Revised Common Lectionary (Complementary)
ତୌ
169 ହେ ସଦାପ୍ରଭୁ, ମୋର ସାହାଯ୍ୟ ପାଇଁ କାକୂକ୍ତି ଶୁଣ।
ତୁମ୍ଭର ପ୍ରତିଜ୍ଞା ଅନୁସାରେ ମୋତେ ବୁଦ୍ଧିମାନ କର।
170 ସଦାପ୍ରଭୁ ମୋର ପ୍ରାର୍ଥନା ଶୁଣ।
ତୁମ୍ଭର ପ୍ରତିଜ୍ଞା ଅନୁସାରେ ମୋତେ ରକ୍ଷା କର।
171 ମୁଁ ତୁମ୍ଭର ପ୍ରଶଂସା ଗାନ କରିବି।
କାରଣ ତୁମ୍ଭେ ଆପଣା ବ୍ୟବସ୍ଥାମାନ ମୋତେ ଶିଖାଇଅଛ।
172 ସଦାପ୍ରଭୁ, ମୁଁ ତୁମ୍ଭର ପ୍ରତିଜ୍ଞା ବିଷୟରେ ଗାନ କରିବି।
କାରଣ ତୁମ୍ଭର ବ୍ୟବସ୍ଥାମାନ ଉତ୍ତମ।
173 ତୁମ୍ଭର ନିର୍ଦ୍ଦେଶ ଗୁଡ଼ିକୁ ମାନିବା ପାଇଁ ମୁଁ ମନୋନୀତ କରିଅଛି।
ତେଣୁ ମୋର ସାହାଯ୍ୟ ପାଇଁ ବାହାରି ଆସ।
174 ହେ ସଦାପ୍ରଭୁ, ମୁଁ ଗ୍ଭହେଁ ତୁମ୍ଭେ ମୋତେ ରକ୍ଷା କର।
ତୁମ୍ଭର ଶିକ୍ଷାସବୁ ମୋତେ ଉଲ୍ଲାସ ପ୍ରଦାନ କରେ।
175 ମୋତେ ବଞ୍ଚିବାକୁ ଦିଅ, ଯେପରିକି ମୁଁ ତୁମ୍ଭକୁ ପ୍ରଶଂସା କରିପାରେ।
ତୁମ୍ଭର ବ୍ୟବସ୍ଥା ମୋର ସହାୟ ହେଉ।
176 ମୁଁ ହଜି ଯାଇଥିବା ମେଷପରି, ଏଣେତେଣେ ବୁଲୁଅଛି,
ହେ ସଦାପ୍ରଭୁ, ଆପଣା ଦାସକୁ ଖୋଜ।
କାରଣ ମୁଁ ତୁମ୍ଭର ଆଜ୍ଞା ସକଳ ପାଶୋରି ନାହିଁ।
12 ମୋର ପ୍ରଭୁ ଯିରୁଶାଲମ ଓ ସିୟୋନ ପର୍ବତ ବିରୁଦ୍ଧରେ ସମସ୍ତ କାର୍ଯ୍ୟ ସମାପ୍ତ କଲାପରେ ଅଶୂରକୁ ଦଣ୍ଡ ଦେବେ। କାରଣ ଅଶୂରର ରାଜା ଅତି ଅହଙ୍କାରୀ ଓ ତାଙ୍କର ଗର୍ବ ତାଙ୍କୁ କୁକର୍ମ କରାଇଛି। ତେଣୁ ପରମେଶ୍ୱର ତାଙ୍କୁ ଦଣ୍ଡ ଦେବେ।
13 ଅଶୂରର ରାଜା କହେ, “ମୁଁ ଅତି ଜ୍ଞାନୀ, ମୋର ଜ୍ଞାନ ଓ ଶକ୍ତି ବଳରେ ମୁଁ ବହୁ ମହାନ କାର୍ଯ୍ୟ କରିଛି। ମୁଁ ଗୋଷ୍ଠୀକୁ ପରାଜିତ କରିଛି ଓ ସେମାନଙ୍କର ଧନସମ୍ପଦ ଲୁଣ୍ଠନ କରିଛି। ଆଉମଧ୍ୟ ତା'ର ଲୋକମାନଙ୍କୁ କ୍ରୀତଦାସ କରିଛି। ମୁଁ ଅତି ଶକ୍ତିଶାଳୀ ମାନବ। 14 ଗୋଟିଏ ବ୍ୟକ୍ତି ପକ୍ଷୀର ବସାରୁ ଅଣ୍ଡା ଅପହରଣ କଲାପରି ମୁଁ ସେମାନଙ୍କର ଧନ ସମ୍ପଦ ନିଜ ହସ୍ତର ଶକ୍ତିବଳରେ ଅପହରଣ କରିଛି। ଅନେକ ସମୟରେ ପକ୍ଷୀ ତା'ର ବସା ଓ ଅଣ୍ଡାକୁ ଛାଡ଼ି ଯାଇଥାଏ ଓ ତା'ର ସୁରକ୍ଷା ପାଇଁ କିଛି ବ୍ୟବସ୍ଥା କରି ନ ଥାଏ। କୌଣସି ପକ୍ଷୀ ଶବ୍ଦ କରିବାକୁ କିମ୍ବା ପକ୍ଷ ଓ ଥଣ୍ଟ ସାହାଯ୍ୟରେ ଲଢ଼ିବାକୁ ସେଠାରେ ନ ଥା’ନ୍ତି। ତେଣୁ ଲୋକେ ଅଣ୍ଡା ନେଇ ଯାଆନ୍ତି। ତେଣୁ ମୁଁ ସେହିପରି ସେମାନଙ୍କର ଧନସମ୍ପଦ ଲୁଣ୍ଠନ କଲାବେଳେ କେହି ମୋତେ ବାଧା ଦେବେ ନାହିଁ।”
15 ଗୋଟିଏ କୁହ୍ରାଡ଼ି କ’ଣ ତା'ର ଛେଦନକର୍ତ୍ତାଠାରୁ ଅଧିକ ଶକ୍ତିଶାଳୀ ହୋଇ ପାରିବ କି? କରତ କ’ଣ କରତିୟର ବିରୁଦ୍ଧରେ କିଛି କରି ପାରିବ ନାହିଁ। ମାତ୍ର ଅଶୂର ପରମେଶ୍ୱରଙ୍କଠାରୁ ଅଧିକ ଶକ୍ତିଶାଳୀ ବୋଲି ଭାବୁଛି। ଏହା ଯେପରି ଗୋଟିଏ ଯଷ୍ଟି ନିଜକୁ ଯଷ୍ଟିଧାରୀଠାରୁ ଅଧିକ ବଡ଼ ବୋଲି ମନେ କରେ। 16 ଅଶୂର ଭାବେ ସେ ମହାନ। ମାତ୍ର ସର୍ବଶକ୍ତିମାନ ସଦାପ୍ରଭୁ ତା’ ବିରୁଦ୍ଧରେ ଏକ ଭୟଙ୍କର ବ୍ୟାଧି ପଠାଇବେ। ଗୋଟିଏ ରୋଗୀ ତା'ର ଓଜନ ହରାଇଲା ପରି ଅଶୂର ତା'ର ଅର୍ଥ ଓ ସାମର୍ଥ୍ୟ ହରାଇବ। ତା'ପରେ ଅଶୂରର ସମସ୍ତ ଗୌରବ ଧ୍ୱଂସ ପାଇବ। ଏହା ଅଶୂରର ସମସ୍ତ ଧ୍ୱଂସ କରିବା ପର୍ଯ୍ୟନ୍ତ ଜ୍ୱଳନ୍ତ ଅଗ୍ନି ସଦୃଶ ହେବ। 17 ଇସ୍ରାଏଲର ଜ୍ୟୋତିଃ ଗୋଟିଏ ଜ୍ୱଳନ୍ତ ଅଗ୍ନି ପରି ହେବେ। ସେହି ଧର୍ମସ୍ୱରୂପ ଏକ ଶିଖା ସଦୃଶ ହେବେ। ସେହି ଅଗ୍ନିଶିଖା ପ୍ରଥମେ ଅନାବନା ଘାସ ଓ କଣ୍ଟାସବୁ ପୋଡ଼ି ପକାଇବେ। 18 ତା'ପରେ ସେହି ଅଗ୍ନିଶିଖା ବୃଦ୍ଧି ପାଇବ ଓ ବଡ଼ ବଡ଼ ଗଛ ଓ ଦ୍ରାକ୍ଷାକ୍ଷେତକୁ ପୋଡ଼ି ପକାଇବେ। ଶେଷରେ ସମସ୍ତ ଜିନିଷ ଏହି ଅଗ୍ନିଶିଖାରେ ବଳି ପଡ଼ିବ। 19 କେବଳ ବଣରେ ଅଳ୍ପ କେତୋଟି ବୃକ୍ଷ ବଞ୍ଚି ରହିବେ ଯାହାକୁ କି ଗୋଟିଏ ବାଳକ ଗଣି ପାରିବ।
20 ସେହି ସମୟରେ ଇସ୍ରାଏଲର ଅବଶିଷ୍ଟାଂଶ ଲୋକ ଏବଂ ଯାକୁବ ପରିବାର ଲୋକେ ପ୍ରହାରକାରୀଙ୍କ ଉପରେ ଆଉ ନିର୍ଭର କରିବେ ନାହିଁ। ସେମାନେ ଇସ୍ରାଏଲର ଧର୍ମସ୍ୱରୂପ ସଦାପ୍ରଭୁଙ୍କ ଉପରେ ନିର୍ଭର କରିବା ଶିକ୍ଷା କରିବେ।
ଯୀଶୁ କ'ଣ ପ୍ରକୃତରେ ଖ୍ରୀଷ୍ଟ ଜନତାଙ୍କ ମଧ୍ୟରେ ଆଲୋଡ଼ନ
25 ଯିରୁଶାଲମରେ ବାସ କରୁଥିବା କେତେକ ଲୋକ କହିଲେ, “ଏହି ଲୋକକୁ ସେମାନେ ମାରିବା ପାଇଁ ଗ୍ଭହାନ୍ତି। 26 କିନ୍ତୁ ସେ ପ୍ରକାଶରେ ପ୍ରଗ୍ଭର କରୁଛି, ତାହାଙ୍କୁ ସମସ୍ତେ ଦେଖୁଛନ୍ତି ଓ ଶୁଣୁଛନ୍ତି। କୌଣସି ଲୋକ ତାହାର ପ୍ରଗ୍ଭର ବନ୍ଦ କରିବା ପାଇଁ ଚେଷ୍ଟା କରୁ ନାହିଁ। ବୋଧହୁଏ ନେତାମାନେ ମନସ୍ଥ କଲେ ଯେ, ସେ ପ୍ରକୃତରେ ଖ୍ରୀଷ୍ଟ। 27 କିନ୍ତୁ ଆମ୍ଭେ ଜାଣୁ ଏହି ବ୍ୟକ୍ତି କେଉଁଠାରୁ ଆସିଛି। ଯେତେବେଳେ ପ୍ରକୃତ ଖ୍ରୀଷ୍ଟ ଆସିବେ, ସେତେବେଳେ କେହି ତାହାଙ୍କର ଆସିବା ସ୍ଥାନ ଜାଣି ପାରିବେ ନାହିଁ।”
28 ଯୀଶୁ ମନ୍ଦିରରେ ଉପଦେଶ ଦେଉ ଦେଉ ଉଚ୍ଚ ସ୍ୱରରେ କହିଲେ, “ହଁ, ତୁମ୍ଭେ ମୋତେ ଜାଣ ଓ ମୁଁ କେଉଁଠାରୁ ଆସିଛି ତାହା ମଧ୍ୟ ଜାଣ। କିନ୍ତୁ ମୁଁ ମୋର ନିଜ ଅଧିକାର ବଳରେ ଆସି ନାହିଁ। ମୁଁ ସତ୍ୟ ପରମେଶ୍ୱରଙ୍କ ଦ୍ୱାରା ପଠାଯାଇଛି। ତୁମ୍ଭେ ତାହାଙ୍କୁ ଜାଣି ନାହଁ। 29 କିନ୍ତୁ ମୁଁ ତାହାଙ୍କୁ ଜାଣିଛି ଓ ମୁଁ ତାହାଙ୍କ ପାଖରୁ ଆସିଛି। ସେ ସୋତେ ପଠାଇଛନ୍ତି।”
30 ଯୀଶୁ ଏ କଥା କହିବା ବେଳେ ଲୋକମାନେ ତାହାଙ୍କୁ ଧରିବା ପାଇଁ ଚେଷ୍ଟା କଲେ। କିନ୍ତୁ କେହି ତାହାଙ୍କୁ ଛୁଇଁ ପାରିଲେ ନାହିଁ। ସେତେବେଳେ ମଧ୍ୟ ତାହାଙ୍କୁ ହତ୍ୟା କରିବାର ଉଚିତ୍ ସମୟ ହୋଇ ନ ଥିଲା। 31 ବହୁତ ଲୋକ ଯୀଶୁଙ୍କୁ ବିଶ୍ୱାସ କଲେ। ଲୋକମାନେ କହିଲେ, “ଆମ୍ଭେ ଖ୍ରୀଷ୍ଟଙ୍କ ଆଗମନ ପାଇଁ ଅପେକ୍ଷା କରିଛୁ। ଏହି ବ୍ୟକ୍ତି ଯେଉଁସବୁ ଆଶ୍ଚର୍ଯ୍ୟକାର୍ଯ୍ୟ କରିଛନ୍ତି, ଖ୍ରୀଷ୍ଟ ଆସିଲେ ଏହା ଅପେକ୍ଷା କ'ଣ ଅଧିକ କରିବେ? ନା, ଏହି ବ୍ୟକ୍ତି ନିଶ୍ଚୟ ଖ୍ରୀଷ୍ଟ ହୋଇଥିବେ।”
ଯୀଶୁଙ୍କୁ ବନ୍ଦୀ କରିବା ପାଇଁ ଯିହୂଦୀ ନେତାମାନଙ୍କର ଚେଷ୍ଟା
32 ଲୋକମାନେ ଯୀଶୁଙ୍କ ବିଷୟରେ ଏହି କଥାମାନ କହୁଥିବାର ଫାରୂଶୀମାନେ ଶୁଣିଲେ। ତେଣୁ ମୁଖ୍ୟ ଯାଜକମାନେ ଓ ଫାରୂଶୀମାନେ ଯୀଶୁଙ୍କୁ ବନ୍ଦୀ କରିବା ପାଇଁ ମନ୍ଦିରରେ କେତେକ ସୈନ୍ୟଙ୍କୁ ପଠାଇଲେ। 33 ତା'ପରେ ଯୀଶୁ କହିଲେ, “ମୁଁ ତୁମ୍ଭ ସହିତ ଆଉ ଅଳ୍ପ ସମୟ ରହିବି। ମୋତେ ଯିଏ ପଠାଇଛନ୍ତି ମୁଁ ତାହାଙ୍କ ନିକଟକୁ ଫେରିଯିବି। 34 ତୁମ୍ଭେମାନେ ମୋତେ ଖୋଜିବ, କିନ୍ତୁ ମୋତେ ପାଇବ ନାହିଁ। ଆଉ, ମୁଁ ଯେଉଁଠାରେ ଥିବି, ସେଠାକୁ ତୁମ୍ଭେମାନେ ଯାଇ ପାରିବ ନାହିଁ।”
35 ଯିହୂଦୀମାନେ ପରସ୍ପର କୁହାକୁହି ହେଲେ, “ଏ ଲୋକ ଏପରି କେଉଁଠାକୁ ଯିବ ଯେ, ଆମ୍ଭେ ତାହାକୁ ପାଇବା ନାହିଁ। ସେ କ'ଣ ଗ୍ରୀକ୍ ନଗର ଗୁଡ଼ିକୁ ଯିବ, ଯେଉଁଠାରେ ଆମ୍ଭ ଲୋକମାନେ ରୁହନ୍ତି? ସେ ସେଠାରେ ଗ୍ରୀକ୍ ଲୋକମାନଙ୍କୁ ଶିକ୍ଷା ଦେବ କି? 36 ଏହି ଲୋକ କହୁଛି, ‘ତୁମ୍ଭେ ମୋତେ ଖୋଜିବ, କିନ୍ତୁ ମୋତେ ପାଇବ ନାହିଁ।’ ସେ ପୁଣି କହୁଛି, ‘ମୁଁ ଯେଉଁଠି ରହିବି, ତୁମ୍ଭେ ଆସି ପାରିବ ନାହିଁ।’ ଏହାର ଅର୍ଥ କ'ଣ?”
2010 by World Bible Translation Center