Revised Common Lectionary (Complementary)
94 ହେ ସଦାପ୍ରଭୁ, ପ୍ରତିଫଳ ଦାତା ପରମେଶ୍ୱର, ଯିଏ ଦଣ୍ଡ ଦିଅନ୍ତି,
ତୁମ୍ଭର ମହାନତା ଦେଖାଅ।
2 ତୁମ୍ଭେ ହେଉଛ ସାରା ପୃଥିବୀର ବିଗ୍ଭରକର୍ତ୍ତା।
ଜାଗି ଉଠ ଏବଂ ଅହଙ୍କାରୀ ଲୋକମାନଙ୍କୁ ତାଙ୍କର କର୍ମାନୁସାରେ ଫଳ ଦିଅ, ଯାହା ସେମାନେ ଗ୍ଭହାନ୍ତି।
3 ହେ ସଦାପ୍ରଭୁ, ଦୁଷ୍ଟମାନେ କେତେ କାଳଯାଏ ଶାସନ କରିବେ?
ସଦାପ୍ରଭୁ ଆଉ କେତେ କାଳ?
4 ସେହି ଦାଗିମାନେ ଆଉ କେତେ କାଳ ଅହଙ୍କାର କଥା କହିବେ?
ସେହି ଅଧର୍ମାଗ୍ଭରୀମାନେ କେତେ କାଳ ଦର୍ପ କରିବେ?
5 ହେ ସଦାପ୍ରଭୁ, ସେମାନେ ତୁମ୍ଭ ଲୋକମାନଙ୍କୁ ନିରାଶ କରନ୍ତି।
ସେମାନେ ତୁମ୍ଭର ଲୋକମାନଙ୍କୁ ଯନ୍ତ୍ରଣା ଦିଅନ୍ତି।
6 ସେହି ଲୋକମାନେ ବିଧବାମାନଙ୍କୁ ଓ ନିଜ ଦେଶରେ ଥିବା ଅତିଥିମାନଙ୍କୁ ବାଧ୍ୟ କରନ୍ତି।
ସେମାନେ ଅନାଥ ପିଲାମାନଙ୍କୁ ମଧ୍ୟ ହତ୍ୟା କରନ୍ତି।
7 ସେମାନେ ଏହିପରି କହନ୍ତି ଯେ, ସଦାପ୍ରଭୁ ସେମାନଙ୍କର କୁକର୍ମକୁ ଦେଖି ପାରିବେ ନାହିଁ।
କିଅବା ଯାକୁବର ପରମେଶ୍ୱର ବିବେଚନା କରିବେ ନାହିଁ।
8 ହେ ପଶୁବତ୍ ଲୋକମାନେ,
ତୁମ୍ଭେ କେବେ ବୁଦ୍ଧି ପାଇବ?
ହେ ନିର୍ବୋଧ ଅଧର୍ମକାରୀ ଲୋକ,
ଚେଷ୍ଟା କର ଏବଂ ବୁଝ।
9 ପରମେଶ୍ୱର ଆମ୍ଭର କର୍ଣ୍ଣ ସୃଷ୍ଟି କଲେ,
ସେ କ’ଣ ଶୁଣିପାରୁ ନାହାନ୍ତି!
ପରମେଶ୍ୱର ଆମ୍ଭମାନଙ୍କର ଚକ୍ଷୁ ସୃଷ୍ଟି କରିଛନ୍ତି।
ସେ କ’ଣ ଦେଖି ପାରିବେ ନାହିଁ! ଯାହାସବୁ ଘଟିଯାଉଛି।
10 ଜଣେ ଯିଏକି ଜାତିଗଣକୁ ସଂଶୋଧନ କରନ୍ତି, ତୁମ୍ଭକୁ ଦଣ୍ଡ ଦେବେ?
ସେ ମାନବମାନଙ୍କୁ ଜ୍ଞାନ ବିଷୟରେ ଶିକ୍ଷା ଦିଅନ୍ତି।
11 ସଦାପ୍ରଭୁ ଜାଣନ୍ତି
ଲୋକମାନଙ୍କର ଚିନ୍ତାଧାରା ଅସାର ମାତ୍ର।
12 ହେ ସଦାପ୍ରଭୁ, ଯେଉଁ ଲୋକମାନଙ୍କୁ ତୁମ୍ଭେ ଶାସନ କର, ସେମାନେ ଆଶୀର୍ବାଦ ପ୍ରାପ୍ତ ହେବେ।
ତୁମ୍ଭେ ଆପଣା ନିୟମରେ ସେମାନଙ୍କୁ ବଞ୍ଚିବାର ଠିକ୍ ମାର୍ଗ ଶିକ୍ଷା ଦିଅ।
13 ବିପଦ ବେଳେ ସେମାନଙ୍କୁ ସୁସ୍ଥିର କର,
ଦୁଷ୍ଟମାନେ ବିନାଶ ହେବା ପର୍ଯ୍ୟନ୍ତ ତୁମ୍ଭର ଅନୁଗାମୀମାନଙ୍କୁ ସାହାଯ୍ୟ କର।
14 ସଦାପ୍ରଭୁ ଆପଣା ଲୋକମାନଙ୍କୁ ଦୂର କରିବେ ନାହିଁ।
ସେ ନିଜର ପ୍ରାଧାନ୍ୟତ୍ୱକୁ ପରିତ୍ୟାଗ କରିବେ ନାହିଁ।
15 ନ୍ୟାୟ ଫେରିବ ଏବଂ ଏହା ସ୍ୱଚ୍ଛତା ଆଣିବ
ଏବଂ ଯେଉଁ ସମସ୍ତ ବ୍ୟକ୍ତି ସତ୍ୟପ୍ରିୟ ଅଟନ୍ତି, ନ୍ୟାୟର ଅନୁଗାମୀ ହେବେ।
16 ଦୁଷ୍ଟ ଲୋକମାନଙ୍କ ବିରୁଦ୍ଧରେ ଲଢ଼ିବା ପାଇଁ କିଏ ମୋତେ ସାହାଯ୍ୟ କରିବ?
ଦୁଷ୍ଟ ଲୋକମାନଙ୍କ ବିପକ୍ଷରେ କିଏ ମୋ’ ସହିତ ଠିଆ ହେବ?
17 ଯଦି ମୋତେ ସଦାପ୍ରଭୁ ସାହାଯ୍ୟ କରି ନ ଥା’ନ୍ତେ,
ତେବେ ମୃତ୍ୟୁ ମୋର ପ୍ରାଣକୁ ଅତିକ୍ରମ କରି ଯାଇଥା’ନ୍ତା।
18 ମୁଁ ଭାବିଲି, ମୁଁ ତଳକୁ ଖସିବା ଅବସ୍ଥାରେ ଥିଲି
କିନ୍ତୁ ପ୍ରଭୁ ତୁମ୍ଭର ପ୍ରେମ, ମୋତେ ସକ୍ଷମ ହେଲା।
19 ମୁଁ ଅତି ବ୍ୟସ୍ତ ଓ ଚିନ୍ତିତ ଥିଲା ବେଳେ,
ସଦାପ୍ରଭୁ ମୋତେ ଆନନ୍ଦ ଓ ଖୁସୀ ଦେଲେ।
20 ହେ ପରମେଶ୍ୱର, ତୁମ୍ଭେ ନିଷ୍ଠୁର ବିଗ୍ଭରକମାନଙ୍କୁ ସାହାଯ୍ୟ କର ନାହିଁ।
ସେହି ଅଧର୍ମୀ ବିଗ୍ଭରକମାନେ ଲୋକମାନଙ୍କର ଜୀବନକୁ ଦୁର୍ବିସହ କରିବା ପାଇଁ ନିୟମକୁ ବ୍ୟବହାର କରନ୍ତି।
21 ଯେଉଁ ବିଗ୍ଭରକଗଣ ଭଲ ଲୋକମାନଙ୍କୁ ନ୍ୟାୟ ଦିଅନ୍ତି ନାହିଁ,
ସେମାନେ କହନ୍ତି ନିରୀହ ଲୋକମାନେ ଦୋଷୀ ଏବଂ ସେମାନଙ୍କୁ ମରଣର ଆରୋପ କର।
22 ମାତ୍ର ସଦାପ୍ରଭୁ ଉଚ୍ଚ ପର୍ବତରେ ମୋର ଉଚ୍ଚ ଦୁର୍ଗ
ଓ ମୋର ପରମେଶ୍ୱର ମୋର ଆଶ୍ରୟଶୈଳ ହୋଇଅଛନ୍ତି।
23 ପରମେଶ୍ୱର ସେହି ଅଧର୍ମୀ ବିଗ୍ଭରକମାନଙ୍କୁ
ତାଙ୍କର କୃତ କର୍ମ ପାଇଁ ଦଣ୍ଡ ଦେବେ।
ଆମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ୱର ସେମାନଙ୍କୁ ଧ୍ୱଂସ କରିବେ।
ଯିହୁଦାରେ ଦୁର୍ଭିକ୍ଷ
1 ସେହି ସମୟରେ ଯେତେବେଳେ ବିଗ୍ଭରକଗଣ ଶାସନ କରୁଥିଲେ, ସେହି ଦେଶରେ ଦୁର୍ଭିକ୍ଷ ପଡ଼ିଥିଲା। ତେଣୁ ଏଲିମେଲକ ନାମକ ଜଣେ ଲୋକ ଯିହୁଦାସ୍ଥିତ ନିଜର ଗୃହ ବୈଥ୍ଲେହେମକୁ ପରିତ୍ୟାଗ କଲା ଏବଂ ସେ ତା'ର ସ୍ତ୍ରୀ ଓ ଦୁଇ ପୁତ୍ର ସହିତ ମୋୟାବ ଦେଶରେ ବାସ କରିବାକୁ ଗଲା। 2 ସେହି ଲୋକର ସ୍ତ୍ରୀର ନାମ ଥିଲା ନୟମୀ ଓ ଦୁଇ ପୁତ୍ରଙ୍କ ନାମ ଥିଲା, ମହଲୋନ୍ ଓ କିଲିୟୋନ। ସେମାନେ ଥିଲେ, ଯିହୁଦାର ବୈଥ୍ଲେହମରୁ ଏଫ୍ରାଥିୟ ଲୋକ। ସେମାନେ ମୋୟାବର ପର୍ବତମୟ ଦେଶକୁ ଗଲେ ଓ ସେଠାରେ ବସବାସ କଲେ।
3 ଏହା ପରେ ନୟମୀର ସ୍ୱାମୀ ଏଲିମେଲକ ମରିଗଲା। କେବଳ ନୟମୀ ଓ ତା'ର ଦୁଇ ପୁତ୍ର ବଞ୍ଚି ରହିଲେ। 4 ତା'ର ପୁତ୍ରମାନେ ମୋୟାବର ଯୁବତୀଙ୍କୁ ବିବାହ କଲେ। ଜଣେ ସ୍ତ୍ରୀଙ୍କର ନାମଥିଲା ଅର୍ପା, ଅନ୍ୟ ଜଣକର ନାମ ଥିଲା ଋତ। ସେମାନେ ମୋୟାବରେ ଦଶ ବର୍ଷ ବାସ କଲେ। 5 ମହଲୋନ ଏବଂ କିଲିୟୋନ ମଧ୍ୟ ମୃତ୍ୟୁବରଣ କଲେ। ତେଣୁ ନୟମୀ ସ୍ୱାମୀହୀନ ଓ ପୁତ୍ରହୀନ ହୋଇ ରହିଲା।
ନୟମୀ ତା'ର ଗୃହକୁ ଫେରି ଗଲା
6 ଯେତେବେଳେ ନୟମୀ ମୋୟାବର ପର୍ବତମୟ ଦେଶରେ ବାସ କରୁଥିଲା, ସେ ଜାଣିବାକୁ ପାଇଲା ଯେ, ପରମେଶ୍ୱର ତାଙ୍କର ଲୋକମାନଙ୍କୁ ସାହାଯ୍ୟ କରୁଛନ୍ତି। ସେ ଯିହୁଦାର ଲୋକମାନଙ୍କୁ ଖାଦ୍ୟ ଦେଉଛନ୍ତି। ତେଣୁ ସେ ମୋୟାବ ଦେଶ ଛାଡ଼ି ନିଜ ଦେଶକୁ ଫେରିଯିବା ପାଇଁ ନିଷ୍ପତ୍ତି ନେଲା। ତା'ର ପୁତ୍ରବଧୂମାନେ ମଧ୍ୟ ତା’ ସହିତ ଯିବା ପାଇଁ ନିଷ୍ପତ୍ତି ନେଲେ। 7 ତେଣୁ ସେ ତା'ର ପୁତ୍ର ବଧୂମାନଙ୍କୁ ଧରି ତା'ର ବାସସ୍ଥାନ ଛାଡ଼ି ଯିହୁଦାକୁ ଗ୍ଭଲି ଆସିଲା।
8 ଏହା ପରେ ନୟମୀ ତା'ର ପୁତ୍ରବଧୂମାନଙ୍କୁ କହିଲା, “ତୁମ୍ଭମାନଙ୍କ ମଧ୍ୟରୁ ପ୍ରତ୍ୟେକ ତୁମ୍ଭମାନଙ୍କର ମା’ ପାଖକୁ ଫେରିଯାଅ। ତୁମ୍ଭେମାନେ ତୁମ୍ଭମାନଙ୍କର ସ୍ୱାମୀମାନଙ୍କ ପ୍ରତି, ଯେଉଁମାନେ କି ବର୍ତ୍ତମାନ ମୃତ ଓ ମୋ’ ପ୍ରତି ଦୟା ଦେଖାଇଛ। ତେଣୁ ମୁଁ ପ୍ରାର୍ଥନା କରେ ଯେ, ସଦାପ୍ରଭୁ ତୁମ୍ଭଙ୍କୁ ଉତ୍ତମତା ଓ ଦୟା ଦେଖାଇବେ। 9 ମୁଁ ପ୍ରାର୍ଥନା କରୁଛି ଯେ, ସଦାପ୍ରଭୁ ତୁମ୍ଭ ପ୍ରତ୍ୟେକଙ୍କୁ ନୂତନ ସ୍ୱାମୀ ଏବଂ ସୁରକ୍ଷିତ ଘର ଦିଅନ୍ତୁ।” ନୟମୀ ତା'ର ପୁତ୍ରବଧୂମାନଙ୍କୁ ଚୁମ୍ବନ ଦେଲା ଓ ସେମାନେ ସମସ୍ତେ କ୍ରନ୍ଦନ କଲେ।
10 କିନ୍ତୁ ପୁତ୍ରବଧୂମାନେ କହିଲେ, “ଆମ୍ଭେମାନେ ତୁମ୍ଭ ସହିତ ତୁମ୍ଭର ଦେଶ ଓ ତୁମ୍ଭର ଲୋକମାନଙ୍କ ନିକଟକୁ ଯିବାକୁ ଗ୍ଭହୁଁ।”
11 କିନ୍ତୁ ନୟମୀ କହିଲେ, “ନା, ମୋର କନ୍ୟାଗଣ, ତୁମ୍ଭେ ତୁମ୍ଭର ସ୍ୱଗୃହକୁ ଫେରିଯାଅ। ତୁମ୍ଭେମାନେ ଆଉ କାହିଁକି ମୋ’ ସହିତ ଯିବ? ମୁଁ ତୁମ୍ଭମାନଙ୍କୁ ସାହାଯ୍ୟ କରି ପାରିବି ନାହିଁ। ମୋର ତ ଗର୍ଭରେ ଆଉ ସନ୍ତାନ ନାହାନ୍ତି, ଯେଉଁମାନେ କି ତୁମ୍ଭର ସ୍ୱାମୀ ହୋଇ ଥା’ନ୍ତେ। 12 ତୁମ୍ଭେ କ’ଣ ସ୍ୱସ୍ଥାନକୁ ଯିବ ନାହିଁ? ମୁଁ ଅତ୍ୟଧିକ ବୟସ୍କା ବିବାହ କରିବା ପାଇଁ ଏବଂ ଏକ ନୂଆ ସ୍ୱାମୀ ପାଇବାକୁ। ତଥାପି ଯଦି ପୁନର୍ବାର ବିବାହ କରିବା ପାଇଁ ଯଦି ଆଶା କରେ, ତଥାପି ଯଦି ମୋର ଗୋଟିଏ ସ୍ୱାମୀ ଆଜି ରାତ୍ରିରେ ଥିଲା, ଏବଂ ମୁଁ ଗର୍ଭବତୀ ହୁଏଁ ଏବଂ ଦୁଇଟି ସନ୍ତାନ ଜନ୍ମ ଦିଏ, ଏହାବି ତୁମ୍ଭ ପାଇଁ କୌଣସି ସାହାଯ୍ୟ ହେବ କି? 13 ସେମାନେ ବଡ଼ ହେବା ପର୍ଯ୍ୟନ୍ତ ତୁମ୍ଭେ କ’ଣ ଅପେକ୍ଷା କରିବ ଏବଂ ଯଥେଷ୍ଟ ବୟଷ୍କ ବିବାହ କରିବା ନିମନ୍ତେ? ତୁମ୍ଭେ ଯେତେବେଳେ ସେମାନଙ୍କୁ ଅପେକ୍ଷା କରିବ। ତୁମ୍ଭେ ନିଜକୁ ଅନ୍ୟ ସ୍ୱାମୀମାନଙ୍କଠାରୁ ବିବାହ କରିବାଠାରୁ ଦୂରେଇ ରଖି ପାରିବ କି? ନା, ମୋର କନ୍ୟାଗଣ, ମୁଁ ତୁମ୍ଭମାନଙ୍କ ପାଇଁ ଖରାପ ଅନୁଭବ କରୁଛି, କାରଣ ଏହା ଜଣାଯାଏ ଯେ, ସଦାପ୍ରଭୁ ମୋ’ ବିରୁଦ୍ଧରେ ଅଛନ୍ତି।”
14 ଏଣୁ ସେହି ସ୍ତ୍ରୀଲୋକମାନେ ପୁଣି ରୋଦନ କଲେ। ଏହା ପରେ ଅର୍ପା ତା'ର ଶାଶୁକୁ ଚୁମ୍ବନ ଦେଲା ଓ ଗ୍ଭଲିଗଲା। କିନ୍ତୁ ଋତ ତାଙ୍କୁ ଧରି ରହିଲା।
15 ନୟମୀ କହିଲା, “ଦେଖ, ତୁମ୍ଭର ଯାଆ ତା'ର ନିଜର ଲୋକମାନଙ୍କ ନିକଟକୁ ପୁଣି ଆପଣା ଦେବତାମାନଙ୍କ ନିକଟକୁ ଫେରିଗଲେ। ତୁମ୍ଭେ ମଧ୍ୟ ସେହିପରି କରିବା ଉଚିତ୍।”
16 କିନ୍ତୁ ଋତ କହିଲେ, “ଦୟାକରି ତୁମ୍ଭକୁ ଛାଡ଼ି ଯିବା ପାଇଁ ମୋତେ ବାଧ୍ୟ କର ନାହିଁ। ମୋର ସ୍ୱଗୃହକୁ ଫେରିଯିବା ପାଇଁ ମୋତେ କୁହ ନାହିଁ। ମୋତେ ତୁମ୍ଭ ସହିତ ଯିବାକୁ ଦିଅ। ତୁମ୍ଭେ ଯୁଆଡ଼େ ଯିବ, ମୁଁ ସେହିଆଡ଼େ ଯିବି। ତୁମ୍ଭେ ଯେଉଁଠାରେ ରହିବ ମୁଁ ସେହିଠାରେ ରହିବି। ତୁମ୍ଭର ଲୋକ ହିଁ ମୋର ଲୋକ, ତୁମ୍ଭର ସଦାପ୍ରଭୁ ହିଁ ମୋର ସଦାପ୍ରଭୁ ହେବେ। 17 ତୁମ୍ଭେ ଯେଉଁଠାରେ ମରିବ ଓ କବର ନେବ ମୁଁ ସେହିଠାରେ ମରିବି ଓ କବର ନେବି। କେବଳ ମୃତ୍ୟୁଛଡ଼ା ଆଉ କିଛି ହିଁ ଯେବେ ତୁମ୍ଭକୁ ଓ ମୋତେ ବିଚ୍ଛେଦ କରଇ, ତେବେ ସଦାପ୍ରଭୁ ସେହି ଦଣ୍ଡରୁ ମଧ୍ୟ ତହିଁରୁ ଅଧିକ ମୋତେ ଦିଅନ୍ତୁ।”
ଗୃହକୁ ଆସିଲେ
18 ନୟମୀ ଦେଖିଲେ ଯେ ଋତ ତାଙ୍କ ସହିତ ଯିବା ପାଇଁ ସଂକଳ୍ପବଦ୍ଧ ଥିଲେ। ତେଣୁ ନୟମୀ ତାଙ୍କ ସହିତ ଯୁକ୍ତି ବନ୍ଦ କଲେ। 19 ନୟମୀ ଏବଂ ଋତ ବୈଥ୍ଲେହମକୁ ଗଲେ। ସେମାନେ ଯେତେବେଳେ ବୈଥ୍ଲେହମରେ ପ୍ରବେଶ କଲେ, ଲୋକମାନେ ଉତ୍ସୁକ ହେଲେ ଓ କହିଲେ, “ଏ କ’ଣ ପ୍ରକୃତରେ ନୟମୀ?”
20 କିନ୍ତୁ ନୟମୀ ସେହି ଲୋକମାନଙ୍କୁ କହିଲେ, “ମୋତେ ନୟମୀ ବୋଲି ଡାକ ନାହିଁ, ମୋତେ ମାରା ବୋଲି ଡାକ। ଯେହେତୁ ସର୍ବଶକ୍ତିମାନ ପରମେଶ୍ୱର ମୋର ଜୀବନକୁ ଦୁଃଖପୂର୍ଣ୍ଣ କରିଅଛନ୍ତି। 21 ଯେତେବେଳେ ମୁଁ ଏହି ସ୍ଥାନ ଛାଡ଼ିଲି, ମୋର ସବୁକିଛି ଥିଲା, କିନ୍ତୁ ସଦାପ୍ରଭୁ ମୋତେ ଖାଲି ହାତରେ ଘରକୁ ଫେରାଇ ଆଣିଲେ। ସଦାପ୍ରଭୁ ମୋତେ ଦୁଃଖ ଦେଇଅଛନ୍ତି, ତେଣୁ ତୁମ୍ଭେମାନେ ମୋତେ ‘ନୟମୀ’ ବୋଲି କାହିଁକି ଡାକୁଅଛୁ? ସର୍ବଶକ୍ତିମାନ ପରମେଶ୍ୱର ମୋତେ ଅନେକ ଦୁଃଖ ଦେଇଛନ୍ତି ଏବଂ ମୋ’ ଉପରକୁ ବହୁତ ଅସୁବିଧା ଆଣିଛନ୍ତି।”
22 ଏହିପରି ଭାବରେ ବାର୍ଲି ଅମଳ ଆରମ୍ଭ ହେବା ସମୟରେ ନୟମୀ ଏବଂ ତା'ର ପୁତ୍ରବଧୂ ଋତ ମୋୟାବର ପାର୍ବତ୍ୟ ଦେଶରୁ ବୈଥ୍ଲେହମକୁ ଫେରି ଆସିଲେ।
5 ତୁମ୍ଭେ ଜଣେ ବୟସ୍କ ଲୋକ ସହିତ ରାଗରେ କଥାବାର୍ତ୍ତା କର ନାହିଁ। ନିଜ ପିତା ବୋଲି ଭାବି ତାହାଙ୍କ ସହିତ କଥା କୁହ। ସାନମାନଙ୍କ ପ୍ରତି ନିଜ ଭାଇ ଭଳି ଆଚରଣ କର। 2 ବୟସ୍କା ସ୍ତ୍ରୀଲୋକମାନଙ୍କୁ ମା ଭଳି ଓ ଯୁବତୀ ସ୍ତ୍ରୀଲୋକମାନଙ୍କୁ ଭଉଣୀ ଭଳି ଆଚରଣ କର। ସର୍ବଦା ସେମାନଙ୍କ ପ୍ରତି ପବିତ୍ରତାର ସହିତ ଆଚରଣ କର।
ବିଧବାମାନଙ୍କର ଯତ୍ନ ନେବା
3 ପ୍ରକୃତରେ ଏକୁଟିଆଥିବା ବିଧବାମାନଙ୍କର ଯତ୍ନ ନିଅ। 4 କିନ୍ତୁ ଯଦି ଜଣେ ବିଧବାର ପୁଅଝିଅ ବା ନାତିନାତୁଣୀ ଥାଏ, ସେମାନେ ପ୍ରଥମରେ ନିଜ ପରିବାର ପ୍ରତି ସମ୍ମାନଭାବ ଦେଖାଇବା ଉଚିତ୍। ସେମାନେ ତାଙ୍କର ପିତାମାତାଙ୍କୁ ସାହାଯ୍ୟ କରିବା ଉଚିତ୍। ଏପରି କରିବା ଦ୍ୱାରା ସେମାନେ ନିଜର ପିତାମାତା ଓ ପିତାମହ ଓ ମାତାମହୀଙ୍କୁ ପ୍ରତିଦାନ କରି ଥା’ନ୍ତି। ତାହା ପରମେଶ୍ୱରଙ୍କୁ ପ୍ରସନ୍ନ କରେ। 5 ଯଦି ଜଣେ ବିଧବା ପ୍ରକୃତରେ ଏକୁଟିଆ ଓ ନିରାଶାରେ ରହିଥାଏ, ତା'ହେଲେ ସେ ତା’ ପ୍ରତି ପରମେଶ୍ୱରଙ୍କର ସାହାଯ୍ୟ ଉପରେ ଭରସା କରେ। ସେହି ବିଧବାଟି ରାତିଦିନ ପରମେଶ୍ୱରଙ୍କୁ ପ୍ରାର୍ଥନା କରେ, ତାହାଙ୍କ ସାହାଯ୍ୟ ପାଇଁ ଅନୁରୋଧ କରେ। 6 କିନ୍ତୁ ଏଭଳି ବିଧବା ଯାହାର ଜୀବନର ଲକ୍ଷ୍ୟ କେବଳ ନିଜକୁ ସନ୍ତୁଷ୍ଟ କରିବା, ସେ ବଞ୍ଚି ଥାଉଥାଉ ମଧ୍ୟ ପ୍ରକୃତରେ ମୃତ। 7 ସେଠାରେ ଥିବା ସମସ୍ତ ବିଶ୍ୱାସୀ ଲୋକଙ୍କୁ ଏହି କାମଗୁଡ଼ିକ କରିବା ପାଇଁ କୁହ, ତା'ହେଲେ କେହି କହିବେ ନାହିଁ ଯେ ସେମାନେ ଭୁଲ୍ କରୁଛନ୍ତି। 8 ନିଜର ଆତ୍ମୀୟ ସମସ୍ତଙ୍କର ଯତ୍ନ ନେବା ଜଣେ ଲୋକର କର୍ତ୍ତବ୍ୟ ଅଟେ। ଏପରିକି ଆଉ ମଧ୍ୟ ସେ ନିଜ ପରିବାରର ଯତ୍ନ ନେବା ଅଧିକ ଗୁରୁତ୍ୱପୂର୍ଣ୍ଣ। ଯଦି ଜଣେ ଲୋକ ସେହିପରି କରୁ ନାହିଁ, ତା'ହେଲେ ସେ ଲୋକ ସତ୍ୟ ବିଶ୍ୱାସକୁ ଅନୁସରଣ କରୁ ନାହିଁ। ସେହି ଲୋକ ଜଣେ ଅବିଶ୍ୱାସୀଠାରୁ ମଧ୍ୟ ଖରାପ।
2010 by World Bible Translation Center