Print Page Options
Previous Prev Day Next DayNext

Revised Common Lectionary (Complementary)

Daily Bible readings that follow the church liturgical year, with thematically matched Old and New Testament readings.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 139:1-18

ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ।

139 ହେ ସଦାପ୍ରଭୁ, ତୁମ୍ଭେ ମୋତେ ପରୀକ୍ଷା କରିଅଛ।
    ତୁମ୍ଭେ ମୋର ସମସ୍ତ ବିଷୟରେ ଜାଣିଅଛ।
ତୁମ୍ଭେ ଜାଣ ଯେତେବେଳେ ମୁଁ ବସେ ଏବଂ ଯେତେବେଳେ ମୁଁ ଛିଡ଼ା ହୁଏ।
    ଯଦିଓ ତୁମ୍ଭେ ଦୂରରେ ଅଛ, ତୁମ୍ଭେ ମୋର ମନକଥା ଜାଣ।
ସଦାପ୍ରଭୁ ତୁମ୍ଭେ ଜାଣ, ମୁଁ କେଉଁଠାକୁ ଯାଏ ଏବଂ କେତେବେଳେ ମୁଁ ତଳେ ପଡ଼େ।
    ମୁଁ ଯାହାକିଛି କରୁଛି ତାହା ସବୁ ତୁମ୍ଭେ ଜାଣ।
ହେ ସଦାପ୍ରଭୁ, ମୋ’ ମୁହଁରୁ ଶବ୍ଦ ବାହାରିବା ପୂର୍ବରୁ ତୁମ୍ଭେ ଜାଣ ଯେ,
    ମୁଁ କ’ଣ କହିବାକୁ ଯାଉଛି।
ସଦାପ୍ରଭୁ ତୁମ୍ଭେ ମୋର ଚତୁର୍ପାର୍ଶ୍ୱରେ ଅଛ, ମୋ’ ଆଗରେ ଓ ପଛରେ ଅଛ।
    ତୁମ୍ଭେ ଆପଣା ସୁରକ୍ଷାର ହାତ ମୋ’ ଉପରେ ରଖିଥାଅ।
ମୁଁ ଆଶ୍ଚର୍ଯ୍ୟ ହୁଏ ଯେ, ତୁମ୍ଭେ ଯାହାସବୁ ଜାଣ।
    ମୁଁ ତାକୁ ବୁଝିପାରେ ନାହିଁ।
ମୁଁ ଯୁଆଡ଼େ ଯାଏ, ତୁମ୍ଭର ଆତ୍ମା ସବୁଠାରେ ଥାଏ।
    ମୁଁ ତୁମ୍ଭର ଉପସ୍ଥିତିରୁ ଖସିଯାଇ ପାରିବି ନାହିଁ।
ହେ ସଦାପ୍ରଭୁ, ଯଦି ମୁଁ ସ୍ୱର୍ଗକୁ ଯାଏ ତେବେ ତୁମ୍ଭେ ସେଠାରେ ଥାଅ।
    ଯଦି ମୁଁ ପାତାଳକୁ ଯାଏ, ତେବେ ସେଠାରେ ମଧ୍ୟ ତୁମ୍ଭେ ଅଛ।
ସଦାପ୍ରଭୁ, ମୁଁ ଯଦି ପୂର୍ବକୁ ଯାଏ ଯେଉଁଠାରେ ସୂର୍ଯ୍ୟ ଉଦୟ ହେଉଅଛି।
    ଯଦି ମୁଁ ପଶ୍ଚିମରେ ସମୁଦ୍ରର ପ୍ରାନ୍ତ ସୀମାକୁ ଯାଏ,
10 ସେଠାରେ ମଧ୍ୟ ତୁମ୍ଭର ହସ୍ତ ମୋତେ ଆଗକୁ ନେଇଥା’ନ୍ତା
    ଏବଂ ତୁମ୍ଭର ଦକ୍ଷିଣ ହସ୍ତ ହୁଏତ ମୋତେ ଧରିଥା’ନ୍ତା।

11 ହେ ସଦାପ୍ରଭୁ, ମୁଁ ତୁମ୍ଭଠାରୁ ଲୁଚିବା ପାଇଁ ଚେଷ୍ଟା କରି କୁହେ,
    “ଯଦି ରାତ୍ରି ଦିନରେ ପରିଣତ ହେଲା ତେବେ ଅନ୍ଧକାର ନିଶ୍ଚିତ ଭାବରେ
    ମୋତେ ଆଚ୍ଛାଦନ କରିବ।”
12 କିନ୍ତୁ ସଦାପ୍ରଭୁ, ଏପରିକି ଅନ୍ଧକାର ତୁମ୍ଭ ପାଇଁ ଅନ୍ଧକାର ନୁହେଁ।
    ରାତ୍ରି ହେଉଛି ଦିନ ଭଳି ଉଜ୍ଜ୍ୱଳ।
    ଅନ୍ଧକାର ଏବଂ ଉଜ୍ଜ୍ୱଳ ହେଉଛି ତୁମ୍ଭ ପାଇଁ ସମାନ।
13 ସଦାପ୍ରଭୁ, ତୁମ୍ଭେ ମୋର ସମଗ୍ର ଅଂଶକୁ ତିଆରି କଲ।
    ତୁମ୍ଭେ ମୋତେ ମୋ’ ମାତୃ ଗର୍ଭରେ ସମସ୍ତ ଶରୀର ସହିତ ରଖିଲ।
14 ହେ ସଦାପ୍ରଭୁ, ମୁଁ ତୁମ୍ଭକୁ ଧନ୍ୟବାଦ ଦିଏ କାରଣ ତୁମ୍ଭେ ମୋତେ ଏଭଳି ଏକ ଆଶ୍ଚର୍ଯ୍ୟଜନକ ପଥରେ ତିଆରି କରିଅଛ।
    ମୁଁ ଭଲ ଭାବରେ ଜାଣେ ଯେ, ତୁମ୍ଭର କାମ ଅ‌ଦ୍‌ଭୂତ ଅଟେ।

15 ଯେତେବେଳେ ମୁଁ ନିଜ ମାତୃ ଗର୍ଭରେ ଥିଲି, ଯେତେବେଳେ ମୋର ଗଠିତ ହେଉଥିଲା,
    ସେତେବେଳେ ତୁମ୍ଭେ ମୋର ଅସ୍ଥି ପିଞ୍ଜରାକୁ ଦେଖିଲ।
16 ତୁମ୍ଭେ ପ୍ରତ୍ୟେକ ଦିନ ମୋର ଶରୀରର ବୃଦ୍ଧିକୁ ମୋର ମାତୃଗର୍ଭରେ ଦେଖିଲ।
    ତୁମ୍ଭ ପ୍ରତ୍ୟେକ ଅଙ୍ଗପ୍ରତ୍ୟଙ୍ଗକୁ ମୋ’ ତାଲିକାଭୁକ୍ତ କଲ ଏବଂ ସେଗୁଡ଼ିକ ମଧ୍ୟରୁ ଗୋଟିଏ ହେଲେ ବି ବାଦ୍ ଦେଇ ନାହଁ।[a]
17 ପରମେଶ୍ୱର, ତୁମ୍ଭର ଚିନ୍ତାଧାରା ମୋ’ ପାଇଁ ବୁଝିବା କଷ୍ଟକର ଅଟେ।
    ତହିଁରେ ସେଗୁଡ଼ିକ ଗଣନା କରାଯାଇ ପାରିବ ନାହିଁ।
18 ତୁମ୍ଭେ ଯାହାକିଛି ଜାଣ, ସେ ସବୁକୁ ଯଦି ମୁଁ ଗଣିପାରୁଥା’ନ୍ତି, ତା'ହେଲେ ସେ ସବୁ ପୃଥିବୀର ଧୂଳିକଣାଠାରୁ ଅଧିକ ହେବ,
    କିନ୍ତୁ ଯଦି ମୁଁ ତାହା ଗଣିପାରିବି, ତା'ହେଲେ ମୁଁ ତୁମ୍ଭକୁ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣଭାବରେ ବୁଝି ପାରିଥା’ନ୍ତି।

ଯିରିମିୟ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 1:4-10

ଯିରିମିୟଙ୍କୁ ପରମେଶ୍ୱରଙ୍କ ଡାକରା

ସଦାପ୍ରଭୁଙ୍କର ଏହି ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା।

“ମାତୃଗର୍ଭରେ ତୁମ୍ଭର ସୃଷ୍ଟି ପୂର୍ବରୁ
    ଆମ୍ଭେ ତୁମ୍ଭକୁ ଜାଣିଲୁ।
ଏପରିକି ତୁମ୍ଭେ ଜନ୍ମ ହେବା ପୂର୍ବରୁ
    ଆମ୍ଭେ ତୁମ୍ଭକୁ ଅଲଗା କଲୁ
    ଏବଂ ତୁମ୍ଭକୁ ଜାତିମାନଙ୍କର ଭବିଷ୍ୟ‌ଦ୍‌ବକ୍ତା ରୂପେ ନିଯୁକ୍ତ କଲୁ।”

ତା'ପରେ ମୁଁ କହିଲି, “ହାୟ, ହାୟ, ହେ ସୈନ୍ୟାଧିପତି ସଦାପ୍ରଭୁ, ମୁଁ କଥା କହି ଜାଣେ ନାହିଁ, ମୁଁ ତ କେବଳ ବାଳକ।”

ମାତ୍ର ସଦାପ୍ରଭୁ ମୋତେ କହିଲେ,

“ଆମ୍ଭେ ଜଣେ ବାଳକ ବୋଲି, ‘କୁହ ନାହିଁ।’
    କାରଣ ଆମ୍ଭେ ତୁମ୍ଭକୁ ଯାହା ନିକଟକୁ ପଠାଇବା, ତୁମ୍ଭେ ତାହା ନିକଟକୁ ଯିବ।
    ଆଉ ଆମ୍ଭେ ତୁମ୍ଭକୁ ଯାହା ଆଜ୍ଞା କରିବା, ତାହା ତୁମ୍ଭେ କହିବ।
ତୁମ୍ଭେ କାହାକୁ ଭୟ କରିବା ଉଚିତ୍ ନୁହେଁ,
    କାରଣ ସର୍ବଦା ତୁମ୍ଭ ପାଖେ ଆମ୍ଭେ ଅଛୁ ଓ ଆମ୍ଭେ ତୁମ୍ଭକୁ ରକ୍ଷା କରିବା।”
ଏହା ସଦାପ୍ରଭୁ କହନ୍ତି।

ସେତେବେଳେ ସଦାପ୍ରଭୁ ଆପଣା ହସ୍ତ ବଢ଼ାଇ ମୋର ପାଟି ସ୍ପର୍ଶ କଲେ ଓ ମୋତେ କହିଲେ,

“ହେ ଯିରିମିୟ, ଆମ୍ଭେ ଆପଣା ବାକ୍ୟ ତୁମ୍ଭ ମୁଖରେ ଦେଲୁ।
10 ଆଜି ଆମ୍ଭେ ତୁମ୍ଭକୁ ନାନା ଦେଶ ଓ ରାଜ୍ୟଗୁଡ଼ିକର ଦାୟିତ୍ୱରେ ନିଯୁକ୍ତ କଲୁ।
    ତୁମ୍ଭେ ସେସବୁକୁ ଉତ୍ପାଟନ, ଭଗ୍ନ,
ବିନାଶ ଓ ନିପାତ କରିବ।
    କିନ୍ତୁ ତୁମ୍ଭେ ନିର୍ମାଣ ଓ ରୋପଣ ମଧ୍ୟ କରିବ।”

ଯୋହନ ଲିଖିତ ସୁସମାଗ୍ଭର 8:21-38

ଯିହୂଦୀମାନେ ଯୀଶୁଙ୍କ ବିଷୟରେ ବୁଝି ପାରିଲେ ନାହିଁ

21 ଯୀଶୁ ପୁନର୍ବାର ଲୋକମାନଙ୍କୁ କହିଲେ, “ମୁଁ ତୁମ୍ଭକୁ ଛାଡ଼ି ଗ୍ଭଲିଯିବି। ତୁମ୍ଭେ ମୋତେ ଖୋଜିବ। କିନ୍ତୁ ତୁମ୍ଭେ ନିଜ ପାପ ସହିତ ମରିବ। ମୁଁ ଯେଉଁ ସ୍ଥାନକୁ ଯାଉଛି, ତୁମ୍ଭେ ସେଠାକୁ ଯାଇପାରିବ ନାହିଁ।”

22 ତେଣୁ ଯିହୂଦୀମାନେ ପରସ୍ପରକୁ ପଗ୍ଭରିଲେ, “ଯୀଶୁ କ'ଣ ଆତ୍ମହତ୍ୟା କରିବେ? ସେଥିପାଇଁ କ'ଣ ସେ କହିଲେ ଯେ, ‘ମୁଁ ଯେଉଁଠାକୁ ଯାଉଛି ତୁମ୍ଭେମାନେ ସେଠାକୁ ଆସି ପାରିବ ନାହିଁ?’”

23 କିନ୍ତୁ ଯୀଶୁ ସେହି ଯିହୂଦୀମାନଙ୍କୁ କହିଲେ, “ତୁମ୍ଭେମାନେ ଏହି ସ୍ଥାନରୁ ସୃଷ୍ଟ, କିନ୍ତୁ ମୁଁ ଊର୍ଦ୍ଧ୍ୱରୁ ଆସିଛି। ତୁମ୍ଭେମାନେ ଏ ପୃଥିବୀର ଲୋକ, କିନ୍ତୁ ମୁଁ ପୃଥିବୀର ଲୋକ ନୁହେଁ। 24 ମୁଁ ତୁମ୍ଭକୁ କହିଥିଲି ଯେ ତୁମ୍ଭେ ତୁମ୍ଭ ପାପଗୁଡ଼ିକ ପାଇଁ ମରିବ। ମୁଁ ଯେ ସେହି ବ୍ୟକ୍ତି ତୁମ୍ଭେ ଏହା ବିଶ୍ୱାସ ନ କଲେ ତୁମ୍ଭ ନିଜ ପାପଗୁଡ଼ିକ ପାଇଁ ତୁମ୍ଭେ ମରିବ।”

25 ଯିହୂଦୀମାନେ ପଗ୍ଭରିଲେ, “ତୁମ୍ଭେ କିଏ, ଆମ୍ଭମାନଙ୍କୁ କୁହ।”

ଯୀଶୁ ଉତ୍ତର ଦେଲେ, “ମୁଁ ନିଜ ବିଷୟରେ ପ୍ରଥମରୁ ଯାହା କହିଆସିଛି, ମୁଁ ସେହି। 26 ମୋର ତୁମ୍ଭ ବିଷୟରେ ଅନେକ କିଛି କହିବାକୁ ଅଛି। ମୁଁ ତୁମ୍ଭର ବିଗ୍ଭର କରିପାରେ, କିନ୍ତୁ ମୋର ପ୍ରେରଣକର୍ତ୍ତା ମୋତେ ଯାହା କହି ପଠାଇଛନ୍ତି, ମୁଁ ପୃଥିବୀର ଲୋକମାନଙ୍କୁ ତାହା କହୁଛି ଏବଂ ସେ ସତ୍ୟ କହନ୍ତି।”

27 ଯୀଶୁ କାହା ବିଷୟରେ କହୁଥିଲେ, ଏ କଥା ଲୋକମାନେ ବୁଝି ନ ଥିଲେ। ଯୀଶୁ ପରମପିତାଙ୍କ ବିଷୟରେ କହୁଥିଲେ। 28 ତେଣୁ ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ ମନୁଷ୍ୟପୁତ୍ରଙ୍କୁ ଊର୍ଦ୍ଧ୍ୱକୁ (ବଧକରିବାକୁ) ଉଠାଇବ। ସେତେବେଳେ ମୁଁ ଯେ ସେହି ବ୍ୟକ୍ତି ତାହା ତୁମ୍ଭେ ବୁଝି ପାରିବ। ମୁଁ ନିଜେ ଯାହା କରୁଛି, ଏସବୁ ମୋ’ ନିଜ ଅଧିକାରରୁ କରୁ ନାହିଁ, ପରମପିତା ମୋତେ ଯାହା ଶିକ୍ଷା ଦେଇଛନ୍ତି ସେହି କଥା ଯେ କେବଳ ମୁଁ କହୁଛି, ଏହା ତୁମ୍ଭେ ପରେ ଜାଣି ପାରିବ। 29 ମୋତେ ଯିଏ (ପରମେଶ୍ୱର) ପଠାଇଛନ୍ତି, ସେ ମୋ’ ସହିତ ଅଛନ୍ତି। ତାହାଙ୍କ ସନ୍ତୋଷଜନକ କାର୍ଯ୍ୟ ମୁଁ ସର୍ବଦା କରେ। ତେଣୁ ସେ ମୋତେ ଏକୁଟିଆ କରି ଛାଡ଼ି ନାହାନ୍ତି।” 30 ଯୀଶୁ ଏ କଥା କହିଲା ବେଳେ ତାହାଙ୍କୁ ଅନେକ ଲୋକ ବିଶ୍ୱାସ କଲେ।

ପାପରୁ ମୁକ୍ତି ପାଇବା ବିଷୟରେ ଯୀଶୁ କହିଲେ

31 ଯୀଶୁ ତାହାଙ୍କୁ ବିଶ୍ୱାସ କରୁଥିବା ଯିହୂଦୀମାନଙ୍କୁ କହିଲେ, “ଯଦି ତୁମ୍ଭେ ମୋର ଶିକ୍ଷା ସବୁବେଳେ ମାନି ଚଳିବ, ତେବେ ତୁମ୍ଭେ ମୋର ପ୍ରକୃତ ଶିଷ୍ୟ ହେବ। 32 ତୁମ୍ଭେ ସତ୍ୟକୁ ଜାଣିବ ଓ ସେହି ସତ୍ୟ ତୁମ୍ଭକୁ ମୁକ୍ତ କରିବ।”

33 ଯିହୂଦୀମାନେ ଉତ୍ତର ଦେଲେ, “ଆମ୍ଭେମାନେ ଅବ୍ରହାମଙ୍କ ବଂଶଧର। ଆମ୍ଭେ କେବେ ହେଲେ କ୍ରୀତଦାସ ହୋଇ ନାହୁଁ। ତେଣୁ ତୁମ୍ଭେ କାହିଁକି କହୁଛ ଯେ ଆମ୍ଭେ ମୁକ୍ତ ହେବୁ?”

34 ଯୀଶୁ ଉତ୍ତର ଦେଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି। ପ୍ରତ୍ୟେକ ପାପ କରୁଥିବା ଲୋକ ହେଉଛି ଜଣେ କ୍ରୀତଦାସ। ପାପ ତା'ର ପ୍ରଭୁ। 35 ଜଣେ କ୍ରୀତଦାସ ଗୋଟିଏ ପରିବାରରେ ସର୍ବଦା ରହେ ନାହିଁ। କିନ୍ତୁ ଜଣେ ପୁତ୍ର ଗୋଟିଏ ପରିବାରଭୁକ୍ତ ହୋଇ ସବୁବେଳେ ରୁହେ। 36 ତେଣୁ ଯଦି ସେହି ପୁତ୍ର ତୁମ୍ଭକୁ ମୁକ୍ତି ଦିଅନ୍ତି, ତେବେ ତୁମ୍ଭେ ପ୍ରକୃତରେ ମୁକ୍ତି ପାଇବ। 37 ମୁଁ ଜାଣେ ଯେ, ତୁମ୍ଭେ ଅବ୍ରହାମଙ୍କ ବଂଶଧର। କିନ୍ତୁ ତୁମ୍ଭେ ମୋତେ ହତ୍ୟା କରିବାକୁ ଗ୍ଭହଁ, ଯେହେତୁ ତୁମ୍ଭେ ମୋର ଉପଦେଶ ଗ୍ରହଣ କରିବା ପାଇଁ ଗ୍ଭହଁ ନାହିଁ। 38 ମୋତେ ପରମପିତା ଯାହା ଦେଖାଇଛନ୍ତି, ତାହା ମୁଁ ତୁମ୍ଭକୁ କହୁଛି। କିନ୍ତୁ ତୁମ୍ଭେମାନେ ତୁମ୍ଭ ପିତା ଯାହା କହିଛନ୍ତି ତାହା କରୁଛ।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center