Print Page Options
Previous Prev Day Next DayNext

Revised Common Lectionary (Complementary)

Daily Bible readings that follow the church liturgical year, with thematically matched Old and New Testament readings.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 5

ପ୍ରଧାନ ବୀଣା ବାଦକଙ୍କ ଉଦ୍ଦେଶ୍ୟରେ ଦାଉଦଙ୍କର ଗୀତ।

ହେ ସଦାପ୍ରଭୁ, ମୋର କଥା ଶୁଣନ୍ତୁ।
    ବୁଝିବାକୁ ଚେଷ୍ଟା କରନ୍ତୁ ମୁଁ କ’ଣ କରିବାକୁ ଗ୍ଭହୁଁଛି।
ହେ ମୋର ପରମେଶ୍ୱର ଓ ରାଜା,
    ମୋର ପ୍ରାର୍ଥନା ଶୁଣ।
ପ୍ରତିଦିନ ସକାଳେ ହେ ସଦାପ୍ରଭୁ, ମୋର ରବ ଶୁଣ,
    ମୁଁ ତୁମ୍ଭ ଉଦ୍ଦେଶ୍ୟରେ ଆପଣା ପ୍ରାର୍ଥନା ସଜାଏ
ଏବଂ ପ୍ରତିଦିନ ସକାଳେ ତୁମ୍ଭେ ମୋର ପ୍ରାର୍ଥନା ଶୁଣ।

ହେ ପରମେଶ୍ୱର, ତୁମ୍ଭେ କେବେ ମନ୍ଦକାର୍ଯ୍ୟ ପସନ୍ଦ କର ନାହିଁ।
    କାରଣ ମନ୍ଦକାର୍ଯ୍ୟ ସହ ତୁମ୍ଭର କୌଣସି ସମ୍ପର୍କ ନାହିଁ।
ଗର୍ବୀମାନେ କେବେ ତୁମ୍ଭ ନିକଟକୁ ଆସି ପାରିବେ ନାହିଁ।
    ଯେଉଁମାନେ ମନ୍ଦକାର୍ଯ୍ୟ କରନ୍ତି ତୁମ୍ଭେ ସେମାନଙ୍କୁ ଘୃଣା କର।
ଯେଉଁମାନେ ମିଥ୍ୟା କହନ୍ତି, ତୁମ୍ଭେ ସେମାନଙ୍କୁ ବିନାଶ କରିବ।
    ତୁମ୍ଭେ ସେହି ଲୋକମାନଙ୍କୁ ଘୃଣା କର, ଯେଉଁମାନେ ଅନ୍ୟ ଲୋକମାନଙ୍କୁ ଆଘାତ କରିବାକୁ ଗୋପନରେ ଷଡ଼ଯନ୍ତ୍ର କରନ୍ତି।

କିନ୍ତୁ ସଦାପ୍ରଭୁ ତୁମ୍ଭର ଅସୀମ କରୁଣା ଯୋଗୁଁ,
ମୁଁ ନିଶ୍ଚୟ ତୁମ୍ଭ ପବିତ୍ର ମନ୍ଦିରରେ ପହଞ୍ଚିବି।
    ମୁଁ ନତମସ୍ତକରେ ତୁମ୍ଭର ସେହି ପବିତ୍ର ମନ୍ଦିରରେ ତୁମ୍ଭକୁ ଭୟ ଭକ୍ତି ଓ ସମ୍ମାନର ସହିତ ଉପାସନା କରିବି।
ହେ ସଦାପ୍ରଭୁ, ମୋତେ ତୁମ୍ଭର ଧର୍ମ ପଥରେ ପ୍ରଦର୍ଶନ କର।
ଲୋକମାନେ ମୋର ଦୁର୍ବଳତାକୁ ଗ୍ଭହିଁ ବସିଛନ୍ତି।
    ତେଣୁ ମୋତେ ଉଚିତ୍ ମାର୍ଗ ପ୍ରଦର୍ଶନ କରି ଧର୍ମ ପଥରେ କଢ଼ାଇ ନିଅ,
    ଓ ମୋର ପଥକୁ ସରଳ କର।
ସେହି ଲୋକମାନେ କେବେ ସତ୍ୟ କଥା କହନ୍ତି ନାହିଁ।
    ସେମାନେ ସବୁ ମିଥ୍ୟାବାଦୀ, ସତ୍ୟକୁ ଗୋପନ ରଖନ୍ତି।
ସେମାନଙ୍କର ପାଟି ଏକ କବର ସ୍ୱରୂପ
    ଓ ସେମାନଙ୍କ ଉଦ୍ଦେଶ୍ୟ ହେଲା ଅନ୍ୟ ଲୋକଙ୍କୁ ଫାନ୍ଦରେ ପକାଇବା, ସେମାନେ ଅନାବୃତ ମଧୁର କଥା କହି ଲୋକଙ୍କୁ ବିପଥଗାମୀ କରନ୍ତି।
10 ହେ ପରମେଶ୍ୱର, ସେମାନଙ୍କୁ ଶାସ୍ତି ଦିଅ।
    ସେମାନେ ବାନ୍ଧିଥିବା ଫାଶରେ ସେମାନଙ୍କୁ ପକାଇ ଦିଅ।
ସେମାନେ ତୁମ୍ଭର ବିରୁଦ୍ଧାଚରଣ କରିଛନ୍ତି,
    ତେଣୁ ସେମାନଙ୍କର ଅନେକ ଅପରାଧ ପାଇଁ ସେମାନଙ୍କୁ ଶାସ୍ତି ବିଧାନ କର।
11 କିନ୍ତୁ ଯେଉଁମାନେ ପରମେଶ୍ୱରଙ୍କ ଉପରେ ବିଶ୍ୱାସ ରଖନ୍ତି, ସେମାନେ ସୁଖରେ ରୁହନ୍ତି ଏବଂ ସେମାନେ ଚିରଦିନ ପାଇଁ ସୁଖରେ ରୁହନ୍ତି।
    ପରମେଶ୍ୱର, ତୁମ୍ଭେ ଆପଣା ଲୋକମାନଙ୍କୁ ରକ୍ଷା କର ଏବଂ ଯେଉଁମାନେ ତୁମ୍ଭର ନାମର ପ୍ରଶଂସା କରନ୍ତି, ସେମାନଙ୍କୁ ଅଧିକ ଶକ୍ତି ପ୍ରଦାନ କର।
12 ହେ ସଦାପ୍ରଭୁ ଯେତେବେଳେ ତୁମ୍ଭେ ଧାର୍ମିକ ଲୋକମାନଙ୍କୁ ଆନନ୍ଦ ପ୍ରଦାନ କର,
    ତୁମ୍ଭେ ସେମାନଙ୍କୁ ବିରାଟ ଢାଲ ସଦୃଶ ସମସ୍ତ କୁକାର୍ଯ୍ୟରୁ ରକ୍ଷା କର।

ଯିଖରିୟ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 6:9-15

ଯାଜକ ଯିହୋଶୂୟଙ୍କ ମୁକୁଟ ଲାଭ

ତା'ପରେ ସଦାପ୍ରଭୁ ଏହି ବାର୍ତ୍ତା ପଠାଇଲେ, 10 “ହି‌‌ଲ୍‌‌ଦୟ, ଟୋବିୟ ଓ ଯିଦାୟ ବାବିଲରୁ ଆସିଥିବା ସେହି ନିର୍ବାସିତଙ୍କ ମଧ୍ୟରୁ ଅଟନ୍ତି। ସୁନା ଓ ରୂପା ସେମାନଙ୍କଠାରୁ ନିଅ ଏବଂ ସିଫନିୟର ପୁତ୍ର ଯୋଶିୟର ଗୃହକୁ ଯାଅ। 11 ସେହି ରୌପ୍ୟ ଓ ସୁବର୍ଣ୍ଣରେ ମୁକୁଟ ନିର୍ମାଣ କର ଓ ସେହି ମୁକୁଟକୁ ମହାଯାଜକ ଯିହୋଷାଦକଙ୍କ ପୁତ୍ର ଯିହୋଶୂୟ ମସ୍ତକରେ ରଖ। ଯିହୋଶୂୟ ଜଣେ ମହାଯାଜକ ଓ ସେ ଯିହୋଷାଦକଙ୍କ ପୁତ୍ର ଥିଲେ। ତା'ପରେ ଏହିସବୁ ତାଙ୍କୁ କୁହ: 12 ତା'ପରେ ତାଙ୍କୁ କୁହ, ସର୍ବଶକ୍ତିମାନ ସଦାପ୍ରଭୁ କୁହନ୍ତି,

‘ଜଣେ ବ୍ୟକ୍ତି ଅଛନ୍ତି, ତାଙ୍କ ନାମ ଶାଖା,
    ସେ ତାଙ୍କ ସ୍ଥାନରୁ ଅଙ୍କୁରିତ ହେବେ
    ଏବଂ ସେ ସଦାପ୍ରଭୁଙ୍କର ମନ୍ଦିର ନିର୍ମାଣ କରିବେ।
13 ସେ ନିଶ୍ଚିତ ଭାବରେ ସଦାପ୍ରଭୁଙ୍କ ମନ୍ଦିର ନିର୍ମାଣ କରିବେ
    ଓ ମହିମା ପ୍ରାପ୍ତ ହେବେ।
ସେ ମଧ୍ୟ ଆପଣା ସିଂହାସନରେ ବସିବେ ଓ ରାଜତ୍ୱ କରିବେ।
    ଆଉ ମଧ୍ୟ ଜଣେ ଯାଜକ ତାଙ୍କ ସିଂହାସନରେ ବସି ଯାଜକ ହେବେ।
ସେହି ଦୁଇଜଣ ମଧ୍ୟରେ ଶାନ୍ତିର ନେତୃତ୍ୱ ହେବ।’

14 ସେହି ମୁକୁଟଗୁଡ଼ିକ ସଦାପ୍ରଭୁଙ୍କର ମନ୍ଦିରରେ ସ୍ମାରକପତ୍ର ସ୍ୱରୂପ ହି‌‌ଲ୍‌‌ଦୟ, ଟୋବିୟ, ଯିଦାୟ ଏବଂ ସିଫନିୟରଙ୍କ ପୁତ୍ର ଯୋଶିୟଙ୍କ ସ୍ମରଣାର୍ଥେ ରହିବ।”

15 ଯେଉଁମାନେ ଦୂରରେ ଅଛନ୍ତି ଆସିବେ ଏବଂ ସଦାପ୍ରଭୁଙ୍କର ମନ୍ଦିର ନିର୍ମାଣ କରିବେ। ତା'ପରେ ତୁମ୍ଭେମାନେ ଜାଣିବ ଯେ ସଦାପ୍ରଭୁ ମୋତେ ତୁମ୍ଭମାନଙ୍କ ନିକଟକୁ ପ୍ରେରଣ କରିଛନ୍ତି। ଏହିସବୁ ଘଟିବ, ଯଦି ତୁମ୍ଭେ ମନୋଯୋଗ ସହକାରେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କର ଆଜ୍ଞା ପାଳନ କରିବ।

ପିତରଙ୍କ ପ୍ରଥମ ପତ୍ର 1:3-9

ଯୀଶୁଙ୍କ ଜୀବନ୍ତ ଭରସା

ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପିତା ଓ ପରମେଶ୍ୱର ଧନ୍ୟ ହେଉନ୍ତୁ। ପରମେଶ୍ୱରଙ୍କ କରୁଣା ଅପାର, ଓ ଏହି କରୁଣା (କୃପା) ଦ୍ୱାରା ସେ ଆମ୍ଭକୁ ଗୋଟିଏ ନୂତନ ଜୀବନ ଦେଇଛନ୍ତି। ଯୀଶୁ ଖ୍ରୀଷ୍ଟ ମୃତ୍ୟୁରୁ ପୁନର୍ଜୀବିତ ହେବା ଦ୍ୱାରା ଏହି ନୂତନ ଜୀବନ ଆମ୍ଭକୁ ଗୋଟିଏ ଜୀବନ୍ତ ଭରସା ଦେଇଛି। ପରମେଶ୍ୱର ଆପଣା ସନ୍ତାନମାନଙ୍କ ପାଇଁ ରଖିଥିବା ଆଶୀର୍ବାଦ ଆମ୍ଭେ ଏବେ ପାଇବାକୁ ଭରସା କରୁ। ସେହି ଆଶୀର୍ବାଦଗୁଡ଼ିକ ସ୍ୱର୍ଗରେ ତୁମ୍ଭ ପାଇଁ ସୁରକ୍ଷିତ। ସେହି ଆଶୀର୍ବାଦଗୁଡ଼ିକ କଦାପି ନଷ୍ଟ ହେବ ନାହିଁ, ବା ଧ୍ୱଂସ ପାଇବ ନାହିଁ କିଅବା ସେଗୁଡ଼ିକ ସେମାନଙ୍କର ସୌନ୍ଦର୍ଯ୍ୟ ହରାଇବେ ନାହିଁ।

ତୁମ୍ଭର ପରିତ୍ରାଣର ସମୟ ନ ଆସିବା ପର୍ଯ୍ୟନ୍ତ ତୁମ୍ଭ ବିଶ୍ୱାସ ମାଧ୍ୟମରେ ପରମେଶ୍ୱରଙ୍କ ଶକ୍ତି ତୁମ୍ଭକୁ ରକ୍ଷା କରିବ। ସେହି ପରିତ୍ରାଣ ତୁମ୍ଭ ପାଇଁ ପ୍ରସ୍ତୁତ ହୋଇ ରହିଛି ଏବଂ ଯୁଗର ଶେଷରେ ତୁମ୍ଭେ ଏହା ପାଇବ। ତେଣୁ ତୁମ୍ଭେ ଆନନ୍ଦିତ ହୁଅ। କିନ୍ତୁ ଏବେ ଅଳ୍ପ ସମୟ ପାଇଁ ଅନେକ ପ୍ରକାରର ସମସ୍ୟା ତୁମ୍ଭକୁ ଦୁଃଖୀ କରୁଥାଇପାରେ। ଏହି ସମସ୍ୟାଗୁଡ଼ିକ କାହିଁକି ହୁଏ? କେବଳ ତୁମ୍ଭର ବିଶ୍ୱାସର ସତ୍ୟତା ପ୍ରମାଣିତ କରିବା ଲାଗି ଏପରି ଘଟେ। ଏହି ବିଶ୍ୱାସର ପ୍ରମାଣ ସୁନାଠାରୁ ଅଧିକ ମୂଲ୍ୟବାନ। ସୁନାର ବିଶୁଦ୍ଧତା ଅଗ୍ନି ଦ୍ୱାରା ପରୀକ୍ଷିତ ହୁଏ, କିନ୍ତୁ ତାହା ନଷ୍ଟଶୀଳ। ଯୀଶୁ ପୁନଃ ଆସିବା ବେଳେ, ତୁମ୍ଭ ବିଶ୍ୱାସର ପବିତ୍ରତା ହେତୁ ତୁମ୍ଭେ ପ୍ରଶଂସା, ମହିମା ଓ ସମ୍ମାନ ପାଇବ।

ତୁମ୍ଭେ ଯୀଶୁ ଖ୍ରୀଷ୍ଟଙ୍କୁ ନ ଦେଖି ମଧ୍ୟ ପ୍ରେମ କରୁଛ। ଏବେ ତୁମ୍ଭେ ତାହାଙ୍କୁ ନ ଦେଖି ମଧ୍ୟ ବିଶ୍ୱାସ କରୁଛ। ତୁମ୍ଭେ ଅତୁଳନୀୟ ଆନନ୍ଦ ପାଉଛ। ସେହି ଆନନ୍ଦ ମହିମାରେ ପରିପୂର୍ଣ୍ଣ। ତୁମ୍ଭ ବିଶ୍ୱାସର ଗୋଟିଏ ଲକ୍ଷ୍ୟ ଅଛି। ତାହା ହେଲା ଆତ୍ମାର ଉଦ୍ଧାର। ତୁମ୍ଭେ ସେହି ଲକ୍ଷ୍ୟ ଅର୍ଥାତ୍ ଉଦ୍ଧାର ପାଉଛ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center