Revised Common Lectionary (Complementary)
116 ମୁଁ ତାଙ୍କୁ ପ୍ରେମ କରେ,
କାରଣ ସଦାପ୍ରଭୁ ମୋର ପ୍ରାର୍ଥନା ଶୁଣିଅଛନ୍ତି।
2 ମୁଁ ତାଙ୍କୁ ଭଲ ପାଏ ଯେତେବେଳେ ସେ ମୋ’ ପ୍ରାର୍ଥନା ଶୁଣିଲେ
ଏବଂ ମୁଁ ମୃତ୍ୟୁବରଣ କଲା ପୂର୍ବରୁ[a] ଉତ୍ତର ଦେଲେ।
3 ମୃତ୍ୟୁର ରଜ୍ଜୁ ଚତୁର୍ପାର୍ଶ୍ୱରେ ପ୍ରାୟ ମୋତେ ବାନ୍ଧି ଦେଲା।
କବର ତା'ର ଫାନ୍ଦ ସହିତ ମୋର ପାଖାପାଖି ହୋଇଥିଲା।
ମୁଁ ସଙ୍କଟ ଓ ଦୁଃଖରେ ଥିଲି।
4 ଏହା ପରେ ମୁଁ ସଦାପ୍ରଭୁଙ୍କ ନାମରେ ପ୍ରାର୍ଥନା କଲି,
ମୁଁ କହିଲି, “ହେ ସଦାପ୍ରଭୁ ମୋତେ ରକ୍ଷା କର!”
5 ସଦାପ୍ରଭୁ ହେଉଛନ୍ତି ଧର୍ମମୟ ଓ ଦୟାଳୁ ଏବଂ ଯାହା ଯଥାର୍ଥ ସେ କରନ୍ତି।
ଆମ୍ଭମାନଙ୍କର ପରମେଶ୍ୱର ଦୟାଳୁ ଅଟନ୍ତି।
6 ସଦାପ୍ରଭୁ ଅସହାୟ ଲୋକମାନଙ୍କର ଯତ୍ନ ନିଅନ୍ତି।
ମୁଁ ଯେତେବେଳେ ଦିନହୀନ ଥିଲି ସଦାପ୍ରଭୁ ମୋତେ ରକ୍ଷା କଲେ।
7 ହେ ମୋର ପ୍ରାଣ, ବିଶ୍ରାମ କର।
ସଦାପ୍ରଭୁ ତୁମ୍ଭ ପ୍ରତି ମଙ୍ଗଳମୟ ଅଟନ୍ତି।
8 ସଦାପ୍ରଭୁ, ତୁମ୍ଭେ ମୃତ୍ୟୁରୁ ମୋର ପ୍ରାଣକୁ ରକ୍ଷା କଲ।
ମୋର ଲୋତକ ବନ୍ଦ କଲ।
ତୁମ୍ଭେ ଝୁଣ୍ଟି ପଡ଼ିଯିବାରୁ ମୋତେ ରକ୍ଷା କଲ।
9 ଜୀବିତମାନଙ୍କ ଦେଶରେ
ମୁଁ ସଦାପ୍ରଭୁଙ୍କ ସେବା କରିବି।
15 ସେହି ସ୍ତ୍ରୀଲୋକଟିର ଘର ନଗରର ପ୍ରାଚୀର ଉପରେ ଥିଲା। ଏହା ପ୍ରାଚୀରର ଏକ ଅଂଶ ଥିଲା। ତେଣୁ ସ୍ତ୍ରୀଲୋକଟି ଏକ ଦଉଡ଼ି ସାହାଯ୍ୟରେ ଝରକା ଦେଇ ଏ ଲୋକମାନଙ୍କୁ ଖସି ଯିବାକୁ ସାହାଯ୍ୟ କଲା। 16 ତା'ପରେ ସେ ସ୍ତ୍ରୀଲୋକଟି କହିଲା, “ପର୍ବତମୟ ଦେଶ ମଧ୍ୟକୁ ଯାଅ ରାଜାଙ୍କର ଲୋକମାନେ ହଠାତ୍ ତୁମ୍ଭକୁ ପାଇବାକୁ ସକ୍ଷମ ହେବେ ନାହିଁ। ସେଠାରେ ତିନି ଦିନ ଲୁଚି ରୁହ, ଯେତେବେଳେ ରାଜାଙ୍କର ଲୋକମାନେ ଫେରି ଆସିବେ ତୁମ୍ଭେମାନେ ତୁମ୍ଭ ବାଟରେ ଗ୍ଭଲିଯିବ।”
17 ସେମାନେ ସ୍ତ୍ରୀଲୋକଟିକୁ କହିଲେ, “ଆମ୍ଭେ ତୁମ୍ଭକୁ କଥା ଦେଇଛୁ। ଗୋଟିଏ କାମ କର ନଚେତ୍ ଆମ୍ଭେ ଆପଣା ପ୍ରତିଜ୍ଞାରୁ ମୁକ୍ତ ହୋଇ ପାରିବୁ। 18 ତୁମ୍ଭେ ଯେଉଁ ଝରକା ଦେଇ ଆମ୍ଭମାନଙ୍କୁ ରକ୍ଷା କରିଛ, ଆମ୍ଭେମାନେ ଏ ଦେଶକୁ ଆସିବା ବେଳେ ତୁମ୍ଭେ ସେହି ଝରକାରେ ଏହି ନାଲିଧଡ଼ି ଫିତା ବାନ୍ଧି ରଖିଥିବ। ପୁଣି ତୁମ୍ଭେ ଆପଣା ପିତା, ଆପଣା ମାତା, ଭାଇମାନଙ୍କୁ ଓ ଆପଣା ପିତୃକୂଳ ସମସ୍ତଙ୍କୁ ତୁମ୍ଭର ନିକଟରେ ଏକତ୍ର କରିବ। 19 ଆମ୍ଭେ ସମସ୍ତଙ୍କୁ ସୁରକ୍ଷା ଦେବୁ, ଯେଉଁମାନେ କି ତୁମ୍ଭ ନିକଟରେ ଥିବେ। ଯଦି ତୁମ୍ଭ ସ୍ୱଗୃହରେ କେହି ଆଘାତ ପାଏ। ସେଥିପାଇଁ ଆମ୍ଭେ ଦାୟୀ ରହିବୁ। ଯଦି କୌଣସି ଲୋକ ତୁମ୍ଭର ଗୃହ ବାହାରକୁ ଯାଏ, ତାକୁ ହୁଏତ ହତ୍ୟା କରାଯିବ। ଆମ୍ଭେମାନେ ସେ ଲୋକର ମୃତ୍ୟୁ ପାଇଁ ଦାୟୀ ହେବୁ ନାହିଁ। ଏହା ତା'ର ନିଜର ଭୁଲ ହେବ। 20 ଏହି ଚୁକ୍ତି ଆମ୍ଭେ ତୁମ୍ଭ ସହିତ କରୁଅଛୁ। ଆମ୍ଭେ ଯାହା କରିଅଛୁ, ଯଦି ତୁମ୍ଭେ ଏହା କାହା ଆଗରେ ପ୍ରକାଶ କର, ତେବେ ଆମ୍ଭେ ଏ ଚୁକ୍ତିରୁ ବିରତ ହେବୁ।”
21 ସେ ସ୍ତ୍ରୀଲୋକଟି ଉତ୍ତର ଦେଇ କହିଲା, “ତୁମ୍ଭେ ଯାହା କହିଲ ମୁଁ ଠିକ୍ ସେହିପରି କରିବି।” ସ୍ତ୍ରୀଲୋକଟି ସେମାନଙ୍କୁ ବିଦାୟ ଦେଲା, ତା'ପରେ ସେ ଲୋକମାନେ ସ୍ଥାନ ପରିତ୍ୟାଗ କଲେ। ତା'ପରେ ସେହି ସ୍ତ୍ରୀଲୋକ ଜଣକ ସେହି ନାଲି ଧଡ଼ି ଫିତାଟିକୁ ସେହି ଝରକାରେ ବାନ୍ଧି ରଖିଲା।
22 ସେହି ଲୋକମାନେ ସେ ସ୍ଥାନ ପରିତ୍ୟାଗ କରି ପର୍ବତରେ ପହଞ୍ଚିଲେ। ସେମାନେ ସେଠାରେ ତିନି ଦିନ ରହିଲେ, ରାଜାଙ୍କର ଲୋକମାନେ ସେମାନଙ୍କୁ ଗ୍ଭରିଆଡ଼େ ଖୋଜା ଖୋଜି କଲେ। ତିନି ଦିନ ପରେ, ରାଜାଙ୍କ ଲୋକମାନେ ଖୋଜିବା ବନ୍ଦ କରି ନିଜ ସହରକୁ ପ୍ରତ୍ୟାବର୍ତ୍ତନ କଲେ। 23 ସେହି ଦୁଇଜଣ ଲୋକ ପର୍ବତରୁ ଓହ୍ଲାଇ ନଦୀ ପାର ହୋଇ ନୂନର ପୁତ୍ର ଯିହୋଶୂୟଙ୍କ ନିକଟକୁ ଫେରି ଆସିଲେ। ଯାହାସବୁ ଘଟିଥିଲା, ସେମାନେ ତାହା ବର୍ଣ୍ଣନା କଲେ। 24 ସେମାନେ ଯିହୋଶୂୟଙ୍କୁ କହିଲେ, “ସଦାପ୍ରଭୁ ବାସ୍ତବରେ ଆମ୍ଭକୁ ସମସ୍ତ ଦେଶ ଦାନ କରିଛନ୍ତି। ସେହି ଦେଶରେ ସମସ୍ତ ଲୋକ ଆମ୍ଭକୁ ଭୟ କରୁଛନ୍ତି।”
17 ବିଶ୍ୱାସ ବିଷୟରେ ମଧ୍ୟ ଠିକ୍ ସେହି କଥା ଅଟେ। ଯଦି ବିଶ୍ୱାସ କିଛି କାର୍ଯ୍ୟ ଉତ୍ପନ୍ନ ନ କରେ, ତେବେ ସେ ବିଶ୍ୱାସ ମୃତ ଅଟେ।
18 ଜଣେ ଲୋକ କହିପାରେ, “ତୁମ୍ଭ ପାଖରେ ବିଶ୍ୱାସ ଅଛି, ପୁଣି ମୋ’ ପାଖରେ କର୍ମ ଅଛି। ତୁମ୍ଭେ କର୍ମବିନା ତୁମ୍ଭର ବିଶ୍ୱାସ ମୋତେ ଦେଖାଅ, ଆଉ ମୁଁ ମୋ’ କର୍ମଗୁଡ଼ିକ ଦ୍ୱାରା ମୋ’ ବିଶ୍ୱାସ ତୁମ୍ଭକୁ ଦେଖାଇବି।” 19 ତୁମ୍ଭେ ବିଶ୍ୱାସ କର ଯେ, କେବଳ ଜଣେ ପରମେଶ୍ୱର ଅଛନ୍ତି; ଭଲ କଥା କିନ୍ତୁ ଭୂତମାନେ ମଧ୍ୟ ଏହା ବିଶ୍ୱାସ କରନ୍ତି ଓ ଭୟରେ ଥରହର ହୁଅନ୍ତି।
20 ହେ ମୂର୍ଖ ଲୋକ! କର୍ମଗୁଡ଼ିକ ବିନା ବିଶ୍ୱାସ ଯେ ମୂଲ୍ୟହୀନ ଅଟେ, ଏହାର ପ୍ରମାଣ କ’ଣ ତୁମ୍ଭେ ଦେଖିବାକୁ ଗ୍ଭହୁଁଛ? 21 ଅବ୍ରହାମ ଆମ୍ଭର ପିତା। ସେ ନିଜର କର୍ମଗୁଡ଼ିକ ଦ୍ୱାରା ପରମେଶ୍ୱରଙ୍କ ନିକଟରେ ଧାର୍ମିକ ଭାବେ ଗଣାଗଲେ। ସେ ବେଦୀ ଉପରେ ନିଜ ପୁତ୍ର ଇସ୍ହାକଙ୍କୁ ବଳି ରୂପରେ ପରମେଶ୍ୱରଙ୍କଠାରେ ଉତ୍ସର୍ଗ କଲେ। 22 ଅତଏବ ତୁମ୍ଭେ ଦେଖ ଯେ, ଅବ୍ରହାମଙ୍କର ବିଶ୍ୱାସ ଓ କର୍ମ ଏକା ସାଙ୍ଗରେ କାମ କରୁଥିଲା। ତାହାଙ୍କ କାମ ଦ୍ୱାରା ହିଁ ତାହାଙ୍କର ବିଶ୍ୱାସ ସିଦ୍ଧ ହେଲା। 23 ଏହା ଦ୍ୱାରା ଶାସ୍ତ୍ରର ସମ୍ପୂର୍ଣ୍ଣ ଅର୍ଥ ପ୍ରକାଶିତ ହୁଏ ଯେ: “ଅବ୍ରହାମ ପରମେଶ୍ୱରଙ୍କୁ ବିଶ୍ୱାସ କଲେ। ଓ ପରମେଶ୍ୱର ଅବ୍ରହାମଙ୍କ ବିଶ୍ୱାସକୁ ଗ୍ରହଣ କଲେ। ସେହି ବିଶ୍ୱାସ ଅବ୍ରହାମଙ୍କୁ ପରମେଶ୍ୱରଙ୍କ ନିକଟରେ ଧାର୍ମିକ କଲା।”(A) “ପରମେଶ୍ୱରଙ୍କ ମିତ୍ର”(B) ବୋଲି ଅବ୍ରହାମ ଡକାଗଲେ। 24 ଅତଏବ ତୁମ୍ଭେ ଦେଖ ଯେ, କର୍ମ ଦ୍ୱାରା ଜଣେ ଲୋକ ପରମେଶ୍ୱରଙ୍କ ନିକଟରେ ଧାର୍ମିକ ହୋଇପାରୁଛି। ସେ କେବଳ ବିଶ୍ୱାସ ଦ୍ୱାରା ଧାର୍ମିକ ହୋଇପାରିବ ନାହିଁ।
25 ଆଉ ଗୋଟିଏ ଉଦାହରଣ ହେଉଛି, ରାହାବ। ସେ ଜଣେ ବେଶ୍ୟା ଥିଲା। କିନ୍ତୁ ସେ ନିଜ କର୍ମଗୁଡ଼ିକ କାରଣରୁ ପରମେଶ୍ୱରଙ୍କ ନିକଟରେ ଧାର୍ମିକା ହେଲା। ସେ ପରମେଶ୍ୱରଙ୍କ ଗୁପ୍ତଚରମାନଙ୍କୁ ସାହାଯ୍ୟ କଲା ଓ ସେମାନଙ୍କୁ ନିଜ ଘରେ ସ୍ୱାଗତ କଲା ଓ ଅନ୍ୟ ବାଟଦେଇ ସେମାନଙ୍କୁ ପଳାୟନ କରିବାରେ ସାହାଯ୍ୟ କଲା।
26 ଆତ୍ମା ନ ଥିଲେ ଜଣେ ମନୁଷ୍ୟର ଶରୀରଟି ମୃତ ହୋଇଯାଏ। ସେହିପରି ବିଶ୍ୱାସ ବିଷୟରେ ମଧ୍ୟ ଏହି କଥାଟି ସତ। କର୍ମ ନ ଥିଲେ ବିଶ୍ୱାସ ମୃତ ଅଟେ।
2010 by World Bible Translation Center