Print Page Options
Previous Prev Day Next DayNext

Revised Common Lectionary (Complementary)

Daily Bible readings that follow the church liturgical year, with thematically matched Old and New Testament readings.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 146

146 ସଦାପ୍ରଭୁଙ୍କର ପ୍ରଶଂସା କର!
    ମୁଁ ନିଜକୁ କହେ, ସଦାପ୍ରଭୁଙ୍କର ପ୍ରଶଂସା କର।
ମୁଁ ଜୀବନସାରା ସଦାପ୍ରଭୁଙ୍କର ପ୍ରଶଂସା କରିବି।
    ମୁଁ ଜୀବନସାରା ମୋର ପରମେଶ୍ୱରଙ୍କର ପ୍ରଶଂସାର ଗୀତ ଗାଇବି।
ସାହାଯ୍ୟ ପାଇଁ ଅଧିପତିମାନଙ୍କ ଉପରେ ନିର୍ଭର ରଖ ନାହିଁ।
    ଲୋକମାନଙ୍କ ପ୍ରତି ଭରସା କର ନାହିଁ।
    କାରଣ ଲୋକମାନେ ତୁମ୍ଭକୁ ରକ୍ଷା କରି ପାରିବେ ନାହିଁ।
ଲୋକମାନେ ମରନ୍ତି ଓ କବର ନିଅନ୍ତି।
    ଆଉ ସେହି ଦିନ, ସେମାନଙ୍କର ଯୋଜନା ସବୁ ମଧ୍ୟ ମରିଯାଏ।
କିନ୍ତୁ ସେହିମାନେ ଭାଗ୍ୟବାନ୍ ଯେଉଁମାନଙ୍କର ଯାକୁବର ପରମେଶ୍ୱର ଅଛନ୍ତି, ସେହିମାନଙ୍କୁ ସାହାଯ୍ୟ କରିବା ପାଇଁ,
    ସେହିମାନେ ସେମାନଙ୍କର ପରମେଶ୍ୱର ସଦାପ୍ରଭୁଙ୍କ ଉପରେ ନିର୍ଭର କରନ୍ତି।
ସଦାପ୍ରଭୁ ସ୍ୱର୍ଗ, ପୃଥିବୀ, ସମୁଦ୍ର
    ଏବଂ ଏଥିରେ ଥିବା ପ୍ରତ୍ୟେକ ବସ୍ତୁ ମଧ୍ୟ ତିଆରି କଲେ।
ସେ ସର୍ବଦା ବିଶ୍ୱସ୍ତ ଅଟନ୍ତି।
ସଦାପ୍ରଭୁ ଉପଦ୍ରବ ଗ୍ରସ୍ତ ଲୋକ ପକ୍ଷରେ ଯାହା ନ୍ୟାୟ ତାହା କରନ୍ତି।
    ସେ କ୍ଷୁଧାର୍ତ୍ତମାନଙ୍କୁ ଖାଦ୍ୟ ଦିଅନ୍ତି।
ସଦାପ୍ରଭୁ ବନ୍ଦୀଗଣଙ୍କୁ ମୁକ୍ତ କରନ୍ତି।
    ସଦାପ୍ରଭୁ ଆମ୍ଭମାନଙ୍କୁ ଦୃଷ୍ଟି ପ୍ରଦାନ କରନ୍ତି।
ସଦାପ୍ରଭୁ ବିପଦରେ ପଡ଼ୁଥିବା ଲୋକମାନଙ୍କୁ ଉଠାନ୍ତି।
    ସଦାପ୍ରଭୁ ଧାର୍ମିକମାନଙ୍କୁ ପ୍ରେମ କରନ୍ତି।
ସଦାପ୍ରଭୁ ଆମ୍ଭ ଦେଶରେ ରହୁଥିବା ବିଦେଶୀମାନଙ୍କୁ ରକ୍ଷା କରନ୍ତି।
    ସେ ପିତୃହୀନ ଓ ବିଧବାଙ୍କର ଯତ୍ନ ନିଅନ୍ତି,
    ମାତ୍ର ସେ ଦୁଷ୍ଟମାନଙ୍କୁ ଧ୍ୱଂସ କରନ୍ତି।
10 ସଦାପ୍ରଭୁ ଚିରକାଳ ରାଜ୍ୟ କରିବେ।
    ହେ ସିୟୋନ, ତୁମ୍ଭର ପରମେଶ୍ୱର ସଦାସର୍ବଦା ରାଜ୍ୟ କରିବେ।

ସଦାପ୍ରଭୁଙ୍କର ପ୍ରଶଂସା କର।

ଗଣନା ପୁସ୍ତକ 36

ସଲଫାଦର କନ୍ୟାମାନଙ୍କର ଭୂମି

36 ତା'ପରେ ଗିଲିୟଦ ପରିବାରବର୍ଗର ଅଧିପତିମାନେ ଆସିଲେ। ମାଖୀରର ପୁତ୍ର ଗିଲିୟଦ, ମନଃଶିର ପୁତ୍ର ମାଖୀର ଓ ମନଃଶି ଯୋଷେଫଙ୍କର ପୁତ୍ର ଥିଲେ, ମୋଶାଙ୍କ ଓ ଇସ୍ରାଏଲ ଲୋକମାନଙ୍କର ଅଧିପତିମାନେ ସେମାନଙ୍କ ସମ୍ମୁଖରେ ପ୍ରାସ୍ତାବ କଲେ। ସେମାନେ କହିଲେ, “ସଦାପ୍ରଭୁ ଇସ୍ରାଏଲ ଲୋକମାନଙ୍କୁ ଗୁଲିବାଣ୍ଟ ଦ୍ୱାରା ଦେଶାଧିକାର ଦେବା ପାଇଁ ଆମ୍ଭମାନଙ୍କର ମୁନିବ ମୋଶାଙ୍କୁ ଆଜ୍ଞା ଦେଲେ। ଆମ୍ଭ ମୁନିବ ଆମ୍ଭମାନଙ୍କ ଭ୍ରାତା ସଲଫାଦରଙ୍କ ଅଧିକାର ତାହାର କନ୍ୟାମାନଙ୍କୁ ଦେବା ପାଇଁ ସଦାପ୍ରଭୁଙ୍କଠାରୁ ଆଜ୍ଞା ପାଇଥିଲେ। ଯଦି ଇସ୍ରାଏଲ ଲୋକମାନଙ୍କ ମଧ୍ୟରୁ କାହାରି ସଙ୍ଗେ ସେମାନଙ୍କର ବିବାହ ହୁଏ, ତେବେ ଆମ୍ଭମାନଙ୍କ ପୈତୃକ ଅଧିକାରରୁ ସେମାନଙ୍କ ଅଧିକାର କଟାଯିବ। ସେମାନଙ୍କ ଅଧିକାର ସେମାନଙ୍କ ସ୍ୱାମୀ ପରିବାରବର୍ଗରେ ଯୁକ୍ତ ହେବ। ଯେତେବେଳେ ମହୋଲ୍ଲାସ-ଉତ୍ସବ ଇସ୍ରାଏଲ ଲୋକମାନଙ୍କ ଦ୍ୱାରା ପାଳନ କରାଯିବ, ସେମାନଙ୍କର ସମ୍ପତ୍ତି ଅଧିକାର ସେମାନେ ବିବାହ କରିଥିବା ପରିବାରକୁ ଗ୍ଭଲିଯିବ। ଏହି ପ୍ରକାରେ ସେମାନଙ୍କର ସମ୍ପତ୍ତିର ଅଧିକାର ଆମ୍ଭମାନଙ୍କ ପରିବାରରୁ ନିଆଯିବ।”

ତହୁଁ ମୋଶା ସଦାପ୍ରଭୁଙ୍କ ବାକ୍ୟ ଅନୁସାରେ ଆଜ୍ଞା ଦେଇ କହିଲେ, “ଯୋଷେଫଙ୍କ ପରିବାରବର୍ଗର ଏହି ଲୋକମାନେ ଯଥାର୍ଥ କହୁଛନ୍ତି। ସଦାପ୍ରଭୁ ସଲଫାଦରଙ୍କ କନ୍ୟାମାନଙ୍କ ସମ୍ବନ୍ଧରେ ଏହି ନିଷ୍ପତ୍ତି ଦେଇ, ତୁମ୍ଭେ ନିଜ ଇଚ୍ଛା ଅନୁସାରେ କେହି ଜଣଙ୍କୁ ବିବାହ କରିପାର, କିନ୍ତୁ ନିଜ ପିତୃ ପରିବାରବର୍ଗର କୌଣସି ବ୍ୟକ୍ତିଙ୍କୁ ବିବାହ କରିବା ଉଚିତ୍। ଅଧିକାର ଗୋଟିଏ ପରିବାରବର୍ଗରୁ ଅନ୍ୟ ଗୋଟିଏ ପରିବାରବର୍ଗକୁ ଯିବା ଉଚିତ୍ ନୁହେଁ। ଇସ୍ରାଏଲର ପ୍ରତ୍ୟେକ ବ୍ୟକ୍ତି ସେମାନଙ୍କର ଭୂମିର ଅଧିକାର ନିଜ ନିଜ ପରିବାରବର୍ଗଙ୍କ ମଧ୍ୟରେ ରଖିବା ଉଚିତ୍। କୌଣସି ନାରୀ ଯିଏ ନିଜର ପିତୃ ଅଧିକାର ପାଇଛି, ତା'ର ନିଜ ପିତୃ ପରିବାରବର୍ଗର କୌଣସି ଏକ ବ୍ୟକ୍ତିଙ୍କୁ ବିବାହ କରିବା ଉଚିତ୍, ତାହାହେଲେ ଇସ୍ରାଏଲର ପ୍ରତ୍ୟେକ ବ୍ୟକ୍ତି ଆପଣା ସମ୍ବନ୍ଧୀୟ ପରିବାରବର୍ଗଙ୍କ ଅଧିକାର ଭୋଗ କରିବେ। ଏକ ପରିବାରବର୍ଗରୁ ଅନ୍ୟ ପରିବାରବର୍ଗକୁ ଅଧିକାର ଯିବା ଉଚିତ୍ ନାହିଁ। ଇସ୍ରାଏଲର ପ୍ରତ୍ୟେକ ପରିବାରବର୍ଗ ସେମାନଙ୍କ ଅଧିକାର ମଧ୍ୟରେ ରହିବେ।”

10 ସଦାପ୍ରଭୁ ମୋଶାଙ୍କୁ ଯେଉଁପରି ଆଜ୍ଞା ଦେଲେ, ସଲଫାଦରଙ୍କ କନ୍ୟାମାନେ ସେହି ଅନୁସାରେ କର୍ମ କଲେ। 11 ଏଣୁ ସଲଫାଦରଙ୍କ କନ୍ୟାଗଣ ଯଥା: ମହଲା, ତିର୍ସା, ହ‌ଗ୍‌‌‌ଲା, ମି‌ଲ୍‌କା ଓ ନୋୟା, ସେମାନଙ୍କ ପିତୃବ୍ୟ ପୁତ୍ରମାନଙ୍କୁ ବିବାହ କଲେ। 12 ମନଃଶି ପରିବାରବର୍ଗ ମଧ୍ୟରେ ସେମାନେ ବିବାହ କଲେ। ତେଣୁ ସେମାନଙ୍କର ଭୂମି ଅଧିକାର ସେମାନଙ୍କ ପିତୃ ସମ୍ବନ୍ଧୀୟ ପରିବାର ମଧ୍ୟରେ ରହିଲା।

13 ସଦାପ୍ରଭୁ ଯିରୀହୋ ନିକଟସ୍ଥ ଯର୍ଦ୍ଦନ ସମୀପରେ ମୋୟାବ ପଦାରେ ମୋଶାଙ୍କୁ ବ୍ୟବସ୍ଥା ଦେଲେ। ଇସ୍ରାଏଲ ଲୋକମାନଙ୍କ ନିମନ୍ତେ ସଦାପ୍ରଭୁ ଏହିସବୁ ଆଜ୍ଞା ଓ ଶାସନ ଆଦେଶ ଦେଇଥିଲେ।

ରୋମୀୟଙ୍କ ପ୍ରତି ପତ୍ର 5:6-11

ଆମ୍ଭେ ଅଧାର୍ମିକ ଥିବା ବେଳେ ଖ୍ରୀଷ୍ଟ ଆମ୍ଭ ପାଇଁ ମରି ଥିଲେ। ଆମ୍ଭେ ପରମେଶ୍ୱରଙ୍କ ବିରୁଦ୍ଧରେ ଜୀବନଯାପନ କରୁଥିଲୁ, ତଥାପି ଯଥାର୍ଥ ସମୟରେ ଖ୍ରୀଷ୍ଟ ଆମ୍ଭ ପାଇଁ ମରିଥିଲେ। ଅନ୍ୟ ଲୋକ ଯେତେ ଭଲ ହେଲେ ମଧ୍ୟ, ଖୁବ୍ କମ୍ ଲୋକ ଅନ୍ୟକୁ ବଞ୍ଚାଇବା ପାଇଁ ମୃତ୍ୟୁ ବରଣ କରିବେ। ଯଦି ଲୋକଟି ଧାର୍ମିକ ହୋଇ ଥାଏ, ତେବେ ତା’ ନିମନ୍ତେ କିଏ ଜଣେ ମୃତ୍ୟୁ ବରଣ କରିବା ପାଇଁ ସାହସ କରିବ। କିନ୍ତୁ ଆମ୍ଭେ ସମସ୍ତେ ପାପୀ ଥିବା ସମୟରେ ସୁଦ୍ଧା ଖ୍ରୀଷ୍ଟ ଆମ୍ଭ ପାଇଁ ମୃତ୍ୟୁ ବରଣ କଲେ। ଏହା ଦ୍ୱାରା ପରମେଶ୍ୱର ପ୍ରମାଣିତ କଲେ ଯେ, ସେ ଆମ୍ଭକୁ ବହୁତ ପ୍ରେମ କରନ୍ତି।

ଆମ୍ଭେ ଖ୍ରୀଷ୍ଟଙ୍କର ରକ୍ତ ଦ୍ୱାରା ପରମେଶ୍ୱରଙ୍କ ପ୍ରତି ଧାର୍ମିକ ହୋଇଛୁ। ସେଥିପାଇଁ ଖ୍ରୀଷ୍ଟଙ୍କ ମାଧ୍ୟମରେ ଆମ୍ଭେ ପରମେଶ୍ୱରଙ୍କର କ୍ରୋଧରୁ ନିଶ୍ଚିତ ଭାବେ ରକ୍ଷା ପାଇବା। 10 ମୋ’ କହିବା ଅର୍ଥ ଯେ ଆମ୍ଭେ ପରମେଶ୍ୱରଙ୍କର ଶତ୍ରୁ ହୋଇଥିଲେ ମଧ୍ୟ, ସେ ନିଜ ପୁତ୍ରଙ୍କ ମୃତ୍ୟୁ ଦ୍ୱାରା ଆମ୍ଭ ସହିତ ବନ୍ଧୁତା ସ୍ଥାପନ କରିଛନ୍ତି। ସେଥିପାଇଁ ଏବେ ଯେହେତୁ ଆମ୍ଭେ ପରମେଶ୍ୱରଙ୍କର ମିତ୍ର, ପରମେଶ୍ୱର ତାଙ୍କ ପୁତ୍ରଙ୍କ ଜୀବନ ମାଧ୍ୟମରେ ଆମ୍ଭକୁ ନିଶ୍ଚିତ ଭାବରେ ରକ୍ଷା କରିବେ। 11 ଆମ୍ଭେ ଯେ କେବଳ ରକ୍ଷା ପାଇବୁ ତା’ ନୁହେଁ, ବରଂ ଏବେ ଆମ୍ଭେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ୟମରେ ପରମେଶ୍ୱରଙ୍କଠାରେ ମଧ୍ୟ ଅତ୍ୟଧିକ ଆନନ୍ଦିତ ହେତୁ କେବଳ ଯୀଶୁଙ୍କ ପାଇଁ ଆମ୍ଭେ ଆଜି ପରମେଶ୍ୱରଙ୍କ ମିତ୍ର ଅଟୁ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center