Revised Common Lectionary (Complementary)
ଆଲେଫ୍
119 ଯେଉଁ ଲୋକମାନେ ପବିତ୍ର ଭାବରେ ଜୀବନଯାପନ କରନ୍ତି,
ଓ ଯେଉଁମାନେ ସଦାପ୍ରଭୁଙ୍କର ନିୟମସବୁ ଅନୁସରଣ କରନ୍ତି, ସେମାନେ ଧନ୍ୟ!
2 ଯେଉଁ ଲୋକମାନେ ସଦାପ୍ରଭୁଙ୍କର ଚୁକ୍ତି ମାନନ୍ତି,
ଓ ଯେଉଁମାନେ ହୃଦୟରେ ସଦାପ୍ରଭୁଙ୍କୁ ଖୋଜନ୍ତି, ସେମାନେ ଧନ୍ୟ!
3 ସେହି ଲୋକମାନେ କୌଣସି ଅଧର୍ମ କାର୍ଯ୍ୟ କରନ୍ତି ନାହିଁ,
କିନ୍ତୁ ସେମାନେ ସଦାପ୍ରଭୁଙ୍କ ପଥ ଅନୁସରଣ କରନ୍ତି।
4 ହେ ସଦାପ୍ରଭୁ, ତୁମ୍ଭେ ଆପଣା ନିର୍ଦ୍ଦେଶସବୁ
ଏବଂ ବିଧାନସବୁକୁ ସତର୍କ ରୂପେ ମାନିବା ପାଇଁ ନିର୍ଦ୍ଦେଶ ଦେଇଅଛ।
5 ମୁଁ ଆଶା କରୁଛି ଯେ, ମୁଁ ବୋଧହୁଏ ତୁମ୍ଭର ନିୟମ
ଅପରିବର୍ତ୍ତନୀୟ ଭାବରେ ଅଧିକ ମାନିବି।
6 ଯଦି ମୁଁ ତୁମ୍ଭର ଆଜ୍ଞା ସକଳ ପ୍ରତି ଦୃଷ୍ଟି ରଖିବି,
ତେବେ ମୁଁ ଲଜ୍ଜିତ ହେବି ନାହିଁ।
7 ମୁଁ ତୁମ୍ଭକୁ ସର୍ବାନ୍ତକରଣ ହୃଦୟ ସହିତ ପ୍ରଶଂସା କରିବି,
ଯେତେବେଳେ ମୁଁ ତୁମ୍ଭର ନ୍ୟାୟପରାୟଣତା ବିଷୟରେ ଜାଣିବି।
8 ମୁଁ ତୁମ୍ଭର ବିଧିସବୁ ପାଳନ କରିବି।
ମୋତେ ଏକୁଟିଆ କରି ଛାଡ଼ ନାହିଁ।
9 ଅନନ୍ତର ମୋଶାଙ୍କୁ ସଦାପ୍ରଭୁ କହିଲେ, 10 “ଇସ୍ରାଏଲର ଲୋକମାନଙ୍କୁ କୁହ, ତୁମ୍ଭମାନଙ୍କ ମଧ୍ୟରେ କିମ୍ବା ତୁମ୍ଭମାନଙ୍କ ଭବିଷ୍ୟଦ୍ ସନ୍ତାନଗଣ ମଧ୍ୟରେ ଯେବେ କେହି ଶବ ଦ୍ୱାରା ଅଶୁଚି ହୁଏ, କିମ୍ବା କେହି ଜଣେ ଯଦି ଦୂର ସ୍ଥାନରେ ପଥିକ ହୁଏ, ତଥାପି ସେମାନେ ନିସ୍ତାରପର୍ବ ପାଳନ କରି ପାରିବେ। 11 ଦ୍ୱିତୀୟ ମାସର ଚତୁର୍ଦ୍ଦଶ ଦିନର ଗୋଧୂଳି ସମୟରେ ସେମାନେ ତାହା ପାଳନ କରିବେ; ସେମାନେ ତାଡ଼ିଶୂନ୍ୟ ରୋଟୀ ଓ ପିତା ଶାଗ ସହିତ ତାହା ଭୋଜନ କରିବେ। 12 ସେମାନେ ପ୍ରଭାତ ପର୍ଯ୍ୟନ୍ତ ତହିଁରୁ କିଛି ରଖିବେ ନାହିଁ। ସେମାନେ ମେଷ ବତ୍ସର କୌଣସି ହାଡ଼ ଭାଙ୍ଗିବେ ନାହିଁ, ଆଉ ସେମାନେ ନିସ୍ତାରପର୍ବର ସମସ୍ତ ବିଧି ଅନୁସାରେ ପାଳନ କରିବେ। 13 ମାତ୍ର ଯେକେହି ଶୁଚି ଥାଇ ଓ ପଥିକ ନ ହୋଇ ନିସ୍ତାରପର୍ବ ପାଳନ କରେ ନାହିଁ, ତାକୁ ତା'ର ଆପଣା ଲୋକମାନଙ୍କ ମଧ୍ୟରୁ ବହିଷ୍କାର କରାଯିବ, ସେ ନିରୂପିତ ସମୟରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉପହାର ଉତ୍ସର୍ଗ କଲା ନାହିଁ, ଏଥି ପାଇଁ ସେହି ମନୁଷ୍ୟ ଆପଣା ପାପ ବହିବ।
14 “ଆଉ ଯେବେ ତୁମ୍ଭମାନଙ୍କ ମଧ୍ୟରେ ପ୍ରବାସକାରୀ କୌଣସି ବିଦେଶୀୟ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନିସ୍ତାରପର୍ବ ପାଳନ କରିବାକୁ ଇଚ୍ଛା କରେ, ତେବେ ସେ ନିସ୍ତାରପର୍ବର ବିଧି ଅନୁସାରେ ଓ ତହିଁର ଶାସନ ଅନୁସାରେ ତାହା ପାଳନ କରିବ; ସ୍ୱଦେଶୀ ହେଉ କି ବିଦେଶୀ ହେଉ, ଉଭୟଙ୍କ ପାଇଁ ବିଧି ସମାନ ହେବ।”
ଉତ୍ତମ ଶମିରୋଣୀୟ ଦୃଷ୍ଟାନ୍ତ
25 ତା'ପରେ ଜଣେ ଧର୍ମଶାସ୍ତ୍ରୀ ଠିଆ ହେଲେ। ସେ ଯୀଶୁଙ୍କୁ ପରୀକ୍ଷା କରିବା ପାଇଁ ତାହାଙ୍କୁ ପଗ୍ଭରିଲେ, “ଗୁରୁ, ଅନନ୍ତ ଜୀବନ ଲାଭ କରିବା ପାଇଁ ମୁଁ କ’ଣ କରିବି?”
26 ଏହା ଶୁଣି ଯୀଶୁ ତାହାଙ୍କୁ କହିଲେ, “ବ୍ୟବସ୍ଥାଶାସ୍ତ୍ରରେ କ’ଣ ଲେଖାଅଛି? ସେଥିରେ ତୁମ୍ଭେ କ’ଣ ପଢ଼ୁଛ?”
27 ସେ ଉତ୍ତର ଦେଲେ, “‘ତୁମ୍ଭେ ନିଜର ସମସ୍ତ ହୃଦୟ, ସମସ୍ତ ଆତ୍ମା, ସମସ୍ତ ଶକ୍ତି ଓ ସମସ୍ତ ମନ ଦେଇ ତୁମ୍ଭର ପ୍ରଭୁ ପରମେଶ୍ୱରଙ୍କୁ ପ୍ରେମ କର’(A) ଏବଂ, ‘ତୁମ୍ଭେ ନିଜକୁ ପ୍ରେମ କରିଲା ଭଳି ଅନ୍ୟମାନଙ୍କୁ ପ୍ରେମ କର।’”(B)
28 ତା'ପରେ ଯୀଶୁ ତାହାଙ୍କୁ କହିଲେ, “ତୁମ୍ଭେ ଠିକ୍ ଉତ୍ତର ଦେଇଛ। ଏହା ହିଁ କର। ଏହା ଫଳରେ ତୁମ୍ଭେ ଅନନ୍ତ ଜୀବନ ଲାଭ କରିବ।”
29 ନିଜେ ଠିକ୍ ଜୀବନଯାପନ କରୁଛନ୍ତି ବୋଲି ଧର୍ମଶାସ୍ତ୍ରୀ ଜଣକ ପ୍ରମାଣ କରିବାକୁ ଗ୍ଭହୁଁଥିଲେ। ତେଣୁ ସେ ଯୀଶୁଙ୍କୁ ପଗ୍ଭରିଲେ, “ତେବେ ଯେଉଁମାନଙ୍କୁ ପ୍ରେମ କରିବି, ସେମାନେ କିଏ?”
30 ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଯୀଶୁ କହିଲେ, “ଜଣେ ଲୋକ ଯିରୁଶାଲମରୁ ଯିରୀହୋକୁ ଯାଉଥିଲା। ବାଟରେ ସେ ଡକାୟତମାନଙ୍କ ହାବୁଡ଼ରେ ପଡ଼ିଲା। ସେମାନେ ତା’ ଲୁଗାପଟା ସବୁ ଚିରି ବାହାର କରି ଓ ତାକୁ ମାଡ଼ ମାରି ଅର୍ଦ୍ଧମୃତ ଅବସ୍ଥାରେ ପକାଇଦେଇ ଗ୍ଭଲିଗଲେ।
31 “ଏପରି ଘଟିଲା ଯେ ଜଣେ ଯିହୂଦୀ ଯାଜକ ସେହି ରାସ୍ତା ଦେଇ ଯାଉଥିଲେ। ସେହି ଲୋକଟିକୁ ଦେଖି ସେ ବାଟ ଭାଙ୍ଗି ଗ୍ଭଲିଗଲେ। 32 ତା'ପରେ ଜଣେ ଲେବୀୟ[a] ସେହି ବାଟରେ ଆସିଲେ। ସେ ସେହି ଲୋକଟିକୁ ଦେଖିବା ସତ୍ତ୍ୱେ ତାକୁ ସାହାଯ୍ୟ କରିବାକୁ ନ ଅଟକି ଗ୍ଭଲିଗଲେ।
33 “ତା'ପରେ ଶମିରୋଣୀୟ ଦେଶର ଜଣେ ଲୋକ ସେହି ବାଟେ ଆସିଲେ। ଆହତ ଲୋକଟି ଯେଉଁଠାରେ ପଡ଼ିଥିଲା, ସେ ସେହି ସ୍ଥାନକୁ ଆସିଲେ। ସେ ସେହି ଲୋକଟିକୁ ଦେଖି ବହୁତ ମନ ଦୁଃଖ କଲେ। 34 ସେ ଆହତ ଲୋକଟି ପାଖକୁ ଗଲେ। ତା କ୍ଷତରେ ତେଲ ଓ ଅଙ୍ଗୁରରସ ଢାଳି ପଟି ବାନ୍ଧି ଦେଲେ। ତାହାଙ୍କ ପାଖରେ ଗଧଟିଏ ଥିଲା। ସେ ଆହତ ଲୋକଟିକୁ ତାହାଙ୍କ ଗଧ ଉପରେ ବସାଇ ଗୋଟିଏ ଚଟିଘରକୁ ନେଇଗଲେ। ଚଟିଘରେ ସେ ଆହତ ଲୋକଟିର ଯତ୍ନ ନେଲେ। 35 ତା’ ପରଦିନ ଶମିରୋଣୀୟ ଲୋକ ଜଣକ ଦୁଇଟି ରୂପାମୁଦ୍ରା ବାହାର କଲେ। ସେ ତାହା ପାନ୍ଥଶାଳାର ଦାୟିତ୍ୱରେ ଥିବା ଲୋକଟିକୁ ଦେଇ କହିଲେ, ‘ଏହି ଆହତ ଲୋକଟିର ଯତ୍ନ ନେବ। ତା’ ପାଇଁ ଯଦି ଆଉ ଅଧିକ ଟଙ୍କା ଖର୍ଚ୍ଚ ହୁଏ, ମୁଁ ଫେରିଲା ବେଳେ ତୁମ୍ଭକୁ ସେତକ ପରିଶୋଧ କରିଦେବି।”
36 ଏହା ପରେ ଯୀଶୁ କହିଲେ, “ଏବେ କୁହ, ଡକାୟତମାନଙ୍କ ହାବୁଡ଼ରେ ପଡ଼ି ଆହତ ହୋଇଥିବା ଲୋକଟିକୁ ଏହି ତିନି ଜଣଙ୍କ ମଧ୍ୟରୁ କିଏ ପ୍ରେମଭାବ ଦେଖାଇଲେ ବୋଲି ତୁମ୍ଭେ ଭାବୁଛ?”
37 ଶାସ୍ତ୍ରୀ ଜଣକ କହିଲେ, “ଯେଉଁ ଲୋକ ଆହତ ଲୋକଟିକୁ ସାହାଯ୍ୟ କଲା।”
ତା'ପରେ ଯୀଶୁ ତାହାଙ୍କୁ କହିଲେ, “ତେବେ ତୁମ୍ଭେ ଯାଅ, ଏବଂ ଲୋକମାନଙ୍କ ନିମନ୍ତେ ସେହିଭଳି କାମ କର।”
2010 by World Bible Translation Center