Revised Common Lectionary (Complementary)
ଦାଉଦଙ୍କର ସଙ୍ଗୀତ।
26 ହେ ସଦାପ୍ରଭୁ, ମୋର ବିଗ୍ଭର କର।
ପ୍ରମାଣ କର ଯେ, ମୁଁ ଶୁଦ୍ଧ ଜୀବନଯାପନ କରିଛି।
ମୁଁ କେବେ ସଦାପ୍ରଭୁଙ୍କର ବିରୁଦ୍ଧାଚରଣ କରି ନାହିଁ।
2 ହେ ସଦାପ୍ରଭୁ, ମୋତେ ପରୀକ୍ଷା କର, ପ୍ରମାଣ ନିଅ ଓ
ମୋର ହୃଦୟ ଓ ମନକୁ ପରିଷ୍କାର କର।
3 ମୁଁ ସବୁବେଳେ ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଦୃଷ୍ଟି ଦେଖି ପାରୁଛି।
ତୁମ୍ଭ ଉପରେ ଭରସା କରି ମୁଁ ସବୁକିଛି କରେ।
4 ମୁଁ ନିଷ୍ଠୁର ଲୋକଙ୍କ ସହ ବସେ ନାହିଁ।
କିଅବା ମୁଁ କପଟୀମାନଙ୍କ ସଙ୍ଗେ ଗମନ କରେ ନାହିଁ।
5 ମୁଁ ସେହି କୁକର୍ମୀମାନଙ୍କୁ ଘୃଣା କରେ।
ମୁଁ ସେହି ଦୁଷ୍ଟମାନଙ୍କ ସଙ୍ଗରେ କେବେହେଲେ ହାତ ମିଳାଏ ନାହିଁ।
6 ହେ ସଦାପ୍ରଭୁ, ମୁଁ ତୁମ୍ଭର ଧନ୍ୟବାଦ ସ୍ୱର ଶୁଣାଇବି।
ମୁଁ ତୁମ୍ଭର ଆଶ୍ଚର୍ଯ୍ୟଜନକ କାର୍ଯ୍ୟ, ଯାହା ତୁମ୍ଭେ କରିଛ, ତାହା ଗାଇ ବୁଲିବି।
7 ହେ ସଦାପ୍ରଭୁ, ମୁଁ ମୋର ନିର୍ଦ୍ଦୋଷତା ପ୍ରମାଣ ପାଇଁ ମୋର ହାତ ପ୍ରକ୍ଷାଳନ କରେ,
ତେଣୁ ତୁମ୍ଭର ଯଜ୍ଞବେଦି ନିକଟକୁ ଆସିପାରେ।
8 ହେ ସଦାପ୍ରଭୁ, ମୁଁ ତୁମ୍ଭର ଉପାସନା ମନ୍ଦିରକୁ ଭଲପାଏ
ଓ ତୁମ୍ଭର ଗୌରବର ତମ୍ବୁକୁ ଭଲପାଏ।
9 ହେ ସଦାପ୍ରଭୁ, ମୋତେ ସେହି ପାପୀମାନଙ୍କ ସଙ୍ଗେ ତୁଳନା କର ନାହିଁ।
ମୋତେ ସେହି ହତ୍ୟାକାରୀମାନଙ୍କ ସହିତ ମାର ନାହିଁ।
10 ସେହି ଲୋକମାନେ ହୁଏତ ଅନ୍ୟକୁ ଠକି ଥାଇ ପାରନ୍ତି।
ସେମାନେ ଲାଞ୍ଚ ନେଇ ଖରାପ କାର୍ଯ୍ୟ କରିଥାଇ ପାରନ୍ତି।
11 କିନ୍ତୁ ମୁଁ ନିର୍ଦ୍ଦୋଷ ଅଟେ।
ତେଣୁ ହେ ପରମେଶ୍ୱର, ମୋ’ ପ୍ରତି ସଦୟ ହୋଇ ମୋତେ ଉଦ୍ଧାର କର।
12 ମୁଁ ସମସ୍ତ ବିପଦରୁ ରକ୍ଷା ପାଇଅଛି।
ମୁଁ ସେହି ସଭାକକ୍ଷର ଲୋକମାନଙ୍କ ସହିତ ସ୍ୱର ମିଳାଇ ତୁମ୍ଭର ପ୍ରଶଂସା କରିବି।
10 ତୁମ୍ଭେ ଲଜ୍ଜିତ ହେବ ଓ ଚିରଦିନ ପାଇଁ ଧ୍ୱଂସ ହେବ।
କାରଣ, ତୁମ୍ଭେ ତୁମ୍ଭର ଭାଇ ଯାକୁବ ପ୍ରତି ଅତି ନିଷ୍ଠୁର ଥିଲ।
11 ତୁମ୍ଭେ ଇସ୍ରାଏଲର ଶତ୍ରୁମାନଙ୍କ ସହିତ ମିଶିଲ।
ଅଜଣା ଲୋକ ଇସ୍ରାଏଲ ଧନ ସମ୍ପତ୍ତି ଅଧିକାର କଲେ।
ବିଦେଶୀମାନେ ଯିରୁଶାଲମ ନଗରଦ୍ୱାର ଦେଇ ପ୍ରବେଶ କଲେ।
ସେହି ବିଦେଶୀମାନେ ଯିରୁଶାଲମର କେଉଁ ଅଂଶ ପାଇବେ ବୋଲି ବହୁ ପଥର ଫିଙ୍ଗିଲେ ତୁମ୍ଭେ ସେମାନଙ୍କ ମଧ୍ୟରୁ ଜଣେ ହେଲ।
12 ତୁମ୍ଭେ ତୁମ୍ଭର ଭାଇର ଦୁଃଖରେ ହସିଥିଲ।
ତୁମ୍ଭେ ତାହା କରିବା ଉଚିତ୍ ନ ଥିଲା।
ଯେତେବେଳେ ଯିହୁଦା ଧ୍ୱଂସ ହେଲା, ତୁମ୍ଭେ ଖୁସୀ ହେଲ।
ତାହା ମଧ୍ୟ ତୁମ୍ଭର କରିବା ଉଚିତ୍ ନ ଥିଲା।
ତୁମ୍ଭେ ସେମାନଙ୍କ ଦୁଃଖରେ ଯେଉଁ ବଡ଼ିମା ଦେଖାଇଲ
ତାହା ତୁମ୍ଭର କରିବା ଉଚିତ୍ ନ ଥିଲା।
13 ତୁମ୍ଭେ ଆମ୍ଭ ଲୋକମାନଙ୍କର ନଗରଦ୍ୱାର ଦେଇ ପ୍ରବେଶ କଲ
ଏବଂ ଆମ୍ଭ ଲୋକମାନଙ୍କର ସମସ୍ୟାରେ ଉପହାସ କଲ,
ଯାହାକି କରିବା ତୁମ୍ଭର ଅନୁଚିତ ଥିଲା।
ସେମାନଙ୍କର ଦୁଃଖ ସମୟରେ ତୁମ୍ଭେ ସେମାନଙ୍କର ଧନସମ୍ପଦ ନେଲ,
ଯାହାକି କରିବା ତୁମ୍ଭର ଅନୁଚିତ ଥିଲା।
14 ତୁମ୍ଭେ ରାସ୍ତାର ଛକମାନଙ୍କରେ ଦଣ୍ଡାୟମାନ ହୋଇଥିଲ
ଏବଂ ନିର୍ବାସିତମାନଙ୍କୁ ଧ୍ୱଂସ କରୁଥିଲ।
ଜୀବନ ରକ୍ଷା ପାଇଁ ପଳାୟନ କରୁଥିବା ନିର୍ବାସିତମାନଙ୍କୁ ତୁମ୍ଭେ ସେମାନଙ୍କର ଅନୁଧାବନକାରୀମାନଙ୍କୁ ହସ୍ତଗତ କରିଦେଲ।
ଯାହାକି ତୁମ୍ଭ ପକ୍ଷେ ଠିକ୍ ନ ଥିଲା।
15 ସବୁଦେଶ ପ୍ରତି
ସଦାପ୍ରଭୁଙ୍କ ଦିନ ଆସି ଯାଉଛି।
ତୁମ୍ଭେମାନେ ଯେଉଁସବୁ ମନ୍ଦକାର୍ଯ୍ୟ କରିଥିଲ,
ତାହା ତୁମ୍ଭମାନଙ୍କ ପକ୍ଷରେ ଘଟିବ।
ସେହି ଏକା ପ୍ରକାର ମନ୍ଦ ଜିନିଷ
ତୁମ୍ଭମାନଙ୍କ ମୁଣ୍ତ ଉପରକୁ ଫେରି ଆସିବ।
16 କାହିଁକି ତାହା ଘଟିବ? କାରଣ ତୁମ୍ଭେ ଆମ୍ଭ ପବିତ୍ର ପର୍ବତ ଉପରେ ରକ୍ତ ପାନ କରିଥିଲ।
ତେଣୁ ସମସ୍ତ ଦେଶ ତୁମ୍ଭର ରକ୍ତ ପାନ କରିବ।
ତୁମ୍ଭର ସମାପ୍ତି ଘଟିବ
ଯେପରି ତୁମ୍ଭର କୌଣସି ସତ୍ତା ରହିବ ନାହିଁ।
ସପ୍ତମ ମୁଦ୍ରା
8 ମେଷଶାବକ ସପ୍ତମ ମୁଦ୍ରା ଖୋଲିଲେ। ସେତେବେଳେ ସ୍ୱର୍ଗରେ ଅଧଘଣ୍ଟା ପର୍ଯ୍ୟନ୍ତ ନୀରବତା ଥିଲା। 2 ତା'ପରେ ମୁଁ ପରମେଶ୍ୱରଙ୍କ ସାମନାରେ ସାତ ଜଣ ସ୍ୱର୍ଗଦୂତଙ୍କୁ ଠିଆ ହୋଇଥିବାର ଦେଖିଲି। ସେମାନଙ୍କୁ ସାତୋଟି ତୂରୀ ଦିଆଗଲା।
3 ଆଉ ଜଣେ ଦୂତ ଆସି ବେଦୀ ପାଖରେ ଠିଆ ହେଲେ। ପରମେଶ୍ୱରଙ୍କର ପବିତ୍ର ଲୋକମାନଙ୍କର ପ୍ରାର୍ଥନା ସହିତ ପ୍ରଚୁର ସୁଗନ୍ଧି ଧୂପ, ସୁନାର ବଳିବେଦୀ ଉପରେ ଅର୍ପଣ କରିବା ନିମନ୍ତେ ତାହାଙ୍କ ହାତରେ ଗୋଟିଏ ସୁନାର ଧୂପଦାନୀ ଥିଲା। 4 ସ୍ୱର୍ଗଦୂତ ଏହି ପ୍ରାର୍ଥନାଯୁକ୍ତ ଧୂପକୁ ବେଦୀ ଉପରେ ପକାନ୍ତେ ତାହା ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଉପରକୁ ଉଠିଲା। 5 ତା'ପରେ ଦୂତ ବେଦୀର ଅଗ୍ନି ନେଇ ଧୂପଦାନୀ ପୂର୍ଣ୍ଣ କଲେ ଓ ତାହା ପୃଥିବୀ ଉପରକୁ ନିକ୍ଷେପ କଲେ। ତେଣୁ ସେଠାରେ ବଜ୍ରପାତ, ମେଘ ଘଡ଼ଘଡ଼ି, ବିଜୁଳି, କୋଳାହଳ ଓ ଭୂମିକମ୍ପ ହେଲା।
2010 by World Bible Translation Center