Print Page Options
Previous Prev Day Next DayNext

Revised Common Lectionary (Complementary)

Daily Bible readings that follow the church liturgical year, with thematically matched Old and New Testament readings.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 19:7-14

ପରମେଶ୍ୱରଙ୍କର ଶିକ୍ଷାଗୁଡ଼ିକ ପାରଦର୍ଶୀ।
    ସେଗୁଡ଼ିକ ଲୋକମାନଙ୍କୁ ବଳଶାଳୀ କରେ।
ସଦାପ୍ରଭୁଙ୍କର ବ୍ୟବସ୍ଥାକୁ ବିଶ୍ୱାସ କରାଯାଇପାରେ।
    ଏହା ମୂର୍ଖମାନଙ୍କୁ ଜ୍ଞାନୀ କରେ।
ସଦାପ୍ରଭୁଙ୍କର ବ୍ୟବସ୍ଥାସବୁ ଯଥାର୍ଥ।
    ସେଗୁଡ଼ିକ ଲୋକଙ୍କୁ ସୁଖୀ କରାଏ।
ସଦାପ୍ରଭୁଙ୍କ ଆଜ୍ଞା ନିର୍ମଳ।
    ଏହା ଲୋକମାନଙ୍କୁ ପ୍ରକୃତ ମାର୍ଗରେ ବଞ୍ଚିବା ପାଇଁ ସାହାଯ୍ୟ କରେ।

ସଦାପ୍ରଭୁଙ୍କର ଉପାସନା ଆଲୋକ ସଦୃଶ।
    ଯାହା ଚିରକାଳ ଆହୁରି ଉଜ୍ଜ୍ୱଳ ଆଲୋକ ପ୍ରଦାନ କରେ।
ସଦାପ୍ରଭୁଙ୍କର ବିଗ୍ଭର ପଦ୍ଧତି ନିର୍ମଳ ଓ ନ୍ୟାୟପୂର୍ଣ୍ଣ।
    ସେଗୁଡ଼ିକ ସର୍ବତୋଭାବେ ସତ୍ୟ।
10 ସଦାପ୍ରଭୁଙ୍କର ନୀତିଶିକ୍ଷା ଶୁଦ୍ଧ ସୁବର୍ଣ୍ଣଠାରୁ ଅଧିକ ମୂଲ୍ୟବାନ।
    ସେଗୁଡ଼ିକ ମହୁଠାରୁ ଅଧିକ ମଧୁର, ଯେଉଁ ମହୁ କି ସିଧା ମହୁଫେଣାରୁ ଆସିଥାଏ।
11 ସଦାପ୍ରଭୁଙ୍କର ନୀତିଶିକ୍ଷା ତାଙ୍କର ଦାସମାନଙ୍କୁ ସତର୍କ କରାଇଥାଏ।
    ଯଦି ତୁମ୍ଭେମାନେ ସେଗୁଡ଼ିକୁ ପାଳନ କର, ତୁମ୍ଭେମାନେ ଉତ୍ତମ ପୁରସ୍କାର ପାଇବ।

12 କେହି ନିଜର ସମସ୍ତ ଭ୍ରାନ୍ତ ଧାରଣାକୁ ବୁଝିପାରନ୍ତି ନାହିଁ।
    ତେଣୁ ମୋତେ ଗୁପ୍ତ ପାପ କରିବାରୁ ନିବୃତ୍ତ କର।
13 ମୁଁ ଯେଉଁ ପାପସବୁ କରିବାକୁ ଗ୍ଭହୁଁଛି ମୋତେ ସେଥିରୁ ନିବୃତ୍ତ କର।
    ସେହି ପାପସବୁ ଯେପରି ମୋ’ ଉପରେ ଶାସନ ନ କରୁ।
ତୁମ୍ଭେ ଯଦି ମୋତେ ସାହାଯ୍ୟ କରିବ ତା'ହେଲେ ମୁଁ ଶୁଦ୍ଧ ଜୀବନଯାପନ ସହିତ
    ସମସ୍ତ ପାପରୁ ମୁକ୍ତ ହୋଇ ପାରିବି।
14 ହେ ସଦାପ୍ରଭୁ, ମୁଁ ଆଶା କରୁଛି ମୋର କଥା ଓ ଭାବନା ନିଶ୍ଚୟ ତୁମ୍ଭକୁ ସନ୍ତୁଷ୍ଟ କରିବ।
    ତୁମ୍ଭେ ମୋର ଦୃଢ଼ ବିଶ୍ୱାସର ପଥର ପରି ପ୍ରତୀକ ସଦୃଶ।
    ତୁମ୍ଭେ ହିଁ କେବଳ ମୋର ରକ୍ଷାକର୍ତ୍ତା ଅଟ।

ଦ୍ୱିତୀୟ ବିବରଣ 1:1-18

ମୋଶା ଇସ୍ରାଏଲ ଲୋକମାନଙ୍କୁ କହିଲେ

ମୋଶା ଇସ୍ରାଏଲର ସମସ୍ତ ଲୋକମାନଙ୍କୁ ଏହା କହିଲେ। ଯେତେବେଳେ ସୂଫ ସେପାରିସ୍ଥିତ ପାରଣ, ତୋଫଲ, ଲାବନ, ହ‌ତ୍‌ସେରତ୍ ଓ ଦୀଷାହବର ମଧ୍ୟରେ ସେମାନେ ଯର୍ଦ୍ଦନ ନଦୀର ପୂର୍ବପାରସ୍ଥିତ ପ୍ରାନ୍ତରକୁ ପାର ହେଉଥିବା ସମୟରେ ମୋଶା ଏହି ବାର୍ତ୍ତାସବୁ କହିଥିଲେ।

ସେୟୀର ପର୍ବତ ଦେଇ ହୋରେବଠାରୁ କାଦେଶ-ବର୍ଣ୍ଣେୟ ପର୍ଯ୍ୟନ୍ତ ଯାତ୍ରା ସାଧାରଣତଃ ଏଗାର ଦିନ ଲାଗେ। କିନ୍ତୁ ଏହାଥିଲା ଗ୍ଭଳିଶତମ ବର୍ଷର ଏକାଦଶ ମାସର ପ୍ରଥମ ଦିନରେ ମୋଶା ଇସ୍ରାଏଲୀୟମାନଙ୍କୁ ସଦାପ୍ରଭୁଙ୍କର ଆଜ୍ଞା ଅନୁସାରେ ସଦାପ୍ରଭୁଙ୍କର ବାକ୍ୟମାନ କହିଥିଲେ। ସଦାପ୍ରଭୁ ହି‌ଷ୍‌ବୋନ ନିବାସୀ ଇମୋରୀୟମାନଙ୍କ ରାଜା ସୀହୋନକୁ ଓ ଅଷ୍ଠାରୋତ୍ ନିବାସୀ ବାଶନର ରାଜା ଓ‌ଗ୍‌କୁ ଇଦ୍ରିୟୀରେ ପରାସ୍ତ କଲାପରେ। ଇସ୍ରାଏଲୀୟମାନେ ଯର୍ଦ୍ଦନ ନଦୀର ପୂର୍ବପାରିରେ ଥିଲେ, ଯାହାକି ମୋୟାବ ଦେଶରେ ଥିଲା ଏବଂ ମୋଶା ବ୍ୟବସ୍ଥା ବ୍ୟାଖ୍ୟା କରିବାକୁ ଆରମ୍ଭ କଲେ।

“ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର ହୋରେବରେ କହିଥିଲେ। ସେ କହିଲେ, ‘ତୁମ୍ଭେମାନେ ଏହି ପର୍ବତରେ ଯଥେଷ୍ଟ ସମୟ ବାସ କରିଅଛ। ଇମୋରୀୟମାନଙ୍କ ପର୍ବତ ଦେଶକୁ ଯାଅ। ତୁମ୍ଭେ ସେହି ଦେଶର ପଡ଼ୋଶୀ ଅଞ୍ଚଳ ଗୁଡ଼ିକୁ ଯାଅ, ପର୍ବତମୟ ଦେଶ, ଯର୍ଦ୍ଦନର ଉପତ୍ୟକାକୁ ତଳଭୂମି, ମରୁଭୂମି ଏବଂ ସମୁଦ୍ର ଉପକୂଳ ସମେତ କିଣାନୀୟମାନଙ୍କ ସମସ୍ତଦେଶ ଓ ଲିବାନୋନ୍ ଦେଇ ଫରାତ୍ ନଦୀ ପର୍ଯ୍ୟନ୍ତ ଯାଅ। ଦେଖ, ଆମ୍ଭେ ତୁମ୍ଭମାନଙ୍କୁ ଏହି ଦେଶ ଦେଇଅଛୁ, ଏହାସବୁ ତୁମ୍ଭମାନଙ୍କର, ଯାଅ ଏବଂ ଏହାକୁ ଅଧିକାର କର। ଆମ୍ଭେ ତୁମ୍ଭର ପୂର୍ବପୁରୁଷ ଯଥା: ଅବ୍ରହାମ, ଇ‌ସ୍‌ହାକ ଓ ଯାକୁବକୁ ଏହା ଦେବା ପାଇଁ ଶପଥ କରିଥିଲୁ, ଆମ୍ଭେ ସେମାନଙ୍କୁ ଓ ସେମାନଙ୍କର ବଂଶଧରମାନଙ୍କୁ ଏହି ଦେଶମାନ ଦେବା ପାଇଁ ଶପଥ କରିଥିଲୁ।‌’”

ମୋଶା ନେତାମାନଙ୍କୁ ବାଛିଲେ

ମୋଶା କହିଲେ, “ସେ ସମୟରେ ମୁଁ ତୁମ୍ଭମାନଙ୍କୁ କହିଲି, ‘ମୁଁ ଏକା ତୁମ୍ଭମାନଙ୍କର ଭଲ ମନ୍ଦ ବୁଝିପାରିବି ନାହିଁ। 10 ବର୍ତ୍ତମାନ ତୁମ୍ଭମାନଙ୍କର ସଂଖ୍ୟା ବେଶୀ ଏବଂ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କର ସଂଖ୍ୟା ବୃଦ୍ଧି କରିଛନ୍ତି, ତେଣୁ ତୁମ୍ଭେମାନେ ଆକାଶର ତାରାମାନଙ୍କ ତୁଲ୍ୟ ବହୁତ। 11 ତୁମ୍ଭେମାନେ ଏବେ ଯେତେ ଅଛ, ସଦାପ୍ରଭୁ ତୁମ୍ଭମାନଙ୍କର ପୂର୍ବପୁରୁଷ ପରମେଶ୍ୱର ତୁମ୍ଭମାନଙ୍କୁ ସହସ୍ରଗୁଣ କରନ୍ତୁ। ସେ ଯେପରି ତୁମ୍ଭମାନଙ୍କୁ ପ୍ରତିଜ୍ଞା କରିଅଛନ୍ତି, ସେହିପରି ଆଶୀର୍ବାଦ କରନ୍ତୁ। 12 କିନ୍ତୁ ମୁଁ ଏକାକୀ ତୁମ୍ଭମାନଙ୍କର ସମସ୍ୟା, ବିବାଦ ଓ ଭାର ବୁଝି ପାରିବି ନାହିଁ। 13 ତେଣୁ ମୁଁ କହିଲି, ‘ତୁମ୍ଭେମାନେ ତୁମ୍ଭମାନଙ୍କ ପ୍ରତ୍ୟେକ ଗୋଷ୍ଠୀରୁ ବୁଦ୍ଧିମାନ ଓ ବିଖ୍ୟାତ ଲୋକମାନଙ୍କୁ ଜଣ ଜଣକୁ ବାଛ। ମୁଁ ସେମାନଙ୍କୁ ତୁମ୍ଭମାନଙ୍କ ଉପରେ ନେତା ରୂପେ ନିଯୁକ୍ତି କରିବି। ଏହିପରି ଲୋକମାନଙ୍କୁ ମନୋନୀତ କର, ଯେଉଁମାନେ ବୁଦ୍ଧିମାନ, ବିଗ୍ଭରଶୀଳ, ଜ୍ଞାନି ଓ ଅଭିଜ୍ଞ ହୋଇଥିବେ।’

14 “ଏବଂ ତୁମ୍ଭେମାନେ କହିଥିଲ, ‘ଏହା ଆମ୍ଭମାନଙ୍କର କରିବା ଭଲ।’

15 “ତେଣୁ ମୁଁ ତୁମ୍ଭମାନଙ୍କ ଗୋଷ୍ଠୀ ସମୂହ ମଧ୍ୟରୁ ଜ୍ଞାନି ଓ ଅଭିଜ୍ଞ ଲୋକମାନଙ୍କୁ ତୁମ୍ଭମାନଙ୍କ ଉପରେ ନେତାରୂପେ ନିଯୁକ୍ତି କଲି। ଏହିରୂପେ ତୁମ୍ଭମାନଙ୍କ ଉପରେ ସହସ୍ରପତି, ଶତପତି, ପଞ୍ଚାଶତପତି, ଦଶପତିମାନଙ୍କୁ ନିଯୁକ୍ତି କଲି, ଏବଂ ପ୍ରତ୍ୟେକ ଗୋଷ୍ଠୀ ପାଇଁ ଅଧ୍ୟକ୍ଷମାନଙ୍କୁ ମଧ୍ୟ ନିଯୁକ୍ତି ଦେଲି।

16 “ସେହି ସମୟରେ, ମୁଁ ତୁମ୍ଭର ବିଗ୍ଭରପତିମାନଙ୍କୁ କହିଥିଲି, ‘ତୁମ୍ଭେ ତୁମ୍ଭର ଲୋକମାନଙ୍କର ବିବାଦ ଶୁଣ ଓ ତାହାର ଯଥାର୍ଥ ବିଗ୍ଭରକର। ଏହା ଇସ୍ରାଏଲୀୟ ଓ ଇସ୍ରାଏଲୀୟମାନଙ୍କ ମଧ୍ୟରେ ହେଉ ବା ଇସ୍ରାଏଲୀୟ ଓ ବିଦେଶୀମାନଙ୍କ ମଧ୍ୟରେ ହେଉ, ତୁମ୍ଭର ବିଗ୍ଭର ନିରପେକ୍ଷ ହେବ। 17 ତୁମ୍ଭେ ଯେତେବେଳେ ବିଗ୍ଭର କରୁଛ ସେତେବେଳେ କୌଣସି ଲୋକକୁ ପ୍ରାଧାନ୍ୟ ଦିଅ ନାହିଁ, ସମସ୍ତଙ୍କୁ ସମାନ ନ୍ୟାୟ ଦିଅ। ତୁମ୍ଭେ କାହାରିକୁ ଭୟ କର ନାହିଁ, କାରଣ ତୁମ୍ଭର ବିଗ୍ଭର ପରମେଶ୍ୱରଙ୍କଠାରୁ ଆସିଥାଏ। କିନ୍ତୁ କୌଣସି ବିଗ୍ଭର ଯଦି ତୁମ୍ଭକୁ କଷ୍ଟ ହୁଏ ବା ଜଟିଳ ହୁଏ, ତେବେ ସେ ସମସ୍ୟା ମୋ’ ପାଖକୁ ଆଣିବ, ମୁଁ ତା'ର ସମାଧାନ କରି ଦେବି।’ 18 ସେହି ସମୟରେ, ମୁଁ ମଧ୍ୟ ତୁମ୍ଭମାନଙ୍କୁ କହିଥିଲି, ତୁମ୍ଭର କର୍ତ୍ତବ୍ୟ ଓ କର୍ମ ବିଷୟରେ।

ପ୍ରେରିତମାନଙ୍କ କାର୍ଯ୍ୟର ବିବରଣ 12:20-25

20 ହେରୋଦ ସୋର ଓ ସୀଦୋନର ଲୋକମାନଙ୍କ ଉପରେ ଭୀଷଣ ରାଗୁଥିଲେ। ସେମାନେ ଦଳ ଦଳ ହୋଇ ତାହାଙ୍କୁ ଦେଖିବାକୁ ଆସିଲେ। ସେମାନେ ରାଜାଙ୍କର ବ୍ୟକ୍ତିଗତ ଗ୍ଭକର ବ୍ଲାସ୍ତଙ୍କ ସାହାଯ୍ୟ ନେଲେ। ସେମାନେ ହେରୋଦଙ୍କ ସହିତ ଶାନ୍ତିସନ୍ଧି ରଖିଲେ, କାରଣ ରାଜାଙ୍କ ଦେଶରୁ ସେମାନଙ୍କ ଦେଶକୁ ଖାଦ୍ୟ ଆସୁଥିଲା।

21 ହେରୋଦ ଗୋଟିଏ ନିର୍ଦ୍ଦିଷ୍ଟ ଦିନ ସେମାନଙ୍କୁ ଦେଖା କରିବା ପାଇଁ ସ୍ଥିର କଲେ। ସେଦିନ ସେ ରାଜକୀୟ ବସ୍ତ୍ର ପିନ୍ଧି ସିଂହାସନରେ ବସି ଲୋକମାନଙ୍କୁ ଭାଷଣ ଦେଲେ। 22 ଲୋକମାନେ ପାଟିକରି କହିଲେ, “ଏହା ଦେବତାର ସ୍ୱର, ମନୁଷ୍ୟର ନୁହେଁ।” 23 ହେରୋଦ ନିଜର ଏହି ପ୍ରଶଂସା ଶୁଣିଲେ, କିନ୍ତୁ ସେ ପରମେଶ୍ୱରଙ୍କୁ ତାହାଙ୍କର ସମ୍ମାନ ଜଣାଇଲେ ନାହିଁ। ତେଣୁ ପ୍ରଭୁଙ୍କର ଜଣେ ଦୂତ ହଠାତ୍ ତାହାଙ୍କୁ ଆଘାତ କଲେ ଓ ତାହାଙ୍କ ଶରୀରକୁ କୀଟମାନେ ଖାଇଲେ। ଶେଷରେ ସେ ମୃତ୍ୟୁବରଣ କଲେ।

24 କିନ୍ତୁ ପରମେଶ୍ୱରଙ୍କର ସୁସମାଗ୍ଭର ଗ୍ଭରିଆଡ଼େ ବ୍ୟାପିଗଲା। ଅଧିକରୁ ଅଧିକ ଲୋକମାନେ ଏହି ସୁସମାଗ୍ଭର ଦ୍ୱାରା ପ୍ରଭାବିତ ହେଲେ। ବିଶ୍ୱାସୀମାନଙ୍କ ସଂଖ୍ୟା ବୃଦ୍ଧି ପାଇବାକୁ ଲାଗିଲା।

25 ବର୍ଣ୍ଣ‌ବ୍‌‌ବା ଓ ଶାଉଲ ଯିରୁଶାଲମରେ କାମ ସାରି ଆନ୍ତିୟଖିଆକୁ ଫେରିଗଲେ। ସେମାନଙ୍କ ସହିତ ମାର୍କ ନାମରେ ପରିଚିତ ଯୋହନ ଥିଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center