Revised Common Lectionary (Complementary)
ପ୍ରଧାନ ବୀଣା ବାଦକଙ୍କ ଉଦ୍ଦେଶ୍ୟରେ ଦାଉଦଙ୍କର ଗୀତ।
5 ହେ ସଦାପ୍ରଭୁ, ମୋର କଥା ଶୁଣନ୍ତୁ।
ବୁଝିବାକୁ ଚେଷ୍ଟା କରନ୍ତୁ ମୁଁ କ’ଣ କରିବାକୁ ଗ୍ଭହୁଁଛି।
2 ହେ ମୋର ପରମେଶ୍ୱର ଓ ରାଜା,
ମୋର ପ୍ରାର୍ଥନା ଶୁଣ।
3 ପ୍ରତିଦିନ ସକାଳେ ହେ ସଦାପ୍ରଭୁ, ମୋର ରବ ଶୁଣ,
ମୁଁ ତୁମ୍ଭ ଉଦ୍ଦେଶ୍ୟରେ ଆପଣା ପ୍ରାର୍ଥନା ସଜାଏ
ଏବଂ ପ୍ରତିଦିନ ସକାଳେ ତୁମ୍ଭେ ମୋର ପ୍ରାର୍ଥନା ଶୁଣ।
4 ହେ ପରମେଶ୍ୱର, ତୁମ୍ଭେ କେବେ ମନ୍ଦକାର୍ଯ୍ୟ ପସନ୍ଦ କର ନାହିଁ।
କାରଣ ମନ୍ଦକାର୍ଯ୍ୟ ସହ ତୁମ୍ଭର କୌଣସି ସମ୍ପର୍କ ନାହିଁ।
5 ଗର୍ବୀମାନେ କେବେ ତୁମ୍ଭ ନିକଟକୁ ଆସି ପାରିବେ ନାହିଁ।
ଯେଉଁମାନେ ମନ୍ଦକାର୍ଯ୍ୟ କରନ୍ତି ତୁମ୍ଭେ ସେମାନଙ୍କୁ ଘୃଣା କର।
6 ଯେଉଁମାନେ ମିଥ୍ୟା କହନ୍ତି, ତୁମ୍ଭେ ସେମାନଙ୍କୁ ବିନାଶ କରିବ।
ତୁମ୍ଭେ ସେହି ଲୋକମାନଙ୍କୁ ଘୃଣା କର, ଯେଉଁମାନେ ଅନ୍ୟ ଲୋକମାନଙ୍କୁ ଆଘାତ କରିବାକୁ ଗୋପନରେ ଷଡ଼ଯନ୍ତ୍ର କରନ୍ତି।
7 କିନ୍ତୁ ସଦାପ୍ରଭୁ ତୁମ୍ଭର ଅସୀମ କରୁଣା ଯୋଗୁଁ,
ମୁଁ ନିଶ୍ଚୟ ତୁମ୍ଭ ପବିତ୍ର ମନ୍ଦିରରେ ପହଞ୍ଚିବି।
ମୁଁ ନତମସ୍ତକରେ ତୁମ୍ଭର ସେହି ପବିତ୍ର ମନ୍ଦିରରେ ତୁମ୍ଭକୁ ଭୟ ଭକ୍ତି ଓ ସମ୍ମାନର ସହିତ ଉପାସନା କରିବି।
8 ହେ ସଦାପ୍ରଭୁ, ମୋତେ ତୁମ୍ଭର ଧର୍ମ ପଥରେ ପ୍ରଦର୍ଶନ କର।
ଲୋକମାନେ ମୋର ଦୁର୍ବଳତାକୁ ଗ୍ଭହିଁ ବସିଛନ୍ତି।
ତେଣୁ ମୋତେ ଉଚିତ୍ ମାର୍ଗ ପ୍ରଦର୍ଶନ କରି ଧର୍ମ ପଥରେ କଢ଼ାଇ ନିଅ,
ଓ ମୋର ପଥକୁ ସରଳ କର।
9 ସେହି ଲୋକମାନେ କେବେ ସତ୍ୟ କଥା କହନ୍ତି ନାହିଁ।
ସେମାନେ ସବୁ ମିଥ୍ୟାବାଦୀ, ସତ୍ୟକୁ ଗୋପନ ରଖନ୍ତି।
ସେମାନଙ୍କର ପାଟି ଏକ କବର ସ୍ୱରୂପ
ଓ ସେମାନଙ୍କ ଉଦ୍ଦେଶ୍ୟ ହେଲା ଅନ୍ୟ ଲୋକଙ୍କୁ ଫାନ୍ଦରେ ପକାଇବା, ସେମାନେ ଅନାବୃତ ମଧୁର କଥା କହି ଲୋକଙ୍କୁ ବିପଥଗାମୀ କରନ୍ତି।
10 ହେ ପରମେଶ୍ୱର, ସେମାନଙ୍କୁ ଶାସ୍ତି ଦିଅ।
ସେମାନେ ବାନ୍ଧିଥିବା ଫାଶରେ ସେମାନଙ୍କୁ ପକାଇ ଦିଅ।
ସେମାନେ ତୁମ୍ଭର ବିରୁଦ୍ଧାଚରଣ କରିଛନ୍ତି,
ତେଣୁ ସେମାନଙ୍କର ଅନେକ ଅପରାଧ ପାଇଁ ସେମାନଙ୍କୁ ଶାସ୍ତି ବିଧାନ କର।
11 କିନ୍ତୁ ଯେଉଁମାନେ ପରମେଶ୍ୱରଙ୍କ ଉପରେ ବିଶ୍ୱାସ ରଖନ୍ତି, ସେମାନେ ସୁଖରେ ରୁହନ୍ତି ଏବଂ ସେମାନେ ଚିରଦିନ ପାଇଁ ସୁଖରେ ରୁହନ୍ତି।
ପରମେଶ୍ୱର, ତୁମ୍ଭେ ଆପଣା ଲୋକମାନଙ୍କୁ ରକ୍ଷା କର ଏବଂ ଯେଉଁମାନେ ତୁମ୍ଭର ନାମର ପ୍ରଶଂସା କରନ୍ତି, ସେମାନଙ୍କୁ ଅଧିକ ଶକ୍ତି ପ୍ରଦାନ କର।
12 ହେ ସଦାପ୍ରଭୁ ଯେତେବେଳେ ତୁମ୍ଭେ ଧାର୍ମିକ ଲୋକମାନଙ୍କୁ ଆନନ୍ଦ ପ୍ରଦାନ କର,
ତୁମ୍ଭେ ସେମାନଙ୍କୁ ବିରାଟ ଢାଲ ସଦୃଶ ସମସ୍ତ କୁକାର୍ଯ୍ୟରୁ ରକ୍ଷା କର।
18 ସର୍ବଶକ୍ତିମାନ୍ ସଦାପ୍ରଭୁ ଏହି ବାର୍ତ୍ତା ମୋ’ ନିକଟକୁ ପଠାଇଲେ। 19 ସର୍ବଶକ୍ତିମାନ୍ ସଦାପ୍ରଭୁ କୁହନ୍ତି, “ତୁମ୍ଭମାନଙ୍କର ଚତୁର୍ଥ ମାସ, ପଞ୍ଚମ ମାସ, ସପ୍ତମ ମାସ ଓ ଦଶମ ମାସର ଦୁଃଖ ଓ ଉପବାସର ଯିହୁଦାର ଘର ପାଇଁ ଆନନ୍ଦମୟ ଦିନ ହେବ। ତାହା ବିଜୟ ଉଲ୍ଲସିତର ଦିନ ଏବଂ ଉଲ୍ଲାସର ସମାରୋହ ହେବ। ସେଥିପାଇଁ ତୁମ୍ଭେମାନେ ନିଶ୍ଚୟ ସତ୍ୟ ଓ ଶାନ୍ତିକୁ ପ୍ରେମ କରିବ।”
20 ସର୍ବଶକ୍ତିମାନ୍ ସଦାପ୍ରଭୁ କୁହନ୍ତି,
“ଭବିଷ୍ୟତରେ ଅନେକ ସହରରେ ବାସ କରୁଥିବା ଲୋକମାନେ ଆସିବେ।
21 ଗୋଟିଏ ନଗରର ଲୋକମାନେ ଆଉ ଗୋଟିଏ ନଗରକୁ ଯିବେ
ଏବଂ କହିବେ, ‘ଆସ ସଦାପ୍ରଭୁଙ୍କଠାରୁ ଅନୁଗ୍ରହ ପାଇବା ପାଇଁ ପ୍ରାର୍ଥନା କରିବା।’
ଆସ ଯିବା ସର୍ବଶକ୍ତିମାନ୍ ସଦାପ୍ରଭୁଙ୍କର ଉପାସନା କରିବା।
‘ମୁଁ ନିଜେ ମଧ୍ୟ ଯାଉଛି।’”
22 ବହୁଲୋକ ଓ ଶକ୍ତିଶାଳୀ ଗୋଷ୍ଠୀ ସର୍ବଶକ୍ତିମାନ୍ ସଦାପ୍ରଭୁଙ୍କର ଅନୁସରଣ କରିବା ପାଇଁ ଏବଂ ତାଙ୍କ ଅନୁଗ୍ରହ ପାଇବା ପାଇଁ ଯିରୁଶାଲମକୁ ଆସିବେ। 23 ସର୍ବଶକ୍ତିମାନ୍ ସଦାପ୍ରଭୁ କୁହନ୍ତି, “ସେହି ଦିନମାନଙ୍କରେ ଏପରି ଘଟିବ ଯେ ସର୍ବ ଭାଷାବାଦୀ ଗୋଷ୍ଠୀଗଣ ମଧ୍ୟରୁ ଦଶ ଜଣ ଲୋକ, ଜଣେ ଯିହୁଦୀ ଲୋକର ବସ୍ତ୍ରାଞ୍ଚଳ ଧରି କହିବେ, ‘ତୁମ୍ଭ ସହିତ ଆମ୍ଭେ ଯିବୁ। ଆମ୍ଭେ ଶୁଣିଲୁ ଯେ, ପରମେଶ୍ୱର ତୁମ୍ଭ ମଧ୍ୟରେ ଅଛନ୍ତି।’”
ଖ୍ରୀଷ୍ଟଙ୍କ ଶତ୍ରୁମାନଙ୍କର ପଥ ଅନୁସରଣ କର ନାହିଁ
18 ପିଲାମାନେ! ବର୍ତ୍ତମାନ ଶେଷକାଳ ଆସି ପହଞ୍ଚିଲାଣି। ତୁମ୍ଭେ ଯେପରି ଶୁଣିଥିଲ, ଖ୍ରୀଷ୍ଟଙ୍କ ଶତ୍ରୁ ଆସୁଛନ୍ତି, ଏବେ ସେହିପରି ଅନେକ ସଂଖ୍ୟାରେ ଖ୍ରୀଷ୍ଟ ବିରୋଧୀମାନେ ଦେଖା ଦେଲେଣି। ଏଥିରୁ ଆମ୍ଭେ ଜାଣି ପାରୁଛୁ ଯେ, ପ୍ରକୃତରେ ଶେଷ କାଳ ଆସି ପହଞ୍ଚିଛି। 19 ଏହି ଖ୍ରୀଷ୍ଟଙ୍କ ଶତ୍ରୁମାନେ ଆମ୍ଭ ଦଳରେ ଥିଲେ, ମାତ୍ର ଆମ୍ଭକୁ ଛାଡ଼ି ଗ୍ଭଲିଗଲେ। ସେମାନେ ପ୍ରକୃତରେ ଆମ୍ଭ ନିଜର ନ ଥିଲେ। ଯଦି ସେମାନେ ଆମ୍ଭ ନିଜର ହୋଇଥା’ନ୍ତେ, ତେବେ ସେମାନେ ଆମ୍ଭ ସହିତ ରହିଥା’ନ୍ତେ। ସେମାନେ ଆମ୍ଭକୁ ଛାଡ଼ି ଗ୍ଭଲିଗଲେ ତେଣୁ, ଏହା ସ୍ପଷ୍ଟ ରୂପେ ପ୍ରକାଶ ପାଇଲା ଯେ, ସେମାନେ ପ୍ରକୃତରେ ଆମ୍ଭର ନୁହନ୍ତି।
20 ଆଉ ତୁମ୍ଭେମାନେ ସେହି ପବିତ୍ର ବ୍ୟକ୍ତିଙ୍କଠାରୁ ଦାନ[a] ପାଇଥିବାରୁ, ତୁମ୍ଭେ ସମସ୍ତେ ସତ୍ୟକୁ ଜାଣିଛ। 21 ମୁଁ ତୁମ୍ଭମାନଙ୍କ ପାଖକୁ ଲେଖିବାର କାରଣ କ’ଣ? ତୁମ୍ଭେ ସତ୍ୟକୁ ଜାଣି ନାହଁ ବୋଲି କ’ଣ ମୁଁ ଏହା ଲେଖୁଛି? ନା, ତୁମ୍ଭେ ଏହି ସତ୍ୟ ଜାଣିଥିବାରୁ ମୁଁ ଏହି ପତ୍ର ଲେଖୁଅଛି। ତୁମ୍ଭେ ମଧ୍ୟ ଜାଣିଛ ସତ୍ୟରୁ କେବେ ହେଲେ କୌଣସି ମିଥ୍ୟା ଉତ୍ପନ୍ନ ହୁଏ ନାହିଁ।
22 ତେବେ ମିଥ୍ୟାବାଦୀ କିଏ? ଯୀଶୁ ଯେ ଖ୍ରୀଷ୍ଟ ଅଟନ୍ତି, ଏହା ଯେ ଅସ୍ୱୀକାର କରେ, ସେ ହେଉଛି ମିଥ୍ୟାବାଦୀ। ସେ ଖ୍ରୀଷ୍ଟଙ୍କର ଶତ୍ରୁ। ସେ ପରମ ପିତା ଓ ପୁତ୍ର ଦୁହିଁଙ୍କୁ ଅସ୍ୱୀକାର କରେ। 23 ଯେଉଁ ବ୍ୟକ୍ତି ପୁତ୍ରକୁ ବିଶ୍ୱାସ କରେ ନାହିଁ, ପିତା ତାହାଙ୍କଠାରେ ବାସ କରନ୍ତି ନାହିଁ। ଯେଉଁ ବ୍ୟକ୍ତି ପୁତ୍ରକୁ ଗ୍ରହଣ କରେ, ତାହାଙ୍କଠାରେ ପିତା ମଧ୍ୟ ଅଛନ୍ତି।
24 ତୁମ୍ଭେମାନେ ଆରମ୍ଭରୁ ଯାହା ଶିକ୍ଷା ପାଇଛ, ତାହା ପାଳନ କର। ତୁମ୍ଭେ ଯଦି ସେହି ଶିକ୍ଷା ଅନୁଯାୟୀ ଜୀବନ କାଟିବ, ତେବେ ତୁମ୍ଭେ ପିତା ପରମେଶ୍ୱର ଓ ପୁତ୍ରଙ୍କଠାରେ ରହିବ। 25 ପୁତ୍ର ଆମ୍ଭମାନଙ୍କୁ ଏହି ଅନନ୍ତ ଜୀବନ ଦେବେ ବୋଲି ପ୍ରତିଜ୍ଞା କରିଛନ୍ତି।
2010 by World Bible Translation Center