Revised Common Lectionary (Complementary)
ପ୍ରଧାନ ବାଦ୍ୟକର ନିମନ୍ତେ ଯିଏକି ଗୀତ୍ତୀତ୍ ସ୍ୱରରେ ଗାନ କରେ। ଦାଉଦଙ୍କର ଏକ ଗୀତ।
8 ହେ ସଦାପ୍ରଭୁ, ଆମ୍ଭମାନଙ୍କର ପ୍ରଭୁ, ତୁମ୍ଭର ନାମ ଏ ପୃଥିବୀରେ ସବୁଠାରୁ ଆଶ୍ଚର୍ଯ୍ୟଜନକ ଓ ପ୍ରଶଂସାଯୁକ୍ତ।
ତୁମ୍ଭର ନାମ ସ୍ୱର୍ଗରେ ମଧ୍ୟ ପ୍ରଶଂସା ଯୋଗ୍ୟ ଅଟେ।
2 ତୁମ୍ଭେ ତୁମ୍ଭର ଶତ୍ରୁମାନଙ୍କର ମୁହଁ ବନ୍ଦ କରିବାକୁ
ଶିଶୁ ଓ ପିଲାମାନଙ୍କ କଣ୍ଠରେ ଶକ୍ତିଶାଳୀ ଗୀତ ପ୍ରଦାନ କରିଅଛି।
3 ହେ ସଦାପ୍ରଭୁ, ମୋ’ ଉପରେ ଥିବା ସ୍ୱର୍ଗକୁ ଗ୍ଭହିଁଲେ ତାହା ତୁମ୍ଭ ଅଙ୍ଗୁଳି ଦ୍ୱାରା ନିର୍ମିତ ବୋଲି ଜଣାପଡ଼େ।
ମୁଁ ସେହି ଆକାଶରେ ତୁମ୍ଭ ସୃଷ୍ଟି ଚନ୍ଦ୍ର ଓ ନକ୍ଷତ୍ରଗଣଙ୍କୁ ଦେଖେ ଓ ଆଶ୍ଚର୍ଯ୍ୟ ହୁଏ।
4 “କାହିଁକି ତୁମ୍ଭେ ମନୁଷ୍ୟମାନଙ୍କୁ ଏତେ ପ୍ରାଧାନ୍ୟ ଦିଅ?
କାହିଁକି ତୁମ୍ଭେ ସେମାନଙ୍କର କ୍ଷତ ନିଅ?
କାହିଁକି ତୁମ୍ଭେ ସେମାନଙ୍କୁ ଏତେ ଦୃଷ୍ଟି ଦିଅ?”
5 କିନ୍ତୁ ଲୋକମାନେ ତୁମ୍ଭ ପାଇଁ ମହତ୍ତ୍ୱପୂର୍ଣ୍ଣ, ପରମେଶ୍ୱର ତୁମ୍ଭେ ଲୋକମାନଙ୍କୁ ସୃଷ୍ଟି କରିଛ
ଓ ସେମାନଙ୍କୁ ଗୌରବ ଓ କୀର୍ତ୍ତିରେ ମୁକୁଟ ମଣ୍ଡିତ କରିଛ।
6 ତୁମ୍ଭେ ଆପଣା ହସ୍ତରେ ତିଆରି କରୁଥିବା ସମସ୍ତ ବସ୍ତୁରେ ସେହି ଲୋକମାନଙ୍କୁ ଅଧିଷ୍ଠିତ କରିଛ।
ତୁମ୍ଭେ ସବୁ ସେହିମାନଙ୍କ ନିୟନ୍ତ୍ରଣରେ ଛାଡ଼ି ଦେଇଛ।
7 ଗୋରୁଗାଈ ଓ ସମସ୍ତ ବଣୁଆ ପଶୁଗଣ।
8 ଆକାଶର ଉଡ଼ୁଥିବା ପକ୍ଷୀମାନେ
ଓ ସମୁଦ୍ରର ମାଛମାନେ ମଧ୍ୟ ଅଛନ୍ତି।
9 ହେ ସଦାପ୍ରଭୁ, ଆମ୍ଭମାନଙ୍କର ପ୍ରଭୁ, ଏହି ପୃଥିବୀରେ ତୁମ୍ଭର ନାମ ସବୁଠାରେ ମହିମାନ୍ୱିତ।
ଅବ୍ରହାମ ଗରାରକୁ ଗଲେ
20 ଏହା ପରେ ଅବ୍ରହାମ ସେଠାରୁ ଦକ୍ଷିଣ ଦେଶକୁ ଯାତ୍ରା କରି କାଦେଶ ଓ ଶୁରର ମଧ୍ୟସ୍ଥାନରେ ଥାଇ ଗରାରରେ ବାସ କଲେ। 2 ଯେତେବେଳେ ଗରାରରେ ଥିଲେ, ଅବ୍ରହାମ ଲୋକମାନଙ୍କୁ କହିଲେ, ସାରା ହେଉଛି ତାଙ୍କର ଭଉଣୀ, ଗରାରର ରାଜା ଅବିମେଲକ୍ ଏ କଥା ଶୁଣିଲେ। ଅବିମେଲକ ସାରାଙ୍କୁ ଗ୍ଭହୁଁଥିଲେ। ତେଣୁ ସେ ତାଙ୍କୁ ଆଣିବା ପାଇଁ କେତେକ ଦାସକୁ ପଠାଇଲେ। 3 କିନ୍ତୁ ଏକ ରାତିରେ, ପରମେଶ୍ୱର ଅବିମେଲକକୁ ସ୍ୱପ୍ନରେ କହିଲେ, “ତୁମ୍ଭେ ମରିବ, ତୁମ୍ଭେ ଯେଉଁ ସ୍ତ୍ରୀଲୋକକୁ ଆଣିଛ ସେ ବିବାହିତା।”
4 କିନ୍ତୁ ସେପର୍ଯ୍ୟନ୍ତ ଅବିମେଲକ ସାରା ସହିତ ସହବାସ କରି ନ ଥିଲେ। ତେଣୁ ଅବିମେଲକ କହିଲେ, “ତୁମ୍ଭେ କ’ଣ ଏକ ନିର୍ଦ୍ଦୋଷ ବ୍ୟକ୍ତିକୁ ହତ୍ୟା କରିବ? 5 ଅବ୍ରହାମ ନିଜେ ମୋତେ କହିଲେ, ‘ଏହି ସ୍ତ୍ରୀ ମୋର ଭଉଣୀ’ ଏବଂ ସେହି ସ୍ତ୍ରୀ ମଧ୍ୟ କହିଲେ, ‘ଅବ୍ରହାମ ମୋର ଭାଇ’, ମୁଁ ନିର୍ଦ୍ଦୋଷ, ମୁଁ ଜାଣି ନ ଥିଲି। ନିର୍ଦ୍ଦୋଷତାରେ ମୁଁ ଏହି କାର୍ଯ୍ୟ କରିଛି।”
6 ଏହା ପରେ ପରମେଶ୍ୱର ଅବିମେଲକକୁ ସ୍ୱପ୍ନରେ କହିଲେ, “ହଁ, ମୁଁ ଜାଣେ ତୁମ୍ଭେ ନିର୍ଦ୍ଦୋଷ। ତେଣୁ ମୁଁ ତୁମ୍ଭକୁ ରକ୍ଷା କଲି। ମୁଁ ତୁମ୍ଭକୁ ମୋ’ ବିରୁଦ୍ଧରେ ପାପ କରିବାକୁ ଦେବି ନାହିଁ। ମୁଁ ତୁମ୍ଭକୁ ତାଙ୍କ ସହିତ ସହବାସ କରିବାକୁ ଦେଇ ନ ଥିଲି। 7 ତେଣୁ ତୁମ୍ଭେ ଅବ୍ରହାମଙ୍କୁ ପୁନରାୟ ତାଙ୍କ ସ୍ତ୍ରୀଙ୍କୁ ତାଙ୍କୁ ଫେରାଇଦିଅ। ଅବ୍ରହାମ ଜଣେ ଭବିଷ୍ୟଦ୍ବକ୍ତା। ସେ ତୁମ୍ଭ ପାଇଁ ପ୍ରାର୍ଥନା କରିବ। ତୁମ୍ଭେ ବଞ୍ଚି ରହିବ। ତୁମ୍ଭେ ଯଦି ସାରାକୁ ନ ଫେରାଅ ତେବେ ମୁଁ ତୁମ୍ଭକୁ ପ୍ରତିଜ୍ଞା କରି କହୁଛି ତୁମ୍ଭେ ମରିବ। ଏବଂ ତୁମ୍ଭର ପରିବାର ତୁମ୍ଭ ସହିତ ମୃତ୍ୟୁବରଣ କରିବେ।”
8 ତେଣୁ ତା’ ପରଦିନ ପ୍ରଭାତରୁ ଅବିମେଲକ ତାଙ୍କର ଦାସମାନଙ୍କୁ ଡାକିଲେ ଏବଂ ତାଙ୍କର ସ୍ୱପ୍ନ ବିଷୟରେ କହିଲେ। ଦାସମାନେ ଭୟରେ ଥରିଲେ। 9 ଏହା ପରେ ଅବିମେଲକ ଅବ୍ରହାମଙ୍କୁ ଡାକି କହିଲେ, “ତୁମ୍ଭେ କାହିଁକି ଆମ୍ଭ ପ୍ରତି ଏପରି କଲ? ମୁଁ ତୁମ୍ଭର ତ କିଛି ଦୋଷ କରି ନାହିଁ? ମୁଁ ତୁମ୍ଭ ପ୍ରତି କ’ଣ କରିଛି ଯେ, ମୋ’ ଦେଶ ପ୍ରତି ବିପଦ ଆଣିବାକୁ ତୁମ୍ଭେ ଇଚ୍ଛା କଲ? ତୁମ୍ଭର ମୋ’ ପ୍ରତି ଏପରି କରିବାର ନ ଥିଲା। 10 କାହିଁକି ତୁମ୍ଭେ ମୋ’ ପ୍ରତି ଏପରି ବ୍ୟବହାର କଲ?”
11 ଏହା ପରେ ଅବ୍ରହାମ କହିଲେ, “ଏଠାରେ କେହି ପରମେଶ୍ୱରଙ୍କୁ ଭୟ କରୁ ନାହିଁ ବୋଲି ମୁଁ ଜାଣିଲି। ମୁଁ ଭାବିଲି ଏଠାରେ କାଳେ କିଏ ମୋତେ ହତ୍ୟାକରି ସାରାକୁ ମୋ'ଠାରୁ ନେଇଯିବ। 12 ସେ ମୋର ସ୍ତ୍ରୀ, କିନ୍ତୁ ସେ ମଧ୍ୟ ମୋର ଭଉଣୀ। ସେ ହେଉଛି ମୋ’ ବାପାଙ୍କର ଏକ ଝିଅ। କିନ୍ତୁ ସେ ମୋ’ ମା’ର ଝିଅ ନୁହେଁ। 13 ପରମେଶ୍ୱର ମୋତେ ମୋର ପିତାଙ୍କ ଗୃହରୁ ଦୂରକୁ ଆଗେଇ ନେଲେ। ପରମେଶ୍ୱର ମୋତେ ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ବୁଲାଇଲେ। ଏପରି ଯେତେବେଳେ ହେଲା ମୁଁ ସାରାକୁ କହିଲି, ‘ଦୟାକରି ମୋ’ ପାଇଁ ଏହା କର! ଆମ୍ଭେ ଯେଉଁଠାକୁ ଯିବା, ତୁମ୍ଭେ ଲୋକମାନଙ୍କୁ କହିବ ମୁଁ ତୁମ୍ଭର ଭାଇ।’”
14 ତେଣୁ ଅବିମେଲକ ସାରାକୁ ଫେରାଇ ଦେଲେ। ଅବିମେଲକ ମଧ୍ୟ ତାଙ୍କୁ କିଛି ମେଷ, ଗାଈ, ଗୋରୁ ଏବଂ କିଛି ସେବକ ଓ ସେବିକାଗଣଙ୍କୁ ଦେଲେ। 15 ଏବଂ ଅବିମେଲକ କହିଲେ, “ତୁମ୍ଭ ଚତୁର୍ପାର୍ଶ୍ୱକୁ ଗ୍ଭହଁ ଏହା ମୋର ଭୂମି, ତୁମ୍ଭେ ଯେଉଁଠାରେ ଗ୍ଭହଁ ସେଠାରେ ରହିପାର।”
16 ଅବିମେଲକ ସାରାକୁ କହିଲେ, “ମୁଁ ତୁମ୍ଭର ଭାଇକୁ ସହସ୍ର ରୂପା ଖଣ୍ଡ ଦେଉଛି। ମୁଁ ଏପରି କରୁଛି କାରଣ ମୁଁ ଅନୁତପ୍ତ ଯେ ଯାହା କରିଛି ଭୁଲ୍ କରିଛି। ମୁଁ ଗ୍ଭହେଁ ପ୍ରତ୍ୟେକେ ଦେଖନ୍ତୁ ଓ ହୃଦ୍ବୋଧ କରନ୍ତୁ ଯେ, ମୁଁ ଠିକ୍ କରୁଛି ବୋଲି।”
17-18 ସଦାପ୍ରଭୁ ଅବିମେଲକଙ୍କର ସମସ୍ତ ସ୍ତ୍ରୀଙ୍କୁ ବନ୍ଧ୍ୟା କଲେ। ପରମେଶ୍ୱର ଏପରି କଲେ, କାରଣ ଅବିମେଲକ ଅବ୍ରହାମଙ୍କ ସ୍ତ୍ରୀ ସାରାଙ୍କୁ ନେଇଥିଲେ। କିନ୍ତୁ ଅବ୍ରହାମ ପରମେଶ୍ୱରଙ୍କୁ ପ୍ରାର୍ଥନା କଲେ ଏବଂ ପରମେଶ୍ୱର ଅବିମେଲକ, ତାଙ୍କର ସମସ୍ତ ସ୍ତ୍ରୀଗଣଙ୍କୁ ଓ ଦାସୀଗଣଙ୍କୁ ଆରୋଗ୍ୟ କଲେ। ଏବଂ ସେମାନଙ୍କର ସନ୍ତାନସନ୍ତତି ଜାତ ହେଲେ।
23 ଏହି ବିଶ୍ୱାସ ପ୍ରକାଶ ହେବା ପର୍ଯ୍ୟନ୍ତ ଆମ୍ଭେ ବ୍ୟବସ୍ଥା ଦ୍ୱାରା ବନ୍ଦୀ ଓ ପରିଗ୍ଭଳିତ ହୋଇଥିଲୁ। ଆମ୍ଭର ସେତେବେଳେ କୌଣସି ସ୍ୱାଧୀନତା ନ ଥିଲା। 24 ଅତଏବ, ଖ୍ରୀଷ୍ଟଙ୍କ ଆଗମନ ପୂର୍ବରୁ ବ୍ୟବସ୍ଥା ଆମ୍ଭର ସ୍ୱାମୀ ଥିଲା। ତା'ପରେ ଆମ୍ଭେ ବିଶ୍ୱାସ ଦ୍ୱାରା ପରମେଶ୍ୱରଙ୍କ ସହିତ ଧାର୍ମିକ ହେଲୁ। 25 ଏବେ ବିଶ୍ୱାସର ରାସ୍ତା ଉପସ୍ଥିତ ହୋଇଅଛି ଓ ଆମ୍ଭେ ଏଣିକି ବ୍ୟବସ୍ଥାର ଅଧୀନ ନୋହୁଁ।
26 ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ୱାସ ଦ୍ୱାରା ତୁମ୍ଭେ ସମସ୍ତେ ପରମେଶ୍ୱରଙ୍କ ସନ୍ତାନଗଣ ଅଟ। 27 ତୁମ୍ଭେ ଯେତେଲୋକ ଖ୍ରୀଷ୍ଟଙ୍କଠାରେ ବାପ୍ତିସ୍ମ ଗ୍ରହଣ କରିଛ, ତୁମ୍ଭେମାନେ ତାହାଙ୍କୁ ବସ୍ତ୍ରରୂପେ ପରିଧାନ କରିଛ। 28 ଅତଏବ ଖ୍ରୀଷ୍ଟଙ୍କଠାରେ ତୁମ୍ଭେ ସମସ୍ତେ ଏକ ହୋଇଥିବା କାରଣରୁ ଯିହୂଦୀ ଓ ଗ୍ରୀକ୍, ଦାସ ଓ ସ୍ୱାଧୀନଲୋକ, ପୁରୁଷ ଓ ମହିଳା କାହାରି ଭିତରେ କୌଣସି ଭେଦ ରହିଲା ନାହିଁ। 29 ଯଦି ତୁମ୍ଭେମାନେ ସମସ୍ତେ ଖ୍ରୀଷ୍ଟଙ୍କର ଅଟ, ତେବେ ସ୍ୱଭାବତଃ ତୁମ୍ଭେ ଅବ୍ରହାମଙ୍କ ବଂଶଜ ମଧ୍ୟ ଅଟ, ଓ ପରମେଶ୍ୱର ଅବ୍ରହାମଙ୍କୁ ଯେଉଁ ପ୍ରତିଶୃତି ଦେଇଥିଲେ, ସେହି ପ୍ରତିଶୃତିର ମଧ୍ୟ ତୁମ୍ଭେ ଉତ୍ତରାଧିକାରୀ ଅଟ।
2010 by World Bible Translation Center