Print Page Options
Previous Prev Day Next DayNext

Revised Common Lectionary (Complementary)

Daily Bible readings that follow the church liturgical year, with thematically matched Old and New Testament readings.
Duration: 1245 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 116:1-9

116 ମୁଁ ତାଙ୍କୁ ପ୍ରେମ କରେ,
    କାରଣ ସଦାପ୍ରଭୁ ମୋର ପ୍ରାର୍ଥନା ଶୁଣିଅଛନ୍ତି।
ମୁଁ ତାଙ୍କୁ ଭଲ ପାଏ ଯେତେବେଳେ ସେ ମୋ’ ପ୍ରାର୍ଥନା ଶୁଣିଲେ
    ଏବଂ ମୁଁ ମୃତ୍ୟୁବରଣ କଲା ପୂର୍ବରୁ[a] ଉତ୍ତର ଦେଲେ।
ମୃତ୍ୟୁର ରଜ୍ଜୁ ଚତୁର୍ପାର୍ଶ୍ୱରେ ପ୍ରାୟ ମୋତେ ବାନ୍ଧି ଦେଲା।
    କବର ତା'ର ଫାନ୍ଦ ସହିତ ମୋର ପାଖାପାଖି ହୋଇଥିଲା।
    ମୁଁ ସଙ୍କଟ ଓ ଦୁଃଖରେ ଥିଲି।
ଏହା ପରେ ମୁଁ ସଦାପ୍ରଭୁଙ୍କ ନାମରେ ପ୍ରାର୍ଥନା କଲି,
    ମୁଁ କହିଲି, “ହେ ସଦାପ୍ରଭୁ ମୋତେ ରକ୍ଷା କର!”
ସଦାପ୍ରଭୁ ହେଉଛନ୍ତି ଧର୍ମମୟ ଓ ଦୟାଳୁ ଏବଂ ଯାହା ଯଥାର୍ଥ ସେ କରନ୍ତି।
    ଆମ୍ଭମାନଙ୍କର ପରମେଶ୍ୱର ଦୟାଳୁ ଅଟନ୍ତି।
ସଦାପ୍ରଭୁ ଅସହାୟ ଲୋକମାନଙ୍କର ଯତ୍ନ ନିଅନ୍ତି।
    ମୁଁ ଯେତେବେଳେ ଦିନହୀନ ଥିଲି ସଦାପ୍ରଭୁ ମୋତେ ରକ୍ଷା କଲେ।
ହେ ମୋର ପ୍ରାଣ, ବିଶ୍ରାମ କର।
    ସଦାପ୍ରଭୁ ତୁମ୍ଭ ପ୍ରତି ମଙ୍ଗଳମୟ ଅଟନ୍ତି।
ସଦାପ୍ରଭୁ, ତୁମ୍ଭେ ମୃତ୍ୟୁରୁ ମୋର ପ୍ରାଣକୁ ରକ୍ଷା କଲ।
    ମୋର ଲୋତକ ବନ୍ଦ କଲ।
    ତୁମ୍ଭେ ଝୁଣ୍ଟି ପଡ଼ିଯିବାରୁ ମୋତେ ରକ୍ଷା କଲ।
ଜୀବିତମାନଙ୍କ ଦେଶରେ
    ମୁଁ ସଦାପ୍ରଭୁଙ୍କ ସେବା କରିବି।

ଯିହୋଶୂୟଙ୍କର ପୁସ୍ତକ 2:1-14

ଯିରୀହୋ ନଗରରେ ଗୁପ୍ତଚରଗଣ

ନୂନର ପୁତ୍ର ଯିହୋଶୂୟ ଏବଂ ସମସ୍ତ ଲୋକ ଆକାସିଆରେ ଛାଉଣି ସ୍ଥାପନ କଲେ। ଯିହୋଶୂୟ ଦୁଇଜଣ ଗୁପ୍ତଚରଙ୍କୁ ପଠାଇଲେ, କୌଣସି ଲୋକ ଏ କଥା ଜାଣି ନ ଥିଲେ, ସେ ଏମାନଙ୍କୁ ଗୋପନରେ ପଠାଇ ଥିଲେ। ଯିହୋଶୂୟ ଦୁଇ ଜଣଙ୍କୁ କହିଲେ, “ଯାଅ, ବିଶେଷତଃ ଯିରୀହୋ ନଗର ନିରୀକ୍ଷଣ କର।”

ତେଣୁ ସେମାନେ ଯିରୀହୋ ନଗରକୁ ଗଲେ, ସେମାନେ ଯାଇ ଏକ ବ୍ୟଭିଗ୍ଭରିଣୀ ଗୃହରେ ରହିଲେ। ସେହି ବ୍ୟଭିଗ୍ଭରିଣୀର ନାମ ରାହାବ ଥିଲା।

କେହି ଲୋକ ଯିରୀହୋର ରାଜାଙ୍କୁ ଏ କଥା ଜଣାଇଲା, “ଗତ ରାତ୍ରିରେ ଇସ୍ରାଏଲର କେତେକ ଲୋକ ଆମ୍ଭ ଦେଶର ଦୁର୍ବଳତା ଖୋଜିବା ପାଇଁ ଏହି ସ୍ଥାନକୁ ଆସିଲେ।”

ତେଣୁ ଯିରୀହୋର ରାଜା ଏହି ବାର୍ତ୍ତା ରାହାବ ନିକଟକୁ ପଠାଇଲେ, “ଯେଉଁ ଲୋକମାନେ ଆସି ତୁମ୍ଭ ଗୃହରେ ପ୍ରବେଶ କରିଛନ୍ତି, ସେମାନଙ୍କୁ ବାହାର କରି ଆଣ। ଯେହେତୁ ସେମାନେ ସମସ୍ତେ ଦେଶ ଅନୁସନ୍ଧାନରେ ଆସିଛନ୍ତି।”

ଏଥିରେ ସେ ସ୍ତ୍ରୀଲୋକ ସେହି ଦୁଇ ଜଣଙ୍କୁ ଲୁଗ୍ଭଇ ରଖିଲା। କିନ୍ତୁ ସ୍ତ୍ରୀଲୋକଟି କହିଲା, “ହଁ, ଦୁଇ ଜଣ ଲୋକ ମୋ’ ପାଖକୁ ଆସିଥିଲେ, କିନ୍ତୁ ସେମାନେ କେଉଁଠାରୁ ଆସିଥିଲେ ମୁଁ ଜାଣି ପାରିଲି ନାହିଁ। ସନ୍ଧ୍ୟା ସମୟରେ ଯେତେବେଳେ ଆମ୍ଭର ଫାଟକ ବନ୍ଦ କରିବା ସମୟ ହେଲା, ସେହି ଲୋକମାନେ ଏ ସ୍ଥାନ ପରିତ୍ୟାଗ କରି ଗ୍ଭଲିଗଲେ। ମୁଁ ଜାଣେ ନାହିଁ ସେମାନେ କେଉଁଠାକୁ ଗଲେ। କିନ୍ତୁ ତୁମ୍ଭେ ଯଦି ଶୀଘ୍ର ସେମାନଙ୍କୁ ଅନୁଧାବନ କର, ତେବେ ତୁମ୍ଭେ ସେମାନଙ୍କୁ ନିଶ୍ଚୟ ଧରି ପାରିବ।” ରାହାବ ଏହିସବୁ କଥା ସେମାନଙ୍କୁ କହିଲା, କିନ୍ତୁ ବାସ୍ତବରେ ସେ ସେମାନଙ୍କୁ ଛାତ ଉପରେ ଛଣ କାଠିଗଦା ଭିତରେ ଲୁଗ୍ଭଇ ରଖିଥିଲା।

ତେଣୁ ସେହି ଲୋକମାନେ ଗୁପ୍ତଚର ପଛରେ ଗୋଡ଼ାଇ ଗୋଡ଼ାଇ ଯର୍ଦ୍ଦନ ବାଟରେ ଘାଟ ପର୍ଯ୍ୟନ୍ତ ଧାଇଁଲେ। ପୁଣି ଗୁପ୍ତଚରମାନଙ୍କୁ ଗୋଡ଼ାଇବା ଲୋକେ ବାହାରି ଯିବା କ୍ଷଣେ ନଗରବାସୀଗଣ ନଗରଦ୍ୱାର ବନ୍ଦ କଲେ।

ସେମାନେ ରାତ୍ରିଶୟନ ପାଇଁ ପ୍ରସ୍ତୁତ ହେବା ସମୟରେ ରାହାବ ଗୁପ୍ତଚରମାନଙ୍କ ପାଖକୁ ଛାତ ଉପରକୁ ଯାଇ କହିଲା, “ମୁଁ ଜାଣେ, ସଦାପ୍ରଭୁ ଏହି ଦେଶକୁ ତୁମ୍ଭ ଲୋକମାନଙ୍କୁ ଦେଇଛନ୍ତି ଏବଂ ତୁମ୍ଭେମାନେ ଆମ୍ଭଙ୍କୁ ଭୟ ଜନ୍ମାଉଅଛ, ଏହି ସକାଶେ ଏହି ଦେଶ ନିବାସୀ ସମସ୍ତେ ତୁମ୍ଭମାନଙ୍କୁ ଭୟ କରିଛନ୍ତି। 10 ଆମ୍ଭେମାନେ ଭୟ କରୁଅଛୁ କାରଣ ଆମ୍ଭେ ଶୁଣିଛୁ ସଦାପ୍ରଭୁ କିପରି ଭାବରେ ତୁମ୍ଭମାନଙ୍କୁ ସାହାଯ୍ୟ କରିଛନ୍ତି। ଆମ୍ଭେ ଜାଣୁ ତୁମ୍ଭେ ମିଶରରୁ ବାହାରି ଆସିବା ବାଟରେ ସେ କିପରି ଲୋହିତ ସାଗରକୁ ଶୁଖାଇ ଦେଲେ। ଆମ୍ଭେ ଆହୁରି ଜାଣୁ ତୁମ୍ଭେ କିପରି ଯର୍ଦ୍ଦନ ପୂର୍ବ ପାରିସ୍ଥ ସୀହୋନ ଓ ଓଗ୍ ନାମକ ଦୁଇଜଣ ଇମୋରୀୟ ରାଜାଙ୍କୁ ବିନାଶ କରିଅଛ। 11 ଆମ୍ଭେମାନେ ଏହିପରି ମର୍ମନ୍ତୁକ କଥାମାନ ଶୁଣି ଅତ୍ୟନ୍ତ ଭୟଭୀତ ହୋଇ ଯାଇଛୁ ଏବଂ କେହି ତୁମ୍ଭ ବିପକ୍ଷରେ ଯୁଦ୍ଧ କରିବା ପାଇଁ ସାହସ କରୁ ନାହାନ୍ତି? କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ଉପରିସ୍ଥ ସ୍ୱର୍ଗର ଓ ନୀଚସ୍ଥ ପୃଥିବୀର ପରମେଶ୍ୱର ଅଟନ୍ତି। 12 ଏଣୁ ମୁଁ ଗ୍ଭହେଁ, ତୁମ୍ଭେମାନେ ସଦାପ୍ରଭୁଙ୍କ ନାମରେ ଶପଥ କର। ମୁଁ ତୁମ୍ଭମାନଙ୍କ ପ୍ରତି ଦୟା ଦେଖାଇଅଛି। ଏଥିପାଇଁ ତୁମ୍ଭେମାନେ ମଧ୍ୟ ମୋର ପରିବାର ପାଇଁ ଦୟା ଦେଖାଇବ। ଏ ବିଷୟରେ ମୋତେ ଏକ ସତ୍ୟ ଚିହ୍ନ ଦିଅ। 13 ମୋତେ କୁହ ଯେ ତୁମ୍ଭେ ମୋର ପରିବାରବର୍ଗକୁ ବଞ୍ଚାଇ ରଖିବ। ମୋର ପିତା, ମାତା, ଭାଇମାନଙ୍କୁ, ଭଉଣୀମାନଙ୍କୁ ଏବଂ ତାଙ୍କର ସମସ୍ତ ପରିବାରବର୍ଗଙ୍କୁ ରକ୍ଷା କରିବ। ଦୟାକରି ଆମ୍ଭମାନଙ୍କ ଜୀବନକୁ ମୃତ୍ୟୁମୁଖରୁ ରକ୍ଷା କରିବ ବୋଲି ପ୍ରତିଜ୍ଞା କର।”

14 ସେମାନେ ଏଥିରେ ସମ୍ମତ ହେଲେ ଓ କହିଲେ, “ତୁମ୍ଭେ ଯେବେ ଆମ୍ଭେମାନେ ଯାହା କରୁଛୁ ପ୍ରକାଶ ନ କରିବ, ତେବେ ଆମ୍ଭମାନଙ୍କର ପ୍ରାଣ ବଦଳରେ ତୁମ୍ଭମାନଙ୍କର ପ୍ରାଣ ରକ୍ଷା କରିବୁ। ଆଉ ଯେତେବେଳେ ସଦାପ୍ରଭୁ ଆମ୍ଭମାନଙ୍କୁ ଏ ଦେଶ ଦେବେ, ଆମ୍ଭେ ତୁମ୍ଭ ପ୍ରତି ଦୟା ଓ ବିଶ୍ୱସ୍ତତା ପ୍ରଦର୍ଶନ କରିବୁ।”

ଏବ୍ରୀ 11:17-22

17-18 ପରମେଶ୍ୱର ଅବ୍ରହାମଙ୍କୁ ପରୀକ୍ଷା କରିଥିଲେ। ଅବ୍ରହାମଙ୍କୁ ପରମେଶ୍ୱର କହିଥିଲେ ଯେ, ଇସ୍‌ହାକଙ୍କୁ ବଳିରୂପେ ସମର୍ପିତ କରିବ। ଅବ୍ରହାମଙ୍କ ବିଶ୍ୱାସ ଥିବାରୁ ସେ ତାହା ମାନିଲେ। ପରମେଶ୍ୱରଙ୍କଠାରୁ ଅବ୍ରହାମ ପୂର୍ବରୁ ପ୍ରତିଜ୍ଞା ପାଇଥିଲେ। ପରମେଶ୍ୱର ଅବ୍ରହାମଙ୍କୁ କହି ସାରିଥିଲେ ଯେ, “ଇସ୍‌ହାକଙ୍କ ଦ୍ୱାରା ତୁମ୍ଭର ବଂଶଧରମାନେ ଆସିବେ।” କିନ୍ତୁ ନିଜର ଏକମାତ୍ର ପୁତ୍ର ଇସ୍‌ହାକଙ୍କୁ ସେ ସମର୍ପିତ କରିବା ପାଇଁ ପ୍ରସ୍ତୁତ ଥିଲେ। ବିଶ୍ୱାସ ଥିବାରୁ ଅବ୍ରହାମ ଏପରି କଲେ। 19 ଅବ୍ରହାମ ବିଶ୍ୱାସ କରିଥିଲେ ଯେ, ପରମେଶ୍ୱର ଲୋକମାନଙ୍କୁ ମୃତ୍ୟୁରୁ ଉଠାଇ ଆଣି ପାରିବେ। ପ୍ରକୃତରେ ଯେତେବେଳେ ସେ ଇସ୍‌ହାକଙ୍କୁ ମାରିବା ପାଇଁ ଗଲାବେଳେ ପରମେଶ୍ୱର ଅବ୍ରହାମଙ୍କୁ ଅଟକାଇ ଦେଲେ। ସେତେବେଳେ ଅବ୍ରହାମ ଯେପରି ଇସ୍‌ହାକଙ୍କୁ ମୃତ୍ୟୁରୁ ଫେରି ପାଇଲେ।

20 ବିଶ୍ୱାସ କାରଣରୁ ଇସ୍‌ହାକ, ଯାକୁବ ଓ ଏସୌଙ୍କୁ ସେମାନଙ୍କ ଭବିଷ୍ୟତ ବିଷୟରେ ଆଶୀର୍ବାଦ ଦେଲେ। 21 ବିଶ୍ୱାସ କାରଣରୁ ହିଁ, ମଲାବେଳେ ଯାକୁବ, ଯୋଷେଫଙ୍କ ପ୍ରତ୍ୟେକ ପୁତ୍ରକୁ ଆଶୀର୍ବାଦ କଲେ। ସେ ନିଜର ବାଡ଼ି ଉପରେ ନଇଁ ପଡ଼ି ପରମେଶ୍ୱରଙ୍କୁ ଉପାସନା କଲେ।

22 ବିଶ୍ୱାସ ଦ୍ୱାରା ହଁ, ନିଜର ଶେଷ ସମୟ ନିକଟ ହେବା ପୂର୍ବରୁ ଯୋଷେଫ ଇସ୍ରାଏଲ ନିବାସୀମାନଙ୍କର ମିଶର ଦେଶରୁ ନିର୍ଗମନ ବିଷୟରେ, ତାହାଙ୍କ ମୃତ୍ୟୁ ପରେ ତାହାଙ୍କୁ କିପରି କବର ଦେବେ, ସେ ବିଷୟରେ କହିଥିଲେ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center