Revised Common Lectionary (Complementary)
ପ୍ରଧାନ ବାଦ୍ୟକର ନିମନ୍ତେ ତାରଯୁକ୍ତ ଯନ୍ତ୍ରରେ ଦାଉଦଙ୍କର ମସ୍କୀଲ୍। ଯେତେବେଳେ ସୀଫୀୟମାନେ ଶାଉଲଠାକୁ ଗଲେ ଓ ଏହି କଥା କହିଲେ, “ଆମ୍ଭେମାନେ ଭାବୁଛୁ ଦାଉଦ ଆମ୍ଭମାନଙ୍କ ମଧ୍ୟରେ ଅଛନ୍ତି।” ସେହି ସମୟରେ ଏହା ରଚିତ।
54 ହେ ପରମେଶ୍ୱର, ତୁମ୍ଭ ଶକ୍ତି ପ୍ରଦର୍ଶନ କରି, ମୋତେ ରକ୍ଷା କର।
ତୁମ୍ଭ ମହାପରାକ୍ରମ ଶକ୍ତି ବ୍ୟବହାର କରି ପ୍ରମାଣ କର ଯେ, ମୁଁ ନିରୀହ।
2 ହେ ପରମେଶ୍ୱର, ମୋର ପ୍ରାର୍ଥନା ଶୁଣ।
ମୋହର ଗୁହାରି ଶୁଣ।
3 ଅପରିଚିତ ଲୋକମାନେ କେହି ପରମେଶ୍ୱରଙ୍କୁ ଉପାସନା କରନ୍ତି ନାହିଁ।
ପରାକ୍ରମଶାଳୀ ଲୋକମାନେ ମୋତେ ହତ୍ୟା କରିବା ପାଇଁ ଚେଷ୍ଟା କରୁଛନ୍ତି। ସେଲା
4 ଦେଖ, ପରମେଶ୍ୱର ମୋତେ ସାହାଯ୍ୟ କରିବେ,
ମୋର ପ୍ରଭୁ ମୋର ସମର୍ଥନ କରିବେ।
5 ପରମେଶ୍ୱର, ମୋର ଶତ୍ରୁମାନଙ୍କୁ ସେମାନଙ୍କର କୁକର୍ମ ପାଇଁ ପ୍ରତିରୋଧ କର।
ପରମେଶ୍ୱର, ଦେଖାଇ ଦିଅ ଯେ, ତୁମ୍ଭେ ମୋ’ ପାଇଁ ସତ୍ୟ ଅଟ ଏବଂ ସେମାନଙ୍କୁ ଧ୍ୱଂସ କର।
6 ମୁଁ ସ୍ୱଇଚ୍ଛାରେ ନୈବେଦ୍ୟ ନେଇ ତୁମ୍ଭ ଉଦ୍ଦେଶ୍ୟରେ ଦେବି।
ସଦାପ୍ରଭୁ, ମୁଁ ତୁମ୍ଭର ନାମର ଗୁଣଗାନ କରିବି, କାରଣ ତୁମ୍ଭେ ଉତ୍ତମ ଅଟ।
7 ତୁମ୍ଭେ ମୋତେ ମୋର ସବୁ ବିପଦରୁ ରକ୍ଷା କଲ।
ମୋ’ ଶତ୍ରୁଗଣ ପରାଜିତ ହେବାର ମୁଁ ଦେଖିଛି।
24 ତହିଁରେ କନାନାର ପୁତ୍ର ସିଦିକିୟ ମୀଖାୟର ଗାଲରେ ଏକ ଗ୍ଭପୁଡ଼ା ମାରି କହିଲା, “ତୁମ୍ଭେ ଭାବୁଛ କି ସଦାପ୍ରଭୁଙ୍କ ଆତ୍ମା ମୋତେ ଛାଡ଼ି ଦେଇଛନ୍ତି ଓ ବର୍ତ୍ତମାନ ତୁମ୍ଭ ମାଧ୍ୟମରେ କହୁଛନ୍ତି, ତୁମ୍ଭକୁ କିପରି କହିଲେ?”
25 ତହିଁରେ ମୀଖାୟ କହିଲା, “ଖୁବ୍ ଶୀଘ୍ର ସଙ୍କଟ ଆସିବ। ତୁମ୍ଭେ ନିଜକୁ ଲୁଗ୍ଭଇବା ପାଇଁ ଗୋଟିଏ ଛୋଟ କୋଠରୀକୁ ଯିବ। ସେତେବେଳେ ତୁମ୍ଭେ ଆମ୍ଭ କଥାର ସତ୍ୟତା ଜାଣିବ।”
26 ଆହାବ, “ମୀଖାୟକୁ ବନ୍ଦୀ କରିବାକୁ ଜଣେ ଅଧ୍ୟକ୍ଷକୁ ଆଦେଶ ଦେଲେ ଏବଂ ତାକୁ ଆମୋନର ନଗରାଧ୍ୟକ୍ଷ ଓ ଯୁବରାଜ ଯୋୟାଶର ନିକଟକୁ ନେଇ ଯିବାକୁ କହିଲେ। 27 ସେମାନଙ୍କୁ କହିବ ମୁଁ ଯୁଦ୍ଧରୁ ନିରାପଦରେ ଫେରିବା ପର୍ଯ୍ୟନ୍ତ ମୀଖାୟକୁ କାରାଗାରରେ ରଖିବେ ଓ କିଛି ନ ଦେଇ ରୋଟୀ ଓ ପାଣି ଦେବ।”
28 ତହିଁରେ ମୀଖାୟ ଉଚ୍ଚସ୍ୱରରେ କହିଲେ, “ତୁମ୍ଭେମାନେ ସମସ୍ତେ ଶୁଣ, ଯଦି ରାଜା ଆହାବ କୁଶଳରେ ଯୁଦ୍ଧ କ୍ଷେତ୍ରରୁ ଫେରି ଆସେ, ତେବେ ସଦାପ୍ରଭୁ ମୋତେ ବାର୍ତ୍ତା ଦେଇ ନାହାନ୍ତି ବୋଲି ଜାଣିବ।”
ରାମୋତ୍-ଗିଲିୟଦ୍ରେ ଯୁଦ୍ଧ
29 ଅନନ୍ତର ଇସ୍ରାଏଲର ରାଜା ଆହାବ ଓ ଯିହୁଦାର ରାଜା ଯିହୋଶାଫଟ୍ ଯୁଦ୍ଧ କରିବାକୁ ରାମୋତ୍-ଗିଲିୟଦ୍କୁ ଗଲେ। 30 ଇସ୍ରାଏଲର ରାଜା ଯିହୋଶାଫଟଙ୍କୁ କହିଲେ, “ମୁଁ ଛଦ୍ମ ବେଶରେ ଯୁଦ୍ଧ କରିବାକୁ ଯିବି, ମାତ୍ର ତୁମ୍ଭେ ତୁମ୍ଭର ରାଜ ପୋଷାକ ପିନ୍ଧିବ।” ତେଣୁ ଇସ୍ରାଏଲର ରାଜା ଛଦ୍ମ ବେଶରେ ଯୁଦ୍ଧକୁ ଗଲେ।
31 ମାତ୍ର ଅରାମର ରାଜା ତାଙ୍କର ବତିଶ୍ ରଥାଧ୍ୟକ୍ଷଙ୍କୁ ଆଦେଶ ଦେଲେ, “ତୁମ୍ଭେମାନେ ଇସ୍ରାଏଲର ରାଜା ବ୍ୟତୀତ ଅନ୍ୟ କାହା ସଙ୍ଗେ ଯୁଦ୍ଧ କର ନାହିଁ। ତୁମ୍ଭେ ନିଶ୍ଚୟ ତାଙ୍କୁ ହତ୍ୟା କରିବ।” 32 ଯୁଦ୍ଧରେ ସେହି ରଥାଧ୍ୟକ୍ଷମାନେ ଯିହୋଶାଫଟଙ୍କୁ ଇସ୍ରାଏଲର ରାଜା ଭାବି ଯେତେବେଳେ ଆକ୍ରମଣ କଲେ, ସେ ଚିତ୍କାର କରି କହିଲେ। 33 ରଥାଧ୍ୟକ୍ଷମାନେ ଜାଣିଲେ ଯେ ସେ ଇସ୍ରାଏଲର ରାଜା ନୁହନ୍ତି, ତେଣୁ ସେମାନେ ତାଙ୍କୁ ମାରିବାରୁ ନିବୃତ୍ତ ହେଲେ।
34 ସେହି ସମୟରେ ଏକ ଶର ଜଣେ ସୈନ୍ୟ ଦ୍ୱାରା ବିଦ୍ଧ ହୋଇ ଆସିଲା। ଏହା ରାଜାଙ୍କର ସାଞ୍ଜୁ ଦ୍ୱାରା ଆଚ୍ଛାଦିତ ହୋଇ ନ ଥିବା ଦେହର ଅଂଶକୁ ଭେଦ କଲା। ତେଣୁ ରାଜା ତାଙ୍କ ସାରଥିକି କହିଲେ, “ମୋତେ ଏ ସ୍ଥାନରୁ ନେଇଯାଅ, କାରଣ ମୁଁ ଗୋଟିଏ ଶରଦ୍ୱାରା ଅତିଶୟ ଆଘାତ ପାଇଲି।”
35 ସେଦିନ ସୈନ୍ୟମାନେ ପ୍ରବଳ ଯୁଦ୍ଧ ଚଲାଇଲେ, ରାଜା ଆହାବ ତାଙ୍କ ରଥରେ ରହିଲେ। ସେ ଅରାମୀୟ ସୈନ୍ୟମାନଙ୍କୁ ଦେଖି ରଥର ପାର୍ଶ୍ୱରେ ଆଉଜି ହୋଇ ରହିଲେ। ତାଙ୍କର ରକ୍ତରେ ରଥର ତଳ ସିକ୍ତ ହେଲା ଓ ସନ୍ଧ୍ୟାବେଳକୁ ସେ ମୃତ୍ୟୁବରଣ କଲେ। 36 ପୁଣି ସୂର୍ଯ୍ୟାସ୍ତ ବେଳକୁ ପ୍ରତ୍ୟେକଙ୍କୁ ନିଜ ନିଜ ନଗରକୁ ଓ ଦେଶକୁ ଫେରିଯିବାକୁ ଆଦେଶ ଦିଆଗଲା।
37 ଏହିପରି ଭାବରେ ରାଜା ଆହାବ ମୃତ୍ୟୁବରଣ କଲେ ଓ ତାଙ୍କର ଲୋକ ଶମରିୟାକୁ ବୋହି ଆଣି ତାଙ୍କୁ କବର ଦେଲେ। 38 ଆଉ ସେମାନେ ଶମରିୟାର ପୋଖରୀଠାରେ ତାହାଙ୍କ ରଥକୁ ଧୋଇଲେ, ଯେଉଁଠାରେ ବେଶ୍ୟାମାନେ ସ୍ନାନ କରନ୍ତି। କୁକୁରମାନେ ଆହାବର ରକ୍ତ ଗ୍ଭଟି ଖାଇଲେ। ଏହିସବୁ ସଦାପ୍ରଭୁଙ୍କ ବାକ୍ୟାନୁସାରେ ଘଟିଲା।
39 ଆହାବଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ କାର୍ଯ୍ୟକଳାପ ତାଙ୍କର ହସ୍ତୀଦନ୍ତ ନିର୍ମିତ ମନୋହର ପ୍ରାସାଦ ଏବଂ ତାଙ୍କ ନିର୍ମିତ ସୁଦୃଢ଼ ନଗର ବିଷୟରେ ଇସ୍ରାଏଲର ରାଜବଂଶ ଇତିହାସରେ ଲିଖିତ ହୋଇଅଛି। 40 ଆହାବଙ୍କ ମୃତ୍ୟୁପରେ ସେ ତାଙ୍କର ପୂର୍ବପୁରୁଷଙ୍କ ସହିତ କବର ନେଲେ ଓ ତାଙ୍କ ଅନ୍ତେ ତାଙ୍କ ପୁତ୍ର ଅହସିୟ ତାଙ୍କ ପଦରେ ରାଜ୍ୟ କଲେ।
25 ଭାଇ ଓ ଭଉଣୀମାନେ, ଏହି ନିଗୂଢ଼ ସତ୍ୟ ବିଷୟରେ ତୁମ୍ଭେମାନେ ଯେ ପରି ଅଜଣା ରହି ଯାଅ; ଏ କଥା ମୁଁ ଗ୍ଭହେଁ ନାହିଁ। ଏହି ସତ୍ୟ ତୁମ୍ଭମାନଙ୍କୁ ଜାଣିବାରେ ସାହାଯ୍ୟ କରିବ ଯେ, ତୁମ୍ଭେମାନେ ସର୍ବଜ୍ଞ ନୁହଁ। ଏହି କଥା ସତ୍ୟ ଯେ, ଇସ୍ରାଏଲର ଗୋଟିଏ ଅଂଶର ଲୋକଙ୍କୁ ଅବାଧ୍ୟ କରାଯାଇଛି। ଯେତେବେଳେ ପୂର୍ଣ୍ଣ ସଂଖ୍ୟକ ଅଣଯିହୂଦୀ ପରମେଶ୍ୱରଙ୍କ ନିଜ ଲୋକ ହୋଇ ଯିବେ, ତା'ହେଲେ ଏହି ସ୍ଥିତିରେ ପରିବର୍ତ୍ତନ ଘଟିବ। 26 ଏହିଭଳି ସମଗ୍ର ଇସ୍ରାଏଲ ଉଦ୍ଧାର ପାଇବ। ଶାସ୍ତ୍ରରେ ଲେଖାଅଛି:
“ସିୟୋନ[a]ଠାରୁ ଉଦ୍ଧାରକର୍ତ୍ତା ଆସିବେ।
ସେ ଯାବୁକ ପରିବାର ସମସ୍ତ ଅଧର୍ମଗୁଡ଼ିକୁ ଦୂର କରିବେ।
27 ଓ ଆମ୍ଭେ ସେହି ଲୋକମାନଙ୍କର ପାପଗୁଡ଼ିକୁ ହରଣ କଲା ପରେ
ଏହି ଚୁକ୍ତି କରିବା।”(A)
28 ଯିହୂଦୀମାନେ ସୁସମାଗ୍ଭର ଗ୍ରହଣ କରୁ ନ ଥିବାରୁ, ପରମେଶ୍ୱରଙ୍କ ଶତ୍ରୁ। ଏହା ତୁମ୍ଭ ଅଣଯିହୂଦୀମାନଙ୍କୁ ସାହାଯ୍ୟ କରିଛି। କିନ୍ତୁ ଯିହୂଦୀମାନେ ଏବେ ମଧ୍ୟ ପରମେଶ୍ୱରଙ୍କର ମନୋନୀତ ଲୋକ। ତାହାଙ୍କ ପୂର୍ବଜ ମାନଙ୍କୁ ଦେଇଥିବା ପ୍ରତିଜ୍ଞା ହେତୁ, ପରମେଶ୍ୱର ସେମାନଙ୍କୁ ଖୁବ୍ ଭଲ ପାଆନ୍ତି। 29 ପରମେଶ୍ୱର ଯେଉଁମାନଙ୍କୁ ଡାକନ୍ତି ଓ ଯେଉଁ ଦାନଗୁଡ଼ିକ ଦିଅନ୍ତି; ସେମାନଙ୍କ ପ୍ରତି ପରମେଶ୍ୱର ନିଜର ମନ କେବେ ହେଲେ ପରିବର୍ତ୍ତନ କରନ୍ତି ନାହିଁ। 30 ଆଗରୁ ତୁମ୍ଭେମାନେ ପରମେଶ୍ୱରଙ୍କୁ ଅବଜ୍ଞା କରୁଥିଲ। କିନ୍ତୁ ବର୍ତ୍ତମାନ ଯିହୂଦୀମାନଙ୍କର ଅବଜ୍ଞାର ଫଳସ୍ୱରୂପ, ତୁମ୍ଭେମାନେ ଅନୁଗ୍ରହ ପ୍ରାପ୍ତ କରିଛ। 31 ଏବେ ଯିହୂଦୀମାନେ ଅବଜ୍ଞା କରୁଛନ୍ତି, କାରଣ ପରମେଶ୍ୱର ତୁମ୍ଭମାନଙ୍କୁ ଅନୁଗ୍ରହ କରୁଛନ୍ତି। କିନ୍ତୁଏହା ଘଟିଲା, ଯେହେତୁ ସେମାନେ ମଧ୍ୟ ପରମେଶ୍ୱରଙ୍କ ଅନୁଗ୍ରହ ଲାଭ କରି ପାରିବେ। 32 ସବୁ ଲୋକେ ପରମେଶ୍ୱରଙ୍କୁ ଅବଜ୍ଞା କରୁଛନ୍ତି। ସମସ୍ତଙ୍କୁ ସେ ଅବାଧ୍ୟ ସ୍ଥିତିରେ ପକାଇଛନ୍ତି ଯେପରି ସେ ସମସ୍ତଙ୍କୁ ଦୟା ଦେଖାଇ ପାରିବେ।
2010 by World Bible Translation Center