Print Page Options
Previous Prev Day Next DayNext

Revised Common Lectionary (Complementary)

Daily Bible readings that follow the church liturgical year, with thematically matched Old and New Testament readings.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 51

ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କ ଗୀତ। ଦାଉଦ ବ‌ଥ୍‌ଶେବାଠାରେ ଗମନ କଲାପରେ ତାଙ୍କ ନିକଟକୁ ନାଥନ୍ ଭବିଷ୍ୟ‌ଦ୍‌ବକ୍ତା ଆସିବା ସମୟରେ ରଚିତ।

51 ହେ ପରମେଶ୍ୱର, ଆପଣଙ୍କ ସ୍ନେହପୂର୍ଣ୍ଣ କରୁଣା ଅନୁସାରେ
    ମୋ’ ପ୍ରତି ଦୟାକର।
ତୁମ୍ଭର ମହାନ କରୁଣା ଅନୁସାରେ,
    ମୋର ସମସ୍ତ ପାପ କ୍ଷମା କର।
ମୋ’ ସବୁ ପାପ ଧୋଇ ଦିଅ,
    ଏବଂ ପୁଣି ମୋତେ ପବିତ୍ର କର।
ମୁଁ ଜାଣେ ମୁଁ ପାପ କରିଛି।
    ମୋର ପାପ ସବୁ ସର୍ବଦା ମୋର ସମ୍ମୁଖରେ ଦେଖାଯାଉଛି।
ହେ ପରମେଶ୍ୱର, ମୁଁ ତୁମ୍ଭ ବିରୁଦ୍ଧରେ ପାପ କରିଅଛି
    ଓ ମୁଁ ତାହା ହିଁ କରିଛି, ଯାହା ତୁମ୍ଭ ଦୃଷ୍ଟିରେ ଭୁଲ୍।
ତୁମ୍ଭେ ଠିକ୍ କୁହ,
    ଯେତେବେଳେ ମୋର ବିଗ୍ଭର ଓ ନ୍ୟାୟ ସେତେବେଳେ ମୋତେ ଦୋଷୀ ବୋଲି କୁହ।
ମୁଁ ପାପପୂର୍ଣ୍ଣ ପୃଥିବୀରେ ଜନ୍ମ ହେଲି
    ଓ ପାପରୁ ହିଁ ମୋର ମା’ ମୋତେ ଗର୍ଭରେ ଧାରଣ କଲା।
ହେ ପରମେଶ୍ୱର, ମୁଁ ବିଶ୍ୱସ୍ତ ହୁଏ ବୋଲି ତୁମ୍ଭେ ଗ୍ଭହଁ,
    ତେଣୁ ମୋ’ ଅନ୍ତରରେ ପ୍ରକୃତ ଜ୍ଞାନ ପ୍ରଦାନ କର।
ଔଷଧିୟ ବୃକ୍ଷର ପ୍ରୟୋଗ କରି ମୋତେ ବିଧି ସହକାରେ ଶୁଦ୍ଧ କର।
    ମୁଁ ବରଫରୁ ଅଧିକ ଶୁକ୍ଳ ହେବା ପର୍ଯ୍ୟନ୍ତ ମୋତେ ପ୍ରକ୍ଷାଳନ କର।
ଆଉ ମୋତେ ଆନନ୍ଦ ପ୍ରଦାନ କରିବା ପରି ସମ୍ବାଦ ଦିଅ।
    ତୁମ୍ଭ ଦ୍ୱାରା ଭଗ୍ନ ଅସ୍ଥିସବୁ ଆନନ୍ଦରେ ପ୍ରଫୁଲ୍ଲିତ ହେବ।
ମୋର ପାପଗୁଡ଼ିକ ପ୍ରତି ତୁମ୍ଭେ ମୁହଁ ବୁଲାଅ।
    ମୋର ପାପ ସବୁ ପୋଛିଦିଅ।
10 ହେ ପରମେଶ୍ୱର, ମୋ’ ଅନ୍ତରେ ଏକ ପବିତ୍ରଆତ୍ମା ସୃଷ୍ଟି କର!
    ମୋତେ ଗୋଟିଏ ନୂଆ ଓ ବିଶ୍ୱସ୍ତ ଆତ୍ମା ଦିଅ।
11 ତୁମ୍ଭଠାରୁ ମୋତେ ଦୂର କର ନାହିଁ!
    ଏବଂ ତୁମ୍ଭର ପବିତ୍ରଆତ୍ମା ମୋ'ଠାରୁ ନିଅ ନାହିଁ।
12 ତୁମ୍ଭର ପରିତ୍ରାଣ ମୋତେ ଖୁସୀ କଲା!
    ପୁନ୍ନରାୟ ମୋତେ ସେହି ଆନନ୍ଦ ପ୍ରଦାନ କର।
    ମୋର ଆତ୍ମାକୁ ସୁଦୃଢ଼ କର, ଯେପରିକି ମୁଁ ସର୍ବଦା ତୁମ୍ଭକୁ ମାନିବାକୁ ପ୍ରସ୍ତୁତ ହେବି।
13 ମୁଁ ଅପରାଧୀମାନଙ୍କୁ ତୁମ୍ଭ କଥିତ ବଞ୍ଚିବାର ପଥ ଶିଖାଇବି
    ଏବଂ ସେମାନେ ତୁମ୍ଭ ପାଖକୁ ଫେରିବେ।
14 ହେ ପରମେଶ୍ୱର, ମୃତ୍ୟୁ ଦଣ୍ଡରୁ ମୋତେ ରକ୍ଷା କର।
    ହେ ମୋର ପରମେଶ୍ୱର, ଆପଣ ହେଉଛନ୍ତି ଏକମାତ୍ର ଯେକି ମୋତେ ରକ୍ଷା କରି ପାରିବେ!
ତୁମ୍ଭେ ମୋ’ ପାଇଁ କରିଥିବା ଧର୍ମ ବିଷୟର କାର୍ଯ୍ୟସବୁ ମୁଁ ଗାନ କରିବି।
15     ମୋର ପ୍ରଭୁ, ମୋତେ ପାଳନ କରିବାର କାରଣ ଦିଅ, ମୋର ଓଠ ଖୋଲ ତହିଁରେ ମୋର ମୁଖ ତୁମ୍ଭର ପ୍ରଶଂସା ଗାନ କରିବ।
16 ତୁମ୍ଭେ ପ୍ରକୃତରେ ବଳିଦାନ ଗ୍ଭହିଁ ନାହଁ ଏବଂ ତୁମ୍ଭେ ହୋମବଳିରେ ସନ୍ତୁଷ୍ଟ ନୁହଁ।
    ତା'ହେଲେ ମୁଁ ସେଗୁଡ଼ିକ ଦେଇଥା’ନ୍ତି।
17 ନମ୍ର ଆତ୍ମା ପରମେଶ୍ୱରଙ୍କର ଗ୍ରାହ୍ୟବଳି।
    ହେ ପରମେଶ୍ୱର, ତୁମ୍ଭେ ନମ୍ର ହୃଦୟକୁ ଓ ପାପ ପାଇଁ ଅନୁତପ୍ତ ହୃଦୟକୁ ପ୍ରତ୍ୟାଖ୍ୟାନ କରିବ ନାହିଁ।

18 ହେ ପରମେଶ୍ୱର, ନିଜର ଅନୁଗ୍ରହରେ ସିୟୋନର ମଙ୍ଗଳ କର।
    ତୁମ୍ଭେ ଯିରୁଶାଲମର ପ୍ରାଚୀରସବୁ ପୁନଃନିର୍ମାଣ କର।
19 ଏହା ପରେ ତୁମ୍ଭେ ବଳିଦାନ ଓ ପୂର୍ଣ୍ଣ ହୋମବଳି, ଉପଭୋଗ କରିବ।
    ଏବଂ ଲୋକମାନେ ପୁନର୍ବାର ତୁମ୍ଭ ଯଜ୍ଞବେଦିରେ ବୃଷଭମାନ ଉତ୍ସର୍ଗ କରିବେ।

ଦ୍ୱିତୀୟ ବିବରଣ 28:58-29:1

58 “ସଦାପ୍ରଭୁ ତୁମ୍ଭ ପରମେଶ୍ୱର, ଏହି ଗୌରବମୟ ଓ ଭୟଙ୍କର ନାମକୁ ଭୟ କରିବା ପାଇଁ ଯେବେ ଏହି ପୁସ୍ତକରେ ଲିଖିତ ବ୍ୟବସ୍ଥାର ସମସ୍ତ କଥା ପାଳିବାକୁ ମନୋଯୋଗ କରିବ। 59 ତେବେ ସଦାପ୍ରଭୁ ତୁମ୍ଭର ଆଘାତ ଓ ତୁମ୍ଭ ବଂଶର ଆଘାତ ଆର୍ଥାତ୍ ମହତ୍ ଓ ଚିରସ୍ଥାୟୀ ଆଘାତ, ପୁଣି ବ୍ୟଥାଜନକ ଓ ଚିରସ୍ଥାୟୀ ରୋଗ ଆଶ୍ଚର୍ଯ୍ୟ ରୂପ କରିବେ। 60 ତୁମ୍ଭେମାନେ ଦେଖିଛ ମିଶର ବାସୀମାନଙ୍କୁ କିପରି ଭାବରେ ରୋଗବ୍ୟାଧି ବ୍ୟାପି ଥିଲା। ତାହା ତୁମ୍ଭମାନଙ୍କୁ ଭୟଭୀତ କରାଇ ଥିଲା। ସଦାପ୍ରଭୁ ତୁମ୍ଭମାନଙ୍କ ଉପରେ ସେହିସବୁ ମନ୍ଦକର୍ମମାନ ଭିଆଇବେ। 61 ବ୍ୟବସ୍ଥା ପୁସ୍ତକରେ ଲେଖା ନ ଥିବା ରୋଗବ୍ୟାଧି ମଧ୍ୟ ତୁମ୍ଭ ପାଇଁ ସଦାପ୍ରଭୁ ଆଣିବେ। ତୁମ୍ଭମାନଙ୍କର ବିନାଶ ହେବା ପର୍ଯ୍ୟନ୍ତ ସେ ସବୁକୁ ସେ ଗ୍ଭଲୁ ରଖିବେ। 62 ତୁମ୍ଭମାନଙ୍କର ସଂଖ୍ୟା ତାରାମାନଙ୍କ ପରି ବହୁତ ହୋଇଥିବ କିନ୍ତୁ ତୁମ୍ଭମାନଙ୍କ ମଧ୍ୟରୁ ଖୁବ୍ କମ ସଂଖ୍ୟକ ରହିଯିବେ। କାରଣ ତୁମ୍ଭେମାନେ ତୁମ୍ଭର ସଦାପ୍ରଭୁ ପରମେଶ୍ୱରଙ୍କର ବାକ୍ୟପ୍ରତି ଧ୍ୟାନ ଦେଲ ନାହିଁ।

63 “ସଦାପ୍ରଭୁ ଦିନେ ଆନନ୍ଦ ଥିଲେ, ତୁମ୍ଭମାନଙ୍କୁ ଖୁସୀ କରି ଓ ତୁମ୍ଭମାନଙ୍କର ସଂଖ୍ୟା ବଢ଼ାଇ। ଠିକ୍ ସେହିପରି ସଦାପ୍ରଭୁ ଆନନ୍ଦ ଖୁସୀ ଦେବେ ତୁମ୍ଭମାନଙ୍କୁ ହ୍ରାସକରି ଓ ବିନାଶ କରି। ତୁମ୍ଭେମାନେ ଅଧିକାର କରିବାକୁ ଯାଉଥିବା ଦେଶକୁ ଅନ୍ୟମାନେ ଅଧିକାର କରି ନେବେ। 64 ସଦାପ୍ରଭୁ ପୃଥିବୀର ଏକ ସୀମାରୁ ଅନ୍ୟସୀମା ପର୍ଯ୍ୟନ୍ତ ସମସ୍ତ ଗୋଷ୍ଠୀ ମଧ୍ୟରେ ତୁମ୍ଭକୁ ଛିନ୍ନଭିନ୍ନ କରିବେ। ଆଉ ସେଠାରେ ତୁମ୍ଭେ ଆପଣାର ଓ ଆପଣା ପୂର୍ବପୁରୁଷଗଣର ଅଜ୍ଞାତ କାଷ୍ଠ, ପାଷାଣର ମୂର୍ତ୍ତି ପୂଜା କରିବ।

65 “ତୁମ୍ଭେମାନେ ସେହି ଗୋଷ୍ଠୀୟମାନଙ୍କ ମଧ୍ୟରେ କିଛି ଶାନ୍ତି ପାଇବ ନାହିଁ ଓ ସେଠାରେ ତୁମ୍ଭ ପାଦର କିଛି ବିଶ୍ରାମ ହେବ ନାହିଁ। ସଦାପ୍ରଭୁ ତୁମ୍ଭର ମନକୁ ପୂର୍ଣ୍ଣ କରିବେ। ସେ ତୁମ୍ଭର ଆଖିଗୁଡ଼ିକ ଆଙ୍କାକ୍ଷାରେ ଅବସନ୍ନ କରି ଦେବେ ଏବଂ ସେ ତୁମ୍ଭକୁ ଦୁଃଖ ପୂର୍ଣ୍ଣ କରିବେ। 66 ତୁମ୍ଭ ଜୀବନ ତୁମ୍ଭ ସାକ୍ଷାତରେ ସଂଶୟରେ ଦୋହଲିବ। ପୁଣି ତୁମ୍ଭେ ରାତ୍ରଦିନ ଆଶଙ୍କା କରିବ ଓ ତୁମ୍ଭ ଜୀବନ ଉପରେ ତୁମ୍ଭେ ନିର୍ଭର କରି ପାରିବ ନାହିଁ। 67 ତୁମ୍ଭେ ଯେଉଁ ଆଶଙ୍କା କରିବ; ତୁମ୍ଭ ହୃଦୟର ସେହି ଆଶଙ୍କା ହେତୁ ଓ ତୁମ୍ଭେ ଯାହା ଦେଖିବ, ତୁମ୍ଭ ଚକ୍ଷୁର ସେହି ଦର୍ଶନ ହେତୁ ସକାଳ ହେଲେ, ତୁମ୍ଭେମାନେ କହିବ, ‘ଆହା ସନ୍ଧ୍ୟା ହୁଅନ୍ତା କି।’ ପୁଣି ସନ୍ଧ୍ୟା ସମୟରେ ତୁମ୍ଭେମାନେ କହିବ, ‘ଦିନ ହୁଅନ୍ତା କି।’ କାରଣ ତୁମ୍ଭେମାନେ ଏପରି ଭୟାଭୟତା ଦୃଶ୍ୟମାନ ଦେଖିବ। 68 ସଦାପ୍ରଭୁ ତୁମ୍ଭମାନଙ୍କୁ ଜାହଜରେ ମିଶରକୁ ପଠାଇ ଦେବେ। ମୁଁ କହୁଅଛି, ତୁମ୍ଭେମାନେ କଦାପି ସେହି ଦେଶକୁ ଯିବ ନାହିଁ। କିନ୍ତୁ ସଦାପ୍ରଭୁ ତୁମ୍ଭକୁ ସେହିଠାକୁ ପଠାଇବେ। ମିଶରରେ ତୁମ୍ଭେ ତୁମ୍ଭମାନଙ୍କୁ ତୁମ୍ଭମାନଙ୍କର ଶତ୍ରୁମାନଙ୍କଠାରୁ କ୍ରିତଦାସ ଭାବେ ବିକ୍ରି ହେବାକୁ ଚେଷ୍ଟା କରିବ। କିନ୍ତୁ ତୁମ୍ଭମାନଙ୍କୁ କେହି କ୍ରୟ କରିବେ ନାହିଁ।”

ମୋୟାବ ଦେଶରେ ଚୁକ୍ତି

29 ସଦାପ୍ରଭୁ ଇସ୍ରାଏଲ ଲୋକମାନଙ୍କ ସହିତ ହୋରେବ ପର୍ବତରେ ଏକ ଚୁକ୍ତି କରିଥିଲେ। ତାହାଛଡ଼ା ସେ ମୋୟାବ ଦେଶରେ ତାଙ୍କ ସହିତ ଆଉ ଏକ ଚୁକ୍ତି କରିଥିଲେ। ତାହା ସବୁ ଏହି ଯେ,

ପ୍ରେରିତମାନଙ୍କ କାର୍ଯ୍ୟର ବିବରଣ 7:17-29

17 “ଇତି ମଧ୍ୟରେ ମିଶର ଦେଶରେ ଇସ୍ରାଏଲ ଲୋକମାନଙ୍କର ସଂଖ୍ୟା ବଢ଼ିବାରେ ଲାଗିଲା। ପରମେଶ୍ୱର ଅବ୍ରହାମଙ୍କୁ ଯେଉଁସବୁ ପ୍ରତିଜ୍ଞା କରିଥିଲେ ତାହା ସତ୍ୟରେ ପରିଣତ ହୋଇଥିଲା। 18 ସେହି ସମୟରେ ଆଉ ଜଣେ ରାଜା ମିଶରକୁ ରାଜତ୍ୱ କରିବା ପାଇଁ ଆରମ୍ଭ କଲେ। ସେ ଯୋଷେଫଙ୍କୁ ଜାଣି ନ ଥିଲେ। 19 ସେ ନୂଆ ରାଜା ଆମ୍ଭ ଲୋକଙ୍କ ପ୍ରତି ନିଷ୍ଠୁର ଥିଲେ। ସେ ଆମ୍ଭ ପୂର୍ବପୁରୁଷମାନଙ୍କ ପ୍ରତି ଦୁର୍ବ୍ୟବହାର କଲେ। ରାଜା ସେମାନଙ୍କର ଶିଶୁମାନଙ୍କୁ ମାରିବା ପାଇଁ ବାହାରେ ପକେଇଦେବାକୁ ସେମାନଙ୍କୁ ବାଧ୍ୟ କଲେ।

20 “ଏହି ସମୟରେ ମୋଶା ଜନ୍ମ ଗ୍ରହଣ କଲେ। ସେ ବହୁତ ସୁନ୍ଦର ଥିଲେ। ତାହାଙ୍କୁ ପିତାଙ୍କ ଘରେ ତିନି ମାସ ପର୍ଯ୍ୟନ୍ତ ଲାଳନପାଳନ କରାଗଲା। 21 ତାହାଙ୍କୁ ବାହାରେ ପକାଇ ଦେବା ବେଳେ ଫାରୋଙ୍କର କନ୍ୟା ତାହାଙ୍କୁ ନେଲେ ଏବଂ ନିଜ ପୁତ୍ର ଭାବରେ ପାଳିଲେ। 22 ମୋଶା ମିଶରବାସୀମାନଙ୍କର ସମସ୍ତ ବିଦ୍ୟାରେ ଶିକ୍ଷିତ ହେଲେ। ସେ ନିଜ ବକ୍ତବ୍ୟ ଓ କାମରେ ଶକ୍ତିଶାଳୀ ଥିଲେ।

23 “ତାହାଙ୍କୁ ଗ୍ଭଳିଶ୍ ବର୍ଷ ବୟସ ହେବା ବେଳେ ସେ ନିଜ ଭାଇମାନଙ୍କୁ ତଥା ଇସ୍ରାଏଲ ଲୋକମାନଙ୍କୁ ସାକ୍ଷାତ କରିବା ପାଇଁ ଇଚ୍ଛା କଲେ। 24 ମୋଶା ସେଠାରେ ଜଣେ ମିଶରୀୟ, ଜଣେ ଯିହୂଦୀ ସହିତ ଅନ୍ୟାୟ କରୁଥିବାର ଦେଖିଲେ। ତେଣୁ ସେ ଯିହୂଦୀୟ ଜଣଙ୍କୁ ରକ୍ଷା କରିବାକୁ ଯାଇ ମିଶରୀୟକୁ ଦଣ୍ଡ ଦେଲେ। ସେ ତାହାକୁ ଏପରି ଆଘାତ କଲେ ଯେ, ମିଶରୀୟ ଜଣକ ସେହିଠାରେ ମରିଗଲା। 25 ମୋଶା ଭାବିଲେ ଯେ, ପରମେଶ୍ୱର ସେମାନଙ୍କର ମୁକ୍ତି ପାଇଁ ତାହାଙ୍କୁ ଏହି କାର୍ଯ୍ୟରେ ଲଗାଇ ଅଛନ୍ତି, ତାହା ତାହାଙ୍କ ଯିହୂଦୀୟ ଭାଇମାନେ ବୁଝିବେ, ମାତ୍ର ସେମାନେ ତାହା ବୁଝିଲେ ନାହିଁ।

26 “ତା’ ପରଦିନ ସେ ଦୁଇଜଣ ଯିହୂଦୀ ଲୋକଙ୍କୁ ପରସ୍ପର ମଧ୍ୟରେ କଳି କରୁଥିବାର ଦେଖିଲେ। ସେ ସେମାନଙ୍କ ମଧ୍ୟରେ ଶାନ୍ତି ସ୍ଥାପନ କରିବାକୁ ଚେଷ୍ଟା କଲେ ଓ କହିଲେ, ‘ହେ ଲୋକମାନେ, ତୁମ୍ଭେମାନେ ପରସ୍ପର ଭାଇ ଭାଇ। ତୁମ୍ଭେମାନେ ପରସ୍ପର ଭିତରେ କାହିଁକି କଳି କରୁଛ?’ 27 ଏହା ଶୁଣି ପଡ଼ୋଶୀ ପ୍ରତି ଅନ୍ୟାୟ କରୁଥିବା ଲୋକଟି ମୋଶାଙ୍କୁ ଠେଲିଦେଇ କହିଲା, ‘ତୁମ୍ଭକୁ ଆମ୍ଭ ଶାସକ ଓ ବିଗ୍ଭରକ ରୂପେ କିଏ ନିଯୁକ୍ତି ଦେଲା? 28 ଗତକାଲି ତୁମ୍ଭେ ଯେପରି ମିଶରୀୟକୁ ମାରିଦେଲ ସେହିପରି କ’ଣ ମୋତେ ମାରି ଦେବା ପାଇଁ?’(A) 29 ମୋଶା ଏହା ଶୁଣି ଅତିଶୀଘ୍ର ମିଶରରୁ ଗ୍ଭଲିଗଲେ ଓ ମିଦିୟନ ଦେଶରେ ଜଣେ ବିଦେଶୀ ହୋଇ ରହିଲେ। ସେଠାରେ ତାହାଙ୍କର ଦୁଇଟି ପୁତ୍ର ହେଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center