Print Page Options
Previous Prev Day Next DayNext

Revised Common Lectionary (Complementary)

Daily Bible readings that follow the church liturgical year, with thematically matched Old and New Testament readings.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 139:1-18

ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ।

139 ହେ ସଦାପ୍ରଭୁ, ତୁମ୍ଭେ ମୋତେ ପରୀକ୍ଷା କରିଅଛ।
    ତୁମ୍ଭେ ମୋର ସମସ୍ତ ବିଷୟରେ ଜାଣିଅଛ।
ତୁମ୍ଭେ ଜାଣ ଯେତେବେଳେ ମୁଁ ବସେ ଏବଂ ଯେତେବେଳେ ମୁଁ ଛିଡ଼ା ହୁଏ।
    ଯଦିଓ ତୁମ୍ଭେ ଦୂରରେ ଅଛ, ତୁମ୍ଭେ ମୋର ମନକଥା ଜାଣ।
ସଦାପ୍ରଭୁ ତୁମ୍ଭେ ଜାଣ, ମୁଁ କେଉଁଠାକୁ ଯାଏ ଏବଂ କେତେବେଳେ ମୁଁ ତଳେ ପଡ଼େ।
    ମୁଁ ଯାହାକିଛି କରୁଛି ତାହା ସବୁ ତୁମ୍ଭେ ଜାଣ।
ହେ ସଦାପ୍ରଭୁ, ମୋ’ ମୁହଁରୁ ଶବ୍ଦ ବାହାରିବା ପୂର୍ବରୁ ତୁମ୍ଭେ ଜାଣ ଯେ,
    ମୁଁ କ’ଣ କହିବାକୁ ଯାଉଛି।
ସଦାପ୍ରଭୁ ତୁମ୍ଭେ ମୋର ଚତୁର୍ପାର୍ଶ୍ୱରେ ଅଛ, ମୋ’ ଆଗରେ ଓ ପଛରେ ଅଛ।
    ତୁମ୍ଭେ ଆପଣା ସୁରକ୍ଷାର ହାତ ମୋ’ ଉପରେ ରଖିଥାଅ।
ମୁଁ ଆଶ୍ଚର୍ଯ୍ୟ ହୁଏ ଯେ, ତୁମ୍ଭେ ଯାହାସବୁ ଜାଣ।
    ମୁଁ ତାକୁ ବୁଝିପାରେ ନାହିଁ।
ମୁଁ ଯୁଆଡ଼େ ଯାଏ, ତୁମ୍ଭର ଆତ୍ମା ସବୁଠାରେ ଥାଏ।
    ମୁଁ ତୁମ୍ଭର ଉପସ୍ଥିତିରୁ ଖସିଯାଇ ପାରିବି ନାହିଁ।
ହେ ସଦାପ୍ରଭୁ, ଯଦି ମୁଁ ସ୍ୱର୍ଗକୁ ଯାଏ ତେବେ ତୁମ୍ଭେ ସେଠାରେ ଥାଅ।
    ଯଦି ମୁଁ ପାତାଳକୁ ଯାଏ, ତେବେ ସେଠାରେ ମଧ୍ୟ ତୁମ୍ଭେ ଅଛ।
ସଦାପ୍ରଭୁ, ମୁଁ ଯଦି ପୂର୍ବକୁ ଯାଏ ଯେଉଁଠାରେ ସୂର୍ଯ୍ୟ ଉଦୟ ହେଉଅଛି।
    ଯଦି ମୁଁ ପଶ୍ଚିମରେ ସମୁଦ୍ରର ପ୍ରାନ୍ତ ସୀମାକୁ ଯାଏ,
10 ସେଠାରେ ମଧ୍ୟ ତୁମ୍ଭର ହସ୍ତ ମୋତେ ଆଗକୁ ନେଇଥା’ନ୍ତା
    ଏବଂ ତୁମ୍ଭର ଦକ୍ଷିଣ ହସ୍ତ ହୁଏତ ମୋତେ ଧରିଥା’ନ୍ତା।

11 ହେ ସଦାପ୍ରଭୁ, ମୁଁ ତୁମ୍ଭଠାରୁ ଲୁଚିବା ପାଇଁ ଚେଷ୍ଟା କରି କୁହେ,
    “ଯଦି ରାତ୍ରି ଦିନରେ ପରିଣତ ହେଲା ତେବେ ଅନ୍ଧକାର ନିଶ୍ଚିତ ଭାବରେ
    ମୋତେ ଆଚ୍ଛାଦନ କରିବ।”
12 କିନ୍ତୁ ସଦାପ୍ରଭୁ, ଏପରିକି ଅନ୍ଧକାର ତୁମ୍ଭ ପାଇଁ ଅନ୍ଧକାର ନୁହେଁ।
    ରାତ୍ରି ହେଉଛି ଦିନ ଭଳି ଉଜ୍ଜ୍ୱଳ।
    ଅନ୍ଧକାର ଏବଂ ଉଜ୍ଜ୍ୱଳ ହେଉଛି ତୁମ୍ଭ ପାଇଁ ସମାନ।
13 ସଦାପ୍ରଭୁ, ତୁମ୍ଭେ ମୋର ସମଗ୍ର ଅଂଶକୁ ତିଆରି କଲ।
    ତୁମ୍ଭେ ମୋତେ ମୋ’ ମାତୃ ଗର୍ଭରେ ସମସ୍ତ ଶରୀର ସହିତ ରଖିଲ।
14 ହେ ସଦାପ୍ରଭୁ, ମୁଁ ତୁମ୍ଭକୁ ଧନ୍ୟବାଦ ଦିଏ କାରଣ ତୁମ୍ଭେ ମୋତେ ଏଭଳି ଏକ ଆଶ୍ଚର୍ଯ୍ୟଜନକ ପଥରେ ତିଆରି କରିଅଛ।
    ମୁଁ ଭଲ ଭାବରେ ଜାଣେ ଯେ, ତୁମ୍ଭର କାମ ଅ‌ଦ୍‌ଭୂତ ଅଟେ।

15 ଯେତେବେଳେ ମୁଁ ନିଜ ମାତୃ ଗର୍ଭରେ ଥିଲି, ଯେତେବେଳେ ମୋର ଗଠିତ ହେଉଥିଲା,
    ସେତେବେଳେ ତୁମ୍ଭେ ମୋର ଅସ୍ଥି ପିଞ୍ଜରାକୁ ଦେଖିଲ।
16 ତୁମ୍ଭେ ପ୍ରତ୍ୟେକ ଦିନ ମୋର ଶରୀରର ବୃଦ୍ଧିକୁ ମୋର ମାତୃଗର୍ଭରେ ଦେଖିଲ।
    ତୁମ୍ଭ ପ୍ରତ୍ୟେକ ଅଙ୍ଗପ୍ରତ୍ୟଙ୍ଗକୁ ମୋ’ ତାଲିକାଭୁକ୍ତ କଲ ଏବଂ ସେଗୁଡ଼ିକ ମଧ୍ୟରୁ ଗୋଟିଏ ହେଲେ ବି ବାଦ୍ ଦେଇ ନାହଁ।[a]
17 ପରମେଶ୍ୱର, ତୁମ୍ଭର ଚିନ୍ତାଧାରା ମୋ’ ପାଇଁ ବୁଝିବା କଷ୍ଟକର ଅଟେ।
    ତହିଁରେ ସେଗୁଡ଼ିକ ଗଣନା କରାଯାଇ ପାରିବ ନାହିଁ।
18 ତୁମ୍ଭେ ଯାହାକିଛି ଜାଣ, ସେ ସବୁକୁ ଯଦି ମୁଁ ଗଣିପାରୁଥା’ନ୍ତି, ତା'ହେଲେ ସେ ସବୁ ପୃଥିବୀର ଧୂଳିକଣାଠାରୁ ଅଧିକ ହେବ,
    କିନ୍ତୁ ଯଦି ମୁଁ ତାହା ଗଣିପାରିବି, ତା'ହେଲେ ମୁଁ ତୁମ୍ଭକୁ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣଭାବରେ ବୁଝି ପାରିଥା’ନ୍ତି।

ରାଜାବଳୀର ଦ୍ୱିତୀୟ ପୁସ୍ତକ 5:1-14

ନାମାନଙ୍କ ସମସ୍ୟା

ଅରାମୀୟ ରାଜାଙ୍କର ନାମାନ୍ ନାମରେ ଜଣେ ସେନାପତି ଥିଲେ। ସେ ତା'ର ମୁନିବ ପ୍ରତି ମହତ୍ତ୍ୱପୂର୍ଣ୍ଣ ଥିଲେ। କାରଣ ସଦାପ୍ରଭୁ ତାଙ୍କରି ସାହାଯ୍ୟରେ ଅରାମୀୟମାନଙ୍କୁ ବିଜୟ ପ୍ରଦାନ କରିଥିଲେ। ଯଦିଓ ନାମାନ୍ ଅତି ମହାନ ଓ ପରାକ୍ରମଶାଳୀ ଥିଲେ, ସେ ଗୋଟିଏ ବଡ଼ ଚର୍ମ ରୋଗରେ ଆକ୍ରାନ୍ତ ଥିଲେ।

ଅରାମୀୟମାନେ ସୈନ୍ୟଦଳ ଦ୍ୱାରା ଇସ୍ରାଏଲ ବିରୁଦ୍ଧରେ ଲଢ଼ୁଥିଲେ। ସେମାନେ ସେମାନଙ୍କର ଦାସ କରିବାକୁ ଇସ୍ରାଏଲରୁ ଘେନି ଆସୁଥିଲେ। ଏକ ସମୟରେ ସେମାନେ ଗୋଟିଏ ଛୋଟ ବାଳିକା ନେଇ ଆସିଥିଲେ। ସେହି ବାଳିକାଟି ନାମା‌ନଙ୍କ ଭାର୍ଯ୍ୟାର ଦାସୀ ହେଲା। ଅନନ୍ତର ସେହି ବାଳିକା ନିଜର କର୍ତ୍ତାଙ୍କୁ କହିଲା, “ମୁଁ ଆଶା କରୁଛି ମୋର ମହାଶୟ ନାମା‌ନ୍‌ ଯଦି ଭବିଷ୍ୟ‌ଦ୍‌ବକ୍ତା ଇଲୀଶାୟଙ୍କୁ ସାକ୍ଷାତ୍ କରନ୍ତି, ଯେ ବର୍ତ୍ତମାନ ଶମରିୟାରେ ବାସ କରୁଛନ୍ତି। ସେ ନିଶ୍ଚୟ ତାଙ୍କୁ ଏହି କୁଷ୍ଠରୋଗରୁ ଆରୋଗ୍ୟ କରିବେ।”

ନାମାନ୍ ନିଜର ପ୍ରଭୁ ଅରା‌ମ୍‌ର ରାଜାଙ୍କ ନିକଟକୁ ଯାଇ ଇସ୍ରାଏଲୀୟ ବାଳିକା ଯାହା କହିଥିଲେ ସବୁ କହିଲେ।

ତା'ପରେ ଅରା‌ମ୍‌ର ରାଜା କହିଲେ, “ବର୍ତ୍ତମାନ ତୁମ୍ଭେ ଯାଅ, ଆଉ ମୁଁ ଇସ୍ରାଏଲ ରାଜାଙ୍କ ନିକଟକୁ ଏକ ପତ୍ର ପଠାଇବି।”

ତହୁଁ ସେ ଗଲାବେଳେ ଦଶ ତାଳନ୍ତ ରୂପା 6,000 ସୁନା ଖଣ୍ତ ଓ ଦଶ ସାଜ ପୋଷାକ ଉପହାର ସ୍ୱରୂପ ସଙ୍ଗରେ ନେଲେ। ନାମାନ୍ ଇସ୍ରାଏଲର ରାଜାଙ୍କ ନିକଟକୁ ଅରାମ୍ ରାଜାଙ୍କଠାରୁ ଖଣ୍ଡେ ପତ୍ର ନେଲେ। ଚିଠିରେ ଲେଖାଥିଲା, “ମୁଁ ମୋର ଦାସ ନାମା‌ନଙ୍କୁ ତୁମ୍ଭ ପାଖକୁ ପଠାଇଲି। ଦୟାକରି ତାକୁ ଚର୍ମ ରୋଗରୁ ଆରୋଗ୍ୟ କର।”

ଇସ୍ରାଏଲର ରାଜା ଯେତେବେଳେ ଚିଠିଟି ପାଠ କଲେ ସେ ଦୁଃଖରେ ନିଜର ବସ୍ତ୍ରକୁ ଚିରି କହିଲେ, “ମୁଁ ସଦାପ୍ରଭୁ ଯିଏ ମୃତ ଓ ଜନ୍ମ ଦେବା ମୋର ଅଧୀନରେ ଅଟେ କି? କାହିଁକି ଚର୍ମ ରୋଗରୁ ଆରୋଗ୍ୟ ହେବ ବୋଲି ଅରାମ୍ ରାଜା ମୋ’ ପାଖକୁ ଜଣେ ଲୋକ ପଠାଇଛି? ତେଣୁ ମୁଁ ବିନୟ କରୁଛି, ତୁମ୍ଭେମାନେ ବିଗ୍ଭର କର। ସେ କିପରି ଆମ୍ଭମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଗୋଟିଏ ତୃଟି ପାଇବାକୁ ଚେଷ୍ଟା କରୁଅଛି।”

ଏହା ପରେ ପରମେଶ୍ୱରଙ୍କ ଲୋକ ଇଲୀଶାୟ ଶୁଣିଲେ ଯେ ଇସ୍ରାଏଲର ରାଜା ନିଜର ବସ୍ତ୍ର ଚିରିଛନ୍ତି, ସେ ଗୋଟିଏ ବାର୍ତ୍ତା ରାଜାଙ୍କ ନିକଟକୁ ପଠାଇ କହିଲେ, “ତୁମ୍ଭେ କାହିଁକି ନିଜର ବସ୍ତ୍ର ଚିରିଲ। ନାମାନ୍ ମୋ’ ନିକଟକୁ ଆସୁ, ତାହାହେଲେ ଇସ୍ରାଏଲରେ ଭବିଷ୍ୟ‌ଦ୍‌ବକ୍ତା ଅଛନ୍ତି, ସେ ଜାଣିବ।”

ତେଣୁ ନାମାନ୍ ନିଜର ଅଶ୍ୱ ଓ ରଥାଦି ସହିତ ଇଲୀଶାୟଙ୍କ ଗୃହକୁ ଆସିଲେ। ସେ ଦ୍ୱାର ନିକଟରେ ଠିଆ ହେଲେ। 10 ଇଲୀଶାୟ ଏକ ଦୂତ ନାମାନ୍ ନିକଟକୁ ପଠାଇ କହିଲେ, “ଯାଅ, ଯର୍ଦ୍ଦନ ନଦୀରେ ସାତଥର ସ୍ନାନ କର। ତାହାହେଲେ ତୁମ୍ଭର ନୂତନ ମାଂସ ହେବ ଓ ତୁମ୍ଭେ ଶୁଚି ହେବ।”

11 ମାତ୍ର ନାମାନ୍ କ୍ରୁଦ୍ଧ ହୋଇ ଗ୍ଭଲିଗଲେ। ସେ କହିଲେ “ମୁଁ ଭାବିଥିଲି ସେ ବାହାରି ଆସି ଥା’ନ୍ତା ଏବଂ ତାଙ୍କ ସଦାପ୍ରଭୁଙ୍କ ନାମରେ ଡାକି ଥା’ନ୍ତା ଏବଂ ସଂକ୍ରମିତ ଚର୍ମ ଉପରେ ତାଙ୍କ ହାତ ରଖି ମୋତେ ଆରୋଗ୍ୟ କରିଥା’ନ୍ତା। 12 ଇସ୍ରାଏଲର ସମସ୍ତ ଜଳ ଅପେକ୍ଷା ଦମ୍ମେଶକର ଅବାନା ଓ ପର୍ପର ନଦୀଗଣର ଜଳ ଅଧିକ ଭଲ ନୁହେଁ କି? ମୁଁ ଦମ୍ମେଶକର ସେ ନଦୀରେ ସ୍ନାନ କରି କାହିଁକି ଶୁଚି ନ ହେବି?” ତେଣୁ ସେ ରାଗି ଗ୍ଭଲିଗଲେ।

13 କିନ୍ତୁ ନାମା‌ନ୍‌ର ଦାସମାନେ ତାଙ୍କ ନିକଟକୁ ଆସି କହିଲେ, “ହେ ପିତା, ଯଦି ଭବିଷ୍ୟ‌ଦ୍‌ବକ୍ତା କିଛି ବଡ଼ କରିବାକୁ ତୁମ୍ଭକୁ କହିଲେ, ତୁମ୍ଭେ କ’ଣ ତାହା କରି ନ ଥା’ନ୍ତ? ତେଣୁ ଦୟାକରି ତାଙ୍କ କଥାମାନ ଯଦିଓ ସେ ତୁମ୍ଭକୁ ଏକ ସହଜ ଜିନିଷ କରିବାକୁ କହୁଛି। ତାଙ୍କର ଉପଦେଶ ଅନୁସାରେ ‘ସ୍ନାନ କର ଏବଂ ଶୁଚି ହୁଅ।’”

14 ତେଣୁ ନାମାନ୍ ପରମେଶ୍ୱରଙ୍କ ଲୋକର ବାକ୍ୟାନୁସାରେ ଗଲେ ଓ ଯର୍ଦ୍ଦନ ନଦୀରେ ନିଜକୁ ସାତଥର ବୁଡ଼ାଇଲେ। ଏଥିରେ ତାଙ୍କର ଶରୀର ଶୁଚି ହେଲା ଓ ତାଙ୍କର ମାଂସ ବାଳକର ମାଂସ ତୁଲ୍ୟ କୋମଳ ହେଲା।

ଯାକୁବଙ୍କ ପତ୍ର 4:8-17

ପରମେଶ୍ୱରଙ୍କ ନିକଟକୁ ଆସ, ତେବେ ସେ ମଧ୍ୟ ତୁମ୍ଭମାନଙ୍କ ନିକଟକୁ ଆସିବେ। ତୁମ୍ଭେମାନେ ପାପୀ ଅଟ। ଅତଏବ ତୁମ୍ଭମାନଙ୍କ ଜୀବନରୁ ପାପକୁ ପରିଷ୍କାର କର। ତୁମ୍ଭେ ଏକା ସମୟରେ ପରମେଶ୍ୱର ଓ ସଂସାର, ଉଭୟର ଅନୁସରଣ କରିବାକୁ ଚେଷ୍ଟା କରୁଛ। ତୁମ୍ଭର ଚିନ୍ତାଧାରାକୁ ପବିତ୍ର କର। ଦୁଃଖୀ ହୁଅ, ଦୁଃଖ ପ୍ରକାଶ କର ଓ କ୍ରନ୍ଦନ କର! ତୁମ୍ଭର ହାସ୍ୟକୁ କ୍ରନ୍ଦନରେ ବଦଳାଇ ଦିଅ। ତୁମ୍ଭର ପ୍ରଫୁଲ୍ଲତାକୁ ଦୁଃଖରେ ବଦଳାଅ। 10 ପ୍ରଭୁଙ୍କ ଆଗରେ ନମ୍ର ହୁଅ ଓ ସେ ତୁମ୍ଭକୁ ମହାନ୍ କରିବେ।

ତୁମ୍ଭେ ବିଗ୍ଭରପତି ନୁହଁ

11 ଭାଇ ଓ ଭଉଣୀମାନେ! ପରସ୍ପର ବିରୁଦ୍ଧରେ କିଛି କୁହ ନାହଁ। ତୁମ୍ଭେ ଯଦି ଖ୍ରୀଷ୍ଟଙ୍କଠାରେ ଥିବା ତୁମ୍ଭର କୌଣସି ଭାଇର ସମାଲୋଚନା କରୁଛ ବା ବିଗ୍ଭର କରୁଛ; ତା'ହେଲେ ସେ ଯେଉଁ ବ୍ୟବସ୍ଥା ପାଳନ କରୁଛି, ତୁମ୍ଭେ ତା'ର ସମାଲୋଚନା କରୁଛ। ଯଦି ତୁମ୍ଭେ ଖ୍ରୀଷ୍ଟରେ ଥିବା ଜଣେ ଭାଇର ବିଗ୍ଭର କର, ତେବେ ତୁମ୍ଭେ ପ୍ରକୃତରେ ସେ ପାଳନ କରୁଥିବା ବ୍ୟବସ୍ଥାର ବିଗ୍ଭର କରୁଛ। ଏବଂ ତୁମ୍ଭେ ଯଦି ବ୍ୟବସ୍ଥାର ବିଗ୍ଭର କରୁଛ, ତେବେ ତୁମ୍ଭେ ବ୍ୟବସ୍ଥାର ପାଳନ କରୁ ନାହଁ। ତୁମ୍ଭେ ନିଜେ ତାହାର ବିଗ୍ଭରପତି ହୋଇଗଲ। 12 କେବଳ ପରମେଶ୍ୱର ହିଁ ବ୍ୟବସ୍ଥା ରଚନା କରନ୍ତି। ସେ ହେଉଛନ୍ତି ଏକମାତ୍ର ବିଗ୍ଭରପତି। ସେ କେବଳ ରକ୍ଷା କରି ପାରନ୍ତି ଓ ବିନାଶ ମଧ୍ୟ କରି ପାରନ୍ତି। ଅତଏବ ଅନ୍ୟ କୌଣସି ଲୋକର ବିଗ୍ଭର କରିବାର ତୁମ୍ଭ ପକ୍ଷରେ ଠିକ୍ ନୁହେଁ।

ପରମେଶ୍ୱର ତୁମ୍ଭ ଜୀବନର ଯୋଜନା କରନ୍ତୁ

13 ତୁମ୍ଭ ଭିତରେ କେହି କେହି କୁହନ୍ତି, “ଆମ୍ଭେ ଆଜି ବା କାଲି କୌଣସି ସହରକୁ ଯିବୁ। ଆମ୍ଭେ ସେଠାରେ ବର୍ଷେ ରହିବୁ ଓ ବ୍ୟବସାୟ କରି ଧନ ଅର୍ଜନ କରିବୁ।” ଶୁଣ! ଏହି ବିଷୟରେ ଚିନ୍ତା କର: 14 ତୁମ୍ଭେ ଜାଣି ନାହଁ, ଆସନ୍ତା କାଲି କ’ଣ ଘଟିବ! ତୁମ୍ଭ ଜୀବନଟି ଗୋଟିଏ କୁହୁଡ଼ି ତୁଲ୍ୟ। ତୁମ୍ଭେ ତାହାକୁ ଅଳ୍ପ ସମୟ ଧରି ଦେଖି ପାରିବ, ତା'ପରେ ସେ ଗ୍ଭଲିଯାଏ। 15 ଅତଏବ ତୁମ୍ଭେ କହିବା ଉଚିତ୍: “ଯଦି ପରମେଶ୍ୱରଙ୍କ ଇଚ୍ଛା ଥାଏ, ଆମ୍ଭେ ଜୀବିତ ରହିବୁ ଓ ଏହା କରିବୁ ବା ତାହା କରିବୁ।” 16 କିନ୍ତୁ ଏବେ ତୁମ୍ଭେ ଅହଂକାର କରି ଗର୍ବ କରୁଛ। ଏହି ପ୍ରକାର ଅହଂକାର କରିବା ଅନୁଚିତ୍ ଅଟେ। 17 ଯଦି ଜଣେ ଲୋକ ଭଲ କାମ କରିବାକୁ ଜାଣି ସୁଦ୍ଧା ତାହା କରେ ନାହିଁ, ତା'ହେଲେ ସେ ପାପ କରିଥାଏ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center