Print Page Options
Previous Prev Day Next DayNext

Revised Common Lectionary (Complementary)

Daily Bible readings that follow the church liturgical year, with thematically matched Old and New Testament readings.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 19:7-14

ପରମେଶ୍ୱରଙ୍କର ଶିକ୍ଷାଗୁଡ଼ିକ ପାରଦର୍ଶୀ।
    ସେଗୁଡ଼ିକ ଲୋକମାନଙ୍କୁ ବଳଶାଳୀ କରେ।
ସଦାପ୍ରଭୁଙ୍କର ବ୍ୟବସ୍ଥାକୁ ବିଶ୍ୱାସ କରାଯାଇପାରେ।
    ଏହା ମୂର୍ଖମାନଙ୍କୁ ଜ୍ଞାନୀ କରେ।
ସଦାପ୍ରଭୁଙ୍କର ବ୍ୟବସ୍ଥାସବୁ ଯଥାର୍ଥ।
    ସେଗୁଡ଼ିକ ଲୋକଙ୍କୁ ସୁଖୀ କରାଏ।
ସଦାପ୍ରଭୁଙ୍କ ଆଜ୍ଞା ନିର୍ମଳ।
    ଏହା ଲୋକମାନଙ୍କୁ ପ୍ରକୃତ ମାର୍ଗରେ ବଞ୍ଚିବା ପାଇଁ ସାହାଯ୍ୟ କରେ।

ସଦାପ୍ରଭୁଙ୍କର ଉପାସନା ଆଲୋକ ସଦୃଶ।
    ଯାହା ଚିରକାଳ ଆହୁରି ଉଜ୍ଜ୍ୱଳ ଆଲୋକ ପ୍ରଦାନ କରେ।
ସଦାପ୍ରଭୁଙ୍କର ବିଗ୍ଭର ପଦ୍ଧତି ନିର୍ମଳ ଓ ନ୍ୟାୟପୂର୍ଣ୍ଣ।
    ସେଗୁଡ଼ିକ ସର୍ବତୋଭାବେ ସତ୍ୟ।
10 ସଦାପ୍ରଭୁଙ୍କର ନୀତିଶିକ୍ଷା ଶୁଦ୍ଧ ସୁବର୍ଣ୍ଣଠାରୁ ଅଧିକ ମୂଲ୍ୟବାନ।
    ସେଗୁଡ଼ିକ ମହୁଠାରୁ ଅଧିକ ମଧୁର, ଯେଉଁ ମହୁ କି ସିଧା ମହୁଫେଣାରୁ ଆସିଥାଏ।
11 ସଦାପ୍ରଭୁଙ୍କର ନୀତିଶିକ୍ଷା ତାଙ୍କର ଦାସମାନଙ୍କୁ ସତର୍କ କରାଇଥାଏ।
    ଯଦି ତୁମ୍ଭେମାନେ ସେଗୁଡ଼ିକୁ ପାଳନ କର, ତୁମ୍ଭେମାନେ ଉତ୍ତମ ପୁରସ୍କାର ପାଇବ।

12 କେହି ନିଜର ସମସ୍ତ ଭ୍ରାନ୍ତ ଧାରଣାକୁ ବୁଝିପାରନ୍ତି ନାହିଁ।
    ତେଣୁ ମୋତେ ଗୁପ୍ତ ପାପ କରିବାରୁ ନିବୃତ୍ତ କର।
13 ମୁଁ ଯେଉଁ ପାପସବୁ କରିବାକୁ ଗ୍ଭହୁଁଛି ମୋତେ ସେଥିରୁ ନିବୃତ୍ତ କର।
    ସେହି ପାପସବୁ ଯେପରି ମୋ’ ଉପରେ ଶାସନ ନ କରୁ।
ତୁମ୍ଭେ ଯଦି ମୋତେ ସାହାଯ୍ୟ କରିବ ତା'ହେଲେ ମୁଁ ଶୁଦ୍ଧ ଜୀବନଯାପନ ସହିତ
    ସମସ୍ତ ପାପରୁ ମୁକ୍ତ ହୋଇ ପାରିବି।
14 ହେ ସଦାପ୍ରଭୁ, ମୁଁ ଆଶା କରୁଛି ମୋର କଥା ଓ ଭାବନା ନିଶ୍ଚୟ ତୁମ୍ଭକୁ ସନ୍ତୁଷ୍ଟ କରିବ।
    ତୁମ୍ଭେ ମୋର ଦୃଢ଼ ବିଶ୍ୱାସର ପଥର ପରି ପ୍ରତୀକ ସଦୃଶ।
    ତୁମ୍ଭେ ହିଁ କେବଳ ମୋର ରକ୍ଷାକର୍ତ୍ତା ଅଟ।

ଯାତ୍ରାପୁସ୍ତକ 18:13-27

13 ତା’ ପରଦିନ ମୋଶା ଲୋକଙ୍କର ବିଗ୍ଭର କରିବାକୁ ବସିଲେ। ତେଣୁ ବହୁତ ଲୋକ ତାଙ୍କ ସମ୍ମୁଖରେ ସନ୍ଧ୍ୟା ପର୍ଯ୍ୟନ୍ତ ଠିଆ ହୋଇ ରହିଲେ।

14 ମୋଶା ଲୋକମାନଙ୍କର ବିଗ୍ଭର କରୁଥିବାର ଯିଥ୍ରୋ ଦେଖିଲେ। ସେ ପଗ୍ଭରିଲେ, “ତୁମ୍ଭେ ଏପରି କାହିଁକି କରୁଛ? ତୁମ୍ଭେ ଏକୁଟିଆ କାହିଁକି ବିଗ୍ଭର କରୁଛ? ଏବଂ କାହିଁକି ତୁମ୍ଭ ନିକଟରେ ଲୋକମାନେ ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ଠିଆ ହେବେ?”

15 ଏହା ପରେ ମୋଶା ତାଙ୍କ ଶ୍ୱଶୁରଙ୍କୁ କହିଲେ, “ସେମାନେ ପରମେଶ୍ୱରଙ୍କର ବିଗ୍ଭର ବୁଝିବା ପାଇଁ ମୋ’ ନିକଟକୁ ଆସନ୍ତି। 16 ସେମାନଙ୍କର କୌଣସି ବିବାଦ ହେଲେ, ମୋ’ ପାଖକୁ ଆସନ୍ତି। ତହିଁରେ ମୁଁ ବାଦୀ ଓ ପ୍ରତିବାଦୀ ମଧ୍ୟରେ ବିଗ୍ଭର କରେ। ସେମାନଙ୍କୁ ପରମେଶ୍ୱରଙ୍କର ବିଧି ଓ ବ୍ୟବସ୍ଥା ସବୁ ଶିକ୍ଷା ଦିଏ।”

17 କିନ୍ତୁ ମୋଶାଙ୍କ ଶ୍ୱଶୁର ତାଙ୍କୁ କହିଲେ, “ତୁମ୍ଭର ଏପ୍ରକାର କର୍ମ କରିବା ଠିକ୍ ନୁହେଁ। 18 ଏହିସବୁ କାର୍ଯ୍ୟ ତୁମ୍ଭ ପାଇଁ ଏକୁଟିଆ କରିବା ବହୁତ କଷ୍ଟ। ତୁମ୍ଭେ ଏକା ଏସମସ୍ତ କାର୍ଯ୍ୟ କରି ପାରିବ ନାହିଁ। ଏହା ତୁମ୍ଭକୁ କ୍ଷୀଣ କରିଦେବ ଏବଂ ଏହା ଲୋକମାନଙ୍କୁ କ୍ଳାନ୍ତ କରିବ। 19 ବର୍ତ୍ତମାନ ମୋ’ କଥା ଶୁଣ। ମୋର କେତେକ ଉପଦେଶ ଗ୍ରହଣ କର। ପରମେଶ୍ୱର ତୁମ୍ଭର ସହବର୍ତ୍ତୀ ହୁଅନ୍ତୁ। ପରମେଶ୍ୱରଙ୍କ ଛାମୁରେ ତୁମ୍ଭେ ଲୋକମାନଙ୍କ ପକ୍ଷ ହୋଇ ସେମାନଙ୍କ କଥା ପରମେଶ୍ୱରଙ୍କ ନିକଟରେ ଜଣାଅ। 20 ତୁମ୍ଭେ ସେମାନଙ୍କୁ ବିଧି ଓ ବ୍ୟବସ୍ଥାର ଉପଦେଶ ଦିଅ ଓ ସେମାନଙ୍କ ଗନ୍ତବ୍ୟ ପଥ ଓ କର୍ତ୍ତବ୍ୟ କର୍ମ ଦେଖାଅ। 21 ଆହୁରି ତୁମ୍ଭେ ଏହି ଲୋକମାନଙ୍କ ମଧ୍ୟରୁ କର୍ମକ୍ଷମ, ଅର୍ଥାତ୍

“ପରମେଶ୍ୱରଙ୍କ ପ୍ରତି ଭୟକାରୀ, ବିଶ୍ୱାସୀ ଓ ଅନ୍ୟାୟ ଲାଭ ଘୃଣାକାରୀ ଲୋକଙ୍କୁ ମନୋନୀତ କର। ପୁଣି ସେମାନଙ୍କୁ ଲୋକମାନଙ୍କ ଉପରେ ସହସ୍ର ପତି, ଶତପତି, ପଞ୍ଚାଶ‌ତ୍‌ପତି ଓ ଦଶପତି ରୂପେ ନିଯୁକ୍ତ କର। 22 ସେମାନେ ସର୍ବଦା ଲୋକମାନଙ୍କର ବିଗ୍ଭର କରନ୍ତୁ। ପୁଣି ଜଟିଳ ବିଷୟରେ ତୁମ୍ଭ ନିକଟକୁ ଆସିବେ। ମାତ୍ର କ୍ଷୁଦ୍ର ‌ବିଷୟସବୁ ସେମାନେ ଆପେ ବିଗ୍ଭର କରିବେ। ତାହାହେଲେ, ତୁମ୍ଭ ନିଜ କର୍ମରୁ ଉଶ୍ୱାସ ହେବ। ପୁଣି ସେମାନେ ତୁମ୍ଭ ସହିତ ଭାର ବହିବେ। 23 ତୁମ୍ଭେ ଯଦି ଏପରି କରିବ, ପୁଣି ସଦାପ୍ରଭୁ ଏପରି କରିବା ପାଇଁ ଆଜ୍ଞା ଦେବେ, ତେବେ ତୁମ୍ଭେ ସହି ପାରିବ। ଆଉ ଏହିସବୁ ଲୋକମାନେ କୁଶଳରେ ସ୍ୱସ୍ଥାନକୁ ଯିବେ।”

24 ଏହା ପରେ ମୋଶା ଆପଣା ଶ୍ୱଶୁରଙ୍କ କଥାରେ ମନୋଯୋଗ କରି ତାଙ୍କର ବାକ୍ୟାନୁସାରେ ସବୁ କର୍ମ କଲେ। 25 ପୁଣି ମୋଶା ସମଗ୍ର ଇସ୍ରାଏଲ ମଧ୍ୟରୁ କର୍ମକ୍ଷମ ଲୋକ ମନୋନୀତ କରି ଲୋକମାନଙ୍କ ଉପରେ ପ୍ରଧାନ ଅର୍ଥାତ୍ ସହସ୍ରପତି, ଶତପତି, ପଞ୍ଚାଶ‌ତ୍‌ପତି ଓ ଦଶପତି ରୂପେ ନିଯୁକ୍ତ କଲେ। 26 ତହୁଁ ସେମାନେ ସବୁ ସମୟରେ ଲୋକମାନଙ୍କର ବିଗ୍ଭର କଲେ ଓ କଠିନ ବିଗ୍ଭରସବୁ ମୋଶାଙ୍କ ନିକଟକୁ ଆଣିଲେ। ମାତ୍ର କ୍ଷୁଦ୍ର ‌ବିଷୟସବୁ ନିଜେ ନିଜେ ବିଗ୍ଭର କଲେ।

27 ଏହା ପରେ ମୋଶା ତାଙ୍କ ଶ୍ୱଶୁରଙ୍କୁ ବିଦାୟ ଦେଲେ ଏବଂ ଯିଥ୍ରୋ ସ୍ୱଦେଶକୁ ଗଲେ।

ପ୍ରେରିତମାନଙ୍କ କାର୍ଯ୍ୟର ବିବରଣ 4:13-31

13 ସେମାନେ ଯେତେବେଳେ ପିତର ଓ ଯୋହନଙ୍କର ଏପରି ସାହସ ଦେଖିଲେ ଓ ଜାଣି ପାରିଲେ ଯେ ସେମାନେ ଅଶିକ୍ଷିତ ଓ ସାଧାରଣ ଲୋକ, ସେମାନେ ବହୁତ ଆଶ୍ଚର୍ଯ୍ୟ ହେଲେ। ସେମାନେ ଏହା ମଧ୍ୟ ବୁଝି ପାରିଲେ ଯେ, ସେମାନେ ଯୀଶୁଙ୍କ ସାଙ୍ଗରେ ଥିଲେ। 14 ସେମାନେ ଦେଖିଲେ, ସେହି ଛୋଟ ଲୋକଟି ସୁସ୍ଥ ହୋଇ ପ୍ରେରିତମାନଙ୍କ ବିରୁଦ୍ଧରେ କିଛି କହି ପାରିଲେ ନାହିଁ।

15 ସେମାନଙ୍କୁ ସଭାରୁ ଗ୍ଭଲିଯିବା ପାଇଁ ଆଦେଶ ଦେଲେ। ତା'ପରେ ନେତାମାନେ କ’ଣ କରିବେ, ସେ ବିଷୟରେ ପରସ୍ପର ମଧ୍ୟରେ କଥାବାର୍ତ୍ତା ହେଲେ। 16 ସେମାନେ କହିଲେ, “ଏ ଲୋକମାନଙ୍କ ପ୍ରତି ଆମ୍ଭେ କ’ଣ କରିବା? ଯିରୁଶାଲମର ପ୍ରତ୍ୟେକ ଲୋକ ଜାଣିଛନ୍ତି ଯେ, ସେମାନେ ଗୋଟିଏ ଅସାଧାରଣ କାର୍ଯ୍ୟ କରିଛନ୍ତି। ଆମ୍ଭେ ଏହା ଅସ୍ୱୀକାର କରି ପାରିବା ନାହିଁ। 17 ଆମ୍ଭେ ସେମାନଙ୍କୁ ଯୀଶୁଙ୍କ ବିଷୟରେ କିଛି ନ କହିବା ପାଇଁ ଭୟ ଦେଖାଇବା। ଫଳରେ, ଲୋକମାନଙ୍କ ମଧ୍ୟରେ ଏ କଥା ଅଧିକ ବ୍ୟାପି ପାରିବ ନାହିଁ।”

18 ତେଣୁ ସେମାନେ ପ୍ରେରିତମାନଙ୍କୁ ଭିତରକୁ ଡାକିଲେ ଓ ଯୀଶୁଙ୍କ ନାମରେ କୌଣସି କଥା ବା ଉପଦେଶ ନ ଦେବା ପାଇଁ ଆଦେଶ ଦେଲେ। 19 କିନ୍ତୁ ଯୋହନ ଓ ପିତର ସେମାନଙ୍କୁ ଉତ୍ତର ଦେଲେ, “ପରମେଶ୍ୱରଙ୍କ ଆଜ୍ଞା ଅପେକ୍ଷା ତୁମ୍ଭମାନଙ୍କର ଆଜ୍ଞା ପାଳନ କରିବା ଆମ୍ଭର ଉଚିତ୍ କି ନାହିଁ, ତାହା ତୁମ୍ଭେମାନେ ବିଗ୍ଭର କର। ଆମ୍ଭେ ଯାହା ଦେଖିଛୁ ଓ ଯାହା ଶୁଣିଛୁ ତାହା ଲୋକମାନଙ୍କୁ ନ କହି ରହିପାରିବୁ ନାହିଁ।”

20-21 ସେମାନେ ପ୍ରେରିତମାନଙ୍କୁ ଦଣ୍ଡ ଦେବା ପାଇଁ ବାଟ ପାଇଲେ ନାହିଁ, କାରଣ ଲୋକେ ଏ ଘଟଣା ପାଇଁ ପରମେଶ୍ୱରଙ୍କର ଗୁଣଗାନ କରୁଥିଲେ। ତେଣୁ ସେ ସେମାନଙ୍କୁ ଆଉ ଥରେ ଭୟ ଦେଖାଇଲେ ଏବଂ ସେମାନଙ୍କୁ ମୁକ୍ତକଲେ। 22 ଏହି ଅସାଧାରଣ କାର୍ଯ୍ୟ ପରମେଶ୍ୱରଙ୍କର ଗୋଟିଏ ପ୍ରମାଣ ଥିଲା। ସୁସ୍ଥ ହୋଇଥିବା ଲୋକଟିର ବୟସ ଗ୍ଭଳିଶ୍ ବର୍ଷରୁ ଅଧିକ ଥିଲା।

ପିତର ଓ ଯୋହନ ବିଶ୍ୱାସୀମାନଙ୍କ ପାଖକୁ ଫେରି ଆସିଲେ

23 ପିତର ଓ ଯୋହନ ଯିହୂଦୀ ନେତାମାନଙ୍କ ସଭା ଛାଡ଼ି ନିଜ ନିଜ ବନ୍ଧୁମାନଙ୍କ ପାଖକୁ ଆସିଲେ। ମୁଖ୍ୟ ଯାଜକମାନେ ଏବଂ ପ୍ରାଚୀନ ନେତାମାନେ ସେମାନଙ୍କୁ ଯାହାସବୁ କହିଥିଲେ, ସେସବୁ କଥା ନିଜ ଦଳର ଲୋକଙ୍କୁ କହିଲେ। 24 ଯେତେବେଳେ ବିଶ୍ୱାସୀମାନେ ସମସ୍ତେ ଏହା ଶୁଣିଲେ, ସେମାନେ ଏକ ମନରେ ମିଳିତ ଭାବେ ପ୍ରାର୍ଥନା କଲେ, “ହେ ପ୍ରଭୁ, ତୁମ୍ଭେ ଆକାଶ, ପୃଥିବୀ, ସମୁଦ୍ର ଓ ସେଥିରେ ଥିବା ସବୁକିଛି ସୃଷ୍ଟି କରିଛ। 25 ଆମ୍ଭମାନଙ୍କର ପୂର୍ବପୁରୁଷ ଦାଉଦ ତୁମ୍ଭର ସେବକ ଥିଲେ। ସେ ପବିତ୍ରଆତ୍ମାଙ୍କ ଦ୍ୱାରା ଗ୍ଭଳିତ ହୋଇ ଏହି କଥା ଲେଖିଛନ୍ତି,

‘ଏହି ଜାତିର ଲୋକେ କାହିଁକି କଳି କରୁଛନ୍ତି?
    ଏ ଜଗତରେ ଲୋକେ କାହିଁକି ପରମେଶ୍ୱରଙ୍କ ବିରୁଦ୍ଧରେ କୁମନ୍ତ୍ରଣା କରୁଛନ୍ତି? ଏହା ସବୁ ନିରର୍ଥକ।

26 ପୃଥିବୀର ରାଜାମାନେ ଯୁଦ୍ଧ ପାଇଁ ପ୍ରସ୍ତୁତି ଚଲାଇଲେ
    ଓ ଶାସକମାନେ ପ୍ରଭୁ ଓ ଖ୍ରୀଷ୍ଟଙ୍କ ବିରୁଦ୍ଧରେ ଠିଆ ହେଲେ।’(A)

27 ଯେତେବେଳେ ହେରୋଦ, ପନ୍ତିୟ ପୀଲାତ, ଇସ୍ରାଏଲ ଅନ୍ୟ ଦେଶୀୟମାନେ ମିଳିତ ହୋଇ ଏହି ସହରରେ ଜମା ହୋଇ ତୁମ୍ଭର ପବିତ୍ର ସେବକ ଯୀଶୁଙ୍କ ବିରୁଦ୍ଧରେ ଠିଆ ହେଲେ ସେତେବେଳେ ଏହା ପ୍ରକୃତରେ ସଫଳ ହେଲା। ସେହି ଯୀଶୁଙ୍କୁ ତୁମ୍ଭେ ଖ୍ରୀଷ୍ଟ ରୂପେ ମନୋନୀତ କରିଥିଲ। 28 ଏହି ଯେଉଁ ଲୋକମାନେ ଯୀଶୁଙ୍କ ବିରୁଦ୍ଧରେ ଏକତ୍ର ମନ୍ତ୍ରଣା କଲେ ସେମାନେ ତୁମ୍ଭର ଯୋଜନାକୁ ସଫଳ କଲେ। ତୁମ୍ଭର ଇଚ୍ଛା ଓ ଶକ୍ତି ଅନୁସାରେ ଏହା ଘଟିଲା। 29 ହେ ପ୍ରଭୁ, ବର୍ତ୍ତମାନ ସେମାନେ କ’ଣ କହୁଅଛନ୍ତି, ତାହା ଶୁଣ। ସେମାନେ ଆମ୍ଭମାନଙ୍କୁ ଭୟ ଦେଖାଉଛନ୍ତି। ପ୍ରଭୁ, ଆମ୍ଭେମାନେ ତୁମ୍ଭର ସେବକ ଅଟୁ, ତେଣୁ ତୁମ୍ଭେ ଯାହା ଗ୍ଭହଁ, ତାହା ନିର୍ଭୟରେ କହିବା ପାଇଁ ଆମ୍ଭକୁ ସାହାଯ୍ୟ କର। 30 ତୁମ୍ଭର ଶକ୍ତି ଆମ୍ଭକୁ ଦେଖାଅ, ଯଦ୍ଦ୍ୱାରା ଆମ୍ଭେ ସାହସର ସହିତ ତୁମ୍ଭର ପବିତ୍ର ପୁତ୍ର ଯୀଶୁଙ୍କ ନାମରେ ରୋଗୀମାନଙ୍କୁ ସୁସ୍ଥ କରିବା, ନାନାଦି ଚିହ୍ନ ଦେଖାଇବା ଓ ଆଶ୍ଚର୍ଯ୍ୟ କାର୍ଯ୍ୟମାନ କରି ପାରିବା।”

31 ପ୍ରାର୍ଥନା ସରିବା ପରେ ଯେଉଁ ପ୍ରାର୍ଥନା ଘରେ, ସମସ୍ତେ ଏକାଠି ହୋଇଥିଲେ, ସେହି ଘର କମ୍ପି ଉଠିଲା। ସେମାନେ ସମସ୍ତେ ପବିତ୍ରଆତ୍ମାରେ ପୂର୍ଣ୍ଣ ହୋଇଗଲେ ଓ ପରମେଶ୍ୱରଙ୍କର ବାର୍ତ୍ତା ସାହସର ସହିତ କହିବାକୁ ଲାଗିଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center