Revised Common Lectionary (Complementary)
ତୌ
169 ହେ ସଦାପ୍ରଭୁ, ମୋର ସାହାଯ୍ୟ ପାଇଁ କାକୂକ୍ତି ଶୁଣ।
ତୁମ୍ଭର ପ୍ରତିଜ୍ଞା ଅନୁସାରେ ମୋତେ ବୁଦ୍ଧିମାନ କର।
170 ସଦାପ୍ରଭୁ ମୋର ପ୍ରାର୍ଥନା ଶୁଣ।
ତୁମ୍ଭର ପ୍ରତିଜ୍ଞା ଅନୁସାରେ ମୋତେ ରକ୍ଷା କର।
171 ମୁଁ ତୁମ୍ଭର ପ୍ରଶଂସା ଗାନ କରିବି।
କାରଣ ତୁମ୍ଭେ ଆପଣା ବ୍ୟବସ୍ଥାମାନ ମୋତେ ଶିଖାଇଅଛ।
172 ସଦାପ୍ରଭୁ, ମୁଁ ତୁମ୍ଭର ପ୍ରତିଜ୍ଞା ବିଷୟରେ ଗାନ କରିବି।
କାରଣ ତୁମ୍ଭର ବ୍ୟବସ୍ଥାମାନ ଉତ୍ତମ।
173 ତୁମ୍ଭର ନିର୍ଦ୍ଦେଶ ଗୁଡ଼ିକୁ ମାନିବା ପାଇଁ ମୁଁ ମନୋନୀତ କରିଅଛି।
ତେଣୁ ମୋର ସାହାଯ୍ୟ ପାଇଁ ବାହାରି ଆସ।
174 ହେ ସଦାପ୍ରଭୁ, ମୁଁ ଗ୍ଭହେଁ ତୁମ୍ଭେ ମୋତେ ରକ୍ଷା କର।
ତୁମ୍ଭର ଶିକ୍ଷାସବୁ ମୋତେ ଉଲ୍ଲାସ ପ୍ରଦାନ କରେ।
175 ମୋତେ ବଞ୍ଚିବାକୁ ଦିଅ, ଯେପରିକି ମୁଁ ତୁମ୍ଭକୁ ପ୍ରଶଂସା କରିପାରେ।
ତୁମ୍ଭର ବ୍ୟବସ୍ଥା ମୋର ସହାୟ ହେଉ।
176 ମୁଁ ହଜି ଯାଇଥିବା ମେଷପରି, ଏଣେତେଣେ ବୁଲୁଅଛି,
ହେ ସଦାପ୍ରଭୁ, ଆପଣା ଦାସକୁ ଖୋଜ।
କାରଣ ମୁଁ ତୁମ୍ଭର ଆଜ୍ଞା ସକଳ ପାଶୋରି ନାହିଁ।
11 ସେ ସମୟରେ ବୈଥେଲ୍ରେ ଜଣେ ପ୍ରାଚୀନ ଭବିଷ୍ୟଦ୍ବକ୍ତା ବାସ କରୁଥିଲେ। ତାଙ୍କର ପୁତ୍ରମାନେ ଆସି ବୈଥେଲ୍ରେ ପରମେଶ୍ୱରଙ୍କ ଲୋକ ଯାହା ଯାହା କରିଥିଲେ ତାହା ସବୁ ତାଙ୍କୁ ଜଣାଇଲେ। ସେମାନେ ପରମେଶ୍ୱରଙ୍କ ଲୋକ ଯାରବିୟାମ ରାଜାଙ୍କୁ ଯାହା କହିଥିଲେ ତାହା ମଧ୍ୟ ଆପଣା ପିତାଙ୍କୁ ଜଣାଇଲେ। 12 ସେମାନଙ୍କ ପିତା ସେମାନଙ୍କୁ ପଗ୍ଭରିଲେ, “ସେ କେଉଁ ପଥରେ ଫେରିଲେ?” ପରମେଶ୍ୱରଙ୍କ ଲୋକ ଯିହୁଦାରୁ ଯେଉଁ ପଥରେ ଯାଇଥିଲେ, ତାହା ସେମାନେ ତାଙ୍କର ପିତାଙ୍କୁ ଦେଖାଇଲେ। 13 ବୃଦ୍ଧ ଯାଜକ ତା'ର ପୁତ୍ରମାନଙ୍କୁ ତା'ର ଗଧକୁ ସଜାଇବାକୁ କହିଲେ ଏବଂ ସେ ଶୀଘ୍ର ଯାତ୍ରା କଲେ।
14 ଏହା ପରେ ସେ ପରମେଶ୍ୱରଙ୍କ ଲୋକର ପଛେ ପଛେ ଯାଇ ତାଙ୍କୁ ଗୋଟିଏ ଅଲୋନ ବୃକ୍ଷମୂଳରେ ବସିଥିବାର ଦେଖିଲେ, ସେ ତାଙ୍କୁ ପଗ୍ଭରିଲେ, “ତୁମ୍ଭେ କ’ଣ ଯିହୁଦାରୁ ଆଗତ ପରମେଶ୍ୱରଙ୍କ ଲୋକ?”
ସେ ଉତ୍ତର କଲେ, “ହଁ, ମୁଁ।”
15 ତେଣୁ ସେ ତାଙ୍କୁ ଅନୁରୋଧ କଲେ, “ମୋ’ ଗୃହକୁ ଆସ ଓ ମୋ’ ସହିତ ଭୋଜନ କର।”
16 ମାତ୍ର ପରମେଶ୍ୱରଙ୍କ ଲୋକ ଉତ୍ତର ଦେଲେ, “ମୁଁ ତୁମ୍ଭ ସହିତ ତୁମ୍ଭ ଗୃହକୁ ଯାଇ ପାରିବି ନାହିଁ କି ତୁମ୍ଭ ସହିତ ଏ ସ୍ଥାନରେ ପାନ ବା ଭୋଜନ କରିବି ନାହିଁ। 17 କାରଣ ସଦାପ୍ରଭୁ ମୋତେ ନିର୍ଦ୍ଦେଶ ଦେଇଛନ୍ତି, ‘ତୁମ୍ଭେ ଏଠାରେ ଭୋଜନ କରିବ ନାହିଁ କି ଜଳପାନ କରିବ ନାହିଁ। ଏବଂ ଯେଉଁ ପଥ ଦେଇ ଆସିଥିଲ, ସେହି ପଥ ଦେଇ ଫେରି ଯାଅ ନାହିଁ।’”
18 ଏଥିରେ ବୃଦ୍ଧ ଭବିଷ୍ୟଦ୍ବକ୍ତା କହିଲେ, “ମୁଁ ମଧ୍ୟ ତୁମ୍ଭ ପରି ଜଣେ ଭବିଷ୍ୟଦ୍ବକ୍ତା।” ତା'ପରେ ସେ ମିଥ୍ୟା କହି ତାଙ୍କୁ ଜଣାଇଲେ, “ଜଣେ ଦୂତ ସଦାପ୍ରଭୁଙ୍କ ଦ୍ୱାରା ପ୍ରେରିତ ହୋଇ ମୋତେ କହିଲେ ତୁମ୍ଭେ ପରମେଶ୍ୱରଙ୍କ ଲୋକଙ୍କୁ ତୁମ୍ଭ ଗୃହକୁ ନେଇ ତୁମ୍ଭ ସହିତ ଅନ୍ନ ଭୋଜନ ଓ ଜଳପାନ କରାଅ।”
19 ତେଣୁ ପରମେଶ୍ୱରଙ୍କ ଲୋକ ତାଙ୍କ ସହିତ ତାଙ୍କ ଗୃହକୁ ଯାଇ ଅନ୍ନ ଭୋଜନ ଓ ଜଳପାନ କଲେ। 20 ଯେତେବେଳେ ସେମାନେ ମେଜ ନିକଟରେ ବସିଥିଲେ, ସଦାପ୍ରଭୁଙ୍କ ବାକ୍ୟ ସେହି ବୃଦ୍ଧ ଭବିଷ୍ୟଦ୍ବକ୍ତାଙ୍କ ନିକଟରେ ଉପସ୍ଥିତ ହେଲା, ଯିଏ କି ତାଙ୍କୁ ତା'ର ଘରକୁ ଆଣିଥିଲା। 21 ଯିହୁଦାର ସେହି ପରମେଶ୍ୱରଙ୍କ ଲୋକଙ୍କୁ ଭବିଷ୍ୟଦ୍ବକ୍ତା କହିଲେ, “ସଦାପ୍ରଭୁ କହନ୍ତି, ତୁମ୍ଭେ ତାହାଙ୍କ ବାକ୍ୟର ବିରୁଦ୍ଧାଚରଣ କରିଅଛ। ତୁମ୍ଭେ ଆଜ୍ଞା ପାଳନ କରି ନାହଁ। ଯାହା ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭକୁ ଆଜ୍ଞା ଦେଲେ। 22 ସଦାପ୍ରଭୁ ତୁମ୍ଭକୁ ଆଦେଶ କରିଥିଲେ ତୁମ୍ଭେ ଏ ସ୍ଥାନରେ ଅନ୍ନ ଭୋଜନ କରିବ ନାହିଁ କି ଜଳପାନ କରିବ ନାହିଁ। ମାତ୍ର ତୁମ୍ଭେ ଫେରି ଆସିଲ ଓ ଅନ୍ନ ଭୋଜନ ଓ ଜଳ ପାନ କଲ। ତେଣୁ ତୁମ୍ଭର ଶବକୁ ତୁମ୍ଭ ପିତୃଲୋକମାନଙ୍କ ସହିତ କବର ଦିଆ ଯିବ ନାହିଁ।”
23 ପରମେଶ୍ୱରଙ୍କ ଲୋକ ଅନ୍ନ ଭୋଜନ ଓ ଜଳପାନ କଲାପରେ ସେ ଭବିଷ୍ୟଦ୍ବକ୍ତା ତାଙ୍କର ଗଧଟିକୁ ସଜାଇ ଦେଲେ ଓ ସେ ଲୋକଟି ସେ ସ୍ଥାନ ପରିତ୍ୟାଗ କଲା। 24 ଗୃହ ଅଭିମୁଖେ ଯାତ୍ରା କରୁଥିବା ସମୟରେ ପଥ ମଧ୍ୟରେ ଏକ ସିଂହ ତାଙ୍କୁ ଆକ୍ରମଣ କରି ବଧ କଲା। ତାଙ୍କର ଶବ ସେହି ପଥ ମଧ୍ୟରେ ପଡ଼ି ରହିଲା! ଗଧ ଓ ସିଂହ ସେହି ଶବ ନିକଟରେ ଛିଡ଼ା ହୋଇ ରହିଲେ। 25 ଏହା ପରେ ସେହି ପଥରେ ଯାଉଥିବା କେତେକ ଲୋକ ଶବଟି ପଡ଼ିଥିବାର ଓ ଶବ ନିକଟରେ ସିଂହ ଠିଆ ହୋଇଥିବାର ଦେଖିଲେ। ତା'ପରେ ସେମାନେ ବୃଦ୍ଧ ଭବିଷ୍ୟଦ୍ବକ୍ତାଙ୍କ ନିକଟକୁ ଆସିଲେ ଓ ଯାହା ରାସ୍ତା ଉପରେ ଦେଖିଥିଲେ ତାହା ଜଣାଇଲେ।
ଯୀଶୁ ଖ୍ରୀଷ୍ଟଙ୍କଠାରେ ନୂତନ ଜୀବନ
3 ତୁମ୍ଭେମାନେ ଖ୍ରୀଷ୍ଟଙ୍କ ସହିତ ମୃତ୍ୟୁରୁ ଜୀବିତ ହୋଇଛ। ଅତଏବ ସ୍ୱର୍ଗରେ ଥିବା ବିଷୟ ଗୁଡ଼ିକ ପାଇବା ପାଇଁ ଯତ୍ନଶୀଳ ହୁଅ। ଯେଉଁଠାରେ ଖ୍ରୀଷ୍ଟ, ପରମେଶ୍ୱରଙ୍କ ଡାହାଣରେ ବସିଛନ୍ତି। 2 ସବୁବେଳେ ସେହି ସ୍ୱର୍ଗର ବିଷୟ ଗୁଡ଼ିକ ଅନ୍ୱେଷଣ କର, ମର୍ତ୍ତ୍ୟର ବିଷୟ ଗୁଡ଼ିକ ପାଇଁ ନୁହେଁ। 3 ତୁମ୍ଭମାନଙ୍କର ପୁରାତନ ପାପପୂର୍ଣ୍ଣ ସ୍ୱଭାବର ମୃତ୍ୟୁ ହୋଇଯାଇଛି ଓ ପରମେଶ୍ୱରଙ୍କଠାରେ ଖ୍ରୀଷ୍ଟଙ୍କ ସହିତ ତୁମ୍ଭମାନଙ୍କର ନୂତନ ଜୀବନ ସୁରକ୍ଷିତ ଅଛି। 4 ଖ୍ରୀଷ୍ଟ ହେଉଛନ୍ତି ତୁମ୍ଭମାନଙ୍କର ଜୀବନ। ତେଣୁ ଯେତେବେଳେ ସେ ଆଉ ଥରେ ଆସିବେ, ତାହାଙ୍କ ମହିମାରେ ତୁମ୍ଭେମାନେ ଅଂଶ ପାଇବ।
5 ଅତଏବ, ଯୌନ ପାପଗୁଡ଼ିକ କରିବା, ମନ୍ଦକର୍ମ କରିବା, କାମନାର ବାଶୀଭୂତ ହେବା, ମନ୍ଦ ଇଚ୍ଛା ରଖିବା ଓ ସର୍ବଦା ଲୋଭୀ ହୋଇ ରହିବା, ଯାହା ଏକ ମିଥ୍ୟା ଦେବତାକୁ ପୂଜା କରିବା ସଦୃଶ, ସେଭିଳ ବିଷୟ ଗୁଡ଼ିକୁ ନିଜ ଜୀବନଠାରୁ ଦୂରରେ ରଖ। ଏହିଭଳି ଇଚ୍ଛାଗୁଡ଼ିକ ଥିବାର ଅର୍ଥ ହେଲା ଯେ, ଜଣେ ମିଥ୍ୟା ଦେବତାର ସେବା କରୁଛି। 6 ଏହି ବିଷୟ ଗୁଡ଼ିକ ପରମେଶ୍ୱରଙ୍କୁ କ୍ରୋଧିତ କରେ। 7 ତୁମ୍ଭମାନଙ୍କର ପୂର୍ବ ପାପପୂର୍ଣ୍ଣ ଜୀବନରେ ମଧ୍ୟ ତୁମ୍ଭେମାନେ ଏହି କାମଗୁଡ଼ିକ କରିଥିଲ।
8 କିନ୍ତୁ ଏବେ, ଏହି ସମସ୍ତ ବିଷୟ ନିଜ ଜୀବନରୁ ବାହାର କରିଦିଅ: କ୍ରୋଧ, ଉତ୍ତେଜନା, ଅନ୍ୟ କାହାକୁ ବାଧିଲା ଭଳି କାର୍ଯ୍ୟ କରିବା ବା କଥା କହିବା, କହିଲା ବେଳେ ଅପଶବ୍ଦ ବ୍ୟବହାର କରିବା। 9 ପରସ୍ପରକୁ ମିଛ କଥା କୁହ ନାହିଁ, କାରଣ ତୁମ୍ଭେମାନେ ପୂର୍ବ ଜୀବନର ପାପପୂର୍ଣ୍ଣ ଆଚରଣ ଛାଡ଼ି ଦେଇଛ। 10 ତୁମ୍ଭେମାନେ ନୂତନ ଜୀବନ ଆରମ୍ଭ କରିଛ। ନୂତନ ଜୀବନରେ ତୁମ୍ଭେମାନେ ନୂଆ ହେଉଅଛ। ତୁମ୍ଭେମାନେ ତୁମ୍ଭମାନଙ୍କର ସେହି ସୃଷ୍ଟିକର୍ତ୍ତାଙ୍କ ଭଳି ହୋଇଯାଉଛ। ଏହି ନୂତନ ଜୀବନ ଦ୍ୱାରା ତୁମ୍ଭେମାନେ ପରମେଶ୍ୱରଙ୍କ ବିଷୟରେ ପ୍ରକୃତ ଜ୍ଞାନ ପ୍ରାପ୍ତ ହେଉଛ। 11 ଏହି ନୂତନ ଜୀବନରେ ଯିହୂଦୀ ଓ ଅଣଯିହୂଦୀମାନଙ୍କ ମଧ୍ୟରେ କୌଣସି ତଫାତ୍ ନାହିଁ। ସୁନ୍ନତ ଲୋକ ବା ଅସୁନ୍ନତ ଲୋକ, ବିଦେଶୀ ବା ସ୍କୁଥୀୟମାନଙ୍କ ମଧ୍ୟରେ କୌଣସି ତଫାତ୍ ନାହିଁ। କ୍ରୀତଦାସ ବା ସ୍ୱାଧୀନ ଭିତରେ ମଧ୍ୟ ତଫାତ୍ ନାହିଁ। କିନ୍ତୁ ଖ୍ରୀଷ୍ଟ ସମସ୍ତଙ୍କଠାରେ ଅଛନ୍ତି। ଯାହା ମହତ୍ତ୍ୱପୂର୍ଣ୍ଣ, ତାହା ଖ୍ରୀଷ୍ଟ ଅଟନ୍ତି।
2010 by World Bible Translation Center