୍କାର ପାଇବ। 36 ତୁମ୍ଭେମାନେ ଧୈର୍ଯ୍ୟବାନ ହେବା ଦରକାର। ପରମେଶ୍ୱର ଯାହା ଇଚ୍ଛା କରନ୍ତି, ସେହିସବୁ କାମ କରି ସାରିଲା ପରେ, ସେ ଯାହା ପ୍ରତିଜ୍ଞା କରିଛନ୍ତି, ସେ ସବୁ ତୁମ୍ଭେମାନେ ପାଇବ। 37 ଆଜି ଅଳ୍ପ ସମୟରେ,
“ଯାହାଙ୍କ ଆସିବା କଥା ସେ ଆସିବେ,
ତାହାଙ୍କର ଡେରି ହେବ ନାହିଁ।
38 ଯେଉଁ ଲୋକ ମୋ’ ସହିତ ଧାର୍ମିକ,
ତା'ର ବିଶ୍ୱାସ ହେତୁ ସେ ଜୀବିତ ରହିବ।
କିନ୍ତୁ ଯଦି ସେ ଲୋକ ଭୟରେ ମୁହଁ ମୋଡ଼େ,
ମୁଁ ତା’ ଉପରେ ପ୍ରସନ୍ନ ହେବି ନାହିଁ।”(A)
39 କିନ୍ତୁ ଆମ୍ଭେ ସେହି ଲୋକମାନଙ୍କ ପରି ନୋହୁଁ ଯେଉଁମାନେ ବିମୁଖ ହୁଅନ୍ତି ଓ ହଜିଯାଆନ୍ତି। ଯେଉଁମାନଙ୍କର ବିଶ୍ୱାସ ରହିଛି, ଓ ଉଦ୍ଧାର ପାଇଛନ୍ତି ଆମ୍ଭେ ସେମାନଙ୍କ ଭଳି ଅଟୁ।
2010 by World Bible Translation Center