Revised Common Lectionary (Complementary)
ଦାଉଦଙ୍କର ଗୀତ
13 ହେ ସଦାପ୍ରଭୁ, କେତେଦିନ ମୋତେ ଭୁଲି ଯିବ?
ସତରେ କ’ଣ ତୁମେ ମୋତେ ସବୁଦିନ ପାଇଁ ଭୁଲି ପାରିବ?
କେତେଦିନ ପର୍ଯ୍ୟନ୍ତ ଗ୍ରହଣ କରିବାକୁ ମନା କରବ?
2 କେତେକାଳ ମୁଁ ଏଭଳି ବଲୁଥିବି, ଯଦି ତୁମ୍ଭେ ମୋତେ ଭୁଲି ଯାଇଥିବ?
କେତେକାଳ ପର୍ଯ୍ୟନ୍ତ ଏହି ଦୁଃଖକୁ ମୁଁ ହୃଦୟରେ ବୋହି ଗ୍ଭଲିବି?
କେତେକାଳ ପର୍ଯ୍ୟନ୍ତ ମୋର ଶତ୍ରୁ ମୋ’ ଉପରେ ବିଜୟ ଲାଭ କରିବ?
3 ହେ ସଦାପ୍ରଭୁ, ମୋର ପରମେଶ୍ୱର, ମୋତେ ଥରେ ଗ୍ଭହଁ, ମୋର ପ୍ରଶ୍ନର ଉତ୍ତର ଦିଅ।
ମୋତେ ଜାଣିବାକୁ ଦିଅ, ନଚେତ୍ ମୁଁ ଜୀବନ ହରାଇବି।
4 ଯଦି ତାହା ସତରେ ଘଟେ ତେବେ ମୋର ଶତ୍ରୁମାନେ କହିବେ, “ଆମ୍ଭେ ସେମାନଙ୍କୁ ଜୟ କରିଅଛୁ।”
ମୋର ଶତ୍ରୁମାନେ ଖୁସୀ ହେବେ ଯଦି ସେମାନେ ମୋତେ ପରାସ୍ତ କରନ୍ତି।
5 ହେ ସଦାପ୍ରଭୁ, ତୁମ୍ଭେ ମୋତେ ସାହାଯ୍ୟ କରିବ ବୋଲି, ମୁଁ ତୁମ୍ଭ ଉପରେ ଭରସା ରଖିଛି।
ତୁମ୍ଭେ ମୋତେ ଉଦ୍ଧାର କରି ମୋତେ ଖୁସୀ କରାଅ।
6 ମୁଁ ସଦାସର୍ବଦା ସଦାପ୍ରଭୁଙ୍କ ଉଦ୍ଧେଶ୍ୟରେ ଏହି ଖୁସୀର ଗୀତ ଗାନ କରିବି।
କାରଣ ସେ ମୋ’ ପ୍ରତି ସଦୟ ହୋଇ ଅଶେଷ ଉପକାର କରିଛନ୍ତି।
ଗୋଟିଏ ମେଷ ଓ ଛାଗ ବିଷୟରେ ଦାନିୟେଲଙ୍କ ଦର୍ଶନ
8 ରାଜା ବେଲ୍ଶତ୍ସରଙ୍କ ରାଜତ୍ୱର ତୃତୀୟ ବର୍ଷରେ ମୁଁ ଆଉ ଏକ ଦର୍ଶନ ପାଇଲି। 2 ଯେତେବେଳେ ମୁଁ ଏଲମର ରାଜଧାନୀ ଶୂଶନ୍ ରେ ଥିଲି, ଏବଂ ଉଲୟ ନଦୀ ନିକଟରେ ଛିଡ଼ା ହେଉଥିଲି। ମୁଁ ଏହି ଦର୍ଶନ ପାଇଲି। 3 ଆଉ ମୁଁ ଦେଖିଲି ଯେ, ନଦୀର ଗୋଟିଏ ପାର୍ଶ୍ୱରେ ଏକ ଅଣ୍ତିରା ମେଷ ଠିଆ ହୋଇଅଛି। ତାହାର ଗୋଟିଏ ଲମ୍ବା ଶିଙ୍ଗ ଓ ଗୋଟିଏ ଅନ୍ୟଠାରୁ ଅଧିକ ଲମ୍ବା। ଆଉ ଲମ୍ବା ଶିଙ୍ଗଟି ଅନ୍ୟ ଶିଙ୍ଗ ଅପେକ୍ଷା ପଛକୁ ଥିଲା। 4 ମୁଁ ଲକ୍ଷ୍ୟ କଲି ସେହି ମେଷ ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଦିଗକୁ ପେଲି ମାଡ଼ି ଯାଉଛି। ଆଉ କୌଣସି ପଶୁ ତାହା ସମ୍ମୁଖରେ ଠିଆ ହୋଇପାରୁ ନ ଥିଲେ ଏବଂ ଆଉ କେହି ତା'ଠାରୁ ରକ୍ଷା ପାଇ ପାରିଲେ ନାହିଁ। ତେଣୁ ସେ ନିଜ ଇଚ୍ଛାନୁସାରେ କର୍ମ କରି ନିଜର ବଡ଼ିମା ପ୍ରକାଶ କରି ଶକ୍ତିଶାଳୀ ହେଲା।
5 ମୁଁ ସେ ଅଣ୍ତିରା ମେଷ ବିଷୟରେ ଚିନ୍ତା କରୁଥିବା ବେଳେ ଦେଖିଲି ଗୋଟିଏ ଛାଗ ପଶ୍ଚିମ ଦିଗରୁ ଆସୁଛି। ଆଉ ସେହି ଛାଗର ଦୁଇ ଚକ୍ଷୁ ମଧ୍ୟରେ ବଡ଼ ଶିଙ୍ଗ ଥିଲା ଓ ତାହା ଧ୍ୟାନାକର୍ଷଣୀୟ ଥିଲା। ସେ ଛାଗ ଏତେ ଦ୍ରୁତଗତିରେ ଦୌଡ଼ୁଥିଲା ଯେ ତା'ର ପାଦ ଭୂମିକୁ ସ୍ପର୍ଶ କରୁ ନ ଥିଲା।
6 ସେହି ଛାଗ ଅତ୍ୟନ୍ତ କ୍ରୋଧାନ୍ୱିତ ହୋଇ ଉଲୟ ନଦୀ ନିକଟରେ ଛିଡ଼ା ହୋଇଥିବା ଦୁଇ ଶିଙ୍ଗ ବିଶିଷ୍ଟ ଅଣ୍ତିରା ମେଷ ଆଡ଼କୁ ଧାଇଁଲା। 7 ଏବଂ ମୁଁ ଦେଖିଲି ଯେ ସେହି ଛାଗ ପ୍ରଚଣ୍ତ କ୍ରୋଧରେ ସେହି ମେଷ ନିକଟକୁ ଆସିଲା ଓ ଉତ୍ତେଜିତ ହୋଇ ମେଷକୁ ଆଘାତ କଲା ଓ ତାହାର ଦୁଇ ଶିଙ୍ଗ ଭାଙ୍ଗି ପକାଇଲା। ତେଣୁ ଅଣ୍ତିରା ମେଷ, ସେହି ଛାଗର ସମ୍ମୁଖୀନ ହୋଇ ପାରିଲା ନାହିଁ। ତା'ର ଠିଆ ହେବାକୁ ଶକ୍ତି ପାଇଲା ନାହିଁ। ସେହି ଛାଗ ତାକୁ ଭୂମିଶାୟୀ କରି ପାଦରେ ଦଳିଲା, ଆଉ ସେହି ଛାଗଠାରୁ ମେଷକୁ ରକ୍ଷା କରିବାକୁ କେହି ନ ଥିଲେ।
8 ସେହି ଛାଗ ଅତ୍ୟନ୍ତ ଶକ୍ତିଶାଳୀ ହୋଇ ନିଜର ପ୍ରତାପ ଦେଖାଉଥିଲା ବେଳେ ତା'ର ବୃହତ୍ ଶିଙ୍ଗ ଭାଙ୍ଗି ଗଲା ଓ ସେହି ସ୍ଥାନରେ ଗ୍ଭରି ଦିଗକୁ ଗ୍ଭରିଟି ବିଲକ୍ଷଣ ଶିଙ୍ଗ ଉତ୍ପନ୍ନ ହେଲା।
9 ତା'ପରେ ସେହି ଶିଙ୍ଗଗୁଡ଼ିକୁ ମଧ୍ୟରୁ କ୍ଷୁଦ୍ର ଶିଙ୍ଗଟି ଦକ୍ଷିଣ, ପୂର୍ବ ଓ ରମ୍ୟଦେଶ ଆଡ଼କୁ ବଢ଼ିଲା। 10 ସେହି ଛୋଟ ଶିଙ୍ଗଟି ଆକାଶ ପର୍ଯ୍ୟନ୍ତ ବଢ଼ିଲା। ଏହା ଆକାଶର କେତେକ ତାରାଙ୍କୁ ଭୂମିରେ ଖସାଇ ପକାଇଲା ଓ ସେମାନଙ୍କୁ ପାଦରେ ଦଳିଲା। 11 ଆଉ ସେହି ଶିଙ୍ଗଟି ଅତି ବଳିଷ୍ଠ ହୋଇ ପରମେଶ୍ୱରଙ୍କ ସ୍ୱର୍ଗୀୟ ସୈନ୍ୟମାନଙ୍କ ଦଳପତି ବିରୁଦ୍ଧରେ ଗଲା, ଏହା ତାଙ୍କଠାରୁ ଦୈନନ୍ଦିନ ହୋମାର୍ଥକ ବଳି ଛଡ଼େଇ ନେଲା ଓ ମନ୍ଦିରକୁ ଧ୍ୱଂସ କଲା। 12 ତା'ପରେ ନିତ୍ୟ ହୋମବଳି ବିରୁଦ୍ଧରେ ଦୋଷ କରିବାକୁ ଗୋଟିଏ ବାହୀନୀ ତାଙ୍କୁ ସମର୍ପିତ କଲେ। ଏହା ସତ୍ୟକୁ ତଳେ ପକାଇ ଦେଲା, ଯାହା ଇଚ୍ଛା ତାହା କଲା।
13 ତା'ପରେ ଏକ ପବିତ୍ର ସ୍ୱର୍ଗଦୂତ କହିବାର ମୁଁ ଶୁଣିଲି। ତା'ପରେ ଅନ୍ୟ ଏକ ସ୍ୱର୍ଗଦୂତ ଏହି ଦୂତକୁ ପଗ୍ଭରିଲେ, “କେତେଦିନ ପର୍ଯ୍ୟନ୍ତ ନିତ୍ୟ ହୋମବଳି ବିରୁଦ୍ଧରେ ଏହି ଦର୍ଶନ ରହିବ ଏବଂ କେତେକାଳ ପର୍ଯ୍ୟନ୍ତ ଏହି ଲୋମହର୍ଷକ ଦୋଷ ଗ୍ଭଲିବ ଯେ, ମନ୍ଦିର ଏହିପରି ଭାବରେ ପଦଦଳନ ହେବାକୁ ଅନୁମତି ହୋଇଛି?”
14 ଅନ୍ୟ ପବିତ୍ର ବ୍ୟକ୍ତି ଉତ୍ତର କଲେ, “ଏହା 2,300 ଦିନ ପର୍ଯ୍ୟନ୍ତ ଗ୍ଭଲିବ। ତା'ପରେ ଧର୍ମଧାମ ପ୍ରତିଷ୍ଠିତ ହେବ।”
ଖ୍ରୀଷ୍ଟଙ୍କଠାରୁ ମୁହଁ ବୁଲାଇ ନିଅ ନାହିଁ
26 ସତ୍ୟକୁ ଜାଣିଲା ପରେ ମଧ୍ୟ ଯଦି ଆମ୍ଭେ ପାପକାମ କରି ଗ୍ଭଲିବା ପାଇଁ ଇଚ୍ଛା କରିବା, ତା'ହେଲେ ସିଦ୍ଧାନ୍ତ ନେଉ, ପାପ ହରଣ କରିବା ପାଇଁ ଆଉ କୌଣସି ବଳିଦାନ ନାହିଁ। 27 ଆମ୍ଭେ ଯଦି ପାପ କରି ଗ୍ଭଲିଥିବା, ତା'ହେଲେ ଆମ୍ଭେ ନିଶ୍ଚିତ ଯେ, ଆମ୍ଭ ପାଇଁ ବିଗ୍ଭରର ଭୟଙ୍କର ଆଶଙ୍କା ରହିଛି, ଓ ପରମେଶ୍ୱରଙ୍କ ବିରୋଧୀ ଜୀବନଯାପନ କରୁଥିବା ଲୋକମାନଙ୍କୁ ଗ୍ରାସ କରିବାକୁ ଥିବା ଭୟଙ୍କର ଅଗ୍ନି ଆମ୍ଭ ପାଇଁ ରହିଛି। 28 ଯେଉଁ ଲୋକ ମୋଶାଙ୍କ ବ୍ୟବସ୍ଥା ମାନିବାକୁ ମନା କଲା, ତାହାକୁ ଦୋଷୀ ପ୍ରମାଣିତ କରିବା ଲାଗି ଦୁଇ ବା ତିନି ଜଣ ସାକ୍ଷୀ ଆବଶ୍ୟକ ଥିଲେ। କ୍ଷମା ଦିଆ ନ ଯାଇ, ତାହାକୁ ବଧ କରାଯାଉଥିଲା। 29 ତା'ହେଲେ ଯେଉଁ ଲୋକ ପରମେଶ୍ୱରଙ୍କ ପୁତ୍ର ପ୍ରତି ଘୃଣା ପ୍ରଦର୍ଶିତ କରେ, ତା’ ପାଇଁ କ’ଣ ଦଣ୍ଡବିଧାନ ହେବା ଉଚିତ୍? ଏହା ନିଶ୍ଚିତ ଯେ ତା'ର ଦଣ୍ଡ ଅଧିକ ଖରାପ ପ୍ରକାରର ହେବ। ନୂତନ ନିୟମ ଆରମ୍ଭ କରି ଥିବା ରକ୍ତ ପ୍ରତି ଯେଉଁ ଲୋକ ଅସମ୍ମାନଭାବ ପ୍ରଦର୍ଶିତ କରିଛି, ଓ ଅନୁଗ୍ରହର ଆତ୍ମା ପ୍ରତି ଘୃଣାଭାବ ପ୍ରଦର୍ଶିତ କରିଛି, ସେହି ଲୋକର ଦଣ୍ଡ ଅଧିକ ଖରାପ ପ୍ରକାରର ହେବ କାରଣ ସେହି ରକ୍ତ ସେହି ଲୋକକୁ ଥରେ ପବିତ୍ର କରିଥିଲା। 30 ଆମ୍ଭେ ଜାଣୁ ଯେ, ପରମେଶ୍ୱର କହିଥିଲେ: “ମନ୍ଦ କାମ କରିଥିବା ଲୋକଙ୍କୁ ମୁଁ ଦଣ୍ଡ ଦେବି, ମୁଁ ତାହାଙ୍କୁ ପ୍ରତିଦାନ ଦେବି।”(A) ପରମେଶ୍ୱର ଆହୁରି ମଧ୍ୟ କହିଥିଲେ: “ପ୍ରଭୁ ତାହାଙ୍କ ଲୋକଙ୍କର ବିଗ୍ଭର କରିବେ।”(B) 31 ଜୀବିତ ପରମେଶ୍ୱରଙ୍କ ହାତରେ ଜଣେ ପାପୀ ପଡ଼ିଯିବା, ଗୋଟିଏ ଭୟଙ୍କର କଥା।
2010 by World Bible Translation Center