Revised Common Lectionary (Complementary)
12 ଆମ୍ଭକୁ ଶିକ୍ଷା ଦିଅ, ଆମ୍ଭ ଜୀବନ କେତେ କ୍ଷୀଣ
ଯାହା ଫଳରେ ଆମ୍ଭେ ବୁଦ୍ଧିମାନ୍ ହୋଇ ପାରିବୁ।
13 ହେ ସଦାପ୍ରଭୁ, ଆମ୍ଭ ପାଖକୁ ଫେରି ଆସ, ଆଉ କେତେ ଦିନ ତୁମ୍ଭେ ଅପେକ୍ଷା କରିବ?
ଆପଣା ଦାସ ପ୍ରତି ଦୟା କର।
14 ପ୍ରଭାତରେ, ଆମ୍ଭମାନଙ୍କୁ ତୁମ୍ଭ ଦୟାରେ ତୃପ୍ତ କର।
ଆମ୍ଭମାନଙ୍କୁ ଯାବଜ୍ଜୀବନ ଖୁସୀ ଓ ଆନନ୍ଦିତ ହେବାକୁ ଦିଅ।
15 ତୁମ୍ଭେ ଜୀବନରେ ଆମ୍ଭକୁ ବହୁ ବର୍ଷଧରି କଷ୍ଟ ଓ ଯନ୍ତ୍ରଣା ଦେଲ।
ବର୍ତ୍ତମାନ ଆମ୍ଭକୁ ଆନନ୍ଦିତ କର, ଯେପରି ଯଥାର୍ଥ।
16 ତୁମ୍ଭେ କରିପାରୁଥିବା ଆଶ୍ଚର୍ଯ୍ୟ କର୍ମସବୁ ତୁମ୍ଭର ଦାସମାନଙ୍କୁ ଦେଖିବାକୁ ଦିଅ
ଏବଂ ସେମାନଙ୍କ ସନ୍ତାନଗଣଙ୍କୁ ତୁମ୍ଭର ମହିମା ଦେଖାଅ।
17 ହେ ପରମେଶ୍ୱର, ଆମ୍ଭମାନଙ୍କ ପ୍ରଭୁ, ଆମ୍ଭମାନଙ୍କୁ ଦୟାକର।
ଆମ୍ଭର କାର୍ଯ୍ୟ ଆମ୍ଭକୁ ସମର୍ଥନ କରେ,
ତେଣୁ ଦୟାକରି ଆମ୍ଭର କାର୍ଯ୍ୟକୁ ସମର୍ଥନ କର ଓ ଏହାକୁ ସଫଳ କରାଅ।
13 ମୋର ପ୍ରଭୁ ସଦାପ୍ରଭୁ ପରମେଶ୍ୱର ସର୍ବଶକ୍ତିମାନ ସେ ଏହିକଥା କୁହନ୍ତି: “ଯାକୁବ ପରିବାର ଲୋକଙ୍କୁ ସତର୍କ କରିଦିଅ। 14 ଇସ୍ରାଏଲ ପାପ କରିଛି ଏବଂ ସେ ପାପ ଲାଗି ଆମ୍ଭେ ସେମାନଙ୍କୁ ଦଣ୍ତ ଦେବା। ସେହି ଦିନ ଆମ୍ଭେ ମଧ୍ୟ ବୈଥେଲ୍ର ସମସ୍ତ ଯଜ୍ଞବେଦିକୁ ଧ୍ୱଂସ କରିବା। ସେହି ଯଜ୍ଞବେଦିର ତୂରୀସବୁ ଖଣ୍ତ ଖଣ୍ତ ହେବ ଓ ଭୂମିରେ ପକାଯିବ। 15 ଆମ୍ଭେ ଆମ୍ଭ ଶୀତକାଳୀନ ଗୃହ ଓ ଗ୍ରୀଷ୍ମକାଳୀନ ଗୃହକୁ ଧ୍ୱଂସ କରିବା। ହାତୀ ଦାନ୍ତରେ ନିର୍ମିତ ଗୃହ ମଧ୍ୟ ଧ୍ୱଂସ ପାଇବ। ବହୁ ଘର ଏହିପରି ଧ୍ୱଂସ ଲାଭ କରିବ।” ସଦାପ୍ରଭୁ ଏହିସବୁ କୁହନ୍ତି।
ସ୍ତ୍ରୀ ଲୋକମାନେ ଆନନ୍ଦକୁ ଭଲ ପାଆନ୍ତି
4 ହେ ଶମରିୟାର ପର୍ବତବାସିନୀ, ବାଶନର ରମଣୀମାନେ, ତୁମ୍ଭେମାନେ ମୋର ଏହି ବାକ୍ୟ ଶୁଣ। ତୁମ୍ଭେମାନେ ଦରିଦ୍ର ଲୋକଙ୍କୁ ଆଘାତ ଦେଇ ଦରିଦ୍ରମାନଙ୍କୁ ଦଳି ଦେଇଛ ଆଉ ମଧ୍ୟ ତୁମ୍ଭର ସ୍ୱାମୀମାନଙ୍କୁ କହିଛ, “ଆମ୍ଭମାନଙ୍କୁ କିଛି ପାନ କରିବାକୁ ଦିଅ।”
2 ମୋର ପ୍ରଭୁ ସଦାପ୍ରଭୁ, ତାଙ୍କର ପବିତ୍ରତା ଦ୍ୱାରା ଶପଥ ନେଲେ ଏବଂ କହିଲେ, ଭବିଷ୍ୟତରେ ଲୋକମାନେ ତେଣ୍ଟା ବ୍ୟବାହାର କରିବେ ଏବଂ ତୁମ୍ଭମାନଙ୍କୁ ବନ୍ଦୀ ପରି ନେଇଯିବେ। ସେମାନେ ବନଶି କଣ୍ଟା ବ୍ୟବହାର କରି ତୁମ୍ଭମାନଙ୍କ ମଧ୍ୟରୁ ପ୍ରତ୍ୟେକକୁ ନେଇଯିବେ। 3 ସ୍ତ୍ରୀଲୋକମାନେ କାନ୍ଥଗୁଡ଼ିକ ଭାଙ୍ଗି ବାହାରି ଆସିବେ ଏବଂ ସେମାନେ ହର୍ମୋଣ ଭିତରକୁ ନିକ୍ଷେପ ହେବେ।
ସଦାପ୍ରଭୁ ଏହା କହନ୍ତି: 4 “ବୈଥେଲ୍କୁ ଯାଅ ଏବଂ ସେଠାରେ ପାପ କର। ଗିଲ୍ଗଲ୍କୁ ଯାଅ ସେଠାରେ ଅଧିକ ପାପ କର। ପ୍ରଭାତରେ ତୁମ୍ଭର ବଳିଦାନ ଉତ୍ସର୍ଗ କର। ତିନି ଦିନରେ ଥରେ ଏକ ଦଶମାଂଶ ଶସ୍ୟ ଆଣ। 5 ଆଉ ମଧ୍ୟ ଦ୍ରାକ୍ଷାରସର ଫେଣର ନୈବେଦ୍ୟ ପାଇଁ ଧନ୍ୟବାଦ ଦିଅ। ଏହି ସ୍ୱେଚ୍ଛାଦତ୍ତ ନୈବେଦ୍ୟ ବିଷୟରେ ପ୍ରତ୍ୟେକଙ୍କୁ ଜଣାଅ। ହେ ଇସ୍ରାଏଲୀୟ, ତୁମ୍ଭେ ଏହିସବୁ କାର୍ଯ୍ୟ କରିବାକୁ ଭଲ ପାଉଛ।” ସଦାପ୍ରଭୁ ଏହା ହିଁ କହିଲେ।
ମନୁଷ୍ୟକୃତ ନିୟମଠାରୁ ପରମେଶ୍ୱରଙ୍କ ବିଧାନ ବଡ଼
(ମାର୍କ 7:1-23)
15 କେତେକ ଫାରୂଶୀ ଓ ଯିହୂଦୀ ଧର୍ମଶାସ୍ତ୍ରୀ ଯିରୁଶାଲମରୁ ଯୀଶୁଙ୍କ ନିକଟକୁ ଆସି ପଗ୍ଭରିଲେ, 2 “ତୁମ୍ଭ ଶିଷ୍ୟମାନେ ପୂର୍ବପୁରୁଷଙ୍କ ପ୍ରଦତ୍ତ ନୀତିନିୟମଗୁଡ଼ିକୁ କାହିଁକି ମାନୁ ନାହାନ୍ତି? ତୁମ୍ଭ ଶିଷ୍ୟମାନେ ଖାଇବା ପୂର୍ବରୁ କାହିଁକି ହାତ ଧୋଉ ନାହାନ୍ତି।”
3 ଯୀଶୁ କହିଲେ, “ତୁମ୍ଭେ ନିଜର ପରମ୍ପରାଗତ ରୀତି ନୀତି ପାଳିବାକୁ ଯାଇ ପରମେଶ୍ୱରଙ୍କ ଆଦେଶ କାହିଁକି ଲଙ୍ଘନ କରୁଛ? 4 ପରମେଶ୍ୱର କହିଛନ୍ତି: ‘ତୁମ୍ଭେ ପିତାମାତାଙ୍କୁ ସମ୍ମାନ ଦିଅ,(A) କିନ୍ତୁ ଯେଉଁ ଲୋକ ପିତାମାତାଙ୍କୁ ଅପମାନିତ କରେ, ତାକୁ ବଧ କରାଯିବା ଉଚିତ୍।’(B) 5 କିନ୍ତୁ ତୁମ୍ଭେ ଯେଉଁଭଳି ଶିକ୍ଷା ଦେଉଛ, ତା'ଫଳରେ ଜଣେ ଲୋକ ତା'ର ପିତାମାତାଙ୍କୁ କହି ପାରିବ, ‘ମୁଁ ତୁମ୍ଭକୁ ସାହାଯ୍ୟ କରି ପାରିବି ନାହିଁ। କାରଣ ମୋର ଯାହାସବୁ ଅଛି ସେଗୁଡ଼ିକୁ ମୁଁ ପରମେଶ୍ୱରଙ୍କୁ ଉତ୍ସର୍ଗ କରିବି।’ 6 ଏହିଭଳି ତୁମ୍ଭେ ସେ ଲୋକଙ୍କୁ ତା’ ପିତାମାତାଙ୍କୁ ସମ୍ମାନ ନ ଦେବା ପାଇଁ ହିଁ ଶିକ୍ଷା ଦେଉଛ। ଏହିପରି ନିଜର ପରମ୍ପରାଗତ ନୀତିନିୟମଗୁଡ଼ିକୁ ସମ୍ମାନ ଦେଇଛ ଓ ପରମେଶ୍ୱରଙ୍କ ଆଦେଶକୁ ଅବମାନନା କରୁଛ। 7 ତୁମ୍ଭେ ସବୁ କପଟୀ! ଯିଶାଇୟ ତୁମ୍ଭମାନଙ୍କ ବିଷୟରେ ଠିକ୍ ଭାବରେ ଏହି ଭବିଷ୍ୟଦ୍ବାଣୀ କହିଥିଲେ।
8 ଏମାନେ କେବଳ ମୁଖରେ ମୋର ଆଦର କରନ୍ତି,
କିନ୍ତୁ ସେମାନଙ୍କ ମନକଥା ମୋ'ଠାରୁ ବହୁତ ଦୂରରେ ରହିଥାଏ।
9 ସେମାନେ ମୋତେ ଯେଉଁ ଉପାସନା କରନ୍ତି, ତାହା ମୂଲ୍ୟହୀନ।
ସେମାନେ ଯେଉଁସବୁ ବିଷୟ ଶିକ୍ଷା ଦିଅନ୍ତି ତାହା କେବଳ ମଣିଷ ତିଆରି ବିଧିବିଧାନ।’”(C)
2010 by World Bible Translation Center