Print Page Options
Previous Prev Day Next DayNext

Revised Common Lectionary (Complementary)

Daily Bible readings that follow the church liturgical year, with thematically matched Old and New Testament readings.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 139:1-18

ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ।

139 ହେ ସଦାପ୍ରଭୁ, ତୁମ୍ଭେ ମୋତେ ପରୀକ୍ଷା କରିଅଛ।
    ତୁମ୍ଭେ ମୋର ସମସ୍ତ ବିଷୟରେ ଜାଣିଅଛ।
ତୁମ୍ଭେ ଜାଣ ଯେତେବେଳେ ମୁଁ ବସେ ଏବଂ ଯେତେବେଳେ ମୁଁ ଛିଡ଼ା ହୁଏ।
    ଯଦିଓ ତୁମ୍ଭେ ଦୂରରେ ଅଛ, ତୁମ୍ଭେ ମୋର ମନକଥା ଜାଣ।
ସଦାପ୍ରଭୁ ତୁମ୍ଭେ ଜାଣ, ମୁଁ କେଉଁଠାକୁ ଯାଏ ଏବଂ କେତେବେଳେ ମୁଁ ତଳେ ପଡ଼େ।
    ମୁଁ ଯାହାକିଛି କରୁଛି ତାହା ସବୁ ତୁମ୍ଭେ ଜାଣ।
ହେ ସଦାପ୍ରଭୁ, ମୋ’ ମୁହଁରୁ ଶବ୍ଦ ବାହାରିବା ପୂର୍ବରୁ ତୁମ୍ଭେ ଜାଣ ଯେ,
    ମୁଁ କ’ଣ କହିବାକୁ ଯାଉଛି।
ସଦାପ୍ରଭୁ ତୁମ୍ଭେ ମୋର ଚତୁର୍ପାର୍ଶ୍ୱରେ ଅଛ, ମୋ’ ଆଗରେ ଓ ପଛରେ ଅଛ।
    ତୁମ୍ଭେ ଆପଣା ସୁରକ୍ଷାର ହାତ ମୋ’ ଉପରେ ରଖିଥାଅ।
ମୁଁ ଆଶ୍ଚର୍ଯ୍ୟ ହୁଏ ଯେ, ତୁମ୍ଭେ ଯାହାସବୁ ଜାଣ।
    ମୁଁ ତାକୁ ବୁଝିପାରେ ନାହିଁ।
ମୁଁ ଯୁଆଡ଼େ ଯାଏ, ତୁମ୍ଭର ଆତ୍ମା ସବୁଠାରେ ଥାଏ।
    ମୁଁ ତୁମ୍ଭର ଉପସ୍ଥିତିରୁ ଖସିଯାଇ ପାରିବି ନାହିଁ।
ହେ ସଦାପ୍ରଭୁ, ଯଦି ମୁଁ ସ୍ୱର୍ଗକୁ ଯାଏ ତେବେ ତୁମ୍ଭେ ସେଠାରେ ଥାଅ।
    ଯଦି ମୁଁ ପାତାଳକୁ ଯାଏ, ତେବେ ସେଠାରେ ମଧ୍ୟ ତୁମ୍ଭେ ଅଛ।
ସଦାପ୍ରଭୁ, ମୁଁ ଯଦି ପୂର୍ବକୁ ଯାଏ ଯେଉଁଠାରେ ସୂର୍ଯ୍ୟ ଉଦୟ ହେଉଅଛି।
    ଯଦି ମୁଁ ପଶ୍ଚିମରେ ସମୁଦ୍ରର ପ୍ରାନ୍ତ ସୀମାକୁ ଯାଏ,
10 ସେଠାରେ ମଧ୍ୟ ତୁମ୍ଭର ହସ୍ତ ମୋତେ ଆଗକୁ ନେଇଥା’ନ୍ତା
    ଏବଂ ତୁମ୍ଭର ଦକ୍ଷିଣ ହସ୍ତ ହୁଏତ ମୋତେ ଧରିଥା’ନ୍ତା।

11 ହେ ସଦାପ୍ରଭୁ, ମୁଁ ତୁମ୍ଭଠାରୁ ଲୁଚିବା ପାଇଁ ଚେଷ୍ଟା କରି କୁହେ,
    “ଯଦି ରାତ୍ରି ଦିନରେ ପରିଣତ ହେଲା ତେବେ ଅନ୍ଧକାର ନିଶ୍ଚିତ ଭାବରେ
    ମୋତେ ଆଚ୍ଛାଦନ କରିବ।”
12 କିନ୍ତୁ ସଦାପ୍ରଭୁ, ଏପରିକି ଅନ୍ଧକାର ତୁମ୍ଭ ପାଇଁ ଅନ୍ଧକାର ନୁହେଁ।
    ରାତ୍ରି ହେଉଛି ଦିନ ଭଳି ଉଜ୍ଜ୍ୱଳ।
    ଅନ୍ଧକାର ଏବଂ ଉଜ୍ଜ୍ୱଳ ହେଉଛି ତୁମ୍ଭ ପାଇଁ ସମାନ।
13 ସଦାପ୍ରଭୁ, ତୁମ୍ଭେ ମୋର ସମଗ୍ର ଅଂଶକୁ ତିଆରି କଲ।
    ତୁମ୍ଭେ ମୋତେ ମୋ’ ମାତୃ ଗର୍ଭରେ ସମସ୍ତ ଶରୀର ସହିତ ରଖିଲ।
14 ହେ ସଦାପ୍ରଭୁ, ମୁଁ ତୁମ୍ଭକୁ ଧନ୍ୟବାଦ ଦିଏ କାରଣ ତୁମ୍ଭେ ମୋତେ ଏଭଳି ଏକ ଆଶ୍ଚର୍ଯ୍ୟଜନକ ପଥରେ ତିଆରି କରିଅଛ।
    ମୁଁ ଭଲ ଭାବରେ ଜାଣେ ଯେ, ତୁମ୍ଭର କାମ ଅ‌ଦ୍‌ଭୂତ ଅଟେ।

15 ଯେତେବେଳେ ମୁଁ ନିଜ ମାତୃ ଗର୍ଭରେ ଥିଲି, ଯେତେବେଳେ ମୋର ଗଠିତ ହେଉଥିଲା,
    ସେତେବେଳେ ତୁମ୍ଭେ ମୋର ଅସ୍ଥି ପିଞ୍ଜରାକୁ ଦେଖିଲ।
16 ତୁମ୍ଭେ ପ୍ରତ୍ୟେକ ଦିନ ମୋର ଶରୀରର ବୃଦ୍ଧିକୁ ମୋର ମାତୃଗର୍ଭରେ ଦେଖିଲ।
    ତୁମ୍ଭ ପ୍ରତ୍ୟେକ ଅଙ୍ଗପ୍ରତ୍ୟଙ୍ଗକୁ ମୋ’ ତାଲିକାଭୁକ୍ତ କଲ ଏବଂ ସେଗୁଡ଼ିକ ମଧ୍ୟରୁ ଗୋଟିଏ ହେଲେ ବି ବାଦ୍ ଦେଇ ନାହଁ।[a]
17 ପରମେଶ୍ୱର, ତୁମ୍ଭର ଚିନ୍ତାଧାରା ମୋ’ ପାଇଁ ବୁଝିବା କଷ୍ଟକର ଅଟେ।
    ତହିଁରେ ସେଗୁଡ଼ିକ ଗଣନା କରାଯାଇ ପାରିବ ନାହିଁ।
18 ତୁମ୍ଭେ ଯାହାକିଛି ଜାଣ, ସେ ସବୁକୁ ଯଦି ମୁଁ ଗଣିପାରୁଥା’ନ୍ତି, ତା'ହେଲେ ସେ ସବୁ ପୃଥିବୀର ଧୂଳିକଣାଠାରୁ ଅଧିକ ହେବ,
    କିନ୍ତୁ ଯଦି ମୁଁ ତାହା ଗଣିପାରିବି, ତା'ହେଲେ ମୁଁ ତୁମ୍ଭକୁ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣଭାବରେ ବୁଝି ପାରିଥା’ନ୍ତି।

ରାଜାବଳୀର ଦ୍ୱିତୀୟ ପୁସ୍ତକ 11:21-12:16

21 ଯୋୟାଶ ସାତ ବର୍ଷ ବୟସରେ ରାଜତ୍ୱ କଲେ।

ଯୋୟାଶଙ୍କ ଶାସନ ଆରମ୍ଭ

12 ଇସ୍ରାଏଲରେ ଯେହୂଙ୍କ ରାଜତ୍ୱର ସପ୍ତମ ବର୍ଷରେ ଯୋୟାଶଙ୍କ ଶାସନ ଆରମ୍ଭ ହେଲା। ସେ ଯିରୁଶାଲମରେ ଗ୍ଭଳିଶ୍ ବର୍ଷ ରାଜତ୍ୱ କଲେ। ତାଙ୍କର ମାତା ‌ବେ‌ର୍‌ଶେବା ନିବାସିନୀ ସିବିୟା ନାମରେ ଖ୍ୟାତ ଥିଲେ। ଯୋୟାଶ୍ ତାଙ୍କର ସମଗ୍ର ଜୀବନ କାଳରେ ଯାଜକ ଯିହୋୟାଦାଙ୍କ ଶିକ୍ଷାନୁସାରେ ସଦାପ୍ରଭୁଙ୍କ ଆଜ୍ଞାପାଳନ କଲେ ଏବଂ ସେ ଯାହା କଲେ ତାହା ସଦାପ୍ରଭୁଙ୍କ ଦୃଷ୍ଟିରେ ଉତ୍ତମ ଥିଲା। ତଥାପି ସେ, ଉଚ୍ଚସ୍ଥଳୀ ଗୁଡ଼ିକୁ ଧ୍ୱଂସ କଲେ ନାହିଁ। ଲୋକମାନେ ତଥାପି ବଳିଦାନ ଉତ୍ସର୍ଗ କଲେ ଓ ସେହି ଉଚ୍ଚ ସ୍ଥାନମାନଙ୍କରେ ଧୂପ ଜଳାଇଲେ।

ଯୋୟାଶ୍ ସଦାପ୍ରଭୁଙ୍କ ମନ୍ଦିର ପୁନଃନିର୍ମାଣ ପାଇଁ ଆଦେଶ କରନ୍ତି

4-5 ଅନନ୍ତର ଯୋୟାଶ୍ ଯାଜକମାନଙ୍କୁ କହିଲେ, “ସଦାପ୍ରଭୁଙ୍କ ମନ୍ଦିରରେ ଅଧିକ ଟଙ୍କା ରହିଛି, ଯାହାକୁ ଲୋକମାନେ ଆଣିଲେ। ସେମାନେ ଜନ ଗଣନା ସମୟରେ କର ଦେଲେ। ସେମାନେ ସେମାନଙ୍କର ଅନୁସାରେ ମୁଦ୍ରା ଦେଲେ। ଲୋକମାନଙ୍କଠାରୁ ପ୍ରତ୍ୟେକ ନିରୂପିତ ମୁଦ୍ରା ପ୍ରାପ୍ତ କରି, ଯିଏ ସେବା କରିଛି। ମନ୍ଦିରର ଭଗ୍ନସ୍ଥଳର ମରାମତିରେ ଯାଜକମାନେ ମୁଦ୍ରା ବ୍ୟବହାର କରନ୍ତୁ।”

ମାତ୍ର ଯାଜକମାନେ ଯୋୟାଶ୍ ରାଜତ୍ୱର ତେଇଶ୍ ବର୍ଷ ପର୍ଯ୍ୟନ୍ତ ଗୃହର କ୍ଷତିସ୍ଥାନ ମରାମତି କରି ନ ଥିଲେ। ତେଣୁ ରାଜା ଯୋୟାଶ୍ ଯାଜକ ଯିହୋୟାଦା ଓ ଅନ୍ୟ ଯାଜକମାନଙ୍କୁ ଡକାଇଲେ ଏବଂ କହିଲେ, “ତୁମ୍ଭେମାନେ ସଦାପ୍ରଭୁଙ୍କ ମନ୍ଦିରର ଭଗ୍ନସ୍ଥାନମାନ କାହିଁକି ମରାମତି କରୁ ନାହଁ? ତୁମ୍ଭେ ସେବା କରିଥିବା ଲୋକମାନଙ୍କଠାରୁ ଆଉ ମୁଦ୍ରା ନିଅ ନାହିଁ। ସେହି ମୁଦ୍ରା ସଦାପ୍ରଭୁଙ୍କ ମନ୍ଦିରର ଭଗ୍ନସ୍ଥାନ ମରାମତି ପାଇଁ ବ୍ୟବହାର ହେଉ।”

ତେଣୁ ଯାଜକମାନେ ଲୋକମାନଙ୍କଠାରୁ ଟଙ୍କା ନ ନେବାକୁ ସମ୍ମତ ହେଲେ। ଏବଂ ମଧ୍ୟ ମନ୍ଦିର ମରାମତି ନ କରିବାକୁ ସ୍ଥିର କଲେ। ତେଣୁ ଯାଜକ ଯିହୋୟାଦା ଗୋଟିଏ ସିନ୍ଦୁକ ନେଇ ତା'ର ଢାଙ୍କୁଣିରେ ଏକ ଛିଦ୍ର କରି ଯଜ୍ଞବେଦି ନିକଟରେ ସଦାପ୍ରଭୁଙ୍କ ମନ୍ଦିରରେ ପ୍ରବେଶ ସ୍ଥାନର ଦକ୍ଷିଣ ପାର୍ଶ୍ୱରେ ରଖିଲା। ପୁଣି ଦ୍ୱାର ରକ୍ଷକ ଯାଜକମାନେ ସଦାପ୍ରଭୁଙ୍କ ମନ୍ଦିରକୁ ଆନୀତ ଟଙ୍କାସବୁ ଲୋକମାନଙ୍କ ଦ୍ୱାରା ଆଣିଲେ, ସେହି ଦ୍ୱାର ନିକଟରେ ରଖିଲେ।

10 ତା'ପରେ ଲୋକମାନେ ସେହି ସିନ୍ଦୁକରେ ଟଙ୍କା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପକାଇଲେ। ଯେତେବେଳେ ରାଜାଙ୍କ ସଚୀବ ଓ ମହାଯାଜକ ଦେଖିଲେ ସିନ୍ଦୁକରେ ପ୍ରଚୁର ଟଙ୍କା ହୋଇଗଲା, ସେମାନେ ଆସି ତାକୁ ନେଇଗଲେ ଓ ଥଳିରେ ରଖି ଗଣିଲେ। 11 ସେମାନେ ସଦାପ୍ରଭୁଙ୍କ ମନ୍ଦିରରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କୁ, ବଢ଼େଇମାନଙ୍କୁ ଓ ଅନ୍ୟ ରାଜମନ୍ତ୍ରୀଗଣ ସଦାପ୍ରଭୁଙ୍କ ମନ୍ଦିର ପୂନଃନିର୍ମାଣ କାର୍ଯ୍ୟ ମରାମତିରେ ଏହି ଟଙ୍କା ଦେଲେ। 12 ସେମାନେ ମଧ୍ୟ ପ୍ରସ୍ତର କାରିଗର, ପ୍ରସ୍ତର ‌‌କଟାଳୀମାନଙ୍କୁ ଦେଲେ ଓ ମନ୍ଦିରର ପୁନଃନିର୍ମାଣ ନିମନ୍ତେ ଆବଶ୍ୟକୀୟ ସଦାପ୍ରଭୁଙ୍କ ମନ୍ଦିର ମରାମତି ପାଇଁ କାଠ, ଖୋଦିତ ପ୍ରସ୍ତର ଓ ଅନ୍ୟାନ୍ୟ ଦ୍ରବ୍ୟ କିଣିବାରେ ସେହି ମୁଦ୍ରାକୁ ବ୍ୟବହାର କଲେ।

13-14 ମାତ୍ର ଯାଜକମାନେ ସଦାପ୍ରଭୁଙ୍କ ମନ୍ଦିରକୁ ଆନୀତ ମୁଦ୍ରାରେ ଗୃହ ନିମନ୍ତେ ରୌପ୍ୟ ପାତ୍ର, କତୁରୀ, କୁଣ୍ତ, ତୂରୀ, କୌଣସି ସୁବର୍ଣ୍ଣ ପାତ୍ର କିମ୍ବା ରୌପ୍ୟପାତ୍ର ନିର୍ମାଣ କଲେ ନାହିଁ। ସଦାପ୍ରଭୁଙ୍କ ମନ୍ଦିର ମରାମତି ପାଇଁ କୁଶଳ ଶ୍ରମିକମାନଙ୍କୁ ମଜୁରୀରେ ବ୍ୟୟ କରାଗଲା। 15 ମାତ୍ର ଶ୍ରମିକମାନଙ୍କୁ ଦେବା ପାଇଁ ଯେଉଁମାନଙ୍କ ହସ୍ତରେ ସେ ଟଙ୍କା ଦିଆଗଲା, ସେମାନଙ୍କଠାରୁ କେହି ହିସାବ ନେଲେ ନାହିଁ। କାରଣ ସେମାନେ ଅତି ବିଶ୍ୱସ୍ତ ଭାବରେ କାମ କଲେ।

16 କୌଣସି ଦୋଷ ପାଇଁ ଓ ପାପ ପାଇଁ ଉତ୍ସର୍ଗୀକୃତ ମୁଦ୍ରା ସଦାପ୍ରଭୁଙ୍କ ମନ୍ଦିରର ପୁନଃନିର୍ମାଣରେ ବ୍ୟବହୃତ ହେଲା ନାହିଁ। ତାହା ଯାଜକମାନଙ୍କର ହେଲା।

ଯାକୁବଙ୍କ ପତ୍ର 5:1-6

ସ୍ୱାର୍ଥପର ଧନୀଲୋକ ଦଣ୍ଡ ପାଇବେ

ଧନୀ ଲୋକେ! ଶୁଣ! କ୍ରନ୍ଦନ କର ଓ ଅତି ଦୁଃଖିତ ହୁଅ। କାରଣ ଅତ୍ୟଧିକ କ୍ଳେଶ ତୁମ୍ଭ ଉପରେ ମାଡ଼ି ଆସୁଛି। ତୁମ୍ଭର ଧନସବୁ ନଷ୍ଟ ହୋଇଯାଇଛି ଓ ମୂଲ୍ୟହୀନ ହୋଇ ପଡ଼ିଛି। ତୁମ୍ଭର ପୋଷାକ ପୋକ ଖାଇ ଯାଇଛନ୍ତି। ତୁମ୍ଭର ସୁନା ଓ ରୂପାରେ କଳଙ୍କି ଲାଗି ଯାଇଛି। ଏହା ନଷ୍ଟ ହୋଇ ପ୍ରମାଣ କରୁଛି ଯେ, ତୁମ୍ଭେ ଭୁଲକାର୍ଯ୍ୟ କରିଛ। ସେହି କଳଙ୍କ ତୁମ୍ଭ ଶରୀରକୁ ଅଗ୍ନି ଭଳି ଗ୍ରାସ କରି ଦେବ। ଶେଷଦିନଗୁଡ଼ିକରେ ତୁମ୍ଭେ ନିଜର ଧନ ସଞ୍ଚୟ କରୁଅଛ। ଲୋକେ ତୁମ୍ଭ କ୍ଷେତମାନଙ୍କରେ କାମ କଲେ, କିନ୍ତୁ ତୁମ୍ଭେ ତାହାଙ୍କୁ ସେମାନଙ୍କର ମଜୁରୀ ଦେଲ ନାହିଁ। ସେମାନେ ତୁମ୍ଭ ବିରୁଦ୍ଧରେ କ୍ରନ୍ଦନ କରୁଛନ୍ତି। ସେମାନେ ତୁମ୍ଭ ପାଇଁ ଶସ୍ୟ ଆମଦାନୀ କଲେ। ଏବେ ସ୍ୱର୍ଗୀୟ ସେନାବାହିନୀର ପ୍ରଭୁ ସେମାନଙ୍କ ଚିତ୍କାର ଶୁଣିଛନ୍ତି।

ପୃଥିବୀରେ ତୁମ୍ଭ ଜୀବନ ବିଳାସମ୍ପୂର୍ଣ୍ଣ ଥିଲା। ତୁମ୍ଭେ ଯାହା ଇଚ୍ଛା କରିଥିଲ, ତାହା ପୂରଣ କରି ନିଜକୁ ଆନନ୍ଦିତ କଲ। ତୁମ୍ଭେ ବଳି ଦିବସ ପାଇଁ ପ୍ରସ୍ତୁତ ଥିବା ଏକ ପଶୁପରି ନିଜକୁ ମୋଟା କଲ। ତୁମ୍ଭେ ଉତ୍ତମ ଲୋକମାନଙ୍କୁ କୌଣସି ଦୟା ଦେଖାଇଲ ନାହିଁ। ସେମାନେ ତୁମ୍ଭର ବିରୋଧୀ ନ ଥିଲେ ମଧ୍ୟ, ତୁମ୍ଭେ ସେମାନଙ୍କୁ ହତ୍ୟା କରିଛ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center