Print Page Options
Previous Prev Day Next DayNext

Revised Common Lectionary (Complementary)

Daily Bible readings that follow the church liturgical year, with thematically matched Old and New Testament readings.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 94

94 ହେ ସଦାପ୍ରଭୁ, ପ୍ରତିଫଳ ଦାତା ପରମେଶ୍ୱର, ଯିଏ ଦଣ୍ଡ ଦିଅନ୍ତି,
    ତୁମ୍ଭର ମହାନତା ଦେଖାଅ।
ତୁମ୍ଭେ ହେଉଛ ସାରା ପୃଥିବୀର ବିଗ୍ଭରକର୍ତ୍ତା।
    ଜାଗି ଉଠ ଏବଂ ଅହଙ୍କାରୀ ଲୋକମାନଙ୍କୁ ତାଙ୍କର କର୍ମାନୁସାରେ ଫଳ ଦିଅ, ଯାହା ସେମାନେ ଗ୍ଭହାନ୍ତି।
ହେ ସଦାପ୍ରଭୁ, ଦୁଷ୍ଟମାନେ କେତେ କାଳଯାଏ ଶାସନ କରିବେ?
    ସଦାପ୍ରଭୁ ଆଉ କେତେ କାଳ?
ସେହି ଦାଗିମାନେ ଆଉ କେତେ କାଳ ଅହଙ୍କାର କଥା କହିବେ?
    ସେହି ଅଧର୍ମାଗ୍ଭରୀମାନେ କେତେ କାଳ ଦର୍ପ କରିବେ?
ହେ ସଦାପ୍ରଭୁ, ସେମାନେ ତୁମ୍ଭ ଲୋକମାନଙ୍କୁ ନିରାଶ କରନ୍ତି।
    ସେମାନେ ତୁମ୍ଭର ଲୋକମାନଙ୍କୁ ଯନ୍ତ୍ରଣା ଦିଅନ୍ତି।
ସେହି ଲୋକମାନେ ବିଧବାମାନଙ୍କୁ ଓ ନିଜ ଦେଶରେ ଥିବା ଅତିଥିମାନଙ୍କୁ ବାଧ୍ୟ କରନ୍ତି।
    ସେମାନେ ଅନାଥ ପିଲାମାନଙ୍କୁ ମଧ୍ୟ ହତ୍ୟା କରନ୍ତି।
ସେମାନେ ଏହିପରି କହନ୍ତି ଯେ, ସଦାପ୍ରଭୁ ସେମାନଙ୍କର କୁକର୍ମକୁ ଦେଖି ପାରିବେ ନାହିଁ।
    କିଅବା ଯାକୁବର ପରମେଶ୍ୱର ବିବେଚନା କରିବେ ନାହିଁ।

ହେ ପଶୁବତ୍ ଲୋକମାନେ,
    ତୁମ୍ଭେ କେବେ ବୁଦ୍ଧି ପାଇବ?
ହେ ନିର୍ବୋଧ ଅଧର୍ମକାରୀ ଲୋକ,
    ଚେଷ୍ଟା କର ଏବଂ ବୁଝ।
ପରମେଶ୍ୱର ଆମ୍ଭର କର୍ଣ୍ଣ ସୃଷ୍ଟି କଲେ,
    ସେ କ’ଣ ଶୁଣିପାରୁ ନାହାନ୍ତି!
ପରମେଶ୍ୱର ଆମ୍ଭମାନଙ୍କର ଚକ୍ଷୁ ସୃଷ୍ଟି କରିଛନ୍ତି।
    ସେ କ’ଣ ଦେଖି ପାରିବେ ନାହିଁ! ଯାହାସବୁ ଘଟିଯାଉଛି।
10 ଜଣେ ଯିଏକି ଜାତିଗଣକୁ ସଂଶୋଧନ କରନ୍ତି, ତୁମ୍ଭକୁ ଦଣ୍ଡ ଦେବେ?
    ସେ ମାନବମାନଙ୍କୁ ଜ୍ଞାନ ବିଷୟରେ ଶିକ୍ଷା ଦିଅନ୍ତି।
11 ସଦାପ୍ରଭୁ ଜାଣନ୍ତି
    ଲୋକମାନଙ୍କର ଚିନ୍ତାଧାରା ଅସାର ମାତ୍ର।

12 ହେ ସଦାପ୍ରଭୁ, ଯେଉଁ ଲୋକମାନଙ୍କୁ ତୁମ୍ଭେ ଶାସନ କର, ସେମାନେ ଆଶୀର୍ବାଦ ପ୍ରାପ୍ତ ହେବେ।
    ତୁମ୍ଭେ ଆପଣା ନିୟମରେ ସେମାନଙ୍କୁ ବଞ୍ଚିବାର ଠିକ୍ ମାର୍ଗ ଶିକ୍ଷା ଦିଅ।
13 ବିପଦ ବେଳେ ସେମାନଙ୍କୁ ସୁସ୍ଥିର କର,
    ଦୁଷ୍ଟମାନେ ବିନାଶ ହେବା ପର୍ଯ୍ୟନ୍ତ ତୁମ୍ଭର ଅନୁଗାମୀମାନଙ୍କୁ ସାହାଯ୍ୟ କର।
14 ସଦାପ୍ରଭୁ ଆପଣା ଲୋକମାନଙ୍କୁ ଦୂର କରିବେ ନାହିଁ।
    ସେ ନିଜର ପ୍ରାଧାନ୍ୟତ୍ୱକୁ ପରିତ୍ୟାଗ କରିବେ ନାହିଁ।
15 ନ୍ୟାୟ ଫେରିବ ଏବଂ ଏହା ସ୍ୱଚ୍ଛତା ଆଣିବ
    ଏବଂ ଯେଉଁ ସମସ୍ତ ବ୍ୟକ୍ତି ସତ୍ୟପ୍ରିୟ ଅଟନ୍ତି, ନ୍ୟାୟର ଅନୁଗାମୀ ହେବେ।

16 ଦୁଷ୍ଟ ଲୋକମାନଙ୍କ ବିରୁଦ୍ଧରେ ଲଢ଼ିବା ପାଇଁ କିଏ ମୋତେ ସାହାଯ୍ୟ କରିବ?
    ଦୁଷ୍ଟ ଲୋକମାନଙ୍କ ବିପକ୍ଷରେ କିଏ ମୋ’ ସହିତ ଠିଆ ହେବ?
17 ଯଦି ମୋତେ ସଦାପ୍ରଭୁ ସାହାଯ୍ୟ କରି ନ ଥା’ନ୍ତେ,
    ତେବେ ମୃତ୍ୟୁ ମୋର ପ୍ରାଣକୁ ଅତିକ୍ରମ କରି ଯାଇଥା’ନ୍ତା।
18 ମୁଁ ଭାବିଲି, ମୁଁ ତଳକୁ ଖସିବା ଅବସ୍ଥାରେ ଥିଲି
    କିନ୍ତୁ ପ୍ରଭୁ ତୁମ୍ଭର ପ୍ରେମ, ମୋତେ ସକ୍ଷମ ହେଲା।
19 ମୁଁ ଅତି ବ୍ୟସ୍ତ ଓ ଚିନ୍ତିତ ଥିଲା ବେଳେ,
    ସଦାପ୍ରଭୁ ମୋତେ ଆନନ୍ଦ ଓ ଖୁସୀ ଦେଲେ।

20 ହେ ପରମେଶ୍ୱର, ତୁମ୍ଭେ ନିଷ୍ଠୁର ବିଗ୍ଭରକମାନଙ୍କୁ ସାହାଯ୍ୟ କର ନାହିଁ।
    ସେହି ଅଧର୍ମୀ ବିଗ୍ଭରକମାନେ ଲୋକମାନଙ୍କର ଜୀବନକୁ ଦୁର୍ବିସହ କରିବା ପାଇଁ ନିୟମକୁ ବ୍ୟବହାର କରନ୍ତି।
21 ଯେଉଁ ବିଗ୍ଭରକଗଣ ଭଲ ଲୋକମାନଙ୍କୁ ନ୍ୟାୟ ଦିଅନ୍ତି ନାହିଁ,
    ସେମାନେ କହନ୍ତି ନିରୀହ ଲୋକମାନେ ଦୋଷୀ ଏବଂ ସେମାନଙ୍କୁ ମରଣର ଆରୋପ କର।
22 ମାତ୍ର ସଦାପ୍ରଭୁ ଉଚ୍ଚ ପର୍ବତରେ ମୋର ଉଚ୍ଚ ଦୁର୍ଗ
    ଓ ମୋର ପରମେଶ୍ୱର ମୋର ଆଶ୍ରୟଶୈଳ ହୋଇଅଛନ୍ତି।
23 ପରମେଶ୍ୱର ସେହି ଅଧର୍ମୀ ବିଗ୍ଭରକମାନଙ୍କୁ
    ତାଙ୍କର କୃତ କର୍ମ ପାଇଁ ଦଣ୍ଡ ଦେବେ।
    ଆମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ୱର ସେମାନଙ୍କୁ ଧ୍ୱଂସ କରିବେ।

ଋତର ବିବରଣ ପୁସ୍ତକ 3:14-4:6

14 ତେଣୁ ଋତ ସକାଳ ପର୍ଯ୍ୟନ୍ତ ବୋୟାଜର ପାଦତଳେ ଶୟନ କଲା। ଅନ୍ଧାର ଥାଉ ଥାଉ ଲୋକମାନେ ଚିହ୍ନିବା ପୂର୍ବରୁ ଋତ ଉଠି ପଡ଼ିଲେ।

ବୋୟାଜ ତାଙ୍କୁ କହିଲେ, “ଏ କଥା ଯେପରି କେହି ନ ଜାଣନ୍ତି ଯେ, ଜଣେ ସ୍ତ୍ରୀଲୋକ ଏଠାରେ ଏହି ଖଳାରେ ଥିଲା।” 15 ଏହା ପରେ ବୋୟାଜ ଋତଙ୍କୁ କହିଲେ, “ତୁମ୍ଭର ଗ୍ଭଦର ମେଲାଇ ଧର।”

ତହିଁରେ ଋତ ମେଲାଇ ଧରିଲା ଓ ବୋୟାଜ ଏକ ବୁଶେଲ ବାର୍ଲି ତହିଁରେ ଢାଳି ଦେଲେ। ତା'ପରେ ସେ ତାକୁ ପିଠିରେ ପକାଇ ଦେଲେ ସେ (ସ୍ତ୍ରୀ) ସହରକୁ ଫେରିଗଲା।

16 ଯେତେବେଳେ ଋତ ଘରକୁ ଆସିଲା, ତା'ର ଶାଶୁ ତାକୁ ପଗ୍ଭରିଲେ, “ହେ ମୋର କନ୍ୟା ସବୁକିଛି କେମିତି ହେଲା?”

ତା'ପରେ ଋତ ଲୋକଟି କରିଥିବା ସବୁକିଛି ବର୍ଣ୍ଣନା କଲା। 17 ତା'ପରେ ସେ (ସ୍ତ୍ରୀ) କହିଲା, “ବୋୟାଜ ଏହି ଯବ ଉପହାର ଦେଇଛନ୍ତି। ବୋୟାଜ କହିଲେ, ବିନା ଉପହାରରେ ତୁମ୍ଭେ ତୁମ୍ଭ ଶାଶୁଙ୍କ ନିକଟକୁ ଯିବା ଉଚିତ୍ ନୁହେଁ।”

18 ନୟମୀ କହିଲା, “ହେ କନ୍ୟା, ଏହି ବିଷୟ କ’ଣ ହେବ, ଏହା ତୁମ୍ଭେ ଜାଣିବା ପର୍ଯ୍ୟନ୍ତ, ଧୈର୍ଯ୍ୟ ଧର, କାରଣ ସେହି ମନୁଷ୍ୟ କାର୍ଯ୍ୟ ଶେଷ ନକଲା ପର୍ଯ୍ୟନ୍ତ ବସିପାରିବ ନାହିଁ। ଆମ୍ଭେମାନେ ଜାଣୁ ଯେ ଦିନ ସରିବା ପୂର୍ବରୁ କ’ଣ ହେବ।”

ବୋୟାଜ ଏବଂ ତାଙ୍କର ସମ୍ପର୍କୀୟ

ବୋୟାଜ ନଗର ଦ୍ୱାରକୁ ଗଲା ଏବଂ ସେଠାରେ ବସିଲା, ସେ କହିଥିବା ନିକଟ ସମ୍ପର୍କୀୟକୁ ଯାଉଥିବାର ଦେଖିଲା। ତେଣୁ ସେ ତାହାକୁ ଡାକି କହିଲେ, “ଆସ ଏବଂ ଏହିଠାରେ ବସ!” ତେଣୁ ସେ ଲୋକଟି ଆସିଲା ଓ ସେହିଠାରେ ବସିଲା।

ଏହା ପରେ ବୋୟାଜ କେତେକ ସାକ୍ଷୀ ଠୂଳ କଲେ। ସେମାନେ ନଗରର ଦଶ ଜଣ ବୟୋଜ୍ୟେଷ୍ଠ ଥିଲେ। ସେ ସେମାନଙ୍କୁ କହିଲେ, “ଏହିଠାରେ ବସ, ତେଣୁ ସେମାନେ ସେଠାରେ ବସିଲେ।”

ବୋୟାଜ ସେମାନଙ୍କର ରକ୍ଷାକର୍ତ୍ତାକୁ କହିଲା, “ନୟମୀ ପର୍ବତମୟ ଦେଶ ମୋୟାବରୁ ଫେରିଅଛି। ଏବଂ ସେ ତା'ର ଭୂମିକୁ ବିକ୍ରି କରିବାର ଥିଲା, ଯାହାକି ଏଲିମେଲକର ଥିଲା।[a] ଏଠାରେ ଥିବା ଲୋକମାନଙ୍କ ସମ୍ମୁଖରେ ଓ ମୋର ଲୋକମାନଙ୍କର ପ୍ରାଚୀନମାନଙ୍କ ସମ୍ମୁଖରେ ମୁଁ ତୁମ୍ଭକୁ କହିବା ପାଇଁ ନିଷ୍ପତ୍ତି କରିଛି। ଯଦି ତୁମ୍ଭେ ଏହାକୁ କିଣିବାକୁ ଗ୍ଭହଁ, ତେବେ ଏହାକୁ କିଣ! ଯଦି ଏହା ତୁମ୍ଭେ କିଣିବାକୁ ନ ଗ୍ଭହଁ, ତେବେ ମୋତେ କୁହ ଓ ମୁଁ ଏହାକୁ କିଣିବି ଯେହେତୁ ତୁମ୍ଭେ ଜାଣ, ତୁମ୍ଭ ପରେ ମୁଁ ଯଥାର୍ଥ ଲୋକ ଯାହାର ଏହି ଜାଗାକୁ କିଣିବା ପାଇଁ ଅଧିକାର ଅଛି।

ଯଦି ତୁମ୍ଭେ କିଣିବାକୁ ଗ୍ଭହଁ ନାହିଁ, ତେବେ ମୁଁ ଏହାକୁ କିଣିବି।”

ଏହା ପରେ ବୋୟାଜ କହିଲା, “ଯେବେ ତୁମ୍ଭେ ନୟମୀଠାରୁ ଏହି ଜମି କିଣିଛ, ତେବେ ତୁମ୍ଭେ ମୃତ ଲୋକର ସ୍ତ୍ରୀ ମୋୟାବୀୟ ଋତକୁ ହିଁ ପାଇବ। ମୃତ ଲୋକର ଭୂମିର ବଂଶଧର ପାଇବା ପାଇଁ ତୁମ୍ଭେ ତାକୁ ବିବାହ କରିବା ଉଚିତ୍। ଏହିପରି ଭାବରେ ସେହି ଜମି ମୃତ ଲୋକର ନାମରେ ରହିଯିବ।”

ରକ୍ଷାକର୍ତ୍ତା କହିଲା, “ମୁଁ ଏହାକୁ କ୍ରୟ କରି ପାରିବି ନାହିଁ। ଯଦିଓ ଏହା ମୋର ଅଧିକାର ଅଟେ, ମୁଁ ଏହାକୁ ପାରିବି ନାହିଁ। ଯଦି ମୁଁ ଏହା କରେ, ମୁଁ ମୋର ଜମି ହୁଏତ ହରାଇପାରେ। ସେଥିପାଇଁ ତୁମ୍ଭେ ତାହା କିଣିପାର।”

ତୀମଥିଙ୍କ ପ୍ରତି ପ୍ରଥମ ପତ୍ର 5:9-16

ବିଧବା ତାଲିକା (ସେବାକାର୍ଯ୍ୟରେ) ଆହୁରି ମଧ୍ୟ ଯୋଗ କରାଯାଇପାରେ ଯେ ସେ ନିଶ୍ଚିତରୂପେ ଷାଠିଏ ବର୍ଷ ବା ତା'ଠାରୁ ଅଧିକ ବୟସର ହୋଇଥିବେ। ସେ କେବଳ ସ୍ୱାମୀର ବିଶ୍ୱସ୍ତ ହୋଇଥିବେ। 10 ସେ ଜୀବନରେ ଭଲ କାମ କରିଥିବେ। ଯେପରି ପିଲାମାନଙ୍କୁ ବୃଦ୍ଧି କରିବା, ଘରେ ଅତିଥିମାନଙ୍କୁ ସତ୍କାର କରିବା, ପରମେଶ୍ୱରଙ୍କ ଲୋକମାନଙ୍କର ଗୋଡ଼ ଧୋଇବ, କଷ୍ଟରେ ପଡ଼ିଥିବା ଲୋକଙ୍କୁ ସାହାଯ୍ୟ କରିବା ଓ ନିଜ ଜୀବନରେ ସମସ୍ତ ପ୍ରକାରର ଭଲ କାମ କରିବା।

11 କିନ୍ତୁ ଯୁବତୀ ବିଧବାମାନଙ୍କୁ ସେହି ତାଲିକାଭୁକ୍ତ କର ନାହିଁ। ସେମାନେ ଯୀଶୁ ଖ୍ରୀଷ୍ଟଙ୍କ ପାଇଁ ସମର୍ପିତ ହେବା ପରେ ମଧ୍ୟ ନିଜର ପ୍ରବଳ କାମାଭିଳାଷ ଯୋଗୁଁ ତାହାଙ୍କଠାରୁ ଦୂରକୁ ଆକର୍ଷିତ ହୋଇ ପାରନ୍ତି। ତା'ପରେ ସେମାନେ ପୁଣି ଥରେ ବିବାହ କରିବାକୁ ଇଚ୍ଛା କରନ୍ତି। 12 ସେଥିପାଇଁ ସେମାନଙ୍କର ବିଗ୍ଭର ହେବ। ତାହାଙ୍କର ପ୍ରଥମ ପ୍ରତିଜ୍ଞା ଅନୁସାରେ, କାମ ନ କରିବା ଯୋଗୁଁ ସେମାନେ ବଗ୍ଭରିତ ହେବେ। 13 ସେହି ଯୁବତୀ ବିଧବାମାନେ ଘରକୁ ଘର ଅଯଥାରେ ବୁଲାବୁଲି କରି ସମୟ ନଷ୍ଟ କରିବା ଶିଖନ୍ତି। ସେମାନେ ବଚସା କରିବା ଓ ଅନ୍ୟଲୋକଙ୍କ ଜୀବନ ବିଷୟରେ ଚର୍ଚ୍ଚା କରିବା ଆରମ୍ଭ କରନ୍ତି। ଅନୁଚିତ୍ କଥାଗୁଡ଼ିକ କୁହନ୍ତି। 14 ଅତଏବ ଯୁବତୀମାନେ ବିବାହ କରନ୍ତୁ ସେମାନଙ୍କର ପିଲା-ଛୁଆ ହୁଅନ୍ତୁ ଏବଂ ସେମାନେ ନିଜ ଘରର ଯତ୍ନ ନିଅନ୍ତୁ, ମୁଁ ଏହା ଗ୍ଭହେଁ। ଯଦି ସେମାନେ ଏପରି କରିବେ, ତା'ହେଲେ ଆମ୍ଭ ଶତ୍ରୁମାନେ ସେମାନଙ୍କୁ ସମାଲୋଚନା କରିବା ପାଇଁ କୌଣସି କାରଣ ପାଇବେ ନାହିଁ। 15 ଏଥିପୂର୍ବରୁ କେତେ ଜଣ ଯୁବତୀ ବିଧବା ଶୟତାନର ପଥରେ ଯାଇଛନ୍ତି।

16 ଯଦି ଜଣେ ବିଶ୍ୱାସୀ ସ୍ତ୍ରୀଲୋକର ପରିବାରରେ ବିଧବାମାନେ ଅଛନ୍ତି, ତା'ହେଲେ ସେମାନଙ୍କର ସେ ନିଜେ ଯତ୍ନ ନେବା ଦରକାର। ମଣ୍ଡଳୀକୁ ଏଥିପାଇଁ ଭାରଗ୍ରସ୍ତ କରିବା ଉଚିତ୍ ନୁହେଁ। ତା'ପରେ ମଣ୍ଡଳୀ କେବଳ ପରିବାର ବିହୀନ ବିଧବାମାନଙ୍କର ଯତ୍ନ ନେବାରେ ସକ୍ଷମ ହେବ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center